< Mose 2 32 >

1 Esi Mose megbɔ tso to la dzi kaba o ta la, Israelviwo gblɔ na Aron be, “Kpɔ ɖa, wɔ mawu aɖe si akplɔ mí la na mí, elabena Mose, ame si kplɔ mí tso Egipte la, bu ɖe mí. Nane anya wɔe.”
ଏଥିଉତ୍ତାରେ ମୋଶାଙ୍କର ପର୍ବତରୁ ଓହ୍ଲାଇବାର ବିଳମ୍ବ ଦେଖି ଲୋକମାନେ ହାରୋଣଙ୍କ ନିକଟରେ ଏକତ୍ର ହୋଇ ତାଙ୍କୁ କହିଲେ, “ଉଠ, ଆମ୍ଭମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମ୍ଭମାନଙ୍କ ନିମନ୍ତେ ଦେବତା ନିର୍ମାଣ କର, ଯେହେତୁ ଯେଉଁ ବ୍ୟକ୍ତି ମିସର ଦେଶରୁ ଆମ୍ଭମାନଙ୍କୁ ବାହାର କରି ଆଣିଲେ, ସେହି ମୋଶାଙ୍କ ପ୍ରତି କଅଣ ଘଟିଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।”
2 Aron ɖo eŋu na wo be, “Miɖe sikatogɛ siwo mia srɔ̃wo, mia viŋutsuwo kple mia vinyɔnuwo de la eye miatsɔ wo vɛ nam.”
ତହୁଁ ହାରୋଣ ସେମାନଙ୍କୁ କହିଲେ, “ତେବେ ତୁମ୍ଭେମାନେ ଆପଣା ଆପଣା ଭାର୍ଯ୍ୟା ଓ ପୁତ୍ରକନ୍ୟାଗଣର କର୍ଣ୍ଣରୁ ସ୍ୱର୍ଣ୍ଣକୁଣ୍ଡଳ କାଢ଼ି ମୋʼ ପାଖକୁ ଆଣ।”
3 Ale wo katã woɖe woƒe sikatogɛwo tsɔ vɛ na Aron.
ତହିଁରେ ସମସ୍ତ ଲୋକ ଆପଣା ଆପଣା କର୍ଣ୍ଣରୁ ସ୍ୱର୍ଣ୍ଣକୁଣ୍ଡଳସବୁ କାଢ଼ି ହାରୋଣଙ୍କ ନିକଟକୁ ଆଣିଲେ।
4 Aron lolõ sika la, eye wòtsɔe wɔ nyivi aɖe ƒe nɔnɔme. Ameawo do ɣli be, “O, Israel, esiae nye mawu si kplɔ wò do goe le Egipte!”
ସେ ସେମାନଙ୍କ ହସ୍ତରୁ ତାହା ନେଇ ଶିଳ୍ପାସ୍ତ୍ରରେ ଛାଞ୍ଚ ପ୍ରସ୍ତୁତ କରି ଏକ ଢଳା ବାଛୁରି ନିର୍ମାଣ କଲେ; ତହୁଁ ଲୋକମାନେ କହିଲେ, “ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି।”
5 Esi Aron kpɔ ale si ameawo kpɔ dzidzɔe le nyivilegba la ŋu la, etu vɔsamlekpui aɖe ɖe nyivilegba la ŋgɔ, eye wòɖe gbeƒã be, “Etsɔ la, míasa vɔ aɖe na Yehowa!”
ତହିଁରେ ହାରୋଣ ତାହା ଦେଖି ତାହାର ସମ୍ମୁଖରେ ଗୋଟିଏ ବେଦି ନିର୍ମାଣ କଲେ, “ପୁଣି, ଆସନ୍ତାକାଲି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସବ ହେବ,” ଏହା ଘୋଷଣା କରାଇଲେ।
6 Esi ŋu ke la, wofɔ kaba, eye wode asi numevɔsawo kple ŋutifafavɔsawo wɔwɔ me na nyivilegba la. Emegbe la, wonɔ anyi ɖu nu, eye wono nu nyuie, eye wotsi tsitre, eye woɖu ɣe.
