< 2 Samuel 19 >
1 It was told Joab, "Look, the king weeps and mourns for Absalom."
ଏଥିଉତ୍ତାରେ କେହି ଯୋୟାବକୁ କହିଲା, “ଦେଖ, ରାଜା ଅବଶାଲୋମ ନିମନ୍ତେ ରୋଦନ ଓ ଶୋକ କରୁଅଛନ୍ତି।”
2 The victory that day was turned into mourning to all the people; for the people heard it said that day, "The king grieves for his son."
ଏଣୁ ସେହି ଦିବସର ଜୟ ସକଳ ସୈନ୍ୟମାନଙ୍କ ପ୍ରତି ଶୋକଜନକ ହେଲା; କାରଣ ରାଜା ଆପଣା ପୁତ୍ର ବିଷୟରେ ରୋଦନ କରୁଅଛନ୍ତି, ଏହା ଲୋକମାନେ ସେହି ଦିନ ଶୁଣିଲେ।
3 So the people went quietly into the city that day, the way that people who are humiliated creep away when fleeing in battle.
ପୁଣି ଯୁଦ୍ଧକ୍ଷେତ୍ରରୁ ପଳାଇବା ବେଳେ ଲୋକମାନେ ଯେପରି ଲଜ୍ଜିତ ହୋଇ ଚୋର ପରି ଚାଲନ୍ତି, ସେପରି ସେହି ଦିନ ଚୋର ପରି ସୈନ୍ୟମାନେ ନଗରରେ ପ୍ରବେଶ କଲେ।
4 The king covered his face, and he cried with a loud voice, "My son Absalom, Absalom, my son."
ଆଉ ରାଜା ମଧ୍ୟ ଆପଣା ମୁଖ ଢାଙ୍କିଲେ, ପୁଣି ରାଜା ଉଚ୍ଚସ୍ୱରରେ କାନ୍ଦି କହିଲେ, “ହାୟ ଆମ୍ଭ ପୁତ୍ର ଅବଶାଲୋମ, ହାୟ ଅବଶାଲୋମ, ଆମ୍ଭ ପୁତ୍ର, ଆମ୍ଭ ପୁତ୍ର।”
5 Then Joab went into the house to the king, and said, "Today you have humiliated the faces of all your servants, who have this day saved your life and the lives of your sons and of your daughters and the lives of your wives and the lives of your secondary wives;
ଏଉତ୍ତାରେ ଯୋୟାବ ଗୃହ ଭିତରକୁ ରାଜାଙ୍କ ନିକଟକୁ ଆସି କହିଲା, “ଯେଉଁମାନେ ଆଜି ଆପଣଙ୍କ ଜୀବନ ଓ ଆପଣଙ୍କ ପୁତ୍ରକନ୍ୟାଗଣର ଜୀବନ ଓ ଭାର୍ଯ୍ୟାମାନଙ୍କ ଜୀବନ ଓ ଆପଣଙ୍କ ଉପପତ୍ନୀମାନଙ୍କ ଜୀବନ ରକ୍ଷା କଲେ, ଆପଣ ଆଜି ନିଜର ସେହି ସମସ୍ତ ଦାସଙ୍କୁ ଲଜ୍ଜିତ କରିଅଛନ୍ତି;
6 by loving those who hate you and hating those who love you. For you have made it clear today that commanders and servants are nothing to you. For you know that if Absalom were alive today, and all of us had died, then you would be pleased.
କାରଣ ଯେଉଁମାନେ ଆପଣଙ୍କୁ ଘୃଣା କରୁଅଛନ୍ତି, ଆପଣ ସେମାନଙ୍କୁ ପ୍ରେମ କରୁଅଛନ୍ତି ଓ ଯେଉଁମାନେ ଆପଣଙ୍କୁ ପ୍ରେମ କରୁଅଛନ୍ତି, ଆପଣ ସେମାନଙ୍କୁ ଘୃଣା କରୁଅଛନ୍ତି। ଯେହେତୁ ଆପଣ ଆଜି ଜଣାଇ ଅଛନ୍ତି ଯେ, ଅଧିପତିମାନେ ଓ ଦାସମାନେ ଆପଣଙ୍କ ପ୍ରତି କିଛି ନୁହନ୍ତି; କାରଣ ମୁଁ ଆଜି ଦେଖୁଅଛି ଯେ, ଯଦି ଅବଶାଲୋମ ବଞ୍ଚିଥାʼନ୍ତା ଓ ଆମ୍ଭେ ସମସ୍ତେ ଆଜି ମରିଥାʼନ୍ତୁ, ତେବେ ଆପଣଙ୍କ ଦୃଷ୍ଟିରେ ଭଲ ହୋଇଥାʼନ୍ତା।
7 Now therefore get up, go out and speak kindly to your servants. For I swear by Jehovah, if you do not go out, not a man will remain with you this night, and that will be worse for you than all the evil that has happened to you from your youth until now."
