< 2 Corinthians 13 >

1 Lo! this thridde tyme Y come to you, and in the mouth of tweyne or of thre witnessis euery word schal stonde.
ଏହି ତୃତୀୟ ଥର ମୁଁ ତୁମ୍ଭମାନଙ୍କ ନିକଟକୁ ଯାଉଅଛି। “ଦୁଇ ବା ତିନି ସାକ୍ଷୀଙ୍କ ମୁଖରେ ସମସ୍ତ କଥା ସ୍ଥିର କରାଯିବ।”
2 Y seide bifor, and seie bifor, as present twies, and now absent, to hem that bifor han synned, and to alle othere; for if Y come eftsoone, Y schal not spare.
ଯେଉଁମାନେ ପୂର୍ବରେ ପାପ କରିଥିଲେ, ସେମାନଙ୍କୁ ଓ ଅବଶିଷ୍ଟ ସମସ୍ତଙ୍କୁ ମୁଁ ଯେପରି ପୂର୍ବେ ଦ୍ୱିତୀୟ ଥର ଉପସ୍ଥିତ ଥିବା ସମୟରେ କହିଥିଲି, ଏବେ ଅନୁପସ୍ଥିତ ଥାଇ ସେହିପରି ପୂର୍ବରୁ କହୁଅଛି ଯେ, ଯଦି ମୁଁ ପୁନର୍ବାର ଯାଏ, ତାହାହେଲେ ସେମାନଙ୍କୁ ଛାଡ଼ିବି ନାହିଁ;
3 Whether ye seken the preef of that Crist, that spekith in me, which is not feble in you?
ଯେଣୁ ଯେଉଁ ଖ୍ରୀଷ୍ଟ ମୋʼ ଠାରେ କଥା କହୁଅଛନ୍ତି, ତୁମ୍ଭେମାନେ ତାହାଙ୍କର ପ୍ରମାଣ ଖୋଜୁଅଛ;
4 For thouy he was crucified of infirmyte, but he lyueth of the vertu of God. For also we ben sijk in hym, but we schulen lyue with him of the vertu of God in vs.
କିନ୍ତୁ ସେ ତୁମ୍ଭମାନଙ୍କ ପ୍ରତି ଦୁର୍ବଳ ନୁହଁନ୍ତି, ମାତ୍ର ତୁମ୍ଭମାନଙ୍କ ମଧ୍ୟରେ ଶକ୍ତିମାନ ଅଟନ୍ତି। କାରଣ ଯଦ୍ୟପି ସେ ଦୁର୍ବଳତା ହେତୁ କ୍ରୁଶାର୍ପିତ ହେଲେ, ତଥାପି ଈଶ୍ବରଙ୍କ ଶକ୍ତି ହେତୁ ସେ ଜୀବିତ। ଆମ୍ଭେମାନେ ମଧ୍ୟ ତାହାଙ୍କଠାରେ ଦୁର୍ବଳ, ମାତ୍ର ଈଶ୍ବରଙ୍କ ଶକ୍ତି ହେତୁ ଆମ୍ଭେମାନେ ତୁମ୍ଭମାନଙ୍କ ପ୍ରତି ତାହାଙ୍କ ସହିତ ଜୀବିତ ହେବା।
5 Asaie you silf, if ye ben in the feith; ye you silf preue. Whether ye knowen not you silf, for Crist Jhesu is in you? but in happe ye ben repreuable.
ତୁମ୍ଭେମାନେ ବିଶ୍ୱାସରେ ଅଛ କି ନାହିଁ, ସେ ବିଷୟରେ ଆପଣା ଆପଣାକୁ ପରୀକ୍ଷା କର, ଆପଣା ଆପଣାର ବିଚାର କର କିମ୍ବା ଯୀଶୁ ଖ୍ରୀଷ୍ଟ ଯେ ତୁମ୍ଭମାନଙ୍କଠାରେ ଅଛନ୍ତି, ଏହା କି ତୁମ୍ଭେମାନେ ନିଜ ନିଜ ବିଷୟରେ ଜାଣ ନାହିଁ? ଯଦି ଏହା ନ ହୁଏ, ତାହାହେଲେ ତୁମ୍ଭେମାନେ ପରୀକ୍ଷାସିଦ୍ଧ ନୁହଁ।
6 But Y hope, that ye knowen, that we ben not repreuable.
କିନ୍ତୁ ମୁଁ ଭରସା କରେ, ଆମ୍ଭେମାନେ ଯେ ପରୀକ୍ଷାସିଦ୍ଧ, ଏହା ତୁମ୍ଭେମାନେ ଜାଣିବ।
7 And we preien the Lord, that ye do no thing of yuel; not that we seme preued, but that ye do that that is good, and that we ben as repreuable.
