< Actes 4 >
1 Or, pendant qu’ils parlaient au peuple, survinrent les prêtres, et le magistrat du temple, et les sadducéens,
୧ପିତର୍ ଆରି ଜଅନ୍ ଲକ୍ମନ୍କେ ଏନ୍ତି ସିକିଆ ଦେଇତେ ରଇଲା ବେଲେ ମନ୍ଦିରର୍ କେତେଟା ପୁଜାରି ଆରି ଜାଗୁଆଲ୍ମନର୍ ସେନାପତି ଆରି କେତେଟା ସାଦୁକିମନ୍ ଆସି କେଟ୍ଲାଇ ।
2 Courroucés de ce qu’ils enseignaient le peuple, et annonçaient en Jésus la résurrection des morts;
୨ସେମନ୍ ରିସା ଅଇଗାଲାଇ କାଇକେ ବଇଲେ ପେରିତ୍ ସିସ୍ ଦୁଇଲକ୍ ଜିସୁ ମଲାତେଇଅନି ଉଟ୍ଲା ଆଚେ ବଲି ସିକାଇତେରଇଲାଇ । ଏନ୍ତି ସିକାଇଲେସରି ଲକ୍ମନ୍ ମଲାଟାନେଅନି ଉଟ୍ବାଇବଲି ପର୍ମାନ୍ କର୍ତେ ରଇଲାଇ ।
3 Et ils mirent la main sur eux, et les jetèrent en prison jusqu’au lendemain, car il était déjà soir.
୩ସେଟାର୍ପାଇ ସେ ଦୁଇଟା ପେରିତ୍ ସିସ୍ମନ୍କେ ଦାରି ବାନ୍ଦ୍ଲାଇ । ଆରି ସେ ଦିନେ ବେସି ଅଲ୍ସମ୍ ଅଇଜାଇରଇଲାକେ ଆର୍କର୍ ଦିନ୍ ଜାକ ବନ୍ଦିଗରେ ରକିରଇଲାଇ ।
4 Cependant beaucoup de ceux qui avaient entendu la parole crurent, et le nombre des hommes fut de cinq mille.
୪ମାତର୍ ବେସି ଲକ୍ ସେମନର୍ ସିକିଆ ସୁନିକରି ବିସ୍ବାସ୍ କଲାଇ, ଆରି ତାକର୍ ବିତ୍ରେଅନି ମୁନୁସ୍ପିଲା ସେ ଅଦିକ୍ ଅଇକରି ପାକାପାକି ପାଁଚ୍ଅଜାର୍ ଅଇଲାଇ ।
5 Or il arriva le lendemain que leurs chefs, les anciens et les scribes, s’assemblèrent à Jérusalem,
୫ତାର୍ ଆର୍କର୍ ଦିନେ ଜିଉଦି ନେତାମନ୍, ଆରି ପାର୍ଚିନ୍ମନ୍ ଆରି ନିୟମ୍ ସିକାଉମନ୍ ଜିରୁସାଲମେ ରୁଣ୍ଡ୍ଲାଇ ।
6 Et aussi Anne, prince des prêtres, Caïphe, Jean, Alexandre, et tous ceux qui étaient de la race sacerdotale.
୬ସେମନର୍ ବିତ୍ରେ ବଡ୍ପୁଜାରି ଆନାନ୍, କାୟାପା, ଜଅନ୍, ଆଲେକ୍ଜାଣ୍ଡାର୍ ଆରି ବଡ୍ ପୁଜାରିର୍ କୁଟୁମେ ରଇବା ବିନ୍ ଲକ୍ମନ୍ ମିସ୍ଲାଇ ।
7 Et les faisant placer au milieu, ils demandaient: Par quelle puissance et en quel nom avez-vous fait cela, vous?
୭ପେରିତ୍ମନ୍କେ ସେମନର୍ ମୁଆଟେ ଡାକାଇ ପାଚାର୍ଲାଇ, “ତମେ ଏଟା ସବୁ କେନ୍ତାର୍ କଲାସ୍ନି? କାର୍ ବପୁସଙ୍ଗ୍ ନଇଲେ କାର୍ ନାଉଁଦାରି ଏଟା କଲାସ୍ନି?”