ଏଣୁ ଏବେ ଉଠି ବାହାରକୁ ଯାଇ ଆପଣା ଦାସମାନଙ୍କୁ ଦୟାରେ କଥା କହନ୍ତୁ; କାରଣ ମୁଁ ସଦାପ୍ରଭୁଙ୍କ ନାମରେ ଶପଥ କରୁଅଛି, ଯଦି ଆପଣ ବାହାରକୁ ନ ଯାʼନ୍ତି, ତେବେ ଏହି ରାତ୍ରି ଆପଣଙ୍କ ସହିତ ଜଣେ ହେଁ ରହିବ ନାହିଁ; ଆଉ ଆପଣଙ୍କ ଯୌବନକାଳ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଯେତେ ଅମଙ୍ଗଳ ଆପଣଙ୍କୁ ଘଟିଅଛି, ସେ ସବୁରୁ ହିଁ ଏହି ଅମଙ୍ଗଳ ଆପଣଙ୍କ ପ୍ରତି ଅଧିକ ହେବ।”
8 So the king got up and sat at the gate. And all the people were informed, saying, "Look, the king is sitting at the gate." And all the people came before the king. Meanwhile, Israel had fled each man to his tent.
ତହିଁରେ ରାଜା ଉଠି ନଗର-ଦ୍ୱାରରେ ବସିଲେ। ସେତେବେଳେ ସମସ୍ତ ଲୋକଙ୍କୁ କୁହାଗଲା, ଦେଖ, ରାଜା ନଗର-ଦ୍ୱାରରେ ବସିଅଛନ୍ତି; ତହୁଁ ସମସ୍ତ ଲୋକ ରାଜାଙ୍କ ସମ୍ମୁଖକୁ ଆସିଲେ। ଏଥିମଧ୍ୟରେ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁକୁ ପଳାଇ ଯାଇଥିଲେ।
9 All the people were at strife throughout all the tribes of Israel, saying, "The king delivered us out of the hand of our enemies, and he saved us out of the hand of the Philistines, but now he has fled from the land and from being over his kingdom.
ଆଉ ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରେ ସମସ୍ତ ଲୋକ ପରସ୍ପର କଳହ କରି କହୁଥିଲେ, “ରାଜା ଆମ୍ଭମାନଙ୍କ ଶତ୍ରୁମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ରକ୍ଷା କରିଥିଲେ ଓ ପଲେଷ୍ଟୀୟମାନଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିଥିଲେ ଏବେ ସେ ଅବଶାଲୋମ ଭୟରେ ଦେଶରୁ ପଳାଇଅଛନ୍ତି।
10 And Absalom, whom we anointed over us, is dead in battle. Now therefore why do you not speak a word of bringing the king back?" And the talk of all Israel came to the king.
ପୁଣି ଆମ୍ଭେମାନେ ଯେଉଁ ଅବଶାଲୋମଙ୍କୁ ଆପଣାମାନଙ୍କ ଉପରେ ଅଭିଷିକ୍ତ କରିଥିଲୁ, ସେ ଯୁଦ୍ଧରେ ମରିଅଛି। ଏହେତୁ ତୁମ୍ଭେମାନେ ଏବେ ରାଜାଙ୍କୁ ଫେରାଇ ଆଣିବା ବିଷୟରେ କାହିଁକି ତୁନି ହୋଇ ରହିଅଛ?”
11 So king David sent to Zadok and to Abiathar the priests, saying, "Speak to the elders of Judah, saying, 'Why are you the last to bring the king back to his palace?
