< Josué 2 >

1 Et Josué, fils de Nau, envoya de Sétim deux jeunes gens afin d'explorer la terre, disant: Entrez dans ce pays, voyez-le; voyez Jéricho. Les deux jeunes gens étant partis entrèrent à Jéricho; ils allèrent à la maison d'une femme prostituée dont le nom était Rahab, et ils y logèrent.
ଏଥିଉତ୍ତାରେ ନୂନର ପୁତ୍ର ଯିହୋଶୂୟ ଶିଟୀମଠାରୁ ଗୁପ୍ତଚର ରୂପେ ଦୁଇ ମନୁଷ୍ୟଙ୍କୁ ଏହି କଥା କହି ଗୋପନରେ ପଠାଇଲେ, “ତୁମ୍ଭେମାନେ ଯାଇ ସେହି ଦେଶ ଓ ଯିରୀହୋ ନଗର ନିରୀକ୍ଷଣ କର।” ତହୁଁ ସେମାନେ ଯାଇ ରାହାବ ନାମ୍ନୀ ଏକ ବେଶ୍ୟାର ଗୃହରେ ଉପସ୍ଥିତ ହୋଇ ସେଠାରେ ଅସ୍ଥାୟୀ ଭାବରେ ବସା କଲେ।
2 Or, des gens en avertirent le roi de Jéricho, et dirent: Deux hommes des fils d'Israël se sont introduits ici, pour nous espionner.
ଏଥିରେ କେହି ଯିରୀହୋ-ରାଜାଙ୍କୁ କହିଲା, “ଦେଖ, ଆଜି ରାତ୍ର ଇସ୍ରାଏଲ-ସନ୍ତାନଗଣ ମଧ୍ୟରୁ ଲୋକେ ଦେଶ ଅନୁସନ୍ଧାନ କରିବା ପାଇଁ ଏହି ସ୍ଥାନକୁ ଆସିଅଛନ୍ତି।”
3 Aussitôt, le roi de Jéricho envoya dire à Rabab: Fais sortir les hommes qui sont arrivés en ta maison cette nuit; car ils sont venus pour nous espionner.
ତହିଁରେ ଯିରୀହୋର ରାଜା ରାହାବ ନିକଟକୁ କହି ପଠାଇଲେ, “ଯେଉଁ ଲୋକମାନେ ତୁମ୍ଭ ନିକଟକୁ ଆସି ତୁମ୍ଭ ଗୃହରେ ପ୍ରବେଶ କରିଅଛନ୍ତି, ସେମାନଙ୍କୁ ବାହାର କରି ଆଣ, ଯେହେତୁ ସେମାନେ ସମସ୍ତ ଦେଶ ଅନୁସନ୍ଧାନ କରିବାକୁ ଆସିଅଛନ୍ତି।”
4 Mais la femme ayant pris les deux hommes, les cacha; et elle répondit aux émissaires du roi: Des hommes sont venus chez moi;
ଏଥିରେ ସେ ସ୍ତ୍ରୀ ସେହି ଦୁଇ ଲୋକଙ୍କୁ ନେଇ ଲୁଚାଇ ରଖିଲା; ଆଉ ସେ କହିଲା, “ହଁ, ସେହି ଲୋକମାନେ ମୋʼ କତିକି ଆସିଥିଲେ, ମାତ୍ର ସେମାନେ କେଉଁଠାର ଲୋକ, ତାହା ମୁଁ ଜାଣେ ନାହିଁ।
5 Puis, comme on fermait la porte à l'heure des ténèbres, ces hommes sont partis; je ne sais ou ils sont allés; faites-les poursuivre; peut-être les prendrez-vous.
