< Hezekiel 29 >

1 Le ƒe ewolia ƒe ɣleti ewolia me, le ŋkeke wuievelia gbe la, Yehowa ƒe nya va nam be,
ଦଶମ ବର୍ଷର ଦଶମ ମାସ, ମାସର ଦ୍ୱାଦଶ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
2 “Ame vi, trɔ mo ɖe Farao, Egipte fia ŋu, eye nàgblɔ nya ɖi ɖe eya kple Egipte katã ŋu.
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ମିସରର ରାଜା ଫାରୋ ବିରୁଦ୍ଧରେ ଆପଣା ମୁଖ ରଖ, ପୁଣି, ତାହା ବିରୁଦ୍ଧରେ ଓ ସମୁଦାୟ ମିସର ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କର;
3 Gblɔ nɛ be, ‘Alea Aƒetɔ Yehowa gblɔe nye esi: “‘Metso ɖe ŋuwò, Farao, Egipte fia, wò lã gã wɔadã le wò tɔsisiwo me. Egblɔna be, “Nil tɔsisi la nye tɔnye. Nyee wɔe na ɖokuinye.”
ଏହି କଥା କୁହ, ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ମିସରର ରାଜା ଫାରୋ, ଦେଖ, ଆମ୍ଭେ ତୁମ୍ଭର ବିପକ୍ଷ ଅଟୁ, ତୁମ୍ଭେ ଆପଣା ସ୍ରୋତସମୂହ ମଧ୍ୟରେ ଶୟନକାରୀ ପ୍ରକାଣ୍ଡ କୁମ୍ଭୀର, ତୁମ୍ଭେ କହିଅଛ, ‘ମୋର ନଦୀ ମୋର, ମୁଁ ଆପଣା ପାଇଁ ତାହା ସୃଷ୍ଟି କରିଅଛି।’
4 Matsɔ ƒu aƒo ɖe wò glã me, eye mana wò tɔwo me lãwo nalé ɖe wò tsro ŋu, mahe wò ado goe le wò tɔsisiwo me kple tɔmelã siwo katã lé ɖe wò tsrokpa ŋuti.
ମାତ୍ର ଆମ୍ଭେ ତୁମ୍ଭ କଳପାଟିରେ ଅଙ୍କୁଶ ଦେବା ଓ ଆମ୍ଭେ ତୁମ୍ଭ ସ୍ରୋତସମୂହରେ ମତ୍ସ୍ୟସକଳକୁ ତୁମ୍ଭ ଦେହର କାତିରେ ଲଗାଇବା; ଆଉ, ଆମ୍ଭେ ତୁମ୍ଭ ସ୍ରୋତସମୂହର ମଧ୍ୟରୁ ତୁମ୍ଭକୁ ଓ ତୁମ୍ଭ କାତିରେ ଲାଗିଥିବା ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ବାହାର କରି ଉପରକୁ ଆଣିବା।
5 Magblẽ wò ɖe gbegbe, wò kple wò tɔwo me lãwo katã; àdze gbadzaƒe dzi, womafɔ wò alo atsɔ wò o. Mawɔ wò nàzu nuɖuɖu na gbemelãwo kple dziƒoxeviwo.
ପୁଣି, ଆମ୍ଭେ ତୁମ୍ଭକୁ, ହଁ, ତୁମ୍ଭକୁ ତୁମ୍ଭ ସ୍ରୋତସମୂହର ମତ୍ସ୍ୟସକଳକୁ ପ୍ରାନ୍ତରରେ ପକାଇ ଛାଡ଼ିଦେବା; ତୁମ୍ଭେ ପଦାରେ ପଡ଼ି ରହିବ; ତୁମ୍ଭେ ଆଉ ସଂଗୃହୀତ କିମ୍ବା ସଞ୍ଚିତ ହେବ ନାହିଁ; ଆମ୍ଭେ ତୁମ୍ଭକୁ ଭୂଚର ପଶୁଗଣର ଓ ଖେଚର ପକ୍ଷୀଗଣର ଖାଦ୍ୟ ହେବା ନିମନ୍ତେ ସମର୍ପି ଦେଇଅଛୁ।
