< Genesis 31 >
1 Now he heard the words of Labans sonnes, saying, Iaakob hath taken away all that was our fathers, and of our fathers goods hath he gotten all this honour.
ପୁଣି, “ଯାକୁବ ଆମ୍ଭମାନଙ୍କ ପିତାଙ୍କର ସର୍ବସ୍ୱ ହରଣ କରିଅଛି ଓ ଆମ୍ଭମାନଙ୍କ ପିତାଙ୍କର ଧନରୁ ତାହାର ଏହି ସମସ୍ତ ଐଶ୍ୱର୍ଯ୍ୟ ହୋଇଅଛି,” ଲାବନର ପୁତ୍ରମାନଙ୍କର ଏହି କଥା ଯାକୁବ ଶୁଣିଲା।
2 Also Iaakob beheld the countenance of Laban, that it was not towards him as in times past:
ପୁଣି, ଲାବନ ତାହା ପ୍ରତି ପୂର୍ବ ପରି ନୁହେଁ, ଏହା ଯାକୁବ ତାହାର ମୁଖ ଦେଖି ବୁଝିଲା।
3 And the Lord had said vnto Iaakob, Turne againe into the lande of thy fathers, and to thy kinred, and I wilbe with thee.
ଏଥିଉତ୍ତାରେ ସଦାପ୍ରଭୁ ଯାକୁବକୁ କହିଲେ, “ତୁମ୍ଭେ ଆପଣା ପୈତୃକ ଦେଶରେ ଜ୍ଞାତିମାନଙ୍କ ନିକଟକୁ ଫେରିଯାଅ, ଆମ୍ଭେ ତୁମ୍ଭର ସହବର୍ତ୍ତୀ ହେବା।”
4 Therefore Iaakob sent and called Rahel and Leah to the fielde vnto his flocke.
ଏଣୁ ଯାକୁବ କ୍ଷେତ୍ରରେ ପଶୁପଲ ନିକଟକୁ ରାହେଲ ଓ ଲେୟାକୁ ଡକାଇ କହିଲା,
5 Then sayde hee vnto them, I see your fathers countenance, that it is not towardes me as it was wont, and the God of my father hath bene with me.
“ମୁଁ ଦେଖୁଅଛି, ତୁମ୍ଭମାନଙ୍କ ପିତାଙ୍କର ମୁଖ ମୋʼ ପ୍ରତି ପୂର୍ବ ପରି ନୁହେଁ; ମାତ୍ର ମୋହର ପୈତୃକ ପରମେଶ୍ୱର ମୋହର ସହାୟ ଅଟନ୍ତି।
6 And yee knowe that I haue serued your father with all my might.
ମୁଁ ଆପଣାର ସବୁ ବଳ ଦେଇ ତୁମ୍ଭମାନଙ୍କ ପିତାଙ୍କର ଦାସ୍ୟକର୍ମ କରିଅଛି, ଏହା ତୁମ୍ଭେମାନେ ଜାଣ।
7 But your father hath deceiued me, and changed my wages tenne times: but God suffred him not to hurt me.
ତଥାପି ତୁମ୍ଭମାନଙ୍କ ପିତା ମୋତେ ପ୍ରବଞ୍ଚନା କରି ଦଶ ଥର ମୋହର ବେତନ ପରିବର୍ତ୍ତନ କରିଅଛନ୍ତି; ମାତ୍ର ପରମେଶ୍ୱର ତାଙ୍କୁ ମୋହର କ୍ଷତି କରିବାକୁ ଦେଇ ନାହାନ୍ତି।
8 If he thus sayd, The spotted shall be thy wages, then all the sheepe bare spotted: and if he sayd thus, the party coloured shalbe thy rewarde, then bare all the sheepe particoloured.
