< ପର୍କାସିତ 9 >
1 ୧ ତାର୍ପଚେ ପାଁଚ୍ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା! ବାଦଲେଅନି ଦର୍ତନି ଉପ୍ରେ ଅଦ୍ରି ରଇବା ଗଟେକ୍ ତାରା ଦେକ୍ଲି । ତାକେ ପାତାଲର୍ କୁଚିକାଡି ଦିଆଅଇରଇଲା । (Abyssos )
2 ୨ ସେ ତାରା ପାତାଲ୍ ଉଗାଡ୍ଲା ଆରି ତେଇଅନି ଗଟେକ୍ ଜଇଲାଗ୍ବା ବାଟି ଅନି ଦୁଆଁ ବାରଇଲା ପାରା ବାରଇଲା । ପାତାଲେଅନି ଆଇବା ଦୁଆଁର୍ ଲାଗି ବେଲର୍ ଉଜଲ୍ ଆରି ପବନ୍ ଆନ୍ଦାର୍ ଅଇଗାଲା । (Abyssos )
3 ୩ ଦର୍ତନିଟାନେ ରଇବା ଦୁଆଁର୍ ଲାଗି, ତେଇଅନି ଚିଟ୍କାମନ୍ ବାରଇଲାଇ । ସେଟାମନ୍କେ ବିସ୍କାକ୍ଡାର୍ ପାରା ବପୁ ଦିଆଅଇରଇଲା ।
4 ୪ ସେମନ୍କେ ଦର୍ତନିର୍ ଗାଁସ୍ କି ଗଚ୍ କି ବିନ୍ ବାଡର୍ ଗଚ୍କୁଟ୍କେ ମାରାନାଇ ବଲି କୁଆଅଇରଇଲା । ପର୍ମେସରର୍ ସିଲର୍ ଚିନ୍, ଜନ୍ ଲକ୍ମନର୍ କାପାଲେ ନ ରଇଲା, ସେମନ୍କେ ଆକା ମାର୍ବାକେ ଆଦେସ୍ ରଇଲା ।
5 ୫ ଏ ଲକ୍ମନ୍କେ ମରାଇବାକେ ଚିଟ୍କାମନ୍କେ ଆଦେସ୍ ନ ଦେଇରଇଲା । ମାତର୍ ପାଁଚ୍ମାସ୍ ଜାକ ସେମନ୍କେ କସ୍ଟ ଦେବାକେ ସେମନ୍ ଜନ୍ କସ୍ଟ ପାଇବାଇ, ସେଟା ଗଟେକ୍ ବିସ୍କାକ୍ଡା ଚାବ୍ଲାବେଲର୍ ଦୁକାପାରା ରଇସି ।
6 ୬ ସେ ପାଁଚ୍ମାସ୍ ଜାକ କେନ୍ତି କରି ମର୍ବୁ ବଲି ବାଟ୍ କଜ୍ବାଇ । ମାତର୍ ସେଟା ମିଲାଇନାପାରତ୍ । ସେମନ୍ ମର୍ବାକେ ବେସି ମନ୍ କର୍ବାଇ, ମାତର୍ ସେଟା ନ ଅଏ ।
7 ୭ ଜୁଇଦ୍ ପାଇ ତିଆର୍ ଅଇରଇବା ଗଡାମନର୍ପାରା ସେ ଚିଟ୍କାମନ୍ ଡିସ୍ତେରଇଲାଇ । ସେମନର୍ ମୁଣ୍ଡ୍ ସୁନାର୍ ମୁକୁଟ୍ ପିନ୍ଦି ରଇଲାଇ । ସେମନର୍ ମୁ ଲକ୍ମନର୍ ମୁ ପାରା ରଇଲା ।
8 ୮ ସେମନର୍ ଚେଣ୍ଡି ମାଇଜିଟକିମନର୍ପାରା ଆରି ଦାତ୍ ସିଅଁମନର୍ପାରା ରଇଲା । ତାକର୍ ବୁକେ ଲୁଆର୍ ସାଞ୍ଜୁ ଡାବିଅଇରଇଲା ।
9 ୯ ତାକର୍ ଡେନାମନ୍ ଜାଡ୍ଲେ ଜୁଇଦ୍କେ ଜିବା ଗଡାର୍ ରତର୍ ସବଦ୍ ପାରା ସୁନିଅଇତେରଇଲା ।
10 ୧୦ ବିସ୍କାକ୍ଡା ମନର୍ ପାରା ସେମନର୍ ଲେଞ୍ଜ୍ ଗଜିଆ ରଇଲା । ଆରି ବିସ୍କାକ୍ଡା ପାରା ଚାବ୍ତେରଇଲା । ପାଁଚ୍ମାସ୍ ଜାକ ଲକ୍ମନ୍କେ ନସାଇବାକେ ତାକର୍ ଲେଞ୍ଜର୍ ବପୁ ରଇଲା ।
11 ୧୧ ତାକର୍ ଉପ୍ରେ ଗଟେକ୍ ରାଜା ସାସନ୍ କର୍ତେରଇଲା । ସେ ପାତାଲେ ଦେକା ରକା କର୍ବା ଦୁତ୍ । ଏବ୍ରି ବାସାଇ ତାର୍ ନାଉଁ ଅଇଲାନି ଅବଦନ୍ । ଆରି ଗିରିକ୍ ବାସାଇ ଅପଲିୟନ୍ । ତାର୍ ଅରତ୍ ଅଇଲାନି କୁରୁପ୍ନାସ୍ କର୍ବା ଲକ୍ । (Abyssos )
