< 2 Mooseksen 2 >

1 Niin eräs mies, joka oli Leevin sukua, meni ja nai leeviläisen neidon.
ଏଥିଉତ୍ତାରେ ଲେବୀ ବଂଶଜାତ ଜଣେ ମନୁଷ୍ୟ ଯାଇ ଲେବୀ ବଂଶରୁ ଜାତ ଏକ କନ୍ୟାକୁ ବିବାହ କଲା।
2 Ja vaimo tuli raskaaksi ja synnytti pojan. Ja kun hän näki, että se oli ihana lapsi, salasi hän sitä kolme kuukautta.
ତହୁଁ ସେ ସ୍ତ୍ରୀ ଗର୍ଭଧାରଣ କରି ଗୋଟିଏ ପୁତ୍ର ପ୍ରସବ କଲା; ପୁଣି, ବାଳକକୁ ଅତି ସୁନ୍ଦର ଦେଖି ସେ ତାକୁ ତିନି ମାସ ଯାଏ ଗୋପନରେ ରଖିଲା।
3 Mutta kun hän ei voinut sitä enää salata, otti hän kaisla-arkun, siveli sen maapihkalla ja piellä, pani lapsen siihen ja laski sen kaislikkoon Niilivirran rantaan.
ତହିଁ ଉତ୍ତାରେ ଆଉ ଗୋପନ କରି ନ ପାରି ସେ ଗୋଟିଏ ନଳନିର୍ମିତ ପେଡ଼ି ଘେନି ମାଟିଆ ତେଲ ଓ ଝୁଣା ଲେପନ କରି ତହିଁ ମଧ୍ୟରେ ସେହି ବାଳକକୁ ଥୋଇ ନୀଳ ନଦୀତୀରସ୍ଥ ନଳବନରେ ରଖିଲା।
4 Ja lapsen sisar asettui taammaksi nähdäksensä, mitä hänelle tapahtuisi.
ପୁଣି, ତାହାର କି ଦଶା ହେବ, ତାହା ଦେଖିବା ନିମନ୍ତେ ତାହାର ଭଗିନୀ ଦୂରରେ ଠିଆ ହୋଇ ରହିଲା।
5 Silloin faraon tytär tuli alas peseytymään virrassa, ja hänen seuranaisensa kävelivät virran rannalla; ja kun hän näki arkun kaislikossa, lähetti hän palvelijattarensa ja otatti sen ylös.
ଏଥିଉତ୍ତାରେ ଫାରୋଙ୍କ କନ୍ୟା ସ୍ନାନ ନିମନ୍ତେ ନଦୀକୁ ଆସନ୍ତେ, ତାହାର ସହଚରୀଗଣ ନଦୀ ତୀରରେ ଭ୍ରମଣ କରୁଥିଲେ। ଏଥିମଧ୍ୟରେ ସେ ନଳବନରେ ଗୋଟିଏ ପେଡ଼ି ଦେଖି ତାହା ଆଣିବାକୁ ଆପଣା ଦାସୀକୁ ପଠାଇଲା।
6 Ja kun hän avasi sen, näki hän lapsen; ja katso, siinä oli poikanen, joka itki. Niin hänen tuli sitä sääli, ja hän sanoi: "Tämä on hebrealaisten lapsia".
ସେ ପେଡ଼ି ଫିଟାଇ ସେହି ବାଳକକୁ ଦେଖିଲା; ଆଉ ଦେଖ, ସେହି ବାଳକଟି କାନ୍ଦୁଅଛି; ତହିଁରେ ସେ ଦୟା ବହି କହିଲା, “ଏଇଟି ଜଣେ ଏବ୍ରୀୟ ବାଳକ।”
7 Niin lapsen sisar sanoi faraon tyttärelle: "Menenkö kutsumaan sinulle hebrealaisen imettäjän, joka voi imettää sen lapsen sinulle?"
