< ରମିୟ 1 >

1 ମୁଇ ପାଉଲ୍‌ ଏଟା ଲେକ୍‌ଲିନି, ମୁଇ କିରିସ୍‌ଟ ଜିସୁର୍‌ ଗଟେକ୍‌ ସେବାକାରିଆ । ପର୍‌ମେସର୍‌ ମକେ ବାଚ୍‌ଲା ଆରି ତାର୍‌ ନିମାନ୍‌ କବର୍‌ ଜାନାଇବାକେ ସର୍‌ପିଦେଲା । ରମ୍‌ ରାଇଜେ ରଇବା ତମର୍‌ ସବୁଲକର୍‌ପାଇ ମୁଇ ଏ ଚିଟି ପାଟାଇଲିନି ।
Paulu, ìránṣẹ́ Jesu Kristi, ẹni tí a ti pè láti jẹ́ aposteli, tí a sì ti yà sọ́tọ̀ láti wàásù ìyìnrere Ọlọ́run,
2 ପର୍‌ମେସର୍‌ ଏ ବିସଇ ଆଗେଅନି କାତା ଦେଇରଇଲା, ଆରି ସୁକଲ୍‌ ସାସ୍‌ତରେ ସେ ସବୁ ଲେକ୍‌ବା ପାଇ ତାର୍‌ ବବିସତ୍‌ବକ୍‌ତାମନ୍‌କେ ତିଆର୍‌ଲା ।
ìyìnrere tí ó ti ṣe ìlérí tẹ́lẹ̀ rí láti ẹnu àwọn wòlíì rẹ̀ nínú Ìwé Mímọ́.
3 ଏ ସୁବ୍‌କବର୍‌ତେଇ ପରମେସରର୍‌ ପଅ, ଆରି ଆମର୍‌ ମାପ୍‌ରୁ ଜିସୁକିରିସ୍‌ଟର୍‌ ବିସଇ ଆଚେ । ସେ ଏ ମଚ୍‌ପୁରେ ନର୍‌ ରୁପ୍‌ଦାରି ଦାଉଦର୍‌ ନାତିତିତି ଅଇ ଜାତ୍‌ ଅଇଲା ।
Ní ti Ọmọ rẹ̀, ẹni tí a bí láti inú irú-ọmọ Dafidi nípa ti ara,
4 ମାତର୍‌ ସେ ପୁରାପୁରୁନ୍‌ ସୁକଲ୍‌ ରଇଲା, ଆରି ପର୍‌ମେସରର୍‌ ବଡ୍‌ ବପୁସଙ୍ଗ୍‍ ତାକେ ମଲାଟାନେଅନି ଉଟାଇଲା । ମଲାଟାନେଅନି ଉଟ୍‌ଲାର୍‌ପାଇ ସେ ପରମେସରର୍‌ ପଅ ବଲି ଦେକାଇଲା ।
ẹni tí a pinnu rẹ̀ láti jẹ́ Ọmọ Ọlọ́run nínú agbára gẹ́gẹ́ bí Ẹ̀mí ìwà mímọ́, nípa àjíǹde kúrò nínú òkú, àní Jesu Kristi Olúwa wa.
5 ପରମେସର୍‌ କିରିସ୍‌ଟର୍‌ ତେଇଅନି ମକେ ଗଟେକ୍‌ ପେରିତ୍‌ କଲାଆଚେ, ଜେନ୍ତାରି କି ସବୁ ଜଗତର୍‌ ଲକ୍‌ମନ୍‍କେ ତାର୍‌ ବିସଇ ଜାନାଇବି । ସେମନ୍‌ ସେଟା ବିସ୍‌ବାସ୍‌ କରି ମାନ୍‌ବାଇ ।
Láti ọ̀dọ̀ ẹni tí àwa rí oore-ọ̀fẹ́ àti jíjẹ́ aposteli gbà, fún ìgbọ́ràn ìgbàgbọ́ láàrín gbogbo orílẹ̀-èdè, nítorí orúkọ rẹ̀.