ଏଥିରେ ଲୋକମାନେ ପରଦିନ ପ୍ରଭାତରେ ଉଠି ହୋମବଳି ଉତ୍ସର୍ଗ କଲେ ଓ ମଙ୍ଗଳାର୍ଥକ ନୈବେଦ୍ୟ ଆଣିଲେ; ତହୁଁ ଲୋକମାନେ ଭୋଜନ ଓ ପାନ କରିବାକୁ ବସିଲେ; ଏଉତ୍ତାରେ ଲୀଳା କରିବାକୁ ଉଠିଲେ।
7 Tete Yehowa gblɔ na Mose be, “Ɖi kaba, elabena wò ame siwo nèkplɔ tso Egipte la dze nu vɔ̃ me,
ତେବେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ତୁମ୍ଭେ ଓହ୍ଲାଇ ଯାଅ, କାରଣ ତୁମ୍ଭର ଯେଉଁ ଲୋକମାନଙ୍କୁ ତୁମ୍ଭେ ମିସରରୁ ବାହାର କରି ଆଣିଲ, ସେମାନେ ଆପଣାମାନଙ୍କୁ ଭ୍ରଷ୍ଟ କରିଅଛନ୍ତି।
8 eye woɖe asi le nye seawo katã ŋu enumake. Wowɔ sikanyivilegba aɖe na wo ɖokuiwo. Wole esubɔm, le vɔ sam nɛ, eye wole gbɔgblɔm be, ‘O Israel, esiae nye wò mawu si kplɔ wò tso Egipte.’”
ଆମ୍ଭେ ସେମାନଙ୍କୁ ଯେଉଁ ପଥ ବିଷୟରେ ଆଜ୍ଞା ଦେଲୁ, ସେମାନେ ଶୀଘ୍ର ତହିଁରୁ ବିମୁଖ ହେଲେ; ସେମାନେ ଆପଣାମାନଙ୍କ ନିମନ୍ତେ ଏକ ଛାଞ୍ଚରେ ଢଳା ବାଛୁରି ନିର୍ମାଣ କରି ତାକୁ ପୂଜା କଲେ, ପୁଣି, ତାହା ନିକଟରେ ବଳିଦାନ କରି କହିଲେ, ‘ହେ ଇସ୍ରାଏଲ, ଯେଉଁ ଦେବତା ତୁମ୍ଭଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେ ଏହି।’”
9 Yehowa yi edzi be, “Mekpɔ be dukɔ sia me tɔwo nye kɔlialiatɔwo kple aglãdzelawo.
ସଦାପ୍ରଭୁ ମୋଶାଙ୍କୁ ଆହୁରି କହିଲେ, “ଆମ୍ଭେ ଏହି ଲୋକମାନଙ୍କୁ ଦେଖିଅଛୁ; ଦେଖ, ସେମାନେ ଅତିଶୟ ଶକ୍ତଗ୍ରୀବ ଲୋକ।
10 Gblẽm ɖi azɔ, eye nye dɔmedzoe nabi ɖe wo ŋu. Matsrɔ̃ wo katã, eye mawɔ wò, Mose nàzu dukɔ gã aɖe ɖe wo teƒe.”
ଏଣୁ ତୁମ୍ଭେ ଏବେ ଆମ୍ଭଙ୍କୁ ଛାଡ଼ିଦିଅ, ମୋହର କ୍ରୋଧ ସେମାନଙ୍କ ପ୍ରତିକୂଳରେ ପ୍ରଜ୍ୱଳିତ ହେଉ, ତହିଁରେ ଆମ୍ଭେ ସେମାନଙ୍କୁ ସଂହାର କରିବା; ମାତ୍ର ଆମ୍ଭେ ତୁମ୍ଭକୁ ମହାଗୋଷ୍ଠୀ କରିବା।”
11 Ke Mose ɖe kuku na Yehowa, eƒe Mawu la be megawɔ nenema o. Eɖe kuku be, “Yehowa, nu ka ta nèdo dɔmedzoe helĩhelĩ ale ɖe wò ŋutɔ wò dukɔ si nèkplɔ tso Egiptenyigba dzi kple ŋusẽ gã kple nukunu triakɔ mawo tɔgbi la ŋu?
