< Marc 12 >
1 Puis il se mit à leur parler en paraboles: «Un homme avait planté une vigne; après l'avoir entourée d'une haie, y avoir creusé une cuve et construit une tour, il la loua à des vignerons et fit une absence.
୧ତାର୍ପଚେ ଜିସୁ ଲକ୍ମନ୍କେ ବୁଜାଇବାକେ କେତେଟା କାତାନି କଇବାର୍ ଦାର୍ଲା । ପର୍ତୁମ୍ କାତାନି ଅଇଲାନି, ଗଟେକ୍ ଲକ୍ ଗଟେକ୍ ଅଙ୍ଗୁର୍ବାଡ୍ ତିଆର୍କରି, ତାର୍ ଚାରିବେଡ୍ତି ବାଡ୍ ବୁନ୍ଲା, ଆରି ଅଙ୍ଗୁର୍ ପିଲ୍ବାକେ ଗଟେକ୍ କୁଣ୍ଡ୍ ତିଆର୍କଲା । ବାଡ୍ ଜାଗ୍ବାକେ ଗଟେକ୍ ଚାଙ୍ଗ୍ ତିଆର୍କଲା । ଚାସ୍ କର୍ବା ଲକ୍ମନ୍କେ ବାଡ୍ ଆଦିବାଗ୍ କର୍ବାକେ ଦେଇକରି, ସେ ଗଟେକ୍ ବିନ୍ ଦେସେ ଉଟିଗାଲା ।
2 La saison venue, il envoya, un serviteur aux vignerons pour recueillir de leurs mains une partie du produit de sa vigne.
୨ତାର୍ପଚେ ଅଙ୍ଗୁର୍ ତଲ୍ବା ବେଲା ଆଇଲାକେ, ସାଉକାର୍ ତାର୍ ଗଟେକ୍ ଗତିଦାଙ୍ଗ୍ଡାକେ ଅଙ୍ଗୁର୍ପଲର୍ ବାଗ୍ ବାଟା ପାଇବାକେ ଚାସିମନର୍ଲଗେ ପାଟାଇଲା ।
3 Or ceux-ci s'emparèrent de lui, le battirent et le renvoyèrent les mains vides.
୩ମାତର୍ ଚାସି ଲକ୍ମନ୍, ସାଉକାର୍ ପାଟାଇଲା ଗତିଦାଙ୍ଗ୍ଡାକେ ଦାରିକରି ମାରିପାକାଇଲାଇ ଆରି କାଇଟା ନ ଦେଇ ଚୁଚା ଆତେ ପାଟାଇଦେଲାଇ ।
4 Le maître alors leur envoya un autre serviteur. Celui-là, ils le blessèrent à la tête et le traitèrent avec mépris.
୪ସାଉକାର୍ ତାର୍ ଆରିଗଟେକ୍ ଗତି ଦାଙ୍ଗ୍ଡାକେ ଚାସିମନର୍ ଲଗେ ପାଟାଇଲା । ଚାସି ଲକ୍ମନ୍ ସେ ଗତିଦାଙ୍ଗ୍ଡାକେ ମିସା ମୁଣ୍ଡ୍ ପୁଟ୍ତେ ମାର୍ଲାଇ ଆରି ଇଜତ୍ ଜିକ୍ଲାଇ ।
5 Il en envoya un autre: celui-là ils le tuèrent; plusieurs autres: ils battirent ceux-ci et tuèrent ceux-là.
୫ସାଉକାର୍ ଆରି ଗଟେକ୍ ଗତିଦାଙ୍ଗ୍ଡାକେ ପାଟାଇଲା ଜେ, ଚାସିଲକ୍ମନ୍ ତାକେ ମର୍ତେ ମାରିଦେଲାଇ । ତାର୍ପଚେ ସାଉକାର୍ ଆରି ଗାଦି ଗତିଦାଙ୍ଗ୍ଡାମନ୍କେ ପାଟାଇଲା ଜେ କେତେଟା ଗତିଦାଙ୍ଗ୍ଡାମନ୍କେ ମାର୍ଲାଇ ଆରି କେତେଟାକେ ମର୍ତେ ମାରିପାକାଇଲାଇ ।
