< Romans 14 >

1 Accept him whose faith is weak, without passing judgment on his opinions.
ବିଶ୍ୱାସରେ ଯେ ଦୁର୍ବଳ, ତାହାକୁ ଗ୍ରହଣ କର, କିନ୍ତୁ ବିଭିନ୍ନ ମତ ସମ୍ବନ୍ଧରେ ତର୍କବିତର୍କ କରିବା ନିମନ୍ତେ ତାହା କର ନାହିଁ।
2 For one person has faith to eat all things, while another, who is weak, eats only vegetables.
ସମସ୍ତ ପଦାର୍ଥ ଭୋଜନ କରିବା ନିମନ୍ତେ ଜଣେ ଲୋକର ବିଶ୍ୱାସ ଅଛି, କିନ୍ତୁ ଯେ ବିଶ୍ୱାସରେ ଦୁର୍ବଳ, ସେ କେବଳ ଶାକ ଭୋଜନ କରେ।
3 The one who eats everything must not belittle the one who does not, and the one who does not eat everything must not judge the one who does, for God has accepted him.
ଯେ ଭୋଜନ କରେ, ସେ ଭୋଜନ ନ କରିବା ଲୋକକୁ ତୁଚ୍ଛ ନ କରୁ; ପୁଣି, ଯେ ଭୋଜନ କରେ ନାହିଁ, ସେ ଭୋଜନ କରିବା ଲୋକର ବିଚାର ନ କରୁ, କାରଣ ଈଶ୍ବର ତାହାକୁ ଗ୍ରହଣ କରିଅଛନ୍ତି।
4 Who are you to judge someone else’s servant? To his own master he stands or falls. And he will stand, for the Lord is able to make him stand.
ତୁମ୍ଭେ କିଏ ଯେ ଅନ୍ୟର ଦାସର ବିଚାର କରୁଅଛ? ସେ ଆପଣା ପ୍ରଭୁ ନିକଟରେ ସ୍ଥିର ରୁହେ ବା ପତିତ ହୁଏ; ହଁ, ତାହାକୁ ସ୍ଥିର ରଖାଯିବ, କାରଣ ତାହାକୁ ସ୍ଥିର ରଖିବାକୁ ପ୍ରଭୁଙ୍କର ଶକ୍ତି ଅଛି।
5 One person regards a certain day above the others, while someone else considers every day alike. Each one should be fully convinced in his own mind.
ଜଣେ ଲୋକ ଏକ ଦିନ ଅପେକ୍ଷା ଅନ୍ୟ ଦିନକୁ ଅଧିକ ମାନ୍ୟ କରେ, ଆଉ ଜଣେ ସବୁ ଦିନକୁ ସମାନ ରୂପେ ମାନ୍ୟ କରେ। ପ୍ରତ୍ୟେକ ଲୋକ ଆପଣା ମନରେ ସ୍ଥିର ବୋଧ କରୁ।
6 He who observes a special day does so to the Lord; he who eats does so to the Lord, for he gives thanks to God; and he who abstains does so to the Lord and gives thanks to God.
ଯେ ବିଶେଷ ଦିନ ମାନେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ତାହା ମାନେ; ଆଉ ଯେ ଭୋଜନ କରେ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ, କାରଣ ସେ ଈଶ୍ବରଙ୍କୁ ଧନ୍ୟବାଦ ଦିଏ; ପୁଣି, ଯେ ଭୋଜନ କରେ ନାହିଁ, ସେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଭୋଜନ କରେ ନାହିଁ ଓ ଈଶ୍ବରଙ୍କୁ ଧନ୍ୟବାଦ ଦିଏ।
7 For none of us lives to himself alone, and none of us dies to himself alone.
କାରଣ ଆମ୍ଭମାନଙ୍କ ମଧ୍ୟରୁ କେହି ଆପଣା ଉଦ୍ଦେଶ୍ୟରେ ବଞ୍ଚେ ନାହିଁ ଏବଂ ଆପଣା ଉଦ୍ଦେଶ୍ୟରେ ମରେ ନାହିଁ।