6 Ekema ame siwo katã le Egipte la anya be, nyee nye Yehowa. “‘Ènye aƒlati na Israel ƒe aƒe la.
ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ମିସରନିବାସୀ ସମସ୍ତେ ଜାଣିବେ। କାରଣ ସେମାନେ ଇସ୍ରାଏଲ ବଂଶ ପ୍ରତି ନଳର ଯଷ୍ଟି ହୋଇଅଛନ୍ତି।
7 Esi wolé wò kple asi la, èŋe woƒe abɔta, eye esi woziɔ ɖe ŋuwò la, èŋee heƒo ɖe woƒe dzime.
ଯେତେବେଳେ ସେମାନେ ତୁମ୍ଭର ହସ୍ତ ଧରିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସ୍କନ୍ଧସବୁ ବିଦୀର୍ଣ୍ଣ କଲ; ଆଉ, ଯେତେବେଳେ ସେମାନେ ତୁମ୍ଭ ଉପରେ ଆଉଜିଲେ, ସେତେବେଳେ ତୁମ୍ଭେ ଭଗ୍ନ ହୋଇ ସେମାନଙ୍କର ସମସ୍ତ କଟିଦେଶ ଅଚଳ କଲ।
8 “‘Eya ta ale Aƒetɔ Yehowa gblɔe nye esi: “Mahe yi aɖe ɖe ŋuwò, wòawu wò amewo kple woƒe lãwo.
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ଦେଖ, ଆମ୍ଭେ ତୁମ୍ଭ ବିରୁଦ୍ଧରେ ଖଡ୍ଗ ଆଣିବା ଓ ତୁମ୍ଭ ମଧ୍ୟରୁ ମନୁଷ୍ୟ ଓ ପଶୁ ଉଚ୍ଛିନ୍ନ କରିବା।
9 Egipte azu aƒedo kple gbegbe. Ekema woanya be nyee nye Yehowa.” “‘Esi nègblɔ be, “Nil tɔsisi la nye tɔnye, nyee wɔe” ta la,
ପୁଣି, ମିସର ଦେଶ ଧ୍ୱଂସିତ ଓ ଶୂନ୍ୟସ୍ଥାନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ; ଯେହେତୁ ସେ କହିଅଛି, ‘ନଦୀ ମୋର ଓ ମୁଁ ତାହା ସୃଷ୍ଟି କରିଅଛି।’
10 metso ɖe wò kple wò tɔsisiwo ŋu, eye mana Egiptenyigba nazu aƒedo kple gbegbe tso Migdol va se ɖe Aswan, va do ɖe keke Kus ƒe liƒowo dzi.
ଏହେତୁ ଦେଖ, ଆମ୍ଭେ ତୁମ୍ଭର ଓ ତୁମ୍ଭ ନଦୀସମୂହର ପ୍ରତିକୂଳ ଅଟୁ, ପୁଣି, ଆମ୍ଭେ ମିଗ୍‍ଦୋଲଠାରୁ ସିବେନୀ ଦୁର୍ଗ ପୁଣି କୂଶ ଦେଶର ସୀମା ପର୍ଯ୍ୟନ୍ତ ମିସର ଦେଶକୁ ନିତାନ୍ତ ଶୂନ୍ୟ ଓ ଧ୍ୱଂସସ୍ଥାନ କରିବା।
11 Amegbetɔ alo lã aɖeke ƒe afɔ magato edzi o. Ame aɖeke maganɔ afi ma o ƒe blaene sɔŋ.
କୌଣସି ମନୁଷ୍ୟର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ, କିଅବା ପଶୁର ପାଦ ତହିଁ ମଧ୍ୟରେ ଗତାୟାତ କରିବ ନାହିଁ ଓ ଚାଳିଶ ବର୍ଷ ପର୍ଯ୍ୟନ୍ତ ତାହା ବସତି ସ୍ଥାନ ନୋହିବ।
12 Mana Egiptenyigba nazu aƒedo le anyigba siwo wògblẽ la dome, eye eƒe duwo azu aƒedo ƒe blaene le du siwo wogbã la dome. Makaka Egiptetɔwo ɖe dukɔwo dome, akaka wo, ahlẽ ɖe anyigbawo dzi.
