< ତିତସ୍‌ 1 >

1 ମୁଇ ପାଉଲ୍‌, ଏ ଚିଟି ଲେକ୍‌ଲିନି । ମୁଇ ପର୍‌ମେସର୍‌କେ ସେବାକରି ଜିସୁକିରିସ୍‌ଟର୍‌ ଗଟେକ୍‌ ପେରିତ୍‌ ଅଇଆଚି । ଜନ୍‌ ଲକ୍‌ମନ୍‌କେ ତାର୍‌ଟାନେ ଡାଟ୍‌ ସଙ୍ଗ୍‍ ବିସ୍‌ବାସ୍‌ କର୍‌ବାକେ ପର୍‌ମେସର୍‌ ବାଚ୍‌ଲା ଆଚେ, ଆରି ସେମନ୍‌ ଜେନ୍ତିକି ଜିସୁକିରିସ୍‌ଟର୍‌ ନିକ ସିକିଆ ବୁଜ୍‌ବାଇ, ସେନ୍ତାରି ଲକ୍‌ମନ୍‌କେ ସାଇଜ କର୍‌ବାକେ ମୁଇ ବାଚିଅଇଆଚି । ଏ ସିକିଆ ନିକସଙ୍ଗ୍‍ ଜାନ୍‌ଲେ, ପର୍‌ମେସର୍‌କେ ସାର୍‌ଦା କରାଇବା ପାରା ଚଲାଚଲ୍‌ତି କର୍‌ବାକେ ସେମନ୍‌ ସିକ୍‌ବାଇ ।
ପାଉଲ, ଈଶ୍ବରଙ୍କ ଦାସ ଓ ଯୀଶୁ ଖ୍ରୀଷ୍ଟଙ୍କର ଜଣେ ପ୍ରେରିତ, ବିଶ୍ୱାସର ସହଭାଗିତା ଅନୁସାରେ ଯଥାର୍ଥ ପୁତ୍ର ତୀତସଙ୍କ ନିକଟକୁ ପତ୍ର,
2 ଏନ୍ତାରିଅଇ ସେମନ୍‌ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ପର୍‌ମେସରର୍‌ ସଙ୍ଗ୍‍ ବଁଚ୍‌ବାକେ ଆସା କର୍‌ବାଇ । କାଇକେବଇଲେ କାଇଟା ତିଆର୍‌ ନ ଅଇତେ କାଲ୍‌କାଲ୍‌ ଜୁଗ୍‌ଜୁଗ୍‌ ତାର୍‌ ଲକ୍‌ ତାର୍‌ ସଙ୍ଗ୍‍ ବଁଚ୍‌ବାଇ ବଲି ପର୍‌ମେସର୍‌ କାତା ଦେଇରଇଲା । ଏଟା ପୁରାପୁରୁନ୍‌ ସତ୍‌ ବଲି ଆମେ ଜାନ୍‌ଲୁନି । କାଇକେବଇଲେ ସେ କେବେ ମିଚ୍‌ ନ କଏ । (aiōnios g166)
ଈଶ୍ବରଙ୍କ ମନୋନୀତ ଲୋକମାନେ ଅନନ୍ତ ଜୀବନର ଭରସା ପ୍ରାପ୍ତ ହୋଇ, ଯେପରି ବିଶ୍ଵାସ ଓ ଭକ୍ତି ସହିତ ସତ୍ୟ ଜ୍ଞାନରେ ବୃଦ୍ଧି ପାଆନ୍ତି, ଏଥିନିମନ୍ତେ ମୁଁ ପ୍ରେରିତ ହୋଇଅଛି;
3 ପର୍‌ମେସର୍‌ ଟିକ୍‌ କଲା ବେଲାଇ ମୁଇ ସୁବ୍‌କବର୍‌ ଜାନାଇଲିକେ, ଲକ୍‌ମନ୍‌ ସେଟା ବୁଜ୍‌ବାକେ ସେ ବପୁଦେଲା । ଏଟା ପର୍‌ମେସରର୍‌ କାମ୍‌ । ସେ ଆକା ଆମ୍‌କେ ରକିଆ କର୍‌ସି । ସେ ଏ ଦାଇତ୍‌ ଦେଇକରି ମକେ ତିଆର୍‌ଲା ଆଚେ ।
ସେହି ଅନନ୍ତ ଜୀବନ ସତ୍ୟ ଈଶ୍ବର, ଅନାଦିକାଳ ପୂର୍ବେ ପ୍ରତିଜ୍ଞା କରି ଯଥା ସମୟରେ ଆପଣା ବାକ୍ୟ ପ୍ରଚାର ଦ୍ୱାରା ପ୍ରକାଶ କଲେ; ସେହି ବାକ୍ୟ ପ୍ରଚାର କରିବାର ଭାର ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଈଶ୍ବରଙ୍କ ଆଜ୍ଞାନୁସାରେ ମୋʼ ଠାରେ ସମର୍ପିତ ହୋଇଅଛି। (aiōnios g166)
4 ଏ ତିତସ୍‌, ତର୍‌ପାଇ ମୁଇ ଏ ଚିଟି ଲେକ୍‌ଲିନି । ଆମେ ଜିସୁକିରିସ୍‌ଟକେ ବିସ୍‌ବାସ୍‌ କଲାର୍‌ପାଇ ତୁଇ ମର୍‌ ନିଜର୍‌ ପଅପାରା ଅଇ ଆଚୁସ୍‌ । ବାବା ପର୍‌ମେସର୍‌କେ ଆରି ଆମର୍‌ ଉଦାର୍‌କାରିଆ ଜିସୁକିରିସ୍‌ଟକେ ମୁଇ ବାବୁଜିଆ କଲିନି, ସେମନ୍‌ ତକେ ଦୟା ଦେକାଅତ୍‌ ଆରି ସାନ୍ତି ଦେଅତ୍‌ ।
ପିତା ଈଶ୍ବର ଓ ଆମ୍ଭମାନଙ୍କ ତ୍ରାଣକର୍ତ୍ତା ଖ୍ରୀଷ୍ଟ ଯୀଶୁଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ହେଉ।
5 କିରତେ ତକେ ରଇଜା ବଲି ମୁଇ କଇରଇଲି । ଜେତ୍‌କି ସବୁ କାମ୍‌ କରିସାରାଇବାକେ ମକେ ବେଲା ନ ରଇଲା, ସେଟା କରିସାରାଇବାକେ ମୁଇ ସେନ୍ତାରି କଲି । ଏଟା ଅଇଲାନି ପର୍‌ତୁମ୍‌ ବିସଇ । କିରତେ ରଇବା ସବୁ ଜାଗାର୍‍ ମଣ୍ଡଲିମନ୍‌କେ ପାର୍‌ଚିନ୍‌ ଇସାବେ ଲକ୍‌ମନ୍‌କେ ବାଚ୍‌ । ମୁଇ ତର୍‌ ସଙ୍ଗ୍‍ ରଇଲାବେଲେ ଏ ବିସଇନେଇ ତକେ ତିଆରି ରଇଲି ।
ମୋହର ଆଦେଶାନୁସାରେ ଅସମ୍ପୂର୍ଣ୍ଣ କାର୍ଯ୍ୟସବୁ ସମ୍ପୂର୍ଣ୍ଣ କରିବାକୁ ପୁଣି, ପ୍ରତ୍ୟେକ ନଗରରେ ପ୍ରାଚୀନମାନଙ୍କୁ ନିଯୁକ୍ତ କରିବାକୁ ମୁଁ କ୍ରୀତୀରେ ତୁମ୍ଭକୁ ଛାଡ଼ି ଆସିଲି;
6 ଜନ୍‌ ଲକ୍‌କେ ତୁଇ ପାର୍‌ଚିନ୍‌ ଇସାବେ ବାଚ୍‌ସୁ, ସେ ଏନ୍ତାରି ଲକ୍‌ ଅଇବାର୍‌ ଆଚେ, କେ ମିସା ତାକେ ବୁଲ୍‌ କଲାନି ବଲି ଦସ୍‌ ଦେଇନାପାରତ୍‌ । ତାକେ ଗଟେକ୍‌ ସେ ମାଇଜି ରଇବାର୍‌ ଆଚେ । ତାର୍‌ ପିଲାଟକିମନ୍‌ କିରିସ୍‌ଟକେ ବିସ୍‌ବାସ୍‌ କର୍‌ବାର୍‌ ଆଚେ । ସେମନ୍‍ ନିକ ଚଲାଚଲ୍‌ତି କର୍‌ତେରଇବାର୍‌ ଆଚେ । ଜେନ୍ତାରି କି ତାକର୍‌ ଆୟାବାବାମନ୍‌କେ ମାନତ୍‌ ନାଇ କି ନିଜର୍‌ ମନ୍‍ କଲା ଇସାବେ ଚଲାଚଲ୍‌ତି କଲାଇନି ବଲି ସେମନ୍‌କେ କେ ଦସ୍‌ ଦାରି ନାପାରତ୍‌ ।
ଯେଉଁ ବ୍ୟକ୍ତି ନିର୍ଦ୍ଦୋଷ ଓ ଏକ ସ୍ତ୍ରୀର ସ୍ୱାମୀ, ଯାହାଙ୍କ ସନ୍ତାନମାନେ ବିଶ୍ୱାସୀ ଅଟନ୍ତି ଓ କଦାଚରଣ କିମ୍ବା ଅବାଧ୍ୟ ନୁହଁନ୍ତି, ତାହାଙ୍କୁ ନିଯୁକ୍ତ କର।
7 ବିନ୍‌ ବିସ୍‌ବାସିମନ୍‌କେ ଜତନ୍‌ କର୍‌ବାକେ ଦାଇତ୍‌ ଇସାବେ ପର୍‌ମେସର୍‌ ଗଟେକ୍‌ ପାର୍‌ଚିନ୍‌କେ ଦେଲାଆଚେ । ତେବର୍‌ ପାଇ ଜନ୍‌ ମଣ୍ଡଲିର୍‌ ପାର୍‌ଚିନ୍‌କେ ତୁଇ ବାଚ୍‌ସୁ, ତାକେ କାଇ ଦସ୍‌ ନ ରଅ । ସେ ବଡ୍‌ପନିଆ ନ ରଇବାର୍‌, ଦାପ୍‌ରେ ରିସା ନ ଅଇବାର୍‌, ମଦୁଆ ନ ରଇବାର୍‌, ବିନ୍‌ ଲକର୍‌ ସଙ୍ଗ୍‍ କିରଜାଟି ନ ଅଇବାର୍‌, ଡାବୁକେ ଆସା ନ କର୍‌ବାର୍‌ ।
କାରଣ ଅଧ୍ୟକ୍ଷ, ଈଶ୍ବରଙ୍କ ବେବର୍ତ୍ତା ସ୍ୱରୂପେ ନିର୍ଦ୍ଦୋଷ ହେବା ଆବଶ୍ୟକ; ସେ ସ୍ଵେଚ୍ଛାଚାରୀ କି ଆଶୁକ୍ରୋଧୀ କି ମଦ୍ୟପାୟୀ କି ବିବାଦ-ପ୍ରିୟ କି କୁତ୍ସିତ ଧନଲୋଭର ଅଭିଳାଷୀ ନ ହୋଇ ଅାତିଥ୍ୟପ୍ରିୟ,
8 ସେନ୍ତାରି ନ ଅଇକରି ଲକ୍‌ମନ୍‌କେ ଡାକିନେବା ଲକ୍‌, ଦରମ୍‌ ବିସଇ କର୍‌ବାକେ ମନ୍‌ କର୍‌ବା ଲକ୍‌, ନିଜେ ଜାଗ୍‌ରତ୍‌ ରଇବା ଲକ୍‌, ବଡ୍‌ ସାନ୍‌ ଇସାବେ ନ ଦେକ୍‌ବା ଲକ୍‌, ସୁକଲ୍‌ ଇସାବେ ଚଲାଚଲ୍‌ତି କର୍‌ବା ଲକ୍‌, ନିଜେ ମନ୍‌କର୍‌ବା ବିସଇଟାନେ ଜାଗ୍‌ରତ୍‌ ଅଇବା ଲକ୍‌, ରଇବାର୍‌ ଆଚେ ।
ଉତ୍ତମ ବିଷୟର ଅନୁରାଗୀ, ସୁବୁଦ୍ଧି, ନ୍ୟାୟ-ପରାୟଣ, ସାଧୁ ଓ ମିତାଚାରୀ ହେଉନ୍ତୁ,
9 ସେ ଲକ୍‌ ଆମେ ସିକାଇତେରଇବା ସୁବ୍‌ କବର୍‌ ଡାଟ୍‌ସଙ୍ଗ୍‍ ବିସ୍‌ବାସ୍‌ କରିରଇବାର୍‌ ଆଚେ । ଏ କବର୍‌ ସତ୍‌ ଆରି ନ ବାଦ୍‌ଲେ ବଲି ସେ ଜାନ୍‌ବାର୍‌ ଆଚେ । ଏନ୍ତାର୍‌ ଆଲେ ସେ ଲକ୍‌ମନ୍‌କେ ସତ୍‌ ବିସଇ ସିକାଇପାର୍‌ସି । ଆରି ଜନ୍‌ ଲକ୍‌ ତାର୍‌ ବିରୁଦେ କାତା ଅଇଲାଇନି, ତାକର୍‌ ବୁଲ୍‌ ଦେକାଇପାର୍‌ସି ।