6 ଏ ରମ୍‌ ଦେସର୍‌ ଲକ୍‌! ତମେମିସା ଜିସୁକିରିସ୍‌ଟର୍‌ ସିସ୍‌ ଅଇବାକେ ବାଚାଇ ଅଇଆଚାସ୍‌ ।
Ẹ̀yin pẹ̀lú si wa lára àwọn tí a pè sọ́dọ̀ Jesu Kristi.
7 ରମେ ରଇବା ସବୁ ଲକ୍‌କେ ଏ ଚିଟି ଲେକ୍‌ଲିନି । କାଇକେବଇଲେ ତମ୍‌କେ ପରମେସର୍‌ ଆଲାଦ୍‌ କଲାନି । ଆରି ତାର୍‌ ନିଜର୍‌ ଲକ୍‌ ଅଇବାକେ ଡାକି ଆଚେ । ଆମର୍‌ ବାବା ପରମେସର୍‌ ଆରି ମାପ୍‌ରୁ ଜିସୁକିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ସାନ୍ତି ଦେଅ ।
Sí gbogbo àwọn àyànfẹ́ Ọlọ́run tí ó wà ní Romu tí a ti pè láti jẹ́ ènìyàn mímọ́: Oore-ọ̀fẹ́ àti àlàáfíà fún yín láti ọ̀dọ̀ Ọlọ́run Baba wa àti láti ọ̀dọ̀ Olúwa wa Jesu Kristi.
8 ମୁଇ ତମ୍‌କେ ପର୍‌ତମେ ଏ ବିସଇ କଇବାକେ ମନ୍‍ କରି ରଇଲିଜେ, ତମର୍‌ ସବୁଲକର୍‌ପାଇ ମୁଇ ମାପ୍‌ରୁ ଜିସୁର୍‌ ନାଉଁ ଦାରି ପର୍‌ମେସର୍‌କେ ଦନିଅବାଦ୍‌ ଦେଲିନି । କାଇକେବଇଲେ ଗୁଲାଇ ଜଗତର୍‌ ଲକ୍‌, ତମେ ବିସ୍‌ବାସ୍‌ କରିରଇବା ବିସଇ ସୁନ୍‌ଲାଇନି ।
Ní àkọ́kọ́, mo dúpẹ́ lọ́wọ́ Ọlọ́run nípasẹ̀ Jesu Kristi fún gbogbo yín, nítorí a ń ròyìn ìgbàgbọ́ yin káàkiri gbogbo ayé.
9 ମୁଇ ମର୍‌ ସବୁ ମନ୍‌ପରାନ୍‌ ଦେଇ ଜନ୍‌ ପରମେସର୍‌କେ ସେବା କଲିନି, ଆରି ଜନ୍‌ ପରମେସରର୍‌ ପଅର୍‌ ସୁବ୍‌ କବର୍‌ ଜାନାଇଲିନି, ସେ ପରମେସର୍‌ ମର୍‌ ସାକି ।
Ọlọ́run ṣá à ni ẹlẹ́rìí mi, ẹni tí èmí ń fi gbogbo ẹ̀mí mi sìn nínú ìyìnrere Ọmọ rẹ̀, bí ó ti ṣe pé ní àìsimi ni èmí ń rántí yín nígbà gbogbo nínú àdúrà mi
10 ୧୦ ମୁଇ ପାର୍‌ତନା କଲାବେଲେ ତମ୍‌କେ ସବୁବେଲେ ଏତାଇଲିନି । ସେ ମନ୍‍ କଲେ, ମକେ ତମର୍‌ ଲଗେ ଜିବାକେ ବେଲା ଟିକ୍‍ କରି ଦେଅ ବଲି ପରମେସର୍‌କେ ଗୁଆରି କଲିନି ।
nínú àdúrà mi ìgbà gbogbo; mo tún ń gbàdúrà wí pé nípa oore-ọ̀fẹ́ Ọlọ́run kí ọ̀nà ó ṣí fún mi láti wá sọ́dọ̀ yín.
