< Actes 7 >

1 Alors le souverain Sacrificateur [lui] dit: ces choses sont-elles ainsi?
ସେଥିରେ ମହାଯାଜକ ପଚାରିଲେ, ଏହି ସମସ୍ତ ଅଭିଯୋଗ କି ସତ୍ୟ?
2 Et [Etienne] répondit: hommes frères et pères, écoutez [-moi]: le Dieu de gloire apparut à notre père Abraham, du temps qu'il était en Mésopotamie, avant qu'il demeurât à Carran,
ସ୍ତିଫାନ କହିଲେ, ହେ ଭାଇ ଓ ପିତାମାନେ, ଶୁଣନ୍ତୁ। ଆମ୍ଭମାନଙ୍କର ପିତା ଅବ୍ରହାମ ହାରଣ ନଗରରେ ବାସ କରିବା ପୂର୍ବେ ଯେତେବେଳେ ସେ ମେସୋପଟାମିଆ ଦେଶରେ ଥିଲେ, ସେତେବେଳେ ଗୌରବମୟ ଈଶ୍ବର ତାହାଙ୍କୁ ଦର୍ଶନ ଦେଇ କହିଲେ,
3 Et lui dit: sors de ton pays, et d'avec ta parenté, et viens au pays que je te montrerai.
ତୁମ୍ଭେ ସ୍ୱଦେଶରୁ ଓ ଆପଣା ଆତ୍ମୀୟମାନଙ୍କ ମଧ୍ୟରୁ ବାହାରି ଆସ, ପୁଣି, ଆମ୍ଭେ ତୁମ୍ଭକୁ ଯେଉଁ ଦେଶ ଦେଖାଇବା, ସେହି ଦେଶକୁ ଯାଅ।
4 Il sortit donc du pays des Caldéens, et alla demeurer à Carran; et de là, après que son père fut mort, [Dieu] le fit passer en ce pays où vous habitez maintenant.
ସେଥିରେ କଲଦୀୟମାନଙ୍କ ଦେଶରୁ ବାହାରି ସେ ହାରଣରେ ବାସ କଲେ, ପୁଣି, ତାହାଙ୍କ ପିତାଙ୍କ ମୃତ୍ୟୁ ଉତ୍ତାରେ ସେଠାରୁ, ଆପଣମାନେ ଏବେ ଯେଉଁ ଦେଶରେ ବାସ କରୁଅଛନ୍ତି, ଏହି ଦେଶକୁ ଈଶ୍ବର ତାହାଙ୍କୁ ନେଇ ଆସିଲେ,
5 Et il ne lui donna aucun héritage en ce pays, non pas même d'un pied de terre, quoiqu'il lui eût promis de le lui donner en possession, et à sa postérité après lui, dans un temps où il n'avait point encore d'enfant.
ଆଉ, ସେ ତାହାଙ୍କୁ ସେଥିରେ କୌଣସି ଅଧିକାର ଦେଲେ ନାହିଁ, ନା, ଏକ ପାଦ ପରିମିତ ଭୂମି ହିଁ ଦେଲେ ନାହିଁ, ପୁଣି, ସେତେବେଳେ ତାହାଙ୍କର ସନ୍ତାନ ନ ଥିଲେ ସୁଦ୍ଧା ସେ ତାହାଙ୍କୁ ଓ ତାହାଙ୍କ ଭବିଷ୍ୟତ ବଂଶଧରକୁ ତାହା ଅଧିକାର କରିବା ନିମନ୍ତେ ଦେବେ ବୋଲି ପ୍ରତିଜ୍ଞା କଲେ।
6 Et Dieu lui parla ainsi: ta postérité séjournera quatre cents ans dans une terre étrangère, et là on l'asservira, et on la maltraitera.
ଈଶ୍ବର ଏହିପରି କହିଲେ, ତାହାଙ୍କ ବଂଶ ବିଦେଶରେ ପ୍ରବାସ କରିବେ ଏବଂ ସେ ସ୍ଥାନର ଲୋକେ ସେମାନଙ୍କୁ ଚାରି ଶହ ବର୍ଷ ପର୍ଯ୍ୟନ୍ତ ଦାସତ୍ୱରେ ରଖି ସେମାନଙ୍କ ପ୍ରତି ଅତ୍ୟାଚାର କରିବେ।
7 Mais je jugerai la nation à laquelle ils auront été asservis, dit Dieu; et après cela ils sortiront, et me serviront en ce lieu-ci.
ପୁଣି, ଈଶ୍ବର କହିଲେ, ସେମାନେ ଯେଉଁ ଜାତିର ଦାସ ହେବେ, ଆମ୍ଭେ ତାହାର ବିଚାର କରିବା; ତାହା ପରେ ସେମାନେ ବାହାରି ଆସି ଏହି ସ୍ଥାନରେ ଆମ୍ଭର ଉପାସନା କରିବେ।
8 Puis il lui donna l'Alliance de la Circoncision; et après cela [Abraham] engendra Isaac, lequel il circoncit le huitième jour; et Isaac engendra Jacob, et Jacob les douze Patriarches.
