< Romains 16 >
1 Je vous recommande notre sœur Phœbé, qui est Diaconesse de l'Eglise de Cenchrée:
କେଙ୍କ୍ରେୟା ସହରରେ ଥିବା ମଣ୍ଡଳୀର ସେବିକା ଆମ୍ଭମାନଙ୍କ ଭଉଣୀ ଫୈବୀଙ୍କ ସପକ୍ଷରେ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି,
2 Afin que vous la receviez selon le Seigneur, comme il faut recevoir les Saints; et que vous l'assistiez en tout ce dont elle aura besoin; car elle a exercé l'hospitalité à l'égard de plusieurs, et même à mon égard.
ତୁମ୍ଭେମାନେ ସାଧୁମାନଙ୍କୁ ଯଥାଯୋଗ୍ୟ ଭାବରେ ତାହାଙ୍କୁ ପ୍ରଭୁଙ୍କ ନାମରେ ଗ୍ରହଣ କରିବ, ଆଉ ଯେକୌଣସି ବିଷୟରେ ତୁମ୍ଭମାନଙ୍କଠାରୁ ତାଙ୍କର ସାହାଯ୍ୟ ଆବଶ୍ୟକ ହେବ, ସେ ବିଷୟରେ ତାହାଙ୍କୁ ସାହାଯ୍ୟ କରିବ; କାରଣ ସେ ନିଜେ ମଧ୍ୟ ଅନେକଙ୍କର ଓ ମୋʼ ନିଜର ଉପକାର କରିଅଛନ୍ତି।
3 Saluez Priscille et Aquilas mes Compagnons d'œuvre en Jésus-Christ.
“ଖ୍ରୀଷ୍ଟ ଯୀଶୁଙ୍କ କାର୍ଯ୍ୟରେ ମୋହର ସହକର୍ମୀ ପ୍ରୀସ୍କା ଓ ଆକ୍ୱିଲାଙ୍କୁ ନମସ୍କାର ଜଣାଅ;
4 Qui ont soumis leur cou pour ma vie, [et] auxquels je ne rends pas grâces moi seul, mais aussi toutes les Eglises des Gentils.
ସେମାନେ ମୋହର ପ୍ରାଣ ନିମନ୍ତେ ଆପଣା ଆପଣା ପ୍ରାଣକୁ ବିପଦଗ୍ରସ୍ତ କଲେ; କେବଳ ମୁଁ ଯେ ସେମାନଙ୍କୁ ଧନ୍ୟବାଦ ଦେଉଅଛି, ତାହା ନୁହେଁ, କିନ୍ତୁ ଅଣଯିହୁଦୀମାନଙ୍କ ମଣ୍ଡଳୀ-ସମୂହ ମଧ୍ୟ ସେମାନଙ୍କୁ ଧନ୍ୟବାଦ ଦେଉଅଛନ୍ତି;
5 [Saluez] aussi l'Eglise qui [est] dans leur maison. Saluez Epainète mon bien-aimé, qui est les prémices d'Achaïe en Christ.
ଆଉ ସେମାନଙ୍କ ଗୃହରେ ଥିବା ମଣ୍ଡଳୀକୁ ନମସ୍କାର ଜଣାଅ। ମୋହର ପ୍ରିୟ ଏପାଇନେତଙ୍କୁ ନମସ୍କାର ଜଣାଅ, ସେ ଖ୍ରୀଷ୍ଟଙ୍କ ଉଦ୍ଦେଶ୍ୟରେ ଏସିଆର ପ୍ରଥମ ଫଳ ସ୍ୱରୂପ ଅଟନ୍ତି।
6 Saluez Marie, qui a fort travaillé pour nous.
ମରୀୟମଙ୍କୁ ନମସ୍କାର ଜଣାଅ, ସେ ତୁମ୍ଭମାନଙ୍କ ନିମନ୍ତେ ବହୁ ପରିଶ୍ରମ କରିଥିଲେ।
7 Saluez Andronique et Junias mes cousins, qui ont été prisonniers avec moi, et qui sont distingués entre les Apôtres, et qui même ont été avant moi en Christ.
