< Abdias 1 >

1 Vision d'Abdias. Voici ce que le Seigneur dit à l'Idumée J'ai entendu la parole du Seigneur, et il a envoyé un message aux gentils, disant: Levez-vous, et allons combattre Édom!
ଓବଦୀୟଙ୍କ ଦର୍ଶନ। ପ୍ରଭୁ, ସଦାପ୍ରଭୁ ଇଦୋମ ବିଷୟରେ ଏହି କଥା କହନ୍ତି; ଆମ୍ଭେମାନେ ସଦାପ୍ରଭୁଙ୍କ ନିକଟରୁ ସମାଚାର ଶୁଣିଅଛୁ ଓ ଗୋଷ୍ଠୀଗଣ ମଧ୍ୟକୁ ଏକ ଦୂତ ପ୍ରେରିତ ହୋଇଅଛି, “ତୁମ୍ଭେମାନେ ଉଠ ଓ ତାହା ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଆମ୍ଭେମାନେ ଉଠୁ।”
2 Voilà que Je t'ai réduit à un petit nombre parmi les peuples; et tu es maintenant sans honneur.
ଦେଖ, ଆମ୍ଭେ ଗୋଷ୍ଠୀଗଣ ମଧ୍ୟରେ ତୁମ୍ଭକୁ କ୍ଷୁଦ୍ର କରିଅଛୁ; ତୁମ୍ଭେ ଅତିଶୟ ତୁଚ୍ଛୀକୃତ ଅଟ।
3 L'orgueil de ton cœur t'avait enivré, toi qui résides dans les trous des rochers; élevant ta demeure sur les hauts lieux, tu disais: Qui me fera descendre à terre?
ହେ ଶୈଳ-କନ୍ଦରରେ ବାସକାରୀ, ହେ ଉଚ୍ଚସ୍ଥାନ ନିବାସୀ, ତୁମ୍ଭ ଅନ୍ତଃକରଣର ଅହଙ୍କାର ତୁମ୍ଭକୁ ପ୍ରବଞ୍ଚନା କରିଅଛି; ତୁମ୍ଭେ ଆପଣା ମନେ ମନେ କହୁଅଛ, “ଆମ୍ଭକୁ ଭୂମିକୁ ଓହ୍ଲାଇ ଆଣିବ କିଏ?”
4 Quand même tu te serais élevé autant que l'aigle, quand tu aurais placé ton nid au milieu des étoiles, Je t'en précipiterais, dit le Seigneur.
ସଦାପ୍ରଭୁ କହନ୍ତି, ତୁମ୍ଭେ ଯଦ୍ୟପି ଉତ୍କ୍ରୋଶ ପକ୍ଷୀ ପରି ଊର୍ଦ୍ଧ୍ୱକୁ ଉଠ, ତୁମ୍ଭର ବସା ଯଦ୍ୟପି ତାରାଗଣ ମଧ୍ୟରେ ସ୍ଥାପିତ ହୁଏ, ତଥାପି ଆମ୍ଭେ ସେଠାରୁ ତୁମ୍ଭକୁ ଓହ୍ଲାଇ ଆଣିବା।
5 Si des larrons ou des voleurs de nuit étaient entrés chez toi, à quel point t'auraient-ils abattu? N'auraient-ils pas seulement enlevé ce qui leur eût convenu? Et si des vendangeurs étaient entrés en ta vigne, ne t'auraient-ils pas laissé au moins un grappillon?
(ତୁମ୍ଭେ କିପରି ଉଚ୍ଛିନ୍ନ ହୋଇଅଛ!) ଯଦି ଚୋରମାନେ ତୁମ୍ଭ ନିକଟକୁ ଆସନ୍ତି, ଯଦି ଡକାୟତମାନେ ରାତ୍ରିରେ ଆସନ୍ତି, ଯଦି ସେମାନେ କି ଯଥେଷ୍ଟ ପାଇବା ପର୍ଯ୍ୟନ୍ତ ଚୋରି କରିବେ ନାହିଁ? ଯେବେ ଦ୍ରାକ୍ଷାଫଳ ସଞ୍ଚୟକାରୀମାନେ ତୁମ୍ଭ ନିକଟକୁ ଆସନ୍ତି, ତେବେ ସେମାନେ କି ଗୋଟାଇବା ପାଇଁ କିଛି ଦ୍ରାକ୍ଷାଫଳ ଛାଡ଼ିବେ ନାହିଁ?