11 ୧୧ ତମର୍‌ ଲଗେ ଆଇବାକେ ମୁଇ ବେସି ମନ୍‍ କଲିନି । ମର୍‌ ପାଇରଇଲା ଆତ୍‌ମାର୍‌ ଦାନ୍‌ ବିସଇ ଜାନାଇବାଟାନେଅନି ତମର୍‌ ବିସ୍‌ବାସ୍‌ ଡାଟ୍‌ କରାଇବି ।
Nítorí èmi ń fẹ́ gidigidi láti tọ̀ yín wá, kí èmi lè fún yín ní ẹ̀bùn ẹ̀mí díẹ̀, kí a bá a le sọ yín di alágbára nínú Olúwa,
12 ୧୨ ଏଟାର୍‌ ଲାଗି ତମର୍‌ ବିସ୍‌ବାସେଅନି ମର୍‌ ବିସ୍‌ବାସ୍‌ ଡାଟ୍‌ ଅଇସି ଆରି ମର୍‌ ବିସ୍‌ବାସେଅନି ତମର୍‌ ବିସ୍‌ବାସ୍‌ ଡାଟ୍‌ ଅଇସି ।
èyí nì ni pé, kí a lè jẹ́ ìwúrí fún ara wa nípa ìgbàgbọ́ ẹnìkọ̀ọ̀kan wa.
13 ୧୩ ବାଇବଇନିମନ୍‌, ତମର୍‌ ଟାନେ ଆଇବାକେ ମୁଇ ବେସି ତର୍‌ ମନ୍‍ କରିରଇଲି, ମାତର୍‌ ଦାରାବାନ୍ଦାଅଇ ଜାଇରଇଲି ଜେ ଆଜିକେ ଜାକ ଆସି ନାପାର୍‌ଲିନି । ବିନ୍‌ ବିନ୍‌ ଜାଗାର୍‌ ଜିଉଦି ନଇଲା ଲକ୍‌ମନର୍‌ ବିତ୍‌ରେ ସୁବ୍‍କବର୍‍ ଜାନାଇକରି ମକେ ଜେତ୍‌କି ସାର୍‌ଦା ମିଲ୍‌ଲା ଆଚେ, ତମର୍‌ ଜାଗାଇ ମିସା ସେଟା କର୍‌ବାକେ ମୁଇ ମନ୍‍ କଲିନି ।
Mo fẹ́ kí ẹ mọ èyí, ẹ̀yin ará mi, pé mo ti gbìyànjú lọ́pọ̀ ìgbà láti tọ̀ yín wá (ṣùgbọ́n ìdíwọ́ wà fún mi), kí èmi ki ó lè jèrè ọkàn díẹ̀ láàrín yín, gẹ́gẹ́ bí mo ti ní láàrín àwọn aláìkọlà yòókù.
14 ୧୪ କାଇକେବଇଲେ, ଗିରିକ୍‌ ଲକ୍‌ମନର୍‌ ପାରା ଗିଆନ୍‌ ରଇଲେ ମିସା, ମୁର୍‌କ ଲକ୍‌ ଅଇରଇଲେ ମିସା, ସିକିର‍ଇବା ଲକ୍‌ ଅଇରଇଲେ ମିସା, କି ନ ସିକିର‍ଇବା ଲକ୍‌ ଅଇରଇଲେ ମିସା, ଏ ସବୁ ଦଲର୍‌ ଲକ୍‌ମନର୍‌ ପାଇ ମର୍‌ ଦାଇତ୍‌ ଆଚେ ।
Nítorí mo jẹ́ ajigbèsè sí Giriki àti sí àwọn aláìgbédè tí kì í ṣe Giriki, sí àwọn ọlọ́gbọ́n àti sí àwọn aṣiwèrè.
15 ୧୫ ସେଟାର୍‌ ପାଇ ରମ୍‌ ଗଡର୍‌ ଲକ୍‌, ତମର୍‌ ଲଗେ ମିସା ନିମାନ୍‌ କବର୍‌ ଜାନାଇବାକେ ମୁଇ ମନ୍‌ କଲିନି ।
Nítorí ìdí èyí ni mo ṣe ń làkàkà láti wá sí Romu àti láti fi gbogbo agbára mi wàásù ìyìnrere Ọlọ́run sí i yín.
