< ରମିୟ 1 >
1 ୧ ମୁଇ ପାଉଲ୍ ଏଟା ଲେକ୍ଲିନି, ମୁଇ କିରିସ୍ଟ ଜିସୁର୍ ଗଟେକ୍ ସେବାକାରିଆ । ପର୍ମେସର୍ ମକେ ବାଚ୍ଲା ଆରି ତାର୍ ନିମାନ୍ କବର୍ ଜାନାଇବାକେ ସର୍ପିଦେଲା । ରମ୍ ରାଇଜେ ରଇବା ତମର୍ ସବୁଲକର୍ପାଇ ମୁଇ ଏ ଚିଟି ପାଟାଇଲିନି ।
Bulus, bawan Yesu Almasihu, kirayayye ya zama manzo, kuma kebabbe domin bisharar Allah.
2 ୨ ପର୍ମେସର୍ ଏ ବିସଇ ଆଗେଅନି କାତା ଦେଇରଇଲା, ଆରି ସୁକଲ୍ ସାସ୍ତରେ ସେ ସବୁ ଲେକ୍ବା ପାଇ ତାର୍ ବବିସତ୍ବକ୍ତାମନ୍କେ ତିଆର୍ଲା ।
Wannan itace bisharar da ya alkawarta tuntuni ta wurin annabawansa ta wurin tsarkakakkun littattafan sa.
3 ୩ ଏ ସୁବ୍କବର୍ତେଇ ପରମେସରର୍ ପଅ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ବିସଇ ଆଚେ । ସେ ଏ ମଚ୍ପୁରେ ନର୍ ରୁପ୍ଦାରି ଦାଉଦର୍ ନାତିତିତି ଅଇ ଜାତ୍ ଅଇଲା ।
Game da Dansa ne, haifaffe daga zuriyar Dauda ga zancen jiki.
4 ୪ ମାତର୍ ସେ ପୁରାପୁରୁନ୍ ସୁକଲ୍ ରଇଲା, ଆରି ପର୍ମେସରର୍ ବଡ୍ ବପୁସଙ୍ଗ୍ ତାକେ ମଲାଟାନେଅନି ଉଟାଇଲା । ମଲାଟାନେଅନି ଉଟ୍ଲାର୍ପାଇ ସେ ପରମେସରର୍ ପଅ ବଲି ଦେକାଇଲା ।
Ta wurin tashinsa daga mattatu aka aiyana shi ya zama Dan Allah ta wurin ikon Ruhu na tsarkakewa. Yesu Almasihu Ubangijimu.
5 ୫ ପରମେସର୍ କିରିସ୍ଟର୍ ତେଇଅନି ମକେ ଗଟେକ୍ ପେରିତ୍ କଲାଆଚେ, ଜେନ୍ତାରି କି ସବୁ ଜଗତର୍ ଲକ୍ମନ୍କେ ତାର୍ ବିସଇ ଜାନାଇବି । ସେମନ୍ ସେଟା ବିସ୍ବାସ୍ କରି ମାନ୍ବାଇ ।
Ta wurinsa muka karbi alheri da manzanci sabo da biyayyar imani a cikin dukkan al'ummai, domin darajar sunansa.
6 ୬ ଏ ରମ୍ ଦେସର୍ ଲକ୍! ତମେମିସା ଜିସୁକିରିସ୍ଟର୍ ସିସ୍ ଅଇବାକେ ବାଚାଇ ଅଇଆଚାସ୍ ।
cikin wadannan al'ummai kwa, ku ma an kiraku ku zama na Yesu Almasihu.
