< 1 Chroniques 11 >
1 Tout Israël s’assembla auprès de David à Hébron, en disant: « Voici que nous sommes tes os et ta chair.
ଏଥିଉତ୍ତାରେ ସମୁଦାୟ ଇସ୍ରାଏଲ ହିବ୍ରୋଣରେ ଦାଉଦଙ୍କ ନିକଟରେ ଏକତ୍ର ହୋଇ କହିଲେ, “ଦେଖ, ଆମ୍ଭେମାନେ ତୁମ୍ଭର ଅସ୍ଥି ଓ ତୁମ୍ଭର ମାଂସ।
2 Autrefois déjà, quand Saül était roi, c’était toi qui menais et ramenais Israël. Et Yahweh, ton Dieu, t’a dit: C’est toi qui paîtras mon peuple d’Israël, et c’est toi qui seras chef sur mon peuple d’Israël. »
ଗତ ଦିନରେ ଶାଉଲ ରାଜା ଥିଲା ବେଳେ ତୁମ୍ଭେ ଇସ୍ରାଏଲକୁ ବାହାରେ ଓ ଭିତରେ ଗମନାଗମନ କରାଉଥିଲ; ପୁଣି, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ କହିଅଛନ୍ତି, ‘ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କୁ ପାଳନ କରିବ ଓ ତୁମ୍ଭେ ଆମ୍ଭ ଇସ୍ରାଏଲ ଲୋକଙ୍କର ଅଗ୍ରଣୀ ହେବ।’”
3 Ainsi tous les anciens d’Israël vinrent auprès du roi à Hébron, et David fit alliance avec eux devant Yahweh, à Hébron; et ils oignirent David pour roi sur Israël, selon la parole de Yahweh prononcée par Samuel.
ଏହିରୂପେ ଇସ୍ରାଏଲର ସମସ୍ତ ପ୍ରାଚୀନ ହିବ୍ରୋଣକୁ ରାଜାଙ୍କ ନିକଟକୁ ଆସିଲେ; ତହିଁରେ ଦାଉଦ ହିବ୍ରୋଣରେ ସଦାପ୍ରଭୁଙ୍କ ସମ୍ମୁଖରେ ସେମାନଙ୍କ ସଙ୍ଗେ ନିୟମ କଲେ; ପୁଣି, ଶାମୁୟେଲଙ୍କ ହସ୍ତରେ ସଦାପ୍ରଭୁଙ୍କ କଥିତ ବାକ୍ୟାନୁସାରେ ସେମାନେ ଇସ୍ରାଏଲ ଉପରେ ଦାଉଦଙ୍କୁ ରାଜାଭିଷିକ୍ତ କଲେ।
4 David marcha avec tout Israël contre Jérusalem, qui est Jébus; là étaient les Jébuséens, habitants du pays.
ଏଥିଉତ୍ତାରେ ଦାଉଦ ଓ ସମଗ୍ର ଇସ୍ରାଏଲ ଯିରୂଶାଲମକୁ, ଅର୍ଥାତ୍, ଯିବୂଷକୁ ଗଲେ; ସେହି ସମୟରେ ଦେଶ ନିବାସୀ ଯିବୂଷୀୟମାନେ ସେଠାରେ ଥିଲେ।
5 Les habitants de Jébus dirent à David: « Tu n’entreras pas ici. « Mais David s’empara de la forteresse de Sion: c’est la cité de David.
ତହିଁରେ ଯିବୂଷ ନିବାସୀମାନେ ଦାଉଦଙ୍କୁ କହିଲେ, “ତୁମ୍ଭେ ଏହି ସ୍ଥାନକୁ ଆସିପାରିବ ନାହିଁ।” ତଥାପି ଦାଉଦ ସିୟୋନର ଦୃଢ଼ ଗଡ଼ ହସ୍ତଗତ କଲେ; ତାହା ଦାଉଦ-ନଗର ହେଲା।
6 David dit: « Quiconque battra le premier les Jébuséens sera chef et prince. « Joab, fils de Sarvia, monta le premier, et il devint chef.
