< Joshua 12 >
1 Now these are the kings of the land whom the Israelites struck down and whose lands they took beyond the Jordan to the east, from the Arnon Valley to Mount Hermon, including all the Arabah eastward:
ଇସ୍ରାଏଲ-ସନ୍ତାନଗଣ ଯେଉଁ ଦେଶୀୟ ରାଜାମାନଙ୍କୁ ବଧ କରି ଯର୍ଦ୍ଦନ ସେପାରି ସୂର୍ଯ୍ୟୋଦୟ ଆଡ଼େ ଅର୍ଣ୍ଣୋନ ଉପତ୍ୟକାରୁ ହର୍ମୋଣ ପର୍ବତ ପର୍ଯ୍ୟନ୍ତ ଓ ପୂର୍ବଦିଗସ୍ଥିତ ସମସ୍ତ ପଦାଭୂମି ଅଧିକାର କଲେ, ସେମାନେ ଏହି।
2 Sihon king of the Amorites, who lived in Heshbon. He ruled from Aroer on the rim of the Arnon Valley, along the middle of the valley, up to the Jabbok River (the border of the Ammonites), that is, half of Gilead,
ହିଷ୍ବୋନ ନିବାସୀ ଇମୋରୀୟମାନଙ୍କ ସୀହୋନ ରାଜା, ସେ ଅର୍ଣ୍ଣୋନ-ଉପତ୍ୟକା ନିକଟସ୍ଥ ଅରୋୟେରଠାରୁ ଓ ଉପତ୍ୟକାର ମଧ୍ୟବର୍ତ୍ତୀ ନଗର ଓ ଗିଲୀୟଦର ଅର୍ଦ୍ଧ ଦେଶଠାରୁ ଅମ୍ମୋନ-ସନ୍ତାନଗଣର ସୀମାସ୍ଥିତ ଯବ୍ବୋକ୍ ନଦୀ ପର୍ଯ୍ୟନ୍ତ
3 as well as the Arabah east of the Sea of Chinnereth to the Sea of the Arabah (the Salt Sea ), eastward through Beth-jeshimoth, and southward below the slopes of Pisgah.
ଓ ପଦାଭୂମିସ୍ଥିତ କିନ୍ନେରତ୍ ହ୍ରଦର ପୂର୍ବ ତୀର ପର୍ଯ୍ୟନ୍ତ ଓ ବେଥ୍-ଯିଶିମୋତର ପଥରେ ପଦାଭୂମିସ୍ଥିତ ଲବଣ ସମୁଦ୍ରର ପୂର୍ବ ତୀର ପର୍ଯ୍ୟନ୍ତ ଓ ପିସ୍ଗାର ଅଧଃସ୍ଥିତ ଦକ୍ଷିଣ ଦେଶରେ କର୍ତ୍ତୃତ୍ୱ କଲେ।
4 And Og king of Bashan, one of the remnant of the Rephaim, who lived in Ashtaroth and Edrei.
ପୁଣି ବାଶନୀୟ ଓଗ୍ ରାଜାର ଅଞ୍ଚଳ (ଅଧିକାର କଲେ) ସେ ଅବଶିଷ୍ଟ ରଫାୟୀୟ ବଂଶଜାତ, ସେ ଅଷ୍ଟାରୋତ୍ ଓ ଇଦ୍ରିୟୀରେ ବାସ କଲା,
5 He ruled over Mount Hermon, Salecah, all of Bashan up to the border of the Geshurites and Maacathites, and half of Gilead to the border of Sihon king of Heshbon.
ପୁଣି ସେ ହର୍ମୋଣ ପର୍ବତରେ ଓ ସଲଖାରେ ଓ ଗଶୂରୀୟମାନଙ୍କ ଓ ମାଖାଥୀୟମାନଙ୍କ ସୀମା ପର୍ଯ୍ୟନ୍ତ ସମୁଦାୟ ବାଶନ ଦେଶରେ ଓ ହିଷ୍ବୋନର ରାଜା ସୀହୋନର ସୀମା ପର୍ଯ୍ୟନ୍ତ ଗିଲୀୟଦର ଅର୍ଦ୍ଧ ଦେଶରେ କର୍ତ୍ତୃତ୍ୱ କଲେ।
6 Moses, the servant of the LORD, and the Israelites had struck them down and given their land as an inheritance to the Reubenites, the Gadites, and the half-tribe of Manasseh.