ଯେହେତୁ ‘ଚିତ୍ରବିଚିତ୍ର ପଶୁଗଣ ତୁମ୍ଭର ବେତନ ସ୍ୱରୂପ ହେବେ,’ ସେ ଆପେ ଯେତେବେଳେ ଏହି କଥା କହିଲେ, ସେତେବେଳେ ସମସ୍ତ ପଶୁ ଚିତ୍ରବିଚିତ୍ର ଛୁଆ ପ୍ରସବ କଲେ; ପୁଣି, ‘ରେଖାଙ୍କିତ ପଶୁଗଣ ତୁମ୍ଭର ବେତନ ସ୍ୱରୂପ ହେବେ,’ ସେ ଯେତେବେଳେ ଏହା କହିଲେ, ସେତେବେଳେ ସମସ୍ତ ପଶୁ ରେଖାଙ୍କିତ ଛୁଆ ପ୍ରସବ କଲେ।
9 Thus hath God taken away your fathers substance, and giuen it me.
ଏହିରୂପେ ପରମେଶ୍ୱର ତୁମ୍ଭମାନଙ୍କ ପିତାଙ୍କର ପଶୁଧନ ନେଇ ମୋତେ ଦେଲେ।
10 For in ramming time I lifted vp mine eyes and saw in a dreame, and beholde, ye hee goates leaped vpon the shee goates, that were partie coloured with litle and great spots spotted.
କାରଣ ପଶୁମାନଙ୍କ ଗର୍ଭଧାରଣ ସମୟରେ ମୁଁ ସ୍ୱପ୍ନରେ ଅନାଇ ଦେଖିଲି, ଦେଖ, ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ ଓ ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ।
11 And the Angel of God sayde to mee in a dreame, Iaakob. And I answered, Lo, I am here.
ସେତେବେଳେ ପରମେଶ୍ୱରଙ୍କ ଦୂତ ସ୍ୱପ୍ନରେ ମୋତେ ‘ଯାକୁବ’ ବୋଲି ଡାକନ୍ତେ, ମୁଁ କହିଲି, ‘ଦେଖନ୍ତୁ, ମୁଁ ଏଠାରେ।’
12 And he sayde, Lift vp nowe thine eyes, and see all the hee goates leaping vpon ye shee goates that are partie coloured, spotted with litle and great spots: for I haue seene all that Laban doeth vnto thee.
ତହିଁରେ ସେ କହିଲେ, ‘ଏବେ ଅନାଇ ଦେଖ, ପଲ ସଙ୍ଗମକାରୀ ସମସ୍ତ ଛାଗଳ ରେଖାଙ୍କିତ, ଚିତ୍ରବିଚିତ୍ର ଓ ବିନ୍ଦୁଚିହ୍ନିତ; ଯେହେତୁ ତୁମ୍ଭ ପ୍ରତି ଲାବନ ଯେରୂପ ବ୍ୟବହାର କରଇ, ତାହା ଆମ୍ଭେ ଦେଖିଲୁ।
13 I am the God of Beth-el, where thou anoyntedst the pillar, where thou vowedst a vowe vnto me. Nowe arise, get thee out of this countrey and returne vnto ye land where thou wast borne.
ଯେଉଁଠାରେ ତୁମ୍ଭେ ଗୋଟିଏ ସ୍ତମ୍ଭ ଅଭିଷେକ କରିଅଛ ଓ ଆମ୍ଭ ନିକଟରେ ମାନତ କରିଅଛ, ସେହି ବେଥେଲ୍ର ପରମେଶ୍ୱର ଆମ୍ଭେ; ଏବେ ଉଠି ଏହି ଦେଶ ପରିତ୍ୟାଗ କରି ଆପଣା ଜ୍ଞାତିମାନଙ୍କ ଦେଶକୁ ଫେରିଯାଅ!’”
14 Then answered Rahel and Leah, and sayde vnto him, Haue wee any more porcion and inheritance in our fathers house?
ତହିଁରେ ରାହେଲ ଓ ଲେୟା ଉତ୍ତର କଲେ, “ପିତାଙ୍କ ଗୃହରେ ଆମ୍ଭମାନଙ୍କର କି ଆଉ କିଛି ବାଣ୍ଟ ଓ ଅଧିକାର ଅଛି?
15 Doeth not he count vs as strangers? for he hath solde vs, and hath eaten vp and consumed our money.
ଆମ୍ଭେମାନେ କି ତାଙ୍କ ନିକଟରେ ବିଦେଶିନୀ ରୂପେ ଗଣ୍ୟ ନୋହୁଁ? ଯେହେତୁ ସେ ଆମ୍ଭମାନଙ୍କୁ ବିକ୍ରି କରି ଆମ୍ଭମାନଙ୍କର ମୂଲ୍ୟ ସମ୍ପୂର୍ଣ୍ଣ ରୂପେ ଭୋଗ କରିଅଛନ୍ତି।
16 Therefore all the riches, which God hath taken from our father, is ours and our childrens: nowe then whatsoeuer God hath saide vnto thee, doe it.
