< 1 Chronik 2 >

1 Dies sind die Söhne Israels: Ruben, Simeon, Levi und Juda, Issaschar und Sebulon,
ଏମାନେ ଇସ୍ରାଏଲର ପୁତ୍ରଗଣ; ଯଥା ରୁବେନ୍‍, ଶିମୀୟୋନ, ଲେବୀ ଓ ଯିହୁଦା, ଇଷାଖର ଓ ସବୂଲୂନ;
2 Dan, Joseph und Benjamin, Naphthali, Gad und Asser.
ଦାନ୍, ଯୋଷେଫ ଓ ବିନ୍ୟାମୀନ୍, ନପ୍ତାଲି, ଗାଦ୍‍ ଓ ଆଶେର।
3 Die Söhne Judas waren: Ger, Onan und Sela; diese drei wurden ihm von der Tochter der Kanaanitin Sua geboren. Ger aber, der erstgeborene Sohn Judas, machte sich dem HERRN verhaßt; darum ließ er ihn sterben.
ଯିହୁଦାର ପୁତ୍ରଗଣ; ଯଥା ଏର ଓ ଓନନ୍‍ ଓ ଶେଲା; ତାହାର ଏହି ତିନି ପୁତ୍ର କିଣାନୀୟା ବତ୍‍ଶୂୟାଠାରୁ ଜାତ ହୋଇଥିଲେ। ଯିହୁଦାର ଜ୍ୟେଷ୍ଠ ପୁତ୍ର ଏର ସଦାପ୍ରଭୁଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲା; ଏଣୁ ସେ ତାହାକୁ ସଂହାର କଲେ।
4 Thamar aber, seine Schwiegertochter, hatte ihm Perez und Serah geboren, so daß die Gesamtzahl der Söhne Judas fünf war.
ପୁଣି, ଯିହୁଦାର ପୁତ୍ରବଧୂ ତାମର ତାହାର ଔରସରେ ପେରସ ଓ ସେରହକୁ ପ୍ରସବ କଲା। ଯିହୁଦାର ସର୍ବସୁଦ୍ଧା ପାଞ୍ଚ ପୁତ୍ର ଥିଲେ।
5 Die Söhne des Perez waren: Hezron und Hamul;
ପେରସର ସନ୍ତାନ ହିଷ୍ରୋଣ ଓ ହାମୂଲ।
6 und die Söhne Serahs: Simri, Ethan, Heman, Chalkol und Dara, im ganzen fünf. –
ପୁଣି, ସେରହର ସନ୍ତାନ ସିମ୍ରି ଓ ଏଥନ୍‍ ଓ ହେମନ ଓ କଲ୍‍କୋଲ୍‍ ଓ ଦେରା; ସମୁଦାୟ ପାଞ୍ଚ ଜଣ।
7 Und die Söhne Karmis: Achar, der Israel ins Unglück stürzte, weil er sich an gebanntem Gut vergriff.
କର୍ମିର ପୁତ୍ର ଆଖର ଇସ୍ରାଏଲର ଦୁଃଖଦାୟକ ଥିଲା, ସେ ବର୍ଜିତ ଦ୍ରବ୍ୟ ବିଷୟରେ ସତ୍ୟ-ଲଙ୍ଘନ କରିଥିଲା।
8 Und die Söhne Ethans: Asarja.
ପୁଣି, ଏଥନ୍‍ର ପୁତ୍ର ଅସରୀୟା।
9 Und die Söhne Hezrons, die ihm geboren wurden: Jerahmeel, Ram und Kelubai.
ଆଉ ହିଷ୍ରୋଣର ଔରସଜାତ ପୁତ୍ର ଯିରହମେଲ ଓ ରାମ୍‍ ଓ କାଲୁବାୟ,
10 Ram aber zeugte Amminadab; und Amminadab zeugte Nahasson, den Fürsten der Judäer;
ପୁଣି, ରାମ୍‍ ଅମ୍ମୀନାଦବକୁ ଜାତ କଲା; ପୁଣି, ଅମ୍ମୀନାଦବ ଯିହୁଦା-ସନ୍ତାନଗଣର ଅଧିପତି ନହଶୋନକୁ ଜାତ କଲା।
11 und Nahasson zeugte Salma; Salma zeugte Boas,
ଆଉ ନହଶୋନ ସଲ୍ମାକୁ ଜାତ କଲା ଓ ସଲ୍ମା ବୋୟଜକୁ ଜାତ କଲା;
12 Boas zeugte Obed, Obed zeugte Isai;
ବୋୟଜ ଓବେଦ୍‍କୁ ଜାତ କଲା, ଓବେଦ୍‍ ଯିଶୀକୁ ଜାତ କଲା।
13 Isai zeugte Eliab, seinen Erstgeborenen, und Abinadab als zweiten, Simea als dritten,
ପୁଣି, ଯିଶୀ ଆପଣା ଜ୍ୟେଷ୍ଠ ଇଲୀୟାବ୍‍କୁ ଓ ଦ୍ୱିତୀୟ ଅବୀନାଦବକୁ ଓ ତୃତୀୟ ଶିମୀୟକୁ;
14 Nethaneel als vierten, Raddai als fünften,
ଚତୁର୍ଥ ନଥନେଲକୁ, ପଞ୍ଚମ ରଦ୍ଦୟକୁ;