ଏଉତ୍ତାରେ ଦାଉଦ ରାଜା ସାଦୋକ ଓ ଅବୀୟାଥର ଯାଜକମାନଙ୍କ ନିକଟକୁ ଦୂତ ପଠାଇ କହିଲେ, “ତୁମ୍ଭେମାନେ ଯିହୁଦାର ପ୍ରାଚୀନବର୍ଗଙ୍କୁ କୁହ, ‘ରାଜାଙ୍କୁ ତାଙ୍କ ଗୃହକୁ ଆଣିବା ପାଇଁ ସମସ୍ତ ଇସ୍ରାଏଲର କଥା ତାଙ୍କ ନିକଟରେ ଉପସ୍ଥିତ ହେଲାଣି, ଏନିମନ୍ତେ ରାଜାଙ୍କୁ ତାଙ୍କ ଗୃହକୁ ଫେରାଇ ଆଣିବା ପାଇଁ ତୁମ୍ଭେମାନେ କାହିଁକି ପଛଘୁଞ୍ଚା ହେଉଅଛ?
12 You are my brothers, you are my bone and my flesh. Why then are you the last to bring back the king?'
ତୁମ୍ଭେମାନେ ଆମ୍ଭର ଭ୍ରାତା, ତୁମ୍ଭେମାନେ ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ; ତେବେ ତୁମ୍ଭେମାନେ କାହିଁକି ରାଜାଙ୍କୁ ଫେରାଇ ଆଣିବା ପାଇଁ ପଛଘୁଞ୍ଚା ହେଉଅଛ?’
13 And say to Amasa, 'Aren't you my bone and my flesh? Now then, God do so to me, and more also, if you aren't commander of the army before me continually in place of Joab. '"
ପୁଣି ତୁମ୍ଭେମାନେ ଅମାସାଙ୍କୁ କୁହ, ‘ତୁମ୍ଭେ କି ଆମ୍ଭର ଅସ୍ଥି ଓ ଆମ୍ଭର ମାଂସ ନୁହଁ? ଯଦି ତୁମ୍ଭେ ଯୋୟାବ ପଦରେ ନିତ୍ୟ ଆମ୍ଭ ସାକ୍ଷାତରେ ସେନାପତି ନ ହୁଅ, ତେବେ ପରମେଶ୍ୱର ଆମ୍ଭକୁ ସେହି ଦଣ୍ଡ, ମଧ୍ୟ ତହିଁରୁ ଅଧିକ ଦେଉନ୍ତୁ।’”
14 Thus the heart of all the men of Judah was inclined as one man, so that they sent a message to the king, "Return, you and all your servants."
ଏହିରୂପେ ସେ ଯିହୁଦାର ସମସ୍ତ ଲୋକଙ୍କ ହୃଦୟକୁ ଜଣକର ହୃଦୟ ତୁଲ୍ୟ ଜୟ କଲେ; ତହିଁରେ ସେମାନେ ରାଜାଙ୍କ ନିକଟକୁ ଲୋକ ପଠାଇ କହିଲେ, “ଆପଣ ଓ ଆପଣଙ୍କ ସମସ୍ତ ଦାସ ଫେରି ଆସନ୍ତୁ।”
15 So the king returned and came to the Jordan. And Judah came to Gilgal, having come down to meet the king, to bring the king across the Jordan.
ତହୁଁ ରାଜା ଫେରି ଯର୍ଦ୍ଦନ ପର୍ଯ୍ୟନ୍ତ ଗଲେ, ତହିଁରେ ଯିହୁଦାର ଲୋକମାନେ ରାଜାଙ୍କୁ ଭେଟିବା ନିମନ୍ତେ ଗିଲ୍ଗଲ୍କୁ ଯାଇ ଯର୍ଦ୍ଦନ ପାର କରି ରାଜାଙ୍କୁ ଆଣିଲେ।
16 And Shimei the son of Gera, the Benjamite who was from Bahurim, hurried and came down with the men of Judah to meet king David,
ସେତେବେଳେ ଦାଉଦ ରାଜାଙ୍କୁ ସାକ୍ଷାତ କରିବା ପାଇଁ ବହୁରୀମ ନିବାସୀ ଗେରାର ପୁତ୍ର ବିନ୍ୟାମୀନୀୟ ଶିମୀୟି ଶୀଘ୍ର ଯିହୁଦାର ଲୋକମାନଙ୍କ ସଙ୍ଗରେ ଆସିଲା।
17 and a thousand men from Benjamin with him. But Ziba the servant of the house of Saul, and his fifteen sons and his twenty servants with him, waded through the Jordan ahead of the king,
ପୁଣି ତାହା ସଙ୍ଗେ ବିନ୍ୟାମୀନୀୟ ଏକ ସହସ୍ର ଲୋକ ଥିଲେ, ଆଉ ଶାଉଲଙ୍କ ଗୃହର ଦାସ ସୀବଃ ଓ ତାଙ୍କର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ତାଙ୍କ ସଙ୍ଗରେ ଥିଲେ। ସେମାନେ ରାଜାଙ୍କ ସାକ୍ଷାତରେ ଯର୍ଦ୍ଦନରେ ପଶି ପାର ହୋଇଗଲେ।
18 and did the work of bringing the king across and to do whatever he wished. And Shimei the son of Gera fell down before the king, when he crossed the Jordan.