ଏହେତୁ ପରମେଶ୍ୱର ଆମ୍ଭମାନଙ୍କ ପିତାଙ୍କଠାରୁ ଯେଉଁସବୁ ଧନ ନେଇଅଛନ୍ତି, ସେହି ସବୁ ଆମ୍ଭମାନଙ୍କର ଓ ଆମ୍ଭମାନଙ୍କ ସନ୍ତାନଗଣର। ଏଣୁ ପରମେଶ୍ୱର ତୁମ୍ଭକୁ ଯାହା କହିଲେ, ତୁମ୍ଭେ ତାହା କର।”
17 Then Iaakob rose vp, and set his sonnes and his wiues vpon camels.
ତହୁଁ ଯାକୁବ ଉଠି ଆପଣା ସନ୍ତାନଗଣ ଓ ଭାର୍ଯ୍ୟାମାନଙ୍କୁ ଓଟ ଉପରେ ବସାଇଲା;
18 And he caried away all his flockes, and al his substance which he had gotten, to wit, his riches, which he had gotten in Padan Aram, to goe to Izhak his father vnto the land of Canaan.
ପୁଣି, ଆପଣା ଉପାର୍ଜ୍ଜିତ ପଶ୍ୱାଦି ସକଳ ଧନ, ଅର୍ଥାତ୍, ପଦ୍ଦନ୍ ଅରାମରେ ଯେଉଁ ପଶୁ ଓ ଯେଉଁ ସମ୍ପତ୍ତି ଉପାର୍ଜ୍ଜନ କରିଥିଲା, ତାହା ଘେନି କିଣାନ ଦେଶରେ ଆପଣା ପିତା ଇସ୍ହାକ ନିକଟକୁ ପ୍ରସ୍ଥାନ କଲା।
19 Whe Laban was gone to shere his sheepe, Then Rahel stole her fathers idoles.
ସେହି ସମୟରେ ଲାବନ ମେଷର ଲୋମ ଛେଦନ କରିବାକୁ ଯାଇଥିଲା; ପୁଣି, ରାହେଲ ଆପଣା ପିତାଙ୍କର ଠାକୁରମାନଙ୍କୁ ହରଣ କଲା।
20 Thus Iaakob stole away ye heart of Laban the Aramite: for he told him not that he fled.
ଆଉ ଯାକୁବ ଆପଣା ପଳାୟନର କୌଣସି ସମ୍ବାଦ ନ ଦେଇ ଅରାମୀୟ ଲାବନକୁ ପ୍ରବଞ୍ଚନା କଲା।
21 So fled he with all that he had, and he rose vp, and passed the riuer, and set his face towarde mount Gilead.
ଏହି ପ୍ରକାରେ ସେ ଆପଣା ସର୍ବସ୍ୱ ଘେନି ପଳାୟନ କଲା, ପୁଣି, ଉଠି (ଫରାତ୍) ନଦୀ ପାର ହୋଇ ଗିଲୀୟଦ ପର୍ବତ ଆଡ଼େ ଦୃଷ୍ଟି କରି ଚାଲିଲା।
22 And the third day after was it told Laban, that Iaakob fled.
ଏଥିଉତ୍ତାରେ ତୃତୀୟ ଦିବସରେ ଲାବନକୁ ଯାକୁବର ପଳାୟନ ସମ୍ବାଦ ଦିଆଗଲା।
23 Then he tooke his brethren with him, and followed after him seuen dayes iourney, and ouertooke him at mount Gilead.
ତହିଁରେ ସେ ଆପଣା କୁଟୁମ୍ବମାନଙ୍କୁ ସଙ୍ଗେ ଘେନି ତାହାର ପଛେ ପଛେ ସାତ ଦିନର ବାଟ ଦୌଡ଼ିଯାଇ ଗିଲୀୟଦ ପର୍ବତ ନିକଟରେ ତାହାର ସଙ୍ଗ ଧରିଲା।
24 And God came to Laban the Aramite in a dreame by night, and sayde vnto him, Take heede that thou speake not to Iaakob ought saue good.