ଆଉ, ସେ ତାହାଙ୍କୁ ସୁନ୍ନତର ନିୟମ ପ୍ରଦାନ କଲେ, ପୁଣି, ତଦନୁସାରେ ଅବ୍ରହାମ ଇସ୍‌ହାକଙ୍କୁ ଜନ୍ମ ଦେଇ ଅଷ୍ଟମ ଦିନରେ ତାହାଙ୍କୁ ସୁନ୍ନତ କଲେ; ଇସ୍‌ହାକ ଯାକୁବଙ୍କୁ ପୁଣି, ଯାକୁବ ବାର ଜଣ ପିତୃକୁଳପତିଙ୍କୁ ଜନ୍ମ ଦେଇ ସେପରି କଲେ।
9 Et les Patriarches étant pleins d'envie vendirent Joseph [pour être mené] en Egypte; mais Dieu était avec lui;
ପିତୃକୁଳପତିମାନେ ଯୋଷେଫଙ୍କୁ ଈର୍ଷା କରି ମିସରକୁ ନିଆଯିବା ନିମନ୍ତେ ତାହାଙ୍କୁ ବିକ୍ରୟ କଲେ; କିନ୍ତୁ ଈଶ୍ବର ତାହାଙ୍କ ସହିତ ଥିଲେ,
10 Qui le délivra de toutes ses afflictions; et l'ayant rempli de sagesse il le rendit agréable à Pharaon, Roi d'Egypte, qui l'établit Gouverneur sur l'Egypte, et [sur] toute sa maison.
ପୁଣି, ତାହାଙ୍କ ସମସ୍ତ କ୍ଲେଶରୁ ତାହାଙ୍କୁ ଉଦ୍ଧାର କରି ମିସରର ରାଜା ଫାରୋଙ୍କ ସାକ୍ଷାତରେ ତାହାଙ୍କୁ ଅନୁଗ୍ରହ ଓ ଜ୍ଞାନ ପ୍ରଦାନ କଲେ; ସେଥିରେ ଫାରୋ ତାହାଙ୍କୁ ମିସର ଓ ଆପଣା ସମସ୍ତ ଗୃହର ଶାସନକର୍ତ୍ତା ସ୍ୱରୂପେ ନିଯୁକ୍ତ କଲେ।
11 Or il survint dans tout le pays d'Egypte et en Canaan une famine et une grande angoisse; tellement que nos pères ne pouvaient trouver des vivres.
ପରେ ସମସ୍ତ ମିସର ଓ କିଣାନରେ ଦୁର୍ଭିକ୍ଷ ପଡ଼ିଲା, ପୁଣି, ମହାକ୍ଲେଶ ଘଟିଲା, ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଖାଦ୍ୟ ପାଇ ପାରିଲେ ନାହିଁ।
12 Mais quand Jacob eut ouï dire qu'il y avait du blé en Egypte, il y envoya pour la première fois nos pères.
କିନ୍ତୁ ମିସରରେ ଶସ୍ୟ ଅଛି ବୋଲି ଶୁଣି, ଯାକୁବ ଆମ୍ଭମାନଙ୍କ ପିତୃପୁରୁଷମାନଙ୍କୁ ପ୍ରଥମରେ ପ୍ରେରଣ କଲେ।
13 Et [y étant retournés] une seconde fois, Joseph fut reconnu par ses frères, et la famille de Joseph fut déclarée à Pharaon.
ପୁଣି, ଦ୍ୱିତୀୟ ଥର ଯୋଷେଫ ଆପଣା ଭାଇମାନଙ୍କ ନିକଟରେ ପରିଚିତ ହେଲେ, ଆଉ ଫାରୋ ଯୋଷେଫଙ୍କ ଜାତିର ପରିଚୟ ପାଇଲେ।
14 Alors Joseph envoya quérir Jacob son père, et toute sa famille, qui était soixante-quinze personnes.
ତାହାପରେ ଯୋଷେଫ ଆପଣା ପିତା ଯାକୁବ ଓ ପଞ୍ଚସ୍ତରି ଜଣ ଜ୍ଞାତିକୁଟୁମ୍ବ ସମସ୍ତଙ୍କୁ ଡକାଇ ପଠାଇଲେ। ସେଥିରେ ଯାକୁବ ମିସରକୁ ଗଲେ,
15 Jacob donc descendit en Egypte, et il y mourut, lui et nos pères;
ପୁଣି, ସେ ଓ ଆମ୍ଭମାନଙ୍କର ପିତୃ-ପୁରୁଷମାନେ ପ୍ରାଣତ୍ୟାଗ କଲେ,
16 Qui furent transportés à Sichem, et mis dans le sépulcre qu'Abraham avait acheté à prix d'argent des fils d'Emmor, [fils] de Sichem.