ପୁଣି, ଆମ୍ଭେ ମିସର ଦେଶକୁ ଧ୍ୱଂସିତ ଦେଶସମୂହର ମଧ୍ୟରେ ଧ୍ୱଂସସ୍ଥାନ କରିବା ଓ ତାହାର ନଗରସମୂହ ଉଚ୍ଛିନ୍ନ ନଗରସମୂହ ମଧ୍ୟରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଧ୍ୱଂସସ୍ଥାନ ହୋଇ ରହିବ; ପୁଣି, ଆମ୍ଭେ ମିସରୀୟମାନଙ୍କୁ ନାନା ଦେଶୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିବା ଓ ନାନା ଦେଶରେ ସେମାନଙ୍କୁ ବିକ୍ଷିପ୍ତ କରିବା।
13 “‘Ke ale Aƒetɔ Yehowa gblɔe nye si. “Le ƒe blaene ƒe nuwuwu la, maƒo ƒu Egiptetɔwo tso dukɔ siwo me wokaka wo ɖo la me.
କାରଣ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି: ମିସରୀୟମାନେ ଯେଉଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ଛିନ୍ନଭିନ୍ନ ହୋଇଅଛନ୍ତି, ସେମାନଙ୍କ ମଧ୍ୟରୁ ଚାଳିଶ ବର୍ଷର ଶେଷରେ ଆମ୍ଭେ ସେମାନଙ୍କୁ ସଂଗ୍ରହ କରିବା;
14 Magbugbɔ wo tso aboyome ava Egipte ƒe Dzigbeme, wo tɔgbuiwo ƒe anyigba dzi, eye woanye fiaɖuƒe sue aɖe le afi ma.
ଆଉ, ଆମ୍ଭେ ମିସରର ବନ୍ଦୀତ୍ୱାବସ୍ଥା ପରିବର୍ତ୍ତନ କରିବା ଓ ସେମାନଙ୍କର ଜନ୍ମସ୍ଥାନ ପଥ୍ରୋଷ ଦେଶକୁ ସେମାନଙ୍କୁ ଫେରାଇ ଆଣିବା, ପୁଣି, ସେଠାରେ ସେମାନେ ଗୋଟିଏ ନୀଚ ରାଜ୍ୟ ହୋଇ ରହିବେ।
15 Anye fiaɖuƒe gblɔetɔ le fiaɖuƒewo dome, eye magado eɖokui ɖe dzi wu fiaɖuƒe bubuawo o. Mana wòagbɔdzɔ ale gbegbe be, magaɖu dukɔ bubuwo dzi azɔ o.
ନାନା ରାଜ୍ୟ ମଧ୍ୟରେ ତାହା ନୀଚତମ ହେବ ଓ ନାନା ଗୋଷ୍ଠୀୟମାନଙ୍କ ମଧ୍ୟରେ ସେ ଆପଣାକୁ ଆଉ ଉନ୍ନତ କରିବ ନାହିଁ; ପୁଣି, ଆମ୍ଭେ ସେମାନଙ୍କୁ ନ୍ୟୂନ କରିବା, ତହିଁରେ ସେମାନେ ଗୋଷ୍ଠୀଗଣ ଉପରେ ଆଉ କର୍ତ୍ତୃତ୍ୱ କରିବେ ନାହିଁ।
16 Egipte maganye dukɔ si ŋu Israelviwo naɖo dzi ɖo o, ke boŋ ana woaɖo ŋku woƒe nu vɔ̃ si na wotrɔ ɖe eŋu hebia kpekpeɖeŋu la dzi. Ekema woanya be nyee nye Aƒetɔ Yehowa.”’”
ଆଉ, ଇସ୍ରାଏଲ ବଂଶ ମିସରୀୟମାନଙ୍କର ଅନୁସରଣ କରିବା ପାଇଁ ଫେରିବା ବେଳେ ମିସର, ସେମାନଙ୍କର ଅପରାଧ ସ୍ମରଣାର୍ଥକ ବିଶ୍ୱାସଭୂମି ଆଉ ହେବ ନାହିଁ; ତହିଁରେ ଆମ୍ଭେ ଯେ ପ୍ରଭୁ, ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”
17 Le ƒe blaeve-vɔ-adrelia ƒe ɣleti gbãtɔ ƒe ŋkeke gbãtɔ gbe la, Yehowa ƒe nya va nam be,
ଏଥିଉତ୍ତାରେ ସତାଇଶ ବର୍ଷର ପ୍ରଥମ ମାସରେ, ମାସର ପ୍ରଥମ ଦିନରେ ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ଏବଂ ସେ କହିଲେ,
18 “Ame vi, Nebukadnezar, Babilonia fia, ho aʋa kple eƒe dukɔ ɖe Tiro ŋu; tawo katã bebe, eye abɔtawo katã ɖe bo. Ke eya kple eƒe aʋakɔ mekpɔ fetu aɖeke tso aʋahoho ɖe Tiro ŋu me o.
