< Proverbs 24 >

1 Do not be envious of evil men; neither desire to be with them:
ତୁମ୍ଭେ ମନ୍ଦ ଲୋକମାନଙ୍କ ପ୍ରତି ଈର୍ଷା କର ନାହିଁ, ପୁଣି, ସେମାନଙ୍କର ସଙ୍ଗୀ ହେବାକୁ ବାଞ୍ଛା କର ନାହିଁ।
2 for their hearts plot violence, and their lips talk about mischief.
କାରଣ ସେମାନଙ୍କ ଅନ୍ତଃକରଣ ଦୌରାତ୍ମ୍ୟ କଳ୍ପନା କରେ, ପୁଣି, ସେମାନଙ୍କ ଓଷ୍ଠ ଅନିଷ୍ଟ କଥା କହେ।
3 Through wisdom a house is built; by understanding it is established;
ଜ୍ଞାନରେ ଗୃହ ନିର୍ମିତ ହୁଏ ଓ ବୁଦ୍ଧିରେ ତାହା ସ୍ଥିର ହୁଏ;
4 by knowledge the rooms are filled with all rare and beautiful treasure.
ଜ୍ଞାନରେ ତାହାର କୋଠରିସବୁ ବହୁମୂଲ୍ୟ ଓ ମନୋରମ ବସ୍ତୁରେ ପରିପୂର୍ଣ୍ଣ ହୁଏ।
5 A wise man has great power; and a knowledgeable man increases strength;
ଜ୍ଞାନବାନ ଲୋକ ବଳବାନ, ପୁଣି, ବିଦ୍ୱାନ୍‍ ଲୋକ ବଳ ବଢ଼ାଏ।
6 for by wise guidance you wage your war; and victory is in many advisors.
ଅବଶ୍ୟ ତୁମ୍ଭେ ଭଲ ପରାମର୍ଶ ଘେନି ଆପଣା ଯୁଦ୍ଧ କରିବ; ଆଉ, ମନ୍ତ୍ରୀମାନଙ୍କ ବାହୁଲ୍ୟରେ ରକ୍ଷା ହୁଏ।
7 Wisdom is too high for a fool: he doesn't open his mouth in the gate.
ଅଜ୍ଞାନ ପ୍ରତି ଜ୍ଞାନ ଅତି ଉଚ୍ଚ; ସେ ନଗର-ଦ୍ୱାରରେ ଆପଣା ମୁଖ ଫିଟାଏ ନାହିଁ।
8 One who plots to do evil will be called a schemer.
ଯେଉଁ ଲୋକ ମନ୍ଦ କରିବାକୁ ଚିନ୍ତା କରେ, ଲୋକମାନେ ତାହାକୁ କୁସନ୍ଧାନୀ ବୋଲି କହିବେ।
9 The schemes of folly are sin. The mocker is detested by men.
ଅଜ୍ଞାନର ସଂକଳ୍ପ ପାପଯୁକ୍ତ; ପୁଣି, ନିନ୍ଦକ ମନୁଷ୍ୟମାନଙ୍କ ନିକଟରେ ଘୃଣିତ।
10 If you falter in the time of trouble, your strength is small.
ବିପଦର ଦିନରେ ତୁମ୍ଭେ ଯେବେ ସାହସହୀନ ହେବ, ତେବେ ତୁମ୍ଭର ଶକ୍ତି ଅଳ୍ପ।
11 Rescue those who are being led away to death. Indeed, hold back those who are staggering to the slaughter.
ମୃତ୍ୟୁୁ ନିମନ୍ତେ ନିଆଯିବା ଲୋକମାନଙ୍କୁ ଉଦ୍ଧାର କର ଓ ହତ ହେବା ନିମନ୍ତେ ଉଦ୍ୟତ ଲୋକମାନଙ୍କୁ ରକ୍ଷା କରିବା ପାଇଁ କ୍ଷାନ୍ତ ହୁଅ ନାହିଁ।
12 If you say, "Look, we did not know this;" doesn't he who weighs the hearts consider it? He who keeps your soul, doesn't he know it? Shall he not render to every man according to his work?
ଯଦି ତୁମ୍ଭେ କୁହ, ଦେଖ, ଆମ୍ଭେମାନେ ଏହା ଜାଣି ନାହୁଁ, ତେବେ ଅନ୍ତଃକରଣ ତୌଲିବା କର୍ତ୍ତା କʼଣ ତାହା ବୁଝନ୍ତି ନାହିଁ? ପୁଣି, ତୁମ୍ଭ ପ୍ରାଣର ରକ୍ଷାକର୍ତ୍ତା କʼଣ ତାହା ଜାଣନ୍ତି ନାହିଁ? ଆଉ, ସେ କʼଣ ପ୍ରତି ଜଣକୁ ଆପଣା କର୍ମାନୁସାରେ ପ୍ରତିଫଳ ଦେବେ ନାହିଁ?