ମୋହର ସ୍ୱଜାତୀୟ ଓ ସହବନ୍ଦୀ ଆନ୍ଦ୍ରନିକ ଓ ଯୂନିୟାଙ୍କୁ ନମସ୍କାର ଜଣାଅ; ସେମାନେ ପ୍ରେରିତମାନଙ୍କ ମଧ୍ୟରେ ବିଖ୍ୟାତ ଓ ମୋହର ପୂର୍ବରେ ସୁଦ୍ଧା ଖ୍ରୀଷ୍ଟଙ୍କ ଆଶ୍ରିତ ହୋଇଅଛନ୍ତି।
8 Saluez Amplias mon bien-aimé au Seigneur.
ପ୍ରଭୁଙ୍କଠାରେ ମୋହର ପ୍ରିୟ ଆମ୍ପ୍ଳିୟାତାଙ୍କୁ ନମସ୍କାର ଜଣାଅ।
9 Saluez Urbain notre Compagnon d'œuvre en Christ, et Stachys mon bien aimé.
ଖ୍ରୀଷ୍ଟଙ୍କ ସେବାରେ ଆମ୍ଭମାନଙ୍କ ସହକର୍ମୀ ଉର୍ବାଣଙ୍କୁ ଓ ମୋହର ପ୍ରିୟ ସ୍ତାଖୁଙ୍କୁ ନମସ୍କାର ଜଣାଅ।
10 Saluez Apelles approuvé en Christ. Saluez ceux de chez Aristobule.
ଖ୍ରୀଷ୍ଟଙ୍କଠାରେ ପରୀକ୍ଷାସିଦ୍ଧ ଆପେଲ୍ଲାଙ୍କୁ ନମସ୍କାର ଜଣାଅ। ଆରିସ୍ତବୂଲଙ୍କ ପରିବାରସ୍ଥ ଲୋକମାନଙ୍କୁ ନମସ୍କାର ଜଣାଅ।
11 Saluez Hérodion mon cousin. Saluez ceux de chez Narcisse qui sont en [notre] Seigneur.
ମୋହର ସ୍ୱଜାତୀୟ ହେରୋଦୀୟୋନଙ୍କୁ ନମସ୍କାର ଜଣାଅ। ନାର୍କିସଙ୍କ ପରିବାର ମଧ୍ୟରେ ଯେଉଁମାନେ ପ୍ରଭୁଙ୍କ ଆଶ୍ରିତ ଅଛନ୍ତି, ସେମାନଙ୍କୁ ନମସ୍କାର ଜଣାଅ।
12 Saluez Tryphène et Thryphose, lesquelles travaillent en [notre] Seigneur. Saluez Perside la bien-aimée, qui a beaucoup travaillé en notre Seigneur.
ପ୍ରଭୁଙ୍କ କାର୍ଯ୍ୟରେ ପରିଶ୍ରମ କରୁଥିବା କ୍ରୁଫେଣା ଓ କ୍ରୁଫୋସାଙ୍କୁ ନମସ୍କାର ଜଣାଅ। ପ୍ରିୟ ପର୍ଶିଙ୍କୁ ନମସ୍କାର ଜଣାଅ, ସେ ପ୍ରଭୁଙ୍କ କାର୍ଯ୍ୟରେ ବହୁ ପରିଶ୍ରମ କରିଅଛନ୍ତି।
13 Saluez Rufus élu au Seigneur, et sa mère, [que je regarde comme] la mienne.
ପ୍ରଭୁଙ୍କ ମନୋନୀତ ରୂଫଙ୍କୁ ଓ ତାଙ୍କର ମାତାଙ୍କୁ ନମସ୍କାର ଜଣାଅ, ସେ ମଧ୍ୟ ମୋହର ମାତା ସ୍ୱରୂପ।
