< Nehemiah 13 >
1 On that day they read in the Book of Moses in the hearing of the people. It was found written in it that no Ammonite or Moabite should come into the assembly of God, forever.
ସେହି ଦିନ ସେମାନେ ଲୋକମାନଙ୍କ କର୍ଣ୍ଣଗୋଚରରେ ମୋଶାଙ୍କ ପୁସ୍ତକରୁ ପାଠ କଲେ; ପୁଣି, ତହିଁ ମଧ୍ୟରେ ଲିଖିତ ଏହି କଥା ମିଳିଲା ଯେ, ଅମ୍ମୋନୀୟ ଓ ମୋୟାବୀୟ ଲୋକ ଅନନ୍ତକାଳ ପରମେଶ୍ୱରଙ୍କ ସମାଜରେ ପ୍ରବେଶ କରିବେ ନାହିଁ,
2 This was because they had not come to the people of Israel with bread and with water, but they had hired Balaam to curse Israel. However, our God turned the curse into a blessing.
କାରଣ ସେମାନେ ଅନ୍ନ ଓ ଜଳ ନେଇ ଇସ୍ରାଏଲ-ସନ୍ତାନଗଣକୁ ସାକ୍ଷାତ କଲେ ନାହିଁ, ମାତ୍ର ସେମାନଙ୍କୁ ଅଭିଶାପ ଦେବା ନିମନ୍ତେ ସେମାନଙ୍କ ବିରୁଦ୍ଧରେ ବିଲୀୟମ୍କୁ ବେତନ ଦେଲେ; ତଥାପି ଆମ୍ଭମାନଙ୍କର ପରମେଶ୍ୱର ସେହି ଅଭିଶାପକୁ ଆଶୀର୍ବାଦରେ ପରିଣତ କଲେ।
3 As soon as they heard the law, they separated out from Israel every foreign person.
ସେତେବେଳେ ସେମାନେ ଏହି ବ୍ୟବସ୍ଥା ଶୁଣି ଇସ୍ରାଏଲ ମଧ୍ୟରୁ ସମଗ୍ର ମିଶ୍ରିତ ଜନତାକୁ ପୃଥକ କଲେ।
4 Now before this Eliashib the priest was appointed over the storerooms of the house of our God. He was related to Tobiah.
ଏଥିପୂର୍ବେ ଇଲୀୟାଶୀବ ଯାଜକ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଗୃହସ୍ଥିତ କୋଠରିସକଳର ଅଧ୍ୟକ୍ଷ ଭାବରେ ନିଯୁକ୍ତ ହେଲେ ଓ ସେ ଟୋବୀୟର କୁଟୁମ୍ବ ଥିଲା,
5 Eliashib prepared for Tobiah a large storeroom, where previously they kept the grain offering, the incense, the articles, and the tithes of the grain, new wine, and the oil, which were designated for the Levites, the singers, the gatekeepers, and the contributions for the priests.
ଇଲୀୟାଶୀବ ଟୋବୀୟ ନିମନ୍ତେ ଏକ ବୃହତ କୋଠରି ପ୍ରସ୍ତୁତ କରିଥିଲା, ମାତ୍ର ପୂର୍ବେ ଲୋକମାନେ ସେହି ସ୍ଥାନରେ ଭକ୍ଷ୍ୟ ନୈବେଦ୍ୟ, କୁନ୍ଦୁରୁ ଓ ପାତ୍ରାଦି ଓ ଆଜ୍ଞା ପ୍ରମାଣେ ଲେବୀୟ ଓ ଗାୟକ ଓ ଦ୍ୱାରପାଳମାନଙ୍କ ନିମନ୍ତେ ଦେୟ ଶସ୍ୟ, ଦ୍ରାକ୍ଷାରସ ଓ ତୈଳର ଦଶମାଂଶ; ଆଉ, ଯାଜକମାନଙ୍କ ନିମନ୍ତେ ଉତ୍ତୋଳନୀୟ ଉପହାର ରଖୁଥିଲେ।
6 But in all this time I was not in Jerusalem. For in the thirty-second year of Artaxerxes king of Babylon I went to the king. After some time I asked the king for permission to leave,
ମାତ୍ର ମୁଁ ଏସବୁ ସମୟରେ ଯିରୂଶାଲମରେ ନ ଥିଲି, କାରଣ ବାବିଲର ଅର୍ତ୍ତକ୍ଷସ୍ତ ରାଜାଙ୍କ ରାଜତ୍ଵର ବତିଶ ବର୍ଷରେ ମୁଁ ରାଜାଙ୍କ ନିକଟକୁ ଗଲି ଓ କେତେକ ଦିନ ଉତ୍ତାରେ ରାଜାଙ୍କୁ ବିଦାୟ ପାଇଁ ଅନୁମତି ମାଗିଲି;
7 and I returned to Jerusalem. I understood the evil that Eliashib had done by giving Tobiah a storeroom in the courts of the house of God.
