< ପିଲିପିୟ 2 >

1 ଜଦି କିରିସ୍‌ଟର୍‌ ସଙ୍ଗ୍‍ ମିସ୍‌ଲାର୍‌ ପାଇ ତମର୍‌ ମନ୍‌ ସାର୍‌ଦା ଅଇଲାଆଚେ, ଆରି ତାର୍‌ ଆଲାଦର୍‌ ଲାଗି ସାନ୍ତି ପାଇଆଚାସ୍‌, ଜଦି ସୁକଲ୍‌ଆତ୍‌ମାର୍‌ ସଙ୍ଗ୍‍ ମିସିବିଡିକରି ଆଚାସ୍‌, ଆରି ଜଦି କିରିସ୍‌ଟ ତମ୍‌କେ ଜିବନ୍‌ ଦୁକାଇ ଦୟା ଦେକାଇଆଚେ,
ଅତଏବ, ଯଦି ଖ୍ରୀଷ୍ଟଙ୍କ ସହଭାଗିତାରେ କୌଣସି ଉତ୍ସାହ, କୌଣସି ପ୍ରେମପୂର୍ଣ୍ଣ ସାନ୍ତ୍ୱନା, ଆତ୍ମାଙ୍କ କୌଣସି ସହଭାଗିତା, ପୁଣି, କୌଣସି ପ୍ରେମପୂର୍ଣ୍ଣ କରୁଣା ଓ ଦୟା ଥାଏ,
2 ସେନ୍ତାର୍‌ଆଲେ, ମୁଇ ତମ୍‌କେ ଜୁଆର୍‌ କରି କଇଲିନି, ତମର୍‌ ତମର୍‌ ବିତ୍‌ରେ ଗଟେକ୍‌ ମନ୍‌ ଉଆ । ଗଟେକ୍‌ ଲକ୍‌ ଆରି ଗଟେକ୍‌ ଲକ୍‌କେ ସମାନ୍‌ ଇସାବେ ଆଲାଦ୍‌ କରା । ଗଟେକ୍‌ ଚିନ୍ତା କରା ଆରି ତମର୍‌ ଆତ୍‌ମାଇ ଗଟେକ୍‌ ଅଇକରି ତମର୍‌ ବାବ୍‌ବାଟା ଗଟେକ୍‌ ଅ । ଏନ୍ତାରି କରି ମକେ ପୁରାପୁରୁନ୍‌ ସାର୍‌ଦା କରାଆ ।
ତାହାହେଲେ ତୁମ୍ଭେମାନେ ଏକମନା, ଏକ ପ୍ରେମରେ ପ୍ରେମୀ, ଏକଚିତ୍ତ ଓ ଏକଭାବାପନ୍ନ ହୋଇ ମୋହର ଆନନ୍ଦ ପୂର୍ଣ୍ଣ କର,
3 ବିନ୍‌ ଲକ୍‌ମନର୍‌ ଟାନେଅନି ନିଜେ ବଡ୍‌ ଅଇବାକେ ଚେସ୍‌ଟା କରାନାଇ । ଅବ୍‌କା ବଡ୍‌ପନ୍‌ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍‌ ବାଦୁଲେ ନିଜ୍‌କେ ସାନ୍‌ କରା । ବିନ୍‌ ଲକର୍‌ ଟାନେଅନି, ନିଜେ ମୁଇ ବଡ୍‌ ବଲି ବାବାନାଇ ।
ସ୍ୱାର୍ଥପରତା ଅବା ଅସାର ଗର୍ବ ହେତୁ କିଛି କର ନାହିଁ, ବରଂ ନମ୍ରଚିତ୍ତ ହୋଇ ପ୍ରତ୍ୟେକେ ଅନ୍ୟକୁ ଆପଣାଠାରୁ ଶ୍ରେଷ୍ଠ ମନେ କର;
4 ମର୍‌ ନିଜର୍‌ପାଇ କାଇଟାକଲେ ଅଦିକ୍‌ ନିକ ରଇସି ବଲି ଅବ୍‌କା ସେଟାସେ ବାବି ବାବି ରୁଆନାଇ । ବିନ୍‌ ଲକର୍‌ପାଇ ଜନ୍‌ ବିସଇ ନିକ ରଇସି, ସେଟାମିସା ଏତାଇରୁଆ ।
ପ୍ରତି ଜଣ କେବଳ ଆପଣା ବିଷୟରେ ମନୋଯୋଗୀ ନ ହୋଇ ଅନ୍ୟର ବିଷୟରେ ମଧ୍ୟ ମନୋଯୋଗୀ ହୁଅ।
