< Joosuan 19 >
1 Senjälkeen lankesi toinen arpa Simeonin lasten sukukunnalle heidän sukuinsa jälkeen, ja heidän perintönsä oli keskellä Juudan lasten perimystä.
ଏଥିଉତ୍ତାରେ ଶିମୀୟୋନର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା; ସେମାନଙ୍କ ଅଧିକାର ଯିହୁଦା-ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା।
2 Ja heidän perittäväksensä tuli BeerSeba, Seba ja Molada:
ସେମାନଙ୍କ ଅଧିକାରରେ ଏହିସବୁ ନଗର ଥିଲା, ଯଥା, ବେର୍ଶେବା ବା ଶେବଃ ଓ ମୋଲାଦା
3 HatsarSual, Bala ja Atsem;
ଓ ହତ୍ସର-ଶୁୟାଲ୍ ଓ ବାଲା ଓ ଏତ୍ସମ୍
4 Eltolad, Betul ja Horma;
ଓ ଇଲତୋଲଦ୍ ଓ ବଥୁଲ ଓ ହର୍ମା
5 Ziglag, Bethammarkabot ja HatsarSusa:
ଓ ସିକ୍ଲଗ୍ ଓ ବେଥ୍-ମର୍କାବୋତ୍ ଓ ହତ୍ସରସୂଷୀମ୍
6 BetLebaot ja Saruhen: kolmetoistakymmentä kaupunkia ja heidän kylänsä;
ଓ ବେଥ୍-ଲବାୟୋତ୍ ଓ ଶାରୁହନ୍; ଗ୍ରାମ ସମେତ ଏହି ତେର ନଗର।
7 Ain, Rimmon, Eter ja Asan: neljä kaupunkia kylinensä;
ଐନ୍ ଓ ରିମ୍ମୋନ୍ ଓ ଏଥର୍ ଓ ଆଶନ୍; ଗ୍ରାମ ସମେତ ଏହି ଚାରି ନଗର
8 Siihen myös kaikki kylät, jotka ympäri näitä kaupungeita ovat, BaalatBeeriin asti, ja Ramatiin, etelän puoleen. Tämä on Simeonin lasten sukukunnan perimys heidän suvuissansa,
ଓ ବାଲତ୍-ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ୍ ପର୍ଯ୍ୟନ୍ତ ଏହିସବୁ ନଗରର ଚତୁର୍ଦ୍ଦିଗସ୍ଥିତ ଗ୍ରାମ ସମସ୍ତ। ଆପଣା ଆପଣା ବଂଶାନୁସାରେ ଶିମୀୟୋନ-ସନ୍ତାନମାନଙ୍କ ବଂଶର ଏହି ଅଧିକାର ଥିଲା।
9 Sillä Simeonin lasten perimys on keskellä Juudan lasten osaa; ja että Juudan lasten osa oli suurempi kuin he itse, sentähden perivät Simeonin lapset osan keskellä heidän perintöänsä.
ଶିମୀୟୋନ-ସନ୍ତାନଗଣର ଏହି ଅଧିକାର ଯିହୁଦା-ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଯିହୁଦା-ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା; ଏହେତୁ ଶିମୀୟୋନ-ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ।
10 Kolmas arpa lankesi Sebulonin lasten sukukunnalle heidän sukuinsa jälkeen, ja heidän perintönsä raja oli Saridiin asti.
ଏଥିଉତ୍ତାରେ ସବୂଲୂନ-ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା; ସାରୀଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାରର ସୀମା ଥିଲା।
11 Ja heidän rajansa astuu lännen puoleen Maralaan, ja ulottuu Dabbasetiin ja siihen ojaan, joka juoksee Jokneamin ohitse;
ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରୀୟଲା ଦିଗରେ ଉଠି ଦବେଶତ୍ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା।
12 Ja kääntyy Saridista itään päin auringon nousemisen puoleen, KislotTaborin rajan tykö, ja menee Dabratiin, ja ulottuu Japhiaan;
ପୁଣି ସାରୀଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କିଶ୍ଲୋତ୍-ତାବୋରର ସୀମା ପର୍ଯ୍ୟନ୍ତ ଗଲା; ତହୁଁ ଦାବରତ୍ରେ ବାହାରି ଯାଫୀୟକୁ ଉଠିଗଲା।
13 Ja menee sieltä itään päin lävitse Githan, Hepherin, Ittan, Katsin, ja loppuu Rimmoniin, Mitoariin ja Neaan;
ପୁଣି ସେଠାରୁ ପୂର୍ବଦିଗ ହୋଇ ଗାଥ୍-ହେଫର ଦେଇ ଏତ୍କାତ୍ସୀନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ମୋନ୍କୁ ଗଲା।
14 Ja juoksee ympäri pohjan puoleen Hannatoniin päin, ja loppuu JephtaElin laaksoon;
ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା; ପୁଣି ତହିଁର ସୀମା ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା।
