< Esdras 2 >
1 Voici les fils de la province qui remontèrent de la captivité des captifs que Nebucadnetsar, roi de Babylone, avait emmenés à Babylone, et qui revinrent à Jérusalem et en Juda, chacun dans sa ville.
ଯେଉଁମାନେ ବନ୍ଦୀ ରୂପେ ନୀତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ପ୍ରଦେଶୀୟ ଏହି ସନ୍ତାନଗଣ ପ୍ରତ୍ୟେକେ ଯିରୂଶାଲମ ଓ ଯିହୁଦାସ୍ଥିତ ଆପଣା ଆପଣା ନଗରକୁ ଫେରି ଆସିଲେ; ବାବିଲର ରାଜା ନବୂଖଦ୍ନିତ୍ସର ଏମାନଙ୍କୁ ବାବିଲକୁ ନେଇ ଯାଇଥିଲେ।
2 Ils vinrent avec Zorobabel, Josué, Néhémie, Seraïa, Réelaïa, Mardochée, Bilshan, Mispar, Bigvaï, Rehum et Baana. Nombre des hommes du peuple d'Israël:
ଏମାନେ ଯିରୁବ୍ବାବିଲ୍, ଯେଶୂୟ, ନିହିମୀୟା, ସରାୟ, ରିୟେଲାୟ, ମର୍ଦ୍ଦଖୟ, ବିଲ୍ଶନ୍, ମିସ୍ପର, ବିଗ୍ବୟ, ରହୂମ୍ ଓ ବାନା ସଙ୍ଗେ ଫେରି ଆସିଲେ। ଇସ୍ରାଏଲ ବଂଶୀୟ ପୁରୁଷମାନଙ୍କର ସଂଖ୍ୟା ଏହି, ଯଥା,
3 les fils de Parosh, deux mille cent soixante-douze
ପରିୟୋଶର ସନ୍ତାନ ଦୁଇ ହଜାର ଏକ ଶହ ବାସ୍ତରି ଜଣ।
4 les fils de Shephatia, trois cent soixante-douze
ଶଫଟୀୟର ସନ୍ତାନ ତିନି ଶହ ବାସ୍ତରି ଜଣ।
5 les fils d'Arach, sept cent soixante-quinze
ଆରହର ସନ୍ତାନ ସାତ ଶହ ପଞ୍ଚସ୍ତରି ଜଣ।
6 les fils de Pahathmoab, des fils de Josué et de Joab, deux mille huit cent douze
ଯେଶୂୟ ଓ ଯୋୟାବର ସନ୍ତାନମାନଙ୍କ ମଧ୍ୟରୁ ପହତ୍-ମୋୟାବର ସନ୍ତାନ ଦୁଇ ହଜାର ଆଠ ଶହ ବାର ଜଣ।
7 les fils d'Élam, mille deux cent cinquante-quatre
ଏଲମ୍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
8 les fils de Zattu, neuf cent quarante-cinq
ସତ୍ତୂର ସନ୍ତାନ ନଅ ଶହ ପଞ୍ଚଚାଳିଶ ଜଣ।
9 les fils de Zaccaï, sept cent soixante
ସକ୍କୟର ସନ୍ତାନ ସାତ ଶହ ଷାଠିଏ ଜଣ।
10 les fils de Bani, six cent quarante-deux
ବାନିର ସନ୍ତାନ ଛଅ ଶହ ବୟାଳିଶ ଜଣ।
11 les fils de Bébaï, six cent vingt-trois
ବେବୟର ସନ୍ତାନ ଛଅ ଶହ ତେଇଶ ଜଣ।
12 les fils d'Azgad, mille deux cent vingt-deux
ଅସ୍ଗଦର ସନ୍ତାନ ଏକ ହଜାର ଦୁଇ ଶହ ବାଇଶ ଜଣ।
13 les fils d'Adonikam, six cent soixante-six
ଅଦୋନୀକାମର ସନ୍ତାନ ଛଅ ଶହ ଛଷଠି ଜଣ।