13 My son, eat honey, for it is good; the droppings of the honeycomb, which are sweet to your taste.
ହେ ମୋହର ପୁତ୍ର, ତୁମ୍ଭେ ମଧୁ ଖାଅ, ଯେହେତୁ ତାହା ଭଲ; ପୁଣି, ମଧୁଚାକ ଖାଅ, ଯେହେତୁ ତାହା ତୁମ୍ଭ ତୁଣ୍ଡକୁ ସୁସ୍ୱାଦୁ ଲାଗିବ।
14 Likewise, know that wisdom is such to your soul; if you have found it, then there will be a reward, and your hope will not be cut off.
ଜ୍ଞାନ ତୁମ୍ଭ ପ୍ରାଣ ପ୍ରତି ସେହି ପ୍ରକାର ବୋଲି ତୁମ୍ଭେ ଜାଣିବ; ତୁମ୍ଭେ ତାହା ପାଇଲେ, ପୁରସ୍କାର ଥିବାରୁ ତୁମ୍ଭର ଭରସା ଉଚ୍ଛିନ୍ନ ହେବ ନାହିଁ।
15 Do not lie in wait, wicked man, against the habitation of the righteous. Do not destroy his resting place.
ହେ ଦୁଷ୍ଟ ଲୋକ, ତୁମ୍ଭେ ଧାର୍ମିକର ବାସସ୍ଥାନ ବିରୁଦ୍ଧରେ ଛକି ବସ ନାହିଁ; ତାହାର ବିଶ୍ରାମ-ସ୍ଥାନ ଲୁଟ କର ନାହିଁ।
16 For the righteous may fall seven times, but gets up again, but the wicked will stumble in adversity.
ଯେଣୁ ଧାର୍ମିକ ସାତ ଥର ପଡ଼ିଲେ ହେଁ ପୁନର୍ବାର ଉଠେ; ମାତ୍ର ଦୁଷ୍ଟମାନେ ବିପଦରେ ଝୁଣ୍ଟି ପଡ଼ନ୍ତି।
17 Do not rejoice when your enemy falls. Do not let your heart be glad when he is overthrown;
ତୁମ୍ଭର ଶତ୍ରୁ ପତିତ ହେଲେ ଆନନ୍ଦ କର ନାହିଁ, ମଧ୍ୟ ସେ ଝୁଣ୍ଟି ପଡ଼ିଲେ, ତୁମ୍ଭର ଚିତ୍ତ ହୃଷ୍ଟ ନ ହେଉ;
18 lest Jehovah see it, and it displease him, and he turn away his wrath from him.
କେଜାଣି ସଦାପ୍ରଭୁ ତାହା ଦେଖି ଅସନ୍ତୁଷ୍ଟ ହୁଅନ୍ତି ଓ ତାହାଠାରୁ ଆପଣା କ୍ରୋଧ ଫେରାନ୍ତି।
19 Do not fret yourself because of evildoers; neither be envious of the wicked:
ମନ୍ଦକର୍ମକାରୀମାନଙ୍କ ସକାଶୁ ବିରକ୍ତ ହୁଅ ନାହିଁ; ପୁଣି, ଦୁଷ୍ଟମାନଙ୍କ ପ୍ରତି ଈର୍ଷା କର ନାହିଁ।
20 for there will be no reward to the evil man; and the lamp of the wicked shall be snuffed out.
କାରଣ ମନ୍ଦ ଲୋକର କୌଣସି ପୁରସ୍କାର ହେବ ନାହିଁ ଓ ଦୁଷ୍ଟମାନଙ୍କର ପ୍ରଦୀପ ନିଭାଯିବ।
21 My son, fear Jehovah and the king. Do not join those who are rebellious:
ହେ ମୋହର ପୁତ୍ର, ସଦାପ୍ରଭୁଙ୍କୁ ଓ ରାଜାଙ୍କୁ ଭୟ କର, ପୁଣି, ଚଞ୍ଚଳମତିମାନଙ୍କ ସଙ୍ଗରେ ଲିପ୍ତ ହୁଅ ନାହିଁ।
22 for their calamity will rise suddenly; the destruction from them both—who knows?
କାରଣ ହଠାତ୍‍ ସେମାନଙ୍କର ବିପଦ ଘଟିବ; ପୁଣି, ସେହି ଉଭୟର ସଂହାର କିଏ ଜାଣେ?