ଆଉ ସେମାନଙ୍କ ମୃତ ଶରୀର, ଶିଖିମକୁ ନିଆଯାଇ, ଅବ୍ରହାମ ସେଠାକାର ହମୋର ସନ୍ତାନମାନଙ୍କଠାରୁ ଯେଉଁ ସମାଧି-ସ୍ଥାନକୁ ରୌପ୍ୟ ମୂଲ୍ୟ ଦେଇ କ୍ରୟ କରିଥିଲେ, ସେଥିରେ ସମାଧିସ୍ଥ ହେଲେ।
17 Mais comme le temps de la promesse pour laquelle Dieu avait juré à Abraham, s'approchait, le peuple s'augmenta et se multiplia en Egypte.
କିନ୍ତୁ ଈଶ୍ବର ଅବ୍ରହାମଙ୍କ ନିକଟରେ ଯେଉଁ ପ୍ରତିଜ୍ଞା କରିଥିଲେ, ସେହି ପ୍ରତିଜ୍ଞା ସଫଳ ହେବା ସମୟ ସନ୍ନିକଟ ହୁଅନ୍ତେ, ଲୋକମାନେ ମିସରରେ ବୃଦ୍ଧି ପାଇ ବହୁସଂଖ୍ୟକ ହୋଇ ଉଠିଲେ।
18 Jusqu'à ce qu'il parût en Egypte un autre Roi, qui n'avait point connu Joseph;
ଅବଶେଷରେ ମିସରରେ ଆଉ ଜଣେ ରାଜା ହେଲେ, ସେ ଯୋଷେଫଙ୍କୁ ଜାଣି ନ ଥିଲେ।
19 Et qui usant de ruse contre notre nation, maltraita nos pères, jusqu'à leur faire exposer leurs enfants à l'abandon, afin d'en faire périr la race.
ସେ ଆମ୍ଭମାନଙ୍କ ଜାତି ପ୍ରତି ଖଳ ବ୍ୟବହାର କଲେ, ପୁଣି, ଆମ୍ଭମାନଙ୍କ ପିତୃ-ପୁରୁଷମାନେ ଯେପରି ଆପଣା ଆପଣା ସନ୍ତାନମାନଙ୍କୁ ଜୀବିତ ନ ରହିବା ପାଇଁ ବାହାରେ ପକାଇ ଦିଅନ୍ତି, ଏଥିନିମନ୍ତେ ସେମାନଙ୍କ ପ୍ରତି ଅତ୍ୟାଚାର କଲେ।
20 En ce temps-là naquit Moïse, qui fut divinement beau; et il fut nourri trois mois dans la maison de son père.
ସେହି ସମୟରେ ମୋଶା ଜନ୍ମ ହେଲେ, ସେ ଈଶ୍ବରଙ୍କ ଦୃଷ୍ଟିରେ ଅତି ସୁନ୍ଦର ଥିଲେ ଓ ତିନି ମାସ ପର୍ଯ୍ୟନ୍ତ ଆପଣା ପିତାଙ୍କ ଗୃହରେ ପ୍ରତିପାଳିତ ହେଲେ।
21 Mais ayant été exposé à l'abandon, la fille de Pharaon l'emporta, et le nourrit pour soi comme son fils.
ପରେ ସେ ଯେତେବେଳେ ବାହାରେ ପକାଗଲେ, ସେତେବେଳେ ଫାରୋଙ୍କ କନ୍ୟା ତାହାଙ୍କୁ ଉଠାଇ ନେଇ ଆପଣା ପୁତ୍ରରୂପେ ପ୍ରତିପାଳନ କଲେ।
22 Et Moïse fut instruit dans toute la science des Egyptiens; et il était puissant en paroles et en actions.
ଆଉ ମୋଶା ମିସରୀୟମାନଙ୍କ ସମସ୍ତ ବିଦ୍ୟାରେ ଶିକ୍ଷିତ ହୋଇ ବାକ୍ୟ ଓ କର୍ମରେ ପରାକ୍ରମୀ ହେଲେ।
23 Mais quand il fut parvenu à l'âge de quarante ans, il forma le dessein d'aller visiter ses frères, les enfants d'Israël.