8 Alors, rempli de l’Esprit-Saint, Pierre leur dit: Princes du peuple, et vous, anciens, écoutez:
୮ସେଟାର୍ପାଇ ପିତର୍ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇ ସେମନ୍କେ କଇଲା, “ତମେ ଜେ କି ଆମର୍ ସାସନ୍କାରିଆମନ୍ ଆରି ପାର୍ଚିନ୍ମନ୍!
9 Puisque aujourd’hui nous sommes jugés à cause d’un bienfait en faveur d’un homme infirme, et à cause de celui en qui il a été guéri,
୯ଜଦି ଆଜି ଏ ଚଟାର୍ ପାଇ କରିରଇଲା ନିମାନ୍ କାମର୍ଲାଗି ଆମ୍କେ ପର୍ସନ୍ କଲାସ୍ନି ଆରି ସେ କେନ୍ତାର୍ ନିମାନ୍ ଅଇଲା ବଲି ଜାନ୍ବାକେ ମନ୍ କଲାସ୍ନି,
10 Qu’il soit connu de vous tous et de tout le peuple d’Israël que c’est au nom de Notre Seigneur Jésus-Christ de Nazareth, que vous avez crucifié et que Dieu a ressuscité des morts; c’est par lui que cet homme est ici devant vous, debout et sain.
୧୦ତେବେ ତମେ ଆରି ଇସ୍ରାଏଲର୍ ସବୁ ଲକ୍ ଜାନ୍ବାର୍ ଦର୍କାର୍ ଜେ, ତମର୍ ମୁଆଟେ ଟିଆଅଇରଇଲା ଏ ଲକ୍ ଅବ୍କା ନାଜ୍ରିତ୍ ଗଡର୍ ଜିସୁକିରିସ୍ଟର୍ ବପୁସଙ୍ଗ୍ ପୁରାପୁରୁନ୍ ନିମାନ୍ ଅଇଲା ଆଚେ । ସେ ଜିସୁକେ ତମେ କୁର୍ସେ ମରାଇଲାସ୍ । ମାତର୍ ପର୍ମେସର୍ ତାକେ ମଲାତେଇଅନି ଆରି ତରେକ୍ ଉଟାଇଲା ଆଚେ ।”
11 Ce Jésus est la pierre qui a été rejetée par vous qui bâtissiez, et qui est devenue un sommet d’angle;
୧୧ଜିସୁର୍ ବିସଇ ଦରମ୍ ସାସ୍ତରେ ଲେକା ଅଇଲାଆଚେ, ଗର୍ ତିଆର୍କରୁମନ୍ ଜନ୍ ପାକ୍ନା ନଏଁ ବଲି ପିଙ୍ଗିଦେଇ ରଇଲାଇ, ସେଟାସେ କନର୍ ମୁକିଅ ପାକ୍ନା ଅଇଲା ।
12 Et il n’y a de salut en aucun autre; car nul autre nom n’a été donné sous le ciel aux hommes, par lequel nous devions être sauvés.
୧୨ସେ ଆକା ଆମ୍କେ ମୁକ୍ତି ଦେଇସି । ଗୁଲାଇ ଜଗତର୍ପାଇ ପର୍ମେସର୍ ତାକେସେ ଦେଲା ଆଚେ । ଜେ କି ଆମ୍କେ ରକିଆ କର୍ସି ।
13 Voyant donc la constance de Pierre et de Jean, et ayant appris que c’étaient des hommes sans lettres, et du commun, ils s’étonnaient; ils savaient d’ailleurs qu’ils avaient été avec Jésus.