6 Il avait encore un fils unique, un bien-aimé. Il le leur envoya le dernier, disant: «Ils respecteront mon fils.»
୬ଏବେ ସାଉକାରର୍ ଲଗେ ଗଟେକ୍ ଲକ୍ସେ ରଇଲା, ତାର୍ ନିଜର୍ ଆଲାଦର୍ ପିଲା । ମର୍ ପିଲାକେ ଚାସିଲକ୍ମନ୍ ନାମ୍ବାଇ ଆକା ଆରି ମର୍ ବାଗ୍ ପାଟାଇଦେବାଇ । ବଲି ବାବିକରି ସେ ସାରାସାରି ତାର୍ ପିଲାକେ ଚାସିମନର୍ ଲଗେ ପାଟାଇଲା ।
7 Mais ces vignerons se dirent de l'un à l'autre: «Celui-là c'est l'héritier; allons! tuons-le et l'héritage sera à nous!»
୭ମାତର୍ ଚାସିମନ୍ ନିଜର୍ ନିଜର୍ ବିତ୍ରେ କାତା ଅଇଲାଇ, “ଏ ଲକ୍ ତା ଆମର୍ ସାଉକାରର୍ ଗଟେକ୍ ବଲି ପିଲା, ଆସା ଆମେ ଆକେ ମର୍ତେ ମାର୍ଲେ ଏ ବାଡ୍ ଆମର୍ ଅଇଜାଇସି ।”
8 Et s'étant emparés de lui, ils le tuèrent et le jetèrent hors de la vigne.
୮ଆରି ଚାସିମନ୍ ସାଉକାରର୍ ପିଲାକେ ଦାରିକରି ମର୍ତେ ମାରି ଅଙ୍ଗୁର୍ ବାଡର୍ ସେପାଟେ ପିଙ୍ଗିଦେଲାଇ ।
9 Que fera le maître de la vigne? Il viendra, il fera périr les vignerons et donnera la vigne à d'autres.
୯ଏ କାତାନି କଇସାରାଇଲା ପଚେ, ଜିସୁ ସେମନ୍କେ ପାଚାର୍ଲା, “ଏନ୍ତି ବଇଲେ ଅଙ୍ଗୁର୍ ବାଡର୍ ସାଉକାର୍ କାଇଟା କର୍ସି? ସେ ଆସିକରି ଚାସିମନ୍କେ ମର୍ତେ ମାର୍ସି । ଆରି ଅଙ୍ଗୁର୍ ବାଡ୍ ବିନ୍ ଲକ୍ମନ୍କେ ଆଦିବାଗ୍ କର୍ବାକେ ଦେଇସି ।
10 N'avez-vous pas lu ce passage de l'Écriture: «La pierre qu'ont rejetée ceux qui bâtissaient, Celle-là même est devenue la tête de l'angle,
୧୦“ଗର୍ ବାନ୍ଦ୍ବା ଲକ୍ମନ୍ ଜନ୍ ପାକ୍ନା ନଏଁ ବଲି ଚାଡ୍ଲାଇ, ସେ ପାକ୍ନା ମୁକିଆ ପାକ୍ନା ଅଇଲା ବଲିକରି ତମେ ପର୍ମେସରର୍ ବଇତେଇ ପଡାସ୍ ନାଇ କି?”
11 C'est l'ouvrage du Seigneur, Ouvrage admirable à nos yeux!»
୧୧ଏ ବିସଇ ମାପ୍ରୁ କରିଆଚେ, ଏଟା ଆମର୍ ପାଇ କାବାଅଇଜିବା ବିସଇ ।
12 Ils cherchaient à l'arrêter; car ils comprenaient bien que c'était eux qu'il avait en vue dans cette parabole; mais ils redoutèrent la multitude. Alors ils le laissèrent et partirent.