7 ୭ ରମେ ରଇବା ସବୁ ଲକ୍କେ ଏ ଚିଟି ଲେକ୍ଲିନି । କାଇକେବଇଲେ ତମ୍କେ ପରମେସର୍ ଆଲାଦ୍ କଲାନି । ଆରି ତାର୍ ନିଜର୍ ଲକ୍ ଅଇବାକେ ଡାକି ଆଚେ । ଆମର୍ ବାବା ପରମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ଜିବନ୍ ଦୁକାଇ ସାନ୍ତି ଦେଅ ।
Wannan wasika ga dukkanku ne da kuke cikin Roma, kaunatattu na Allah, kirayayyun mutane tsarkakakku. Bari alheri ya kasance tare daku, da salama daga Allah Ubanmu, da kuma Ubangiji Yesu Almasihu.
8 ୮ ମୁଇ ତମ୍କେ ପର୍ତମେ ଏ ବିସଇ କଇବାକେ ମନ୍ କରି ରଇଲିଜେ, ତମର୍ ସବୁଲକର୍ପାଇ ମୁଇ ମାପ୍ରୁ ଜିସୁର୍ ନାଉଁ ଦାରି ପର୍ମେସର୍କେ ଦନିଅବାଦ୍ ଦେଲିନି । କାଇକେବଇଲେ ଗୁଲାଇ ଜଗତର୍ ଲକ୍, ତମେ ବିସ୍ବାସ୍ କରିରଇବା ବିସଇ ସୁନ୍ଲାଇନି ।
Abu na farko dai ina yi wa Allah na godiya ta wurin Yesu Almasihu domin ku duka, domin kuwa ana labarta bangaskiyarku ko ina a cikin dukkan duniya.
9 ୯ ମୁଇ ମର୍ ସବୁ ମନ୍ପରାନ୍ ଦେଇ ଜନ୍ ପରମେସର୍କେ ସେବା କଲିନି, ଆରି ଜନ୍ ପରମେସରର୍ ପଅର୍ ସୁବ୍ କବର୍ ଜାନାଇଲିନି, ସେ ପରମେସର୍ ମର୍ ସାକି ।
Domin kuwa Allah shi ne shaida ta, wanda nake bautawa a cikin ruhuna a cikin bisharar Dansa, yadda a koyaushe na ke ambaton ku.
10 ୧୦ ମୁଇ ପାର୍ତନା କଲାବେଲେ ତମ୍କେ ସବୁବେଲେ ଏତାଇଲିନି । ସେ ମନ୍ କଲେ, ମକେ ତମର୍ ଲଗେ ଜିବାକେ ବେଲା ଟିକ୍ କରି ଦେଅ ବଲି ପରମେସର୍କେ ଗୁଆରି କଲିନି ।
A kullum ina roko cikin addu'o'ina domin ta kowanne hali in yi nasarar zuwa gare ku da izinin Allah.
11 ୧୧ ତମର୍ ଲଗେ ଆଇବାକେ ମୁଇ ବେସି ମନ୍ କଲିନି । ମର୍ ପାଇରଇଲା ଆତ୍ମାର୍ ଦାନ୍ ବିସଇ ଜାନାଇବାଟାନେଅନି ତମର୍ ବିସ୍ବାସ୍ ଡାଟ୍ କରାଇବି ।
Gama ina marmarin ganin ku, domin in baku wata baiwa ta ruhaniya, domin in karfafa ku.
12 ୧୨ ଏଟାର୍ ଲାଗି ତମର୍ ବିସ୍ବାସେଅନି ମର୍ ବିସ୍ବାସ୍ ଡାଟ୍ ଅଇସି ଆରି ମର୍ ବିସ୍ବାସେଅନି ତମର୍ ବିସ୍ବାସ୍ ଡାଟ୍ ଅଇସି ।
Wato ina dokin in sami cikakkiyar karfafawa a cikin ku, ta wurin bangaskiyar junanmu, wato tawa da taku.
13 ୧୩ ବାଇବଇନିମନ୍, ତମର୍ ଟାନେ ଆଇବାକେ ମୁଇ ବେସି ତର୍ ମନ୍ କରିରଇଲି, ମାତର୍ ଦାରାବାନ୍ଦାଅଇ ଜାଇରଇଲି ଜେ ଆଜିକେ ଜାକ ଆସି ନାପାର୍ଲିନି । ବିନ୍ ବିନ୍ ଜାଗାର୍ ଜିଉଦି ନଇଲା ଲକ୍ମନର୍ ବିତ୍ରେ ସୁବ୍କବର୍ ଜାନାଇକରି ମକେ ଜେତ୍କି ସାର୍ଦା ମିଲ୍ଲା ଆଚେ, ତମର୍ ଜାଗାଇ ମିସା ସେଟା କର୍ବାକେ ମୁଇ ମନ୍ କଲିନି ।
Yanzu fa bana so ku rasa sani, yan'uwa, sau da yawa nake yin niyyar zuwa wurinku, amma har yanzu hakan din bata samu ba. Na so yin hakan din ne don in sami 'ya'ya na ruhu a cikinku kamar dai yadda ya ke a sauran Al'ummai.
14 ୧୪ କାଇକେବଇଲେ, ଗିରିକ୍ ଲକ୍ମନର୍ ପାରା ଗିଆନ୍ ରଇଲେ ମିସା, ମୁର୍କ ଲକ୍ ଅଇରଇଲେ ମିସା, ସିକିରଇବା ଲକ୍ ଅଇରଇଲେ ମିସା, କି ନ ସିକିରଇବା ଲକ୍ ଅଇରଇଲେ ମିସା, ଏ ସବୁ ଦଲର୍ ଲକ୍ମନର୍ ପାଇ ମର୍ ଦାଇତ୍ ଆଚେ ।
Ina dauke da nawayar Hellinawa da ta sauran jama'a, masu hikima da marasa hikima.
15 ୧୫ ସେଟାର୍ ପାଇ ରମ୍ ଗଡର୍ ଲକ୍, ତମର୍ ଲଗେ ମିସା ନିମାନ୍ କବର୍ ଜାନାଇବାକେ ମୁଇ ମନ୍ କଲିନି ।
Don a shirye na ke in sanar da bishara a gare ku, ku da kuke cikin Roma.
16 ୧୬ ସେ ସୁବ୍ କବର୍ଟାନେ ମର୍ ପୁରାପୁରୁନ୍ ଆସାଆଚେ, ସେଟା ସିଗ୍ ପର୍ତମେ ଜିଉଦି ଲକ୍ମନର୍ ପାଇ ଆରି ତାର୍ ପଚେ ବିସ୍ବାସ୍ କର୍ବା ଜିଉଦି ନଇଲା ଲକ୍ମନର୍ ପାଇ ପରମେସରର୍ ବଡ୍ ବପୁ ।
Don kuwa ni ba na jin kunyar yin bishara, don ita ce ikon Allah don samun ceto ga duk wanda ya gaskata, da farko dai Yahudawa kana kuma Hellinawa,
17 ୧୭ ଲକ୍ମନ୍ ପରମେସରର୍ ଲଗେ କେନ୍ତି ଦରମ୍ ଲକ୍ ବଲାଇ ଅଇ ପାର୍ବାଇ, ତାର୍ ଉପାଇ ତେଇ ଦେକାଇ ଦିଆଅଇଲା ଆଚେ । ଆରାମେ ଅନି ସାରାସାରିଜାକ ମୁକ୍ତି ପାଇବା ଗଟେକ୍ ମାତର୍ ଉପାଇ ଅଇଲାନି, ବିସ୍ବାସ୍ । ସାସ୍ତରର୍ ବାକିଅ ଇସାବେ “ଜେ ବିସ୍ବାସ୍ କରି ପରମେସରର୍ ମୁଆଟେ ଦରମ୍ ବଲାଇ ଅଇସି, ସେ ବଁଚ୍ସି ।”
Domin a cikin ta adalcin Allah ya bayyana daga bangaskiy zuwa bangaskiya, kamar yadda yake a rubuce, “Mai adalci zai rayu ne tawurin bangaskiya.”