15 Kattat, Nahalal, Simron, Ideala ja Betlehem: kaksitoistakymmentä kaupunkia ja heidän kylänsä.
ପୁଣି କଟତ୍ ଓ ନହଲୋଲ୍ ଓ ଶିମ୍ରୋଣ ଓ ଯିଦାଲା ଓ ବେଥଲିହିମ; ଗ୍ରାମ ସମେତ ଏହି ବାର ନଗର।
16 Tämä on Sebulonin lasten perimys heidän sukuinsa jälkeen, nämät heidän kaupunkinsa ja kylänsä.
ଗ୍ରାମ ସମେତ ଏସବୁ ନଗର ସବୂଲୂନ-ସନ୍ତାନମାନଙ୍କ ବଂଶାନୁସାରେ ସେମାନଙ୍କ ଅଧିକାର ଥିଲା।
17 Neljäs arpa lankesi Isaskarin lapsille heidän sukuinsa jälkeen.
ଏଥିଉତ୍ତାରେ ଇଷାଖରର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ଇଷାଖର-ସନ୍ତାନମାନଙ୍କ ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା।
18 Ja heidän rajansa oli Jisreel, Kesullot ja Sunem;
ସେମାନଙ୍କ ସୀମା ଯିଷ୍ରିୟେଲ ଓ କସୁଲ୍ଲୋତ ଓ ଶୂନେମ
19 Hapharaim, Sion ja Anaharat;
ଓ ହଫାରୟିମ୍ ଓ ଶୀୟୋନ ଓ ଅନହରତ୍
20 Rabbit, Kisjon ja Abets;
ଓ ରାବ୍ବୀତ୍ ଓ କିଶୀୟୋନ୍ ଓ ଏବସ
21 Remet, EnGannim, Enhadda ja BetPhatsets;
ଓ ରେମତ୍ ଓ ଐନ୍-ଗନ୍ନୀମ୍ ଓ ଐନ୍-ହଦ୍ଦା ଓ ବେଥ୍-ପତ୍ସେସ ପର୍ଯ୍ୟନ୍ତ ଗଲା।
22 Ja ulottuu Taboriin, Sahatsimaan, ja BetSemekseen, ja hänen loppunsa ovat Jordanin tykönä: kuusitoistakymmentä kaupunkia kylinensä.
ପୁଣି ସେ ସୀମା ତାବୋର ଓ ଶହତ୍ସୀମ୍ ଓ ବେଥ୍-ଶେମଶ ପର୍ଯ୍ୟନ୍ତ ଗଲା ଓ ଯର୍ଦ୍ଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା; ଗ୍ରାମ ସମେତ ଏହି ଷୋଅଳ ନଗର।
23 Tämä on Isaskarin lasten sukukunnan perimys, kaupungit ja kylät heidän sukuinsa jälkeen.
ଗ୍ରାମ ସମେତ ଏସବୁ ନଗର ଇଷାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା।
24 Viides arpa lankesi Asserin lasten sukukunnalle heidän sukuinsa jälkeen,
ଏଉତ୍ତାରେ ଆଶେର-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା।
25 Ja heidän rajansa oli Helkat, Hali, Beten ja Aksaph;
ଆଉ ସେମାନଙ୍କର ସୀମା ହିଲକତ୍ ଓ ହଲୀ ଓ ବେଟନ ଓ ଅକ୍ଷଫ
26 Allammelek, Amead ja Miseal, ja ulottuu Karmeliin länteen päin, ja SihorLibnatiin;
ଓ ଅଲମେଲକ୍ ଓ ଅମୀୟାଦ୍ ଓ ମିଶାଲ; ଆଉ ତାହା ପଶ୍ଚିମ ଦିଗରେ କର୍ମିଲ ଓ ଶୀହୋର-ଲିବ୍ନତ ପର୍ଯ୍ୟନ୍ତ ଗଲା।
27 Ja kääntyy auringon nousemista käsin BetDagonia vastaan, ja ulottuu Sebuloniin ja Jephtahelin laaksoon pohjan puoleen, BetEmekiin ja Negieliin, ja loppuu Kabulin tykönä vasemmalla puolella;
ପୁଣି ସୂର୍ଯ୍ୟୋଦୟ ଦିଗରେ ବେଥ୍-ଦାଗୁନ୍ ଆଡ଼େ ବୁଲି ବେଥ୍-ଏମକ ଓ ନୀୟେଲର ଉତ୍ତର ଦିଗରେ ସବୂଲୂନସ୍ଥିତ ଯିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା; ତହୁଁ ତାହା ବାମ ଦିଗରେ କାବୂଲ