୧୨ତେଇ ଜିଉଦି ଲକର୍ ମୁକିଅ ପୁଜାରିମନ୍ ଜିସୁକେ ବାନ୍ଦିନେବାକେ ବାଟ୍ କଜ୍ଲାଇ । କାଇକେବଇଲେ ଜିସୁ ଆମର୍ ବିରଦେ ଏ କାତାନି କଇଲାଇନି ବଲିକରି ସେମନ୍ ଜାନିରଇଲାଇ । ମାତର୍ ଲକ୍ମନ୍ ଆମ୍କେ କାଇ କାଇଟା କର୍ବାଇ। ବଲିକରି ଡରି, ତାକେ ଚାଡିକରି ଉଟିଗାଲାଇ ।
13 Ensuite ils lui envoyèrent quelques Pharisiens et Hérodiens pour le prendre au piège par ses propres paroles.
୧୩ତାର୍ପଚେ ଜିସୁକେ ତାର୍ କାତାଇ ବୁଲ୍ ଦାର୍ବାକେ ଜିଉଦି ନେତାମନ୍ କେତେଟା ପାରୁସି ଦଲର୍ ଲକ୍ମନ୍କେ ଆରି ଏରଦ୍ ରାଜାର୍ କେତେଟା ଲକ୍ମନ୍କେ ତାର୍ ଲଗେ ପାଟାଇଲାଇ ।
14 Ils arrivent et lui disent: «Maître, nous savons que tu es véridique; que tu n'as souci de qui que ce soit; sans regarder à la figure des uns et des autres, tu enseignes en toute vérité la voie de Dieu. Est-il permis, oui ou non, de payer l'impôt à César? Le payerons-nous ou ne le payerons-nous pas?»
୧୪ସେମନ୍ ଜିସୁର୍ ଲଗେ ଆସିକରି, “ଏ ଗୁରୁ ତମେ ସତ୍ କାତା କଇଲାସ୍ନି ଆରି କାକେ ମିସା ନ ଡରାସ୍, ସବୁ ଲକ୍ମନ୍କେ ସମାନ୍ ଇସାବେ ଦେକ୍ଲାସ୍ନି ବଲି ଆମେ ଜାନିଆଚୁ । କାଇକେବଇଲେ ତମେ ଲକ୍ମନର୍ ଇସାବେ ନାଇ, ମାତର୍ ସତ୍ ବାବେ ସିକାଇଲାସ୍ନି । ଏବେ ଆମ୍କେ କୁଆ, ରମିଅ ରାଜାକେ ସିସ୍ତୁ ଦେବାଟା ନିୟମ୍ କି ନାଇ?”
15 Connaissant leur perfidie, il leur dit: «Pourquoi me mettez-vous à l'épreuve?
୧୫“ଆମେ ସିସ୍ତୁ ବାନ୍ଦ୍ବୁ କି ନାଇ?” ଜିସୁ ସେମନର୍ ମନ୍ବିତ୍ରର୍ କୁଟ୍ କାତା ବୁଜିକରି ସେମନ୍କେ କଇଲା, “କାଇକେ ତମେ ମକେ ପାନ୍ଦେ ପାକାଇବାକେ ଚେସ୍ଟା କଲାସ୍ନି? ରମିୟ ସର୍କାରର୍ ଗଟେକ୍ ଅଦ୍ଲି ଡାବୁ ମର୍ ଲଗେ ଆନା, ମୁଇ ସେଟା ଦେକ୍ବି ।”
16 Apportez-moi un denier, que je le voie.» Ils lui en apportèrent un. «De qui est cette image? demanda-t-il; de qui est cette inscription?» Ils lui répondirent: «De Césars.»