ସେତେବେଳେ ସେମାନେ ରାଜାଙ୍କର ପରିବାରବର୍ଗଙ୍କୁ ପାର କରିବା ପାଇଁ ଓ ତାଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ ତାହା କଲେ। ଏଣୁ ରାଜା ଯର୍ଦ୍ଦନ ପାର ହେବା ସମୟରେ ଗେରାର ପୁତ୍ର ଶିମୀୟି ରାଜାଙ୍କ ସମ୍ମୁଖରେ ମୁହଁ ମାଡ଼ି ପଡ଼ିଲା।
19 Then he said to the king, "May my lord not consider punishment. Do not remember what your servant did wrong on the day when my lord the king left Jerusalem, so that the king should call it to mind.
ଆଉ ଶିମୀୟି ରାଜାଙ୍କୁ କହିଲା, “ମୋʼ ପ୍ରଭୁ, ମୋହର ଅପରାଧ ଗଣନା ନ କରନ୍ତୁ, ଅବା ମୋʼ ପ୍ରଭୁ ମହାରାଜ ଯିରୂଶାଲମରୁ ବାହାରି ଯିବା ଦିନ ଆପଣଙ୍କ ଦାସ ଅବାଧ୍ୟତାପୂର୍ବକ ଯାହା କରିଅଛି, ତାହା ଆପଣ ସ୍ମରଣ ନ କରନ୍ତୁ, ମହାରାଜ ତାହା ଆପଣା ମନକୁ ନ ନେଉନ୍ତୁ।
20 For your servant knows that I have sinned. Therefore, look, I have come today the first of all the house of Joseph to come down to meet my lord the king."
କାରଣ ଆପଣଙ୍କ ଦାସ ମୁଁ ଯେ ପାପ କରିଅଛି, ଏହା ଜାଣେ; ଏହେତୁ ଦେଖନ୍ତୁ, ଯୋଷେଫର ସମୁଦାୟ ବଂଶ ମଧ୍ୟରେ ପ୍ରଥମେ ମୁଁ ଆଜି ମୋʼ ପ୍ରଭୁ ମହାରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲି।”
21 But Abishai the son of Zeruiah replied, "Should not Shimei be put to death for this, because he cursed Jehovah's anointed?"
ମାତ୍ର ସରୁୟାର ପୁତ୍ର ଅବୀଶୟ ଉତ୍ତର କରି କହିଲା, “ଶିମୀୟି ସଦାପ୍ରଭୁଙ୍କ ଅଭିଷିକ୍ତଙ୍କୁ ଶାପ ଦେଇଅଛି, ଏହି କାରଣରୁ କି ତାହାର ପ୍ରାଣଦଣ୍ଡ ହେବ ନାହିଁ?”
22 But David replied, "What does this have to do with you, you sons of Zeruiah, that you should become my adversaries today? Should anyone be put to death in Israel today? For do you not know that today I begin to rule over Israel?"
ଏଥିରେ ଦାଉଦ କହିଲେ, “ହେ ସରୁୟାର ପୁତ୍ରଗଣ, ତୁମ୍ଭମାନଙ୍କ ସହିତ ଆମ୍ଭର ବିଷୟ କʼଣ ଯେ, ତୁମ୍ଭେମାନେ ଆଜି ମୋର ବିପକ୍ଷ ହେଉଅଛ? ଆଜି ଇସ୍ରାଏଲ ମଧ୍ୟରେ କʼଣ କାହାରି ପ୍ରାଣଦଣ୍ଡ ହେବ? ଆଜି ମୁଁ ଇସ୍ରାଏଲ ଉପରେ ରାଜା ଅଟେ, ଏହା କʼଣ ମୁଁ ଜାଣୁ ନାହିଁ?”
