< ପର୍କାସିତ 20 >
1 ୧ ତାର୍ପଚେ ଏଦେ ଦେକା! ସର୍ଗେଅନି ଗଟେକ୍ ଦୁତ୍ ଉତ୍ରି ଆଇବାଟା ମୁଇ ଦେକ୍ଲି । ତାର୍ଲଗେ ପାତାଲର୍ କୁଚିକାଡି ଆରି ଗଟେକ୍ ବଜ୍ ରଇବା ସିକ୍ଲି ରଇଲା । (Abyssos )
ପରେ ମୁଁ ଜଣେ ଦୂତଙ୍କୁ ସ୍ୱର୍ଗରୁ ଓହ୍ଲାଇ ଆସିବାର ଦେଖିଲି। ତାହାଙ୍କ ହସ୍ତରେ ପାତାଳକୁଣ୍ଡର ଚାବି ଓ ଗୋଟିଏ ବୃହତ୍ ଜଞ୍ଜିର ଥିଲା। (Abyssos )
2 ୨ ସେ ଅସୁର୍ ସାଁପ୍କେ ଦାର୍ଲା । ଜନ୍ ଆଗର୍ କାଲେ ରଇଲା ସାଁପ୍, ସେଟା ଅଇଲାନି ସଇତାନ୍ । ତାକେ ଅଜାର୍ ବରସର୍ପାଇ ସିକ୍ଲିସଙ୍ଗ୍ ବାନ୍ଦିଦେଲା ।
ସେ ସେହି ସର୍ପ, ସେହି ପୁରାତନ ନାଗ, ଅର୍ଥାତ୍ ଦିଆବଳ ଓ ଶୟତାନକୁ ଧରି ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ବାନ୍ଧି ପକାଇଲେ,
3 ୩ ଦୁତ୍ ତାକେ ପାତାଲେ ପିଙ୍ଗିଦେଲା ଆରି କୁଚି ପାକାଇକରି ସିଲ୍ ମାର୍ଲା । ଏନ୍ତାରି କଲାକେ ଅଜାର୍ ବରସ୍ ନ ସାର୍ତେ ସେ ବିନ୍ ବିନ୍ ରାଇଜର୍ ଲକ୍ମନ୍କେ ଆରି ନାଡାଇ ନାପାରେ । ତାର୍ପଚେ ଚନେକର୍ପାଇ ତାକେ ଚାଡିଦେବାଇ । (Abyssos )
ପୁଣି, ତାହାକୁ ପାତାଳକୁଣ୍ଡରେ ନିକ୍ଷେପ କରି ସେଥିର ମୁଖ ବନ୍ଦ କଲେ ଓ ତାହା ଉପରେ ମୁଦ୍ରାଙ୍କ ଦେଲେ, ଯେପରି ସେହି ଏକ ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ସେ ଜାତିସମୂହକୁ ଆଉ ଭ୍ରାନ୍ତ କରିପାରିବ ନାହିଁ; ଏହାପରେ ଅଳ୍ପ କାଳ ନିମନ୍ତେ ତାହାକୁ ମୁକ୍ତ ହେବାକୁ ହେବ। (Abyssos )
4 ୪ ତାର୍ପଚେ ମୁଇ କେତେଟା ବସ୍ବା ଜାଗାମନ୍ ଦେକ୍ଲି । ଜେତ୍କି ଲକ୍ ବସ୍ବା ଜାଗାଇ ବସିରଇଲାଇ, ସେମନ୍କେ ନିଆଇ କର୍ବାକେ ବପୁ ଦିଆଅଇରଇଲା । ଆରି ତାଡ୍ନା ପାଇ ମରାଇଅଇରଇବା ଆତ୍ମାମନ୍କେ ଦେକ୍ଲି । ଜିସୁ ଜାନାଇରଇଲା ସତ୍ ଆରି ପର୍ମେସରର୍ ବାକିଅ ସେମନ୍ ଜାନାଇରଇଲାଇ । ପସୁକେ କି ତାର୍ ମୁର୍ତିକେ ସେମନ୍ ଜୁଆର୍ କରତ୍ନାଇ । ପସୁର୍ ଚିନ୍ ତାକର୍ କାପାଲେ କି ତାକର୍ ଆତେ ଗଦିଅଅତ୍ ନାଇ । ସେମନ୍ ଜିବନ୍ ପାଇଲାଇ ଆରି ଅଜାର୍ ବରସ୍ଜାକ କିରିସ୍ଟସଙ୍ଗ୍ ରାଜା ଇସାବେ ସାସନ୍ କଲାଇ ।