୧୬ସେମନ୍ ଗଟେକ୍ ଅଦ୍ଲି ଡାବୁ ଆନ୍ଲାକେ ଜିସୁ ପାଚାର୍ଲା, “ଏ ଡାବୁ ଉପ୍ରେ କାର୍ ମୁର୍ତି ଆରି ନାଉଁ ଲେକା ଅଇଆଚେ?” ସେମନ୍ କଇଲାଇ, “ରମିୟ ରାଜାର୍ ମୁର୍ତି ଆରି ତାର୍ ନାଉଁ ଲେକା ଅଇଲାଆଚେ ।”
17 Alors Jésus leur dit: «Rendez à César ce qui est à César et à Dieu ce qui est à Dieu.» Et il les surprit extrêmement.
୧୭ଜିସୁ କଇଲା, “ଏନ୍ତି ବଇଲେ ଜନ୍ଟା ରମିୟ ରାଜାର୍, ସେଟା ରମିୟ ରାଜାକେ ଆରି ଜନ୍ଟା ପର୍ମେସରର୍, ସେଟା ପର୍ମେସର୍କେ ଦିଆସ୍ ।” ଏ କାତା ସୁନିକରି ସେମନ୍ କାବା ଅଇଗାଲାଇ ।
18 Ensuite des Sadducéens (ceux qui disent qu'il n'y a point de résurrection) vinrent lui poser une question:
୧୮ତାର୍ପଚେ ମଲାଟାନେଅନି ଉଟ୍ବା ବିସଇ, ବିସ୍ବାସ୍ ନ କର୍ବା ସାଦୁକି ଦଲର୍ ଲକ୍ମନ୍ ଜିସୁର୍ ଲଗେ ଆସିକରି ଏ ପର୍ସନ୍ ପାଚାର୍ଲାଇ ।
19 «Maître, dirent-ils, voici ce que Moïse nous a prescrit: «Si le frère de quelqu'un meurt laissant sa femme sans enfants, celui-ci devra épouser la veuve, pour susciter à son frère une postérité.»
୧୯“ଏ ଗୁରୁ, ଜଦି ଗଟେକ୍ ଲକ୍ ବିବାଅଇକରି ପିଲାଜିଲା ନ ଅଇତେ ମରିଜାଇସି ବଇଲେ, ତାର୍ ବାଇ ସେ ମାଇଜିକେ ବିବାଅଇ ପିଲାଜିଲା ପାଇବାର୍ ଆଚେ । ଏନ୍ତି କଲେ ମରିଗାଲା ବାଇର୍ ପାଇ ସେ ପିଲାଟକିମନ୍ ତାର୍ ନାଉଁ ଦାର୍ବାଇ ବଲି ମସା ଆମର୍ପାଇ ନିଅମ୍ ଲେକିଦେଲା ଆଚେ ।
20 Or il y a eu sept frères. Le premier a pris femme et est mort sans laisser de postérité.
୨୦ଏନ୍ତି ସାତ୍ ବାଇ ରଇଲାଇ, ସବୁର୍ଟାନେଅନି ବଡ୍ ବାଇ ବିବା ଅଇଲା । ମାତର୍ ପିଲାଟକି ନ ଅଇତେ ମରିଗାଲା ।
21 Le second a épousé la veuve et est mort aussi sans avoir de postérité. De même du troisième;
୨୧ସେଟାର୍ପାଇ ତାର୍ ପଚର୍ ବାଇ ସେ ମାଇଜିକେ ସଙ୍ଗଇଲା । ସେ ମିସା ପିଲାଟକି ନଇତେ ମରିଗାଲା । ତାର୍ପଚର୍ ବାଇ ମିସା ବିବା ଅଇ ପିଲାଟକି ନଇତେ ମରିଗାଲା ।
22 des sept aucun n'a laissé de postérité; enfin, après eux tous, la femme aussi est morte.
୨୨ସାତ୍ବାଇ ଜାକ ସେ ମାଇଜିକେ ଗଟେକ୍ ଲକର୍ ପଚେ ଗଟେକ୍ ଲକ୍ ବିବା ଅଇରଇଲାଇ । ସାରାସାରି ସାତ୍ ବାଇ ଜାକ ପିଲାଟକି ନ ଅଇତେ ମରିଗାଲାଇ । ତାର୍ପଚେ ସେ ମାଇଜି ମିସା ମରିଗାଲା ।
23 Eh bien, à la résurrection, duquel d'entre eux sera-t-elle l'épouse? Les sept, en effet, l'ont eue pour femme.»
୨୩ସାତ୍ବାଇ ଜାକ ତାକେ ବିବା ଅଇରଇଲାଇ, ତେବେ ମରିକରି ଉଟ୍ଲା ବେଲେ, ସେ କାର୍ ମାଇଜି ଅଇସି? ସାତ୍ବାଇ ଜାକ ତାକେ ବିବା ଅଇରଇଲାଇ ।”
24 Jésus leur répondit: «N'êtes-vous pas dans une erreur qui provient de ce que vous ignorez et les Écritures et la puissance de Dieu?
