< Néhémie 7 >

1 Or il arriva, quand la muraille fut bâtie et que j’eus posé les battants [des portes], qu’on établit dans leurs emplois les portiers, et les chantres, et les lévites.
ପ୍ରାଚୀର ନିର୍ମିତ ହୁଅନ୍ତେ, ମୁଁ କବାଟସବୁ ଝୁଲାଇଲି, ପୁଣି ଦ୍ୱାରପାଳ ଓ ଗାୟକ ଓ ଲେବୀୟମାନେ ନିଯୁକ୍ତ ହେଲେ।
2 Et je chargeai du gouvernement de Jérusalem Hanani, mon frère, et Hanania, chef du château fort; car c’était un homme fidèle, et il craignait Dieu, plus que beaucoup [d’autres];
ତହୁଁ ମୁଁ ଆପଣା ଭ୍ରାତା ହନାନିକୁ ଓ ଦୁର୍ଗର ଶାସନକର୍ତ୍ତା ହନାନୀୟକୁ ଯିରୂଶାଲମ ଉପରେ ନିଯୁକ୍ତ କଲି; କାରଣ ହନାନୀୟ ବିଶ୍ୱସ୍ତ ଲୋକ ଥିଲା ଓ ସେ ଅନେକଙ୍କ ଅପେକ୍ଷା ପରମେଶ୍ୱରଙ୍କୁ ଭୟ କରୁଥିଲା।
3 et je leur dis que les portes de Jérusalem ne devaient pas être ouvertes avant que le soleil ne soit chaud, et qu’on devait fermer les battants [des portes] pendant qu’ils étaient là, et mettre les barres, et qu’on devait placer des gardes d’entre les habitants de Jérusalem, chacun à son poste, et chacun devant sa maison.
ଆଉ, ମୁଁ ସେମାନଙ୍କୁ କହିଲି, “ସୂର୍ଯ୍ୟ ପ୍ରଚଣ୍ଡ ନୋହିବା ପର୍ଯ୍ୟନ୍ତ ଯିରୂଶାଲମର ଦ୍ୱାରସବୁ ଫିଟା ନ ଯାଉ; ଲୋକମାନେ ପ୍ରହରୀକର୍ମରେ ଠିଆ ହେବା ବେଳେ ଦ୍ୱାରସବୁ ବନ୍ଦ କରନ୍ତୁ, ଆଉ ତୁମ୍ଭେମାନେ ତହିଁରେ ଅର୍ଗଳ ଦିଅ; ପୁଣି, ତୁମ୍ଭେମାନେ ଯିରୂଶାଲମ ନିବାସୀମାନଙ୍କୁ ପ୍ରହରୀ କରି ନିଯୁକ୍ତ କର, ସେମାନେ ପ୍ରତ୍ୟେକେ ଆପଣା ଆପଣା ପହରାରେ ଓ ପ୍ରତ୍ୟେକେ ଆପଣା ଆପଣା ଗୃହ ସମ୍ମୁଖରେ ରହନ୍ତୁ।”
4 Or la ville était spacieuse et grande, mais le peuple peu nombreux au milieu d’elle, et il n’y avait point de maisons bâties.