ତହିଁରେ ମୋଶା ଆପଣା ସଦାପ୍ରଭୁ ପରମେଶ୍ୱରଙ୍କୁ ନିବେଦନ କରି କହିଲେ, “ହେ ସଦାପ୍ରଭୋ, ତୁମ୍ଭେ ଆପଣାର ଯେଉଁ ଲୋକମାନଙ୍କୁ ଆପଣା ମହାପରାକ୍ରମ ଓ ବାହୁ ବଳରେ ମିସର ଦେଶରୁ ବାହାର କରି ଆଣିଅଛ, ସେମାନଙ୍କ ପ୍ରତିକୂଳରେ ତୁମ୍ଭର କ୍ରୋଧ କାହିଁକି ପ୍ରଜ୍ୱଳିତ ହେବ?
12 Ɖe nèdi be Egiptetɔwo nagblɔ be, ‘Mawu ble wo be woava toawo dzi ale be yeate ŋu awu wo, atsrɔ̃ wo ɖa le anyigba dzi keŋkeŋ’ mahã? Ɖe asi le wò dɔmedzoe sesẽ la ŋu. Trɔ wò susu, eye mègahe dzɔgbevɔ̃e va wò amewo dzi o.
‘ସେ ପର୍ବତମୟ ଅଞ୍ଚଳରେ ସେମାନଙ୍କୁ ନଷ୍ଟ କରି ପୃଥିବୀରୁ ଲୋପ କରିବା ପାଇଁ, ଅନିଷ୍ଟ ନିମନ୍ତେ ବାହାର କରି ଆଣିଲେ,’ ଏପରି କଥା ମିସରୀୟମାନେ କାହିଁକି ଗଳ୍ପ କରିବେ? ତୁମ୍ଭେ ଆପଣା ପ୍ରଚଣ୍ଡ କ୍ରୋଧରୁ ଫେର ଓ ଆପଣା ଲୋକମାନଙ୍କ ପ୍ରତିକୂଳରେ ଏପରି ଅନିଷ୍ଟ ବିଷୟରୁ ନିବୃତ୍ତ ହୁଅ।
13 Ɖo ŋku wò ŋutɔ wò ŋugbe si nèdo na wò dɔlawo, Abraham, Isak kple Israel la dzi, elabena ètsɔ wò ŋutɔ wò ŋkɔ ka atam be, ‘Mana miaƒe dzidzimeviwo nasɔ gbɔ abe dziƒoɣletiviwo ene, eye matsɔ anyigba sia katã si ŋugbe medo la ana miaƒe dzidzimeviwo tegbetegbe.’”
ଆପଣା ଦାସ ଅବ୍ରହାମ ଓ ଇସ୍‌ହାକ ଓ ଇସ୍ରାଏଲଙ୍କୁ ସ୍ମରଣ କର, ତୁମ୍ଭେ ଆପଣା ନିଜ ନାମରେ ଶପଥ କରି ସେମାନଙ୍କୁ କହିଅଛ, ‘ଆମ୍ଭେ ଆକାଶର ତାରାଗଣ ନ୍ୟାୟ ତୁମ୍ଭମାନଙ୍କ ବଂଶ ବୃଦ୍ଧି କରିବା ଓ ଏହି ଯେଉଁସବୁ ଦେଶର କଥା କହିଲୁ, ତାହା ତୁମ୍ଭମାନଙ୍କ ବଂଶକୁ ଦେବା, ସେମାନେ ଅନନ୍ତକାଳ ପର୍ଯ୍ୟନ୍ତ ତାହା ଅଧିକାର କରିବେ।’”