୨୪ଜିସୁ ସେମନ୍କେ କଇଲା, “ଦରମ୍ ସାସ୍ତରେ ପର୍ମେସରର୍ କାଇଟା ଲେକା ଅଇଲା ଆଚେ ସେ ବିସଇ, ଆରି ତାର୍ ବପୁର୍ ବିସଇ ତମେ ନାଜାନି କରି ବୁଲ୍ ବାବ୍ଲାସ୍ନି ।
25 En effet, ceux qui ressuscitent d'entre les morts ne se marient ni ne donnent en mariage, mais ils sont dans les cieux comme des anges.
୨୫ଜେଡେବେଲେ ଲକ୍ମନ୍ ମରିକରି ଆରି ତରେକ୍ ଉଟ୍ବାଇ, ସେବେଲେ ମୁନୁସ୍ପିଲାମନ୍ ବିବା ନ ଅଅତ୍, କି ମାଇଜି ଟକିମନ୍କେ ବିବା ଅଇବାକେ ନ ଦେଅତ୍ । ସେମନ୍ ସବୁଲକ୍ ସରଗର୍ ଦୁତ୍ପାରା ଅଇବାଇ ।
26 Et quant aux morts, quant à leur résurrection, n'avez-vous pas lu dans le livre de Moïse, au passage où il est question du buisson, en quels termes Dieu lui a parlé: «Je suis, dit-il, le Dieu d'Abraham, le Dieu d'Isaac, le Dieu de Jacob.
୨୬ମଲାଟାନେଅନି ଉଟ୍ବା ବିସଇ ମସା ଲେକ୍ଲା ବଇଟାନେ ପଡାସ୍ ନାଇ କି? ପର୍ମେସର୍ ଜଇଲାଗ୍ବା ବୁଟାଇ ମସାକେ ଦେକାଇରଇଲାଜେ, ‘ମୁଇ ଅବ୍ରାଆମର୍, ଇସାକର୍ ଆରି ଜାକୁବର୍ ପର୍ମେସର୍ ।’ ବଲି କଇଲାଟା, ଲେକା ଅଇଲାଆଚେ । ମାତର୍ ଏ ଲକ୍ମନ୍ ସବୁ ମରିଗାଲାଇ ଆଚତ୍ ।
27 Or ce n'est point des morts, c'est des vivants qu'il est Dieu. Vous êtes donc dans une grande erreur.»
୨୭ପର୍ମେସର୍ ମଲାଲକ୍ମନର୍ ମାପ୍ରୁ ନଏଁ । ସେ ଜିବନ୍ ରଇଲା ଲକ୍ମନର୍ ମାପ୍ରୁ । ଏ ବିସଇ ତମେ ବେସି ବୁଲ୍ ବୁଜ୍ଲାସ୍ନି ।” ବଲି କଇଲା ।
28 Un Scribe s'approcha; il avait entendu leur discussion, et, remarquant qu'il leur avait parfaitement répondu, il lui demanda: «Quel est parmi les commandements le premier de tous?»
୨୮ଜିସୁ ଆରି ସାଦୁକି ଦଲର୍ ଲକ୍ମନ୍ ଦଦା ପେଲା ଅଇବାବେଲେ ଗଟେକ୍ ନିୟମ୍ ସିକାଉ ତାର୍ ଲଗେ ଆଇଲା । ଜିସୁ ଲକ୍ମନର୍ ପର୍ସନର୍ ଉତର୍ ନିମାନ୍ସଙ୍ଗ୍ କଇବାଟା ସୁନିକରି, ତାକେ ପାଚାର୍ଲା, “କନ୍ ଆଦେସ୍ ସବୁର୍ଟାନେଅନି ଅଦିକ୍ ମୁକିଅ?”