ନଗର ପ୍ରଶସ୍ତ ଓ ବୃହତ ଥିଲା; ମାତ୍ର ତହିଁ ମଧ୍ୟରେ ଅଳ୍ପ ଲୋକ ଥିଲେ ଓ ଗୃହସବୁ ନିର୍ମିତ ହୋଇ ନ ଥିଲା।
5 Et mon Dieu me mit au cœur de rassembler les nobles et les chefs, et le peuple, pour les enregistrer par généalogies. Et je trouvai le registre généalogique de ceux qui étaient montés au commencement, et j’y trouvai écrit:
ଏଉତ୍ତାରେ ବଂଶାବଳୀ କ୍ରମେ ଗଣିତ ହେବା ପାଇଁ କୁଳୀନମାନଙ୍କୁ ଓ ଅଧ୍ୟକ୍ଷମାନଙ୍କୁ ଓ ଲୋକମାନଙ୍କୁ ଏକତ୍ର କରିବାକୁ ମୋହର ପରମେଶ୍ୱର ମୋʼ ମନରେ ପ୍ରବୃତ୍ତି ଦେଲେ। ଆଉ, ଯେଉଁମାନେ ପ୍ରଥମେ ଆସିଥିଲେ, ମୁଁ ସେମାନଙ୍କର ବଂଶାବଳୀ-ପୁସ୍ତକ ପାଇଲି, ତହିଁରେ ଏହା ଲେଖା ଥିବାର ଦେଖିଲି, ଯଥା,
6 Voici ceux de la province qui remontèrent de la captivité de ceux qui avaient été transportés, lesquels Nebucadnetsar, roi de Babylone, avait transportés, et qui retournèrent à Jérusalem et en Juda, chacun à sa ville,
ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ, ବାବିଲର ରାଜା ନବୂଖଦ୍‍ନିତ୍ସର ଏମାନଙ୍କୁ ନେଇଯାଇଥିଲା;
7 ceux qui vinrent avec Zorobabel, Jéshua, Néhémie, Azaria, Raamia, Nakhamani, Mardochée, Bilshan, Mispéreth, Bigvaï, Nehum, [et] Baana. Nombre des hommes du peuple d’Israël:
ଏମାନେ ଯିରୁବ୍ବାବିଲ୍‍, ଯେଶୂୟ, ନିହିମୀୟା, ଅସରୀୟ, ରୟମା, ନହମାନି, ମର୍ଦ୍ଦଖୟ, ବିଲ୍‍ଶନ୍‍, ମିସ୍ପର, ବିଗ୍‍ବୟ, ନହୂମ, ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷଗଣର ସଂଖ୍ୟା ଏହି, ଯଥା,
8 Les fils de Parhosh, 2 172;
ପରିୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ।
9 les fils de Shephatia, 372;
ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ।
10 les fils d’Arakh, 652;
ଆରହର ସନ୍ତାନ ଛଅ ଶହ ବାବନ ଜଣ।
11 les fils de Pakhath-Moab, des fils de Jéshua et de Joab, 2 818;
ଯେଶୂୟ ଓ ଯୋୟାବର ସନ୍ତାନଗଣ ମଧ୍ୟରୁ ପହତ୍‍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ଅଠର ଜଣ।
12 les fils d’Élam, 1 254;
ଏଲମ୍‍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
13 les fils de Zatthu, 845;
ସତ୍ତୂର ସନ୍ତାନ ଆଠ ଶହ ପଞ୍ଚଚାଳିଶ ଜଣ।
14 les fils de Zaccaï, 760;
ସକ୍କୟର ସନ୍ତାନ ସାତ ଶହ ଷାଠିଏ ଜଣ।
15 les fils de Binnuï, 648;
ବିନ୍ନୁୟିର ସନ୍ତାନ ଛଅ ଶହ ଅଠଚାଳିଶ ଜଣ।
16 les fils de Bébaï, 628;
ବେବୟର ସନ୍ତାନ ଛଅ ଶହ ଅଠାଇଶ ଜଣ।
17 les fils d’Azgad, 2 322;
ଅସ୍ଗଦର ସନ୍ତାନ ଦୁଇ ହଜାର ତିନି ଶହ ବାଇଶ ଜଣ।
18 les fils d’Adonikam, 667;
ଅଦୋନୀକାମର ସନ୍ତାନ ଛଅ ଶହ ସତଷଠି ଜଣ।
19 les fils de Bigvaï, 2 067;
ବିଗ୍‍ବୟର ସନ୍ତାନ ଦୁଇ ହଜାର ସତଷଠି ଜଣ।