ଆଉ ଦାଉଦ କହିଲେ, “ଯେକେହି ପ୍ରଥମେ ଯିବୂଷୀୟମାନଙ୍କୁ ଆଘାତ କରିବ, ସେ ପ୍ରଧାନ ଓ ସେନାପତି ହେବ।” ତହିଁରେ ସରୁୟାର ପୁତ୍ର ଯୋୟାବ ପ୍ରଥମେ ଗଲା ଓ ପ୍ରଧାନ କରାଗଲା।
7 David s’établit dans la forteresse; c’est pourquoi on l’appela cité de David.
ପୁଣି, ଦାଉଦ ସେହି ଦୃଢ଼ ଗଡ଼ରେ ବାସ କଲେ; ଏହେତୁ ଲୋକମାନେ ତାକୁ ଦାଉଦ-ନଗର ନାମ ଦେଲେ।
8 Il bâtit la ville tout autour, à partir du Mello et aux environs, et Joab répara le reste de la ville.
ଆଉ ଦାଉଦ ଚତୁର୍ଦ୍ଦିଗରେ, ଅର୍ଥାତ୍, ମିଲ୍ଲୋଠାରୁ ଚତୁର୍ଦ୍ଦିଗରେ ନଗର ନିର୍ମାଣ କଲେ; ପୁଣି, ଯୋୟାବ ନଗରର ଅବଶିଷ୍ଟ ସ୍ଥାନ ପୁନଃନିର୍ମାଣ କଲେ।
9 David devenait de plus en plus grand, et Yahweh des armées était avec lui.
ତହୁଁ ଦାଉଦ ଆହୁରି ଆହୁରି ମହାନ ହେଲେ; କାରଣ ସୈନ୍ୟାଧିପତି ସଦାପ୍ରଭୁ ତାହାଙ୍କ ସହ ଥିଲେ।
10 Voici les chefs des héros qui étaient au service de David, et qui, avec tout Israël, l’aidèrent pendant son règne, après avoir contribué à le faire roi, selon la parole de Yahweh au sujet d’Israël.
ଇସ୍ରାଏଲ ବିଷୟରେ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଦାଉଦଙ୍କୁ ରାଜା କରିବା ପାଇଁ ସମଗ୍ର ଇସ୍ରାଏଲ ସହିତ ଯେଉଁମାନେ ତାଙ୍କ ରାଜ୍ୟରେ ତାଙ୍କ ସଙ୍ଗେ ଆପଣାମାନଙ୍କୁ ବଳବାନ ଦେଖାଇଥିଲେ, ଦାଉଦଙ୍କର ସେହି ବୀରମାନଙ୍କ ମଧ୍ୟରେ ଏମାନେ ପ୍ରଧାନ।
11 Voici le nombre des héros qui étaient au service de David: Jesbaam, fils de Hachamoni, chef des Trente. Il brandit sa lance sur trois cents hommes, qu’il fit périr en une seule fois.
ଦାଉଦଙ୍କର ବୀରମାନଙ୍କ ସଂଖ୍ୟା; ଜଣେ ହକ୍ମୋନୀୟର ପୁତ୍ର ଯାଶ୍ବୀୟାମ୍ ତିରିଶ ଜଣଙ୍କ ମଧ୍ୟରେ ପ୍ରଧାନ ଥିଲା; ସେ ତିନି ଶହ ଲୋକ ଉପରେ ଆପଣା ବର୍ଚ୍ଛା ଚଳାଇ ଏକାବେଳେ ସେମାନଙ୍କୁ ବଧ କରିଥିଲା।
12 Après lui, Éléazar, fils de Dodo, l’Ahohite; il était parmi les trois vaillants.
ପୁଣି, ତାହା ଉତ୍ତାରେ ଅହୋହୀୟ ଦୋଦୟର ପୁତ୍ର ଇଲୀୟାସର, ସେ ତିନି ବୀରଙ୍କ ମଧ୍ୟରେ ପ୍ରଧାନ ଥିଲା।
13 Il était avec David à Phes-Domim, et les Philistins s’y étaient rassemblés pour combattre. Il y avait là une pièce de terre pleine d’orge, et le peuple fuyait devant les Philistins.