ସେତେବେଳେ ତାହାର ଭଗିନୀ ଫାରୋଙ୍କର କନ୍ୟାକୁ କହିଲା, “ମୁଁ ଯାଇ ଆପଣଙ୍କ ନିମନ୍ତେ ଏହି ବାଳକକୁ ସ୍ତନ୍ୟପାନ କରାଇବା ପାଇଁ କି ଏବ୍ରୀୟା ସ୍ତ୍ରୀଗଣ ମଧ୍ୟରୁ ଜଣେ ଧାତ୍ରୀକୁ ଡାକି ଆଣିବି?”
8 Faraon tytär vastasi hänelle: "Mene!" Niin tyttö meni ja kutsui lapsen äidin.
ତହିଁରେ ଫାରୋଙ୍କର କନ୍ୟା କହିଲା, “ଯାଅ,” ତହୁଁ ସେ ବାଳିକା ଯାଇ ସେହି ବାଳକର ମାତାକୁ ଡାକି ଆଣିଲା।
9 Ja faraon tytär sanoi hänelle: "Ota tämä lapsi ja imetä se minulle, niin minä maksan sinulle siitä palkan". Ja vaimo otti lapsen ja imetti sen.
ତେବେ ଫାରୋଙ୍କର କନ୍ୟା ତାହାଙ୍କୁ କହିଲା, “ତୁମ୍ଭେ ଏ ବାଳକକୁ ନେଇ ମୋʼ ନିମନ୍ତେ ସ୍ତନ୍ୟପାନ କରାଅ; ମୁଁ ତୁମ୍ଭକୁ ବେତନ ଦେବି,” ତହିଁରେ ସେହି ସ୍ତ୍ରୀ ବାଳକକୁ ନେଇ ସ୍ତନ୍ୟପାନ କରାଇଲା।
10 Mutta kun lapsi oli kasvanut, toi hän sen faraon tyttärelle, ja tämä otti sen pojaksensa ja antoi hänelle nimen Mooses, sillä hän sanoi: "Minä olen vetänyt hänet ylös vedestä".
ଏଥିଉତ୍ତାରେ ବାଳକ ବଢ଼ନ୍ତେ, ସେ ତାକୁ ନେଇ ଫାରୋଙ୍କର କନ୍ୟାକୁ ଦେଲା। ତହିଁରେ ବାଳକ ତାହାର ପୁତ୍ର ହେଲା। ତେଣୁ ସେ ତାହାର ନାମ ମୋଶା ଦେଲା; “କାରଣ ସେ କହିଲା, ମୁଁ ଜଳରୁ ଏହାକୁ ଆକର୍ଷଣ କଲି।”
11 Ja tapahtui niihin aikoihin, kun Mooses oli kasvanut suureksi, että hän meni veljiensä luo ja näki heidän raskaan työnsä. Ja hän näki egyptiläisen miehen lyövän hebrealaista miestä, erästä hänen veljistään.
କାଳକ୍ରମେ ମୋଶା ବଡ଼ ହେଲା ଉତ୍ତାରେ ଦିନକରେ ସେ ଆପଣା ଭ୍ରାତୃଗଣ ନିକଟକୁ ଯାଇ ସେମାନଙ୍କୁ ଭାର ବହିବାର ଦେଖିଲେ; ପୁଣି, ଜଣେ ମିସରୀୟ ତାହାର ଭ୍ରାତୃଗଣ ମଧ୍ୟରୁ ଜଣେ ଏବ୍ରୀଙ୍କୁ ପ୍ରହାର କରୁଥିବାର ଦେଖିଲେ।
12 Silloin hän katseli ympärillensä joka taholle, ja kun hän näki, ettei ketään ollut läheisyydessä, löi hän egyptiläisen kuoliaaksi ja kätki hänet hiekkaan.
ଏହେତୁ ସେ ଏଣେତେଣେ ଅନାଇ କାହାକୁ ନ ଦେଖି ସେହି ମିସରୀୟକୁ ବଧ କରି ବାଲିରେ ପୋତି ଦେଲେ।
13 Ja hän meni toisena päivänä ulos ja näki kaksi hebrealaista miestä tappelemassa keskenään; ja hän sanoi syylliselle: "Miksi lyöt toveriasi?"