16 ୧୬ ସେ ସୁବ୍‌ କବର୍‌ଟାନେ ମର୍‌ ପୁରାପୁରୁନ୍‌ ଆସାଆଚେ, ସେଟା ସିଗ୍‌ ପର୍‌ତମେ ଜିଉଦି ଲକ୍‌ମନର୍‌ ପାଇ ଆରି ତାର୍‌ ପଚେ ବିସ୍‌ବାସ୍‌ କର୍‌ବା ଜିଉଦି ନଇଲା ଲକ୍‌ମନର୍‌ ପାଇ ପରମେସରର୍‌ ବଡ୍‌ ବପୁ ।
Èmi kò tijú ìyìnrere Jesu, nítorí agbára Ọlọ́run ní ín ṣe láti gba gbogbo àwọn tí ó bá gbàgbọ́ là, ọ̀rọ̀ yìí ni a kọ́kọ́ wàásù sí àwọn Júù nìkan, ṣùgbọ́n nísinsin yìí fún àwọn Helleni pẹ̀lú.
17 ୧୭ ଲକ୍‌ମନ୍‌ ପରମେସରର୍‌ ଲଗେ କେନ୍ତି ଦରମ୍‌ ଲକ୍‌ ବଲାଇ ଅଇ ପାର୍‌ବାଇ, ତାର୍‌ ଉପାଇ ତେଇ ଦେକାଇ ଦିଆଅଇଲା ଆଚେ । ଆରାମେ ଅନି ସାରାସାରିଜାକ ମୁକ୍‌ତି ପାଇବା ଗଟେକ୍‌ ମାତର୍‌ ଉପାଇ ଅଇଲାନି, ବିସ୍‌ବାସ୍‌ । ସାସ୍‌ତରର୍‌ ବାକିଅ ଇସାବେ “ଜେ ବିସ୍‌ବାସ୍‌ କରି ପରମେସରର୍‌ ମୁଆଟେ ଦରମ୍‌ ବଲାଇ ଅଇସି, ସେ ବଁଚ୍‌ସି ।”
Nítorí nínú ìyìnrere ni òdodo Ọlọ́run ti farahàn, òdodo Ọlọ́run nípa ìgbàgbọ́ láti ìbẹ̀rẹ̀ dé òpin gẹ́gẹ́ bí a ti kọ ọ́ nínú Ìwé Mímọ́ pé, “Olódodo yóò yè nípa ìgbàgbọ́ rẹ̀.”
18 ୧୮ ଜନ୍‌ ପାପି ଲକ୍‌ମନ୍‌ ନିଜର୍‌ କାରାପ୍‌ କାମେଅନି ସତ୍‌ ବିସଇ ଅଟ୍‌କାଇବାଇ, ସେମନର୍‌ ବିରଦେ ସର୍‌ଗେଅନି ପରମେସରର୍‌ ରିସା ଦେକାଇ ଅଇସି ।
Ṣùgbọ́n Ọlọ́run fi ìbínú rẹ̀ hàn láti ọ̀run wá sí gbogbo àìwà-bí-Ọlọ́run àti gbogbo àìṣòdodo ènìyàn, àwọn tí ń fi ìwà búburú dènà ìmọ̀ òtítọ́ lọ́dọ̀ ènìyàn.
19 ୧୯ କାଇକେବଇଲେ ପରମେସରର୍‌ ବିସଇନେଇ ଜାଇଟା ଜାନ୍‌ବାର୍‍ ରଇଲା ସେମନ୍‌ ସେଟା ଜାନ୍‌ଲାଇ ଆଚତ୍‌ । ପରମେସର୍‌ ନିଜେ ସେଟା ଦେକାଇ ଦେଲାଆଚେ ।
Nítorí pé, nǹkan gbogbo tí a lè mọ nípa Ọlọ́run ni a ti fihàn fún wọn, nítorí Ọlọ́run ti fi í hàn fún wọn.
