< Joshua 6 >

1 Now Iericho was shut vp, and closed, because of the children of Israel: none might go out nor enter in.
(ସେହି ସମୟରେ ଇସ୍ରାଏଲ-ସନ୍ତାନଗଣ ସକାଶୁ ଯିରୀହୋ ରୁଦ୍ଧ ଥିଲା; ଦୃଢ଼ ରୂପେ ରୁଦ୍ଧ ହୋଇଥିଲା; କେହି ବାହାରକୁ ଗଲେ ନାହିଁ ଓ କେହି ଭିତରକୁ ଆସିଲେ ନାହିଁ।)
2 And the Lord saide vnto Ioshua, Behold, I haue giuen into thine hand Iericho and the King thereof, and the strong men of warre.
ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ।
3 All ye therefore that be men of warre, shall compasse the citie, in going round about the citie once: thus shall you doe sixe dayes:
ତୁମ୍ଭେମାନେ ନଗର ବେଷ୍ଟନ କରିବ, ସମସ୍ତ ଯୋଦ୍ଧା ଥରେ ନଗର ଚାରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାରେ ତୁମ୍ଭେ ଛଅ ଦିନ କରିବ।
4 And seuen Priests shall beare seuen trumpets of rams hornes before the Arke: and the seuenth day ye shall compasse the citie seuen times, and the Priests shall blow with the trumpets.
ପୁଣି ସାତ ଜଣ ଯାଜକ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୂରୀ ବହିବେ; ଆଉ ସପ୍ତମ ଦିନ ତୁମ୍ଭେମାନେ ସାତ ଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକମାନେ ତୂରୀ ବଜାଇବେ;
5 And when they make a long blast with the rams horne, and ye heare the sound of the trumpet, al the people shall shoute with a great shoute: then shall the wall of the citie fall downe flat, and the people shall ascend vp, euery man streight before him.
ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ଶିଙ୍ଗାରେ ଦୀର୍ଘଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହା ଜୟଧ୍ୱନିରେ ଜୟଧ୍ୱନି କରିବେ; ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ।”
6 Then, Ioshua the sonne of Nun called the Priests and said vnto them, Take vp the Arke of the couenant, and let seuen Priests beare seuen trumpets of rams hornes before the Arke of the Lord.
ତହୁଁ ନୂନର ପୁତ୍ର ଯିହୋଶୂୟ ଯାଜକମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ନିୟମ-ସିନ୍ଦୁକ ଘେନ ଓ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୂରୀ ବହନ୍ତୁ।”
7 But he said vnto the people, Goe and compasse the citie: and let him that is armed, go forth before the Arke of the Lord.
ଏଥିରେ ସେମାନେ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଅଗ୍ରସର ହୋଇ ନଗର ବେଷ୍ଟନ କର ଓ ସସଜ୍ଜ ଲୋକେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖବର୍ତ୍ତୀ ହୋଇ ଗମନ କରନ୍ତୁ।”
8 And when Ioshua had spoken vnto the people, the seuen Priestes bare the seuen trumpets of rams hornes, and went foorth before the Arke of the Lord, and blew with the trumpets, and the Arke of the couenant of ye Lord followed them.
ତେଣୁ ଯିହୋଶୂୟ ଲୋକମାନଙ୍କୁ କହିଲା ଉତ୍ତାରେ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ମହାଶବ୍ଦକାରୀ ତୂରୀ ବହି ବଜାଇ ବଜାଇ ଚାଲିଲେ ଓ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସେମାନଙ୍କ ପଛେ ପଛେ ଚଳିଲା।
9 And the men of armes went before the Priestes, that blewe the trumpets: then the gathering hoste came after the Arke, as they went and blewe the trumpets.