29 Jésus, répondit: «Voici le premier: «Écoute, Israël, le Seigneur notre Dieu est l'Unique Seigneur,
୨୯ଜିସୁ କଇଲା, “ସବୁର୍ଟାନେଅନି ପର୍ତୁମର୍ ମୁକିଅ ଆଦେସ୍ ଅଇଲାନି, ସୁନା ଏ ଇସ୍ରାଏଲର୍ ଲକ୍ମନ୍ ମାପ୍ରୁ ଆମର୍ ପର୍ମେସର୍ ଗଟେକ୍ସେ ମାପ୍ରୁ ।
30 et tu aimeras le Seigneur ton Dieu, de tout ton coeur, de toute ton âme, de toute ta pensée, de toute ta force»; voici le second:
୩୦ତମେ ତମର୍ ପୁରାପୁରୁନ୍ ମନ୍ ସଙ୍ଗ୍, ପୁରାପୁରୁନ୍ ଆତ୍ମା ସଙ୍ଗ୍, ପୁରାପୁରୁନ୍ ଚିନ୍ତାର୍ ସଙ୍ଗ୍ ଆରି ପୁରାପୁରୁନ୍ ବପୁସଙ୍ଗ୍ ତାକେ ଆଲାଦ୍ କର୍ବାର୍ ଆଚେ ।
31 «Tu aimeras ton prochain comme toi-même.» Aucun autre commandement n'est plus grand que ceux là.» —
୩୧ଆରି ପଚର୍ ମୁକିଅ ଆଦେସ୍ ଅଇଲାନି, ତମେ ନିଜ୍କେ ଆଲାଦ୍ କଲାପାରା ପଡିସାର୍ ଲକ୍କେ ମିସା ଆଲାଦ୍ କରା । ଏ ଦୁଇଟା ଆଦେସ୍ ଚାଡିକରି ଆରି କାଇ ମିସା ମୁକିଅ ଆଦେସ୍ ନାଇ” ବଲି କଇଲା ।
32 «Très bien, maître, lui dit le Scribe; tu es dans la vérité lorsque tu dis qu'Il est Unique et qu'il n'y en a pas d'autre que Lui,
୩୨ଏ କାତା ସୁନି ସେ ଲକ୍ ଜିସୁକେ କଇଲା, “ଏ ଗୁରୁ, ପର୍ମେସର୍ ଗଟେକ୍ ସେ, ତାକେ ଚାଡିଦେଲେ ଆରି କେ ମିସା ନାଇ । ଏ କାତା ତମେ ଟିକ୍ ବାବେ କଇଆଚାସ୍ ।
33 et lorsque tu dis que l'aimer de tout son coeur, de toute son intelligence, de toute sa force, et qu'aimer son prochain comme soi-même l'emporte sur tous les holocaustes et tous les sacrifices.»
୩୩ପର୍ମେସର୍କେ ସବୁ ମନ୍ଦେଇକରି ସବୁ ଚିନ୍ତା ଦେଇକରି ଆରି ସବୁ ବପୁ ଦେଇ ଆଲାଦ୍ କର୍ବାର୍ ଆଚେ ଆରି ନିଜ୍କେ ଆଲାଦ୍ କଲା ପାରା ବିନ୍ ଲକ୍କେ ମିସା ଆଲାଦ୍ କର୍ବାର୍ଆଚେ ବଲିକରି ତମେ କଇଲା କାତା ଟିକ୍ ସେ । ଆମେ ପର୍ମେସର୍କେ ଜେତେକ୍ ଅମ୍ କଲେ ମିସା ଆରି ଜେତେକ୍ କାଇଟା ପୁଜ୍ଲେ ମିସା, ଏ ଦୁଇଟା ଆଦେସ୍ ବେସି ମୁକିଅ ।” ବଲି କଇଲା ।
34 Jésus, remarquant la sagesse de ses paroles, lui dit: «Tu n'es pas loin du Royaume de Dieu.» Personne n'osait plus le questionner.