20 ୨୦ ପରମେସର୍‌ ଜଗତ୍‌ ତିଆର୍‌ କଲାତେଇଅନି, ତାର୍‌ ନ ଦେକାଇଅଇବା ଗୁନ୍‌ ଅଇଲାନି, ତାର୍‌ କାବାଅଇଜିବା କାମ୍‌ ଆରି ନ ସାର୍‌ବା ବପୁ । ସେ ତିଆର୍‌ କଲା ବିସଇତେଇ ସେଟା ଦେକିଅଇଲାନି । ସେଟାର୍‌ ପାଇ ସେମନ୍‌ ନାଜାନୁବଲି କଇନାପାରତ୍‌ । (aïdios g126)
Nítorí pé láti ìgbà dídá ayé, gbogbo ohun àìlèfojúrí rẹ̀, bí agbára ayérayé àti ìwà-bí-Ọlọ́run rẹ̀ ni a rí gbangba tí a sì ń fi òye ohun tí a dá mọ̀ ọ́n kí ènìyàn má ba à wá àwáwí. (aïdios g126)
21 ୨୧ ସେମନ୍‌ ପରମେସର୍‌କେ ଜାନିକରି ମିସା ନିକ ନାମତ୍‌ ନାଇ କି ତାକେ କାଇ ବିସଇ ନେଇକରି ମିସା ଦନିଅବାଦ୍‌ ଦେଅତ୍‌ ନାଇ । ସେମନ୍‌ ଚିନ୍ତା କର୍‌ବାଟା ସବୁ କାରାପ୍‌ ଆରି ତାକର୍‌ ଚୁଚାଇ ରଇବା ମନ୍‌, ଆନ୍ଦାରେ ଆଚେ ।
Lóòótọ́, wọn ní òye nípa Ọlọ́run dáradára, ṣùgbọ́n wọn kò yìn ín lógo bí Ọlọ́run, wọ́n kò sí dúpẹ́ lọ́wọ́ rẹ̀; wọ́n ń ro èrò asán, ọkàn aṣiwèrè wọn sì ṣókùnkùn.
22 ୨୨ ସେମନ୍‌ ନିଜ୍‌କେ ଗିଆନି ବଲି ବାବ୍‌ଲାଇନି, ମାତର୍‌ ସତଇସେ ସେମନ୍‌ ବକୁଆ ।
Níwọ́n bí ó tilẹ̀ jẹ́ wí pé wọ́n pe ara wọn ní ọlọ́gbọ́n ṣùgbọ́n wọ́n di òmùgọ̀ pátápátá,
23 ୨୩ ସତ୍‌ ପରମେସର୍‌କେ ନ ନାମିକରି ନସିଜିବା ମୁନୁସ୍‌, ପସୁ, ଚଡଇ, ସାଁପ୍‍ପାରା ପୁତ୍‌ଲା ତିଆର୍‌ କରି ସେଟାମନ୍‌କେ ପୁଜା କଲାଇନି ।
wọ́n sì yí ògo Ọlọ́run tí kì í díbàjẹ́ sí àwọn àwòrán ère bí i ti ènìyàn tí í díbàjẹ́ àti ti ẹyẹ, àti ti ẹranko ẹlẹ́sẹ̀ mẹ́rin àti ti ẹranko afàyàfà.
24 ୨୪ ସେଟାର୍‌ ପାଇ ପରମେସର୍‌ ସେମନ୍‌କେ ଚାଡିଦେଲାଆଚେ, ଆରି ସେମନ୍‌ ନିଜର୍‌ ନିଜର୍‌ ମନ୍‍ କଲା କାରାପ୍‌ କାମେ ବୁଡି ରଇଲାଇନି । ସେମନ୍‌ ତାକର୍‌ ତାକର୍‌ ବିତ୍‌ରେ ଲାଜ୍‌ଅଇଜିବା ମିସାବିଡା କର୍‌ବାଟା ସଙ୍ଗଇଆଚତ୍‌ ।
Nítorí náà Ọlọ́run fà wọ́n lé ìfẹ́kúfẹ̀ẹ́ ọkàn wọn lọ́wọ́ láti máa ṣe ohun ìríra pẹ̀lú ara wọn èyí tí kò tọ́.