ସେ ପଶଦମ୍ମୀମରେ ଦାଉଦଙ୍କ ସଙ୍ଗରେ ଥିଲା, ସେଠାରେ ପଲେଷ୍ଟୀୟମାନେ ଯୁଦ୍ଧାର୍ଥେ ଏକତ୍ର ହୋଇଥିଲେ, ସେଠାରେ ଯବପୂର୍ଣ୍ଣ ଖଣ୍ଡେ ଭୂମି ଥିଲା; ଆଉ ଲୋକମାନେ ପଲେଷ୍ଟୀୟମାନଙ୍କ ସମ୍ମୁଖରୁ ପଳାଉଥିଲେ;
14 Ils se placèrent au milieu du champ, le défendirent et battirent les Philistins; et Yahweh opéra une grande délivrance.
ଏଥିରେ ସେମାନେ ସେହି ଭୂମିଖଣ୍ଡ ମଧ୍ୟରେ ଠିଆ ହୋଇ ତାହା ରକ୍ଷା କଲେ ଓ ପଲେଷ୍ଟୀୟମାନଙ୍କୁ ବଧ କଲେ; ପୁଣି, ସଦାପ୍ରଭୁ ମହା ଜୟ ଦ୍ୱାରା ସେମାନଙ୍କୁ ଉଦ୍ଧାର କଲେ।
15 Trois d’entre les trente capitaines descendirent auprès de David sur le rocher, à la caverne d’Odollam, tandis que le camp des Philistins était dressé dans la vallée des Réphaïm.
ଆଉ ତିରିଶ ଜଣ ପ୍ରଧାନଙ୍କ ମଧ୍ୟରୁ ତିନି ଜଣ ଶୈଳକୁ, ଅର୍ଥାତ୍, ଅଦୁଲ୍ଲମ ଗୁମ୍ଫାକୁ ଦାଉଦଙ୍କ ନିକଟକୁ ଗଲେ। ସେତେବେଳେ ପଲେଷ୍ଟୀୟ ସୈନ୍ୟ ରଫାୟୀମ ଉପତ୍ୟକାରେ ଛାଉଣି ସ୍ଥାପନ କରିଥିଲେ।
16 David était alors dans la forteresse, et il y avait un poste de Philistins à Bethléem.
ପୁଣି, ସେସମୟରେ ଦାଉଦ ଦୁର୍ଗମ ସ୍ଥାନରେ ଥିଲେ ଓ ପଲେଷ୍ଟୀୟମାନଙ୍କର ପ୍ରହରୀ-ସୈନ୍ୟଦଳ ବେଥଲିହିମରେ ଥିଲେ।
17 David eut un désir, et il dit: « Qui me fera boire de l’eau de la citerne qui est à la porte de Bethléem? »
ଏଥିରେ ଦାଉଦ ତୃଷାର୍ତ୍ତ ହୋଇ କହିଲେ, “ଆଃ, କେହି ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପର ଜଳ ପାନ କରିବାକୁ ମୋତେ ଦିଅନ୍ତା କି!”
