< 2 Chronicles 11 >
1 When Rehoboam arrived in Jerusalem, he mobilized the house of Judah and Benjamin—180,000 chosen warriors—to fight against Israel and restore the kingdom to Rehoboam.
ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ଉପସ୍ଥିତ ହୁଅନ୍ତେ, ସେ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରି ରିହବୀୟାମଙ୍କ ଅଧୀନକୁ ରାଜ୍ୟ ଫେରାଇ ଆଣିବା ନିମନ୍ତେ ଯିହୁଦା ଓ ବିନ୍ୟାମୀନ୍ ବଂଶର ଏକ ଲକ୍ଷ ଅଶୀ ହଜାର ବଛା ଯୋଦ୍ଧା ଲୋକଙ୍କୁ ଏକତ୍ର କଲେ।
2 But the word of the LORD came to Shemaiah the man of God:
ମାତ୍ର ପରମେଶ୍ୱରଙ୍କ ଲୋକ ଶମୟୀୟ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା।
3 “Tell Rehoboam son of Solomon king of Judah and all the Israelites in Judah and Benjamin
“ଯିହୁଦାର ରାଜା ଶଲୋମନଙ୍କ ପୁତ୍ର ରିହବୀୟାମଙ୍କୁ, ପୁଣି ଯିହୁଦା ଓ ବିନ୍ୟାମୀନ୍ ନିବାସୀ ସମସ୍ତ ଇସ୍ରାଏଲକୁ କୁହ,
4 that this is what the LORD says: ‘You are not to go up and fight against your brothers. Each of you must return home, for this word is from Me.’” So they listened to the words of the LORD and turned back from going against Jeroboam.
‘ସଦାପ୍ରଭୁ ଏହି କଥା କହନ୍ତି, ତୁମ୍ଭେମାନେ ଯାତ୍ରା କରିବ ନାହିଁ, କିଅବା ଆପଣା ଭ୍ରାତୃଗଣ ବିପକ୍ଷରେ ଯୁଦ୍ଧ କରିବ ନାହିଁ; ପ୍ରତ୍ୟେକ ଲୋକ ଆପଣା ଆପଣା ଗୃହକୁ ଫେରିଯାଅ; କାରଣ ଏହି କାର୍ଯ୍ୟ ଆମ୍ଭ ଆଡ଼ୁ ହୋଇଅଛି,’” ତେଣୁ ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିଲେ ଓ ଯାରବୀୟାମ ବିରୁଦ୍ଧରେ ଯାତ୍ରା କରିବାରୁ ଫେରିଲେ।
5 Rehoboam continued to live in Jerusalem, and he built up cities for defense in Judah.
ଏଉତ୍ତାରେ ରିହବୀୟାମ ଯିରୂଶାଲମରେ ବାସ କରି ରକ୍ଷା ନିମିତ୍ତ ଯିହୁଦା ଦେଶରେ ନଗରମାନ ନିର୍ମାଣ କଲେ।
6 He built up Bethlehem, Etam, Tekoa,
ସେ ବେଥଲିହିମ, ଐଟମ୍, ତକୋୟ,
7 Beth-zur, Soco, Adullam,
ବେଥ୍-ସୁର, ସୋଖୋ, ଅଦୁଲ୍ଲମ,
9 Adoraim, Lachish, Azekah,
ଅଦୋରୟୀମ୍, ଲାଖୀଶ୍, ଅସେକା,
10 Zorah, Aijalon, and Hebron, the fortified cities in Judah and Benjamin.
ସରାୟ, ଅୟାଲୋନ୍, ହିବ୍ରୋଣ, ଯିହୁଦାର ଓ ବିନ୍ୟାମୀନ୍ର ମଧ୍ୟବର୍ତ୍ତୀ ଏହି ପ୍ରାଚୀର-ବେଷ୍ଟିତ ନଗରସବୁ ନିର୍ମାଣ କଲେ।
11 He strengthened their fortresses and put officers in them, with supplies of food, oil, and wine.
ଆଉ, ସେ ସକଳ ଦୁର୍ଗ ଦୃଢ଼ କରି ତହିଁ ମଧ୍ୟରେ ସେନାପତିମାନଙ୍କୁ ଓ ଖାଦ୍ୟଦ୍ରବ୍ୟ, ପୁଣି ତୈଳ ଓ ଦ୍ରାକ୍ଷାରସ ରଖିଲେ।
12 He also put shields and spears in all the cities and strengthened them greatly. So Judah and Benjamin belonged to him.
ଆଉ, ପ୍ରତ୍ୟେକ ନଗରରେ ସେ ଢାଲ ଓ ବର୍ଚ୍ଛା ରଖିଲେ, ପୁଣି ନଗରସବୁକୁ ଅତିଶୟ ଦୃଢ଼ କଲେ ଆଉ ଯିହୁଦା ଓ ବିନ୍ୟାମୀନ୍ ତାଙ୍କର ପକ୍ଷ ହେଲେ।
13 Moreover, the priests and Levites from all their districts throughout Israel stood with Rehoboam.
ଆହୁରି, ସମୁଦାୟ ଇସ୍ରାଏଲର ମଧ୍ୟବର୍ତ୍ତୀ ଯାଜକ ଓ ଲେବୀୟମାନେ ଆପଣା ଆପଣା ସମସ୍ତ ଅଞ୍ଚଳରୁ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲେ।
14 For the Levites left their pasturelands and their possessions and went to Judah and Jerusalem, because Jeroboam and his sons had rejected them as priests of the LORD.
କାରଣ ଲେବୀୟମାନେ ଆପଣା ଆପଣା (ନଗରର) ତଳିଭୂମି ଓ ଆପଣା ଆପଣା ଅଧିକାର ତ୍ୟାଗ କରି ଯିହୁଦା ଓ ଯିରୂଶାଲମକୁ ଆସିଲେ; ଯେହେତୁ ଯାରବୀୟାମ ଓ ତାଙ୍କର ପୁତ୍ରଗଣ ସେମାନଙ୍କୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାଜକର କାର୍ଯ୍ୟ କରିବାକୁ ନ ଦେଇ ତଡ଼ି ଦେଇଥିଲେ।
15 And Jeroboam appointed his own priests for the high places and for the goat demons and calf idols he had made.
ପୁଣି, ସେ ଉଚ୍ଚସ୍ଥଳୀସକଳର ଓ ଛାଗ ଦେବତାମାନଙ୍କର ଓ ସ୍ୱର୍ଣ୍ଣନିର୍ମିତ ଗୋବତ୍ସସକଳର ନିମନ୍ତେ ଆପଣାର ଯାଜକ ନିଯୁକ୍ତ କଲେ।
16 Those from every tribe of Israel who had set their hearts to seek the LORD their God followed the Levites to Jerusalem to sacrifice to the LORD, the God of their fathers.
ଇସ୍ରାଏଲର ସମୁଦାୟ ବଂଶ ମଧ୍ୟରୁ ଯେଉଁମାନେ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ଅନ୍ୱେଷଣ କରିବା ପାଇଁ ଆପଣା ଆପଣା ମନ ନିବିଷ୍ଟ କଲେ, ସେମାନେ ଆପଣାମାନଙ୍କ ପୂର୍ବପୁରୁଷଗଣର ପରମେଶ୍ୱର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବଳିଦାନ କରିବା ପାଇଁ ଲେବୀୟମାନଙ୍କ ପଶ୍ଚାତ୍ ଯିରୂଶାଲମକୁ ଆସିଲେ।
17 So they strengthened the kingdom of Judah and supported Rehoboam son of Solomon for three years, because they walked for three years in the way of David and Solomon.
ଏହିରୂପେ ସେମାନେ ଯିହୁଦାର ରାଜ୍ୟ ଦୃଢ଼ କଲେ, ପୁଣି ଶଲୋମନଙ୍କର ପୁତ୍ର ରିହବୀୟାମଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ବଳବାନ କଲେ; କାରଣ ସେମାନେ ତିନି ବର୍ଷ ପର୍ଯ୍ୟନ୍ତ ଦାଉଦଙ୍କର ଓ ଶଲୋମନଙ୍କର ପଥରେ ଚାଲିଲେ।
18 And Rehoboam married Mahalath, who was the daughter of David’s son Jerimoth and of Abihail, the daughter of Jesse’s son Eliab.