ତାହାଙ୍କୁ ଚାଳିଶ ବର୍ଷ ପୂର୍ଣ୍ଣ ହେଉଥିବା ସମୟରେ ଆପଣା ଭାଇମାନଙ୍କୁ, ଅର୍ଥାତ୍‍ ଇସ୍ରାଏଲ ସନ୍ତାନମାନଙ୍କୁ, ସାକ୍ଷାତ କରିବା ନିମନ୍ତେ ତାହାଙ୍କ ମନରେ ଇଚ୍ଛା ଜାତ ହେଲା।
24 Et voyant un d'eux à qui on faisait tort, il le défendit, et vengea celui qui était outragé, en tuant l'Egyptien.
ସେତେବେଳେ ଜଣକ ପ୍ରତି ଅନ୍ୟାୟ କରାଯାଉଥିବା ଦେଖି ସେ ତାହାର ସପକ୍ଷ ହେଲେ ଓ ସେହି ମିସରୀୟ ଲୋକକୁ ବଧ କରି ଅତ୍ୟାଚାରିତ ହେଉଥିବା ଲୋକ ପ୍ରତି ଅନ୍ୟାୟର ପ୍ରତିକାର କଲେ।
25 Or il croyait que ses frères comprendraient [par là] que Dieu les délivrerait par son moyen; mais ils ne le comprirent point.
ତାହାଙ୍କ ହସ୍ତ ଦ୍ୱାରା ଈଶ୍ବର ଯେ ତାହାଙ୍କ ଭାଇମାନଙ୍କୁ ଉଦ୍ଧାର କରୁଅଛନ୍ତି, ଏହା ସେମାନେ ବୁଝିବେ ବୋଲି ସେ ମନେ କରିଥିଲେ, କିନ୍ତୁ ସେମାନେ ବୁଝିଲେ ନାହିଁ।
26 Et le jour suivant il se trouva entre eux comme ils se querellaient, et il tâcha de les mettre d'accord, [en leur] disant: hommes, vous êtes frères, pourquoi vous faites-vous tort l'un à l'autre?
ପରଦିନ ସେମାନେ ପରସ୍ପର ମଧ୍ୟରେ ମରାମରି ହେଉଥିବା ସମୟରେ ସେ ଦେଖା ଦେଇ ସେମାନଙ୍କୁ ମିଳନ କରିବା ଉଦ୍ଦେଶ୍ୟରେ କହିଲେ, ଆହେ, ତୁମ୍ଭେମାନେ ପରସ୍ପର ଭାଇ, କାହିଁକି ଏକ-ଆରେକ ପ୍ରତି ଅନ୍ୟାୟ କରୁଅଛ?
27 Mais celui qui faisait tort à son prochain, le rebuta, lui disant: qui t'a établi Prince et Juge sur nous?
କିନ୍ତୁ ଯେଉଁ ଜଣକ ପ୍ରତିବାସୀ ପ୍ରତି ଅନ୍ୟାୟ କରୁଥିଲା, ସେ ତାହାଙ୍କୁ ପେଲିଦେଇ କହିଲା, କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ଶାସନକର୍ତ୍ତା ଓ ବିଚାରକସ୍ୱରୂପେ ନିଯୁକ୍ତ କଲା?
28 Me veux-tu tuer, comme tu tuas hier l'Egyptien?
କାଲି ଯେପରି ସେହି ମିସରୀୟ ବ୍ୟକ୍ତିକୁ ବଧ କରିଥିଲ, ସେପରି କି ମୋତେ ବଧ କରିବାକୁ ଇଚ୍ଛା କରୁଅଛ?
29 Alors Moïse s'enfuit sur un tel discours, et fut étranger dans le pays de Madian, où il eut deux fils.
ଏହି କଥା ଶୁଣି ମୋଶା ପଳାଇଯାଇ ମିଦୀୟନ ଦେଶରେ ପ୍ରବାସୀ ହେଲେ; ସେଠାରେ ତାହାଙ୍କର ଦୁଇ ପୁତ୍ର ଜନ୍ମ ହେଲେ।
30 Et quarante ans étant accomplis, l'Ange du Seigneur lui apparut au désert de la montagne de Sinaï, dans une flamme de feu qui était en un buisson.
ପରେ ଚାଳିଶ ବର୍ଷ ପୂର୍ଣ୍ଣ ହୁଅନ୍ତେ ସୀନୟ ପର୍ବତର ପ୍ରାନ୍ତରରେ ଜଣେ ଦୂତ ଗୋଟିଏ ବୁଦାର ଅଗ୍ନିଶିଖାରେ ତାହାଙ୍କୁ ଦର୍ଶନ ଦେଲେ।
31 Et quand Moïse le vit, il fut étonné de la vision, et comme il approchait pour considérer ce que c'était, la voix du Seigneur lui fut adressée,
ମୋଶା ସେହି ଦୃଶ୍ୟ ଦେଖି ଚମତ୍କୃତ ହେଲେ, ପୁଣି, ଭଲ ରୂପେ ଦେଖିବା ନିମନ୍ତେ ନିକଟକୁ ଯାଉଥିବା ସମୟରେ ପ୍ରଭୁଙ୍କର ଏହି ବାଣୀ ହେଲା,
32 [Disant]: je suis le Dieu de tes pères, le Dieu d'Abraham, et le Dieu d'Isaac, et le Dieu de Jacob. Et Moïse tout tremblant n'osait considérer ce que c'était.
