< ରମିୟ 13 >
1 ୧ ସାସନ୍କାରିଆମନର୍ କାତା ସବୁ ଲକ୍ ମାନ୍ବାକେ ବାଦିଅ, କାଇକେବଇଲେ ପରମେସର୍ ଆଦେସ୍ ନ ଦେଲେ କେ ମିସା ସାସନ୍ କର୍ବାକେ ଅଦିକାର୍ ନ ପାଏ । ଗାଦିଟାନେ ରଇଲା ସାସନ୍କାରିଆମନ୍କେ ପରମେସର୍ ବସାଇଲା ଆଚେ ।
ପ୍ରତ୍ୟେକ ଜଣ ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ବରଙ୍କଠାରୁ ଆସେ, ଆଉ ଯେ ସମସ୍ତ ଅଧିକାରପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି; ସେମାନେ ଈଶ୍ବରଙ୍କ ଦ୍ୱାରା ନିଯୁକ୍ତ।
2 ୨ ସେଟାର୍ ପାଇ ଜେ ଗାଦିତେଇ ବସ୍ଲା ସାସନ୍କାରିଆମନ୍କେ ବିରଦ୍ କର୍ସି, ସେ ପରମେସର୍ ତିଆର୍କଲା ଗାଦିର ବିରଦ୍ କଲାନି । ଜେ ଏଟା କର୍ସି ସେ ପର୍ମେସରର୍ ବିଚାର୍ନା ଜାଗାଇ ଟିଆଅଇସି ।
ଅତଏବ, ଯେ ଅଧିକାର ପ୍ରତିରୋଧ କରେ, ସେ ଈଶ୍ବରଙ୍କ ବିଧାନର ପ୍ରତିରୋଧ କରେ; ପୁଣି, ଯେଉଁମାନେ ପ୍ରତିରୋଧ କରନ୍ତି, ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ।
3 ୩ ଆମର୍ ଚଲାଚଲ୍ତି ସତ୍ ରଇଲେ ସାସନ୍କାରିଆକେ ଡର୍ବାର୍ ଦର୍କାର୍ ନାଇ । କାରାପ୍ ରଇଲେ ଡର୍ବାର୍ ଆଚେ । ସାସନ୍କାରିଆମନ୍କେ ତମେ ଡର୍ବାକେ ମନ୍ କରାସ୍ ନାଇ, ସେନ୍ତାର୍ଆଲେ ନିକ କାମ୍ କରା ଆରି ସେମନ୍ ତମ୍କେ ନାମ୍ବାଇ ।
କାରଣ ଶାସନକର୍ତ୍ତାମାନେ ସଦାଚାରୀ ପ୍ରତି ଭୟଜନକ ନୁହଁନ୍ତି, କିନ୍ତୁ ଅସଦାଚାରୀ ପ୍ରତି ଭୟଜନକ। ତୁମ୍ଭେ କି ଅଧିକାରପ୍ରାପ୍ତ ଶାସନକର୍ତ୍ତାଙ୍କ ନିକଟରେ ନିର୍ଭୟ ହେବାକୁ ଇଚ୍ଛା କର? ତେବେ ସଦାଚାର କର, ତାହାହେଲେ ତାହାଙ୍କଠାରୁ ପ୍ରଶଂସା ପାଇବ,
4 ୪ ସେମନ୍ ପର୍ମେସରର୍ ଗତିଦାଙ୍ଗ୍ଡାମନ୍ ଆରି ତମର୍ ନିକପାଇସେ କାମ୍ କଲାଇନି । ତମେ ଜଦି କାରାପ୍ କାମ୍ କର୍ତେରଇସା, ତେବେ ସେମନ୍କେ ଡର୍ବାର୍ ଆଚେ । କାଇକେବଇଲେ ତମ୍କେ ଡଣ୍ଡ୍ ଦେବାକେ ତାକର୍ ଅଦିକାର୍ ଆଚେ । ସେମନ୍ ପର୍ମେସରର୍ ଗତିଦାଙ୍ଗ୍ଡା ଆରି ଜେତ୍କି ଲକ୍ କାରାପ୍ କାମ୍ କର୍ତେରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେବାଇ ।
କାରଣ ସେ ମଙ୍ଗଳ ନିମନ୍ତେ ତୁମ୍ଭ ପାଇଁ ଈଶ୍ବରଙ୍କ ସେବକ। କିନ୍ତୁ ଯଦି ଅସଦାଚାର କର, ତାହାହେଲେ ଭୀତ ହୁଅ, ଯେଣୁ ସେ ନିରର୍ଥକ ଖଡ୍ଗ ଧାରଣ କରନ୍ତି ନାହିଁ, କାରଣ ସେ ଈଶ୍ବରଙ୍କ ସେବକ ସ୍ୱରୂପେ ଅସଦାଚାରୀ ପ୍ରତି କ୍ରୋଧ ପ୍ରକାଶ କରିବା ନିମନ୍ତେ ଦଣ୍ଡଦାତା ଅଟନ୍ତି।