18 Aussitôt les trois hommes, passant au travers du camp des Philistins, puisèrent de l’eau de la citerne qui est à la porte de Bethléem. Ils la prirent et l’apportèrent à David; mais David ne voulut pas la boire, et il en fit une libation à Yahweh,
ତହିଁରେ ସେହି ତିନି ବୀର ପଲେଷ୍ଟୀୟମାନଙ୍କ ସୈନ୍ୟ ମଧ୍ୟଦେଇ ପଶିଯାଇ ବେଥଲିହିମ-ନଗରଦ୍ୱାର ନିକଟସ୍ଥ କୂପରୁ ଜଳ କାଢ଼ି ଦାଉଦଙ୍କ ନିକଟକୁ ତାହା ଆଣିଲେ; ମାତ୍ର ଦାଉଦ ତହିଁରୁ ପାନ କରିବାକୁ ସମ୍ମତ ନ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ଢାଳିଦେଲେ, ଆଉ କହିଲେ,
19 en disant: « Que mon Dieu me garde de faire cela! Boirais-je le sang de ces hommes avec leur vie? Car c’est au péril de leur vie qu’ils l’ont apportée. « Et il ne voulut pas la boire. Voilà ce que firent ces trois braves.
“ମୋʼ ପରମେଶ୍ୱର ଏପରି କର୍ମ କରିବାକୁ ମୋତେ ନ ଦେଉନ୍ତୁ; ପ୍ରାଣପଣରେ ଗମନକାରୀ ଏହି ମନୁଷ୍ୟମାନଙ୍କ ରକ୍ତ କି ମୁଁ ପାନ କରିବି? କାରଣ ସେମାନେ ପ୍ରାଣପଣରେ ତାହା ଆଣିଅଛନ୍ତି।” ଏଣୁ ସେ ତାହା ପାନ କରିବାକୁ ସମ୍ମତ ହେଲେ ନାହିଁ। ଏହି ସକଳ କର୍ମ ସେହି ତିନି ବୀର କରିଥିଲେ।
20 Abisaï, frère de Joab, était chef des Trois; il brandit sa lance contre trois cents hommes et les tua, et il eut du renom parmi les trois.
ସେହି ତିନି ଜଣଙ୍କ ମଧ୍ୟରେ ଯୋୟାବର ଭ୍ରାତା ଅବୀଶୟ ପ୍ରଧାନ ଥିଲା; କାରଣ ସେ ତିନି ଶହ ଲୋକ ବିରୁଦ୍ଧରେ ଆପଣା ବର୍ଚ୍ଛା ଉଠାଇ ସେମାନଙ୍କୁ ବଧ କରିଥିଲା; ଏଣୁ ସେ ଏହି ତିନିଙ୍କ ମଧ୍ୟରେ ନାମ ପାଇଲା।
21 Il était le plus considéré de la seconde triade, et il fut leur chef; mais il n’égala pas les trois premiers.
ଏହି ତିନିଙ୍କ ମଧ୍ୟରେ ସେ ଦୁଇ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା ଓ ସେମାନଙ୍କର ସେନାପତି ହେଲା; ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା।
22 Banaïas, fils de Joïada, fils d’un homme vaillant et riche en exploits, de Cabséel. Il frappa les deux ariels de Moab. Il descendit et frappa le lion au milieu de la citerne un jour de neige.
ପରାକ୍ରାନ୍ତ କର୍ମକାରୀ କବ୍ସେଲୀୟ ଏକ ବିକ୍ରମୀ ପୁରୁଷର ପୌତ୍ର ଯିହୋୟାଦାର ପୁତ୍ର ଯେ ବନାୟ, ସେ ମୋୟାବୀୟ ଅରୀୟେଲର ଦୁଇ ପୁତ୍ରଙ୍କୁ ବଧ କଲା; ମଧ୍ୟ ସେ ହିମପାତ ସମୟରେ ଯାଇ ଗର୍ତ୍ତ ମଧ୍ୟରେ ଏକ ସିଂହକୁ ବଧ କଲା।
23 Il frappa un Égyptien d’une stature de cinq coudées; et dans la main de l’Égyptien, il y avait une lance semblable à une ensouple de tisserand. Il descendit vers lui avec un bâton, et il arracha la lance de la main de l’Égyptien et le frappa de sa propre lance.