14 Ale Yehowa trɔ eƒe tameɖoɖo la, eye wòkpɔ nublanui na wo.
ତେବେ ସଦାପ୍ରଭୁ ଆପଣା ଲୋକମାନଙ୍କ ପ୍ରତି ଯେଉଁ ଅନିଷ୍ଟ କରିବାର କଥା କହିଥିଲେ, ତହିଁରୁ ନିବୃତ୍ତ ହେଲେ।
15 Mose ɖi tso to la dzi. Elé kpe eve siwo ƒe akpa eveawo dzi woŋlɔ Se Ewoawo ɖo la ɖe asi.
ଏଥିଉତ୍ତାରେ ମୋଶା ମୁଖ ଫେରାଇ ସାକ୍ଷ୍ୟ ସ୍ୱରୂପ ଦୁଇ ପ୍ରସ୍ତର ପଟା ହସ୍ତରେ ଘେନି ପର୍ବତରୁ ଓହ୍ଲାଇଲେ; ସେହି ପ୍ରସ୍ତର ପଟାର ଉଭୟ ପାର୍ଶ୍ୱରେ ଲେଖାଥିଲା।
16 Mawu ŋutɔe kpa kpeawo, eye wòŋlɔ Seawo ɖe kpeawo dzi.
ସେହି ପ୍ରସ୍ତର ପଟା ପରମେଶ୍ୱରଙ୍କ ନିର୍ମିତ; ପୁଣି, ତହିଁରେ ଖୋଦିତ ଲିଖନ ହିଁ ପରମେଶ୍ୱରଙ୍କ ଲିଖନ ଥିଲା।
17 Esi Yosua se ɣli si ameawo katã nɔ dodom le toa te la, egblɔ na Mose be, “Ewɔ abe ɖe wole dzadzram ɖo na aʋawɔwɔ ene!”
ଏଥିଉତ୍ତାରେ ଲୋକମାନେ ଉଚ୍ଚ ରବ କରନ୍ତେ, ଯିହୋଶୂୟ ଲୋକମାନଙ୍କର କୋଳାହଳ ଶୁଣି ମୋଶାଙ୍କୁ କହିଲେ, “ଛାଉଣିରେ ଯୁଦ୍ଧ ଶବ୍ଦ ହେଉଅଛି।”
18 Ke Mose ɖo eŋu be, “Ao, menye dziɖuɣli alo aʋasiɣlie o, ke boŋ hadzidzie.”
ତହିଁରେ ସେ କହିଲେ, “ଏହା ଜୟଧ୍ୱନିର ଶବ୍ଦ ନୁହେଁ, କିଅବା ପରାଜୟ ସ୍ୱରର ଶବ୍ଦ ନୁହେଁ, ମାତ୍ର ମୁଁ ଗାୟନର ଶବ୍ଦ ଶୁଣୁଅଛି।”
19 Esi wote ɖe asaɖa la ŋu la, Mose kpɔ sikanyivilegba la kple ameawo wonɔ ɣe ɖum. Edo dɔmedzoe ale gbegbe be wòtsɔ kpe siwo dzi Mawu ŋlɔ Seawo ɖo la ƒu anyi wogbã le to la te.
ଏଥିରେ ସେ ଛାଉଣିର ନିକଟବର୍ତ୍ତୀ ହେବା ମାତ୍ରେ ସେହି ବାଛୁରି ଓ ନୃତ୍ୟ ଦେଖିଲେ; ତହିଁରେ ମୋଶାଙ୍କର କ୍ରୋଧ ପ୍ରଜ୍ୱଳିତ ହେଲା; ଏଣୁ ସେ ଆପଣା ହସ୍ତରୁ ସେହି ଦୁଇ ପ୍ରସ୍ତର ପଟା ଫୋପାଡ଼ି ଦେଇ ପର୍ବତ ତଳେ ତାହା ଭାଙ୍ଗିଲେ।
20 Etsɔ sikanyivilegba la, eye wòdee dzo me wòlolo. Esi sika la fa la, etui memie wòzu wɔ. Etsɔ wɔ la kɔ ɖe tsi me hena Israelviwo wono.