5 କିରିସ୍‌ଟ ଜିସୁର୍‌ ମନ୍‌ ଜେନ୍ତି ରଇଲା, ତମର୍‌ ମନ୍‌ମିସା ସେ ରକାମ୍‌ ଅ ।
ଖ୍ରୀଷ୍ଟ ଯୀଶୁଙ୍କର ଯେପରି ମନ ଥିଲା, ତୁମ୍ଭମାନଙ୍କର ସେହିପରି ମନ ହେଉ;
6 ସେ ପର୍‌ମେସରର୍‌ ପାରା ସବୁ ରକାମ୍‌ ରଇଲେ ମିସା, ତାର୍‍ ସଙ୍ଗ୍‍ ସମାନ୍‌ଅଇ ରଇବା ଅଦିକାର୍‌ ନିଜର୍‌ପାଇ ଦାରିକରି ରଇବି ବଲି ମନ୍‌ କରେ ନାଇ ।
ସେ ଈଶ୍ବରରୂପୀ ହେଲେ ହେଁ ଈଶ୍ବରଙ୍କ ସହିତ ସମାନ ହୋଇ ରହିବା ନିଜ ନିମନ୍ତେ ଧରି ରଖିବାର ବିଷୟ ମନେ କଲେ ନାହିଁ,
7 ତାର୍‌ ବାଦୁଲେ ସେ ନିଜେ ମନ୍‌କରି, ତାକେ ରଇଲା ସବୁଟା ଚାଡିଦେଇ ଗଟେକ୍‌ ଗତିଦାଙ୍ଗ୍‌ଡାର୍‍ ରୁପ୍‌ ଦାରିଆଇଲା । ନର୍‌ ଲକ୍‌ ପାରା ଅଇକରି ନର୍‌ ଲକର୍‌ ବାନିମୁର୍‌ତି ଦାରି ଜାତ୍‌ଅଇଲା ।
କିନ୍ତୁ ମନୁଷ୍ୟ ସଦୃଶ ହୋଇ ଦାସରୂପ ଧାରଣ କରି ଆପଣାକୁ ଶୂନ୍ୟ କଲେ;
8 ନର୍‌ଲକ୍‌ ପାରା ଅଇ ଆଇଲାପଚେ, ସେ ପର୍‌ମେସରର୍‌ ଆଦେସ୍‌ ମାନିକରି, ନିଜ୍‌କେ ଆରି ଅଦିକ୍‌ ସାନ୍‌କଲା । ଲକ୍‌ମନ୍‌ ମରାଅତ୍‌ବଲି ସର୍‌ପାଇଅଇଲା । ଅବ୍‌କା ମର୍‌ବାକେ ନାଇ, ମାତର୍‌ କୁରୁସ୍‌ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା ।
ପୁଣି, ମନୁଷ୍ୟ ଭାବରେ ଦେଖାଯାଇ ମୃତ୍ୟୁ ପର୍ଯ୍ୟନ୍ତ, ହଁ, କ୍ରୁଶୀୟ ମୃତ୍ୟୁ ପର୍ଯ୍ୟନ୍ତ ଆଜ୍ଞାବହ ହୋଇ ଆପଣାକୁ ଅବନତ କଲେ।
9 ତେବର୍‌ପାଇ ପର୍‌ମେସର୍‌ ତାକେ ସବୁର୍‌ତେଇଅନି ଉପ୍‌ରେ ଉଟାଇଲା । ଆରି ସବୁର୍‌ ନାଉଁଟାନେଅନି ଅଦିକ୍‌ ଡାକ୍‌ପୁଟା ଆରି ଅଦିକାର୍‌ ରଇବା ନାଉଁ ତାକେ ଦେଲା ।
ଏହି କାରଣରୁ ଈଶ୍ବର ତାହାଙ୍କୁ ଅତିଶୟ ଉନ୍ନତ କରିଅଛନ୍ତି, ପୁଣି, ସମସ୍ତ ନାମ ଅପେକ୍ଷା ସର୍ବୋତ୍କୃଷ୍ଟ ନାମ ତାହାଙ୍କୁ ପ୍ରଦାନ କରିଅଛନ୍ତି,
10 ୧୦ ଜେନ୍ତିକି ସରଗ୍‌ପୁରେ, ମଚ୍‌ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍‌ କର୍‌ବାଇ । ସେଟାର୍‌ପାଇ ପର୍‌ମେସର୍‌ ଏ ସବୁ କଲାଆଚେ ।