୩୪ସେଲକ୍ ବେସି ବୁଦି ସଙ୍ଗ୍ ଉତର୍ ଦେଲା ଆଚେ ବଲି ଜିସୁ ଦେକି, ତାକେ କଇଲା, “ତୁଇ ପର୍ମେସରର୍ ରାଇଜେ ପୁର୍ବା ଲଗେସେ ଆଚୁସ୍ ।” ତାର୍ପଚେ ଆରି କେ ମିସା ଜିସୁକେ ପର୍ସନ୍ ପାଚାର୍ବାକେ ସାଆସ୍ କରି ନାପାର୍ଲାଇ ।
35 Alors Jésus, prenant la parole, enseigna dans le Temple en ces termes: «Comment les Scribes disent-ils que le Christ est fils de David?
୩୫ଜିସୁ ଜିଉଦିମନ୍ ରୁଣ୍ଡ୍ବା ଗରର୍ ଡାଣ୍ଡେ ସିକିଆ ଦେବାବେଲେ ଲକ୍ମନ୍କେ ପାଚାର୍ଲା, “ପର୍ମେସର୍ ବାଚିକରି ପାଟାଇଲା ରାଜା ଦାଉଦର୍ ନାତିତିତି ବଲିକରି ନିୟମ୍ ସିକାଇଦେବା ଲକ୍ମନ୍ କେନ୍ତି କଇଲାଇନି?”
36 David lui-même a ainsi parlé par l'Esprit saint: «Le Seigneur a dit à mon Seigneur: Siège à ma droite Jusqu'à ce que j'aie mis tes ennemis sous tes pieds.»
୩୬ଦାଉଦ୍ ସୁକଲ୍ ଆତ୍ମାଇ ଅନି ଏନ୍ତି କଇଲା, ପର୍ମେସର୍ ମର୍ ମାପ୍ରୁକେ କଇଲା, “ମୁଇ ତର୍ ସତ୍ରୁମନ୍କେ ତର୍ ପାଦ୍ ତଲେ ନ ଆନ୍ବା ଜାକ ତୁଇ ମର୍ ଉଜାଆତ୍ବାଟେ ବସି ର ।”
37 David lui-même l'appelle «Seigneur»; d'ou vient alors qu'il est son fils?» La foule, qui était nombreuse, prenait plaisir à l'écouter.
୩୭“ଜଦି ଦାଉଦ୍ ରାଜା ନିଜେ ମାପ୍ରୁବଲି କଇରଇଲା ବଇଲେ ପର୍ମେସର୍ ବାଚିକରି ପାଟାଇରଇବା ମସିଅ କେନ୍ତି ଦାଉଦର୍ ପିଲା ଅଇସି?” ତେଇ ରଇଲା ବେସି ଲକ୍ମନ୍ ସାର୍ଦା ସଙ୍ଗ୍ ଏ କାତା ସୁନ୍ଲାଇ ।
38 Voici encore ce qu'il disait dans son enseignement: «Méfiez-vous de ces Scribes qui se complaisent à se promener en robes solennelles, à recevoir des salutations sur les places publiques,
୩୮ଜିସୁ ଆରି କେତେଟା ବିସଇ ସିକାଇଦେବା ବେଲେ କଇଲା, “ତମେ ନିୟମ୍ ସିକାଇଦେବା ଲକ୍ମନର୍ପାରା ଚଲାଚଲ୍ତି ନ ଅଇକରି ଜାଗ୍ରତ୍ ସଙ୍ଗ୍ ରୁଆ । ସେମନ୍ ସନ୍ମାନ୍ ପାଇବାକେ ବେସି ଡେଙ୍ଗ୍ ପଚିଆ ପିନ୍ଦିକରି ଏନେ ତେନେ ବୁଲ୍ବାଇ । ଆଟେ ବାଟେ ଲକ୍ମନର୍ଟାନେଅନି ଜୁଆର୍ ପାଇକରି ସନ୍ମାନ୍ ପାଇବାକେ ମନ୍ କର୍ବାଇ ।
39 à occuper les premiers sièges dans les synagogues, les premières places dans les festins,
୩୯ଜିଉଦିମନର୍ ପାର୍ତନା ଗରେ ମୁକିଅ ଜାଗାଇ, ବଜିଟାନର୍ ମୁକିଅ ଜାଗାଇ ବସ୍ବାକେ ମନ୍ କର୍ବାଇ ।
40 qui dévorent les ressources des veuves, et qui affectent de prier longuement. C'est pour ces hommes-là que le jugement aura le plus de rigueur.»