ପୁଣି, ରିହବୀୟାମ ମହଲତ୍ ନାମ୍ନୀ ଏକ ଭାର୍ଯ୍ୟା ଗ୍ରହଣ କଲେ, ସେ ଦାଉଦଙ୍କର ପୁତ୍ର ଯିରେମୋତ୍ର ଓ ଯିଶୀର ପୁତ୍ର ଇଲୀୟାବ୍ର କନ୍ୟା ଅବୀହୟିଲର କନ୍ୟା ଥିଲା;
19 She bore sons to him: Jeush, Shemariah, and Zaham.
ସେ ତାଙ୍କ ଔରସରେ ଯିୟୂଶ୍ ଓ ଶେମରୀୟ ଓ ସହମ ନାମକ ପୁତ୍ରମାନଙ୍କୁ ଜାତ କଲା
20 After her, he married Maacah daughter of Absalom, and she bore to him Abijah, Attai, Ziza, and Shelomith.
ଏଥିଉତ୍ତାରେ ରିହବୀୟାମ ଅବଶାଲୋମର କନ୍ୟା ମାଖାକୁ ବିବାହ କଲେ; ସେ ସ୍ତ୍ରୀ ତାଙ୍କ ଔରସରେ ଅବୀୟ ଓ ଅତ୍ତୟ ଓ ସୀଷ ଓ ଶଲୋମୀତ୍କୁ ଜାତ କଲା।
21 Rehoboam loved Maacah daughter of Absalom more than all his wives and concubines. In all, he had eighteen wives and sixty concubines, and he was the father of twenty-eight sons and sixty daughters.
ରିହବୀୟାମ ଆପଣାର ସବୁ ପତ୍ନୀ ଓ ଉପପତ୍ନୀ ଅପେକ୍ଷା ଅବଶାଲୋମର କନ୍ୟା ମାଖାକୁ ଅଧିକ ପ୍ରେମ କଲେ; ସେ ଅଠର ପତ୍ନୀ ଓ ଷାଠିଏ ଉପପତ୍ନୀ ଗ୍ରହଣ କଲେ ଓ ଅଠାଇଶ ପୁତ୍ର ଓ ଷାଠିଏ କନ୍ୟା ଜାତ କଲେ।
22 Rehoboam appointed Abijah son of Maacah as chief prince among his brothers, intending to make him king.
ପୁଣି ରିହବୀୟାମ ମାଖାର ପୁତ୍ର ଅବୀୟଙ୍କୁ ପ୍ରଧାନ ଓ ତାହାର ଭ୍ରାତୃଗଣ ମଧ୍ୟରେ ଅଧିପତି କଲେ; କାରଣ ତାହାକୁ ରାଜା କରିବା ପାଇଁ ତାଙ୍କର ମନ ଥିଲା।
23 Rehoboam also acted wisely by dispersing some of his sons throughout the districts of Judah and Benjamin, and to all the fortified cities. He gave them abundant provisions and sought many wives for them.
ଆଉ, ସେ ବୁଦ୍ଧିର କାର୍ଯ୍ୟ କରି ଆପଣାର ପୁତ୍ରମାନଙ୍କୁ ଯିହୁଦା ଓ ବିନ୍ୟାମୀନ୍ ଦେଶର ସର୍ବତ୍ର ପ୍ରତ୍ୟେକ ପ୍ରାଚୀର-ବେଷ୍ଟିତ ନଗରରେ ଛିନ୍ନଭିନ୍ନ କରି ରଖିଲେ; ଆଉ ସେ ସେମାନଙ୍କୁ ପ୍ରଚୁର ଖାଦ୍ୟଦ୍ରବ୍ୟ ଦେଲେ ପୁଣି ସେମାନଙ୍କ ନିମନ୍ତେ ଅନେକ ଭାର୍ଯ୍ୟା ଖୋଜିଲେ।