ପରେ ମୁଁ ସିଂହାସନସମୂହ ଦେଖିଲି; ସେହିସବୁ ଉପରେ କେତେକ ବ୍ୟକ୍ତି ଉପବେଶନ କଲେ, ସେମାନଙ୍କୁ ବିଚାର କରିବାର କ୍ଷମତା ଦିଆଗଲା। ଆଉ ଯୀଶୁଙ୍କ ସାକ୍ଷ୍ୟ ଓ ଈଶ୍ବରଙ୍କ ବାକ୍ୟ ନିମନ୍ତେ ଯେଉଁମାନଙ୍କର ମସ୍ତକ ଛେଦନ ହୋଇଥିଲା, ପୁଣି, ଯେଉଁମାନେ ସେହି ପଶୁକୁ ବା ତାହାର ପ୍ରତିମାକୁ ପ୍ରଣାମ କରି ନ ଥିଲେ ଓ ତାହାର ଚିହ୍ନ ଆପଣା ଆପଣା କପାଳରେ ଓ ହସ୍ତରେ ଧାରଣ କରି ନ ଥିଲେ, ସେମାନଙ୍କ ଆତ୍ମାମାନଙ୍କୁ ଦେଖିଲି; ସେମାନେ ଜୀବିତ ହୋଇ ଖ୍ରୀଷ୍ଟଙ୍କ ସହିତ ଏକ ସହସ୍ର ବର୍ଷ ପର୍ଯ୍ୟନ୍ତ ରାଜତ୍ୱ କଲେ।
5 ୫ ଅଜାର୍ ବରସ୍ ନ ସାର୍ବାଜାକ ମରିଜାଇରଇବା ଜେତ୍କି ବାକି ଲକ୍ ଜିବନ୍ ପାଅତ୍ନାଇ । ଏଟାଆକା ପର୍ତୁମ୍ ଜିବନ୍ ପାଇବାଟା ।
ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ।
6 ୬ ମଲାତେଇଅନି ପର୍ତମେ ଜେତ୍କି ଲକ୍କେ ଉଟାଇରଇଲାଇ, ସେମନ୍ କେଡେକ୍ କରମର୍ ଲକ୍ । ପଚର୍ ମରନ୍ ତାକର୍ ଉପ୍ରେ ସାସନ୍ ନ କରେ । ସେମନ୍ ପର୍ମେସରର୍ ଆରି କିରିସ୍ଟର୍ ପୁଜାରି ଅଇବାଇ । ସେମନ୍ ତାକର୍ ସଙ୍ଗ୍ ଅଜାର୍ବରସ୍ ଜାକ ସାସନ୍ କର୍ବାଇ ।
ଯେଉଁମାନେ ପ୍ରଥମ ପୁନରୁତ୍ଥାନର ଅଂଶୀ ହୁଅନ୍ତି, ସେମାନେ ଧନ୍ୟ ଓ ପବିତ୍ର; ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁର କୌଣସି ଅଧିକାର ନାହିଁ, ବରଂ ସେମାନେ ଈଶ୍ବରଙ୍କ ଓ ଖ୍ରୀଷ୍ଟଙ୍କ ଯାଜକ ହୋଇ ଏକ ହଜାର ବର୍ଷ ପର୍ଯ୍ୟନ୍ତ ତାହାଙ୍କ ସହିତ ରାଜତ୍ୱ କରିବେ।
7 ୭ ଅଜାର୍ ବରସ୍ ସାର୍ଲାପଚେ ବନ୍ଦିଗରେଅନି ସଇତାନ୍କେ ମୁକ୍ଲାଇବାଇ ।
ସେହି ଏକ ହଜାର ବର୍ଷ ଶେଷ ହୁଅନ୍ତେ ଶୟତାନ କାରାଗାରରୁ ମୁକ୍ତ ହେବ;
8 ୮ ତେଇଅନି ଜଗତର୍ ରାଇଜ୍ମନ୍କେ ନାଡାଇବାକେ, ଗୁଲାଇ ଜଗତେ ବିଚିଅଇରଇବା ରାଇଜ୍ମନ୍କେ ନାଡାଇବାକେ ସେ ବାରଇସି । ସେଟା ଅଇଲାନି ଗଗ୍ ଆରି ମାଗଗ୍ । ସଇତାନ୍ ସେମନ୍କେ ଜୁଇଦ୍ କର୍ବାକେ ରୁଣ୍ଡାଇସି । ସମ୍ଦୁରେ ରଇବା ବାଲି ଜେତ୍କି ଆଚେ, ସେତ୍କି ଲକ୍ ସେମନ୍ ରଇବାଇ ।