5 ୫ ସେଟାର୍ପାଇ ତମେ ସାସନ୍କାରିଆମନର୍ କାତା ମାନ୍ବାର୍ ଆଚେ । ଉଜେ ପରମେସରର୍ ଡଣ୍ଡ୍ ଡରିକରି ନାଇ, ମାତର୍ ନିଜର୍ ବୁଦିସଙ୍ଗ୍ ଏଟା ଟିକ୍ କାମ୍ ବଲି ଜାନିକରି ମିସା ଏଟା କର୍ବାର୍ ଆଚେ ।
ଅତଏବ, କେବଳ କ୍ରୋଧର ଭୟରେ ନୁହେଁ, ମାତ୍ର ବିବେକ ହେତୁ ମଧ୍ୟ ବଶୀଭୂତ ହେବା ଆବଶ୍ୟକ।
6 ୬ ଏଟାର୍ପାଇ ତମେ ସିସ୍ତୁ ମିସା ଦେଲାସ୍ନି, କାଇକେବଇଲେ ସାସନ୍କାରିଆମନ୍ ଟିକ୍ସଙ୍ଗ୍ କାମ୍ କଲାବେଲେ ପରମେସରର୍ ସେବା କର୍ତେ ରଇବାଇ ।
ଯେଣୁ ଏହି କାରଣରୁ ତୁମ୍ଭେମାନେ ରାଜସ୍ୱ ମଧ୍ୟ ଦେଇଥାଅ, କାରଣ ସେମାନେ ଈଶ୍ବରଙ୍କ ସେବକ ସ୍ୱରୂପେ ଏହି କାର୍ଯ୍ୟରେ ପ୍ରବୃତ୍ତ ରହନ୍ତି।
7 ୭ ସେଟାର୍ ପାଇ ସେମନ୍ ଜେତ୍କି ପାଇବାର୍ ଆଚେ ସେଟା ସେମନ୍କେ ଦେଇଦିଆସ୍ । ତମେ ସିସ୍ତୁ କି ଅଡି ଜାଇଟା ଦେବାର୍ ଆଚେ, ସେଟା ବାନ୍ଦିଦିଆସ୍ ଆରି ସେମନ୍କେ ନାମିକରି ସନ୍ମାନ୍ କରା ।
ଯାହାଙ୍କର ଯାହା ପ୍ରାପ୍ୟ, ତାହାଙ୍କୁ ତାହା ଦିଅ; ଯାହାଙ୍କୁ ରାଜସ୍ୱ ଦେବାକୁ ହୁଏ, ତାହାଙ୍କୁ ରାଜସ୍ୱ ଦିଅ; ଯାହାଙ୍କୁ ଶୁଳ୍କ ଦେବାକୁ ହୁଏ, ତାହାଙ୍କୁ ଶୁଳ୍କ ଦିଅ; ଯାହାଙ୍କୁ ଭୟ କରିବାକୁ ହୁଏ, ତାହାଙ୍କୁ ଭୟ କର; ଯାହାଙ୍କୁ ସମାଦର କରିବାକୁ ହୁଏ, ତାହାଙ୍କୁ ସମାଦର କର।
8 ୮ ନିଜର୍ ନିଜର୍ ବିତ୍ରେ ଆଲାଦ୍ କରାକରି ଅଇବାଟା ଚାଡି ଆରି କାଇ ବିସଇ କାର୍ ଲଗେ ମିସା ଉଦାର୍ ଉଆ ନାଇ । ଜେ ଏଟା ବିନ୍ ଲକର୍ପାଇ କର୍ସି, ସେ ନିୟମ୍ ମାନ୍ସି ।
ପରସ୍ପରକୁ ପ୍ରେମ କରିବା ବିନା ଆଉ କାହିଁରେ କାହାରିଠାରେ ଋଣୀ ହୁଅ ନାହିଁ; କାରଣ ଯେ ପରକୁ ପ୍ରେମ କରେ, ସେ ବ୍ୟବସ୍ଥା ସଫଳ କରିଅଛି।
9 ୯ ନିୟମ୍ତେଇ ଲେକାଅଇଲା ଆଚେ, “ବେସିଆ କାମ୍ କର୍ବାର୍ ନାଇ, ନର୍ ମାର୍ବାର୍ ନାଇ, ଚରାଇବାର୍ ନାଇ, ବିନ୍ ଲକର୍ ଦିନ୍ସୁ ଲବାଇବାର୍ ନାଇ ।” ନିଜ୍କେ ଆଲାଦ୍ କଲାପାରା ବିନ୍ ଲକ୍ମନ୍କେ ଆଲାଦ୍ କରା । ଏ ଗଟେକ୍ ଆଦେସ୍ ଜଦି ତମେ ମାନ୍ସା, ନିୟମେ ରଇବା ସବୁ ଆଦେସ୍ ମାନ୍ଲାପାରା ଅଇସି ।