23 Then the king said to Shimei, "You will not die." And the king gave him his oath.
ତହୁଁ ରାଜା ଶିମୀୟିଙ୍କୁ କହିଲେ, “ତୁମ୍ଭେ ମରିବ ନାହିଁ।” ପୁଣି ରାଜା ତାହା ନିକଟରେ ଶପଥ କଲେ।
24 Now Mippibaal son of Jonathan son of Saul came down to meet the king, and he had neither cared for his feet nor trimmed his beard nor washed his clothes, from the day the king departed until the day he came back safely.
ଏଉତ୍ତାରେ ଶାଉଲଙ୍କ ପୌତ୍ର ମଫୀବୋଶତ୍ ରାଜାଙ୍କୁ ସାକ୍ଷାତ କରିବା ପାଇଁ ଆସିଲା; ଆଉ ରାଜା ପ୍ରସ୍ଥାନ କରିବା ଦିନଠାରୁ କୁଶଳରେ ଗୃହକୁ ଆସିବା ଦିନ ପର୍ଯ୍ୟନ୍ତ ମଫୀବୋଶତ୍ ଆପଣା ପାଦ ପରିଷ୍କାର କରି ନ ଥିଲା, କି ଦାଢ଼ି କ୍ଷୌର ହୋଇ ନ ଥିଲା, କିଅବା ଆପଣା ବସ୍ତ୍ର ଧୌତ କରି ନ ଥିଲା।
25 And it happened when he came to Jerusalem to meet the king, that the king said to him, "Why did you not go with me, Mippibaal?"
ପୁଣି ସେ ରାଜାଙ୍କୁ ଭେଟିବା ପାଇଁ ଯିରୂଶାଲମକୁ ଆସନ୍ତେ, ରାଜା ତାହାକୁ କହିଲେ, “ମଫୀବୋଶତ୍, ତୁମ୍ଭେ କାହିଁକି ମୋʼ ସଙ୍ଗରେ ଗଲ ନାହିଁ?”
26 So he answered, "My lord king, my servant deceived me. For your servant said to him, 'Saddle a donkey for me so that I may ride on it and go with the king,' for your servant is lame.
ତହିଁରେ ସେ ଉତ୍ତର କଲା, “ହେ ମୋହର ପ୍ରଭୋ, ମହାରାଜ, ଆପଣଙ୍କ ଦାସ ତ ଛୋଟା, ‘ଗର୍ଦ୍ଦଭ ସଜାଇ ତାହା ଉପରେ ଚଢ଼ି ମହାରାଜଙ୍କ ନିକଟକୁ ଯିବା ପାଇଁ ମୋହର ମନସ୍ଥ ଥିଲା,’ ମାତ୍ର ମୋହର ଦାସ ମୋତେ ପ୍ରବଞ୍ଚନା କଲା।
27 And he has slandered your servant to my lord the king. But my lord the king did that which was good in my eyes, like an angel of God.
ଆହୁରି ମୋହର ପ୍ରଭୁ ମହାରାଜଙ୍କ ନିକଟରେ ସେ ଆପଣଙ୍କ ଏହି ଦାସର ଅପମାନ କରିଅଛି; ମାତ୍ର ମୋହର ପ୍ରଭୁ ମହାରାଜ ପରମେଶ୍ୱରଙ୍କ ଦୂତ ତୁଲ୍ୟ; ଏଣୁ ଆପଣଙ୍କ ଦୃଷ୍ଟିରେ ଯାହା ଭଲ, ତାହା କରନ୍ତୁ।
28 For though all my father's house were but men doomed to death before my lord the king, yet you placed your servant among those who eat at your table. From whom, then, could I have finer treatment?" But when he cried out to the king,
ମୋହର ପ୍ରଭୁ ମହାରାଜଙ୍କ ସାକ୍ଷାତରେ ମୋʼ ପିତୃବଂଶ ସମସ୍ତେ ନିତାନ୍ତ ମୃତ୍ୟୁର ଯୋଗ୍ୟ ଥିଲେ; ତଥାପି ଆପଣ ଆପଣଙ୍କର ଏହି ଦାସକୁ ନିଜ ମେଜରେ ଭୋଜନକାରୀ ଲୋକମାନଙ୍କ ସଙ୍ଗରେ ସ୍ଥାନ ଦେଲେ। ଏହେତୁ ଏବେ ମହାରାଜଙ୍କ ନିକଟରେ ଆଉ କ୍ରନ୍ଦନ କରିବା ପାଇଁ ମୋହର କେଉଁ ଅଧିକାର ଅଛି?”