ଏଉତ୍ତାରେ ମୁଁ ଯିରୂଶାଲମକୁ ଆସି ଇଲୀୟାଶୀବ, ଟୋବୀୟ ନିମନ୍ତେ ପରମେଶ୍ୱରଙ୍କ ଗୃହର ପ୍ରାଙ୍ଗଣରେ ଏକ କୋଠରି ପ୍ରସ୍ତୁତ କରି ଯେଉଁ ଭୁଲ୍ କରିଥିଲା, ତାହା ବୁଝିଲି।
8 I was very angry and I threw all Tobiah's household articles out of the storeroom.
ଏଥିରେ ମୁଁ ଅତ୍ୟନ୍ତ କ୍ରୋଧିତ ହୋଇ ସେହି କୋଠରିରୁ ଟୋବୀୟର ସମସ୍ତ ଗୃହସାମଗ୍ରୀ ବାହାର କରି ଫୋପାଡ଼ି ଦେଲି।
9 I ordered that they purify the storerooms, and I put back in them the articles of the house of God, the grain offerings, and the incense.
ତହୁଁ ମୁଁ ଆଜ୍ଞା କରନ୍ତେ, ସେମାନେ କୋଠରିସବୁ ଶୁଚି କଲେ; ତେବେ ମୁଁ ସେଠାକୁ ପୁନର୍ବାର ପରମେଶ୍ୱରଙ୍କ ଗୃହର ପାତ୍ରାଦି ଓ ଭକ୍ଷ୍ୟ ନୈବେଦ୍ୟ ଓ କୁନ୍ଦୁରୁ ଆଣିଲି।
10 I learned that the Levites' portions had not been given to them, and they had run away, each to his own field, the Levites and the singers who did the work.
ଆହୁରି, ମୁଁ ଦେଖିଲି ଯେ, ଲେବୀୟମାନଙ୍କ ଅଂଶ ସେମାନଙ୍କୁ ଦିଆଯାଇ ନ ଥିଲା; ତେଣୁ ପ୍ରତ୍ୟେକେ କର୍ମକାରୀ ଲେବୀୟମାନେ ଓ ଗାୟକମାନେ ମନ୍ଦିର ଛାଡ଼ି ଆପଣା ଆପଣା ଭୂମିକୁ ଗଲେ।
11 So I confronted the officials and said, “Why is the house of God neglected?” I gathered them together and stationed them at their posts.