15 Ozem als sechsten, David als siebten.
ଷଷ୍ଠ ଓତ୍ସମ୍‍‍କୁ, ସପ୍ତମ ଦାଉଦଙ୍କୁ ଜାତ କଲା;
16 Und ihre Schwestern waren: Zeruja und Abigail; und die Söhne der Zeruja waren: Abisai, Joab und Asahel, die drei.
ପୁଣି, ସରୁୟା ଓ ଅବୀଗଲ ସେମାନଙ୍କର ଭଗିନୀ ଥିଲେ। ଆଉ ଅବୀଶୟ ଓ ଯୋୟାବ ଓ ଅସାହେଲ, ଏ ତିନି ସରୁୟାର ପୁତ୍ର।
17 Abigail aber gebar Amasa, und der Vater Amasas war der Ismaelit Jether.
ପୁଣି, ଅବୀଗଲ ଅମାସାଙ୍କୁ ଜାତ କଲା; ଏହି ଅମାସାର ପିତା ଇଶ୍ମାୟେଲୀୟ ଯେଥର ଥିଲା।
18 Kaleb aber, der Sohn Hezrons, hatte Kinder von seiner Frau Asuba und von Jerigoth; und dies sind deren Söhne: Jeser, Sobab und Ardon.
ଆଉ ହିଷ୍ରୋଣର ପୁତ୍ର କାଲେବ ଆପଣା ଭାର୍ଯ୍ୟା ଅସୂବାର ଔରସରେ ଓ ଯିରୀୟୋତର ଔରସରେ ସନ୍ତାନଗଣ ଜାତ କଲା; ଯେଶର ଓ ଶୋବବ୍‍ ଓ ଅର୍ଦୋନ୍‍, ଏମାନେ ଅସୂବାର ପୁତ୍ର।
19 Nach dem Tode der Asuba aber heiratete Kaleb die Ephrath; die gebar ihm den Hur.
ପୁଣି, ଅସୂବା ମଲା ଉତ୍ତାରେ କାଲେବ ଇଫ୍ରାଥାକୁ ବିବାହ କଲା, ସେ ହୂରକୁ ପ୍ରସବ କଲା।
20 Hur aber zeugte Uri, und Uri zeugte Bezaleel. –
ପୁଣି, ହୂର ଊରିକୁ ଜାତ କଲା ଓ ଊରି ବତ୍ସଲେଲକୁ ଜାତ କଲା।
21 Darnach verband sich Hezron mit der Tochter Machirs, des Vaters Gileads, und heiratete sie, als er sechzig Jahre alt war; die gebar ihm den Segub.
ଏଥିଉତ୍ତାରେ ହିଷ୍ରୋଣ ଗିଲୀୟଦର ପିତା ମାଖୀରର କନ୍ୟାର ସହବାସ କଲା; ସେ ଆପଣାର ଷାଠିଏ ବର୍ଷ ବୟସରେ ସେ ସ୍ତ୍ରୀକୁ ବିବାହ କରିଥିଲା; ତହିଁରେ ସେ ସ୍ତ୍ରୀ ତାହାର ଔରସରେ ସଗୂବକୁ ପ୍ରସବ କଲା।
22 Segub zeugte dann Jair; der besaß dreiundzwanzig Städte im Lande Gilead;
ସଗୂବ ଯାୟୀରକୁ ଜାତ କଲା, ତାହାର ଗିଲୀୟଦ ଦେଶରେ ତେଇଶ ନଗର ଥିଲା।
23 aber die Gesuriter und Syrer nahmen ihnen die Jairdörfer weg, Kenath mit den zugehörigen Ortschaften, sechzig Städte. Diese alle waren Söhne Machirs, des Vaters Gileads.