8 If we live, we live to the Lord, and if we die, we die to the Lord. So whether we live or die, we belong to the Lord.
ଯେଣୁ, ଯଦି ଆମ୍ଭେମାନେ ବଞ୍ଚୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ବଞ୍ଚୁ, କିମ୍ବା ଯଦି ମରୁ, ତେବେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ମରୁ। ଅତଏବ, ଯଦି ଆମ୍ଭେମାନେ ବଞ୍ଚୁ କିମ୍ବା ମରୁ, ଆମ୍ଭେମାନେ ପ୍ରଭୁଙ୍କର ଅଟୁ।
9 For this reason Christ died and returned to life, that He might be the Lord of both the dead and the living.
କାରଣ ଖ୍ରୀଷ୍ଟ ଯେପରି ମୃତ ଓ ଜୀବିତ ଉଭୟଙ୍କ ପ୍ରଭୁ ହୁଅନ୍ତି, ସେହି ଉଦ୍ଦେଶ୍ୟରେ ସେ ମୃତ୍ୟୁଭୋଗ କଲେ, ପୁଣି, ପୁନର୍ଜୀବିତ ହେଲେ।
10 Why, then, do you judge your brother? Or why do you belittle your brother? For we will all stand before God’s judgment seat.
କିନ୍ତୁ ତୁମ୍ଭେ କାହିଁକି ଆପଣା ଭାଇର ବିଚାର କରୁଅଛ? କିମ୍ବା ତୁମ୍ଭେ କାହିଁକି ଆପଣା ଭାଇକୁ ତୁଚ୍ଛ କରୁଅଛ? ଆମ୍ଭେମାନେ ସମସ୍ତେ ତ ଈଶ୍ବରଙ୍କ ବିଚାରାସନ ଛାମୁରେ ଠିଆ ହେବା।
11 It is written: “As surely as I live, says the Lord, every knee will bow before Me; every tongue will confess to God.”
ଯେଣୁ ଲେଖାଅଛି, “ପ୍ରଭୁ କହନ୍ତି, ‘ଆମ୍ଭେ ଜୀବିତ ଥିବା ପ୍ରମାଣେ,’ ‘ପ୍ରତ୍ୟେକ ଆଣ୍ଠୁ ଆମ୍ଭ ଛାମୁରେ ନତ ହେବ, ଆଉ ପ୍ରତ୍ୟେକ ଜିହ୍ୱା ଈଶ୍ବରଙ୍କ ପ୍ରଶଂସା କରିବ।’”
12 So then, each of us will give an account of himself to God.
ଅତଏବ, ଆମ୍ଭମାନଙ୍କର ପ୍ରତ୍ୟେକ ଜଣକୁ ଈଶ୍ବରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ।
13 Therefore let us stop judging one another. Instead, make up your mind not to put any stumbling block or obstacle in your brother’s way.
ଏଣୁ ଆସ, ଆମ୍ଭେମାନେ ଆଉ ପରସ୍ପରର ବିଚାର ନ କରୁ; ମାତ୍ର କେହି ଯେପରି ଆପଣା ଭାଇର ବାଟରେ ବାଧାଜନକ କିମ୍ବା ବିଘ୍ନଜନକ ବିଷୟ ନ ରଖେ, ଏହା ତୁମ୍ଭେମାନେ ବିଚାର କର।
14 I am convinced and fully persuaded in the Lord Jesus that nothing is unclean in itself. But if anyone regards something as unclean, then for him it is unclean.
ମୁଁ ଜାଣେ ଓ ପ୍ରଭୁ ଯୀଶୁଙ୍କଠାରେ ନିଶ୍ଚୟ ଜ୍ଞାନ କରେ ଯେ, କୌଣସି ବିଷୟ ନିଜେ ଅଶୁଚି ନୁହେଁ, କିନ୍ତୁ ଯେଉଁ ଜଣ କୌଣସି ପଦାର୍ଥକୁ ଅଶୁଚି ବୋଲି ଜ୍ଞାନ କରେ, କେବଳ ତାହାରି ପ୍ରତି ତାହା ଅଶୁଚି।
15 If your brother is distressed by what you eat, you are no longer acting in love. Do not by your eating destroy your brother, for whom Christ died.