ତହିଁରେ “କାହିଁକି ପରମେଶ୍ୱରଙ୍କ ଗୃହ ପରିତ୍ୟକ୍ତ ହୋଇଅଛି?” ଏହା କହି ମୁଁ ଅଧ୍ୟକ୍ଷମାନଙ୍କ ସଙ୍ଗେ ବାଦାନୁବାଦ କଲି, ପୁଣି, ମୁଁ ସେମାନଙ୍କୁ ଏକତ୍ର କରି ସ୍ୱ ସ୍ୱ ପଦରେ ସେମାନଙ୍କୁ ନିଯୁକ୍ତ କଲି।
12 Then all Judah brought in the tithe of the grain, the new wine, and the oil to the storerooms.
ତହୁଁ ସମଗ୍ର ଯିହୁଦା ଶସ୍ୟ ଓ ଦ୍ରାକ୍ଷାରସ ଓ ତୈଳର ଦଶମାଂଶ ଭଣ୍ଡାରକୁ ଆଣିଲେ।
13 I appointed as treasurers over the storehouses Shelemiah the priest and Zadok the scribe, and from the Levites, Pedaiah. Next to them was Hanan son of Zaccur son of Mattaniah, for they were counted as trustworthy. Their duties were to distribute the supplies to their associates.
ତହିଁରେ ମୁଁ ଶେଲିମୀୟ ଯାଜକକୁ ଓ ସାଦୋକ ଅଧ୍ୟାପକକୁ ଓ ଲେବୀୟମାନଙ୍କ ମଧ୍ୟରୁ ପଦାୟକୁ ଭଣ୍ଡାରସମୂହର ଅଧ୍ୟକ୍ଷ କଲି; ସେମାନଙ୍କ ତଳେ ମତ୍ତନୀୟର ପୌତ୍ର ସକ୍କୁରର ପୁତ୍ର ହାନନ୍ ରହିଲା; କାରଣ ସେମାନେ ବିଶ୍ୱସ୍ତ ଥିଲେ, ଏଣୁ ଆପଣା ଭ୍ରାତୃଗଣକୁ ବିତରଣ କରିବାର କାର୍ଯ୍ୟ ସେମାନଙ୍କର ହେଲା।
14 Call me to mind, my God, concerning this, and do not wipe out the good deeds that I have done for the house of my God and its services.
ହେ ମୋହର ପରମେଶ୍ୱର, ଏ ବିଷୟରେ ମୋତେ ସ୍ମରଣ କର, ଆଉ ମୁଁ ମୋହର ପରମେଶ୍ୱରଙ୍କ ଗୃହ ଓ ତହିଁର ପାଳନୀୟ ବିଷୟ ନିମନ୍ତେ ଯାହା କରିଅଛି, ମୋହର କୃତ ସେହି ସୁକର୍ମସବୁ ଲିଭାଇ ନ ଦିଅ।
15 In those days I saw in Judah people treading winepresses on the Sabbath and bringing in heaps of grain and loading them on donkeys, and also wine, grapes, figs, and all kinds of heavy loads, which they brought into Jerusalem on the Sabbath day. I protested that they were selling food on that day.
ସେହି ସମୟରେ ମୁଁ ଯିହୁଦା ମଧ୍ୟରେ କେତେକ ଲୋକଙ୍କୁ ବିଶ୍ରାମବାରରେ ଦ୍ରାକ୍ଷା ଦଳିବାର ଓ ବିଡ଼ା ଭିତରକୁ ଆଣିବାର ଓ ଗର୍ଦ୍ଦଭ ଉପରେ ବୋଝାଇ କରିବାର, ମଧ୍ୟ ବିଶ୍ରାମବାରରେ ଦ୍ରାକ୍ଷାରସ, ଦ୍ରାକ୍ଷାଫଳ ଓ ଡିମ୍ବିରି ଫଳ ଓ ସର୍ବପ୍ରକାର ବୋଝ ଯିରୂଶାଲମକୁ ଆଣିବାର ଦେଖିଲି; ପୁଣି, ଯେଉଁ ଦିନ ସେମାନେ ଭକ୍ଷ୍ୟଦ୍ରବ୍ୟ ବିକ୍ରୟ କଲେ, ସେହି ଦିନ ମୁଁ ସେମାନଙ୍କ ଚେତାବନୀ ଦେଲି।
16 Men from Tyre living in Jerusalem brought in fish and all kinds of goods, and they sold them on the Sabbath to the people of Judah and in the city!