29 the king said, "Why do you multiply your words? I say: You and Ziba divide the property."
ତହିଁରେ ରାଜା ତାହାକୁ କହିଲେ, “ତୁମ୍ଭେ ଆପଣା ବିଷୟ ଆଉ କାହିଁକି କହୁଅଛ? ମୁଁ କହୁଅଛି, ତୁମ୍ଭେ ଓ ସୀବଃ ସେହି ଭୂମି ବାଣ୍ଟି ନିଅ।”
30 And Mippibaal said to the king, "Yes, let him take it all, since my lord the king has come safely home."
ତହୁଁ ମଫୀବୋଶତ୍ ରାଜାଙ୍କୁ କହିଲା, “ହେଉ, ମୋହର ପ୍ରଭୁ ମହାରାଜ ତ କୁଶଳରେ ଆପଣା ଗୃହକୁ ଆସିଲେଣି, ତେବେ ସେ ସବୁ ନେଉ।”
31 Now Barzillai the Gileadite had come down from Rogelim, and he went with the king to conduct him from the Jordan.
ଏଉତ୍ତାରେ ଗିଲୀୟଦୀୟ ବର୍ସିଲ୍ଲୟ ରୋଗଲୀମରୁ ଆସିଲା ଓ ସେ ରାଜାଙ୍କୁ ଯର୍ଦ୍ଦନ ନଦୀ ପାର କରାଇ ନେବା ପାଇଁ ତାଙ୍କ ସଙ୍ଗେ ଯର୍ଦ୍ଦନକୁ ପାର ହୋଇଗଲା।
32 Now Barzillai was a very old man, eighty years old; and he had provided for the king while he was staying at Mahanaim, for he was a very rich man.
ସେହି ବର୍ସିଲ୍ଲୟ ଅଶୀ ବର୍ଷ ବୟସ୍କ ଅତି ବୃଦ୍ଧ ଲୋକ ଥିଲା; ଆଉ ସେ ଅତି ଧନୀ ଲୋକ ଥିବାରୁ ରାଜା ମହନୟିମରେ ଥିବା ବେଳେ ତାଙ୍କୁ ଖାଦ୍ୟସାମଗ୍ରୀ ଯୋଗାଇଥିଲା।
33 And the king said to Barzillai, "Come over with me, and I will provide for your old age in Jerusalem with me."
ପୁଣି ରାଜା ବର୍ସିଲ୍ଲୟଙ୍କୁ କହିଲେ, “ତୁମ୍ଭେ ମୋʼ ସଙ୍ଗେ ପାର ହୋଇ ଆସ, ମୁଁ ତୁମ୍ଭକୁ ଯିରୂଶାଲମରେ ଆପଣା ସଙ୍ଗେ ପ୍ରତିପାଳନ କରିବି।”
34 But Barzillai said to the king, "How many more days would I have there, that I should go up with the king to Jerusalem?
ଏଥିରେ ବର୍ସିଲ୍ଲୟ ରାଜାଙ୍କୁ କହିଲା, “ମୋହର ପରମାୟୁ ବର୍ଷର ଆଉ କେତେ ଦିନ ଅଛି ଯେ, ମୁଁ ମହାରାଜଙ୍କ ସଙ୍ଗେ ଯିରୂଶାଲମକୁ ଯିବି?
35 I am now eighty years old. Can I discern between good and bad? Can your servant taste what I eat or what I drink? Can I hear the voice of male and female singers? Why then should your servant be any further burden to my lord the king?