28 Ja Ebroniin, Rehobiin, Hammoniin ja Kanaan, aina isoon Sidoniin asti.
ଓ ହିବ୍ରୋଣ ଓ ରହୋବ ଓ ହମ୍ମୋନ ଓ କାନ୍ନା ଓ ମହାସୀଦୋନ ପର୍ଯ୍ୟନ୍ତ ଗଲା;
29 Ja kääntyy raja Raman puoleen, aina vahvaan kaupunkiin Zoriin asti, ja palajaa Hosaan päin, ja loppuu meren tykönä nuoraa myöten Aksibin tykö;
ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀର-ବେଷ୍ଟିତ ନଗରକୁ ଗଲା; ଏଉତ୍ତାରେ ସେ ସୀମା ବୁଲି ହୋଷାକୁ ଗଲା; ପୁଣି ଅକଷୀବ୍ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରାନ୍ତ ଥିଲା।
30 Umma, Aphek ja Rehob: kaksikolmattakymmentä kaupunkia kylinensä.
ମଧ୍ୟ ଉମ୍ମା ଓ ଅଫେକ ଓ ରହୋବ; ଏପରି ଗ୍ରାମ ସମେତ ବାଇଶ ନଗର ଥିଲା।
31 Tämä on Asserin lasten sukukunnan perimys heidän sukuinsa jälkeen, ne kaupungit ja heidän kylänsä.
ଆପଣା ଆପଣା ବଂଶାନୁସାରେ ଆଶେର-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ହେଲା।
32 Kuudes arpa lankesi Naphtalin lapsille heidän sukunsa jälkeen.
ଏଥିଉତ୍ତାରେ ନପ୍ତାଲିର, ଅର୍ଥାତ୍, ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା।
33 Ja heidän rajansa oli Helephistä, Elon Zananimin lävitse, Adami, Nekeb, JabneEl, Lakkumiin asti ja loppuu Jordaniin.
ସେମାନଙ୍କ ସୀମା ହେଲଫଠାରୁ, ଅର୍ଥାତ୍, ସାନନ୍ନୀମ ନିକଟସ୍ଥ ଅଲୋନଠାରୁ ଅଦାମୀ ନେକ୍ବ ଓ ଯବ୍ନୀୟେଲ ଦେଇ ଲକ୍କୁମ ପର୍ଯ୍ୟନ୍ତ ଗଲା; ଯର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା।
34 Ja raja kääntyy lännen puoleen AsnotTaborin tykö, ja tulee sieltä hamaan Hukkokiin, ja ulottuu etelästä Sebuloniin ja lännestä Asseriin ja Juudaan asti Jordanin tykö auringon ylenemisen puoleen.
ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍ନୋତ୍-ତାବୋରକୁ ଗଲା ଓ ସେଠାରୁ ହୁକ୍କୋକ୍ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବୂଲୂନ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆଶେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଯର୍ଦ୍ଦନ ନିକଟସ୍ଥ ଯିହୁଦା ପର୍ଯ୍ୟନ୍ତ ଗଲା।
35 Ja vahvat kaupungit ovat: Ziddim, Zer, Hammat, Rakkat ja Kinneret,
ପୁଣି ସବୀମ ଓ ସେର ଓ ହମ୍ମତ୍, ରକ୍କତ୍ ଓ କିନ୍ନେରତ୍
36 Adama, Rama ja Hatsor,
ଓ ଆଦାମା ଓ ରାମା ଓ ହାସୋର
37 Kedes, Edrei ja Enhatsor,
ଓ କେଦଶ ଓ ଇଦ୍ରିୟୀ ଓ ଐନ-ହାସୋର
38 Jireon, MigdalEl, Harem, BetAnat ja BetSemes: yhdeksäntoistakymmentä kaupunkia kylinensä.
ଓ ଯିରୋଣ ଓ ମିଗ୍ଦଲେଲ ଓ ହୋରେମ୍ ଓ ବେଥ୍-ଆନାତ୍ ଓ ବେଥ୍-ଶେମଶ; ଏହିସବୁ ପ୍ରାଚୀର-ବେଷ୍ଟିତ ନଗର ଥିଲା; ଗ୍ରାମ ସମେତ ଊଣେଇଶ ନଗର।
39 Tämä on Naphtalin lasten sukukunnan perimys heidän suvuissansa, kaupungit ja kylät.
ଆପଣା ଆପଣା ବଂଶାନୁସାରେ ନପ୍ତାଲି-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର।