ଆମ୍ଭେ ତୁମ୍ଭ ପିତୃ-ପୁରୁଷମାନଙ୍କ ଈଶ୍ବର, ଅବ୍ରହାମ, ଇସ୍‌ହାକ ଓ ଯାକୁବର ଈଶ୍ବର। ସେଥିରେ ମୋଶା କମ୍ପି ଉଠି, ଭଲ ରୂପେ ଦେଖିବାକୁ ସାହସ କଲେ ନାହିଁ।
33 Et le Seigneur lui dit: déchausse les souliers de tes pieds: car le lieu où tu es, est une terre sainte.
ତାହାପରେ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭ ପାଦରୁ ପାଦୁକା କାଢ଼ିପକାଅ, କାରଣ ତୁମ୍ଭେ ଯେଉଁ ସ୍ଥାନରେ ଠିଆ ହୋଇଅଛ, ତାହା ପବିତ୍ର ଭୂମି।
34 J'ai vu, j'ai vu l'affliction de mon peuple qui est en Egypte, et j'ai ouï leur gémissement, et je suis descendu pour les délivrer: maintenant donc viens; je t'enverrai en Egypte.
ମିସରରେ ମୋହର ଯେଉଁ ଲୋକମାନେ ଅଛନ୍ତି, ମୁଁ ସେମାନଙ୍କର କ୍ଲେଶ ନିଶ୍ଚୟ ଦେଖିଅଛି ଓ ସେମାନଙ୍କର ଆର୍ତ୍ତନାଦ ଶୁଣିଅଛି, ପୁଣି, ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ଓହ୍ଲାଇ ଆସିଅଛି, ଆଉ ଏବେ ଆସ, ମୁଁ ତୁମ୍ଭକୁ ମିସରକୁ ପ୍ରେରଣ କରିବି।
35 Ce Moïse, lequel ils avaient rejeté, en disant: qui t'a établi Prince et Juge? c'est celui que [Dieu] envoya pour Prince et pour libérateur par le moyen de l'Ange qui lui était apparu au buisson.
କିଏ ତୁମ୍ଭକୁ ଶାସନକର୍ତ୍ତା ଓ ବିଚାରକ ସ୍ୱରୂପେ ନିଯୁକ୍ତ କଲା ବୋଲି କହି ଏହି ଯେଉଁ ମୋଶାଙ୍କୁ ସେମାନେ ଅଗ୍ରାହ୍ୟ କଲେ, ତାହାଙ୍କୁ ଈଶ୍ବର ବୁଦାରେ ଦର୍ଶନ ଦେଇଥିବା ଦୂତଙ୍କ ସହାୟତାରେ ଶାସକ ଓ ଉଦ୍ଧାରକର୍ତ୍ତା କରି ପ୍ରେରଣ କଲେ।
36 C'est celui qui les tira dehors, en faisant des miracles et des prodiges dans la mer Rouge, et au désert par quarante ans.
ଏହି ବ୍ୟକ୍ତି ମିସର ଦେଶ, ସୂଫ ସାଗର ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ନାନା ଆଶ୍ଚର୍ଯ୍ୟକର୍ମ ଓ ଲକ୍ଷଣ ସାଧନ କରି ସେମାନଙ୍କୁ ବାହାର କରି ଆଣିଲେ।
37 C'est ce Moïse qui a dit aux enfants d'Israël: le Seigneur votre Dieu vous suscitera un Prophète tel que moi d'entre vos frères; écoutez-le.
ଏହି ମୋଶା ଇସ୍ରାଏଲର ସନ୍ତାନମାନଙ୍କୁ କହିଲେ, ଈଶ୍ବର ତୁମ୍ଭମାନଙ୍କର ଭାଇମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ନିମନ୍ତେ ମୋହର ସଦୃଶ ଜଣେ ଭାବବାଦୀଙ୍କୁ ଉତ୍ପନ୍ନ କରିବେ।
38 C'est celui qui fut en l'assemblée au désert avec l'Ange qui lui parlait sur la montagne de Sinaï, et qui fut avec nos pères, et reçut les paroles de vie pour nous les donner.