୧୩ବଡ୍ସବାର୍ ଲକ୍ମନ୍ ପିତର୍ ଆରି ଜଅନର୍ ସାଆସ୍ ଦେକି କାବା ଅଇଗାଲାଇ । ସେମନ୍ ପାଟ୍ସାଟ୍ ନ ପଡି ଅବ୍କା ଲକ୍ମନ୍ସେ ବଲି ଜାନିରଇଲାଇ । ଆରି ସେମନ୍ ଦୁଇ ଲକ୍ ଜିସୁର୍ ସଙ୍ଗ୍ ରଇଲାଇ ବଲି ଚିନିରଇଲାଇ ।
14 Voyant aussi debout près d’eux l’homme qui avait été guéri, ils ne pouvaient rien dire contre.
୧୪ମାତର୍ ତାକର୍ ବିରୁଦେ କାଇବଲି କଇନାପାର୍ଲାଇ, କାଇକେ ବଇଲେ ନିମାନ୍ ଅଇଲା ଲକ୍କେ ପିତର୍ ଆରି ଜଅନ୍ସଙ୍ଗ୍ ଟିଆଅଇରଇଲାଟା ଦେକ୍ଲାଇ ।
15 Mais ils leur ordonnèrent de sortir du Conseil, et ils conféraient entre eux,
୧୫ସେଟାର୍ ପାଇ ସେମନ୍ ସିସ୍ମନ୍କେ ସେ ସବାଇଅନି ବାର୍କରାଇଦେଇକରି ତାକର୍ ତାକର୍ ବିତ୍ରେ କାତାବାର୍ତା ଅଇବାର୍ ଦାର୍ଲାଇ ।
16 Disant: Que ferons-nous à ces hommes? Car un miracle fait par eux est connu de tous les habitants de Jérusalem; cela est manifeste, et nous ne pouvons le nier.
୧୬ସେମନ୍ କାତା ଅଇଲାଇ, “ଆମେ ଏମନ୍କେ କାଇଟା କରୁ? ଏମନ୍ କରିରଇବା ଏ କାବା ଅଇଜିବା କାମ୍ ବିସଇ ଜିରୁସାଲମର୍ ସବୁ ଲକ୍ ଜାନିଗାଲାଇ ଆଚତ୍ । ଏ ସତ୍ ଗଟେନାଇ କି ନାଜାନୁ ବଲି କଇ ନାପାରୁ ।
17 Mais, afin qu’il ne se divulgue pas davantage parmi le peuple, défendons-leur avec menaces de parler désormais en ce nom à aucun homme.
୧୭ମାତର୍ ଏ କାତା ଲକ୍ମନର୍ ବିତ୍ରେ ଆରି ଅଦିକ୍ ଉଡ୍ରା ଅଇ ନ ଜାଅ, ଜିସୁର୍ ବିସଇ ଆରି କେବେ କାର୍ ମୁଆଟେ ନ କଇବାକେ ସେମନ୍କେ ଆମେ ଡାଟ୍ ସଙ୍ଗ୍ ଜାଗ୍ରତ୍ କରାଇଦେଉଁ ।”
18 Et les ayant appelés, ils leur enjoignirent de ne parler ni d’enseigner en aucune sorte au nom de Jésus.
୧୮ସେଟାର୍ ପାଇ ସେମନ୍ ପିତର୍ ଆରି ଜଅନ୍କେ ଆରି ତରେକ୍ ବିତ୍ରେ ଡାକ୍ଲାଇ । ଆରି କେବେମିସା ଜିସୁର୍ ନାଉଁ ଦାରି କାଇମିସା କାତା ନ କଇବାକେ ଆରି ସିକିଆ ନ ଦେବାକେ ଜାଗ୍ରତ୍ କରାଇଦେଲାଇ ।