14 les fils de Bigvaï, deux mille cinquante-six
ବିଗ୍ବୟର ସନ୍ତାନ ଦୁଇ ହଜାର ଛପନ ଜଣ।
15 les fils d'Adin, quatre cent cinquante-quatre
ଆଦୀନର ସନ୍ତାନ ଚାରି ଶହ ଚଉବନ ଜଣ।
16 les fils d'Ater, d'Ézéchias, quatre-vingt-dix-huit
ହିଜକୀୟର ବଂଶଜାତ ଆଟେରର ସନ୍ତାନ ଅଠାନବେ ଜଣ।
17 les fils de Betsaï, trois cent vingt-trois
ବେତ୍ସୟର ସନ୍ତାନ ତିନି ଶହ ତେଇଶ ଜଣ।
18 les fils de Jorah, cent douze
ଯୋରାହର ସନ୍ତାନ ଏକ ଶହ ବାର ଜଣ।
19 les fils de Haschum, deux cent vingt-trois
ହଶୂମର ସନ୍ତାନ ଦୁଇ ଶହ ତେଇଶ ଜଣ।
20 les fils de Gibbar, quatre-vingt-quinze
ଗିବ୍ବରର ସନ୍ତାନ ପଞ୍ଚାନବେ ଜଣ।
21 les fils de Bethléhem, cent vingt-trois
ବେଥଲିହିମର ସନ୍ତାନ ଏକ ଶହ ତେଇଶ ଜଣ।
22 les hommes de Netopha, cinquante-six
ନଟୋଫାର ଲୋକ ଛପନ ଜଣ।
23 les hommes d'Anathoth, cent vingt-huit
ଅନାଥୋତ୍ର ଲୋକ ଏକ ଶହ ଅଠାଇଶ ଜଣ।
24 les fils d'Azmaveth, quarante-deux
ଅସ୍ମାବତ୍ର ସନ୍ତାନ ବୟାଳିଶ ଜଣ।
25 les fils de Kiriath Arim, de Chephira et de Beeroth, sept cent quarante-trois
କିରୀୟଥ୍-ଯିୟାରୀମ୍ ଓ କଫୀରା ଓ ବେରୋତର ସନ୍ତାନ ସାତ ଶହ ତେୟାଳିଶ ଜଣ।
26 les fils de Rama et de Guéba, six cent vingt et un
ରାମାର ଓ ଗେବାର ସନ୍ତାନ ଛଅ ଶହ ଏକୋଇଶ ଜଣ।
27 les hommes de Micmas, cent vingt-deux
ମିକ୍ମସର ଲୋକ ଏକ ଶହ ବାଇଶ ଜଣ।
28 les hommes de Béthel et d'Aï, deux cent vingt-trois
ବେଥେଲ୍ର ଓ ଅୟର ଲୋକ ଦୁଇ ଶହ ତେଇଶ ଜଣ।
29 les fils de Nebo, cinquante-deux
ନବୋର ସନ୍ତାନ ବାବନ ଜଣ।
30 les fils de Magbish, cent cinquante-six
ମଗ୍ବୀଶର ସନ୍ତାନ ଏକ ଶହ ଛପନ ଜଣ।
31 les fils de l'autre Élam, mille deux cent cinquante-quatre
ଅନ୍ୟ ଏଲମ୍ର ସନ୍ତାନ ଏକ ହଜାର ଦୁଇ ଶହ ଚଉବନ ଜଣ।
32 les fils de Harim, trois cent vingt
ହାରୀମ୍ର ସନ୍ତାନ ତିନି ଶହ କୋଡ଼ିଏ ଜଣ।
33 les fils de Lod, Hadid et Ono, sept cent vingt-cinq
ଲୋଦ୍ ଓ ହାଦୀଦ୍ ଓ ଓନୋର ସନ୍ତାନ ସାତ ଶହ ପଚିଶ ଜଣ।
34 les fils de Jéricho, trois cent quarante-cinq
ଯିରୀହୋର ସନ୍ତାନ ତିନି ଶହ ପଞ୍ଚଚାଳିଶ ଜଣ।
35 les fils de Senaah, trois mille six cent trente.