6 Comment Ésaü a-t-il été fouillé, et comment lui a-t-on pris ce qu'il cachait?
ଏଷୌର ସକଳ ବିଷୟ କିପରି ଅନୁସନ୍ଧାନ କରାଯାଇଅଛି! ତାହାର ଗୁପ୍ତ ଧନସବୁ କିପରି ଅନ୍ଵେଷଣ କରାଯାଇଅଛି!
7 Ils t'ont chassé jusqu'à tes extrêmes limites; tous tes alliés sont devenus tes ennemis; des hommes pacifiques avec qui tu vivais en paix ont prévalu contre toi; ils ont placé des pièges sous tes pas; mais Édom est sans intelligence.
ତୁମ୍ଭର ସହାୟ ସମସ୍ତ ଲୋକ ତୁମ୍ଭକୁ ତୁମ୍ଭ ବାଟରେ ଆଣି ସୀମାରେ ପହଞ୍ଚାଇ ଅଛନ୍ତି; ଯେଉଁମାନେ ତୁମ୍ଭର ମିତ୍ର ଥିଲେ, ସେମାନେ ତୁମ୍ଭକୁ ପ୍ରବଞ୍ଚନା କରି ପରାଭବ କରିଅଛନ୍ତି; ଯେଉଁମାନେ ତୁମ୍ଭର ଅନ୍ନ ଭୋଜନ କରନ୍ତି, ସେମାନେ ତୁମ୍ଭ ତଳେ ଫାନ୍ଦ ପାତିଅଛନ୍ତି; ଇଦୋମରେ କିଛି ବୁଦ୍ଧି ନାହିଁ।
8 Ce jour-là, dit le Seigneur, Je détruirai les sages de l'Idumée, et Je bannirai l'intelligence des montagnes d'Ésaü.
ସଦାପ୍ରଭୁ କହନ୍ତି, ସେଦିନ ଆମ୍ଭେ କି ଇଦୋମରୁ ଜ୍ଞାନୀମାନଙ୍କୁ ଓ ଏଷୌର ପର୍ବତରୁ ବୁଦ୍ଧି ବିନଷ୍ଟ କରିବା ନାହିଁ?
9 Et tes guerriers de Théman trembleront de peur, afin que tout homme soit exterminé sur le mont d'Ésaü.
ପୁଣି, ହେ ତୈମନ୍‍, ଏଷୌର ପର୍ବତରୁ ହତ୍ୟା ଦ୍ୱାରା ଯେପରି ପ୍ରତ୍ୟେକ ଜଣ ଉଚ୍ଛିନ୍ନ ହେବେ, ଏହି ଅଭିପ୍ରାୟରେ ତୁମ୍ଭର ବୀରଗଣ ଉଦ୍‍ବିଗ୍ନ ହେବେ।
10 À cause de tes meurtres, et de tes péchés contre ton frère Jacob, tu seras couvert de confusion, et tu seras effacé pour jamais.
ତୁମ୍ଭର ଭ୍ରାତା ଯାକୁବ ପ୍ରତି କୃତ ଦୌରାତ୍ମ୍ୟ ସକାଶୁ ତୁମ୍ଭେ ଲଜ୍ଜାରେ ଆଚ୍ଛନ୍ନ ହେବ, ପୁଣି ତୁମ୍ଭେ ଚିରକାଳ ଉଚ୍ଛିନ୍ନ ହେବ।
11 Du jour où tu t'es élevé contre lui, quand des peuples étrangers emmenèrent son armée captive, quand ils franchirent ses portes, et tirèrent au sort les richesses de Jérusalem, dès lors tu fus comme l'un d'eux.