୪୦ଆରି ସେମନ୍ ରାଣ୍ଡି ମାଇଜିମନ୍କେ ନାଡାଇକରି ସେମନର୍ ଦନ୍ସଁପତି ଜୁରି ନେବାଇ । ସେମନ୍ ନିମାନ୍ ଲକ୍ ବଲିକରି ଦେକାଇଅଇବାକେ ବେସି ପର୍ ପାର୍ତନା କର୍ବାଇ । ଏନ୍ତି ଲକ୍ମନ୍କେ ପର୍ମେସର୍ ବିନ୍ ଲକ୍ମନର୍ଟାନେଅନି ବେସି ବଡ୍ ଡଣ୍ଡ୍ ଦେଇସି ।”
41 Il s'était assis vis-à-vis du tronc et il regardait comment chacun, dans la foule, y mettait son offrande. Nombre de riches donnaient beaucoup;
୪୧ଜିସୁ ମନ୍ଦିର୍ ବିତ୍ରେ ଜାଇକରି ଚାନ୍ଦାଦେବା ପେଡିଲଗେ ବସିକରି ଲକ୍ମନ୍ ପର୍ମେସର୍କେ କେନ୍ତି ଚାନ୍ଦା ଦେଲାଇନି ବଲି ଦେକ୍ତେରଇଲା । ସାଉକାର୍ ଲକ୍ମନ୍ ଲଚେକ୍ ଲଚେକ୍ ଡାବୁ ଦେବାଟା ଦେକ୍ଲା ।
42 survint une veuve pauvre qui mit deux lèptes (ce qui fait un quadrant).
୪୨ସାରାସାରି ଗଟେକ୍ ଗରିବ୍ ରାଣ୍ଡି ମାଇଜି ଦାନ୍ ଦେବା ପେଡିଲଗେ ଆସିକରି ଦୁଇଟା ସାନ୍ ତାମା କାସୁ ପୁରାଇଦେଲା । ସେ ଦୁଇଟା ଡାବୁର୍ ଦାମ୍ ଗଟେକ୍ ଟାଙ୍ଗାଇ ଅନି ମିସା ଉନା ।
43 Il appela ses disciples et leur dit: «En vérité je vous le dis: Cette veuve pauvre a mis dans le tronc plus que tous les autres.
୪୩ତାର୍ପଚେ ଜିସୁ ତାର୍ ସିସ୍ମନ୍କେ ଲଗେ ଡାକି କଇଲା, “ମୁଇ ତମ୍କେ ସତ୍ କାତା କଇଲିନି, ଏ ସବୁ ସାଉକାର୍ ଲକ୍ମନ୍ ଦେଲା ଡାବୁତେଇଅନି, ଏ ଅର୍କିତ୍ ରାଣ୍ଡି ମାଇଜି ଅଦିକ୍ ଦେଲାଆଚେ ।
44 Car tous les autres ont puisé dans leur superflu pour donner; mais celle-ci a pris sur son indigence; elle a donné tout ce qu'elle possédait, tout ce qu'elle avait pour vivre.»
୪୪କାଇକେବଇଲେ ସବୁ ଲକ୍ମନ୍ ସେମନ୍କେ ଦର୍କାର୍ ଅଇକରି ଅଗଲ୍ଲା ଡାବୁ ଦେଲାଇଆଚତ୍ । ମାତର୍ ଏ ଗରିବ୍ ରାଣ୍ଡି ମାଇଜି, ସେ ବଁଚ୍ବାପାଇ ଜେତ୍କି ଡାବୁ ରଇଲା, ସେ ସବୁ ଦେଲାଆଚେ” ବଲିକରି କଇଲା ।