< Ezekiel 35 >

1 And the word of Yahweh came unto me, saying,
ଆହୁରି, ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା, ଯଥା;
2 Son of man Set thy face against Mount Seir, —and prophesy against it;
“ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ସେୟୀର ପର୍ବତ ବିରୁଦ୍ଧରେ ମୁଖ ରଖ ଓ ତାହା ବିରୁଦ୍ଧରେ ଭବିଷ୍ୟଦ୍‍ବାକ୍ୟ ପ୍ରଚାର କରି ତାହାକୁ କୁହ,
3 and thou shalt say to it Thus saith My Lord Yahweh, Behold me! against thee Mount Seir, —Therefore will I stretch out my hand against thee, And I will make thee a desolation and an astonishment:
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ହେ ସେୟୀର ପର୍ବତ, ଦେଖ, ଆମ୍ଭେ ତୁମ୍ଭର ପ୍ରତିକୂଳ ଅଟୁ ଓ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରିବା, ଆଉ ଆମ୍ଭେ ତୁମ୍ଭକୁ ଧ୍ୱଂସ ଓ ଶୂନ୍ୟର ସ୍ଥାନ କରିବା।
4 Thy cities, will I lay waste, And thou—a desolation, shalt become, So shalt thou know that I, am Yahweh.
ଆମ୍ଭେ ତୁମ୍ଭର ନଗରସବୁ ଶୂନ୍ୟ କରିବା ଓ ତୁମ୍ଭେ ଧ୍ୱଂସସ୍ଥାନ ହେବ, ଆଉ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେ ଜାଣିବ।
5 Because thou hast had an age-abiding enmity, And hast delivered up the sons of Israel unto the hands of the sword, - In the time of their misfortune, In the time of the final punishment for iniquity,
ତୁମ୍ଭର ଚିରକାଳ ଶତ୍ରୁତାଭାବ ଅଛି ଓ ତୁମ୍ଭେ ଇସ୍ରାଏଲ-ସନ୍ତାନଗଣର ବିପଦ ସମୟରେ, ଅର୍ଥାତ୍‍, ସେମାନଙ୍କର ଶେଷ ଅଧର୍ମର ସମୟରେ ଖଡ୍ଗର ପରାକ୍ରମରେ ସେମାନଙ୍କୁ ସମର୍ପଣ କରିଅଛ;
6 Therefore, as I live, Declareth My Lord Yahweh, Surely regarding blood, will I deal with thee, Blood therefore, shall pursue thee, -Since blood thou hast not hated, Therefore blood, shall pursue thee,
ଏହେତୁ ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭକୁ ରକ୍ତପାତ ନିମନ୍ତେ ପ୍ରସ୍ତୁତ କରିବା ଓ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ; ତୁମ୍ଭେ ରକ୍ତ ଘୃଣା କରି ନାହଁ, ଏଥିପାଇଁ ରକ୍ତ ତୁମ୍ଭ ପଛେ ପଛେ ଗୋଡ଼ାଇବ।
7 So then I will deliver up Mount Seir to desolation after desolation, - And will cut off therefrom him that passeth by and him that returneth,
ଏହି ପ୍ରକାର ଆମ୍ଭେ ସେୟୀର ପର୍ବତକୁ ଶୂନ୍ୟ ଓ ଧ୍ୱଂସର ସ୍ଥାନ କରିବା ଓ ଆମ୍ଭେ ତହିଁ ମଧ୍ୟଦେଇ ଗମନକାରୀକୁ ଓ ଫେରିବା ଲୋକକୁ ଉଚ୍ଛିନ୍ନ କରିବା।
8 And I will fill his mountains with his slain, — As for thy hills and thy hollows and all thy channels, they who are thrust through by the sword shall fall therein:
ପୁଣି, ଆମ୍ଭେ ତାହାର ହତ ଲୋକରେ ତାହାର ପର୍ବତଗଣକୁ ପୂର୍ଣ୍ଣ କରିବା; ତୁମ୍ଭର ଉପପର୍ବତରେ ଓ ଉପତ୍ୟକାରେ ଓ ଜଳପ୍ରବାହ ସ୍ଥାନରେ ଖଡ୍ଗ ଦ୍ୱାରା ହତ ଲୋକମାନେ ପତିତ ହେବେ।
9 Desolations age-abiding, will I make thee, And thy cities, shall not be inhabited, - So shall ye know that, I, am Yahweh.