ଏହି ବ୍ୟକ୍ତି ପ୍ରାନ୍ତରସ୍ଥ ମଣ୍ଡଳୀ ମଧ୍ୟରେ ସୀନୟ ପର୍ବତରେ ତାହାଙ୍କ ସହିତ କଥା କହୁଥିବା ଦୂତଙ୍କ ଓ ଆମ୍ଭମାନଙ୍କ ପିତୃ-ପୁରୁଷମାନଙ୍କ ମଧ୍ୟରେ ମଧ୍ୟସ୍ଥ ଥିଲେ; ସେ ତୁମ୍ଭମାନଙ୍କୁ ଦାନ କରିବା ନିମନ୍ତେ ଜୀବନ୍ତ ବାକ୍ୟସମୂହ ପ୍ରାପ୍ତ ହେଲେ।
39 Auquel nos pères ne voulurent point obéir, mais ils le rejetèrent, et se détournèrent en leur cœur [pour retourner] en Egypte,
ଆମ୍ଭମାନଙ୍କର ପିତୃ-ପୁରୁଷମାନେ ତାହାଙ୍କର ଆଜ୍ଞାବହ ହେବାକୁ ଇଚ୍ଛା ନ କରି ତାହାଙ୍କୁ ଅଗ୍ରାହ୍ୟ କଲେ, ପୁଣି, ଆପଣା ଆପଣା ହୃଦୟରେ ମିସରକୁ ବାହୁଡ଼ିଯାଇ ହାରୋଣଙ୍କୁ କହିଲେ,
40 Disant à Aaron: fais-nous des dieux qui aillent devant nous; car nous ne savons point ce qui est arrivé à ce Moïse qui nous a amenés hors du pays d'Egypte.
ଆମ୍ଭମାନଙ୍କ ଆଗେ ଆଗେ ଯିବା ନିମନ୍ତେ ଆମ୍ଭମାନଙ୍କ ପାଇଁ ଦେବତାମାନଙ୍କୁ ନିର୍ମାଣ କର, କାରଣ ଏହି ଯେଉଁ ମୋଶା ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ତାହାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।
41 Ils firent donc en ces jours-là un veau, et ils offrirent des sacrifices à l'idole, et se réjouirent dans les œuvres de leurs mains.
ଆଉ ସେହି ସମୟରେ ସେମାନେ ଗୋଟିଏ ଗୋବତ୍ସ ନିର୍ମାଣ କଲେ ଏବଂ ସେହି ପ୍ରତିମା ଉଦ୍ଦେଶ୍ୟରେ ବଳି ଉତ୍ସର୍ଗ କରି ଆପଣା ଆପଣା ହସ୍ତନିର୍ମିତ ବସ୍ତୁରେ ଆନନ୍ଦ କରିବାକୁ ଲାଗିଲେ।
42 C'est pourquoi aussi Dieu se détourna [d'eux], et les abandonna à servir l'armée du ciel, ainsi qu'il est écrit au Livre des Prophètes: maison d'Israël, m'avez-vous offert des sacrifices et des oblations pendant quarante ans au désert?
କିନ୍ତୁ ଈଶ୍ବର ବିମୁଖ ହୋଇ ସେମାନଙ୍କୁ ଆକାଶବାହିନୀର ଉପାସନା କରିବାକୁ ଛାଡ଼ିଦେଲେ, ଯେପରି ଭାବବାଦୀମାନଙ୍କ ଶାସ୍ତ୍ରରେ ଲେଖାଅଛି, “‘ହେ ଇସ୍ରାଏଲ ବଂଶ, ପ୍ରାନ୍ତରରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ତୁମ୍ଭେମାନେ କଅଣ ଆମ୍ଭ ଉଦ୍ଦେଶ୍ୟରେ ପଶୁବଳି ଓ ନୈବେଦ୍ୟ ଉତ୍ସର୍ଗ କରିଥିଲ?
43 Mais vous avez porté le tabernacle de Moloc, et l'étoile de votre dieu Remphan; qui sont des figures que vous avez faites pour les adorer; c'est pourquoi je vous transporterai au delà de Babylone.
ବରଂ ତୁମ୍ଭେମାନେ ଉପାସନା କରିବା ନିମନ୍ତେ ଯେଉଁ ମୂର୍ତ୍ତିଗୁଡ଼ିକ ଗଢ଼ିଥିଲ, ସେହି ମୋଲଖର ତମ୍ବୁ ଓ ରେମ୍ଫାନ୍ ଦେବତାର ନକ୍ଷତ୍ରକୁ ତୁମ୍ଭେମାନେ ଘେନି ବହନ କଲ। ଏଣୁ ମୁଁ ତୁମ୍ଭମାନଙ୍କୁ ବାବିଲର ଆରପାଖକୁ ବନ୍ଦୀ କରି ପଠାଇବି।’
44 Le Tabernacle du témoignage a été avec nos pères au désert, comme avait ordonné celui qui avait dit à Moïse, de le faire selon le modèle qu'il en avait vu.