40 Seitsemäs arpa lankesi Danin lasten sukukunnalle heidän sukuinsa jälkeen.
ଏଉତ୍ତାରେ ଦାନ୍-ସନ୍ତାନମାନଙ୍କ ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା।
41 Ja raja heidän perimisestänsä oli Sorea, Estaol ja Irsemes,
ସେମାନଙ୍କ ଅଧିକାରର ସୀମା ସରାୟ ଓ ଇଷ୍ଟାୟୋଲ ଓ ଇରଶେମଶ୍
42 Saalabbin, Ajalon ja Jitla,
ଓ ଶାଲବୀନ୍ ଓ ଅୟାଲୋନ୍ ଓ ଯିତ୍ଲା
43 Elon, Timnata ja Ekron,
ଓ ଏଲୋନ ଓ ତିମ୍ନାଥା ଓ ଇକ୍ରୋଣ
44 Elteke, Gibbeton ja Baalat,
ଓ ଇଲତ୍କୀ ଓ ଗିବ୍ବଥୋନ ଓ ବାଲତ୍
45 Jehut, BeneBarak ja GatRimmon,
ଓ ଯିହୂଦ୍ ଓ ବନେବରକ୍ ଓ ଗାଥ୍-ରିମ୍ମୋନ
46 Mehaijarkon ja Rakkon, sen rajan kanssa Japhoa vastaan;
ଓ ମେୟକୋନ୍ ଓ ରକ୍କୋନ ଓ ଯାଫୋର ସମ୍ମୁଖସ୍ଥ ଅଞ୍ଚଳ।
47 Ja siellä loppuu Danin lasten raja. Ja Danin lapset nousivat ja sotivat Lesemiä vastaan, ja voittivat sen ja löivät sen miekan terällä, omistivat sen ja asuivat siinä, ja kutsuivat Lesemin Daniksi, isänsä Danin nimeltä.
ମାତ୍ର ଦାନ୍-ସନ୍ତାନଗଣର ସୀମା ସେହି ସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ୍-ସନ୍ତାନଗଣ ଲେଶମ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ୍ଗଧାରରେ ଆଘାତ କରି ତାହା ଅଧିକାର କଲେ ଓ ତହିଁ ମଧ୍ୟରେ ବାସ କରି ଆପଣାମାନଙ୍କ ପୂର୍ବପୁରୁଷ ଦାନ୍ର ନାମାନୁସାରେ ଲେଶମର ନାମ ଦାନ୍ ରଖିଲେ।
48 Tämä on Danin lasten sukukunnan perintö heidän suvuissansa, nämät kaupungit ja niiden kylät.
ଆପଣା ଆପଣା ବଂଶାନୁସାରେ ଦାନ୍-ସନ୍ତାନମାନଙ୍କ ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା,
49 Ja kuin he olivat lakanneet jakamasta maata rajoinensa, antoivat Israelin lapset Josualle Nunin pojalle perinnön heidän seassansa,
ଏହିରୂପେ ଆପଣା ଆପଣା ସୀମାନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ; ପୁଣି ଇସ୍ରାଏଲ-ସନ୍ତାନଗଣ ଆପଣାମାନଙ୍କ ମଧ୍ୟରେ ନୂନର ପୁତ୍ର ଯିହୋଶୂୟଙ୍କୁ ଏକ ଅଧିକାର ଦେଲେ।
50 Ja antoivat hänelle Herran käskyn jälkeen sen kaupungin, jota hän anoi, joka oli TimnatSera Ephraimin vuorella; siellä hän rakensi kaupungin ja asui siinä.
ସେ ଯେଉଁ ନଗର ମାଗିଲେ, ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରୟିମ-ପର୍ବତମୟ ଦେଶରେ ତିମ୍ନାତ୍ସେରହ ତାଙ୍କୁ ଦେଲେ, ତହୁଁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ।
51 Nämät ovat ne perimiset, jotka pappi Eleatsar ja Josua Nunin poika ja ylimmäiset Israelin lasten sukukuntain isistä arvalla jakoivat Silossa Herran edessä, seurakunnan majan oven tykönä; ja niin lopettivat maan jakamisen.
ଇଲୀୟାସର ଯାଜକ ଓ ନୂନର ପୁତ୍ର ଯିହୋଶୂୟ ଓ ଇସ୍ରାଏଲ ସନ୍ତାନମାନଙ୍କ ବଂଶସମୂହର ପିତୃବଂଶୀୟ ପ୍ରଧାନଗଣ ଶୀଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ-ତମ୍ବୁ ଦ୍ୱାର ନିକଟରେ ଗୁଲିବାଣ୍ଟ ଦ୍ୱାରା ଏହିସବୁ ଅଧିକାର ବାଣ୍ଟି ଦେଲେ। ଏରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ।