< Ezekiel 10 >
1 And I looked and saw above the expanse, above the heads of the cherubim, the likeness of a throne of sapphire.
ସେତେବେଳେ ମୁଁ ଅନାଇଲି, ଆଉ ଦେଖ, କିରୂବମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ୟମଣ୍ଡଳରେ ନୀଳକାନ୍ତମଣି ସଦୃଶ ଏକ ସିଂହାସନର ତୁଲ୍ୟ ଆକୃତି ସେମାନଙ୍କ ଉପରେ ଦେଖାଗଲା।
2 And the LORD said to the man clothed in linen, “Go inside the wheelwork beneath the cherubim. Fill your hands with burning coals from among the cherubim and scatter them over the city.” And as I watched, he went in.
ପୁଣି, ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ କହିଲେ, “ତୁମ୍ଭେ ସେହି ଘୂର୍ଣ୍ଣାୟମାନ ଚକ୍ରମାନର ମଧ୍ୟସ୍ଥାନକୁ, ଅର୍ଥାତ୍, କିରୂବର ତଳକୁ ଯାଇ, କିରୂବମାନର ମଧ୍ୟସ୍ଥାନରୁ ଏକ ଅଞ୍ଜଳିପୂର୍ଣ୍ଣ ଜ୍ୱଳନ୍ତ ଅଙ୍ଗାର ନେଇ ନଗର ଉପରେ ବିଞ୍ଚି ଦିଅ।” ତହିଁରେ ସେ ବ୍ୟକ୍ତି ମୋʼ ସାକ୍ଷାତରେ ଗଲେ।
3 Now when the man went in, the cherubim were standing on the south side of the temple, and a cloud filled the inner court.
ସେହି ପୁରୁଷ ଯିବା ସମୟରେ କିରୂବମାନେ ଗୃହର ଦକ୍ଷିଣ ପାର୍ଶ୍ୱରେ ଠିଆ ହୋଇଥିଲେ ଓ ମେଘ ଭିତର ପ୍ରାଙ୍ଗଣକୁ ପରିପୂର୍ଣ୍ଣ କଲା।
4 Then the glory of the LORD rose from above the cherubim and stood over the threshold of the temple. The temple was filled with the cloud, and the court was filled with the brightness of the glory of the LORD.
ପୁଣି, ସଦାପ୍ରଭୁଙ୍କର ପ୍ରତାପ କିରୂବର ଉପରରୁ ଉଠି ଗୃହର ଏରୁଣ୍ଡିର ଉପରେ ଠିଆ ହେଲା; ତହିଁରେ ଗୃହ ମେଘରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ପ୍ରତାପର ତେଜରେ ପରିପୂର୍ଣ୍ଣ ହେଲା।
5 The sound of the wings of the cherubim could be heard as far as the outer court, like the voice of God Almighty when He speaks.
ଆଉ, ସର୍ବଶକ୍ତିମାନ ପରମେଶ୍ୱରଙ୍କର କଥା କହିବା ସମୟର ରବ ତୁଲ୍ୟ କିରୂବମାନଙ୍କ ପକ୍ଷୀର ଶବ୍ଦ ବାହାର ପ୍ରାଙ୍ଗଣ ପର୍ଯ୍ୟନ୍ତ ଶୁଣାଗଲା।
6 When the LORD commanded the man clothed in linen, saying, “Take fire from within the wheelwork, from among the cherubim,” the man went in and stood beside a wheel.
ପୁଣି, ତୁମ୍ଭେ ଘୂର୍ଣ୍ଣାୟମାନ ଚକ୍ର ମଧ୍ୟରୁ, ଅର୍ଥାତ୍, କିରୂବଗଣର ମଧ୍ୟସ୍ଥାନରୁ ଅଗ୍ନି ନିଅ, ଏହି କଥା କହି ସେ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷକୁ ଆଜ୍ଞା କଲା ବେଳେ ସେହି ପୁରୁଷ ଯାଇ ଗୋଟିଏ ଚକ୍ର ପାର୍ଶ୍ୱରେ ଠିଆ ହେଲେ।
7 Then one of the cherubim reached out his hand and took some of the fire that was among them. And he put it into the hands of the man clothed in linen, who received it and went out.
ତହିଁରେ ସେହି କିରୂବ, କିରୂବମାନଙ୍କ ମଧ୍ୟରୁ, କିରୂବମାନଙ୍କର ମଧ୍ୟସ୍ଥିତ ଅଗ୍ନିକୁ ଆପଣା ହସ୍ତ ବଢ଼ାଇ ତହିଁରୁ କିଛି ନେଇ ସେହି ଶୁକ୍ଳବସ୍ତ୍ର ପରିହିତ ପୁରୁଷଙ୍କ ହସ୍ତରେ ଦେଲେ ଓ ସେ ତାହା ନେଇ ବାହାରକୁ ଗଲେ।
8 (The cherubim appeared to have the form of human hands under their wings.)
ଆଉ, କିରୂବମାନଙ୍କ ମଧ୍ୟରେ ସେମାନଙ୍କ ପକ୍ଷ ତଳେ ମାନବ ହସ୍ତର ଏକ ଆକୃତି ଦେଖାଗଲା।
9 Then I looked and saw four wheels beside the cherubim, one wheel beside each cherub. And the wheels gleamed like a beryl stone.
ପୁଣି, ମୁଁ ଅନାଇଲି, ଆଉ ଦେଖ, ଏକ କିରୂବର ପାର୍ଶ୍ୱରେ ଏକ ଚକ୍ର ଓ ଅନ୍ୟ କିରୂବର ପାର୍ଶ୍ୱରେ ଅନ୍ୟ ଚକ୍ର, ଏହିରୂପ କିରୂବମାନଙ୍କ ପାର୍ଶ୍ୱରେ ଚାରି ଚକ୍ର ଥିଲା; ଆଉ, ସେହି ଚକ୍ରମାନର ଆଭା ବୈଦୁର୍ଯ୍ୟମଣିର ଆଭା ତୁଲ୍ୟ ଥିଲା।
10 As for their appearance, all four had the same form, like a wheel within a wheel.
ସେମାନଙ୍କର ଆକୃତି ଏହି, ଚକ୍ର ମଧ୍ୟରେ ଚକ୍ର ଥିଲା ପରି ସେହି ଚାରିର ଏକ ଆକୃତି ଥିଲା।
11 When they moved, they would go in any of the four directions, without turning as they moved. For wherever the head faced, the cherubim would go in that direction, without turning as they moved.
ଗମନ କରିବା ବେଳେ ସେମାନେ ଆପଣାମାନଙ୍କର ଚାରି ପାର୍ଶ୍ୱରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ, ମାତ୍ର ମସ୍ତକର ସମ୍ମୁଖ ସ୍ଥାନକୁ ତାହାର ପଶ୍ଚାତରେ ଗମନ କଲେ; ଗମନ କଲା ବେଳେ ସେମାନେ ଫେରିଲେ ନାହିଁ।
12 Their entire bodies, including their backs, hands, and wings, were full of eyes all around, as were their four wheels.
ପୁଣି, ସେମାନଙ୍କର ସମୁଦାୟ ଶରୀର, ସେମାନଙ୍କର ପୃଷ୍ଠ, ହସ୍ତ ଓ ପକ୍ଷ, ଆଉ ଚକ୍ରସବୁ, ଅର୍ଥାତ୍, ସେହି ଚାରି ଚକ୍ର ଚାରିଆଡ଼େ ଚକ୍ଷୁରେ ପୂର୍ଣ୍ଣ ଥିଲା।
13 I heard the wheels being called “the whirling wheels.”
ଆଉ, ମୋʼ କର୍ଣ୍ଣଗୋଚରରେ ସେହି ଚକ୍ରମାନଙ୍କୁ ଘୂର୍ଣ୍ଣାୟମାନ ଚକ୍ର ବୋଲି କୁହାଗଲା।
14 Each of the cherubim had four faces: the first face was that of a cherub, the second that of a man, the third that of a lion, and the fourth that of an eagle.
ପୁଣି, ପ୍ରତ୍ୟେକର ଚାରି ମୁଖ ଥିଲା; ପ୍ରଥମ ମୁଖ କିରୂବର ମୁଖ, ଦ୍ୱିତୀୟର ମୁଖ ମନୁଷ୍ୟର ମୁଖ, ତୃତୀୟ ସିଂହର ମୁଖ ଓ ଚତୁର୍ଥ ଉତ୍କ୍ରୋଶ ପକ୍ଷୀର ମୁଖ।
15 Then the cherubim rose upward. These were the living creatures I had seen by the River Kebar.
ଆଉ, କିରୂବଗଣ ଊର୍ଦ୍ଧ୍ୱକୁ ଉଠିଲେ। ମୁଁ କବାର ନଦୀ ତୀରରେ ଯେଉଁ ଜୀବିତ ପ୍ରାଣୀକୁ ଦେଖିଥିଲି, ସେ ଏହି।
16 When the cherubim moved, the wheels moved beside them, and even when they spread their wings to rise from the ground, the wheels did not veer away from their side.
କିରୂବମାନେ ଗମନ କରିବା ବେଳେ ଚକ୍ରସବୁ ସେମାନଙ୍କର ପାର୍ଶ୍ୱରେ ଗମନ କଲେ: ପୁଣି, କିରୂବମାନେ ଭୂମିରୁ ଊର୍ଦ୍ଧ୍ୱକୁ ଯିବା ପାଇଁ ଯେତେବେଳେ ଆପଣା ଆପଣା ପକ୍ଷ ଉଠାଇଲେ, ସେତେବେଳେ ଚକ୍ରସବୁ ହିଁ ସେମାନଙ୍କ ପାର୍ଶ୍ୱ ଛାଡ଼ିଲେ ନାହିଁ।
17 When the cherubim stood still, the wheels also stood still, and when they ascended, the wheels ascended with them, for the spirit of the living creatures was in the wheels.
ସେମାନେ ଠିଆ ହେବା ବେଳେ ଏମାନେ ଠିଆ ହେଲେ; ପୁଣି, ସେମାନେ ଉପରକୁ ଉଠିବା ବେଳେ ଏମାନେ ସେମାନଙ୍କର ସଙ୍ଗେ ସଙ୍ଗେ ଉପରକୁ ଉଠିଲେ; କାରଣ ସେହି ଜୀବିତ ପ୍ରାଣୀର ଆତ୍ମା ସେହି ଚକ୍ରସବୁରେ ଥିଲା।
18 Then the glory of the LORD moved away from the threshold of the temple and stood above the cherubim.
ଏଥିଉତ୍ତାରେ ସଦାପ୍ରଭୁଙ୍କ ପ୍ରତାପ ଗୃହର ଏରୁଣ୍ଡିର ଊର୍ଦ୍ଧ୍ୱରୁ ପ୍ରସ୍ଥାନ କରି କିରୂବମାନଙ୍କ ଉପରେ ଅଧିଷ୍ଠାନ କଲା।
19 As I watched, the cherubim lifted their wings and rose up from the ground, with the wheels beside them as they went. And they stopped at the entrance of the east gate of the house of the LORD, with the glory of the God of Israel above them.
ତହିଁରେ କିରୂବମାନେ ଆପଣା ଆପଣା ପକ୍ଷ ଉଠାଇଲେ, ଆଉ ମୋʼ ସାକ୍ଷାତରେ ଭୂମିରୁ ଊର୍ଦ୍ଧ୍ୱକୁ ଗମନ କଲା ବେଳେ ଚକ୍ରସବୁ ସେମାନଙ୍କ ପାର୍ଶ୍ୱରେ ଗମନ କଲେ; ପୁଣି, ସଦାପ୍ରଭୁଙ୍କ ଗୃହର ପୂର୍ବ-ଦ୍ୱାରର ପ୍ରବେଶ ସ୍ଥାନରେ ସେମାନେ ଠିଆ ହେଲେ; ସେହି ସମୟରେ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ସେମାନଙ୍କ ଉପରେ ବିଦ୍ୟମାନ ଥିଲା।
20 These were the living creatures I had seen beneath the God of Israel by the River Kebar, and I knew that they were cherubim.
ମୁଁ କବାର ନଦୀ ନିକଟରେ ଇସ୍ରାଏଲର ପରମେଶ୍ୱରଙ୍କର ବାହନ ଏହି ଜୀବିତ ପ୍ରାଣୀକୁ ଦେଖିଥିଲି; ଆଉ, ସେମାନେ କିରୂବ ବୋଲି ମୁଁ ଜାଣିଲି।
21 Each had four faces and four wings, with what looked like human hands under their wings.
ସେମାନଙ୍କର ପ୍ରତ୍ୟେକର ଚାରି ଚାରି ମୁଖ ଓ ଚାରି ଚାରି ପକ୍ଷ ଥିଲା; ଆଉ, ସେମାନଙ୍କ ପକ୍ଷ ତଳେ ମାନବ ହସ୍ତର ଆକୃତି ଥିଲା।
22 Their faces looked like the faces I had seen by the River Kebar. Each creature went straight ahead.
ପୁଣି, ମୁଁ କବାର ନଦୀ ନିକଟରେ ଯେଉଁ ଯେଉଁ ମୁଖ ଦେଖିଥିଲି, ସେମାନଙ୍କର ଓ ଏମାନଙ୍କର ମୁଖର ଆକୃତି ଏକ, ସେମାନଙ୍କର ଆକୃତି ଓ ସେମାନେ ଏକ ଅଟନ୍ତି; ସେମାନେ ପ୍ରତ୍ୟେକେ ସମ୍ମୁଖ ଆଡ଼େ ଗମନ କଲେ।