ମାତ୍ର ତୁମ୍ଭେମାନେ ଯେପରି କୌଣସି ମନ୍ଦ କର୍ମ ନ କର, ଏଥିପାଇଁ ଆମ୍ଭେମାନେ ଈଶ୍ବରଙ୍କ ନିକଟରେ ପ୍ରାର୍ଥନା କରୁଅଛୁ; ଆମ୍ଭେମାନେ ଯେପରି ପରୀକ୍ଷାସିଦ୍ଧ ବୋଲି ଦେଖାଯାଉ, ଏଥିନିମନ୍ତେ ପ୍ରାର୍ଥନା କରୁ ନାହୁଁ, ମାତ୍ର ପରୀକ୍ଷାସିଦ୍ଧ ନ ହେବା ପରି ଦେଖାଗଲେ ସୁଦ୍ଧା ଯେପରି ତୁମ୍ଭେମାନେ ଉତ୍ତମ କାର୍ଯ୍ୟ କର, ଏଥିପାଇଁ ପ୍ରାର୍ଥନା କରୁଅଛୁ।
8 For we moun no thing ayens treuthe, but for the treuthe.
କାରଣ ଆମ୍ଭେମାନେ ସତ୍ୟ ବିପକ୍ଷରେ କିଛି କରିପାରୁ ନାହୁଁ, କିନ୍ତୁ ସତ୍ୟ ପକ୍ଷରେ କରିପାରୁ।
9 For we ioyen, whanne we ben sijk, but ye ben myyti; and we preien this thing, youre perfeccioun.
ଯେଣୁ ଆମ୍ଭେମାନେ ଯେତେବେଳେ ଦୁର୍ବଳ ଓ ତୁମ୍ଭେମାନେ ସବଳ, ସେତେବେଳେ ଆମ୍ଭେମାନେ ଆନନ୍ଦ କରୁ; ତୁମ୍ଭେମାନେ ଯେପରି ସିଦ୍ଧ ହୁଅ, ଏହା ମଧ୍ୟ ଆମ୍ଭେମାନେ ପ୍ରାର୍ଥନା କରୁ।
10 Therfor Y absent write these thingis, that Y present do not hardere, bi the powere, which the Lord yaf to me in to edificacioun, and not in to youre distruccioun.
ଏଥିନିମନ୍ତେ ଅନୁପସ୍ଥିତ ହୋଇ ମୁଁ ଏହିସବୁ ଲେଖୁଅଛି, ଯେପରି ଉପସ୍ଥିତ ହୋଇ, ପ୍ରଭୁ ମୋତେ ଯେଉଁ ଅଧିକାର ଭଗ୍ନ କରିବା ନିମନ୍ତେ ନ ଦେଇ ଗଠନ କରିବା ନିମନ୍ତେ ଦେଇଅଛନ୍ତି, ସେହି ଅଧିକାର ଅନୁସାରେ କଠୋର ବ୍ୟବହାର କରିବାକୁ ମୋତେ ନ ହୁଏ।
11 Britheren, `hennus forward ioye ye, be ye perfit, excite ye; vndurstonde ye the same thing; haue ye pees, and God of pees and of loue schal be with you.
ଶେଷରେ, ହେ ଭାଇମାନେ, ଆନନ୍ଦ କର, ସିଦ୍ଧ ହୁଅ, ପରସ୍ପରକୁ ଉତ୍ସାହିତ କର, ଏକମନା ହୁଅ, ଶାନ୍ତିରେ ବାସ କର, ଆଉ ପ୍ରେମ ଓ ଶାନ୍ତିର ଈଶ୍ବର ତୁମ୍ଭମାନଙ୍କ ସହିତ ରହିବେ।
12 Grete ye wel togidere in hooli cos.
ପବିତ୍ର ଚୁମ୍ବନ ଦେଇ ପରସ୍ପରକୁ ନମସ୍କାର କର।
13 Alle hooli men greten you wel.
ସମସ୍ତ ସାଧୁ ତୁମ୍ଭମାନଙ୍କୁ ନମସ୍କାର ଜଣାଉଅଛନ୍ତି।
14 The grace of oure Lord Jhesu Crist, and the charite of God, and the comynyng of the Hooli Gost, be with `you alle. Amen.
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ଈଶ୍ବରଙ୍କ ପ୍ରେମ ଓ ପବିତ୍ର ଆତ୍ମାଙ୍କ ସହଭାଗିତା ତୁମ୍ଭ ସମସ୍ତଙ୍କ ସହବର୍ତ୍ତୀ ହେଉ।

< 2 Corinthians 13 >