ଆଜି ମୁଁ ଅଶୀ ବର୍ଷ ବୟସ୍କ; ମୁଁ କʼଣ ଭଲ ଓ ମନ୍ଦର ପ୍ରଭେଦ କରିପାରେ? ଆପଣଙ୍କ ଦାସ ମୁଁ ଯାହା ଭୋଜନ କି ପାନ କରେ, କʼଣ ତହିଁର ଆସ୍ୱାଦ ପାଇ ପାରେ? ମୁଁ କି ଗାୟକ ଓ ଗାୟିକାମାନଙ୍କ ସ୍ୱର ଆଉ ଶୁଣି ପାରେ? ତେବେ କାହିଁକି ଆପଣଙ୍କ ଦାସ ମୋହର ସ୍ୱାମୀ ମହାରାଜଙ୍କ ପ୍ରତି ଭାର ସ୍ୱରୂପ ହେବ?
36 Your servant will cross the Jordan with the king for a short distance. Why should the king compensate me in this way?
ଆପଣଙ୍କ ଦାସ କେବଳ ଯର୍ଦ୍ଦନ ପାର ହୋଇ ମହାରାଜଙ୍କ ସଙ୍ଗେ ଯିବ; ଆଉ ମହାରାଜ ତହିଁ ପାଇଁ କାହିଁକି ମୋତେ ଏପରି ପୁରସ୍କାର ଦେବେ?
37 Please let your servant return, so that I may die in my own city near the tomb of my father and my mother. But look, here is your servant Kimham. Let him cross over with my lord the king, and do for him what seems good to you."
ମୁଁ ଯେପରି ନିଜ ନଗରରେ ମୋର ପିତା ଓ ମୋʼ ମାତାଙ୍କ କବର ନିକଟରେ ମରିବି, ଏଥିପାଇଁ ଆପଣଙ୍କ ଏହି ଦାସକୁ ଫେରି ଯିବାକୁ ଅନୁମତି ଦେଉନ୍ତୁ। ମାତ୍ର ଆପଣଙ୍କ ଦାସ କିମ୍ହମ୍କୁ ଦେଖନ୍ତୁ; ସେ ମୋହର ପ୍ରଭୁ ମହାରାଜଙ୍କ ସଙ୍ଗେ ପାର ହୋଇଯାଉ, ଆଉ ଆପଣଙ୍କ ଦୃଷ୍ଟିରେ ଯାହା ଭଲ ଦିଶେ, ତାହା ପ୍ରତି ତାହା କରନ୍ତୁ।”
38 And the king answered, "Kimham will go over with me, and I will do for him whatever I consider appropriate, and whatever you require of me I will do for you."
ଏଥିରେ ରାଜା ଉତ୍ତର କଲେ, “କିମ୍ହମ୍ ମୋʼ ସଙ୍ଗେ ପାର ହୋଇଯିବ, ଯାହା ତୁମ୍ଭକୁ ଭଲ ଦିଶେ, ତାହା ମୁଁ ତାହା ପ୍ରତି କରିବି; ପୁଣି ତୁମ୍ଭେ ମୋʼ ଉପରେ ଯେଉଁ ଭାର ଦେବାକୁ ମନୋନୀତ କରିବ, ତାହା ମୁଁ ତୁମ୍ଭ ନିମନ୍ତେ କରିବି।”
39 All the people crossed over the Jordan, but the king remained. Then the king kissed Barzillai, and blessed him; and he returned to his own place.
ଏଉତ୍ତାରେ ସମସ୍ତ ଲୋକ ଯର୍ଦ୍ଦନ ପାର ହେଲେ, ଏବଂ ରାଜା ମଧ୍ୟ ପାର ହେଲେ; ପୁଣି ରାଜା ବର୍ସିଲ୍ଲୟଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲେ; ତହୁଁ ବର୍ସିଲ୍ଲୟ ଆପଣା ସ୍ଥାନକୁ ଫେରିଗଲା।
40 So the king went over to Gilgal, and Kimham went over with him. All the people of Judah brought the king over, and also half the people of Israel.
ଏହିରୂପେ ରାଜା ପାର ହୋଇ ଗିଲ୍ଗଲ୍କୁ ଗଲେ ଓ କିମ୍ହମ୍ ତାଙ୍କ ସଙ୍ଗେ ପାର ହୋଇଗଲା; ପୁଣି ଯିହୁଦାର ସମସ୍ତ ସୈନ୍ୟ, ଏବଂ ଇସ୍ରାଏଲର ଅର୍ଦ୍ଧେକ ସୈନ୍ୟ ମଧ୍ୟ ରାଜାଙ୍କୁ ଘେନି ଆସିଲେ।
41 Look, all the men of Israel came to the king, and said to the king, "Why have our brothers the men of Judah stolen you away, and brought the king, and his household, over the Jordan, and all David's men with him?"