ମଧ୍ୟ ନଗରରେ ସୋରୀୟ ଲୋକେ ବାସ କରୁଥିଲେ, ସେମାନେ ମତ୍ସ୍ୟ ଓ ସର୍ବପ୍ରକାର ବିକ୍ରେୟ ଦ୍ରବ୍ୟ ଆଣି ବିଶ୍ରାମବାରରେ ଯିହୁଦାର ସନ୍ତାନଗଣ ନିକଟରେ ଓ ଯିରୂଶାଲମରେ ବିକ୍ରି କଲେ।
17 Then I confronted the leaders of Judah, “What is this evil thing you are doing, profaning the Sabbath day?
ତହିଁରେ ମୁଁ ଯିହୁଦାର ନେତାମାନଙ୍କ ସଙ୍ଗେ ବାଦାନୁବାଦ କରି ସେମାନଙ୍କୁ କହିଲି, “ତୁମ୍ଭେମାନେ ବିଶ୍ରାମବାର ଅପବିତ୍ର କରି ଏ କି କୁକର୍ମ କରୁଅଛ?
18 Did not your fathers do this? Did not our God bring all this evil on us and on this city? Now you are bringing more wrath on Israel by profaning the Sabbath.”
ତୁମ୍ଭମାନଙ୍କ ପିତୃପୁରୁଷମାନେ କʼଣ ଏପରି କାର୍ଯ୍ୟ କଲେ ନାହିଁ? ଆଉ, ତହିଁ ସକାଶୁ ଆମ୍ଭମାନଙ୍କ ପରମେଶ୍ୱର କି ଆମ୍ଭମାନଙ୍କ ଉପରେ ଓ ଏହି ନଗର ଉପରେ ଏହିସବୁ ଅମଙ୍ଗଳ ଘଟାଇ ନାହାନ୍ତି? ତଥାପି ତୁମ୍ଭେମାନେ ବିଶ୍ରାମବାର ଅପବିତ୍ର କରି ଇସ୍ରାଏଲ ଉପରକୁ ଆହୁରି କୋପ ଆଣୁଅଛ।”
19 As soon as it became dark at the gates of Jerusalem before the Sabbath, I commanded that the doors be shut and that they should not be opened until after the Sabbath. I stationed some of my servants at the gates so no load could be brought in on the Sabbath day.
ଏଉତ୍ତାରେ ବିଶ୍ରାମବାର ପୂର୍ବେ ଯିରୂଶାଲମର ଦ୍ୱାରସବୁ ଅନ୍ଧାର ହେବାକୁ ଲାଗିବା ବେଳେ ମୁଁ କବାଟସବୁ ବନ୍ଦ କରିବାକୁ ଆଜ୍ଞା ଦେଲି, ଆହୁରି ବିଶ୍ରାମବାର ଗତ ନୋହିବା ପର୍ଯ୍ୟନ୍ତ ମେଲା ନ କରିବାକୁ ଆଜ୍ଞା ଦେଲି; ପୁଣି, ବିଶ୍ରାମବାର କୌଣସି ବୋଝ ଭିତରକୁ ଅଣା ନ ଯିବା ପାଇଁ ମୁଁ ଆପଣା ଦାସମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ୱାରସମୂହରେ ନିଯୁକ୍ତ କଲି।
20 The merchants and sellers of all kinds of wares camped outside Jerusalem once or twice.
ତହିଁରେ ବଣିକମାନେ ଓ ସର୍ବପ୍ରକାର ଦ୍ରବ୍ୟ ବିକ୍ରୟକାରୀମାନେ ଏକ ଦୁଇ ଥର ଯିରୂଶାଲମ ବାହାରେ ରାତ୍ରି କ୍ଷେପଣ କଲେ।
21 But I warned them, “Why do you camp outside the wall? If you do so again, I will lay hands on you!” From that time on they did not come on the Sabbath.