ଆଉ ସସଜ୍ଜ ଲୋକମାନେ ତୂରୀବାଦକ ଯାଜକମାନଙ୍କ ଆଗେ ଆଗେ ଚାଲିଲେ, ପୁଣି ଯାଜକମାନେ ତୂରୀ ବଜାଇ ଯାଉ ଯାଉ ପଶ୍ଚାଦ୍‍ଗାମୀ ଲୋକମାନେ ସିନ୍ଦୁକର ପଛେ ପଛେ ଗମନ କଲେ।
10 (Nowe Ioshua had commanded the people, saying, Ye shall nor shout, neither make any noyse with your voyce, neither shall a worde proceede out of your mouth, vntill the day that I say vnto you, Shout, then shall ye shoute)
ମାତ୍ର ଯିହୋଶୂୟ ଲୋକମାନଙ୍କୁ ଆଜ୍ଞା ଦେଇ କହିଥିଲେ, “ତୁମ୍ଭେମାନେ ଜୟଧ୍ୱନି କରିବ ନାହିଁ, କି ଆପଣା ରବ ଶୁଣାଇବ ନାହିଁ, କିଅବା ତୁମ୍ଭମାନଙ୍କ ମୁଖରୁ କୌଣସି ବାକ୍ୟ ନିର୍ଗତ ହେବ ନାହିଁ, ମୁଁ ଜୟଧ୍ୱନି କରିବାକୁ ଆଜ୍ଞା ଦେଲେ, ତୁମ୍ଭେମାନେ ଜୟଧ୍ୱନି କରିବ।”
11 So the Arke of the Lord compassed the citie, and went about it once: then they returned into the hoaste, and lodged in the campe.
ଏହିରୂପେ ସେ ସଦାପ୍ରଭୁଙ୍କ ସିନ୍ଦୁକକୁ ନଗରର ଚାରିଆଡ଼େ ଥରେ ଲେଖାଏଁ ପ୍ରଦକ୍ଷିଣ କରାଇଲେ; ତହୁଁ ଲୋକମାନେ ଛାଉଣିକୁ ଆସିଲେ, ଆଉ ଛାଉଣିରେ ବାସ କଲେ।
12 And Ioshua rose early in the morning, and the Priestes bare the Arke of the Lord:
ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠିଲେ, ପୁଣି ଯାଜକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଘେନିଲେ।
13 Also seuen Priests bare seuen trumpets of rams hornes, and went before the Arke of the Lord, and going blewe with the trumpets: and the men of armes went before them, but the gathering hoste came after the Arke of the Lord, as they went and blewe the trumpets.
ଆଉ ସାତ ଯାଜକ ମହାଶବ୍ଦକାରୀ ସାତ ତୂରୀ ଧରି ସଦାପ୍ରଭୁଙ୍କ ସିନ୍ଦୁକ ଆଗେ ଆଗେ କ୍ରମାଗତ ଗମନ କରି ତୂରୀ ବଜାଇଲେ; ସସଜ୍ଜ ଲୋକମାନେ ସେମାନଙ୍କ ଅଗ୍ରସର ହୋଇ ଚାଲିଲେ; ପୁଣି ପଶ୍ଚାଦ୍‍ବର୍ତ୍ତୀ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ପଛେ ପଛେ ଚାଲିଲେ, ଯାଜକମାନେ ତୂରୀ ବଜାଇ ବଜାଇ ଗମନ କଲେ।
14 And the second day they compassed the citie once, and returned into the host: thus they did sixe dayes.
ଆଉ ଦ୍ୱିତୀୟ ଦିନ ସେମାନେ ଥରେ ନଗର ପ୍ରଦକ୍ଷିଣ କରି ଛାଉଣିକୁ ଫେରି ଆସିଲେ; ଏହିରୂପେ ସେମାନେ ଛଅ ଦିନ କଲେ।
15 And when the seuenth day came, they rose early, euen with the dawning of the day, and compassed the citie after ye same maner seuen times: only that day they compassed the citie seuen times.
ତହୁଁ ସପ୍ତମ ଦିନ ପ୍ରଭାତରେ ଅରୁଣୋଦୟ ସମୟରେ ସେମାନେ ଉଠି ସେହିରୂପେ ସାତ ଥର ନଗର ପ୍ରଦକ୍ଷିଣ କଲେ; କେବଳ ସେହି ଦିନ ସେମାନେ ସାତ ଥର ନଗର ପ୍ରଦକ୍ଷିଣ କଲେ।
16 And when the Priests had blowen ye trumpets the seuenth time, Ioshua said vnto ye people, Shoute: for the Lord hath giuen you the citie.