ଏଥିରେ ଦେଖ, ସମୁଦାୟ ଇସ୍ରାଏଲ ଲୋକ ରାଜାଙ୍କ ନିକଟକୁ ଆସି ରାଜାଙ୍କୁ କହିଲେ, “ଆମ୍ଭମାନଙ୍କ ଭ୍ରାତୃବର୍ଗ ଯିହୁଦା-ଲୋକେ କାହିଁକି ଆପଣଙ୍କୁ ଚୋରି କରି ନେଲେ, ଆଉ ମହାରାଜଙ୍କୁ ଓ ତାଙ୍କ ପରିଜନବର୍ଗଙ୍କୁ ଓ ଦାଉଦଙ୍କ ସଙ୍ଗେ ତାଙ୍କର ସମସ୍ତ ଲୋକଙ୍କୁ ଯର୍ଦ୍ଦନ ପାର କରି ଆଣିଲେ? ସେତେବେଳେ ଦାଉଦଙ୍କର ସମସ୍ତ ଲୋକ ତାଙ୍କ ସଙ୍ଗରେ ଥିଲେ।”
42 The men of Judah answered the men of Israel, "Because the king is a close relative to us. Why then are you angry about this matter? Have we eaten at all at the king's cost? Has he given us a gift? Or has he brought us a portion?"
ତହୁଁ ଯିହୁଦାର ସମସ୍ତ ଲୋକ ଇସ୍ରାଏଲ ଲୋକମାନଙ୍କୁ ଉତ୍ତର କଲେ, “ରାଜା ତ ଆମ୍ଭମାନଙ୍କର ନିକଟ-କୁଟୁମ୍ବ; ତେବେ ତୁମ୍ଭେମାନେ କାହିଁକି ଏ ବିଷୟରେ କ୍ରୋଧ କରୁଅଛ? ଆମ୍ଭେମାନେ କʼଣ ରାଜାଙ୍କର କିଛି ଖାଇଅଛୁ? ଅବା ସେ କʼଣ ଆମ୍ଭମାନଙ୍କୁ କିଛି ଭେଟି ଦେଇଅଛନ୍ତି?”
43 Then the men of Israel answered the men of Judah, and said, "We have ten shares in the king, and we are the firstborn rather than you. Why then did you treat us with contempt? Were we not the first to speak of bringing back our king?" But the comments of the men of Judah were more forceful than the comments of the men of Israel.
ତହିଁରେ ଇସ୍ରାଏଲ ଲୋକମାନେ ଯିହୁଦା-ଲୋକମାନଙ୍କୁ ଉତ୍ତର କରି କହିଲେ, “ରାଜାଙ୍କଠାରେ ଆମ୍ଭମାନଙ୍କର ଦଶ ଅଂଶ ଅଧିକାର ଅଛି, କାରଣ ଦଶ ଗୋଷ୍ଠୀର ସମ୍ପର୍କ ରାଜାଙ୍କ ସହିତ ଅଛି ଏବଂ ଦାଉଦଙ୍କଠାରେ ତୁମ୍ଭମାନଙ୍କ ଅପେକ୍ଷା ମଧ୍ୟ ଆମ୍ଭମାନଙ୍କ ଅଧିକାର ଅଧିକ; ତେବେ ଆମ୍ଭମାନଙ୍କ ରାଜାଙ୍କୁ ଫେରାଇ ଆଣିବା ପାଇଁ ଆମ୍ଭମାନଙ୍କ ପରାମର୍ଶ ପ୍ରଥମେ ନ ନେଇ ତୁମ୍ଭେମାନେ କାହିଁକି ଆମ୍ଭମାନଙ୍କୁ ତୁଚ୍ଛ କଲ?” ତହୁଁ ଇସ୍ରାଏଲ ଲୋକମାନଙ୍କ ବାକ୍ୟ ଅପେକ୍ଷା ଯିହୁଦା ଲୋକମାନଙ୍କ ବାକ୍ୟ ଅଧିକ କଠୋର ହେଲା।