ଆହୁରି ସେ ପାଞ୍ଚ ହାତ ଦୀର୍ଘ ବୃହତକାୟ ଏକ ମିସରୀୟ ପୁରୁଷକୁ ବଧ କଲା; ସେହି ମିସରୀୟ ହସ୍ତରେ ତନ୍ତୀର ନରାଜ ତୁଲ୍ୟ ଏକ ବର୍ଚ୍ଛା ଥିଲା; ପୁଣି, ବନାୟ ଏକ ଯଷ୍ଟି ନେଇଯାଇ ସେହି ମିସରୀୟର ହସ୍ତରୁ ବର୍ଚ୍ଛା ଛଡ଼ାଇ ତାହାରି ବର୍ଚ୍ଛାରେ ତାହାକୁ ବଧ କଲା।
24 Voilà ce que fit Banaïas, fils de Joïada, et il eut du renom parmi les trois vaillants.
ଯିହୋୟାଦାର ପୁତ୍ର ବନାୟ ଏହିସବୁ କର୍ମ କଲା, ଏଣୁ ସେ ଏହି ତିନି ବୀରଙ୍କ ମଧ୍ୟରେ ନାମ ପାଇଲା।
25 Voici qu’il était plus considéré que les trente, mais il n’égala pas les trois. David le fit membre de son conseil secret.
ଦେଖ, ସେ ତିରିଶ ଜଣଙ୍କ ଅପେକ୍ଷା ଅଧିକ ମର୍ଯ୍ୟାଦାପନ୍ନ ଥିଲା, ତଥାପି ସେ ପ୍ରଥମ ତିନି ଜଣଙ୍କ ତୁଲ୍ୟ ନ ଥିଲା; ଆଉ ଦାଉଦ ତାହାକୁ ଆପଣା ପ୍ରହରୀ-ଦଳ ଉପରେ ନିଯୁକ୍ତ କଲେ।
26 Hommes vaillants de l’armée: Asaël, frère de Joab; Elchanan, fils de Dodo, de Bethléem;
ଆହୁରି ସୈନ୍ୟ ମଧ୍ୟରେ ଏହି ବୀରମାନେ ଥିଲେ; ଯଥା, ଯୋୟାବର ଭ୍ରାତା ଅସାହେଲ, ବେଥଲିହିମସ୍ଥ ଦୋଦୟର ପୁତ୍ର ଇଲ୍ହାନନ୍;
27 Sammoth, d’Arori; Hellès, de Phalon;
ହରୋରୀୟ ଶମ୍ମୋତ୍, ପଲୋନୀୟ ହେଲସ୍,
28 Hira, fils d’Accès, de Thécué; Abiéser, d’Anathot;
ତକୋୟୀୟ ଇକ୍କେଶର ପୁତ୍ର ଈରା, ଅନାଥୋତୀୟ ଅବୀୟେଷର;
29 Sobbochaï, le Husathite; Ilaï, l’Ahohite;
ହୂଶାତୀୟ ସିବ୍ବଖୟ, ଅହୋହୀୟ ଈଲୟ;
30 Maharaï, de Nétopha; Héled, fils de Baana, de Nétopha;
ନଟୋଫାତୀୟ ମହରୟ, ନଟୋଫାତୀୟ ବାନାର ପୁତ୍ର ହେଲଦ୍;
31 Ethaï, fils de Ribaï, de Gabaa des fils de Benjamin; Banaïa, de Pharaton;
ବିନ୍ୟାମୀନ୍-ସନ୍ତାନଗଣର ଗିବୀୟା ନିବାସୀ ରୀବୟର ପୁତ୍ର ଇତ୍ତୟ, ପିରୀୟାଥୋନୀୟ ବନାୟ;
32 Huraï, des vallées de Gaas; Abiel, d’Araba; Azmaveth, de Bauram; Eliaba, de Salabon;
ଗାଶ୍-ନଦୀତୀର ନିବାସୀ ହୂରୟ, ଅର୍ବତୀୟ ଅବୀୟେଲ;