ପୁଣି, ସେମାନଙ୍କ ନିର୍ମିତ ବାଛୁରି ଘେନି ଅଗ୍ନିରେ ପୋଡ଼ିଲେ ଓ ତାହା ପେଷି ଧୂଳି କଲେ, ଆଉ ଜଳ ଉପରେ ବିଞ୍ଚି ଦେଇ ଇସ୍ରାଏଲ-ସନ୍ତାନଗଣକୁ ପିଆଇଲେ।
21 Mose bia Aron be, “Nu ka tututu ameawo wɔ wò be nèhe nu vɔ̃ triakɔ sia va wo dzi?”
ତହୁଁ ମୋଶା ହାରୋଣଙ୍କୁ କହିଲେ, “ଏହି ଲୋକମାନେ ତୁମ୍ଭ ପ୍ରତି କʼଣ କଲେ ଯେ, ତୁମ୍ଭେ ସେମାନଙ୍କ ଉପରେ ଏପରି ମହାପାପ ବର୍ତ୍ତାଇଅଛ?”
22 Aron ɖo eŋu nɛ be, “Nye aƒetɔ, mègado dɔmedzoe helĩhelĩ nenema o. Ènya ame siawo nyuie, eye ènya ameha vɔ̃ɖi si wonye.
ତହିଁରେ ହାରୋଣ କହିଲେ, “ଆମ୍ଭ ପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ନ ହେଉ; ଆପଣ ଜାଣନ୍ତି ଯେ, ଏହି ଲୋକମାନେ ଦୁଷ୍ଟତାରେ ଆସକ୍ତ।
23 Woawoe gblɔ nam be, ‘Wɔ mawu aɖe na mí, wòakplɔ mí, elabena nane wɔ Mose, ame si kplɔ mí do goe le Egipte.’
ଏମାନେ ମୋତେ କହିଲେ, ‘ଆମ୍ଭମାନଙ୍କର ଅଗ୍ରଗାମୀ ହେବା ପାଇଁ ଆମ୍ଭମାନଙ୍କ ନିମନ୍ତେ ଦେବତା ନିର୍ମାଣ କର; କାରଣ ଯେଉଁ ବ୍ୟକ୍ତି ଆମ୍ଭମାନଙ୍କୁ ମିସର ଦେଶରୁ ବାହାର କରି ଆଣିଲେ, ସେହି ମୋଶାଙ୍କର କଅଣ ହୋଇଅଛି, ତାହା ଆମ୍ଭେମାନେ ଜାଣୁ ନାହୁଁ।’
24 Megblɔ na wo be, ‘Mitsɔ miaƒe sikatogɛwo vɛ.’ Ale wotsɔ wo vɛ. Metsɔ wo de dzo me, eye nyivi siae do go tso eme!”
ତେବେ ମୁଁ କହିଲି, ‘ତୁମ୍ଭମାନଙ୍କ ମଧ୍ୟରେ ଯାହାର ଯେକୌଣସି ସୁନା ଅଛି, ତାହା ସେମାନେ କାଢ଼ି ଦିଅନ୍ତୁ; ତହିଁରେ ସେମାନେ ମୋତେ ତାହା ଦେଲେ; ମୁଁ ତାହା ନେଇ ଅଗ୍ନିରେ ପକାଇଲି, ତହୁଁ ଏହି ବାଛୁରି ବାହାରି ଆସିଲା।’”
25 Esi Mose kpɔ be ameawo lé woƒe mɔ tsɔ to Aron ƒe ŋusẽdoame me, eye yewoƒe futɔwo nɔ dzidzɔ kpɔm le nu sia ŋu la,
ଆଉ ମୋଶା ଲୋକମାନଙ୍କୁ ସ୍ୱେଚ୍ଛାଚାରୀ ଦେଖିଲେ, କାରଣ ହାରୋଣ ସେମାନଙ୍କୁ ଶତ୍ରୁଗଣ ମଧ୍ୟରେ ହାସ୍ୟାସ୍ପଦ ହେବା ଭଳି ସ୍ୱେଚ୍ଛାଚାରୀ କରି ଛାଡ଼ିଥିଲେ।
26 etsi tsitre ɖe asaɖa la ƒe mɔnu, eye wòdo ɣli be, “Mi ame siwo katã le Yehowa dzi la, miva afi sia miawɔ ɖeka kplim.” Tete Levitɔwo katã do go va egbɔ.