14 Saluez Asyncrite, Phlégon, Hermas, Patrobas, Hermès, et les frères qui sont avec eux.
ଅସୁଙ୍କ୍ରିତ, ଫ୍ଳେଗୋନ୍, ହର୍ମୀସ୍, ପାତ୍ରବା, ହର୍ମାସ୍, ଆଉ ସେମାନଙ୍କ ସାଙ୍ଗରେ ଥିବା ଭାଇମାନଙ୍କୁ ନମସ୍କାର ଜଣାଅ।
15 Saluez Philologue, et Julie, Nérée, et sa sœur, et Olympe, et tous les Saints qui sont avec eux.
ଫିଲଲଗ ଓ ଯୂଲିଅ, ନୀରୂସ୍ ଓ ତାହାଙ୍କ ଭଉଣୀ; ପୁଣି, ଅଲୁମ୍ପା ଓ ସେମାନଙ୍କ ସାଙ୍ଗରେ ଥିବା ସମସ୍ତ ସାଧୁଙ୍କୁ ନମସ୍କାର ଜଣାଅ।
16 Saluez-vous l'un l'autre par un saint baiser. Les Eglises de Christ vous saluent.
ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର। ଖ୍ରୀଷ୍ଟଙ୍କ ସମସ୍ତ ମଣ୍ଡଳୀ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।”
17 Or je vous exhorte, mes frères, de prendre garde à ceux qui causent des divisions et des scandales contre la doctrine que vous avez apprise, et de vous éloigner d'eux.
ହେ ଭାଇମାନେ, ତୁମ୍ଭେମାନେ ଯେଉଁ ଶିକ୍ଷା ପାଇଅଛ, ସେଥିର ବିପରୀତ ଯେଉଁମାନେ ଦଳଭେଦ ଓ ବିଘ୍ନର କାରଣ ଘଟାନ୍ତି, ସେମାନଙ୍କୁ ଚିହ୍ନି ରଖି ସେମାନଙ୍କଠାରୁ ପୃଥକ୍ ରହିବା ପାଇଁ ମୁଁ ତୁମ୍ଭମାନଙ୍କୁ ଅନୁରୋଧ କରୁଅଛି;
18 Car ces sortes de gens ne servent point notre Seigneur Jésus-Christ, mais leur propre ventre, et par de douces paroles et des flatteries ils séduisent les cœurs des simples.
କାରଣ ଏହିପରି ଲୋକମାନେ ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟଙ୍କର ଦାସ ନୁହଁନ୍ତି, କିନ୍ତୁ ଆପଣା ଆପଣା ଉଦରର ଦାସ ଅଟନ୍ତି, ପୁଣି, ମିଷ୍ଟବାକ୍ୟ ଓ ଚାଟୁଭାଷାରେ ସରଳ ହୃଦୟ ଲୋକଙ୍କର ମନ ଭୁଲାନ୍ତି।
19 Car votre obéissance est venue à la connaissance de tous. Je me réjouis donc de vous; mais je désire que vous soyez prudents quant au bien, et simples quant au mal.
ଯେଣୁ ତୁମ୍ଭମାନଙ୍କ ଆଜ୍ଞାବହତାର କଥା ସମସ୍ତ ଲୋକଙ୍କ ମଧ୍ୟରେ ବ୍ୟାପିଯାଇଅଛି; ଅତଏବ, ମୁଁ ତୁମ୍ଭମାନଙ୍କ ନିମନ୍ତେ ଆନନ୍ଦ କରୁଅଛି, କିନ୍ତୁ ତୁମ୍ଭେମାନେ ଯେପରି ସତ୍ ବିଷୟରେ ଜ୍ଞାନୀ ଓ ଅସତ୍ ବିଷୟରେ ଅମାୟିକ ହୁଅ, ଏହା ମୋହର ଇଚ୍ଛା।
20 Or le Dieu de paix brisera bientôt satan sous vos pieds. La grâce de notre Seigneur Jésus-Christ [soit] avec vous, Amen!