ଯେପରି ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳରେ ଥିବା ପ୍ରତ୍ୟେକ ଆଣ୍ଠୁ ଯୀଶୁଙ୍କ ନାମରେ ନତ ହେବ,
11 ୧୧ ଆରି ସବୁ ଲକ୍‌ ଜିସୁକିରିସ୍‌ଟସେ ମାପ୍‌ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍‌ମେସର୍‌ ଡାକ୍‌ପୁଟା ପାଇସି ।
ପୁଣି, ପିତା ଈଶ୍ବରଙ୍କ ଗୌରବ ନିମନ୍ତେ ପ୍ରତ୍ୟେକ ଜିହ୍ୱା ଯୀଶୁ ଖ୍ରୀଷ୍ଟ ପ୍ରଭୁ ବୋଲି ସ୍ୱୀକାର କରିବ।
12 ୧୨ ତେବର୍‌ ପାଇ, ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ତମେ ଜେନ୍ତାରିକି, ମାପ୍‌ରୁର୍‌ ଆଦେସ୍‌ ମାନିକରି ରଇଆଚାସ୍‌, ଜାଗିରଇ ଡରିକରି ତମର୍‌ ମୁକ୍‌ତିର୍‌ କାମ୍‌ ପୁରାପୁରୁନ୍‌ କରା । ମୁଇ ରଇଲାବେଲେସେ ନାଇ, ମାତର୍‌ ମୁଇ ଦୁରିକେ ରଇଲେ ମିସା ଏଟା କରା ।
ଅତଏବ, ହେ ମୋହର ପ୍ରିୟମାନେ, ଯେପରି ତୁମ୍ଭେମାନେ ସର୍ବଦା ଆଜ୍ଞାବହ ହୋଇଅଛ, କେବଳ ମୋହର ଉପସ୍ଥିତିରେ କଲା ପରି ନୁହେଁ, କିନ୍ତୁ ବର୍ତ୍ତମାନ ମୋହର ଅନୁପସ୍ଥିତିରେ ଆହୁରି ଅଧିକ ରୂପେ ଭୟ ଓ କମ୍ପ ସହ ଆପଣା ଆପଣା ପରିତ୍ରାଣ ସାଧନ କର,
13 ୧୩ ପର୍‌ମେସର୍‌ ନିଜେ ତମର୍‌ ବିତ୍‌ରେ ଏ କାମ୍‌ କଲାର୍‌ପାଇ ତମେ ଏଟା କରିପାର୍‌ସା । ତମ୍‌କେ ଜାଇଟା କରତ୍‌ ବଲି ସେ ମନ୍‍ କଲାନି, ସେ ସମାନ୍‌ ମନ୍‍ କର୍‍ବାଟା, ତମ୍‌କେ ମିସା ଦେଇସି । ଆରି ସେଟା କର୍‌ବାକେ ବପୁ ମିସା ଦେଇସି ।
କାରଣ ଇଚ୍ଛା କରିବାକୁ ଓ ସାଧନ କରିବାକୁ ଈଶ୍ବର ଆପଣା ମଙ୍ଗଳମୟ ସଙ୍କଳ୍ପର ସଫଳତା ନିମନ୍ତେ ତୁମ୍ଭମାନଙ୍କ ଅନ୍ତରରେ କାର୍ଯ୍ୟ କରନ୍ତି।
14 ୧୪ ମୁର୍‌ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍‌ଜାକ କାମ୍‌ କରା ।
ବଚସା ଓ ତର୍କବିତର୍କ ବିନା ସମସ୍ତ କାର୍ଯ୍ୟ କର,