19 Mais Pierre et Jean, répondant, leur dirent: S’il est juste devant Dieu de vous obéir plutôt qu’à Dieu, jugez-en?
୧୯ମାତର୍ ପିତର୍ ଆରି ଜଅନ୍ କଇଲାଇ, “ତମର୍ ବାଦିଅ ଅଇବୁ, କି ପରମେସରର୍ ବାଦିଅ ଅଇବୁ, କନ୍ ବିସଇ ପରମେସରର୍ ମୁଆଟେ ଟିକ୍ ସେଟା ତମେ ବିଚାର୍ କରା ।
20 Car nous ne pouvons pas ne point parler de ce que nous avons vu et entendu.
୨୦କାଇକେ ବଇଲେ ଆମେ ଜାଇଟା ଦେକ୍ଲୁ ଆଚୁ ଆରି ସୁନ୍ଲୁ ଆଚୁ ସେଟା ନ କଇକରି ରଇନାପାରୁ ।”
21 Mais eux les renvoyèrent avec menaces, ne trouvant pas comment les punir à cause du peuple, parce que tous vantaient beaucoup ce qui était arrivé dans cet événement.
୨୧ମାତର୍ ବଡ୍ସବାର୍ ଲକ୍ ଆରି ଡାଟ୍ସଙ୍ଗ୍ ସେମନ୍କେ ଦମ୍କାଇକରି ଚାଡି ଦେଲାଇ । ସେମନ୍କେ ଡଣ୍ଡ୍ଦେବାଟା କସ୍ଟ ବଲି ସେମନ୍ ଜାନିପାର୍ଲାଇ । କାଇକେ ବଇଲେ ସେ କାବାଅଇଜିବା କାମର୍ ଲାଗି ଲକ୍ମନ୍ ପର୍ମେସର୍କେ ଜୁଆର୍ କର୍ତେ ରଇଲାଇ ।
22 Car il avait plus de quarante ans, l’homme sur qui avait été fait ce miracle de la guérison.
୨୨ଜନ୍ ଲକ୍ କାବା ଅଇଜିବା କାମର୍ଲାଗି ନିମାନ୍ ଅଇରଇଲା, ତାକେ ଚାଲିସ୍ ବରସେଅନି ଅଦିକ୍ ଅଇରଇଲା ।
23 Ainsi renvoyés, ils vinrent vers les leurs, et leur racontèrent tout ce que les princes des prêtres et les anciens leur avaient dit.
୨୩ପିତର୍ ଆରି ଜଅନ୍ ମୁକଲ୍ଲା ଦାପ୍ରେ ନିଜର୍ ଦଲେ ବାଉଡିଗାଲାଇ ଆରି ମୁକିଅ ପୁଜାରିମନ୍ ଆରି ପାର୍ଚିନ୍ମନ୍ ଜାଇଟା କଇରଇଲାଇ, ସେଟା ସେମନ୍କେ ଜାନାଇଲାଇ ।
24 Ce qu’ayant entendu, ceux-ci élevèrent unanimement la voix vers Dieu, et dirent: Seigneur, c’est vous qui avez fait le ciel et la terre, et la mer, et tout ce qui est en eux;
୨୪ବିସ୍ବାସିମନ୍ ସବୁ କାତା ସୁନ୍ଲା ପଚେ ଗଟେକ୍ ଅଇ ପର୍ମେସର୍କେ ଏ ପାର୍ତନା କଲାଇ, ଏ ମାପ୍ରୁ! ସରଗ୍, ଦର୍ତନି, ସମ୍ଦୁର୍ ଆରି ତେଇ ରଇବା ସବୁ ବିସଇ ତମେସେ ତିଆର୍ କଲାସ୍!
25 Qui par l’Esprit-Saint et par la bouche de nôtre père David, votre serviteur, avez dit: Pourquoi les nations ont-elles frémi, et les peuples médité des choses vaines?
୨୫ତମେ ସୁକଲ୍ ଆତ୍ମାଇଅନି ଆମର୍ ଆନିଦାଦିମନର୍ ଆରି ତମର୍ ଦାଙ୍ଗ୍ଡା ଦାଉଦର୍ ଟଣ୍ଡେଅନି ଏ କାତା ସୁନାଇ ରଇଲାସ୍ । ସେ କଇରଇଲା, ଜିଉଦି ନଇଲା ଲକ୍ମନ୍ କାଇକେ ରିସା ଅଇଲାଇ? ଲକ୍ମନ୍ କାଇକେ ଚୁଚାଇ ସଡ୍ଜଁତର୍ କଲାଇ?