ତହିଁରେ ମୁଁ ସେମାନଙ୍କୁ ଚେତାବନୀ ଦେଇ ସେମାନଙ୍କୁ କହିଲି, “ତୁମ୍ଭେମାନେ କାହିଁକି ପ୍ରାଚୀର ନିକଟରେ ରାତ୍ରି କ୍ଷେପଣ କରୁଅଛ? ତୁମ୍ଭେମାନେ ଆଉ ଥରେ ଏପରି କଲେ ମୁଁ ତୁମ୍ଭମାନଙ୍କୁ ଧରିବି।” ସେହି ସମୟଠାରୁ ସେମାନେ ଆଉ ବିଶ୍ରାମବାରରେ ଆସିଲେ ନାହିଁ।
22 Then I commanded the Levites to purify themselves, and come and guard the gates, to sanctify the Sabbath day. Call me to mind for this also, my God, and have mercy on me because of the covenant loyalty you have toward me.
ଏଉତ୍ତାରେ ମୁଁ ଲେବୀୟମାନଙ୍କୁ ବିଶ୍ରାମବାର ପବିତ୍ର କରିବା ନିମନ୍ତେ ଆପଣା ଆପଣାକୁ ଶୁଚି କରିବାକୁ ଓ ଆସି ଦ୍ୱାରସବୁ ରକ୍ଷା କରିବାକୁ ଆଜ୍ଞା କଲି। ହେ ମୋହର ପରମେଶ୍ୱର, ମୋʼ ପକ୍ଷରେ ଏହା ମଧ୍ୟ ସ୍ମରଣ କର ଓ ଆପଣା ଦୟାର ମହତ୍ତ୍ୱାନୁସାରେ ମୋତେ ରକ୍ଷା କର।
23 In those days I also saw Jews that had married women of Ashdod, Ammon, and Moab.
ସେହି ସମୟରେ ମଧ୍ୟ ଯେଉଁ ଯିହୁଦୀୟମାନେ ଅସ୍ଦୋଦ, ଅମ୍ମୋନ ଓ ମୋୟାବ ଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କୁ ମୁଁ ଦେଖିଲି;
24 Half of their children spoke the language of Ashdod. None of them could speak the language of Judah, but only the language of one of the other peoples.
ପୁଣି, ସେମାନଙ୍କ ବାଳକମାନେ ଅଧେ ଅସ୍ଦୋଦୀୟ ଭାଷାରେ କଥାବାର୍ତ୍ତା କଲେ ଓ ଯିହୁଦୀୟ ଭାଷାରେ କଥାବାର୍ତ୍ତା କରି ପାରିଲେ ନାହିଁ, ମାତ୍ର ପ୍ରତ୍ୟେକ ଗୋଷ୍ଠୀର ଭାଷାନୁସାରେ କଥା କହିଲେ।
25 I confronted them, and I cursed them, and I hit some of them and pulled out their hair. I made them swear by God, saying, “You shall not give your daughters to their sons, or take their daughters for your sons, or for yourselves.
ତହୁଁ ମୁଁ ସେମାନଙ୍କ ସହିତ ବାଦାନୁବାଦ କଲି ଓ ସେମାନଙ୍କୁ ଅଭିଶାପ ଦେଲି ଓ ସେମାନଙ୍କର କାହା କାହାକୁ ପ୍ରହାର କଲି ଓ ସେମାନଙ୍କର କେଶ ଉତ୍ପାଟନ କଲି, ଆଉ ପରମେଶ୍ୱରଙ୍କ ନାମରେ ଶପଥ କରାଇ କହିଲି, “ତୁମ୍ଭେମାନେ ସେମାନଙ୍କ ପୁତ୍ରମାନଙ୍କୁ ଆପଣା ଆପଣାର କନ୍ୟା ଦିଅ ନାହିଁ, ଅବା ଆପଣା ଆପଣା ପୁତ୍ର ନିମନ୍ତେ କି ଆପଣାମାନଙ୍କ ନିମନ୍ତେ ସେମାନଙ୍କ କନ୍ୟା ଗ୍ରହଣ କର ନାହିଁ।
26 Did not Solomon king of Israel sin on account of these women? Among many nations there was no king like him, and he was loved by his God, and God made him king over all Israel. Nevertheless, his foreign wives caused him to sin.