“ହେ ମନୁଷ୍ୟ-ସନ୍ତାନ, ବାବିଲର ରାଜା ନବୂଖଦ୍‍ନିତ୍ସର ଆପଣା ସୈନ୍ୟସାମନ୍ତକୁ ସୋର ବିରୁଦ୍ଧରେ ଭାରୀ ପରିଶ୍ରମ କରାଇଅଛି; ପ୍ରତ୍ୟେକ ମସ୍ତକ ଟାଙ୍ଗରା ହେଲା ଓ ପ୍ରତ୍ୟେକ କାନ୍ଧର ଚର୍ମ ଛିଡ଼ିଗଲା; ତଥାପି ସେ ସୋର ବିରୁଦ୍ଧରେ ଯେଉଁ ପରିଶ୍ରମ କରିଥିଲା, ତହିଁ ପାଇଁ ସେ କିଅବା ତାହାର ସୈନ୍ୟସାମନ୍ତ ସୋରଠାରୁ କିଛି ବେତନ ପାଇଲେ ନାହିଁ;
19 Eya ta ale Aƒetɔ Yehowa gblɔ, ‘Matsɔ Egipte ana Nebukadnezar, Babilonia fia, eye wòalɔ eƒe kesinɔnuwo adzoe. Aha nuwo le anyigba la dzi atsɔ axe fee na eƒe aʋawɔlawo.
ଏଥିପାଇଁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଦେଖ, ଆମ୍ଭେ ବାବିଲର ରାଜା ନବୂଖଦ୍‍ନିତ୍ସରକୁ ମିସର ଦେଶ ଦେବା; ତହିଁରେ ସେ ତାହାର ମହାଜନତାକୁ ନେଇଯିବ ଓ ତାହାର ଦ୍ରବ୍ୟ ଲୁଟି ନେବ, ଆଉ ତାହାର ସମ୍ପତ୍ତି ଅପହରଣ କରିବ; ପୁଣି, ଏହା ତାହାର ସୈନ୍ୟସାମନ୍ତର ବେତନ ହେବ।
20 Metsɔ Egipte nɛ abe fetu ene le eƒe agbagbadzedze ta, elabena nyee eya kple eƒe aʋakɔ wɔ dɔ la na.’ Aƒetɔ Yehowae gblɔe.
ସେ ଯହିଁ ପାଇଁ ପରିଶ୍ରମ କଲା, ତାହାର ସେହି ପୁରସ୍କାର ରୂପେ ଆମ୍ଭେ ତାହାକୁ ମିସର ଦେଶ ଦେଇଅଛୁ, କାରଣ ସେମାନେ ଆମ୍ଭ ନିମନ୍ତେ କାର୍ଯ୍ୟ କଲେ, ଏହା ପ୍ରଭୁ, ସଦାପ୍ରଭୁ କହନ୍ତି।
21 “Le ŋkeke ma dzi la, ŋusẽ aɖo Israel ƒe aƒe ŋu, eye maʋu wò nu na wò le wo dome. Ekema woanya be nyee nye Yehowa.”
ସେହି ଦିନ ଆମ୍ଭେ ଇସ୍ରାଏଲ ବଂଶ ନିମନ୍ତେ ଗୋଟିଏ ଶୃଙ୍ଗ ଅଙ୍କୁରିତ କରାଇବା, ପୁଣି, ଆମ୍ଭେ ସେମାନଙ୍କ ମଧ୍ୟରେ ତୁମ୍ଭର ମୁଖ ମୁକ୍ତ କରିବା: ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ସେମାନେ ଜାଣିବେ।”

< Hezekiel 29 >