ସନାୟାର ସନ୍ତାନ ତିନି ହଜାର ଛଅ ଶହ ତିରିଶ ଜଣ।
36 Sacrificateurs: les fils de Jedaeja, de la maison de Josué, neuf cent soixante-treize.
ଯାଜକମାନଙ୍କ ସଂଖ୍ୟା; ଯେଶୂୟ-ବଂଶଜ ଯିଦୟୀୟର ସନ୍ତାନ ନଅ ଶହ ତେସ୍ତରି ଜଣ।
37 les fils d'Immer, mille cinquante-deux
ଇମ୍ମେରର ସନ୍ତାନ ଏକ ହଜାର ବାବନ ଜଣ।
38 les fils de Pashhur, mille deux cent quarante-sept
ପଶ୍ହୂରର ସନ୍ତାନ ଏକ ହଜାର ଦୁଇ ଶହ ସତଚାଳିଶ ଜଣ।
39 les fils de Harim, mille dix-sept.
ହାରୀମ୍ର ସନ୍ତାନ ଏକ ହଜାର ସତର ଜଣ।
40 Lévites: les fils de Josué et de Kadmiel, des fils d'Hodavia, soixante-quatorze.
ଲେବୀୟମାନଙ୍କ ସଂଖ୍ୟା; ହୋଦବୀୟର ସନ୍ତାନମାନଙ୍କ ମଧ୍ୟରୁ ଯେଶୂୟ ଓ କଦ୍ମୀୟେଲର ସନ୍ତାନ ଚଉସ୍ତରି ଜଣ।
41 Chantres: les fils d'Asaph, cent vingt-huit.
ଗାୟକମାନଙ୍କ ସଂଖ୍ୟା; ଆସଫର ସନ୍ତାନ ଏକ ଶହ ଅଠାଇଶ ଜଣ।
42 Fils des portiers: les fils de Schallum, les fils d'Ater, les fils de Talmon, les fils d'Akkub, les fils de Hatita, les fils de Shobaï, en tout cent trente-neuf.
ଦ୍ୱାରପାଳମାନଙ୍କ ସନ୍ତାନଗଣର ସଂଖ୍ୟା; ଶଲ୍ଲୁମ୍ର ସନ୍ତାନ, ଆଟେରର ସନ୍ତାନ, ଟଲ୍ମୋନର ସନ୍ତାନ, ଅକ୍କୂବର ସନ୍ତାନ, ହଟୀଟାର ସନ୍ତାନ, ଶୋବୟର ସନ୍ତାନ, ସର୍ବସୁଦ୍ଧା ଏକ ଶହ ଅଣଚାଳିଶ ଜଣ।
43 Les serviteurs du temple: les fils de Ziha, les fils de Hasupha, les fils de Tabbaoth,
ନଥୀନୀୟ ଲୋକମାନେ; ସୀହର ସନ୍ତାନଗଣ, ହସୂଫାର ସନ୍ତାନଗଣ, ଟବ୍ବାୟୋତର ସନ୍ତାନଗଣ;
44 les fils de Keros, les fils de Siaha, les fils de Padon,
କେରୋସର ସନ୍ତାନଗଣ, ସୀୟର ସନ୍ତାନଗଣ, ପାଦୋନର ସନ୍ତାନଗଣ;
45 les fils de Lebanah, les fils de Hagabah, les fils de Akkub,
ଲବାନାର ସନ୍ତାନଗଣ, ହଗାବର ସନ୍ତାନଗଣ, ଅକ୍କୂବର ସନ୍ତାନଗଣ;
46 les fils de Hagab, les fils de Shamlaï, les fils de Hanan,
ହାଗାବର ସନ୍ତାନଗଣ, ଶମ୍ଲୟର ସନ୍ତାନଗଣ, ହାନନ୍ର ସନ୍ତାନଗଣ;