ଯେଉଁ ଦିନ ତୁମ୍ଭେ ଅନ୍ୟ ପାଖରେ ଠିଆ ହେଲ, ଯେଉଁ ଦିନ ଅପରିଚିତ ଲୋକମାନେ ତାହାର ସମ୍ପତ୍ତି ବୋହି ନେଇଗଲେ ଓ ବିଦେଶୀୟମାନେ ତାହାର ସକଳ ନଗର-ଦ୍ୱାରରେ ପ୍ରବେଶ କଲେ ଓ ଯିରୂଶାଲମ ଉପରେ ଗୁଲିବାଣ୍ଟ କଲେ, ସେଦିନ ତୁମ୍ଭେ ତ ସେମାନଙ୍କ ମଧ୍ୟରେ ଥିବା ଏକ ଜଣ ପରି ହୋଇଥିଲ।
12 Ne méprise pas la chute de ton frère au jour des étrangers ne te raille pas des fils de Juda au jour de leur ruine; ne te gonfle pas d'orgueil au jour de leur angoisse.
ମାତ୍ର ତୁମ୍ଭେ ଆପଣା ଭ୍ରାତାର ଦିନ ପ୍ରତି, ଅର୍ଥାତ୍‍, ତାହାର ଦୁର୍ଦ୍ଦଶା ଦିନ ପ୍ରତି ଅନାଅ ନାହିଁ ଓ ଯିହୁଦା ଲୋକମାନଙ୍କର ବିନାଶ ଦିନରେ ସେମାନଙ୍କ ବିଷୟରେ ଆନନ୍ଦ କର ନାହିଁ; କିଅବା ସଙ୍କଟ ଦିନରେ ଦର୍ପ କଥା କୁହ ନାହିଁ।
13 N'entre point par les portes de Mon peuple au jour de ses souffrances; ne surveille pas sa synagogue au jour de sa destruction; n'attaque pas son armée le jour où ils périront.
ଆମ୍ଭ ଲୋକମାନଙ୍କର ବିପତ୍ତି ଦିନରେ ସେମାନଙ୍କର ନଗର-ଦ୍ୱାରରେ ପ୍ରବେଶ କର ନାହିଁ; ହଁ, ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କର କ୍ଳେଶ ପ୍ରତି ତୁମ୍ଭେ ଅନାଅ ନାହିଁ, ଅଥବା ସେମାନଙ୍କ ବିପତ୍ତି ଦିନରେ ସେମାନଙ୍କ ସମ୍ପତ୍ତିରେ ତୁମ୍ଭେମାନେ ହସ୍ତ ଦିଅ ନାହିଁ।
14 Ne te tiens pas sur leur chemin pour massacrer ceux qui se sont échappés; n'enferme pas leurs fuyards au jour de la désolation.
ପୁଣି, ତାହାର ପଳାତକମାନଙ୍କୁ ବଧ କରିବା ପାଇଁ ତୁମ୍ଭେ ଚୌମୁହାଣି ପଥରେ ଠିଆ ହୁଅ ନାହିଁ ଓ ସଙ୍କଟ ଦିନରେ ତାହାର ଅବଶିଷ୍ଟ ଲୋକମାନଙ୍କୁ (ଶତ୍ରୁ ହସ୍ତରେ) ସମର୍ପଣ କର ନାହିଁ।
15 Car le jour du Seigneur est proche pour toutes les nations; comme tu as fait à autrui, Il te fera à toi-même; ta rétribution retombera sur ta tête.
କାରଣ ସକଳ ଗୋଷ୍ଠୀ ଉପରେ ସଦାପ୍ରଭୁଙ୍କର ଦିନ ସନ୍ନିକଟ; ତୁମ୍ଭେ ଯେପରି କରିଅଛ, ତୁମ୍ଭ ପ୍ରତି ସେହିପରି କରାଯିବ; ତୁମ୍ଭ କୃତ ବ୍ୟବହାରର (ପ୍ରତିଫଳ) ତୁମ୍ଭ ନିଜ ମସ୍ତକରେ ବର୍ତ୍ତିବ।
16 Car de même que tu auras bu sur Ma montagne sainte, ainsi toutes les nations boiront le vin de Ma colère; elles boiront, et elles tomberont, et elles seront comme ceux qui ne sont plus.
କାରଣ ତୁମ୍ଭେମାନେ ଆମ୍ଭ ପବିତ୍ର ପର୍ବତରେ ଯେପରି ପାନ କରିଅଛ, ସେପରି ସମୁଦାୟ ଗୋଷ୍ଠୀ ନିତ୍ୟ ନିତ୍ୟ ପାନ କରିବେ, ହଁ, ସେମାନେ ପାନ କରୁ କରୁ ଗିଳି ପକାଇବେ, ପୁଣି ଅଜାତର ତୁଲ୍ୟ ହେବେ।
17 Et le salut sera en la montagne de Sion, et elle sera sainte, et la maison de Jacob possédera ceux qui l'auront possédée.