ମାତ୍ର ପରମେଶ୍ୱର ରାତ୍ରିକାଳେ ସ୍ୱପ୍ନରେ ଅରାମୀୟ ଲାବନ ନିକଟରେ ଉପସ୍ଥିତ ହୋଇ ତାହାକୁ କହିଲେ, “ସାବଧାନ, ଯାକୁବକୁ ଭଲ ମନ୍ଦ କିଛି କୁହ ନାହିଁ।”
25 Then Laban ouertooke Iaakob, and Iaakob had pitched his tent in the mount: and Laban also with his brethren pitched vpon mount Gilead.
ଏଥିଉତ୍ତାରେ ଲାବନ ଯାକୁବର ସଙ୍ଗ ଧରିଲା ସମୟରେ ଯାକୁବର ତମ୍ବୁ ପର୍ବତ ଉପରେ ସ୍ଥାପିତ ଥିଲା; ତହିଁରେ ଲାବନ ହିଁ କୁଟୁମ୍ବମାନଙ୍କ ସହିତ ଗିଲୀୟଦ ପର୍ବତରେ ତମ୍ବୁ ସ୍ଥାପନ କଲା।
26 Then Laban sayde to Iaakob, What hast thou done? thou hast euen stolen away mine heart and caried away my daughters as though they had bene taken captiues with the sworde.
ପୁଣି, ଲାବନ ଯାକୁବକୁ କହିଲା, “ତୁମ୍ଭେ କାହିଁକି ଏହିପରି କର୍ମ କଲ? ମୋତେ ପ୍ରବଞ୍ଚନା କଲ, ପୁଣି, ମୋʼ କନ୍ୟାମାନଙ୍କୁ ଖଡ୍ଗଧୃତ ବନ୍ଦୀଲୋକଙ୍କ ପରି ଘେନି ଆସିଲ।
27 Wherfore diddest thou flie so secretly and steale away from me, and diddest not tel me, that I might haue sent thee foorth with mirth and with songs, with timbrel and with harpe?
ତୁମ୍ଭେ ମୋତେ ପ୍ରବଞ୍ଚନା କରି କାହିଁକି ଗୋପନରେ ପଳାଇ ଆସିଲ? କାହିଁକି ମୋତେ ସମ୍ବାଦ ଦେଲ ନାହିଁ? ଦେଇଥିଲେ, ମୁଁ ତୁମ୍ଭକୁ ଆହ୍ଲାଦ ଓ ଗାୟନ, ପୁଣି, ତବଲା ଓ ବୀଣାବାଦ୍ୟ ସହିତ ବିଦାୟ କରିଥାʼନ୍ତି।
28 But thou hast not suffered me to kisse my sonnes and my daughters: nowe thou hast done foolishly in doing so.
ତୁମ୍ଭେ ମୋହର ପୁତ୍ରକନ୍ୟାମାନଙ୍କୁ ଚୁମ୍ବନ କରିବାକୁ ମଧ୍ୟ ମୋତେ ସୁଯୋଗ ଦେଲ ନାହିଁ, ଏ ଅତି ଅଜ୍ଞାତର କର୍ମ।
29 I am able to do you euill: but the God of your father spake vnto me yesternight, saying, Take heed that thou speake not to Iaakob ought saue good.
ତୁମ୍ଭକୁ ହିଂସା କରିବାକୁ ମୋହର ହସ୍ତ ସମର୍ଥ ପ୍ରମାଣ, ମାତ୍ର ଗତରାତ୍ରି ତୁମ୍ଭର ପୈତୃକ ପରମେଶ୍ୱର ମୋତେ କହିଲେ, ସାବଧାନ, ଯାକୁବକୁ ଭଲ ମନ୍ଦ କିଛି କୁହ ନାହିଁ।
30 Nowe though thou wentest thy way, because thou greatly longedst after thy fathers house, yet wherefore hast thou stollen my gods?
ଆଉ ପିତୃଗୃହକୁ ଝୁରିବାରୁ ଯଦି ତୁମ୍ଭର ଯିବାର ଆବଶ୍ୟକ ହେଲା, ତେବେ ମୋହର ଦେବତାମାନଙ୍କୁ କାହିଁକି ଚୋରି କଲ?”