20 les fils d’Adin, 655;
ଆଦୀନର ସନ୍ତାନ ଛଅ ଶହ ପଞ୍ଚାବନ ଜଣ।
21 les fils d’Ater, [de la famille] d’Ézéchias, 98;
ହିଜକୀୟର ବଂଶଜାତ ଆଟେରର ସନ୍ତାନ ଅଠାନବେ ଜଣ।
22 les fils de Hashum, 328;
ହଶୂମର ସନ୍ତାନ ତିନି ଶହ ଅଠାଇଶ ଜଣ।
23 les fils de Bétsaï, 324;
ବେତ୍ସୟର ସନ୍ତାନ ତିନି ଶହ ଚବିଶ ଜଣ।
24 les fils de Hariph, 112;
ହାରୀଫର ସନ୍ତାନ ଏକ ଶହ ବାର ଜଣ।
25 les fils de Gabaon, 95;
ଗିବୀୟୋନ୍‍ର ସନ୍ତାନ ପଞ୍ଚାନବେ ଜଣ।
26 les hommes de Bethléhem et de Netopha, 188;
ବେଥଲିହିମ ଓ ନଟୋଫାର ଲୋକ ଏକ ଶହ ଅଠାଅଶୀ ଜଣ।
27 les hommes d’Anathoth, 128;
ଅନାଥୋତ୍‍ର ଲୋକ ଏକ ଶହ ଅଠାଇଶ ଜଣ।
28 les hommes de Beth-Azmaveth, 42;
ବେଥ୍-ଅସ୍ମାବତର ଲୋକ ବୟାଳିଶ ଜଣ।
29 les hommes de Kiriath-Jéarim, de Kephira et de Beéroth, 743;
କିରୀୟଥ୍‍-ଯିୟାରୀମ୍‍ର, କଫୀରାର ଓ ବେରୋତର ଲୋକ ସାତ ଶହ ତେୟାଳିଶ ଜଣ।
30 les hommes de Rama et de Guéba, 621;
ରାମା ଓ ଗେବାର ଲୋକ ଛଅ ଶହ ଏକୋଇଶ ଜଣ।
31 les hommes de Micmas, 122;
ମିକ୍‍ମସର ଲୋକ ଏକ ଶହ ବାଇଶ ଜଣ।
32 les hommes de Béthel et d’Aï, 123;
ବେଥେଲ୍‍ ଓ ଅୟର ଲୋକ ଏକ ଶହ ତେଇଶ ଜଣ।
33 les hommes de l’autre Nebo, 52;
ଅନ୍ୟ ନବୋର ଲୋକ ବାବନ ଜଣ।
34 les fils de l’autre Élam, 1 254;
ଅନ୍ୟ ଏଲମ୍‍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
35 les fils de Harim, 320;
ହାରୀମ୍‍‍ର ସନ୍ତାନ ତିନି ଶହ କୋଡ଼ିଏ ଜଣ।
36 les fils de Jéricho, 345;
ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ।
37 les fils de Lod, de Hadid et d’Ono, 721;
ଲୋଦ୍‍, ହାଦୀଦ୍‍ ଓ ଓନୋର ସନ୍ତାନ ସାତ ଶହ ଏକୋଇଶ ଜଣ।
38 les fils de Senaa, 3 930.
ସନାୟାର ସନ୍ତାନ ତିନି ହଜାର ନଅ ଶହ ତିରିଶ ଜଣ।
39 Sacrificateurs: les fils de Jedahia, de la maison de Jéshua, 973;
ଯାଜକମାନଙ୍କର ସଂଖ୍ୟା; ଯେଶୂୟ ବଂଶୀୟ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ।
40 les fils d’Immer, 1 052;
ଇମ୍ମେରର ସନ୍ତାନ ଏକ ହଜାର ବାବନ ଜଣ।
41 les fils de Pashkhur, 1 247;
ପଶ୍‍ହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ।
42 les fils de Harim, 1 017.
ହାରୀମ୍‍‍ର ସନ୍ତାନ ଏକ ହଜାର ସତର ଜଣ।
43 Lévites: les fils de Jéshua [et] de Kadmiel, d’entre les fils d’Hodva, 74.
ଲେବୀୟମାନଙ୍କର ସଂଖ୍ୟା; ହେଦବାର ସନ୍ତାନ, ଯେଶୂୟର ସନ୍ତାନ, କଦ୍‍ମୀୟେଲର ସନ୍ତାନ ଚଉସ୍ତରି ଜଣ।
44 Chantres: les fils d’Asaph, 148.
ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠଚାଳିଶ ଜଣ।
45 Portiers: les fils de Shallum, les fils d’Ater, les fils de Talmon, les fils d’Akkub, les fils de Hatita, les fils de Shobaï, 138.