12 ୧୨ ପର୍ତୁମର୍ ଡର୍ ଲାଗ୍ବା ଦୁକ୍ କସ୍ଟ ସାର୍ଲା । ତାର୍ପଚେ ଆରି ଦୁଇଟା ଅଦିକ୍ ଦୁକ୍ କସ୍ଟ ଅଇବାଟା ଆଇଲାନି ।
13 ୧୩ ତାର୍ପଚେ ଚଅ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା! ପର୍ମେସର୍ ମୁଆଁଟେ ରଇବା ସୁନା ବେଦିର୍ ଚାରିଟା କନେଅନି ମୁଇ ଗଟେକ୍ ସବଦ୍ ସୁନ୍ଲି ।
14 ୧୪ ସେ ସବଦ୍ ଚଅ ଲମର୍ ଦୁତ୍କେ କଇଲା, ବଡ୍ ଗାଡ୍ ଇଉପର୍ଟିସ୍ ଗାଡେ, ବାନ୍ଦି ସଙ୍ଗଇବା ଚାରିଟା ଦୁତ୍ମନ୍କେ ମୁକ୍ଲାଇଦେସ୍ ।
15 ୧୫ ଚାର୍ଟା ଦୁତ୍ମନ୍କେ ମୁକ୍ଲାଇଲା । ଗୁଲାଇ ମୁନୁସ୍ଜାତିର୍ ତିନ୍ ବାଗେଅନି ଗଟେକ୍ ବାଗ୍କେ ମରାଇବାକେ ସେମନ୍କେ ତିଆର୍ କରି ସଙ୍ଗଇରଇଲା । ଏ ସମାନ୍ ବରସର୍, ସମାନ୍ ମାସର୍, ସମାନ୍ ଦିନର୍, ସମାନ୍ ଗଁଟାର୍ପାଇ ସେମନ୍କେ ସଙ୍ଗଇରଇଲା ।
16 ୧୬ ତାର୍ପଚେ ଗଟେକ୍ ବଡ୍ଦଲ୍ ଅଇକରି ଗଡାଲଗେ ଆଇତେ ରଇବା ସନିଅମନ୍ ଜନ୍ଲକ୍ମନ୍ କି ଦୁଇସ ଲକିଅ ଲକ୍ମନ୍ ଆଚତ୍ ବଲି ସେମନ୍ କଇଲାଇ, ସେଟା ଦେକ୍ଲି ।
17 ୧୭ ମୁଇ ମର୍ ଦର୍ସନେ ଗଡାମନ୍କେ ଆରି ତାର୍ ଚାଲାଉମନ୍କେ ଦେକ୍ଲି । ତାକର୍ ସାଞ୍ଜୁମନ୍ ଜଇପାରା ରଙ୍ଗ୍ ଆରି ନିଲି ପାରା ନିଲିଆ, ଅଲ୍ଦି ପାରା ରଇଲା । ସେ ଗଡା ମନର୍ ମୁଣ୍ଡ୍ ସିଅଁମନର୍ ମୁଣ୍ଡ୍ ପାରା ରଇଲା । ଆରି ତାକର୍ ଟଣ୍ଡେଅନି ଜଇ ଦୁଆଁ ଆରି ରକତ୍ ପାରାଟା ବାରଇତେରଇଲା ।
18 ୧୮ ଗୁଲାଇ ମୁନୁସ୍ ଜାତିର୍ ତିନ୍ବାଗେ ଅନି ଗଟେକ୍ ବାଗ୍ ସେ ତିନ୍ଟା ମର୍ଡିର୍ଲାଗି ମରିଗାଲାଇ । ଗଡାମନର୍ ଟଣ୍ଡେଅନି ଆଇବା ଜଇ ଦୁଆଁ ଆରି ଗନ୍ଦ୍ପାରା ତିନ୍ଟା ମର୍ଡି ଅଇଲା ।
19 ୧୯ ଗଡାମନର୍ ବପୁ ତାକର୍ ଟଣ୍ଡେ ଆରି ତାକର୍ ଲେଞ୍ଜେ ମିସିକରି ରଇଲା । ତାକର୍ ଲେଞ୍ଜ୍ ମୁଣ୍ଡ୍ ରଇବା ସାଁପ୍ମନର୍ ପାରା ରଇଲା । ସେଟାସଙ୍ଗ୍ ସେମନ୍ ଲକ୍ମନ୍କେ ମାର୍ତେରଇଲାଇ ।
20 ୨୦ ଏ ମର୍ଡି ଅଇଲାର୍ ପାଇ ଜେତ୍କି ରଇଲା ମନସ୍ ଜାତି, ଆତେ ତିଆର୍କରି ରଇବାଟାକେ ଚାଡତ୍ନାଇ । ଗଚ୍ସଙ୍ଗ୍, ପାକ୍ନାସଙ୍ଗ୍, ପିତଲ୍ସଙ୍ଗ୍, ରୁପାସଙ୍ଗ୍ ଆରି ସୁନାସଙ୍ଗ୍ ତିଆର୍ କରିରଇବା ମୁର୍ତିମନ୍କେ ଆରି ଡୁମାମନ୍କେ ସେବା କର୍ବାଟା ସେମନ୍ ଚାଡତ୍ନାଇ ।
21 ୨୧ ସେମନ୍ ଚରାଇବାଟା, ବେସିଆ କାମ୍ କର୍ବାଟା, ଜାଦୁ ମଁତର୍ କର୍ବାଟା ଆରି ନର୍ ମରାଇବାଟା ମିସା ଚାଡତ୍ନାଇ ।