ଆମ୍ଭେ ତୁମ୍ଭକୁ ସଦାକାଳ ଧ୍ୱଂସସ୍ଥାନ କରିବା ଓ ତୁମ୍ଭର ନଗରସକଳ ନିବାସୀହୀନ ହେବ; ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ, ଏହା ତୁମ୍ଭେମାନେ ଜାଣିବ।
10 Because thou hast said, the two nations, and the two lands, mine, shall become, that we may possess it Whereas Yahweh, had been there,
ସେସ୍ଥାନରେ ସଦାପ୍ରଭୁ ଥିଲେ ହେଁ ତୁମ୍ଭେ କହିଅଛ, ‘ଏହି ଦୁଇ ଗୋଷ୍ଠୀ ଓ ଏହି ଦୁଇ ଦେଶ ମୋʼ ର ହେବ’ ଓ ଆମ୍ଭେମାନେ ତାହା ଅଧିକାର କରିବା,
11 Therefore as I live, Declareth My Lord Yahweh, I will even deal according to thine anger, and according to thine envy, wherewith thou hast dealt, out of thy hatred with them, - So will I make myself known among them as soon as I shall judge thee
ଏହେତୁ ପ୍ରଭୁ, ସଦାପ୍ରଭୁ କହନ୍ତି, ଆମ୍ଭେ ଜୀବିତ ଥିବା ପ୍ରମାଣେ ତୁମ୍ଭେ ଆପଣା ଘୃଣାଭାବ ସକାଶୁ ସେମାନଙ୍କ ପ୍ରତି ଯେପରି କରିଅଛ, ଆମ୍ଭେ ତୁମ୍ଭର ସେହି କ୍ରୋଧ ଓ ସେହି ଈର୍ଷାନୁସାରେ ତୁମ୍ଭ ପ୍ରତି କର୍ମ କରିବା ଓ ଆମ୍ଭେ ଯେତେବେଳେ ତୁମ୍ଭର ବିଚାର କରିବା, ସେତେବେଳେ ସେମାନଙ୍କ ମଧ୍ୟରେ ଆପଣାର ପରିଚୟ ଦେବା।
12 And thou shalt know that, I Yahweh, have heard all thy revilings which thou hast uttered against the mountains of Israel saying, They have become desolate, — To us, have they been given for food;
ଆଉ, ତୁମ୍ଭେ ଇସ୍ରାଏଲର ପର୍ବତଗଣ ବିରୁଦ୍ଧରେ ଯେଉଁ ସକଳ ନିନ୍ଦାର କଥା କହିଅଛ, ଅର୍ଥାତ୍‍, ‘ସେହି ସବୁ ଧ୍ୱଂସସ୍ଥାନ ଓ ସେହି ସବୁ ଗ୍ରାସାର୍ଥେ ଆମ୍ଭମାନଙ୍କୁ ଦତ୍ତ ହୋଇଅଛି ବୋଲି କହିଅଛ, ତାହା ଆମ୍ଭେ ସଦାପ୍ରଭୁ ଯେ ଶୁଣିଅଛୁ, ଏହା ତୁମ୍ଭେ ଜାଣିବ।’
13 And so ye have magnified yourselves against me with your mouth, And have caused to abound against me your words, —I, have heard!
ପୁଣି, ତୁମ୍ଭେମାନେ ଆପଣା ମୁଖରେ ଆମ୍ଭ ବିରୁଦ୍ଧରେ ଆପଣାମାନଙ୍କୁ ବଡ଼ କରିଅଛ ଓ ଆମ୍ଭ ବିରୁଦ୍ଧରେ କଥା ବଢ଼ାଇଅଛ; ଆମ୍ଭେ ତାହା ଶୁଣିଅଛୁ।
14 Thus, saith My Lord Yahweh, — When all the earth is rejoicing, a desolation, will I make thee:
ପ୍ରଭୁ, ସଦାପ୍ରଭୁ ଏହି କଥା କହନ୍ତି; ସମୁଦାୟ ପୃଥିବୀର ଆନନ୍ଦ କାଳରେ ଆମ୍ଭେ ତୁମ୍ଭକୁ ଧ୍ୱଂସ କରିବା।
15 As thou didst rejoice over the inheritance of the house of Israel because it had become a desolation, so, will, I, do unto thee, — A desolation, shalt thou become, O Mount Seir And all Edom all of it, So shall they know that, I, am Yahweh.
ଇସ୍ରାଏଲ ବଂଶର ଅଧିକାର ଧ୍ୱଂସ ହେବାରୁ ତୁମ୍ଭେ ଯେପରି ଆନନ୍ଦ କରିଥିଲ, ସେହିପରି ଆମ୍ଭେ ତୁମ୍ଭ ପ୍ରତି କରିବା; ହେ ସେୟୀର ପର୍ବତ, ହେ ସମୁଦାୟ ଇଦୋମ, ତୁମ୍ଭେ ଧ୍ୱଂସ ହେବ, ତହିଁରେ ଆମ୍ଭେ ଯେ ସଦାପ୍ରଭୁ ଅଟୁ; ଏହା ଲୋକମାନେ ଜାଣିବେ।”

< Ezekiel 35 >