ଦ୍ୱାରପାଳମାନଙ୍କ ସଂଖ୍ୟା; ଶଲ୍ଲୁମ୍‍ର ସନ୍ତାନ, ଆଟେରର ସନ୍ତାନ, ଟଲ୍‍ମୋନର ସନ୍ତାନ, ଅକ୍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ ଏକ ଶହ ଅଠତିରିଶି ଜଣ।
46 Nethiniens: les fils de Tsikha, les fils de Hasupha, les fils de Tabbaoth,
ନଥୀନୀୟମାନଙ୍କ ସଂଖ୍ୟା; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ;
47 les fils de Kéros, les fils de Sia, les fils de Padon,
କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ;
48 les fils de Lebana, les fils de Hagaba, les fils de Sçalmaï,
ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଶଲ୍‍ମୟର ସନ୍ତାନଗଣ;
49 les fils de Hanan, les fils de Guiddel, les fils de Gakhar,
ହାନନ୍‍ର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ;
50 les fils de Reaïa, les fils de Retsin, les fils de Nekoda,
ରାୟାର ସନ୍ତାନଗଣ, ରତ୍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ;
51 les fils de Gazzam, les fils d’Uzza, les fils de Paséakh,
ଗସମର ସନ୍ତାନଗଣ, ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ;
52 les fils de Bésaï, les fils de Meünim, les fils de Nephissim,
ବେଷୟର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫିଷୀମର ସନ୍ତାନଗଣ;
53 les fils de Bakbuk, les fils de Hakupha, les fils de Harkhur,
ବକ୍‍ବୁକର ସନ୍ତାନଗଣ, ହକୂଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ;
54 les fils de Batslith, les fils de Mekhida, les fils de Harsha,
ବସ୍‍ଲୂତର ସନ୍ତାନଗଣ, ମହୀଦାର ସନ୍ତାନଗଣ, ହର୍ଶାର ସନ୍ତାନଗଣ;
55 les fils de Barkos, les fils de Sisera, les fils de Thamakh,
ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ;
56 les fils de Netsiakh, les fils de Hatipha.
ନତ୍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ।
57 Fils des serviteurs de Salomon: les fils de Sotaï, les fils de Sophéreth, les fils de Perida,
ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା; ସୋଟୟର ସନ୍ତାନଗଣ, ସୋଫେରତର ସନ୍ତାନଗଣ, ପରିଦାର ସନ୍ତାନଗଣ;
58 les fils de Jaala, les fils de Darkon, les fils de Guiddel,
ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ;
59 les fils de Shephatia, les fils de Hattil, les fils de Pokéreth-Hatsebaïm, les fils d’Amon.
ଶଫଟୀୟର ସନ୍ତାନଗଣ, ହଟୀଲାର ସନ୍ତାନଗଣ, ପୋଖେରତ୍‍-ହତ୍‍ସବାୟିମର ସନ୍ତାନଗଣ, ଆମୋନ୍‍ର ସନ୍ତାନଗଣ।
60 Tous les Nethiniens et les fils des serviteurs de Salomon, 392.
ସମୁଦାୟ ନଥୀନୀୟ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣର ସଂଖ୍ୟା ତିନି ଶହ ବୟାନବେ ଜଣ।
61 Et voici ceux qui montèrent de Thel-Mélakh, de Thel-Harsha, de Kerub-Addon, et d’Immer; mais ils ne purent pas montrer leurs maisons de pères et leur descendance, s’ils étaient d’Israël:
ପୁଣି, ତେଲ୍‍-ମେଲହ, ତେଲ୍‍-ହର୍ଶା, କଋବ୍‍, ଅଦ୍ଦୋନ୍‍ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ; ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,
62 les fils de Delaïa, les fils de Tobija, les fils de Nekoda, 642;
ଦଲୟିୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅ ଶହ ବୟାଳିଶ ଜଣ।
63 et des sacrificateurs, les fils de Hobaïa, les fils d’Hakkots, les fils de Barzillaï, qui prit une femme d’entre les filles de Barzillaï, le Galaadite, et fut appelé de leur nom.
ଯାଜକମାନଙ୍କ ମଧ୍ୟରୁ ହବାୟର ସନ୍ତାନଗଣ, ହକ୍କୋସ୍‍ର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା।
64 Ceux-ci cherchèrent leur inscription généalogique, mais elle ne se trouva pas; et ils furent exclus, comme profanes, de la sacrificature.
ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ସେମାନେ ଅଶୁଚି ଗଣିତ ହୋଇ ଯାଜକ ପଦରୁ ବିଚ୍ୟୁତ ହେଲେ।
65 Et le Thirshatha leur dit qu’ils ne devaient point manger des choses très saintes, jusqu’à ce que soit suscité le sacrificateur avec les urim et les thummim.
ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍‍ ଓ ତୁମ୍ମୀମ୍‍ଧାରୀ ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ତୁମ୍ଭେମାନେ ଯାଜକ ଭାଗର (ପବିତ୍ର) ଖାଦ୍ୟ ଖାଇବ ନାହିଁ।
66 Toute la congrégation réunie était de 42 360 [personnes],
ଆଉ, ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ।
67 sans compter leurs serviteurs et leurs servantes; ceux-ci [étaient au nombre de] 7 337; et parmi eux, il y avait 245 chanteurs et chanteuses.
ଏହାଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ; ଆହୁରି, ସେମାନଙ୍କର ଦୁଇ ଶହ ପଞ୍ଚଚାଳିଶ ଜଣ ଗାୟକ ଗାୟିକା ଥିଲେ।
68 Ils avaient 736 chevaux, 245 mulets,
ସେମାନଙ୍କର ସାତ ଶହ ଛତିଶ ଅଶ୍ୱ; ଦୁଇ ଶହ ପଞ୍ଚଚାଳିଶ ଖଚର;
69 435 chameaux, [et] 6720 ânes.
ଚାରି ଶହ ପଞ୍ଚତିରିଶ ଓଟ; ଛଅ ହଜାର ସାତ ଶହ କୋଡ଼ିଏ ଗଧ ଥିଲେ।
70 Et une partie des chefs des pères firent des dons pour l’œuvre. Le Thirshatha donna au trésor 1000 dariques d’or, 50 bassins, 530 tuniques de sacrificateurs.
ପୁଣି, ପିତୃବଂଶୀୟ ମୁଖ୍ୟମାନଙ୍କ ମଧ୍ୟରୁ କେହି କେହି ସେହି କାମ ନିମନ୍ତେ ଦାନ କଲେ। ଶାସନକର୍ତ୍ତା ଭଣ୍ଡାରରେ ଡାରିକ୍‍ ନାମକ ଏକ ହଜାର ସ୍ୱର୍ଣ୍ଣମୁଦ୍ରା, ପଚାଶ କୁଣ୍ଡ, ପାଞ୍ଚ ଶହ ତିରିଶ ଯାଜକୀୟ ବସ୍ତ୍ର ଦେଲା।
71 Et des chefs des pères donnèrent au trésor de l’œuvre 20000 dariques d’or et 2200 mines d’argent.
ଆଉ, ପିତୃବଂଶୀୟ କେତେକ ମୁଖ୍ୟ ଲୋକ ନିଜ ଭଣ୍ଡାରରୁ ଡାରିକ୍‍ ନାମକ କୋଡ଼ିଏ ହଜାର ସ୍ୱର୍ଣ୍ଣମୁଦ୍ରା ଓ ଦୁଇ ହଜାର ଦୁଇ ଶହ ପାଉଣ୍ଡ ରୂପା କାମ ପାଇଁ ଦେଲେ।
72 Et ce que donna le reste du peuple fut 20000 dariques d’or, et 2000 mines d’argent, et 67 tuniques de sacrificateurs.
ଅନ୍ୟ ଲୋକ ସମସ୍ତେ ଡାରିକ୍‍ ନାମକ କୋଡ଼ିଏ ହଜାର ସ୍ୱର୍ଣ୍ଣମୁଦ୍ରା ଓ ଦୁଇ ହଜାର ପାଉଣ୍ଡ ରୂପା ଓ ସତଷଠି ଯାଜକୀୟ ବସ୍ତ୍ର ଦେଲେ।
73 Et les sacrificateurs, et les lévites, et les portiers, et les chantres, et ceux du peuple, et les Nethiniens, et tout Israël, habitèrent dans leurs villes. Et quand arriva le septième mois, les fils d’Israël étaient dans leurs villes.
ଏହାପରେ ଯାଜକମାନେ, ଲେବୀୟମାନେ, ଦ୍ୱାରପାଳମାନେ ଓ ଗାୟକମାନେ, ଆଉ କେତେକ ଲୋକମାନେ ଓ ନଥୀନୀୟମାନେ (ମନ୍ଦିରର ସେବକମାନେ) ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ। ଆଉ ସପ୍ତମ ମାସ ବେଳକୁ ଇସ୍ରାଏଲ-ସନ୍ତାନଗଣ ଆପଣା ନଗରରେ ଥିଲେ।

< Néhémie 7 >