25 ୨୫ ସେମନ୍‌ ପରମେସରର୍‌ ବିସଇଟାନେ ରଇବା ସତ୍‌ ବାଦୁଲେ ମିଚ୍‌ ଦାରିକରି ଆଚତ୍‌ । ସବୁବେଲେ ଡାକ୍‌ପୁଟା ପାଇବା ପରମେସର୍‌କେ ପାର୍‌ତନା ନ କରି, ତିଆର୍‌ କଲା ଦିନ୍‍ସୁମନ୍‌କେ ପାର୍‌ତନା କଲାଇନି । ସେ କାଲ୍‌ କାଲ୍‌ ଜୁଗ୍‌ ଜୁଗ୍‌ ଡାକ୍‌ପୁଟା ପାଅ! ଆମେନ୍‌ । (aiōn g165)
Wọ́n yí òtítọ́ Ọlọ́run sí èké, wọ́n sì ń foríbalẹ̀ láti máa sin ẹ̀dá dípò ẹlẹ́dàá—ẹni tí ìyìn tọ́ sí láéláé. Àmín. (aiōn g165)
26 ୨୬ ସେମନ୍‌ ଲାଜ୍‌ଅଇଜିବା ପାପ୍‌କାମେ ବୁଡି ରଇଲାର୍‌ ପାଇ ପରମେସର୍‌ ସେମନ୍‌କେ ଚାଡି ଦେଲାଆଚେ । ତାକର୍‌ ମାଇଜିମନ୍‌ ନିଜର୍‌ ମୁନୁସ୍‌ମନର୍‌ ସଙ୍ଗ୍‍ ସୁଆବସା ନ ଅଇ, କାରାପ୍‌ ଇସାବେ ବିନ୍‌ ମୁନୁସ୍‌ମନର୍‌ ସଙ୍ଗ୍‍ ସୁଆବସା କଲାଇନି ।
Nítorí èyí yìí ni Ọlọ́run ṣe fi wọ́n fún ìfẹ́kúfẹ̀ẹ́, nítorí àwọn obìnrin wọn tilẹ̀ ń yí ìṣẹ̀dá ìbáṣepọ̀ tí ó tọ̀nà, sí èyí tí kò tọ̀nà.
27 ୨୭ ସେନ୍ତାରିସେ ମୁନୁସ୍‌ମନ୍‌ ମିସା ଆଲାଦେ ମାଇଜି ସଙ୍ଗ୍‌ ସୁଆବସା ନ କରି ନିଜର୍‌ ନିଜର୍‌ ବିତ୍‌ରେ କାରାପ୍‌ ଅଇ ମିସାବିଡା ଅଇବା ଚିନ୍ତାଇ ଜଲି ଗାଲାଇନି । ମୁନୁସ୍‌ମନ୍‌ ତାକର୍‌ ତାକର୍‌ ବିତ୍‌ରେ ଲାଜ୍‌ ଅଇବା ଚଲାଚଲ୍‌ତି କଲାଇନି ଆରି ସେଟାର୍‌ ପାଇ ଡଣ୍ଡ୍ ପାଇବାକେ ତିଆର୍‌ ଅଇଲାଇନି ।
Gẹ́gẹ́ bẹ́ẹ̀ ni àwọn ọkùnrin pẹ̀lú, wọn a máa fi ìbálòpọ̀ obìnrin nípa ti ẹ̀dá sílẹ̀, wọn a máa fẹ́ ìfẹ́kúfẹ̀ẹ́ sí ara wọn, ọkùnrin ń bá ọkùnrin ṣe èyí tí kò yẹ, wọ́n sì ǹ jẹ èrè ìṣìnà wọn nínú ara wọn bí ó ti yẹ sí.
28 ୨୮ ଏ ଲକ୍‌ମନ୍‌ ପରମେସରର୍‌ ବିସଇନେଇ ନିମାନ୍‌ ବାବ୍‌ବାକେ ମନ୍‍ ନ କଲାର୍‌ ପାଇ, ପରମେସର୍‌ ସେମନ୍‌କେ ଚାଡି ଦେଲାଆଚେ । ଆରି ମନ୍‌ ବିତ୍‌ରେ କାରାପ୍‌ ଚିନ୍ତା କର୍‌ବାଟା କରତ୍‌ ବଲି ଚାଡିଦେଲାଆଚେ । ଏଟାର୍‌ପାଇ ସେମନ୍‌ ନ କର୍‌ବା କାମ୍‌ କର୍‌ବାଇ ।
Àti gẹ́gẹ́ bí wọ́n ti kọ̀ láti gba Ọlọ́run nínú ìmọ̀ tí ó tọ́, Ọlọ́run fi wọ́n fún iyè ríra láti ṣe ohun tí kò tọ́ fún wọn láti ṣe.