ଇସ୍ରାଏଲର ରାଜା ଶଲୋମନ କି ଏସବୁ କାର୍ଯ୍ୟ ଦ୍ୱାରା ପାପ କରି ନ ଥିଲେ? ଅନେକ ଗୋଷ୍ଠୀ ମଧ୍ୟରେ ତାଙ୍କ ପରି ରାଜା କେହି ନ ଥିଲେ ଓ ସେ ଆପଣା ପରମେଶ୍ୱରଙ୍କର ପ୍ରିୟପାତ୍ର ଥିଲେ, ପୁଣି ପରମେଶ୍ୱର ତାଙ୍କୁ ସମଗ୍ର ଇସ୍ରାଏଲ ଉପରେ ରାଜା କଲେ; ତଥାପି ବିଦେଶୀୟା ସ୍ତ୍ରୀମାନେ ତାଙ୍କୁ ହିଁ ପାପ କରାଇଲେ।
27 Should we then listen to you and do all this great evil, and act treacherously against our God by marrying foreign women?”
ତେବେ ବିଦେଶୀୟା ସ୍ତ୍ରୀମାନଙ୍କୁ ବିବାହ କରିବା ଦ୍ୱାରା ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ-ଲଙ୍ଘନ କରି ଏହିସବୁ ମହାପାପ କରିବାକୁ କି ଆମ୍ଭେମାନେ ତୁମ୍ଭମାନଙ୍କ କଥା ଶୁଣିବୁ?”
28 One of the sons of Joiada son of Eliashib the high priest was son-in-law to Sanballat the Horonite. Therefore I caused him to flee from my presence.
ତହୁଁ ଇଲୀୟାଶୀବ ମହାଯାଜକର ପୌତ୍ର ଯିହୋୟାଦାର ଏକ ପୁତ୍ର ହୋରୋଣୀୟ ସନ୍ବଲ୍ଲଟ୍ର ଜୁଆଁଇ ଥିଲା; ତେଣୁ ମୁଁ ତାହାକୁ ଆପଣା ନିକଟରୁ ତଡ଼ିଦେଲି।
29 Call them to mind, my God, because they have defiled the priesthood, and the covenant of the priesthood and the Levites.
ହେ ମୋହର ପରମେଶ୍ୱର, ସେମାନଙ୍କୁ ସ୍ମରଣ କର, ଯେହେତୁ ସେମାନେ ଯାଜକ-ପଦକୁ, ଆଉ ଯାଜକ-ପଦର ଓ ଲେବୀୟମାନଙ୍କର ନିୟମକୁ କଳଙ୍କିତ କରିଅଛନ୍ତି।
30 Thus I cleansed them from everything foreign, and established the duties of the priests and the Levites, each to his own task.
ଏହିରୂପେ ମୁଁ ସେମାନଙ୍କୁ ବିଦେଶୀୟ ସମସ୍ତଙ୍କଠାରୁ ପରିଷ୍କାର କଲି ଓ ପ୍ରତ୍ୟେକର କାର୍ଯ୍ୟାନୁସାରେ ଯାଜକମାନଙ୍କର ଓ ଲେବୀୟମାନଙ୍କର କାର୍ଯ୍ୟ ନିରୂପଣ କଲି;
31 I provided for the wood offering at the appointed times and for the firstfruits. Call me to mind, my God, for good.
ଆଉ, ନିରୂପିତ ସମୟରେ କାଷ୍ଠ ଓ ପ୍ରଥମଜାତ ଫଳର ଉପହାର ନିମନ୍ତେ ଲୋକ ନିଯୁକ୍ତ କଲି। ହେ ମୋହର ପରମେଶ୍ୱର, ମଙ୍ଗଳ ନିମନ୍ତେ ମୋତେ ସ୍ମରଣ କର।