ମାତ୍ର ଅନ୍ଧକାର ହୁଅନ୍ତେ, ପ୍ରାୟ ନଗର-ଦ୍ୱାର ବନ୍ଦ କରିବା ସମୟରେ ସେହି ଲୋକମାନେ ବାହାରିଗଲେ; ମାତ୍ର ସେମାନେ କେଉଁଆଡ଼େ ଗଲେ, ତାହା ମୁଁ ଜାଣେ ନାହିଁ; ଶୀଘ୍ର ସେମାନଙ୍କ ପଛେ ପଛେ ଗୋଡ଼ାଅ, ତେବେ ସେମାନଙ୍କୁ ଧରି ପାରିବ।”
6 Elle-même cependant les avait fait monter sur la terrasse, et elle les avait cachés sous de la paille de lin, qu'elle y avait amassée.
ମାତ୍ର ସେ ସ୍ତ୍ରୀ ସେମାନଙ୍କୁ ଛାତ ଉପରକୁ ନେଇ ଛାତ ଉପରେ ସଜାଇ ରଖିଥିବା ଆପଣା ମସିନାଝାଟିରେ ଲୁଚାଇ ରଖିଥିଲା।
7 Les hommes se mirent donc à leur poursuite, par la route qui mène au sud du Jourdain, et l'on ferma les portes de la ville.
ଏଣୁ ସେହି ଲୋକମାନେ ଯର୍ଦ୍ଦନ ବାଟରେ ଘାଟ ପର୍ଯ୍ୟନ୍ତ ଧାଇଁଲେ; ପୁଣି ଗୁପ୍ତଚରମାନଙ୍କୁ ଗୋଡ଼ାଇବା ଲୋକେ ବାହାରି ଯିବା କ୍ଷଣେ ଲୋକମାନେ ନଗର-ଦ୍ୱାର ବନ୍ଦ କଲେ।
8 Lorsqu'ils furent sortis pour les poursuivre, et avant que les jeunes gens fussent endormis, la femme monta vers eux sur sa maison,
ଆଉ ଗୁପ୍ତଚରମାନେ ଶୟନ କରିବା ପୂର୍ବେ ସେ ସ୍ତ୍ରୀ ଛାତ ଉପରେ ସେମାନଙ୍କ ନିକଟକୁ ଯାଇ ସେମାନଙ୍କୁ କହିଲା,
9 Et elle leur dit: Je sais que le Seigneur vous a donné cette terre; et la crainte de vos armes est tombée sur nous.
“ମୁଁ ଜାଣେ, ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ଦେଶ ଦେଇଅଛନ୍ତି, ତୁମ୍ଭମାନଙ୍କ ବିଷୟକ ଭୟ ଆମ୍ଭମାନଙ୍କ ଉପରେ ପଡ଼ିଅଛି ଓ ଏହି ଦେଶ ନିବାସୀ ସମସ୍ତେ ତୁମ୍ଭମାନଙ୍କ ଆଗରେ ତରଳି ଯାଉଅଛନ୍ତି।
10 Car nous avons appris de quelle manière le Seigneur Dieu a mis à sec la mer Rouge devant vous, comme vous sortiez de la terre d'Egypte, et tout ce qu'il a fait aux deux rois des Amorrhéens de l'autre rive du fleuve, à Séhon et Og, que vous avez exterminés.
କାରଣ ତୁମ୍ଭେମାନେ ମିସରରୁ ବାହାରି ଆସିବା ବେଳେ ସଦାପ୍ରଭୁ ତୁମ୍ଭମାନଙ୍କ ସମ୍ମୁଖରେ କିପ୍ରକାରେ ସୂଫ ସାଗରର ଜଳ ଶୁଷ୍କ କଲେ, ପୁଣି ତୁମ୍ଭେମାନେ ଯର୍ଦ୍ଦନ ସେପାରିସ୍ଥିତ ସୀହୋନ ଓ ଓଗ୍‍ ନାମକ ଇମୋରୀୟମାନଙ୍କ ଦୁଇ ରାଜାଙ୍କ ପ୍ରତି କି ପ୍ରକାର ବ୍ୟବହାର କରି ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିନାଶ କରିଅଛ, ତାହା ଆମ୍ଭେମାନେ ଶୁଣିଅଛୁ;
11 Ayant ouï ces choses, la stupeur a bouleversé nos âmes, et, à votre approche, il ne restait plus souffle de vie en aucun de nous, parce que le Seigneur votre Dieu est Dieu, là-haut, dans les cieux, et, ici-bas, sur la terre.
