1 Cantique de Mahaloth. Voici, bénissez l'Eternel, vous tous les serviteurs de l'Eternel, qui assistez toutes les nuits dans la maison de l'Eternel.
ଆରୋହଣ ଗୀତ। ଦେଖ, ହେ ସଦାପ୍ରଭୁଙ୍କ ଦାସସକଳ, ରାତ୍ରିକାଳରେ ସଦାପ୍ରଭୁଙ୍କ ଗୃହରେ ସେବା କରୁଥାଅ ଯେ ତୁମ୍ଭେମାନେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଧନ୍ୟବାଦ କର।