47 les fils de Giddel, les fils de Gahar, les fils de Reaiah,
ଗିଦ୍ଦେଲର ସନ୍ତାନଗଣ, ଗହରର ସନ୍ତାନଗଣ, ରାୟାର ସନ୍ତାନଗଣ;
48 les fils de Rezin, les fils de Nekoda, les fils de Gazzam,
ରତ୍ସୀନର ସନ୍ତାନଗଣ, ନକୋଦର ସନ୍ତାନଗଣ, ଗସମର ସନ୍ତାନଗଣ;
49 les fils de Uzza, les fils de Paseah, les fils de Besai,
ଉଷର ସନ୍ତାନଗଣ, ପାସେହର ସନ୍ତାନଗଣ, ବେଷୟର ସନ୍ତାନଗଣ;
50 les fils de Asnah, les fils de Meunim, les fils de Nephisim,
ଅସ୍ନାର ସନ୍ତାନଗଣ, ମିୟୂନୀମର ସନ୍ତାନଗଣ, ନଫିଷୀମର ସନ୍ତାନଗଣ;
51 les fils de Bakbuk, les fils de Hakupha, les fils de Harhur,
ବକ୍ବୁକର ସନ୍ତାନଗଣ, ହକୂଫାର ସନ୍ତାନଗଣ, ହର୍ହୂରର ସନ୍ତାନଗଣ;
52 les fils de Bazluth, les fils de Mehida, les fils de Harsha,
ବସ୍ଲୂତର ସନ୍ତାନଗଣ, ମହୀଦାର ସନ୍ତାନଗଣ, ହର୍ଶାର ସନ୍ତାନଗଣ;
53 les fils de Barkos, les fils de Sisera, les fils de Temah,
ବର୍କୋସର ସନ୍ତାନଗଣ, ସୀଷରାର ସନ୍ତାନଗଣ, ତେମହର ସନ୍ତାନଗଣ;
54 les fils de Neziah, les fils de Hatipha.
ନତ୍ସୀହର ସନ୍ତାନଗଣ, ହଟୀଫାର ସନ୍ତାନଗଣ।
55 Fils des serviteurs de Salomon: les fils de Sotaï, les fils de Hassophereth, les fils de Peruda,
ଶଲୋମନର ଦାସମାନଙ୍କ ସନ୍ତାନଗଣ; ସୋଟୟର ସନ୍ତାନଗଣ, ହସୋଫେରତର ସନ୍ତାନଗଣ, ପରୁଦାର ସନ୍ତାନଗଣ;
56 les fils de Jaala, les fils de Darkon, les fils de Giddel,
ଯାଳାର ସନ୍ତାନଗଣ, ଦର୍କୋଣର ସନ୍ତାନଗଣ, ଗିଦ୍ଦେଲର ସନ୍ତାନଗଣ;
57 les fils de Shephatia, les fils de Hattil, les fils de Pochereth Hazzebaim, les fils d'Ami.
ଶଫଟୀୟର ସନ୍ତାନଗଣ, ହଟୀଲର ସନ୍ତାନଗଣ, ପୋଖେରତ୍-ହତ୍ସବାୟିମର ସନ୍ତାନଗଣ, ଆମୀର ସନ୍ତାନଗଣ;
58 Tous les serviteurs du temple, et les fils des serviteurs de Salomon, étaient au nombre de trois cent quatre-vingt-douze.