ସେଥିରେ ସେ ପୃଥିବୀର ଚାରି କୋଣରେ ଥିବା ଜାତିସମୂହକୁ, ଅର୍ଥାତ୍ ସମୁଦ୍ରର ବାଲୁକା ସଦୃଶ ଅସଂଖ୍ୟ ଯେ ଗୋଗ୍ ଓ ମାଗଗ୍, ସେମାନଙ୍କୁ ଭ୍ରାନ୍ତ କରି ଯୁଦ୍ଧ ନିମନ୍ତେ ଏକତ୍ର କରିବାକୁ ବାହାରିଯିବ।
9 ୯ ସେମନ୍ ଗୁଲାଇ ଜଗତେ ବିଚି ଅଇବାଇ । ଆରି ପର୍ମେସରର୍ ଲକ୍ ବାସାଅଇରଇବା ଜାଗାଇ ଆରି ସେ ମନ୍କର୍ବା ନଅରର୍ ଚାରିବେଟ୍ତି ଆଇବାଇ । ମାତର୍ ଏଦେ ଦେକା! ସର୍ଗେଅନି ଜଇ ଅଦ୍ରି ସେମନ୍କେ କୁରୁପ୍ନାସ୍ କଲା ।
ସେମାନେ ପୃଥିବୀର ପ୍ରଶସ୍ତ ସ୍ଥାନରେ ବିସ୍ତାରିତ ହୋଇ ସାଧୁମାନଙ୍କ ଶିବିର ଓ ପ୍ରିୟତମା ନଗରୀକୁ ବେଷ୍ଟନ କଲେ। ସେତେବେଳେ ସ୍ୱର୍ଗରୁ ଅଗ୍ନି ପଡ଼ି ସେମାନଙ୍କୁ ଗ୍ରାସ କଲା।
10 ୧୦ ତାର୍ପଚେ ସଇତାନ୍ ଜେ କି ସେମନ୍କେ ନାଡାଇଲା, ଜଇ ଆରି ଗନ୍ଦ୍ରସ୍ ରଇବା ଗାଡେ ପିଙ୍ଗାଅଇଲା । ସେ ପସୁ ଆରି ମିଚ୍ କଇବା ବବିସତ୍ବକ୍ତା ଆଗେଅନି ତେଇ ପିଙ୍ଗାଅଇରଇଲାଇ । ସେମନ୍ ତେଇରଇକରି ଦିନ୍ ରାତି କାଲ୍ କାଲ୍ ଜୁଗ୍ ଜୁଗ୍ ସେ ଲକ୍ମନ୍କେ କାବା କରିରଇଲା, ତାକେ ଜଇ ଆରି ଗନ୍ଦ୍ତେ ରଇବା ଗାଡେ ନସ୍ଟ କରାଇଲା, ସେ ତେଇ ସେ ପସୁ ଆରି ମିଚ୍ସିକିଆ ଦେଉଁ ବାବବାଦିମନ୍ ମିସା ଆଚତ୍, ଆରି ସେ ଲକ୍ମନ୍ ଦିନ୍ରାତିଜାକ କସ୍ଟ ବଗ୍ବାଇ । (aiōn , Limnē Pyr )
ଯେଉଁ ଶୟତାନ ସେମାନଙ୍କୁ ଭ୍ରାନ୍ତ କରିଥିଲା, ତାହାକୁ ଅଗ୍ନି ଓ ଗନ୍ଧକମୟ ହ୍ରଦରେ ନିକ୍ଷେପ କରାଗଲା, ସେଠାରେ ସେହି ପଶୁ ଓ ଭଣ୍ଡ ଭାବବାଦୀ ମଧ୍ୟ ଅଛନ୍ତି; ପୁଣି, ସେମାନେ ଦିବାରାତ୍ର ଯୁଗେ ଯୁଗେ ଯନ୍ତ୍ରଣା ଭୋଗ କରିବେ। (aiōn , Limnē Pyr )
11 ୧୧ ତାର୍ପଚେ ମୁଇ ଗଟେକ୍ ବଡ୍ଟା ଦବ୍ ବସ୍ବା ଜାଗା ଆରି ଜେ ତାର୍ ଉପ୍ରେ ବସିରଇଲା, ତାକେ ଦେକ୍ଲି । ସରଗ୍ ଆରି ଦର୍ତନି ତାର୍ ମୁଆଟେଅନି ପାଲାଇଲାଇ ଆରି କେବେ ଡିସତ୍ନାଇ ।
ତତ୍ପରେ ମୁଁ ଗୋଟିଏ ବୃହତ୍ ଶୁଭ୍ରବର୍ଣ୍ଣ ସିଂହାସନ ଓ ସେଠାରେ ବସିଥିବା ଜଣେ ବ୍ୟକ୍ତିଙ୍କୁ ଦର୍ଶନ କଲି; ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ।