29 ୨୯ ତାକର୍‌ ବିତ୍‌ରେ ସବୁରକାମର୍‌ କାରାପ୍‌ ବିସଇ, ଜନ୍‌ଟାମନ୍‌କି, କାରାପ୍‌ ଚିନ୍ତା କର୍‌ବାଟା, ବାନିଆ ଚିନ୍ତା କର୍‌ବାଟା, ଲବାଇବାଟା, ଲାଁଚ୍‌ ନେବାଟା, ତାକର୍‌ ତାକର୍‌ ବିତ୍‌ରେ ଇଁସାତଲା ଅଇବାଟା, ନର୍‌ ମରାଇବାଟା, କିରମାର ଅଇବାଟା, ନାଡାଇବାଟା, ଆଁକାର୍‌ କର୍‌ବାଟା ଆରି କୁଟ୍‌କାତା ଅଇବାଟା ବର୍‌ତି ଅଇଆଚେ ।
Wọ́n kún fún onírúurú àìṣòdodo gbogbo, àgbèrè, ìkà, ojúkòkòrò, àrankàn; wọ́n kún fún ìlara, ìpànìyàn, ìjà, ìtànjẹ, ìwà búburú; wọ́n jẹ́ afọ̀rọ̀kẹ́lẹ́ ba ni jẹ́.
30 ୩୦ ସେମନ୍‌ କାନେ ପୁସୁର୍‌ ପାସାର୍‌ ଅଇବାଟା, ବିନ୍‌ ଲକ୍‌କେ ନିନ୍ଦା କର୍‌ବାଟା, ପରମେସର୍‌କେ ଗିନ୍‌ କର୍‌ବାଟା, ବଡ୍‌ପନ୍‌ ଅଇବାଟା, ବଡ୍‌ପନିଆ କାତା ଅଇବାଟା, ବିନ୍‌ଲକ୍‌କେ ପାନ୍ଦେ ଅଦ୍‌ରାଇବାଟା, ଆରି ଆୟା ବାବାର୍‌ କାତା ନ ମାନ୍‍ବାଟା,
Asọ̀rọ̀ ẹni lẹ́yìn, akórìíra Ọlọ́run, aláfojúdi, agbéraga, ahalẹ̀, aláròṣe ohun búburú, aṣàìgbọràn sí òbí,
31 ୩୧ ଦରମ୍‍ ବିବେକ୍‍ ନ ଅଇବାଟା, କାତା ଦେଲା ପଚେ ସେଟା ବାଙ୍ଗାଇବାଟା, ତାକର୍‍ ବିତ୍‍ରେ ଆଲାଦ୍‌ ନ କର୍‌ବାଟା ଆରି ଜିବନ୍‌ ନ ଦୁକାଇବାଟା ।
aláìníyè nínú, ọ̀dàlẹ̀, aláìnígbàgbọ́, ọ̀dájú, aláìláàánú.
32 ୩୨ ଜନ୍‌ ଲକ୍‌ମନ୍‌ ଏନ୍ତି ଚଲାଚଲ୍‌ତି କର୍‌ବାଇ ସେମନ୍‌ ମରିଜିବାଟା ନିକ । ପରମେସରର୍‌ ଏ ନିୟମ୍‌ ସେମନ୍‌ ଜାନ୍‌ଲେ ମିସା ଏନ୍ତିସେ ଚଲାଚଲ୍‌ତି କର୍‌ବାଇ, ଅବ୍‍କା ସେଟା ନଏଁ, ମାତର୍‌ ଏନ୍ତି ଚଲାଚଲ୍‌ତି କର୍‌ବା ଲକର୍‌ ବାଟେ ଅଇକରି, ସାର୍‌ଦା ସଙ୍ଗ୍‍ ଏଟା ଟିକ୍‌ ବଲି ସେମନ୍‍କେ କଇବାଇ ।
Bí ó tilẹ̀ jẹ́ wí pé wọ́n mọ ìlànà Ọlọ́run pé, ẹni tí ó bá ṣe irú nǹkan wọ̀nyí yẹ sí ikú, wọn kò ní inú dídùn sí àwọn nǹkan wọ̀nyí nìkan ṣùgbọ́n wọ́n ní inú dídùn sí àwọn tí ń ṣe wọ́n.

< ରମିୟ 1 >