ନଥୀନୀୟ ଲୋକମାନେ ଓ ଶଲୋମନର ଦାସମାନଙ୍କ ସନ୍ତାନଗଣ ସର୍ବସୁଦ୍ଧା ତିନି ଶହ ବୟାନବେ ଜଣ।
59 Voici ceux qui montèrent de Tel-Méla, de Tel-Harsha, de Chérubin, d'Addan et d'Immer; mais ils ne purent faire connaître les maisons de leurs pères et leurs descendants, s'ils étaient d'Israël:
ପୁଣି ତେଲ୍-ମେଲହ, ତେଲ୍-ହର୍ଶା, କଋବ୍, ଅଦ୍ଦନ ଓ ଇମ୍ମେର, ଏହି ସକଳ ସ୍ଥାନରୁ ଲୋକ ଆସିଲେ, ମାତ୍ର ସେମାନେ ଇସ୍ରାଏଲୀୟ ଲୋକ ବୋଲି ଆପଣା ଆପଣା ପିତୃବଂଶ ଓ ଗୋଷ୍ଠୀର ପ୍ରମାଣ ଦର୍ଶାଇ ପାରିଲେ ନାହିଁ; ସେହି ଲୋକମାନେ ଏହି, ଯଥା,
60 les fils de Delaja, les fils de Tobija, les fils de Nekoda, six cent cinquante-deux.
ଦଲୟିୟର ସନ୍ତାନ, ଟୋବୀୟର ସନ୍ତାନ, ନକୋଦର ସନ୍ତାନ, ଛଅ ଶହ ବାବନ ଜଣ।
61 Des fils des sacrificateurs: les fils de Habaja, les fils de Hakkoz, et les fils de Barzillaï, qui prit une femme parmi les filles de Barzillaï, le Galaadite, et fut appelé de leur nom.
ଯାଜକମାନଙ୍କ ସନ୍ତାନଗଣ ମଧ୍ୟରୁ ହବାୟର ସନ୍ତାନଗଣ, ହକ୍କୋସ୍ର ସନ୍ତାନଗଣ, ବର୍ସିଲ୍ଲୟର ସନ୍ତାନଗଣ, ଏହି ବର୍ସିଲ୍ଲୟ ଗିଲୀୟଦୀୟ ବର୍ସିଲ୍ଲୟର ଏକ କନ୍ୟାକୁ ବିବାହ କରିବାରୁ ତାହାର ନାମାନୁସାରେ ଖ୍ୟାତ ହୋଇଥିଲା।
62 Ceux-ci cherchaient leur place parmi ceux qui étaient enregistrés par généalogie, mais ils ne furent pas trouvés; ils furent donc considérés comme disqualifiés et retirés du sacerdoce.
ଏମାନେ ବଂଶାବଳୀ କ୍ରମେ ଗଣିତ ଲୋକମାନଙ୍କ ମଧ୍ୟରେ ଆପଣାମାନଙ୍କ ବଂଶାବଳୀ-ପତ୍ର ଅନ୍ୱେଷଣ କଲେ, ମାତ୍ର ପାଇଲେ ନାହିଁ; ଏହେତୁ ଏମାନେ ଅଶୁଚି ଗଣିତ ହୋଇ ଯାଜକ ପଦଚ୍ୟୁତ ହେଲେ।
63 Le gouverneur leur fit savoir qu'ils ne devaient pas manger des choses les plus saintes tant qu'un prêtre ne se serait pas levé pour servir avec l'urim et le thummim.
ପୁଣି, ଶାସନକର୍ତ୍ତା ସେମାନଙ୍କୁ କହିଲା ଯେ, ଊରୀମ୍ ଓ ତୁମ୍ମୀମ୍ଧାରୀ କୌଣସି ଯାଜକ ଉତ୍ପନ୍ନ ନ ହେବା ପର୍ଯ୍ୟନ୍ତ ସେମାନେ ପବିତ୍ର ବସ୍ତୁ ଭୋଜନ କରିବେ ନାହିଁ।
64 Toute l'assemblée était de quarante-deux mille trois cent soixante personnes,
ଆଉ, ଏକତ୍ରୀକୃତ ସମସ୍ତ ସମାଜ ବୟାଳିଶ ହଜାର ତିନି ଶହ ଷାଠିଏ ଜଣ ଥିଲେ।
65 sans compter leurs serviteurs et leurs servantes, au nombre de sept mille trois cent trente-sept; ils avaient deux cents chanteurs et chanteuses.