31 Then Iaakob answered, and said to Laban, Because I was afraid, and thought that thou wouldest haue taken thy daughters from me.
ତହିଁରେ ଯାକୁବ ଲାବନକୁ ଉତ୍ତର କଲା, “ମୋହର ଭୟ ହେଲା; କାରଣ କେଜାଣି ତୁମ୍ଭେ ମୋʼ ଠାରୁ ଆପଣା କନ୍ୟାଗଣଙ୍କୁ ବଳପୂର୍ବକ ଛଡ଼ାଇ ନେବ, ଏପରି ବିଚାର କଲି।
32 But with whome thou findest thy gods, let him not liue. Search thou before our brethre what I haue of thine, and take it to thee, (but Iaakob wist not that Rahel had stolen them)
ମାତ୍ର ତୁମ୍ଭେ ଯାହା ନିକଟରୁ ତୁମ୍ଭର ଦେବତାମାନଙ୍କୁ ପାଇବ, ସେ ବଞ୍ଚିବ ନାହିଁ; ମୋʼ ଠାରେ ତୁମ୍ଭର ଯାହା ଅଛି, ତାହା ଆମ୍ଭମାନଙ୍କ କୁଟୁମ୍ବଗଣର ସାକ୍ଷାତରେ ଚିହ୍ନି କରି ନିଅ,” ଯେହେତୁ ଯାକୁବ ରାହେଲର ସେହି ଚୋରି କରିବା ବିଷୟ ଜାଣି ନ ଥିଲା।
33 Then came Laban into Iaakobs tent, and into Leahs tent, and into the two maides tentes, but founde them not. So hee went out of Leahs tent, and entred into Rahels tent.
ତହୁଁ ଲାବନ ଯାକୁବର ତମ୍ବୁଗୃହ ଓ ଲେୟାର ତମ୍ବୁଗୃହ ଓ ଦୁଇ ଦାସୀର ତମ୍ବୁଗୃହକୁ ଯାଇ ଅନ୍ୱେଷଣ କଲା; ମାତ୍ର ପାଇଲା ନାହିଁ। ଏଣୁ ସେ ଲେୟାର ତମ୍ବୁଗୃହ ଛାଡ଼ି ରାହେଲର ତମ୍ବୁଗୃହରେ ପ୍ରବେଶ କଲା।
34 (Nowe Rahel had taken the idoles, and put them in the camels litter and sate downe vpon them) and Laban searched al the tent, but found them not.
ମାତ୍ର ରାହେଲ ସେହି ଠାକୁରମାନଙ୍କୁ ନେଇ ଓଟର ହାଉଦା ଭିତରେ ରଖି ତହିଁ ଉପରେ ବସିଥିଲା। ତହିଁରେ ଲାବନ ତାହାର ତମ୍ବୁଗୃହର ସବୁ ସ୍ଥାନ ଖୋଜିଲେ ହେଁ ତାହା ପାଇଲା ନାହିଁ।
35 Then said she to her father, My Lord, be not angrie that I cannot rise vp before thee: for the custome of women is vpon me: so he searched, but found not the idoles.
ସେତେବେଳେ ରାହେଲ ପିତାକୁ କହିଲା, “ମୁଁ ଆପଣଙ୍କ ଛାମୁରେ ଉଠି ପାରିଲି ନାହିଁ ବୋଲି ମୋହର ପ୍ରଭୁ କ୍ରୋଧ ନ କରନ୍ତୁ, କାରଣ ମୁଁ ସ୍ତ୍ରୀଧର୍ମିଣୀ ହୋଇଅଛି।” ଏହିରୂପେ ସେ ଅନ୍ୱେଷଣ କଲେ ହେଁ ଠାକୁରମାନଙ୍କୁ ପାଇଲା ନାହିଁ।
36 The Iaakob was wroth, and chode with Laban: Iaakob also answered and sayd to Laban, What haue I trespassed? what haue I offended, that thou hast pursued after me?
ତହୁଁ ଯାକୁବ କ୍ରୋଧ ହୋଇ ଲାବନକୁ ଭର୍ତ୍ସନା କଲା; ପୁଣି, ଯାକୁବ ଲାବନକୁ ଉତ୍ତର କରି କହିଲା, “ମୋହର କି ଦୋଷ ଓ କି ପାପ ହେଲା ଯେ, ତୁମ୍ଭେ ପ୍ରଜ୍ୱଳିତ ହୋଇ ମୋʼ ପଛେ ପଛେ ଦୌଡ଼ି ଆସିଲ?