18 ୧୮ ଜନ୍ ପାପି ଲକ୍ମନ୍ ନିଜର୍ କାରାପ୍ କାମେଅନି ସତ୍ ବିସଇ ଅଟ୍କାଇବାଇ, ସେମନର୍ ବିରଦେ ସର୍ଗେଅନି ପରମେସରର୍ ରିସା ଦେକାଇ ଅଇସି ।
Domin fushin Allah ya bayyana ne daga sama gaba da rashin ibada da rashin adalci na yan'adam, wadanda suke danne gaskiya ta wurin rashin adalcin su.
19 ୧୯ କାଇକେବଇଲେ ପରମେସରର୍ ବିସଇନେଇ ଜାଇଟା ଜାନ୍ବାର୍ ରଇଲା ସେମନ୍ ସେଟା ଜାନ୍ଲାଇ ଆଚତ୍ । ପରମେସର୍ ନିଜେ ସେଟା ଦେକାଇ ଦେଲାଆଚେ ।
Dalili kuwa abinda yakamata a sani game da Allah a bayyane ya ke a gare su. Domin kuwa Allah ya bayyana masu shi a zahiri.
20 ୨୦ ପରମେସର୍ ଜଗତ୍ ତିଆର୍ କଲାତେଇଅନି, ତାର୍ ନ ଦେକାଇଅଇବା ଗୁନ୍ ଅଇଲାନି, ତାର୍ କାବାଅଇଜିବା କାମ୍ ଆରି ନ ସାର୍ବା ବପୁ । ସେ ତିଆର୍ କଲା ବିସଇତେଇ ସେଟା ଦେକିଅଇଲାନି । ସେଟାର୍ ପାଇ ସେମନ୍ ନାଜାନୁବଲି କଇନାପାରତ୍ । (aïdios )
Domin al'amuransa da ba'a iya gani a bayyane suke tun halittar duniya. A na iya gane su ta wurin halitatattun abubuwa. Wadannan al'amura kuwa sune madawwamin ikonsa da Allahntakarsa. Sakamakon haka, wadannan mutane ba su da hujja. (aïdios )
21 ୨୧ ସେମନ୍ ପରମେସର୍କେ ଜାନିକରି ମିସା ନିକ ନାମତ୍ ନାଇ କି ତାକେ କାଇ ବିସଇ ନେଇକରି ମିସା ଦନିଅବାଦ୍ ଦେଅତ୍ ନାଇ । ସେମନ୍ ଚିନ୍ତା କର୍ବାଟା ସବୁ କାରାପ୍ ଆରି ତାକର୍ ଚୁଚାଇ ରଇବା ମନ୍, ଆନ୍ଦାରେ ଆଚେ ।
Dalili kuwa, koda suna jin sun san Allah, amma basu darajanta shi a matsayin Allah ba, ko kuma su nuna masa godiya. Maimakon haka, suka zama wawaye a cikin tunaninsu, zukatansu marasa tunani sun duhunta.
22 ୨୨ ସେମନ୍ ନିଜ୍କେ ଗିଆନି ବଲି ବାବ୍ଲାଇନି, ମାତର୍ ସତଇସେ ସେମନ୍ ବକୁଆ ।
Suna daukar kansu akan masu hikima ne su, amma sai ga su sun zama wawaye.
23 ୨୩ ସତ୍ ପରମେସର୍କେ ନ ନାମିକରି ନସିଜିବା ମୁନୁସ୍, ପସୁ, ଚଡଇ, ସାଁପ୍ପାରା ପୁତ୍ଲା ତିଆର୍ କରି ସେଟାମନ୍କେ ପୁଜା କଲାଇନି ।
Sun musanya daukakar Allah madawwami da ta kamannin abubuwan da basa dawwama, kamar mutum, da tsuntsaye, da dabbobi masu kafafu hurhudu, da masu jan ciki.