ଏହାଛଡ଼ା ସେମାନଙ୍କର ଦାସଦାସୀ ସାତ ହଜାର ତିନି ଶହ ସଇଁତିରିଶ ଜଣ ଥିଲେ। ଆହୁରି, ସେମାନଙ୍କର ଦୁଇ ଶହ ଗାୟକ ଗାୟିକା ଥିଲେ।
66 Leurs chevaux étaient au nombre de sept cent trente-six; leurs mulets, de deux cent quarante-cinq;
ସେମାନଙ୍କର ସାତ ଶହ ଛତିଶ ଅଶ୍ୱ; ଦୁଇ ଶହ ପଞ୍ଚଚାଳିଶ ଖଚର;
67 leurs chameaux, de quatre cent trente-cinq; leurs ânes, de six mille sept cent vingt.
ଚାରି ଶହ ପଞ୍ଚତିରିଶ ଓଟ; ଛଅ ହଜାର ସାତ ଶହ କୋଡ଼ିଏ ଗର୍ଦ୍ଦଭ ଥିଲେ।
68 Des chefs de famille, lorsqu'ils arrivèrent à la maison de l'Éternel qui est à Jérusalem, firent des offrandes volontaires pour la maison de Dieu, afin de l'ériger à sa place.
ଏଥିଉତ୍ତାରେ ପିତୃବଂଶୀୟ କେତେକ ପ୍ରଧାନ ଲୋକ ସଦାପ୍ରଭୁଙ୍କ ଯିରୂଶାଲମସ୍ଥିତ ଗୃହରେ ଉପସ୍ଥିତ ହୁଅନ୍ତେ, ପରମେଶ୍ୱରଙ୍କର ସେହି ଗୃହ ସ୍ୱ ସ୍ଥାନରେ ସ୍ଥାପନ କରିବା ପାଇଁ ସ୍ଵେଚ୍ଛାପୂର୍ବକ ଦାନ କଲେ।
69 Ils donnèrent au trésor de l'œuvre, selon leurs moyens, soixante et un mille dariques d'or, cinq mille dariques d'argent et cent vêtements sacerdotaux.
ସେମାନେ ଆପଣା ଆପଣା ଶକ୍ତି ଅନୁସାରେ ସେହି କର୍ମର ଭଣ୍ଡାରରେ ଏକଷଠି ହଜାର ଡ୍ରାକ୍ମା ସ୍ୱର୍ଣ୍ଣମୁଦ୍ରା ଓ ପାଞ୍ଚ ହଜାର ପାଉଣ୍ଡ ରୂପା ଓ ଯାଜକମାନଙ୍କ ନିମନ୍ତେ ଏକ ଶହ ବସ୍ତ୍ର ଦେଲେ।
70 Ainsi, les prêtres et les lévites, avec une partie du peuple, les chantres, les portiers et les serviteurs du temple, habitèrent dans leurs villes, et tout Israël dans ses villes.
ପୁଣି, ଯାଜକମାନେ ଓ ଲେବୀୟମାନେ ଓ ଲୋକମାନଙ୍କ ମଧ୍ୟରୁ କେତେକ, ପୁଣି ଗାୟକମାନେ ଓ ଦ୍ୱାରପାଳମାନେ ଓ ନଥୀନୀୟମାନେ ଆପଣା ଆପଣା ନଗରରେ ଓ ସମଗ୍ର ଇସ୍ରାଏଲ ଆପଣା ଆପଣା ନଗରରେ ବାସ କଲେ।