ଆଉ ଗଶୂର ଓ ଅରାମ ଯାୟୀରର ଗ୍ରାମସବୁ ସେମାନଙ୍କ ହସ୍ତରୁ ହରଣ କଲେ, ତହିଁ ସଙ୍ଗେ କନାତ୍‍ ଓ ତହିଁର ଗ୍ରାମ ପ୍ରଭୃତି ଷାଠିଏ ନଗର ନେଲେ। ଏସମସ୍ତେ ଗିଲୀୟଦର ପିତା ମାଖୀରର ସନ୍ତାନ ଥିଲେ।
24 Und nach dem Tode Hezrons in Kaleb Ephratha gebar Abia, Hezrons Frau, ihm Ashur, den Stammvater von Thekoa.
ପୁଣି, ହିଷ୍ରୋଣ କାଲେବ-ଇଫ୍ରାଥାରେ ମଲା ଉତ୍ତାରେ ହିଷ୍ରୋଣର ଭାର୍ଯ୍ୟା ଅବୀୟ ତାହାର ଔରସରେ ତକୋୟର ପିତା ଅସ୍‍ହୂରକୁ ଜାତ କଲା।
25 Die Söhne Jerahmeels, des ältesten Sohnes Hezrons, waren: der Erstgeborene Ram, sodann Buna, Oren und Ozem von Ahija.
ହିଷ୍ରୋଣର ପ୍ରଥମଜାତ ଯିରହମେଲର ଏହିସବୁ ସନ୍ତାନ ଥିଲେ, ପ୍ରଥମଜାତ ରାମ୍‍, ତହିଁ ଉତ୍ତାରେ ବୂନା, ଓରଣ, ଓତ୍ସମ୍‍ ଓ ଅହୀୟ।