ପୁଣି, ଯେପରି ସେ ହିତଜନକ ଶିକ୍ଷା ଦେଇ ଉତ୍ସାହ ଦେବାକୁ ଓ ବିପକ୍ଷବାଦୀମାନଙ୍କୁ ଅନୁଯୋଗ କରିବାକୁ ସକ୍ଷମ ହୁଅନ୍ତି, ଏଥିନିମନ୍ତେ ପ୍ରାପ୍ତ ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ ଭାବରେ ଧରନ୍ତୁ।
10 ୧୦ ମଣ୍ଡଲିର୍‌ ପାର୍‌ଚିନ୍‌ମନର୍‌ ଅଦିକାର୍‌ ନ ନାମ୍‌ବା ଲକ୍‌ ବେସି ରଇଲାର୍‌ପାଇ ମୁଇ ତକେ କଇଲିନି । କାଇ ମୁଲିଅ ନ ରଇବା କାତା ସବୁ ସେମନ୍‌କେ ସିକାଇକରି, ସେମନ୍‌କେ ବିସ୍‌ବାସ୍‌ କରାଇଲାଇନି । ଜିଉଦି ନିୟମ୍‌ ଇସାବେ ସବୁ ବିସ୍‌ବାସିମନ୍‌ ସୁନତ୍‌ ଅଇବାର୍‌ ଆଚେ ବଲି ସିକାଇଲାଇନି ।
କାରଣ ଅନେକେ ଅବାଧ୍ୟ ଲୋକ, ଅସାର ବାକ୍ୟବାଦୀ ଓ ପ୍ରବଞ୍ଚକ ଅଛନ୍ତି, ବିଶେଷରେ ସୁନ୍ନତ ପ୍ରାପ୍ତ ଲୋକମାନଙ୍କ ମଧ୍ୟରେ ଅଛନ୍ତି;
11 ୧୧ ଏନ୍ତାରି ଲକ୍‌ମନ୍‌କେ ସିକାଇବାକେ ଦେସ୍‍ ନାଇ । କାଇକେବଇଲେ ନ ସିକାଇବା ବିସଇ ସିକାଇକରି ସେମନ୍‌ ଗୁଲାଇ କୁଟୁମ୍‌ମନ୍‌କେ ବିସ୍‌ବାସ୍‌ କରାଇ, ସତ୍‌ ବିସଇତେଇ ଅନି ବାଉଡାଇଲାଇନି । ଲକ୍‌ମନର୍‌ଟାନେଅନି ଡାବୁ ମିଲାଇବାକେ ମିସା ଏନ୍ତାରି କଲାଇନି ।
ସେମାନଙ୍କର ମୁଖ ବନ୍ଦ କରିବାର ଆବଶ୍ୟକ। ସେମାନେ କୁତ୍ସିତ ଧନଲାଭ ନିମନ୍ତେ ଅନୁପଯୁକ୍ତ ଶିକ୍ଷା ଦେଇ ଗୋଟିଏ ଗୋଟିଏ ପରିବାରକୁ ସମ୍ପୂର୍ଣ୍ଣ ରୂପେ ପଥଭ୍ରଷ୍ଟ କରନ୍ତି।
12 ୧୨ କିରତେଅନି ଆଗେ ଗଟେକ୍‌ ଗିଆନ୍‌ ରଇବା ଲକ୍‌ ରଇଲା । ସେ ଏନ୍ତାରି କଇରଇଲା, “କିରତେରଇବା ଲକ୍‌ମନ୍‌ ବେସି ମିଚ୍‌ କଇବାଇ । ସେମନ୍‌ ବନର୍‌ ପସୁପାରା ଚଲାଚଲ୍‌ତି କର୍‌ବାଇ ଆରି ସେମନ୍‌ ବେସି ଅଲ୍‌ସିଆ ଆରି କାଉରାମନ୍‌ ।”
ସେମାନଙ୍କର ଜଣେ ସ୍ୱଜାତୀୟ ଭାବବାଦୀ କହିଅଛନ୍ତି, କ୍ରୀତୀବାସୀମାନେ ସର୍ବଦା ମିଥ୍ୟାବାଦୀ, ହିଂସକ ପଶୁ ତୁଲ୍ୟ ଓ ଅଳସୁଆ ପେଟୁକ ଅଟନ୍ତି।