ଏଥିରେ ମୋଶା ଛାଉଣି ଦ୍ୱାରରେ ଠିଆ ହୋଇ କହିଲେ, “ସଦାପ୍ରଭୁଙ୍କ ପକ୍ଷରେ କିଏ ଅଛି? ସେ ମୋʼ ନିକଟକୁ ଆସୁ,” ତହିଁରେ ଲେବୀର ସନ୍ତାନଗଣ ତାଙ୍କ ନିକଟରେ ଏକତ୍ର ହେଲେ।
27 Egblɔ na wo be, “Yehowa, Israel ƒe Mawu la gblɔ be, ‘Mitsɔ miaƒe yiwo, eye miatsa le asaɖa la me, tso asaɖa la ƒe seƒe ɖeka yi ekemɛ, eye miawu mia ŋutɔwo mia nɔviwo, xɔlɔ̃wo kple ame nyanyɛwo gɔ̃ hã.’”
ତହୁଁ ସେ ସେମାନଙ୍କୁ କହିଲେ, “ଇସ୍ରାଏଲର ସଦାପ୍ରଭୁ ପରମେଶ୍ୱର ଏହି କଥା କହନ୍ତି, ‘ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ଜଙ୍ଘରେ ଖଡ୍ଗ ବାନ୍ଧି ଛାଉଣିର ମଧ୍ୟଦେଇ ଏକ ଦ୍ୱାରରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ ଗତାୟାତ କର, ପ୍ରତି ଜଣ ଆପଣା ଆପଣା ଭାଇ, ମିତ୍ର ଓ ପ୍ରତିବାସୀକୁ ବଧ କର।’”
28 Levitɔwo wɔ abe ale si Mose gblɔ na wo ene, eye ame abe akpe etɔ̃ ene ku gbe ma gbe.
ତହିଁରେ ଲେବୀର ସନ୍ତାନମାନେ ମୋଶାଙ୍କର ବାକ୍ୟାନୁସାରେ ତଦ୍ରୂପ କରନ୍ତେ, ସେହି ଦିନ ଲୋକମାନଙ୍କ ମଧ୍ୟରୁ ଊଣାଧିକ ତିନି ହଜାର ଲୋକ ମଲେ।
29 Mose gblɔ na Levitɔwo be, “Egbe la, mieɖo mia ɖokuiwo hena dɔwɔwɔ na Yehowa, elabena mieɖo toe, togbɔ be toɖoɖoe na be miewu mia ŋutɔwo mia viwo kple mia nɔviwo hã. Azɔ la, Yehowa akɔ yayra geɖe ɖe mia dzi.”
ଆଉ ମୋଶା କହିଥିଲେ, “ତୁମ୍ଭେମାନେ ପ୍ରତ୍ୟେକ ଜଣ ଆପଣା ଆପଣା ପୁତ୍ର ଓ ଭାଇମାନଙ୍କର ବିପକ୍ଷ ହୋଇ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣାମାନଙ୍କୁ ନିଯୁକ୍ତ କର, ତହିଁରେ ସେ ଏହି ଦିନରେ ତୁମ୍ଭମାନଙ୍କୁ ଆଶୀର୍ବାଦ କରିବେ।”
30 Esi ŋu ke la, Mose gblɔ na Israelviwo be, “Miewɔ nu vɔ̃ gã aɖe, ke magbugbɔ ayi Yehowa gbɔ le to la dzi. Ɖewohĩ mate ŋu ana wòatsɔ miaƒe nu vɔ̃wo ake mi.”