ତୁମ୍ଭେ ଯେଉଁ ଆଦର୍ଶ ଦେଖିଅଛ, ତଦନୁସାରେ ସାକ୍ଷ୍ୟ ତମ୍ବୁ ନିର୍ମାଣ କର ବୋଲି ମୋଶାଙ୍କୁ ଯେ କହିଥିଲେ, ତାହାଙ୍କ ଆଦେଶ ଅନୁଯାୟୀ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ପ୍ରାନ୍ତରରେ ସାକ୍ଷ୍ୟ ତମ୍ବୁ ପାଇଥିଲେ।
45 Et nos pères ayant reçu [ce Tabernacle], ils le portèrent sous la conduite de Josué au pays qui était possédé par les nations que Dieu chassa de devant nos pères, [où il demeura] jusqu'aux jours de David;
ଆଉ ଆମ୍ଭମାନଙ୍କ ପିତୃ-ପୁରୁଷମାନେ ତାହା ପ୍ରାପ୍ତ ହୋଇ, ଈଶ୍ବର ସେମାନଙ୍କ ସମ୍ମୁଖରୁ ଯେଉଁ ଜାତିମାନଙ୍କୁ ବାହାର କରିଦେଲେ, ସେହି ଜାତିମାନଙ୍କ ଅଧିକାରରେ ସେମାନେ ଯିହୋଶୂୟଙ୍କ ନେତୃତ୍ତ୍ୱରେ ପ୍ରବେଶ କରି ତାହା ଦାଉଦଙ୍କ ସମୟ ପର୍ଯ୍ୟନ୍ତ ରଖିଲେ।
46 Qui trouva grâce devant Dieu et qui demanda de pouvoir dresser un Tabernacle au Dieu de Jacob.
ଦାଉଦ ଈଶ୍ବରଙ୍କ ଦୃଷ୍ଟିରେ ଅନୁଗ୍ରହପାତ୍ର ହୋଇ ଯାକୁବଙ୍କର ଈଶ୍ବରଙ୍କ ନିମନ୍ତେ ଗୋଟିଏ ବାସସ୍ଥାନ ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ।
47 Et Salomon lui bâtit une maison.
କିନ୍ତୁ ଶଲୋମନ ଈଶ୍ବରଙ୍କ ନିମନ୍ତେ ଗୋଟିଏ ମନ୍ଦିର ନିର୍ମାଣ କଲେ।
48 Mais le Souverain n'habite point dans des temples faits de main, selon ces paroles du Prophète:
ତଥାପି ଯେ ମହାନ ଈଶ୍ବର, ସେ ହସ୍ତନିର୍ମିତ ଗୃହରେ ବାସ କରନ୍ତି ନାହିଁ, ଯେପରି ଭାବବାଦୀ କହନ୍ତି,
49 Le ciel est mon trône, et la terre est le marchepied de mes pieds: quelle maison me bâtirez-vous, dit le Seigneur, ou quel pourrait être le lieu de mon repos?
‘ସ୍ୱର୍ଗ ଆମ୍ଭର ସିଂହାସନ, ପୃଥିବୀ ଆମ୍ଭର ପାଦପୀଠ; ପ୍ରଭୁ କହନ୍ତି, ତୁମ୍ଭେମାନେ ଆମ୍ଭ ନିମନ୍ତେ କି ପ୍ରକାର ଗୃହ ନିର୍ମାଣ କରିବ? କିମ୍ବା ଆମ୍ଭର ବିଶ୍ରାମସ୍ଥାନ କାହିଁ?
50 Ma main n'a-t-elle pas fait toutes ces choses?
ଆମ୍ଭର ହସ୍ତ କଅଣ ଏହି ସମସ୍ତ ବିଷୟ ସୃଷ୍ଟି କରି ନାହିଁ?’
51 Gens de cou roide, et incirconcis de cœur et d'oreilles, vous vous obstinez toujours contre le Saint-Esprit; vous faites comme vos pères ont fait.
ହେ ଦାମ୍ଭିକମାନେ ପୁଣି, ଅସୁନ୍ନତି ହୃଦୟ ଓ କର୍ଣ୍ଣ ବିଶିଷ୍ଟ ଲୋକେ, ଆପଣମାନେ ସର୍ବଦା ପବିତ୍ର ଆତ୍ମାଙ୍କର ପ୍ରତିରୋଧ କରୁଅଛନ୍ତି; ଆପଣମାନଙ୍କର ପିତୃ-ପୁରୁଷମାନେ ଯେପରି ଆପଣମାନେ ମଧ୍ୟ ସେହିପରି।
52 Lequel des Prophètes vos pères n'ont-ils point persécuté? ils ont même tué ceux qui ont prédit l'avénement du Juste, duquel maintenant vous avez été les traîtres et les meurtriers,
ଭାବବାଦୀମାନଙ୍କ ମଧ୍ୟରୁ କାହାକୁ ଆପଣମାନଙ୍କର ପିତୃ-ପୁରୁଷମାନେ ତାଡ଼ନା କରି ନ ଥିଲେ? ଯେଉଁମାନେ ସେହି ଧାର୍ମିକ ବ୍ୟକ୍ତିଙ୍କ ଆଗମନ ବିଷୟରେ ପୂର୍ବରୁ ଜଣାଇଥିଲେ, ସେମାନଙ୍କୁ ସେମାନେ ବଧ କଲେ; ଏବେ ଆପଣମାନେ ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରି ବଧ କରିଅଛନ୍ତି;