37 Seeing thou hast searched all my stuffe, what hast thou foud of all thine houshold stuffe? put it here before my brethren and thy brethren, that they may iudge betweene vs both.
ତୁମ୍ଭେ ତ ମୋର ସବୁ ଦ୍ରବ୍ୟ ଖୋଜିଲ, ଆଉ ତୁମ୍ଭ ଗୃହର କୌଣସି ଦ୍ରବ୍ୟ ପାଇଲ କି? ତାହା ମୋହର ଓ ତୁମ୍ଭର ଏହି କୁଟୁମ୍ବମାନଙ୍କ ସାକ୍ଷାତରେ ରଖିଦିଅ, ଏମାନେ ଆମ୍ଭ ଦୁହିଁଙ୍କର ବିଚାର କରନ୍ତୁ।
38 This twenty yere I haue bin with thee: thine ewes and thy goates haue not cast their yong, and the rammes of thy flocke haue I not eaten.
ଏହି କୋଡ଼ିଏ ବର୍ଷ ହେଲା ତୁମ୍ଭ ସଙ୍ଗରେ ରହିଲି। ତୁମ୍ଭର ମେଷୀ ଓ ଛାଗୀମାନଙ୍କର ଗର୍ଭପାତ ହୋଇ ନାହିଁ, କିଅବା ମୁଁ ତୁମ୍ଭ ପଲର ମେଣ୍ଢାମାନଙ୍କୁ ଖାଇ ନାହିଁ।
39 Whatsoeuer was torne of beasts, I brought it not vnto thee, but made it good my selfe: of mine hand diddest thou require it, were it stollen by day or stollen by night.
ବରଞ୍ଚ ହିଂସ୍ରକ ଜନ୍ତୁ ଯାହାକୁ ଖଣ୍ଡିଆ କଲା, ତାହା ସୁଦ୍ଧା ତୁମ୍ଭ କତିକି ଆଣିଲି ନାହିଁ; ସେ କ୍ଷତି ଆପେ ସହିଲି; ଦିନରେ ଚୋରି ଯାଉ କି ରାତିରେ ଚୋରି ଯାଉ, ତାହା ତୁମ୍ଭେ ମୋʼ ହାତରୁ ନେଲ।
40 I was in the day consumed with heate, and with frost in the night, and my sleepe departed from mine eyes.
ଦିନରେ ଖରା, ରାତିରେ କାକର, ମୋତେ ଗ୍ରାସ କଲା; ମୋʼ ଆଖିରୁ ନିଦ ପଳାଇଗଲା; ଏହିପରି ମୁଁ ଥିଲି;
41 Thus haue I bene twentie yeere in thine house, and serued thee fourteene yeeres for thy two daughters, and sixe yeeres for thy sheepe, and thou hast changed my wages tenne times.
ମୁଁ କୋଡ଼ିଏ ବର୍ଷ କାଳ ତୁମ୍ଭ ଘରେ ରହିଲି; ତୁମ୍ଭର ଦୁଇ ଝିଅ ନିମନ୍ତେ ଚଉଦ ବର୍ଷ ଓ ପଶୁମାନଙ୍କ ନିମନ୍ତେ ଛଅ ବର୍ଷ ଦାସ୍ୟକର୍ମ କଲି; ଏଥିମଧ୍ୟରେ ତୁମ୍ଭେ ଦଶ ଥର ମୋହର ବେତନ ପରିବର୍ତ୍ତନ କରିଅଛ।
42 Except the God of my father, the God of Abraham, and the feare of Izhak had bene with me, surely thou haddest sent me away nowe emptie: but God behelde my tribulation, and the labour of mine hads, and rebuked thee yester night.