ଆଉ ଦ୍ୱିତୀୟ ଦିନ ସେ ବାହାରକୁ ଯାଇ ଦୁଇ ଜଣ ଏବ୍ରୀଙ୍କୁ ବିବାଦ କରୁଥିବାର ଦେଖି ଦୋଷୀ ଲୋକଙ୍କୁ କହିଲେ, “ତୁମ୍ଭେ ଆପଣା ଭାଇଙ୍କୁ କାହିଁକି ପ୍ରହାର କରୁଅଛ?”
14 Tämä vastasi: "Kuka on asettanut sinut meidän päämieheksemme ja tuomariksemme? Aiotko tappaa minutkin, niinkuin tapoit egyptiläisen?" Silloin Mooses peljästyi ja ajatteli: "Se on siis tullut ilmi".
ତହିଁରେ ସେ କହିଲା, “କିଏ ତୁମ୍ଭକୁ ଆମ୍ଭମାନଙ୍କ ଉପରେ ରାଜା ଓ ବିଚାରକର୍ତ୍ତା କରି ନିଯୁକ୍ତ କରିଅଛି? ତୁମ୍ଭେ ଯେପରି ସେହି ମିସରୀୟ ଲୋକକୁ ବଧ କଲ, ସେହିପରି କି ମୋତେ ବଧ କରିବାକୁ ଚାହୁଁଅଛ?” ତହିଁରେ ମୋଶା ଭୟଭୀତ ହୋଇ କହିଲେ, “ଏ କଥା ଅବଶ୍ୟ ପ୍ରକାଶିତ ହୋଇଅଛି।”
15 Ja kun farao sai kuulla tästä tapahtumasta, etsi hän Moosesta tappaaksensa hänet. Mutta Mooses lähti faraota pakoon ja pysähtyi Midianin maahan ja istahti eräälle kaivolle.
ଏଥିଉତ୍ତାରେ ଫାରୋ ଏ କଥା ଶୁଣି ମୋଶାଙ୍କୁ ବଧ କରିବା ପାଇଁ ଚେଷ୍ଟା କଲେ। ମାତ୍ର ମୋଶା ଫାରୋଙ୍କ ସମ୍ମୁଖରୁ ପଳାଇ ମିଦୀୟନ ଦେଶରେ ବାସ କରିବାକୁ ଯାଇ ଗୋଟିଏ କୂପ ନିକଟରେ ବସିଲେ।
16 Ja Midianin papilla oli seitsemän tytärtä; nämä tulivat vettä ammentamaan ja täyttivät vesikaukalot, juottaakseen isänsä lampaita.
ମିଦୀୟନୀୟ ଯାଜକଙ୍କର ସାତୋଟି କନ୍ୟା ଥିଲେ; ସେମାନେ ସେହି ସ୍ଥାନକୁ ଆସି ପିତାଙ୍କ ମେଷପଲକୁ ଜଳ ପାନ କରାଇବା ପାଇଁ ଜଳ କାଢ଼ି କୁଣ୍ଡ ପରିପୂର୍ଣ୍ଣ କଲେ।
17 Mutta paimenet tulivat ja ajoivat heidät pois. Silloin Mooses nousi ja auttoi heitä ja juotti heidän lampaansa.
ଏଥିମଧ୍ୟରେ ମେଷପାଳକମାନେ ଆସି ସେମାନଙ୍କୁ ତଡ଼ି ଦେବାକୁ ଲାଗିଲେ, ମାତ୍ର ମୋଶା ଉଠି ସେମାନଙ୍କର ସାହାଯ୍ୟ କରି ସେମାନଙ୍କ ମେଷପଲକୁ ଜଳ ପାନ କରାଇଲେ।
18 Ja kun he tulivat isänsä Reguelin luo, kysyi hän: "Kuinka te tänä päivänä niin pian jouduitte?"
ଏଥିଉତ୍ତାରେ ସେମାନେ ଆପଣା ପିତା ରୁୟେଲ ନିକଟକୁ ଯାଆନ୍ତେ, ସେ ସେମାନଙ୍କୁ ପଚାରିଲା, “ଆଜି ତୁମ୍ଭେମାନେ ଏତେ ଶୀଘ୍ର କିପରି ଆସିଲ?”