ପୁଣି ଯାଜକମାନେ ସପ୍ତମ ଥର ତୂରୀ ବଜାଇବା ବେଳେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଜୟଧ୍ୱନି କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏ ନଗର ଦେଲେ।
17 And the citie shalbe an execrable thing, both it, and all that are therein, vnto the Lord: onely Rahab the harlot shall liue, shee, and all that are with her in the house: for shee hid the messengers that we sent.
ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ; କେବଳ ରାହାବ ବେଶ୍ୟା, ସେ ଓ ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ, କାରଣ ସେ ଆମ୍ଭମାନଙ୍କ ପ୍ରେରିତ ଗୁପ୍ତଚରଙ୍କୁ ଲୁଚାଇ ରଖିଥିଲା।
18 Notwithstanding, be ye ware of the execrable thing, lest ye make your selues execrable, and in taking of the execrable thing, make also the hoste of Israel execrable, and trouble it.
ଆଉ ତୁମ୍ଭେମାନେ ସେହି ବର୍ଜିତ ଦ୍ରବ୍ୟରୁ ଆପଣାମାନଙ୍କୁ କୌଣସିମତେ ରକ୍ଷା କରିବ, ନୋହିଲେ କେଜାଣି ତୁମ୍ଭେମାନେ ତାହା ବର୍ଜିତ କଲା ଉତ୍ତାରେ ସେହି ବର୍ଜିତ ବସ୍ତୁରୁ କିଛି ଗ୍ରହଣ କରିବ; ତାହା କଲେ, ତୁମ୍ଭେମାନେ ଇସ୍ରାଏଲ ଛାଉଣିକୁ ବର୍ଜିତ କରିବ ଓ ତାକୁ ଦୁଃଖ ଦେବ।
19 But all siluer, and gold, and vessels of brasse, and yron shalbe consecrate vnto the Lord, and shall come into the Lordes treasury.
ମାତ୍ର ସମୁଦାୟ ରୂପା ଓ ସୁନା, ପୁଣି ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର; ତାହାସବୁ ସଦାପ୍ରଭୁଙ୍କ ଭଣ୍ଡାରକୁ ଆସିବ।”
20 So the people shouted, whe they had blowen trumpets: for when the people had heard the sound of the trumpet, they shouted with a great shoute: and the wall fel downe flat: so the people went vp into the citie, euery man streight before him: and they tooke the citie.
ଏରୂପେ ଲୋକମାନେ ଜୟଧ୍ୱନି କଲେ ଓ ଯାଜକମାନେ ତୂରୀ ବଜାଇଲେ; ପୁଣି ଲୋକମାନେ ତୂରୀଧ୍ୱନି ଶୁଣି ମହା ଜୟଧ୍ୱନିରେ ଜୟଧ୍ୱନି କରନ୍ତେ, ପ୍ରାଚୀର ପଡ଼ି ସମଭୂମି ହେଲା; ତେଣୁ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ ଓ ନଗର ହସ୍ତଗତ କଲେ।
21 And they vtterly destroyed all that was in the citie, both man and woman, yong, and olde, and oxe, and sheepe, and asse, with the edge of the sword.
ପୁଣି ସେମାନେ ପୁରୁଷ ଓ ସ୍ତ୍ରୀ, ଯୁବା ଓ ବୃଦ୍ଧ, ପୁଣି ଗୋରୁ ଓ ମେଷ ଓ ଗର୍ଦ୍ଦଭ ଆଦି ଯାହା ଯାହା ନଗରରେ ଥିଲା, ସେସବୁକୁ ଖଡ୍ଗମୁଖରେ ବର୍ଜିତ ରୂପେ ବିନାଶ କଲେ।
22 But Ioshua had said vnto the two men that had spied out the countrey, Go into the harlots house, and bring out thence the woman, and all that she hath, as ye sware to her.