ମୋର ପୈତୃକ ପରମେଶ୍ୱର, ଅବ୍ରହାମର ପରମେଶ୍ୱର ଓ ଇସ୍ହାକର ଭୟସ୍ଥାନ ଯଦି ମୋହର ସହାୟ ହୋଇ ନ ଥାʼନ୍ତେ, ତେବେ ଅବଶ୍ୟ ଏବେ ତୁମ୍ଭେ ମୋତେ ଖାଲି ହାତରେ ବିଦାୟ କରିଥାʼନ୍ତ। ପରମେଶ୍ୱର ମୋହର ଦୁଃଖ ଓ ହସ୍ତର ପରିଶ୍ରମ ଦେଖିଅଛନ୍ତି; ଏଣୁ ଗତ ରାତ୍ରିରେ ତୁମ୍ଭକୁ ଧମକାଇଲେ।”
43 Then Laban answered, and saide vnto Iaakob, These daughters are my daughters, and these sonnes are my sonnes, and these sheepe are my sheepe, and all that thou seest, is mine, and what can I doe this day vnto these my daughters, or to their sonnes which they haue borne?
ତହିଁରେ ଲାବନ ଯାକୁବକୁ ଉତ୍ତର କଲା, “ଏହି କନ୍ୟାମାନେ ମୋହର କନ୍ୟା ଓ ଏହି ବାଳକମାନେ ମୋହର ବାଳକ ଓ ଏହି ପଶୁପଲ ମୋହର ପଶୁପଲ, ପୁଣି, ଯାହା ଯାହା ଦେଖୁଅଛ, ସେହି ସବୁ ମୋହର; ଏହେତୁ ମୋହର ଏହି କନ୍ୟାମାନଙ୍କୁ ଓ ଏମାନଙ୍କ ପ୍ରସୂତ ସନ୍ତାନମାନଙ୍କୁ ମୁଁ କଅଣ କରିବି?
44 Nowe therefore come and let vs make a couenant, I and thou, which may be a witnes betweene me and thee.
ଆସ, ଆମ୍ଭେ ଦୁହେଁ ନିୟମ ସ୍ଥିର କରୁ, ତାହା ଆମ୍ଭମାନଙ୍କର ସାକ୍ଷୀ ହେଉ।”
45 Then tooke Iaakob a stone, and set it vp as a pillar:
ସେତେବେଳେ ଯାକୁବ ଖଣ୍ଡିଏ ପ୍ରସ୍ତର ଘେନି ସ୍ତମ୍ଭ ରୂପେ ସ୍ଥାପନ କଲା।
46 And Iaakob sayde vnto his brethren, Gather stones: who brought stones, and made an heape, and they did eate there vpon the heape.
ପୁଣି, ଯାକୁବ ଆପଣା କୁଟୁମ୍ବମାନଙ୍କୁ କହିଲା, “ତୁମ୍ଭେମାନେ ପ୍ରସ୍ତର ସଂଗ୍ରହ କର;” ତହିଁରେ ସେମାନେ ପ୍ରସ୍ତର ଆଣି ଗୋଟିଏ ରାଶି କରନ୍ତେ, ସମସ୍ତେ ସେହି ସ୍ଥାନରେ ସେହି ରାଶି ଉପରେ ଭୋଜନ କଲେ।
47 And Laban called it Iegar-sahadutha, and Iaakob called it Galeed.
ଏଥିଉତ୍ତାରେ ଲାବନ ତାହାର ନାମ ଯିଗର-ସାହଦୂଥା ରଖିଲା, ମାତ୍ର ଯାକୁବ ତାହାର ନାମ ଗଲୟଦ୍ (ସାକ୍ଷୀ ରାଶୀ) ରଖିଲା।
48 For Laban sayd, This heape is witnesse betweene me and thee this day: therefore he called the name of it Galeed.
ସେତେବେଳେ ଲାବନ କହିଲା, “ଏହି ରାଶି ଆଜି ତୁମ୍ଭ ଆମ୍ଭର ସାକ୍ଷୀ ହୋଇ ରହିଲା;” ଏଥିପାଇଁ ତାହାର ନାମ ଗଲୟଦ୍ ଓ ମିସ୍ପା (ପ୍ରହରୀ-ସ୍ଥାନ) ରଖିଲା,
49 Also he called it Mizpah, because he said, The Lord looke betweene me and thee, when we shalbe departed one from another,
ଯେହେତୁ ସେ କହିଲା, “ଆମ୍ଭେମାନେ ପରସ୍ପର ଅଦୃଶ୍ୟ ହେଲେ, ସଦାପ୍ରଭୁ ମୋହର ଓ ତୁମ୍ଭର ପ୍ରହରୀ ଥିବେ।
50 If thou shalt vexe my daughters, or shalt take wiues beside my daughters: there is no man with vs, beholde, God is witnesse betweene me and thee.