24 ୨୪ ସେଟାର୍ ପାଇ ପରମେସର୍ ସେମନ୍କେ ଚାଡିଦେଲାଆଚେ, ଆରି ସେମନ୍ ନିଜର୍ ନିଜର୍ ମନ୍ କଲା କାରାପ୍ କାମେ ବୁଡି ରଇଲାଇନି । ସେମନ୍ ତାକର୍ ତାକର୍ ବିତ୍ରେ ଲାଜ୍ଅଇଜିବା ମିସାବିଡା କର୍ବାଟା ସଙ୍ଗଇଆଚତ୍ ।
Saboda haka Allah ya bashe su ga sha'awoyin kazantar zukatansu, su wulakantar da jukunansu a junansu.
25 ୨୫ ସେମନ୍ ପରମେସରର୍ ବିସଇଟାନେ ରଇବା ସତ୍ ବାଦୁଲେ ମିଚ୍ ଦାରିକରି ଆଚତ୍ । ସବୁବେଲେ ଡାକ୍ପୁଟା ପାଇବା ପରମେସର୍କେ ପାର୍ତନା ନ କରି, ତିଆର୍ କଲା ଦିନ୍ସୁମନ୍କେ ପାର୍ତନା କଲାଇନି । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ! ଆମେନ୍ । (aiōn )
Sune suka musanya gaskiyar Allah da karya, Kuma suke sujada da bauta ga halittaccen abu, maimakon Mahaliccin, Wanda yake abin yabo har abada. Amin. (aiōn )
26 ୨୬ ସେମନ୍ ଲାଜ୍ଅଇଜିବା ପାପ୍କାମେ ବୁଡି ରଇଲାର୍ ପାଇ ପରମେସର୍ ସେମନ୍କେ ଚାଡି ଦେଲାଆଚେ । ତାକର୍ ମାଇଜିମନ୍ ନିଜର୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା ନ ଅଇ, କାରାପ୍ ଇସାବେ ବିନ୍ ମୁନୁସ୍ମନର୍ ସଙ୍ଗ୍ ସୁଆବସା କଲାଇନି ।
Saboda haka Allah ya bashe su, ga sha'awowin su na lalata da wulakanci, har matansu suka canza ka'idar jima'i da aka saba zuwa madigo mace da mace.
27 ୨୭ ସେନ୍ତାରିସେ ମୁନୁସ୍ମନ୍ ମିସା ଆଲାଦେ ମାଇଜି ସଙ୍ଗ୍ ସୁଆବସା ନ କରି ନିଜର୍ ନିଜର୍ ବିତ୍ରେ କାରାପ୍ ଅଇ ମିସାବିଡା ଅଇବା ଚିନ୍ତାଇ ଜଲି ଗାଲାଇନି । ମୁନୁସ୍ମନ୍ ତାକର୍ ତାକର୍ ବିତ୍ରେ ଲାଜ୍ ଅଇବା ଚଲାଚଲ୍ତି କଲାଇନି ଆରି ସେଟାର୍ ପାଇ ଡଣ୍ଡ୍ ପାଇବାକେ ତିଆର୍ ଅଇଲାଇନି ।
Mazajensu ma suka sauya ka'idar jima'i tsakanin mace da miji zuwa namiji da namiji suna yin aikin lalata. Maza su na kwana da maza suna aikata aikin ban kyama, suna kuwa girbe sakamakon aiknsu na ban kyama.
28 ୨୮ ଏ ଲକ୍ମନ୍ ପରମେସରର୍ ବିସଇନେଇ ନିମାନ୍ ବାବ୍ବାକେ ମନ୍ ନ କଲାର୍ ପାଇ, ପରମେସର୍ ସେମନ୍କେ ଚାଡି ଦେଲାଆଚେ । ଆରି ମନ୍ ବିତ୍ରେ କାରାପ୍ ଚିନ୍ତା କର୍ବାଟା କରତ୍ ବଲି ଚାଡିଦେଲାଆଚେ । ଏଟାର୍ପାଇ ସେମନ୍ ନ କର୍ବା କାମ୍ କର୍ବାଇ ।
Tunda shike ba su amince da Allah a cikkin al'amuransu ba, Allah ya bashe su ga bataccen hankalinsu, su aikata wadannan munanan abubuwa.