33 Bené-Assem, de Gézon; Jonathan, fils de Sagé, d’Arar;
ବାହାରୁମୀୟ ଅସ୍ମାବତ୍, ଶାଲ୍ବୋନୀୟ ଇଲୀୟହବା;
34 Ahiam, fils de Sachar, d’Arar;
ଗିଷୋନୀୟ ହାଷେମ୍ର ପୁତ୍ରଗଣ, ହରାରୀୟ ଶାଗିର ପୁତ୍ର ଯୋନାଥନ;
ହରାରୀୟ ସାଖରର ପୁତ୍ର ଅହୀୟାମ, ଊରର ପୁତ୍ର ଇଲୀଫାଲ;
36 Hépher, de Méchéra; Ahia, de Phélon;
ମଖେରାତୀୟ ହେଫର, ପଲୋନୀୟ ଅହୀୟ;
37 Hesro, de Carmel; Naaraï fils d’Asbaï;
କର୍ମିଲୀୟ ହିଷ୍ରୟ, ଇଷ୍ବୟର ପୁତ୍ର ନାରୟ;
38 Joël frère de Nathan; Mibahar, fils d’Agaraï;
ନାଥନର ଭ୍ରାତା ଯୋୟେଲ, ହଗ୍ରିର ପୁତ୍ର ମିଭର;
39 Sélec, l’Ammonite; Naharaï, de Béroth, écuyer de Joab, fils de Sarvia;
ଅମ୍ମୋନୀୟ ସେଲକ୍, ସରୁୟାର ପୁତ୍ର ଯୋୟାବର ଅସ୍ତ୍ରବାହକ ବେରୋତୀୟ ନହରୟ;
40 Ira, de Jéther; Gareb, de Jéther;
ଯିତ୍ରୀୟ ଈରା ଓ ଗାରେବ୍;
41 Urie, le Hethéen; Zabad, fils d’Oholi;
ହିତ୍ତୀୟ ଊରୀୟ, ଅହଲୟର ପୁତ୍ର ସାବଦ୍,
42 Adina, fils de Siza le Rubénite, chef des Rubénites, et trente avec lui;
ରୁବେନୀୟ ଶୀଷାର ପୁତ୍ର ଅଦୀନା, ଏ ରୁବେନୀୟମାନଙ୍କର ଜଣେ ପ୍ରଧାନ ଥିଲା ଓ ତାହା ସଙ୍ଗେ ତିରିଶ ଜଣ ଥିଲେ;
43 Hanan, fils de Maacha; Josaphat, de Mathan;
ମାଖାର ପୁତ୍ର ହାନନ୍, ମିତ୍ନୀୟ ଯୋଶାଫଟ୍;
44 Ozia, d’Astaroth; Samma et Jéhiel, fils de Hotham d’Aroër;
ଅଷ୍ଟାରୋତୀୟ ଉଷୀଅ; ଅରୋୟେରୀୟ ହୋଥମ୍ର ପୁତ୍ର ଶାମ୍ ଓ ଯିୟୀୟେଲ୍;
45 Jédihel, fils de Samri; Joha, son frère, le Thosaïte;
ଶିମ୍ରିର ପୁତ୍ର ଯିଦୀୟେଲ ଓ ତାହାର ଭ୍ରାତା ତୀଷୀୟ ଯୋହା;
46 Eliel, de Mahum; Jéribaï et Josaïa, fils d’Elnaëm; Jethma, le Moabite;
ମହବୀୟ, ଇଲୀୟେଲ୍, ଇଲ୍ନାମର ପୁତ୍ର ଯିରୀବୟ ଓ ଯୋଶବୀୟ, ଆଉ ମୋୟାବୀୟ ଯିତ୍ମା;
47 Eliel, Obed et Jasiel, de Masobia.
ଇଲୀୟେଲ୍, ଓବେଦ୍ ଓ ମସୋବାୟୀୟ ଯାସୀୟେଲ୍।