ତହିଁ ପରଦିନ ମୋଶା ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ମହାପାପ କରିଅଛ, ଏବେ ମୁଁ ସଦାପ୍ରଭୁଙ୍କ ନିକଟକୁ ଆରୋହଣ କରୁଅଛି; ଯଦି ହୋଇପାରେ, ତେବେ ମୁଁ ତୁମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ କରିବି।”
31 Ale Mose trɔ yi Yehowa gbɔ, eye wògblɔ nɛ be, “O, ame siawo wɔ nu vɔ̃ gã aɖe: wotsɔ sika wɔ mawuwo na wo ɖokuiwo.
ଏଥିଉତ୍ତାରେ ମୋଶା ସଦାପ୍ରଭୁଙ୍କ ନିକଟକୁ ଫେରିଯାଇ କହିଲେ, “ହାୟ, ହାୟ, ଏହି ଲୋକମାନେ ମହାପାପ କରି ଆପଣାମାନଙ୍କ ନିମନ୍ତେ ସ୍ୱର୍ଣ୍ଣ ଦେବତା ନିର୍ମାଣ କରିଅଛନ୍ତି।
32 Meɖe kuku, tsɔ woƒe nu vɔ̃wo ke wo. Ke ne màte ŋui o la, ekema na nye boŋ maku ɖe wo teƒe, eye nàtutu nye ŋkɔ ɖa le wò agbalẽ la me.”
ତଥାପି ଏବେ, ତୁମ୍ଭେ ଯଦି ସେମାନଙ୍କର ପାପ କ୍ଷମା କରିବ; କିନ୍ତୁ ଯଦି ନ କରିବ, ତେବେ ମୁଁ ବିନୟ କରୁଅଛି, ତୁମ୍ଭର ଲିଖିତ ପୁସ୍ତକରୁ ମୋହର ନାମ କାଟି ପକାଅ।”
33 Yehowa ɖo eŋu na Mose be, “Ame sia ame si wɔ nu vɔ̃ ɖe ŋunye la, eya ƒe ŋkɔe matutu ɖa le nye agbalẽ la me.
ତହିଁରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ଯେଉଁ ଲୋକ ଆମ୍ଭ ବିରୁଦ୍ଧରେ ପାପ କରିଅଛି, ଆମ୍ଭେ ଆପଣା ପୁସ୍ତକରୁ ତାହାର ନାମ କାଟି ପକାଇବା।
34 Azɔ la, yi eye nàkplɔ nye ameawo ayi teƒe si ƒe nya megblɔ na wò. Meka ɖe edzi na wò be nye Dɔla anɔ ŋgɔ na mi. Ke ne meva be makpɔ ameawo ɖa la, mahe to na wo le woƒe nu vɔ̃wo ta.”
ଏବେ ଯାଅ, ଆମ୍ଭେ ଯେଉଁ ଦେଶ ବିଷୟରେ ତୁମ୍ଭକୁ କହିଅଛୁ, ସେହି ଦେଶକୁ ଲୋକମାନଙ୍କୁ ନେଇଯାଅ; ଦେଖ, ଆମ୍ଭ ଦୂତ ତୁମ୍ଭ ଆଗେ ଆଗେ ଗମନ କରିବେ; ମାତ୍ର ଆମ୍ଭେ ପ୍ରତିଫଳ ଦେବା ଦିନରେ ସେମାନଙ୍କ ପାପର ପ୍ରତିଫଳ ସେମାନଙ୍କୁ ଦେବା।”
35 Tete Yehowa na dɔvɔ̃ dze ameawo dzi, elabena wosubɔ Aron ƒe sikanyivilegba la.
ପୁଣି, ସଦାପ୍ରଭୁ ଲୋକମାନଙ୍କୁ ଆଘାତ କଲେ, ଯେହେତୁ ହାରୋଣ-ନିର୍ମିତ ବାଛୁରି ସେମାନେ ନିର୍ମାଣ କରିଥିଲେ।

< Mose 2 32 >