ଆଉ ତାହା ଶୁଣିବାମାତ୍ରେ ଆମ୍ଭମାନଙ୍କ ହୃଦୟ ତରଳି ଗଲା; ପୁଣି ତୁମ୍ଭମାନଙ୍କ ମୁଖ ସକାଶୁ କୌଣସି ପୁରୁଷର ଆତ୍ମା ଆଉ ଉଠିଲା ନାହିଁ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ୱର ଉପରିସ୍ଥ ସ୍ୱର୍ଗରେ ଓ ନୀଚସ୍ଥ ପୃଥିବୀରେ ପରମେଶ୍ୱର ଅଟନ୍ତି।
12 Or, maintenant jurez-moi, par le Seigneur Dieu, que, comme je vous fais miséricorde, vous ferez miséricorde à la maison de mon père.
ଏଣୁ ଏବେ ବିନୟ କରୁଅଛି, ତୁମ୍ଭେମାନେ ସଦାପ୍ରଭୁଙ୍କ ନାମରେ ମୋʼ ସଙ୍ଗେ ଏକ ଶପଥ କର, ମୁଁ ତୁମ୍ଭମାନଙ୍କ ପ୍ରତି ଦୟା କରିଅଛି, ଏହେତୁ ତୁମ୍ଭେମାନେ ମଧ୍ୟ ଯେ ମୋʼ ପିତୃକୁଳ ପ୍ରତି ଦୟା କରିବ, ଏ ବିଷୟରେ ମୋତେ ଏକ ସତ୍ୟ-ଚିହ୍ନ ଦିଅ।
13 Epargnez la maison de mon père: ma mère, mes frères, toute ma famille et tout ce qui lui appartient; arrachez à la mort ma vie.
ପୁଣି ତୁମ୍ଭେମାନେ ମୋର ପିତା ଓ ମୋର ମାତା ଓ ମୋର ଭ୍ରାତୃଗଣ ଓ ମୋର ଭଗିନୀଗଣ ଓ ସେମାନଙ୍କର ସମସ୍ତଙ୍କୁ ବଞ୍ଚାଇ ରଖିବ; ପୁଣି ମରଣରୁ ଆମ୍ଭମାନଙ୍କ ପ୍ରାଣ ଉଦ୍ଧାର କରିବ।”
14 Et les hommes répondirent: Notre vie pour ta vie, dussions-nous périr. Aussitôt elle reprit: Lorsque le Seigneur vous aura livré cette ville, vous me ferez justice et miséricorde.
ଏଥିରେ ସେମାନେ ତାହାକୁ କହିଲେ, “ତୁମ୍ଭେମାନେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ ନ କରିବ, ତେବେ ତୁମ୍ଭମାନଙ୍କ ପ୍ରାଣ ବଦଳେ ଆମ୍ଭମାନଙ୍କ ପ୍ରାଣ ଯିବ; ଯେତେବେଳେ ସଦାପ୍ରଭୁ ଆମ୍ଭମାନଙ୍କୁ ଏହି ଦେଶ ଦେବେ, ସେତେବେଳେ ଆମ୍ଭେମାନେ ତୁମ୍ଭ ପ୍ରତି ଦୟା ଓ ସତ୍ୟ ବ୍ୟବହାର କରିବା।”
15 Puis, elle les fit descendre par la fenêtre,
ଏଥିରେ ସେ ସ୍ତ୍ରୀ ସେମାନଙ୍କୁ ଝରକା ବାଟେ ଦଉଡ଼ିରେ ଓହ୍ଲାଇ ଦେଲା, କାରଣ ତାହାର ଗୃହ ନଗରର ପ୍ରାଚୀରରେ ଥିଲା ଓ ସେ ପ୍ରାଚୀର ଉପରେ ବାସ କରୁଥିଲା।
16 Et elle leur dit: Partez par les montagnes, de peur que ceux qui vous poursuivent ne vous rencontrent; jusqu'à ce qu'ils soient revenus, tenez-vous- y cachés; restez la trois jours, et après cela remettez-vous en route.