26 Pourquoi les rois de la terre se sont-ils levés, et les princes se sont-ils ligués contre le Seigneur et contre son Christ?
୨୬ମାପ୍ରୁର୍ ବିରଦେ ଆରି ତାକର ମସିଆର୍ ବିରଦେ ଜଗତର୍ ରାଜାମନ୍ ଆରି ସାସନ୍କାରିଆମନ୍ ଜୁଜ୍ବାକେ ନିଜ୍କେ ତିଆର୍ ଅଇ ରୁଣ୍ଡ୍ଲାଇ ।
27 Car Hérode et Ponce-Pilate se sont vraiment ligués dans cette cité avec les gentils et les peuples d’Israël, contre votre saint Fils Jésus que vous avez consacré par votre onction,
୨୭କାଇକେବଇଲେ ଏ ନଅରେ ଏରଦ୍ ଆରି ପନ୍ତିୟ ପିଲାତ୍ ଇସ୍ରାଏଲିୟମନର୍ ସଙ୍ଗ୍ ଆରି ଜିଉଦି ନ ଅଇରଇବା ଲକର୍ସଙ୍ଗ୍ ମିସି ଜିସୁର୍ ବିରଦେ ଜଜ୍ନା କଲାଇ । ସେ ସେ ତମର୍ ସୁକଲ୍ ଦାଙ୍ଗ୍ଡା ଆରି ତମେ ବାଚ୍ଲା ମସିଅ ।
28 Pour faire ce que votre bras et votre conseil avaient décrété qui serait fait.
୨୮ତମର୍ ବପୁ ଆରି ମନ୍ କଲାଟା ଇସାବେ ଜାଇଟା ସବୁ ଗଟାଇବାପାଇ ତମେ ଟିକ୍ କରି ରଇଲାସ୍, ସେମନ୍ ଗଟେକ୍ ଅଇ ସେ ସବୁ କର୍ବାକେ ଲାଗିପଡ୍ଲାଇ ।
29 Et maintenant. Seigneur, regardez leurs menaces, et donnez à vos serviteurs d’annoncer votre parole en toute confiance,
୨୯“ଏ ମାପ୍ରୁ, ସେମନ୍ ଆମ୍କେ ଜନ୍ ଦମକ୍ ଦେଲାଇ ଆଚତ୍ ସେ ବିସଇ ସୁନା ଆରି ନ ଡର୍ତେ ତମର୍ କାତା ଜାନାଇବାକେ ତମର୍ ଏ ଦାଙ୍ଗ୍ଡାମନ୍କେ ଡାଟ୍ କରା ।
30 En étendant votre main pour que des guérisons, des miracles et des prodiges soient faits par le nom de votre saint Fils Jésus.
୩୦ନିମାନ୍ କର୍ବାକେ ତମର୍ ଆତ୍ ଲାମାଆ ଆରି ତମର୍ ସୁକଲ୍ ଦାଙ୍ଗ୍ଡା ଜିସୁର୍ ନାଏଁ ନ ଅଇବା କାମ୍ ଆରି କାବା ଅଇଜିବା କାମ୍ମନ୍ ସାଦନ୍ କରାଆ ।”
31 Et quand ils eurent prié, le lieu où ils étaient assemblés trembla, et ils furent tous remplis de l’Esprit-Saint, et ils annonçaient la parole de Dieu avec confiance.