23 These also are sayings of the wise. To show partiality in judgment is not good.
ଏସବୁ ମଧ୍ୟ ଜ୍ଞାନୀମାନଙ୍କ କଥା। ବିଚାରରେ ମନୁଷ୍ୟର ମୁଖାପେକ୍ଷା କରିବା ଭଲ ନୁହେଁ।
24 He who says to the wicked, "You are righteous;" peoples shall curse him, and nations shall abhor him?
ଦୁଷ୍ଟକୁ ଯେ କହେ, ତୁମ୍ଭେ ଧାର୍ମିକ, ତାହାକୁ ଲୋକେ ଅଭିଶାପ ଦେବେ, ଗୋଷ୍ଠୀୟମାନେ ତାହାକୁ ଘୃଣା କରିବେ।
25 but it will go well with those who convict the guilty, and a rich blessing will come on them.
ମାତ୍ର ଯେଉଁମାନେ ତାହାକୁ ଅନୁଯୋଗ କରନ୍ତି, ସେମାନଙ୍କର ଆନନ୍ଦ ହେବ; ପୁଣି, ଉତ୍ତମ ଆଶୀର୍ବାଦ ସେମାନଙ୍କ ଉପରେ ବର୍ତ୍ତେ।
26 An honest answer is like a kiss on the lips.
ଯେ ଯଥାର୍ଥ ଉତ୍ତର ଦିଏ, ସେ ଓଷ୍ଠାଧର ଚୁମ୍ବନ କରେ।
27 Prepare your work outside, and get your fields ready. Afterwards, build your house.
ବାହାରେ ତୁମ୍ଭ କାର୍ଯ୍ୟର ଆୟୋଜନ କର, କ୍ଷେତ୍ରରେ ଆପଣା ନିମନ୍ତେ ତାହା ପ୍ରସ୍ତୁତ କର; ତହିଁ ଉତ୍ତାରେ ଆପଣା ଗୃହ ନିର୍ମାଣ କର।
28 Do not be a witness against your neighbor without cause. Do not deceive with your lips.
ଅକାରଣରେ ତୁମ୍ଭ ପ୍ରତିବାସୀ ବିପକ୍ଷରେ ସାକ୍ଷୀ ହୁଅ ନାହିଁ ଓ ତୁମ୍ଭ ଓଷ୍ଠ ଦ୍ୱାରା ପ୍ରତାରଣା କର ନାହିଁ।
29 Do not say, "I will do to him as he has done to me; I will render to the man according to his work."
“ସେ ମୋʼ ପ୍ରତି ଯେପରି କରିଅଛି, ତାହା ପ୍ରତି ମୁଁ ସେପରି କରିବି ଓ ତାହାର କର୍ମାନୁସାରେ ମୁଁ ତାହାକୁ ପ୍ରତିଫଳ ଦେବି, ଏରୂପ କୁହ ନାହିଁ।”
30 I went by the field of the sluggard, by the vineyard of the man void of understanding;
ମୁଁ ଅଳସୁଆର କ୍ଷେତ୍ର ଓ ନିର୍ବୋଧ ଲୋକର ଦ୍ରାକ୍ଷାକ୍ଷେତ୍ର ନିକଟ ଦେଇ ଗଲି।
31 Look, it was all grown over with thorns. Its surface was covered with nettles, and its stone wall was broken down.
ପୁଣି, ଦେଖ, ତହିଁର ସବୁଆଡ଼େ କଣ୍ଟା ବଢ଼ିଅଛି ଓ ବିଛୁଆତି ତହିଁ ଉପରେ ବ୍ୟାପ୍ତ ଅଛି, ତହିଁର ପଥର ପାଚେରୀସବୁ ଭଗ୍ନ ହୋଇଅଛି।
32 Then I saw, and considered well. I saw, and received instruction:
ତହୁଁ ମୁଁ ଅନାଇଲି, ପୁଣି, ମନୋଯୋଗ କଲି; ମୁଁ ଦେଖିଲି ଓ ଉପଦେଶ ପାଇଲି।
33 a little sleep, a little slumber, a little folding of the hands to sleep;
ଆଉ ଟିକିଏ ଶୋଇଲେ, ଆଉ ଟିକିଏ ଢୁଳାଇଲେ, ଆଉ ଟିକିଏ ନିଦ୍ରା ଯିବା ପାଇଁ ହାତ ଭିଡ଼ିମୋଡ଼ି ହେଲେ,
34 so your poverty will come as a robber, and your want as an armed man.
ତୁମ୍ଭର ଦରିଦ୍ରାବସ୍ଥା ଖଣ୍ଟ ପରି, ପୁଣି, ତୁମ୍ଭ ଦୀନତା ସସଜ୍ଜ ଲୋକ ପରି ଉପସ୍ଥିତ ହେବ।

< Proverbs 24 >