ପୁଣି ସେ ସେମାନଙ୍କୁ କହିଲା, “କେଜାଣି ଗୋଡ଼ାଇବା ଲୋକମାନେ ତୁମ୍ଭମାନଙ୍କୁ ହାବୁଡ଼ିବେ, ଏଥିପାଇଁ ତୁମ୍ଭେମାନେ ପର୍ବତକୁ ଯାଅ, ଆଉ ସେମାନେ ନେଉଟି ଆସିବା ପର୍ଯ୍ୟନ୍ତ ସେଠାରେ ତିନି ଦିନ ଲୁଚି ରୁହ, ତହିଁ ଉତ୍ତାରେ ତୁମ୍ଭେମାନେ ଆପଣା ବାଟରେ ଚାଲିଯିବ।”
17 Alors, les hommes lui dirent: Nous sommes dégagés de ce serment envers toi:
ତହିଁରେ ସେହି ଲୋକମାନେ ତାହାକୁ କହିଲେ, “ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ସେ ବିଷୟରେ ଆମ୍ଭେମାନେ ନିର୍ଦ୍ଦୋଷ ହେବା।
18 Voici comment: dès que nous entrerons sur le territoire de la ville, tu prendras comme signal ce cordon écarlate que tu attacheras à la fenêtre par laquelle tu nous as fait descendre; ensuite tu rassembleras chez toi, dans cette maison, ton père, ta mère, tes frères, toute la famille de ton père et tout ce qui t'appartient.
ଦେଖ, ତୁମ୍ଭେ ଯେଉଁ ଝରକା ଦେଇ ଆମ୍ଭମାନଙ୍କୁ ଓହ୍ଲାଇ ଦେଲ, ଆମ୍ଭେମାନେ ଏ ଦେଶକୁ ଆସିଲା ବେଳେ ତୁମ୍ଭେ ସେହି ଝରକାରେ ଏହି ସିନ୍ଦୂର ବର୍ଣ୍ଣ ସୂତାଡୋରି ବାନ୍ଧି ରଖିବ; ପୁଣି ତୁମ୍ଭେ ଆପଣା ପିତା ଓ ଆପଣା ମାତା ଓ ଆପଣା ଭ୍ରାତୃଗଣ ଓ ଆପଣା ପିତୃକୁଳର ସମସ୍ତଙ୍କୁ ଆପଣା ନିକଟରେ ଗୃହରେ ଏକତ୍ର କରିବ।
19 Quiconque passera le seuil de ta maison, pour en sortir, sera coupable envers lui-même, et nous serons, à son égard, dégagés de notre serment, qui nous lie envers tous ceux qui resteront avec toi dans ta maison.
ତହିଁରେ ଯେକେହି ତୁମ୍ଭ ଗୃହଦ୍ୱାରରୁ ବାହାରି ଦାଣ୍ଡକୁ ଯିବ, ତାହାର ରକ୍ତପାତ ଅପରାଧ ତାହାର ନିଜ ମସ୍ତକରେ ବର୍ତ୍ତିବ, ଆଉ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ; ମାତ୍ର ଯେକେହି ତୁମ୍ଭ ସଙ୍ଗେ ଗୃହ ମଧ୍ୟରେ ଥାଏ, ତାହା ଉପରେ ଯଦି କେହି ହାତ ଦିଏ, ତେବେ ତାହାର ରକ୍ତପାତ ଅପରାଧ ଆମ୍ଭମାନଙ୍କ ମସ୍ତକରେ ବର୍ତ୍ତିବ।
20 Mais si quelqu'un vient à nous faire tort ou à dévoiler ces paroles que nous te disons, nous serons dégagés de ce serment que nous t'avons prêté.