୩୧ସେମନ୍ ପାର୍ତନା କରିସାରାଇଲା ପଚେ ଜନ୍ ଜାଗାଇ ରୁଣ୍ଡିରଇଲାଇ, ସେଟା ଚୁଲ୍ବୁଲିଗାଲା । ସେମନ୍ ସବୁ ସୁକଲ୍ଆତ୍ମାଇ ପୁରାପୁରୁନ୍ ଅଇଲା । ଆରି ନ ଡର୍ତେ ପର୍ମେସରର୍ କାତା ଜାନାଇବାର୍ ଦାର୍ଲାଇ ।
32 Or la multitude des croyants n’avait qu’un cœur et qu’une âme; et nul ne regardait comme étant à lui rien de ce qu’il possédait; mais toutes choses leur étaient communes.
୩୨ସବୁ ବିସ୍ବାସିମନ୍ ଗଟେକ୍ ବିସଇ ଚିନ୍ତା କରି ମନ୍ କଲାଇ । କେ ମିସା ନିଜର୍ ସଁମ୍ପତି ନିଜର୍ ବଲି ଦାବି ନ କର୍ତେ ରଇଲାଇ । ତାକର୍ଟାନେ ଜେତ୍କି ରଇଲା ସେଟା ସବୁଲକ୍ ସମାନ୍ କରି ବାଟାସାଟା କର୍ତେ ରଇଲାଇ ।
33 Et les apôtres rendaient témoignage avec une grande force de la résurrection du Seigneur Jésus-Christ, et une grande grâce était en eux tous.
୩୩ପେରିତ୍ ସିସ୍ମନ୍ ବପୁସଙ୍ଗ୍ ସାକି ଦେବାର୍ ଦାର୍ଲାଇ । ପର୍ମେସର୍ ମାପ୍ରୁ ଜିସୁକେ କେନ୍ତିକରି ମଲାଟାନେଅନି ଉଟାଇଲା ବଲି । ଆରି ପର୍ମେସର୍ ସବୁ ବିସ୍ବାସିମନ୍କେ ଅଦିକ୍ ଅଦିକ୍ ଜିବନ୍ ଦୁକାଇଲା ।
34 Aussi il n’y avait aucun pauvre parmi eux; car tout ce qu’il y avait de possesseurs de champs ou de maisons, les vendaient, et apportaient le prix de ce qu’ils avaient vendu,
୩୪ତାକର୍ ଦଲେ ଜିଇବା କାଇବାକେ କାକେ ମିସା ଅବାବ୍ ନ ରଇଲା । ଜନ୍ ଲକ୍ମନ୍କେ ଗର୍ ଆରି ଜମିରଇଲା, ସେମନ୍ ସେଟା ବିକିକରି ଡାବୁ ଆନି,
35 Et le déposaient aux pieds des apôtres; on le distribuait ensuite à chacun selon qu’il en avait besoin.
୩୫ପେରିତ୍ମନ୍କେ ସର୍ପିଦେଇରଇଲା । ସେ ଡାବୁ, ପେରିତ୍ ମନ୍ ଅବାବେ ରଇଲା ଲକ୍ମନ୍କେ ବାଟାକରି ଦେଇତେରଇଲାଇ ।
36 Joseph donc, surnommé par les apôtres Barnabé (qu’on interprète par fils de consolation), lévite et Cypriote de naissance,
୩୬ସାଇପରସ୍ ନାଉଁର୍ ଗଟେକ୍ ଜାଗାଇ ଜନମ୍ କରିରଇବା ଲେବି କୁଟୁମର୍ ଜସେପ୍, ଜାକେ ପେରିତ୍ ସିସ୍ମନ୍ ବର୍ନବା ବଲି ନାଉଁ ଦେଇ ରଇଲାଇ । ବର୍ନବାର୍ ଅରତ୍ ଦୁକ୍ ସାରାଇବା ପିଲା । ସେ ତାର୍ ଜମି ବିକ୍ଲା ଆରି
37 Comme il avait un champ, le vendit, et en apporta le prix, et le déposa aux pieds des apôtres.
୩୭ଡାବୁ ପେରିତ୍ ସିସ୍ମନ୍କେ ସର୍ପିଦେଲା ।