26 Jerahmeel hatte aber noch eine andere Frau namens Atara; diese war die Mutter Onams. –
ପୁଣି, ଯିରହମେଲର ଅନ୍ୟ ଏକ ଭାର୍ଯ୍ୟା ଥିଲା, ତାହାର ନାମ ଅଟାରା; ସେ ଓନମର ମାତା।
27 Die Söhne Rams, des erstgeborenen Sohnes Jerahmeels, waren: Maaz, Jamin und Eker. –
ଆଉ ଯିରହମେଲର ପ୍ରଥମଜାତ ରାମ୍‍ର ପୁତ୍ର ମାଷ୍‍, ଯାମୀନ୍‍ ଓ ଏକର।
28 Die Söhne Onams waren: Sammai und Jada; und die Söhne Sammais: Nadab und Abisur.
ଆଉ ଓନମର ପୁତ୍ର ଶମ୍ମୟ ଓ ଯାଦା; ଆଉ ଶମ୍ମୟର ପୁତ୍ର ନାଦବ୍‍ ଓ ଅବୀଶୂର।
29 Die Frau Abisurs aber hieß Abihail; die gebar ihm den Achban und Molid.
ଅବୀଶୂରର ଭାର୍ଯ୍ୟାର ନାମ ଅବୀହୟିଲ ଓ ସେ ତାହାର ଔରସରେ ଅହବାନ୍‍ ଓ ମୋଲୀଦକୁ ଜାତ କଲା।
30 Und die Söhne Nadabs waren: Seled und Appaim; Seled aber starb kinderlos. –
ପୁଣି, ନାଦବ୍‍ର ପୁତ୍ର ସେଲଦ୍‍ ଓ ଅପ୍ପୟିମ୍‍; ମାତ୍ର ସେଲଦ୍‍ ନିଃସନ୍ତାନ ହୋଇ ମଲା।
31 Und die Söhne Appaims waren: Jisei; und die Söhne Jiseis: Sesan; und die Söhne Sesans: Achlai. –
ଆଉ ଅପ୍ପୟିମ୍‍ର ପୁତ୍ର ଈଶୀ, ପୁଣି, ଈଶୀର ପୁତ୍ର ଶେଶନ୍‍। ଶେଶନ୍‍ର ପୁତ୍ର ଅହଲୟ।
32 Die Söhne Jadas, des Bruders Sammais, waren: Jether und Jonathan; Jether aber starb kinderlos.
ପୁଣି, ଶମ୍ମୟର ଭ୍ରାତା ଯାଦାର ସନ୍ତାନ ଯେଥର ଓ ଯୋନାଥନ; ଯେଥର ନିଃସନ୍ତାନ ହୋଇ ମଲା।
33 Die Söhne Jonathans waren: Peleth und Sasa. Dies waren die Söhne Jerahmeels. –
ପୁଣି, ଯୋନାଥନର ପୁତ୍ର ପେଲତ୍‍ ଓ ସାସା, ଏସମସ୍ତେ ଯିରହମେଲର ସନ୍ତାନ।
34 Sesan hatte keine Söhne, sondern nur Töchter; er hatte aber einen ägyptischen Knecht namens Jarha.
ଶେଶନ୍‍ର ପୁତ୍ର ନ ଥିଲେ, କେବଳ କନ୍ୟା ଥିଲେ। ପୁଣି, ଶେଶନ୍‍ର ଜଣେ ମିସରୀୟ ଦାସ ଥିଲା, ତାହାର ନାମ ଯାର୍ହା।
35 Diesem gab Sesan seine Tochter zur Frau; die gebar ihm Atthai.
ଆଉ ଶେଶନ୍‍ ଆପଣା ଦାସ ଯାର୍ହା ସଙ୍ଗେ ଆପଣା କନ୍ୟାକୁ ବିବାହ ଦେଲା; ତହୁଁ ସେ ତାହାର ଔରସରେ ଅତ୍ତୟକୁ ଜାତ କଲା।
36 Atthai zeugte dann Nathan, und Nathan zeugte Sabad;
ପୁଣି, ଅତ୍ତୟ ନାଥନକୁ ଜାତ କଲା ଓ ନାଥନ ସାବଦ୍‍କୁ ଜାତ କଲା,
37 Sabad zeugte Ephlal, Ephlal zeugte Obed,
ସାବଦ୍‍ ଇଫ୍‍ଲଲକୁ ଜାତ କଲା ଓ ଇଫ୍‍ଲଲ ଓବେଦ୍‍କୁ ଜାତ କଲା;
38 Obed zeugte Jehu, Jehu zeugte Asarja,
ଓବେଦ୍‍ ଯେହୂକୁ ଜାତ କଲା ଓ ଯେହୂ ଅସରୀୟକୁ ଜାତ କଲା;
39 Asarja zeugte Helez, Helez zeugte Elasa,
ପୁଣି, ଅସରୀୟ ହେଲସ୍‍କୁ ଜାତ କଲା ଓ ହେଲସ୍‍ ଇଲୀୟାସାକୁ ଜାତ କଲା;
40 Elasa zeugte Sisemai, Sisemai zeugte Sallum,
ପୁଣି, ଇଲୀୟାସା ସିସମୟକୁ ଜାତ କଲା ଓ ସିସମୟ ଶଲ୍ଲୁମ୍‍କୁ ଜାତ କଲା;
41 Sallum zeugte Jekamja, Jekamja zeugte Elisama.
ଶଲ୍ଲୁମ୍‍ ଯିକମୀୟକୁ ଜାତ କଲା ଓ ଯିକମୀୟ ଇଲୀଶାମାକୁ ଜାତ କଲା।
42 Die Söhne Kalebs, des Bruders Jerahmeels, waren: sein Erstgeborener Mesa – der ist der Vater Siphs – und die Söhne Maresas, des Vaters von Hebron.
ଯିରହମେଲର ଭ୍ରାତା କାଲେବର ପୁତ୍ରଗଣ, ତାହାର ଜ୍ୟେଷ୍ଠ ପୁତ୍ର ମେଶା ସୀଫ୍‍ର ପିତା ଥିଲା; ପୁଣି, ହିବ୍ରୋଣର ପିତା ମାରେଶାର ପୁତ୍ରଗଣ।
43 Die Söhne Hebrons waren: Korah, Thappuah, Rekem und Sema.
ଆଉ ହିବ୍ରୋଣର ପୁତ୍ର କୋରହ ଓ ତପୂହ ଓ ରେକମ୍‍, ଶେମା।
44 Sema aber zeugte Raham, den Vater Jorkeams; und Rekem zeugte Sammai.
ପୁଣି, ଶେମା ଯର୍କିୟମର ପିତା ରହମକୁ ଜାତ କଲା ଓ ରେକମ୍‍ ଶମ୍ମୟକୁ ଜାତ କଲା।
45 Der Sohn Sammais war Maon, und Maon war der Vater Beth-Zurs. –
ଆଉ ଶମ୍ମୟର ପୁତ୍ର ମାୟୋନ୍‍; ମାୟୋନ୍‍ ବେଥ୍-ସୁରର ପିତା ଥିଲା।
46 Und Epha, das Nebenweib Kalebs, gebar Haran, Moza und Gases; Haran aber zeugte Gases. –
ପୁଣି, କାଲେବର ଉପପତ୍ନୀ ଐଫା ହାରଣକୁ ଓ ମୋତ୍ସାକୁ ଓ ଗାସେସକୁ ଜାତ କଲା।
47 Und die Söhne Jahdais waren: Regem, Jotham, Geesan, Pelet, Epha und Saaph. –
ଆଉ ଯେହଦୟର ପୁତ୍ର ରେଗମ୍‍ ଓ ଯୋଥମ୍‍ ଓ ଗେଶନ୍‍ ଓ ପେଲଟ୍‍ ଓ ଐଫା ଓ ଶାଫ୍‍।
48 Maacha, das Nebenweib Kalebs, gebar Seber und Thirhana;
ପୁଣି, କାଲେବର ଉପପତ୍ନୀ ମାଖା ଶେବରକୁ ଓ ତିର୍ହନଃକୁ ପ୍ରସବ କଲା।
49 sie gebar auch Saaph, den Vater Madmannas, und Sewa, den Vater Machbenas und den Vater Gibeas; und die Tochter Kalebs war Achsa.