ମାତ୍ର ରକ୍ଷାପ୍ରାପ୍ତ ଲୋକମାନେ ସିୟୋନରେ ଥିବେ ଓ ତାହା ପବିତ୍ର ହେବ; ଆଉ, ଯାକୁବର ବଂଶ ଆପଣାମାନଙ୍କର ଅଧିକାର ଭୋଗ କରିବେ।
18 Et la maison de Jacob sera un feu, et la maison de Joseph une flamme; et la maison d'Ésaü sera comme un chaume; et ceux d'Israël porteront chez elle l'incendie, et ils la dévoreront; et il n'y aura plus un champ qui porte du blé, en la maison d'Ésaü; car le Seigneur a parlé.
ପୁଣି, ଯାକୁବର ବଂଶ ଅଗ୍ନି ସ୍ୱରୂପ ଓ ଯୋଷେଫର ବଂଶ ଅଗ୍ନିଶିଖା ସ୍ୱରୂପ ହେବେ, ଆଉ ଏଷୌର ବଂଶ ନଡ଼ା ସ୍ୱରୂପ ହେବେ, ଆଉ ସେମାନେ ତହିଁ ମଧ୍ୟରେ ଜ୍ୱଳି ତାହା ଗ୍ରାସ କରିବେ; ତହିଁରେ ଏଷୌ ବଂଶର କେହି ଅବଶିଷ୍ଟ ରହିବେ ନାହିଁ; କାରଣ ସଦାପ୍ରଭୁ ଏହା କହିଅଛନ୍ତି।
19 Et ceux de Nageb auront pour héritage la montagne d'Ésaü, et ceux de Sephéla le pays des Philistins; et ils auront aussi pour héritage la montagne d'Éphraïm, et la plaine de Samarie, et Benjamin et Galaad.
ପୁଣି, ଦକ୍ଷିଣର ଲୋକମାନେ ଏଷୌର ପର୍ବତ ଓ ନିମ୍ନ ଭୂମିର ଲୋକମାନେ ପଲେଷ୍ଟୀୟମାନଙ୍କ ଦେଶ ଅଧିକାର କରିବେ ଓ ସେମାନେ ଇଫ୍ରୟିମର ଭୂମି ଓ ଶମରୀୟାର ଭୂମି ଅଧିକାର କରିବେ ଓ ବିନ୍ୟାମୀନ୍ ଗିଲୀୟଦକୁ ଅଧିକାର କରିବ।
20 Et voici le domaine des fils d'Israël qui reviendront de la captivité la terre des Chananéens jusqu'à Sarepta; ceux de Jérusalem posséderont jusqu'à Éphratha; ils auront les cités de Nageb.
ପୁଣି, କିଣାନୀୟମାନଙ୍କର ମଧ୍ୟବର୍ତ୍ତୀ ନିର୍ବାସିତ ଇସ୍ରାଏଲ-ସନ୍ତାନଗଣର ଏହି ସୈନ୍ୟସାମନ୍ତ ସାରିଫତ୍‍ ନଗର ପର୍ଯ୍ୟନ୍ତ ଅଧିକାର କରିବେ ଓ ଯିରୂଶାଲମର ଯେଉଁ ନିର୍ବାସିତ ଲୋକମାନେ ସଫାରଦରେ ଅଛନ୍ତି, ସେମାନେ ଦକ୍ଷିଣସ୍ଥ ନଗରସକଳ ଅଧିକାର କରିବେ।
21 Et ceux de la montagne de Sion qui auront été sauvés monteront pour punir la montagne d'Ésaü; et alors arrivera le règne du Seigneur.
ପୁଣି, ଏଷୌର ପର୍ବତର ବିଚାର କରିବା ନିମନ୍ତେ ଉଦ୍ଧାରକର୍ତ୍ତାମାନେ ସିୟୋନ ପର୍ବତକୁ ଆସିବେ; ପୁଣି, ରାଜ୍ୟ ସଦାପ୍ରଭୁଙ୍କର ହେବ।

< Abdias 1 >