13 ୧୩ କିରତେ ରଇବା ଲକର୍‌ ବିସଇ ସେ ବବିସତ୍‌ବକ୍‌ତା କଇଲାଟା ଏବେ ମିସା ସତ୍‌ସେ । ତେବର୍‌ ପାଇ ସେମନ୍‌କେ ଡାଟ୍‌ ସଙ୍ଗ୍‍ ଦମ୍‌କାଇକରି କଇବାର୍‌ ଆଚେ । ଜେନ୍ତାରିକି ସେମନ୍‌ ସତ୍‌ ସିକିଆ ବିସ୍‌ବାସ୍‌ କର୍‌ବାଇ ।
ଏହି ଉକ୍ତିଟି ସତ୍ୟ। ଏଣୁ ସେମାନେ ଯେପରି ଯିହୁଦୀମାନଙ୍କ କଳ୍ପିତ ଗଳ୍ପ ପୁଣି, ସତ୍ୟରୁ ବିମୁଖ ହୋଇଥିବା ଲୋକମାନଙ୍କ ବାକ୍ୟ ପ୍ରତି ମନୋଯୋଗୀ ନ ହୋଇ ବିଶ୍ୱାସରେ ସବଳ ହୁଅନ୍ତି,
14 ୧୪ ଜିଉଦି ଲକ୍‌ମନ୍‌ ତିଆର୍‌କଲା କାତାନିମନ୍‌ ନ ମାନିକରି ଆରି ସତ୍‌ ସିକିଆ ନ ମାନିକରି ରଇବା ଲକ୍‌ମନର୍‌ ତିଆର୍‌କଲା ରିତିନିତି ଦିଆନ୍‌ ନ କରତ୍‌ ।
ଏଥିପାଇଁ ସେମାନଙ୍କୁ ଦୃଢ ରୂପେ ଅନୁଯୋଗ କର।
15 ୧୫ ଜନ୍‌ ଲକ୍‌ମନ୍‌ ପର୍‌ମେସର୍‌ ଦେକ୍‌ବା ଇସାବେ ସୁକଲ୍‌ ରଇବାଇ, ସେନ୍ତାରିସେ ତାକର୍‌ପାଇ ସବୁ ବିସଇ ସୁକଲ୍‌ ରଇସି । ମାତର୍‌ ଜନ୍‌ ଲକ୍‌ମନର୍‌ ବିବେକ୍‌ ସେମନ୍‌କେ ଦସି କର୍‌ସି, ସେମନ୍‌ କାରାପ୍‌ ଅଇ ଜିସୁକିରିସ୍‌ଟକେ ବିସ୍‌ବାସ୍‌ ନ କଲେ, ତାକର୍‌ପାଇ କାଇ ବିସଇ ମିସା ସୁକଲ୍‌ ନାଇ ।
ଶୁଚି ଲୋକମାନଙ୍କ ନିମନ୍ତେ ସମସ୍ତ ହିଁ ଶୁଚି; କିନ୍ତୁ କଳୁଷିତ ଓ ଅବିଶ୍ୱାସୀମାନଙ୍କ ନିମନ୍ତେ କୌଣସି ବିଷୟ ଶୁଚି ନୁହେଁ। ବରଂ ସେମାନଙ୍କ ମନ ଓ ବିବେକ ଉଭୟ ହିଁ କଳୁଷିତ।
16 ୧୬ ଏ ଲକ୍‌ମନ୍‌ ପର୍‌ମେସର୍‌କେ ଜାନିଆଚୁ ବଲି କଇ ବୁଲ୍‌ବାଇ, ମାତର୍‌ ତାକର୍‌ ଚଲାଚଲ୍‌ତିଟାନେ ସେଟା ନ ଡିସେ । ସେମନ୍‌ ଗିନ୍‌ କର୍‌ବାଲକ୍‌, କାତା ନ ମାନ୍‌ବା ଲକ୍‌ ଆରି କାଇ ଦରମ୍‌ ବିସଇ କଇବାକେ ନାପାରତ୍‌ ।
ସେମାନେ ଈଶ୍ବରଙ୍କୁ ଜାଣନ୍ତି ବୋଲି ସ୍ୱୀକାର କରନ୍ତି, କିନ୍ତୁ ସେମାନେ ଆପଣା କର୍ମ ଦ୍ୱାରା ତାହାଙ୍କୁ ଅସ୍ବୀକାର କରନ୍ତି; ସେମାନେ ଘୃଣ୍ୟ ଓ ଅବାଧ୍ୟ ପୁଣି, ସମସ୍ତ ସତ୍କର୍ମର ଅଯୋଗ୍ୟ।

< ତିତସ୍‌ 1 >