ସଦାପ୍ରଭୁଙ୍କ ସେବକ ମୋଶା ଓ ଇସ୍ରାଏଲ-ସନ୍ତାନଗଣ ଏମାନଙ୍କୁ ବଧ କଲେ; ପୁଣି ସଦାପ୍ରଭୁଙ୍କ ସେବକ ମୋଶା ସେହି ଦେଶ ଅଧିକାର କରିବା ପାଇଁ ରୁବେନୀୟ ଓ ଗାଦୀୟ ଲୋକମାନଙ୍କୁ ଓ ମନଃଶିର ଅର୍ଦ୍ଧ ବଂଶକୁ ଦେଲେ।
7 And these are the kings of the land that Joshua and the Israelites conquered beyond the Jordan to the west, from Baal-gad in the Valley of Lebanon to Mount Halak, which rises toward Seir (according to the allotments to the tribes of Israel, Joshua gave them as an inheritance
ଯର୍ଦ୍ଦନ ଏପାରି ପଶ୍ଚିମ ଦିଗରେ ଲିବାନୋନର ସମସ୍ଥଳୀସ୍ଥିତ ବାଲ୍ଗାଦ୍ଠାରୁ ସେୟୀରଗାମୀ ହାଲକ୍ ପର୍ବତ ପର୍ଯ୍ୟନ୍ତ ଯିହୋଶୂୟ ଓ ଇସ୍ରାଏଲ-ସନ୍ତାନଗଣ ଦେଶୀୟ ଯେଉଁ ଯେଉଁ ରାଜାଙ୍କୁ ବଧ କଲେ
8 the hill country, the foothills, the Arabah, the slopes, the wilderness, and the Negev—the lands of the Hittites, Amorites, Canaanites, Perizzites, Hivites, and Jebusites):
ଓ ଯିହୋଶୂୟ ଯେଉଁ ଯେଉଁ ପର୍ବତମୟ ଦେଶ ଓ ତଳଭୂମି ଓ ପଦାଭୂମି ଓ ଅଧିତ୍ୟକା ଓ ପ୍ରାନ୍ତର ଓ ଦକ୍ଷିଣାଞ୍ଚଳସ୍ଥ ହିତ୍ତୀୟ, ଇମୋରୀୟ ଓ କିଣାନୀୟ ଓ ପରିଷୀୟ, ହିବ୍ବୀୟ ଓ ଯିବୂଷୀୟମାନଙ୍କ ଦେଶ ଅଧିକାର କରିବା ପାଇଁ ସ୍ୱ ସ୍ୱ ବିଭାଗାନୁସାରେ ଇସ୍ରାଏଲ-ବଂଶମାନଙ୍କୁ ଦେଲେ, ସେହି ସବୁ ରାଜା ଏହି;
9 the king of Jericho, one; the king of Ai, which is near Bethel, one;
ଯିରୀହୋର ରାଜା, ଏକ; ବେଥେଲ୍ର ନିକଟସ୍ଥ ଅୟର ରାଜା
10 the king of Jerusalem, one; the king of Hebron, one;
ଯିରୂଶାଲମର ରାଜା, ଏକ; ହିବ୍ରୋଣର ରାଜା, ଏକ;
11 the king of Jarmuth, one; the king of Lachish, one;
ଯର୍ମୂତର ରାଜା, ଏକ; ଲାଖୀଶ୍ର ରାଜା, ଏକ;
12 the king of Eglon, one; the king of Gezer, one;
ଇଗ୍ଲୋନ୍ର ରାଜା, ଏକ; ଗେଷରର ରାଜା, ଏକ;
13 the king of Debir, one; the king of Geder, one;
ଦବୀରର ରାଜା, ଏକ; ଗେଦରର ରାଜା, ଏକ;
14 the king of Hormah, one; the king of Arad, one;
ହର୍ମାର ରାଜା, ଏକ; ଅରାଦର ରାଜା, ଏକ;
15 the king of Libnah, one; the king of Adullam, one;
ଲିବ୍ନାର ରାଜା, ଏକ; ଅଦୁଲ୍ଲମର ରାଜା, ଏକ;
16 the king of Makkedah, one; the king of Bethel, one;
ମକ୍କେଦାର ରାଜା, ଏକ; ବେଥେଲ୍ର ରାଜା, ଏକ;
17 the king of Tappuah, one; the king of Hepher, one;
ତପୂହର ରାଜା, ଏକ; ହେଫରର ରାଜା, ଏକ;
18 the king of Aphek, one; the king of Lasharon, one;
ଅଫେକର ରାଜା, ଏକ; ଲାଶାରୋଣର ରାଜା, ଏକ;
19 the king of Madon, one; the king of Hazor, one;
ମାଦୋନର ରାଜା, ଏକ; ହାସୋରର ରାଜା, ଏକ;
20 the king of Shimron-meron, one; the king of Achshaph, one;
ଶିମ୍ରୋଣମରୋଣର ରାଜା, ଏକ; ଅକ୍ଷଫର ରାଜା, ଏକ;
21 the king of Taanach, one; the king of Megiddo, one;
ତାନକ୍ର ରାଜା, ଏକ; ମଗିଦ୍ଦୋର ରାଜା, ଏକ;
22 the king of Kedesh, one; the king of Jokneam in Carmel, one;
କେଦଶର ରାଜା, ଏକ; କର୍ମିଲସ୍ଥ ଯଗ୍ନିୟାମର ରାଜା, ଏକ;
23 the king of Dor in Naphath-dor, one; the king of Goiim in Gilgal, one;
ଦୋର ଉପପର୍ବତସ୍ଥିତ ଦୋରର ରାଜା, ଏକ; ଗିଲ୍ଗଲ୍ସ୍ଥ ଗୋୟିମର ରାଜା, ଏକ;
24 and the king of Tirzah, one. So there were thirty-one kings in all.
ତିର୍ସାର ରାଜା, ଏକ; ସର୍ବସୁଦ୍ଧା ଏକତିରିଶ ରାଜା।