19 He vastasivat: "Egyptiläinen mies auttoi meitä paimenten käsistä, ammensipa vielä vettäkin meille ja juotti lampaat".
ତହିଁରେ ସେମାନେ କହିଲେ, “ଜଣେ ମିସରୀୟ ଲୋକ ମେଷପାଳକମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କଲା, ପୁଣି, ଆମ୍ଭମାନଙ୍କ ନିମନ୍ତେ ଜଳ କାଢ଼ି ମେଷପଲକୁ ଜଳ ପାନ କରାଇଲା।”
20 Ja hän sanoi tyttärillensä: "Missä hän on? Miksi te niin jätitte miehen? Kutsukaa hänet aterioimaan meidän kanssamme."
ତେବେ ସେ ଆପଣା କନ୍ୟାମାନଙ୍କୁ କହିଲା, “ସେ କେଉଁଠାରେ? ତୁମ୍ଭେମାନେ ତାକୁ କାହିଁକି ଛାଡ଼ି ଆସିଲ? ତାକୁ ଡାକ; ସେ ଆମ୍ଭମାନଙ୍କ ସହିତ ଭୋଜନ କରିବ।”
21 Ja Mooses suostui asumaan sen miehen luona, ja hän antoi Moosekselle tyttärensä Sipporan vaimoksi.
ଏଥିଉତ୍ତାରେ ମୋଶା ସେହି ମନୁଷ୍ୟ ସହିତ ବାସ କରିବାକୁ ସମ୍ମତ ହେଲେ; ପୁଣି, ସେ ମୋଶାଙ୍କ ସହିତ ଆପଣା କନ୍ୟା ସିପ୍ପୋରାର ବିବାହ ଦେଲା।
22 Tämä synnytti pojan, ja Mooses antoi hänelle nimen Geersom; sillä hän sanoi: "Minä olen muukalainen vieraalla maalla".
ଏଥିଉତ୍ତାରେ ସେହି ସ୍ତ୍ରୀ ପୁତ୍ର ପ୍ରସବ କରନ୍ତେ, ମୋଶା ତାହାର ନାମ ଗେର୍ଶୋମ ଦେଲେ; କାରଣ ସେ କହିଲେ, “ମୁଁ ବିଦେଶରେ ପ୍ରବାସୀ ହୋଇଅଛି।”
23 Ja kun oli kulunut pitkä aika, kuoli Egyptin kuningas. Ja israelilaiset huokailivat orjuuttansa ja valittivat; ja heidän huutonsa heidän orjuutensa tähden nousi Jumalan tykö.
ବହୁ କାଳ ଉତ୍ତାରେ ମିସରୀୟ ରାଜାଙ୍କର ମୃତ୍ୟୁୁ ହେଲା, ପୁଣି, ଇସ୍ରାଏଲ-ସନ୍ତାନଗଣ ଦାସ୍ୟକର୍ମ ସକାଶୁ ହାହାକାର ଓ କ୍ରନ୍ଦନ କଲେ ଓ ଦାସ୍ୟକର୍ମ ସକାଶୁ ସେମାନଙ୍କ ଆର୍ତ୍ତନାଦ ପରମେଶ୍ୱରଙ୍କ ଛାମୁରେ ଉପସ୍ଥିତ ହେଲା।
24 Ja Jumala kuuli heidän vaikeroimisensa, ja Jumala muisti liittonsa Aabrahamin, Iisakin ja Jaakobin kanssa.
ତହିଁରେ ପରମେଶ୍ୱର ସେମାନଙ୍କ ଆର୍ତ୍ତସ୍ୱର ଶୁଣିଲେ, ଆଉ ଅବ୍ରହାମ ଓ ଇସ୍‌ହାକ ଓ ଯାକୁବଙ୍କ ସହିତ କୃତ ଆପଣା ନିୟମ ସ୍ମରଣ କରି,
25 Ja Jumala katsoi israelilaisten puoleen, ja Jumala piti heistä huolta.
ଇସ୍ରାଏଲ-ସନ୍ତାନଗଣ ପ୍ରତି ଦୃଷ୍ଟିପାତ କଲେ ଓ ସେମାନଙ୍କ ଅବସ୍ଥା ଜାଣିଲେ।

< 2 Mooseksen 2 >