53 Vous qui avez reçu la Loi par la disposition des Anges, et qui ne l'avez point gardée.
ଆପଣମାନେ ଦୂତମାନଙ୍କ ଦ୍ୱାରା ଆଦିଷ୍ଟ ବ୍ୟବସ୍ଥା ପାଇଥିଲେ, କିନ୍ତୁ ତାହା ପାଳନ କଲେ ନାହିଁ।”
54 En entendant ces choses, leur cœur s'enflamma de colère et ils grinçaient les dents contre lui.
ଏହି ସମସ୍ତ କଥା ଶୁଣି ସେମାନେ ଅତିଶୟ ରାଗିଗଲେ, ପୁଣି, ତାହାଙ୍କ ପ୍ରତି ଦାନ୍ତ କଡ଼ମଡ଼ କରିବାକୁ ଲାଗିଲେ।
55 Mais lui étant rempli du Saint-Esprit, et ayant les yeux attachés au ciel, vit la gloire de Dieu, et Jésus étant à la droite de Dieu.
କିନ୍ତୁ ସେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ସ୍ୱର୍ଗ ପ୍ରତି ସ୍ଥିର ଦୃଷ୍ଟିରେ ଚାହିଁଲେ, ଆଉ ଈଶ୍ବରଙ୍କ ମହିମା ଓ ଯୀଶୁଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖି କହିଲେ,
56 Et il dit: voici, je vois les cieux ouverts, [et] le Fils de l'homme étant à la droite de Dieu.
“ଦେଖନ୍ତୁ, ମୁଁ ସ୍ୱର୍ଗକୁ ଖୋଲା ହୋଇଥିବା ଓ ମନୁଷ୍ୟପୁତ୍ରଙ୍କୁ ଈଶ୍ବରଙ୍କ ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିବା ଦେଖୁଅଛି।”
57 Alors ils s'écrièrent à haute voix, et bouchèrent leurs oreilles, et tous d'un accord ils se jetèrent sur lui.
କିନ୍ତୁ ସେମାନେ ଉଚ୍ଚସ୍ୱରରେ ଚିତ୍କାର କରି ଆପଣା ଆପଣା କର୍ଣ୍ଣ ବନ୍ଦ କଲେ, ଆଉ ଏକସଙ୍ଗରେ ତାହାଙ୍କ ଉପରେ ମାଡ଼ିପଡ଼ିଲେ,
58 Et l'ayant tiré hors de la ville, ils le lapidèrent; et les témoins mirent leurs vêtements aux pieds d'un jeune homme nommé Saul.
ପୁଣି, ସେମାନେ ତାହାଙ୍କୁ ନଗରରୁ ବାହାର କରିଦେଇ ପଥର ଫୋପାଡ଼ି ମାରିବାକୁ ଲାଗିଲେ; ଆଉ, ସାକ୍ଷୀମାନେ ଶାଉଲ ନାମକ ଜଣେ ଯୁବକଙ୍କ ପାଦ ପାଖରେ ଆପଣା ଆପଣା ବସ୍ତ୍ର ରଖିଲେ।
59 Et ils lapidaient Etienne, qui priait et disait: Seigneur Jésus! reçois mon esprit.
ଯେତେବେଳେ ସେମାନେ ସ୍ତିଫାନଙ୍କୁ ପଥର ଫୋପାଡ଼ି ମାରୁଥିଲେ, ସେତେବେଳେ ସେ ପ୍ରାର୍ଥନା କରି କହିଲେ, “ହେ ପ୍ରଭୁ ଯୀଶୁ, ମୋହର ଆତ୍ମା ଗ୍ରହଣ କର।”
60 Et s'étant mis à genoux, il cria, à haute voix: Seigneur, ne leur impute point ce péché; et quand il eut dit cela, il s'endormit.
ପୁଣି, ସେ ଆଣ୍ଠୋଇପଡ଼ି ଉଚ୍ଚସ୍ୱରରେ ଡାକି କହିଲେ, ହେ ପ୍ରଭୁ, ଏହି ପାପ ଏମାନଙ୍କ ବିରୁଦ୍ଧରେ ଗଣନା କର ନାହିଁ। ସେ ଏହା କହି ମହାନିଦ୍ରା ପ୍ରାପ୍ତ ହେଲେ।

< Actes 7 >