ଆହୁରି ସେ ମଦ୍‍ମନ୍ନାର ପିତା ଶାଫ୍‍କୁ, ମଗ୍‍ବେନାର ପିତା ଶିବାକୁ ଓ ଗିବୀୟାର ପିତାକୁ ପ୍ରସବ କଲା; ଆଉ ଅକ୍‍ଷା କାଲେବର କନ୍ୟା ଥିଲା।
50 Dies waren die Söhne Kalebs. Die Söhne Hurs, des Erstgeborenen von der Ephratha, waren: Sobal, der Stammvater von Kirjath-Jearim,
କାଲେବର ସନ୍ତାନଗଣ ଯଥା, ଇଫ୍ରାଥାର ପ୍ରଥମଜାତ ହୂରର ପୁତ୍ର ଶୋବଲ୍‍ କିରୀୟଥ୍‍-ଯିୟାରୀମ୍‍ର ପିତା;
51 Salma, der Stammvater von Bethlehem, Hareph, der Stammvater von Beth-Gader.
ସଲ୍ମା ବେଥଲିହିମର ପିତା, ହାରେଫ୍‍ ବେଥ୍-ଗାଦରର ପିତା;
52 Und Sobal, der Stammvater von Kirjath-Jearim, hatte als Söhne: Haroe, halb Menuhoth;
ଆଉ କିରୀୟଥ୍‍-ଯିୟାରୀମ୍‍ର ପିତା ଶୋବଲ୍‍ର ପୁତ୍ରଗଣ ଥିଲେ; ହରାୟା ମନୁହୋଥର ଅର୍ଦ୍ଧାଂଶ।
53 und die Geschlechter von Kirjath-Jearim waren: die Jithriter, die Puthiter, die Sumathiter und die Misraiter; von diesen sind die Zorathiter und die Esthauliter ausgegangen. –
ଆଉ କିରୀୟଥ୍‍-ଯିୟାରୀମ୍‍ର ଗୋଷ୍ଠୀ; ଯିତ୍ରୀୟ, ପୂଥୀୟ, ଶୂମାଥୀୟ ଓ ମିଶ୍ରାୟୀୟମାନେ; ଏମାନଙ୍କଠାରୁ ସରାୟୀୟ ଓ ଇଷ୍ଟାୟୋଲୀୟମାନେ ଉତ୍ପନ୍ନ ହେଲେ।
54 Die Söhne Salmas waren: Bethlehem und die Netophathiter, Ateroth, Beth-Joab und die Hälfte der Manahthiter, die Zoreiter;
ସଲ୍ମାର ସନ୍ତାନଗଣ; ଯଥା, ବେଥଲିହିମ ଓ ନଟୋଫାତୀୟମାନେ, ଅଟ୍ରୋତ୍ବେତ୍‍-ଯୋୟାବ ଓ ମାନହତୀୟମାନଙ୍କ ଅର୍ଦ୍ଧାଂଶ, ସରିୟୀୟମାନେ।
55 und die Geschlechter der Schriftgelehrten, die in Jabez wohnten: die Thireathiter, die Simeathiter und die Suchathiter. Das sind die Kiniter, die von Hammath, dem Stammvater des Hauses Rechab, abstammen.
ଆଉ ଯାବେଷ୍‍ ନିବାସୀ ଲେଖକମାନଙ୍କ ଗୋଷ୍ଠୀ, ଯଥା, ତିରିୟାଥୀୟ, ଶିମିୟଥୀୟ, ସୂଖାଥୀୟମାନେ। ଏମାନେ ରେଖବ-ବଂଶର ପୂର୍ବପୁରୁଷ ହମ୍ମତ୍‍ଠାରୁ ଉତ୍ପନ୍ନ କେନୀୟ ଲୋକ।

< 1 Chronik 2 >