କାରଣ ବ୍ୟଭିଚାର କର ନାହିଁ, ନରହତ୍ୟା କର ନାହିଁ, ଚୋରି କର ନାହିଁ, ଲୋଭ କର ନାହିଁ, ପୁଣି, ଯଦି ଆଉ କୌଣସି ଆଜ୍ଞା ଥାଏ, ତାହା ସାରଭାବେ ଏହି ବାକ୍ୟର ଅନ୍ତର୍ଗତ ଅଟେ, ଯଥା, ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କର।
10 ୧୦ କାଇକେବଇଲେ ତମେ ଗଟେକ୍ ଲକ୍କେ ଆଲାଦ୍ କର୍ତେ ରଇଲେ, କେବେ ମିସା ତାକେ ଅନିଆଇ ନ କରାସ୍ । ଆରି ତମେ ଜଦି ସେମନ୍କେ ଆଲାଦ୍ କର୍ସାବଇଲେ, ସବୁ ନିୟମ୍ ମାନିକରିଆଚାସ୍ ।
ପ୍ରେମ ପ୍ରତିବାସୀର ଅନିଷ୍ଟ କରେ ନାହିଁ; ଅତଏବ, ପ୍ରେମ ବ୍ୟବସ୍ଥା ସଫଳ କରେ।
11 ୧୧ ଏବେ ତମେ ଏଟା କର୍ବାର୍ ଆଚେ । କାଇକେବଇଲେ ବେଲା କେଟ୍ଲାଆଚେ । ଆମେ ସଇରଇବା ଲକର୍ପାରା ନ ଅଇକରି ଚେତା ଅଇ ଜାଗ୍ରତ୍ ଅଇରଇବାର୍ ଆଚେ । ବିସ୍ବାସ୍ କର୍ବା ବେଲା ଆଗ୍ତୁ ରଇଲେ ମିସା ଆମର୍ ମୁକ୍ତି ପାଇବା ଦିନ୍ ଲଗେ ଅଇଆଚେ ।
ପୁଣି, ଏବେ ତୁମ୍ଭମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହିସବୁ କର; କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ।
12 ୧୨ ରାତି ଦାପ୍ରେ ସାରିଜାଇସିବେ, ସାକାଲ୍ ଅଇବାକେ ଗାଲାନି । ସେଟାର୍ପାଇ ଆସା, ରାତିଆ କରିରଇବା କାରାପ୍ କାମ୍ ସବୁ ଚାଡିକରି, ଉଜ୍ଲେ ଜୁଇଦ୍ କର୍ବା ଆତ୍ଆତିଆର୍ ଦାରୁ ।
ରାତ୍ରି ପାହାନ୍ତା ହେଉଅଛି, ଦିବସ ସନ୍ନିକଟ; ଅତଏବ ଆସ, ଆମ୍ଭେମାନେ ଅନ୍ଧକାରର କର୍ମସବୁ ପରିତ୍ୟାଗ କରି ଆଲୋକର ସଜ୍ଜା ପରିଧାନ କରୁ।
13 ୧୩ ବେସିଆମନର୍ ଦଲେ ମିସ୍ବାର୍ ନାଇ, ମାତୁଆଲ୍ମନର୍ ଦଲେ ଜିବାର୍ ନାଇ, ବିନ୍ ମାଇଜିମନର୍ ସଙ୍ଗ୍ ମିସିରଇବାର୍ ନାଇ, ଲାଗାଜଡା ଅଇବାର୍ ନାଇ ଆରି ଇଁସା ଅଇବାର୍ ନାଇ । ଆମେ ଜେତ୍କି ଲକ୍ ଉଜ୍ଲେ ରଇଆଚୁ, ଟିକ୍ ସଙ୍ଗ୍ ଚଲାଚଲ୍ତି କରୁ ।
ରଙ୍ଗରସ ଓ ମତ୍ତତାରେ, ଲମ୍ପଟତା ଓ କାମୁକତାରେ, ବିବାଦ ଓ ଈର୍ଷାରେ ଆଚରଣ ନ କରି ଆସ, ଆମ୍ଭେମାନେ ଦିବସର ବିହିତ ଭଦ୍ର ଆଚରଣ କରୁ।
14 ୧୪ ମାପ୍ରୁ ଜିସୁକିରିସ୍ଟର୍ ଆତ୍ଆତିଆର୍ ଦାରି ରଉଁ । ଆରି ଆମର୍ ପାପର୍ ଗୁନ୍ଚଲନ୍ ନ ମାନିକରି ଆମେ ମନ୍ କର୍ବାଟା ପୁରାପୁରୁନ୍ ନ କରୁ ।
ପୁଣି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତୁମ୍ଭେମାନେ ବସ୍ତ୍ରରୂପେ ପରିଧାନ କର, ଆଉ କୁଅଭିଳାଷ ତୃପ୍ତି କରିବା ସକାଶେ ଶରୀର ନିମନ୍ତେ ଆୟୋଜନ କର ନାହିଁ।