ମାତ୍ର ଯେଉଁ ଦୁଇ ବ୍ୟକ୍ତି ଦେଶ ଅନୁସନ୍ଧାନ କରିଥିଲେ, ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେହି ବେଶ୍ୟାର ଘରକୁ ଯାଅ, ପୁଣି ତାହା ନିକଟରେ ଯେଉଁ ଶପଥ କରିଅଛ, ତଦନୁସାରେ ସେହି ସ୍ତ୍ରୀକୁ ଓ ତାହାର ଯାହା ଯାହା ଅଛି, ସେସବୁକୁ ସେଠାରୁ ବାହାର କରି ଆଣ।”
23 So the yong men that were spies, went in, and brought out Rahab, and her father, and her mother, and her brethren, and all that shee had: also they brought out all her familie, and put them without the host of Israel.
ଏଥିରେ ସେହି ଯୁବା ଗୁପ୍ତଚରମାନେ ଗଲେ, ପୁଣି ରାହାବକୁ ଓ ତାହାର ପିତା ଓ ତାହାର ମାତା ଓ ତାହାର ଭାଇମାନଙ୍କୁ, ପୁଣି ଯାହା ଯାହା ତାହାର ଥିଲା, ସେସବୁ ବାହାର କରି ଆଣିଲେ, ମଧ୍ୟ ସେମାନେ ତାହାର ଜ୍ଞାତି ସମସ୍ତଙ୍କୁ ବାହାର କରି ଆଣିଲେ; ଆଉ ସେମାନଙ୍କୁ ଇସ୍ରାଏଲ-ଛାଉଣି ବାହାରେ ରଖିଲେ।
24 After they burnt the citie with fire, and all that was therein: onely the siluer and the gold, and the vessels of brasse and yron, they put vnto the treasure of the house of the Lord.
ଆହୁରି ଲୋକମାନେ ନଗର ଓ ତନ୍ମଧ୍ୟସ୍ଥିତସକଳ ବସ୍ତୁ ଅଗ୍ନିରେ ଦଗ୍ଧ କଲେ; କେବଳ ରୂପା ଓ ସୁନା, ପୁଣି ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ରଖିଲେ।
25 So Ioshua saued Rahab the harlot, and her fathers houshold, and all that shee had; and shee dwelt in Israel euen vnto this day, because shee had hid the messengers, which Ioshua sent to spie out Iericho.
ମାତ୍ର ଯିହୋଶୂୟ ରାହାବ ବେଶ୍ୟାକୁ ଓ ତାହାର ପିତୃପରିବାରକୁ ଓ ତାହାର ସର୍ବସ୍ୱ ଜୀବିତ ରଖିଲେ; ପୁଣି ସେ ଆଜି ପର୍ଯ୍ୟନ୍ତ ଇସ୍ରାଏଲ ମଧ୍ୟରେ ବସତି କରୁଅଛି; କାରଣ ଯିରୀହୋ ଅନ୍ୱେଷଣ କରିବା ପାଇଁ ଯିହୋଶୂୟ ଯେଉଁ ଗୁପ୍ତଚରଙ୍କୁ ପଠାଇଥିଲେ, ସେମାନଙ୍କୁ ସେ ଲୁଚାଇ ରଖିଥିଲା।
26 And Ioshua sware at that time, saying, Cursed be the man before ye Lord, that riseth vp, and buildeth this citie Iericho: hee shall lay the foundation thereof in his eldest sonne, and in his yongest sonne shall hee set vp the gates of it.
ସେସମୟରେ ଯିହୋଶୂୟ ସେମାନଙ୍କୁ ଶପଥ କରାଇ କହିଲେ, ଯେକେହି ଉଠି ପୁନର୍ବାର ଏହି ଯିରୀହୋ ନଗର ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ; “ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ।”
27 So the Lord was with Ioshua, and he was famous through all the world.
ଏହିରୂପେ ସଦାପ୍ରଭୁ ଯିହୋଶୂୟଙ୍କର ସହବର୍ତ୍ତୀ ହେଲେ ଓ ତାଙ୍କର କୀର୍ତ୍ତି ଦେଶଯାକ ବ୍ୟାପିଲା।

< Joshua 6 >