ତୁମ୍ଭେ ଯଦି ମୋʼ କନ୍ୟାମାନଙ୍କୁ ଦୁଃଖ ଦେବ, ଅଥବା ମୋହର କନ୍ୟାମାନେ ଥାଉ ଥାଉ ଅନ୍ୟ ସ୍ତ୍ରୀମାନଙ୍କୁ ବିବାହ କରିବ, ତେବେ ସେହି ସମୟରେ କୌଣସି ମନୁଷ୍ୟ ଆମ୍ଭମାନଙ୍କ ନିକଟରେ ନ ଥିବ, ମାତ୍ର ଦେଖ, ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ସାକ୍ଷୀ ହେବେ।”
51 Moreouer Laban sayd to Iaakob, Beholde this heape, and behold the pillar, which I haue set betweene me and thee,
ଆହୁରି ଲାବନ ଯାକୁବକୁ କହିଲା, “ଏହି ରାଶି ଦେଖ, ପୁଣି, ଆମ୍ଭ ଦୁହିଁଙ୍କର ମଧ୍ୟବର୍ତ୍ତୀ ମୋହର ସ୍ଥାପିତ ଏହି ସ୍ତମ୍ଭ ଦେଖ।
52 This heape shall be witnesse, and the pillar shall be witnesse, that I will not come ouer this heape to thee, and that thou shalt not passe ouer this heape and this pillar vnto me for euill.
ମୁଁ ଅହିତ କରିବା ପାଇଁ ଏହି ରାଶି ପାର ହୋଇ ତୁମ୍ଭ ନିକଟକୁ ଯିବି ନାହିଁ, ମଧ୍ୟ ତୁମ୍ଭେ ଏହି ରାଶି ଓ ଏହି ସ୍ତମ୍ଭ ପାର ହୋଇ ମୋʼ ନିକଟକୁ ଆସିବ ନାହିଁ; ଏଥିର ସାକ୍ଷୀ ଏହି ରାଶି ଓ ଏଥିର ସାକ୍ଷୀ ଏହି ସ୍ତମ୍ଭ।
53 The God of Abraham, and the God of Nabor, and the God of their father be iudge betweene vs: But Iaakob sware by the feare of his father Izhak.
ଏହି ବିଷୟରେ ଅବ୍ରହାମଙ୍କର ପରମେଶ୍ୱର, ନାହୋରର ପରମେଶ୍ୱର ଓ ସେମାନଙ୍କ ପୈତୃକ ପରମେଶ୍ୱର ଆମ୍ଭ ଓ ତୁମ୍ଭ ମଧ୍ୟରେ ବିଚାର କରିବେ,” ସେତେବେଳେ ଯାକୁବ ଆପଣା ପିତା ଇସ୍ହାକର ଭୟସ୍ଥାନର ଶପଥ କଲା।
54 Then Iaakob did offer a sacrifice vpon the mount, and called his brethren to eate bread. and they did eate bread, and taried all night in the mount.
ଏଥିଉତ୍ତାରେ ସେ ସେହି ପର୍ବତରେ ବଳିଦାନ କରି ଆହାର କରିବା ନିମନ୍ତେ ଆପଣା କୁଟୁମ୍ବମାନଙ୍କୁ ଡାକିଲା, ତହିଁରେ ସେମାନେ ଭୋଜନ କରି ପର୍ବତରେ ସାରାରାତ୍ରି ଯାପନ କଲେ।
55 And earely in the morning Laban rose vp and kissed his sonnes and his daughters, and blessed them, and Laban departing, went vnto his place againe.
ଏଥିଉତ୍ତାରେ ଲାବନ ପ୍ରଭାତରେ ଉଠି ଆପଣା କନ୍ୟାମାନଙ୍କୁ ଓ ବାଳକମାନଙ୍କୁ ଚୁମ୍ବନ କରି ଆଶୀର୍ବାଦ କଲା; ଏହିରୂପେ ଲାବନ ସ୍ୱ ସ୍ଥାନକୁ ଫେରିଗଲା।