କାରଣ ତୁମ୍ଭର ଭାଇ ଯଦି ଖାଦ୍ୟ ହେତୁ ଦୁଃଖିତ ହୁଏ, ତାହାହେଲେ ତୁମ୍ଭେ ଆଉ ପ୍ରେମରେ ଆଚରଣ କରୁ ନାହଁ। ଯାହା ନିମନ୍ତେ ଖ୍ରୀଷ୍ଟ ମୃତ୍ୟୁଭୋଗ କଲେ, ତାହାକୁ ତୁମ୍ଭେ ତୁମ୍ଭର ଖାଦ୍ୟ ଦ୍ୱାରା ବିନାଶ କର ନାହିଁ।
16 Do not allow what you consider good, then, to be spoken of as evil.
ଏଣୁ ତୁମ୍ଭମାନଙ୍କର ଉତ୍ତମ ବିଷୟ ନିନ୍ଦିତ ନ ହେଉ;
17 For the kingdom of God is not a matter of eating and drinking, but of righteousness, peace, and joy in the Holy Spirit.
କାରଣ ଈଶ୍ବରଙ୍କ ରାଜ୍ୟ ଭୋଜନପାନ ନୁହେଁ, କିନ୍ତୁ ଧାର୍ମିକତା, ଶାନ୍ତି ଓ ପବିତ୍ର ଆତ୍ମାଙ୍କଠାରେ ଆନନ୍ଦ ଅଟେ।
18 For whoever serves Christ in this way is pleasing to God and approved by men.
ଯେଣୁ ଯେ ଏହି ବିଷୟରେ ଖ୍ରୀଷ୍ଟଙ୍କର ସେବା କରେ, ସେ ଈଶ୍ବରଙ୍କ ନିକଟରେ ସୁଗ୍ରାହ୍ୟ ଓ ମନୁଷ୍ୟମାନଙ୍କ ନିକଟରେ ପରୀକ୍ଷାସିଦ୍ଧ ହୁଏ।
19 So then, let us pursue what leads to peace and to mutual edification.
ଅତଏବ ଆସ, ଯେ ଯେ ବିଷୟ ଶାନ୍ତିଜନକ, ଆଉ ଯେ ଯେ ବିଷୟ ଦ୍ୱାରା ପରସ୍ପରର ନିଷ୍ଠା ହୁଏ, ସେହି ସବୁର ଆମ୍ଭେମାନେ ଅନୁଗମନ କରୁ।
20 Do not destroy the work of God for the sake of food. All food is clean, but it is wrong for a man to let his eating be a stumbling block.
ଖାଦ୍ୟ ସକାଶେ ଈଶ୍ବରଙ୍କର କର୍ମ ନଷ୍ଟ କର ନାହିଁ। ସମସ୍ତ ବିଷୟ ଅବଶ୍ୟ ଶୁଚି; ତଥାପି ଯେଉଁ ଲୋକ ଯାହା ଭୋଜନ କରି ବାଧା ପାଏ, ତାହା ପକ୍ଷରେ ତାହା ମନ୍ଦ।
21 It is better not to eat meat or drink wine or to do anything to cause your brother to stumble.
ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ।
22 Keep your belief about such matters between yourself and God. Blessed is the one who does not condemn himself by what he approves.
ତୁମ୍ଭର ଯେଉଁ ବିଶ୍ୱାସ ଅଛି, ତାହା ତୁମ୍ଭେ ଈଶ୍ବରଙ୍କ ସାକ୍ଷାତରେ ଆପଣା ଅନ୍ତରରେ ଧରି ରଖ। ଯେ ଯାହା ପରୀକ୍ଷାସିଦ୍ଧ ବୋଲି ବିବେଚନା କରେ, ସେ ଯଦି ସେଥିରେ ଆପଣାକୁ ଦୋଷୀ ନ କରେ, ତେବେ ସେ ଧନ୍ୟ।
23 But the one who has doubts is condemned if he eats, because his eating is not from faith; and everything that is not from faith is sin.
କିନ୍ତୁ ଯେ ସନ୍ଦେହ କରି ଭୋଜନ କରେ, ସେ ଦଣ୍ଡନୀୟ ହୁଏ, କାରଣ ସେ ବିଶ୍ୱାସରେ ଭୋଜନ କରେ ନାହିଁ; ଆଉ ଯାହା କିଛି ବିଶ୍ୱାସରୁ ହୁଏ ନାହିଁ, ତାହା ପାପ।

< Romans 14 >