ମାତ୍ର ତୁମ୍ଭେ ଯେବେ ଆମ୍ଭମାନଙ୍କର ଏହି କଥା ପ୍ରକାଶ କର, ତେବେ ତୁମ୍ଭେ ଆମ୍ଭମାନଙ୍କୁ ଯେଉଁ ଶପଥ କରାଇଅଛ, ତୁମ୍ଭ ସେହି ଶପଥରୁ ଆମ୍ଭେମାନେ ନିର୍ଦ୍ଦୋଷ ହେବୁ।”
21 Elle leur répondit: Qu'il soit fait selon ce que vous dites: Puis, elle les renvoya, et ils partirent.
ତହିଁରେ ସେ କହିଲା, “ତୁମ୍ଭେମାନେ ଯେପରି କହିଲ, ସେପରି ହେଉ।” ଏଉତ୍ତାରେ ସେ ସେମାନଙ୍କୁ ବିଦାୟ କରନ୍ତେ, ସେମାନେ ପ୍ରସ୍ଥାନ କଲେ; ପୁଣି ସେ ସେହି ସିନ୍ଦୂର ବର୍ଣ୍ଣ ଡୋରି ଝରକାରେ ବାନ୍ଧି ରଖିଲା।
22 Ils allèrent dans les montagnes, où ils demeurèrent trois jours; cependant, ceux qui les poursuivaient les cherchèrent par tous les chemins, et ils ne les trouvèrent point.
ତହୁଁ ସେମାନେ ପର୍ବତକୁ ଯାଇ ଗୋଡ଼ାଇବା ଲୋକମାନେ ନେଉଟି ଆସିବା ଯାଏ ସେଠାରେ ତିନି ଦିନ ରହିଲେ; ଏଣୁ ଗୋଡ଼ାଇବା ଲୋକମାନେ ବାଟଯାକ ଖୋଜିଲେ, ମାତ୍ର ପାଇଲେ ନାହିଁ।
23 Les deux jeunes gens revinrent sur leurs pas; ils descendirent des montagnes, traversèrent le fleuve, rejoignirent Josué, fils de Nau, et lui racontèrent tout ce qui leur était arrivé.
ଏଉତ୍ତାରେ ସେହି ଦୁଇ ଲୋକ ଫେରି ପର୍ବତରୁ ଓହ୍ଲାଇଲେ, ପୁଣି ପାର ହୋଇ ନୂନର ପୁତ୍ର ଯିହୋଶୂୟଙ୍କ ନିକଟକୁ ଗଲେ; ଆଉ ସେମାନଙ୍କ ପ୍ରତି ଯାହା ଯାହା ଘଟିଥିଲା, ତାହାସବୁ ତାଙ୍କୁ କହିଲେ।
24 Et ils dirent à Josué: Le Seigneur a livré cette terre à nos mains; tout habitant de cette terre est dans la consternation devant nous.
ଆହୁରି ସେମାନେ ଯିହୋଶୂୟଙ୍କୁ କହିଲେ, “ସତ୍ୟ, ସଦାପ୍ରଭୁ ଏହି ସମସ୍ତ ଦେଶ ଆମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି, ଏହାଛଡ଼ା ସେ ଦେଶ ନିବାସୀ ସମସ୍ତେ ଆମ୍ଭମାନଙ୍କ ସମ୍ମୁଖରେ ତରଳି ଯାଉଅଛନ୍ତି।”

< Josué 2 >