ଆଉ ଶାନ୍ତିଦାତା ଈଶ୍ବର ଶୟତାନକୁ ଶୀଘ୍ର ତୁମ୍ଭମାନଙ୍କ ପଦ ତଳେ ଦଳିପକାଇବେ। ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହ ତୁମ୍ଭମାନଙ୍କ ସହବର୍ତ୍ତୀ ହେଉ।
21 Timothée mon Compagnon d'œuvre vous salue, comme aussi Lucius, et Jason, et Sosipater mes cousins.
ମୋହର ସହକର୍ମୀ ତୀମଥି, ପୁଣି, ମୋହର ସ୍ୱଜାତୀୟ ଲୂକୀୟ, ଯାସୋନ ଓ ସୋସିପାତ୍ର ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
22 Moi Tertius qui ai écrit cette Epître, je vous salue en [notre] Seigneur.
ଏହି ପତ୍ର ଲେଖକ ଯେ ମୁଁ ତର୍ତ୍ତୀୟ, ମୁଁ ପ୍ରଭୁଙ୍କ ନାମରେ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛି।
23 Gaïus mon hôte, et celui de toute l'Eglise, vous salue. Eraste le Procureur de la ville, vous salue, et Quartus [notre] frère.
ମୋହର ଓ ସମସ୍ତ ମଣ୍ଡଳୀର ଆତିଥ୍ୟକାରୀ ଗାୟ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି। ଏହି ନଗରର କୋଷାଧ୍ୟକ୍ଷ ଏରାଷ୍ଟ ଓ ଭାଇ କ୍ୱାର୍ତ୍ତ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
24 La grâce de notre Seigneur Jésus-Christ [soit] avec vous tous, Amen!
[ଆମ୍ଭମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ। ଆମେନ୍।]
25 Or à celui qui est puissant pour vous affermir selon mon Evangile, et [selon] la prédication de Jésus-Christ, conformément à la révélation du mystère qui a été tû dans les temps passés, (aiōnios )
ଯେଉଁ ଈଶ୍ବର ମୋହର ସୁସମାଚାର ଓ ଯୀଶୁ ଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍ ଯେଉଁ ନିଗୂଢ଼ତତ୍ତ୍ୱ ଅନାଦିକାଳରୁ ଗୁପ୍ତ ଥିଲା, (aiōnios )
26 Mais qui est maintenant manifesté par les Ecritures des Prophètes, suivant le commandement du Dieu éternel, et qui est annoncé parmi tous les peuples pour les amener à la foi. (aiōnios )
ମାତ୍ର ଏବେ ପ୍ରକାଶିତ ହୋଇଅଛି, ପୁଣି, ବିଶ୍ୱାସ କରି ଆଜ୍ଞାବହ ହେବା ନିମନ୍ତେ ଅନାଦି ଈଶ୍ବରଙ୍କ ଆଜ୍ଞାନୁସାରେ ଭାବବାଦୀମାନଙ୍କ ଶାସ୍ତ୍ର ସାହାଯ୍ୟରେ ସମସ୍ତ ମାନବଜାତି ନିକଟରେ ଜ୍ଞାତ କରାଯାଇଅଛି, ସେହି ନିଗୂଢ଼ତତ୍ତ୍ୱର ପ୍ରକାଶ ଅନୁସାରେ ତୁମ୍ଭମାନଙ୍କୁ ସୁସ୍ଥିର କରିବାକୁ ସକ୍ଷମ ଅଟନ୍ତି, (aiōnios )
27 A Dieu, [dis-je], seul sage, soit gloire éternellement par Jésus-Christ, Amen! (aiōn )
ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯୁଗେ ଯୁଗେ ସେହି ଏକମାତ୍ର ଜ୍ଞାନବାନ ଈଶ୍ବରଙ୍କ ଗୌରବ ହେଉ। ଆମେନ୍। (aiōn )