< Psalms 142 >

1 A Maskil of David, when he was in the cave. A prayer. I cry aloud to the LORD; I lift my voice to the LORD for mercy.
ଗୁମ୍ଫାରେ ଥିଲା ବେଳେ ଦାଉଦଙ୍କର ମସ୍କୀଲ୍‍; ପ୍ରାର୍ଥନା। ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ କାକୂକ୍ତି କରେ; ମୁଁ ନିଜ ରବରେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରେ;
2 I pour out my complaint before Him; I reveal my trouble to Him.
ମୁଁ ତାହାଙ୍କ ଛାମୁରେ ନିଜ ଦୁଃଖର କଥା ଭାଙ୍ଗି କହେ; ମୁଁ ତାହାଙ୍କ ଆଗରେ ଆପଣା ଦୁଃଖ ଜଣାଏ।
3 Although my spirit grows faint within me, You know my way. Along the path I travel they have hidden a snare for me.
ମୋହର ଆତ୍ମା ମୋʼ ଅନ୍ତରରେ ଉଦ୍‍ବିଗ୍ନ ହେବା ବେଳେ ତୁମ୍ଭେ ମୋହର ମାର୍ଗ ଜାଣିଲ। ମୋʼ ଗମନ ପଥରେ ସେମାନେ ମୋʼ ପାଇଁ ଗୋପନରେ ଫାନ୍ଦ ପାତିଅଛନ୍ତି।
4 Look to my right and see; no one attends to me. There is no refuge for me; no one cares for my soul.
ମୋʼ ଦକ୍ଷିଣ ପାର୍ଶ୍ୱ ନିରୀକ୍ଷଣ କରି ଦେଖ; ମୋତେ ଜାଣିବା ଲୋକ କେହି ନାହିଁ; ମୋହର ଆଶ୍ରୟ ବିନଷ୍ଟ ହୋଇଅଛି; ମୋʼ ପ୍ରାଣ ପାଇଁ କେହି ଚିନ୍ତା କରେ ନାହିଁ।
5 I cry to You, O LORD: “You are my refuge, my portion in the land of the living.”
ହେ ସଦାପ୍ରଭୋ, ମୁଁ ତୁମ୍ଭ ନିକଟରେ କାକୂକ୍ତି କରେ; ମୁଁ କହିଲି, ତୁମ୍ଭେ ମୋହର ଆଶ୍ରୟ, ଜୀବିତ ଲୋକଙ୍କ ଦେଶରେ ତୁମ୍ଭେ ମୋହର ବାଣ୍ଟ।
6 Listen to my cry, for I am brought quite low. Rescue me from my pursuers, for they are too strong for me.
ମୋʼ କାକୂକ୍ତିରେ ମନୋଯୋଗ କର; କାରଣ ମୁଁ ଅତି ଅଧୋନତ ହୋଇଅଛି; ମୋʼ ତାଡ଼ନାକାରୀମାନଙ୍କଠାରୁ ମୋତେ ଉଦ୍ଧାର କର; କାରଣ ସେମାନେ ମୋʼ ଅପେକ୍ଷା ବଳବାନ।
7 Free my soul from prison, that I may praise Your name. The righteous will gather around me because of Your goodness to me.
କାରାଗାରରୁ ମୋʼ ପ୍ରାଣ ଉଦ୍ଧାର କର, ତହିଁରେ ମୁଁ ତୁମ୍ଭ ନାମକୁ ଧନ୍ୟବାଦ ଦେବି; ଧାର୍ମିକମାନେ ମୋତେ ବେଷ୍ଟନ କରିବେ; କାରଣ ତୁମ୍ଭେ ମୋହର ପ୍ରଚୁର ମଙ୍ଗଳ କରିବ।

< Psalms 142 >