29 ୨୯ ତାକର୍ ବିତ୍ରେ ସବୁରକାମର୍ କାରାପ୍ ବିସଇ, ଜନ୍ଟାମନ୍କି, କାରାପ୍ ଚିନ୍ତା କର୍ବାଟା, ବାନିଆ ଚିନ୍ତା କର୍ବାଟା, ଲବାଇବାଟା, ଲାଁଚ୍ ନେବାଟା, ତାକର୍ ତାକର୍ ବିତ୍ରେ ଇଁସାତଲା ଅଇବାଟା, ନର୍ ମରାଇବାଟା, କିରମାର ଅଇବାଟା, ନାଡାଇବାଟା, ଆଁକାର୍ କର୍ବାଟା ଆରି କୁଟ୍କାତା ଅଇବାଟା ବର୍ତି ଅଇଆଚେ ।
Suna cike da dukkan rashin adalci, mugunta, kyashi, keta, kuma cike da kishi, kisan kai, tarzoma, makirci, da kuma munanan manufafofi.
30 ୩୦ ସେମନ୍ କାନେ ପୁସୁର୍ ପାସାର୍ ଅଇବାଟା, ବିନ୍ ଲକ୍କେ ନିନ୍ଦା କର୍ବାଟା, ପରମେସର୍କେ ଗିନ୍ କର୍ବାଟା, ବଡ୍ପନ୍ ଅଇବାଟା, ବଡ୍ପନିଆ କାତା ଅଇବାଟା, ବିନ୍ଲକ୍କେ ପାନ୍ଦେ ଅଦ୍ରାଇବାଟା, ଆରି ଆୟା ବାବାର୍ କାତା ନ ମାନ୍ବାଟା,
Masu gulma da kage, makiyan Allah. Masu tada zaune tsaye, masu taurin kai, da ruba, masu kaga kowadanne miyagun abubuwa, kuma masu kin yin biyayya ga iyayensu.
31 ୩୧ ଦରମ୍ ବିବେକ୍ ନ ଅଇବାଟା, କାତା ଦେଲା ପଚେ ସେଟା ବାଙ୍ଗାଇବାଟା, ତାକର୍ ବିତ୍ରେ ଆଲାଦ୍ ନ କର୍ବାଟା ଆରି ଜିବନ୍ ନ ଦୁକାଇବାଟା ।
Masu duhun zuciya; masu cin amana, marasa soyayya, da kuma rashin tausayi.
32 ୩୨ ଜନ୍ ଲକ୍ମନ୍ ଏନ୍ତି ଚଲାଚଲ୍ତି କର୍ବାଇ ସେମନ୍ ମରିଜିବାଟା ନିକ । ପରମେସରର୍ ଏ ନିୟମ୍ ସେମନ୍ ଜାନ୍ଲେ ମିସା ଏନ୍ତିସେ ଚଲାଚଲ୍ତି କର୍ବାଇ, ଅବ୍କା ସେଟା ନଏଁ, ମାତର୍ ଏନ୍ତି ଚଲାଚଲ୍ତି କର୍ବା ଲକର୍ ବାଟେ ଅଇକରି, ସାର୍ଦା ସଙ୍ଗ୍ ଏଟା ଟିକ୍ ବଲି ସେମନ୍କେ କଇବାଇ ।
Suna sane da tsarin Allah cewa masu yin irin wadannan al'amura sun cancanci hukuncin mutuwa. Ba kuwa yin wadannan abubuwan ka dai suke yi ba, harma goyon bayan masu yinsu suke yi.