12 ୧୨ ତାର୍ପଚେ ମୁଇ ଜେତ୍କି ମଲା ବଡ୍ ସାନ୍ ଲକ୍କେ ଦେକ୍ଲି । ସେମନ୍ ବସ୍ବା ଜାଗାର୍ ମୁଆଟେ ଟିଆଅଇରଇବାଟା ମୁଇ ଦେକ୍ଲି । ବଇମନ୍ ଉଗାଡି ଅଇଲା, ଜିବନ୍ ରଇବା ଲକ୍ମନର୍ ବଇ ମିସା ଉଗାଡି ଅଇଲା । ସେମନ୍ କଲା କାମ୍ ଇସାବେ ମଲା ଲକ୍ମନ୍କେ ବିଚାର୍ କଲାଇ । ସେମନ୍ କରିରଇବା କାମ୍ମନ୍ ବଇଟାନେ ଆଗ୍ତୁଅନି ଲେକା ଅଇରଇଲା ।
ପୁଣି, ମୁଁ କ୍ଷୁଦ୍ର ଓ ମହାନ ସମସ୍ତ ମୃତ ଲୋକଙ୍କୁ ସିଂହାସନର ସମ୍ମୁଖରେ ଠିଆ ହୋଇଥିବାର ଦେଖିଲି, ଆଉ ପୁସ୍ତକସବୁ ଫିଟାଗଲା; ପରେ ଜୀବନ ପୁସ୍ତକ ନାମକ ଆଉ ଗୋଟିଏ ପୁସ୍ତକ ଫିଟାଗଲା; ସେହି ପୁସ୍ତକମାନଙ୍କରେ ଲିଖିତ ବିଷୟ ପ୍ରମାଣେ ମୃତମାନେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ।
13 ୧୩ ତାର୍ ପଚେ ସମ୍ଦୁରେ ଜେତ୍କିଲକ୍ ମରିରଇଲାଇ, ସେମନ୍ ବାରଇଆଇଲାଇ । ମରନ୍ ଆରି ପାତାଲ୍ ମିସା ସେମନ୍ ଦାରିରଇବା ମଲାଲକ୍ମନ୍କେ ଚାଡିଦେଲାଇ । ସେମନ୍କେ ସବୁକେ କରିରଇବା କାମ୍ ଇସାବେ ବିଚାର୍ନା କଲାଇ । (Hadēs )
ସମୁଦ୍ର ଆପଣାର ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲା, ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତମାନଙ୍କୁ ସମର୍ପଣ କଲେ; ପୁଣି, ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। (Hadēs )
14 ୧୪ ତାର୍ପଚେ ମଲା ଲକର୍ ଜାଗାଇଅନି ଆଇଲା ସବୁଲକର୍ ଗାଗଡ୍ ଆରି ଆତ୍ମା, ଜଇର୍ ଗାଡେ ପିଙ୍ଗ୍ଲାଇ । ସେ ଗାଡ୍ ଅଇଲାନି ଦୁଇ ଲମରର୍ ମରନ୍ (Hadēs , Limnē Pyr )
ତତ୍ପରେ ମୃତ୍ୟୁ ଓ ପାତାଳକୁ ଅଗ୍ନିମୟ ହ୍ରଦରେ ପକାଗଲା। ଏହି ମୃତ୍ୟୁ, ଅର୍ଥାତ୍ ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ। (Hadēs , Limnē Pyr )
15 ୧୫ ସେ ବେଲେ ଜେତ୍କି ଲକର୍ ନାଉଁ ଜିବନ୍ ରଇବା ବଇଟାନେ ଲେକା ନ ଅଇରଇଲା, ସେ ସବୁଲକ୍କେ ଜଇଲାଗ୍ବା ଗାଡେ ପିଙ୍ଗା ଅଇଲା । (Limnē Pyr )
ଯାହାର ନାମ ଜୀବନ ପୁସ୍ତକରେ ଲେଖା ହୋଇଥିବାର ଦେଖା ନ ଗଲା, ତାହାକୁ ଅଗ୍ନିମୟ ହ୍ରଦରେ ପକାଗଲା। (Limnē Pyr )