15 ୧୫ ଏନ୍ତାରିକଲେ, ତମେ କାରାପ୍‌ କାମ୍‌ କଲାସ୍‌ନି ବଲି ବିନ୍‌ଲକ୍‌ କାଇ ଦସ୍‌ ନ ଦାରତ୍‌ ଆରି ତମେ ସୁକଲ୍‌ ଅଇସା । ପାପ୍‌କରି କାରାପ୍‌ କାମ୍‌ କର୍‌ବା ଲକ୍‌ମନର୍‌ ମଜାଇ ପର୍‌ମେସରର୍‌ ସିଦ୍‌ ପିଲାଟକି ଇସାବେ ତମେ ରଇସା । ତାକର୍‌ ବିତ୍‌ରେ ଆନ୍ଦାର୍‌ ଜଗତେ ଉଜଲ୍‌ ଜଟକ୍‌ଲା ପାରା ତମର୍‌ ଚଲାଚଲ୍‌ତି ଡିସ୍‌ସି ।
ଯେପରି ତୁମ୍ଭେମାନେ ନିର୍ଦ୍ଦୋଷ ଓ ଅମାୟିକ ହୋଇ ଏହି କୁଟିଳ ବିପଥଗାମୀ ବଂଶ ମଧ୍ୟରେ ଈଶ୍ବରଙ୍କ ଅନିନ୍ଦନୀୟ ସନ୍ତାନସନ୍ତତି ହୁଅ; ସେମାନଙ୍କ ମଧ୍ୟରେ ତୁମ୍ଭେମାନେ ଜୀବନର ବାକ୍ୟ ଧରି ଜଗତରେ ଜ୍ୟୋତିଃ ସ୍ୱରୂପ ପ୍ରକାଶ ପାଉଅଛ;
16 ୧୬ ନ ସାର୍‌ବା ଜିବନର୍‌ କବର୍‌ ସବୁ ଲକ୍‌କେ ଜାନାଆ । ଏନ୍ତାରିକଲେ, କିରିସ୍‌ଟ ବାଅଡ୍‌ବା ଦିନେ ମୁଇ ତମର୍‌ ବିସଇର୍‌ ଲାଗି ବଡ୍‌ପନ୍‌ ଅଇବି । ତମର୍‌ ବିତ୍‌ରେ ଆବଡ୍‌ ଅଇକରି କରିରଇବା କାମ୍‌ ଚୁଚାଇ ଅଏ ନାଇ ବଲି ସେ ଦିନେ ଡିସ୍‌ସି ।
ସେଥିରେ ମୁଁ ଯେ ବୃଥାରେ ଦୌଡ଼ି ନାହିଁ କିଅବା ବୃଥାରେ ପରିଶ୍ରମ କରି ନାହିଁ, ସେ ସମ୍ବନ୍ଧରେ ଖ୍ରୀଷ୍ଟଙ୍କ ପୁନରାଗମନ ଦିନରେ ଦର୍ପ କରିପାରିବି।
17 ୧୭ ସୁବ୍‌କବର୍‌ ବିସ୍‌ବାସ୍‌ କଲାର୍‌ପାଇ, ତମେ ଜେନ୍ତାରି ଦୁକ୍‌ କସ୍‌ଟ ପାଇକରି ମୁରଚ୍‌ଲାସ୍‌ନି, ସେନ୍ତାରିସେ ମୁଇ ମିସା ସୁବ୍‌କବର୍‌ ଜାନାଇଲାର୍‌ ପାଇ ଦୁକ୍‌ କସ୍‌ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍‌ଦା ଅଇ ତମର୍‌ସଙ୍ଗ୍‍ ସାର୍‌ଦା କର୍‌ବି ।
ହଁ, ଆଉ ଯଦି ମୋହର ରକ୍ତ ତୁମ୍ଭମାନଙ୍କ ବିଶ୍ୱାସ ସମ୍ବନ୍ଧୀୟ ସେବାରେ ପେୟ ନୈବେଦ୍ୟ ପରି ଢଳା ଯାଏ, ତେବେ ମଧ୍ୟ ମୁଁ ଆନନ୍ଦିତ ଓ ତୁମ୍ଭ ସମସ୍ତଙ୍କ ସହିତ ଉଲ୍ଲସିତ।
18 ୧୮ ସେନ୍ତାରିସେ ତମେମିସା ସାର୍‌ଦା ଅଇକରି ମର୍‌ସଙ୍ଗ୍‍ ସାର୍‌ଦା କର୍‌ବାର୍‌ ଆଚେ ।
ଆଉ, ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆନନ୍ଦ କର ଓ ମୋʼ ସହିତ ଉଲ୍ଲାସ କର।
19 ୧୯ ଜଦି ମାପ୍‌ରୁ ମନ୍‍କଲେ, ତିମତିକେ ତମର୍‌ଟାନେ ଦାପ୍‌ରେ ପାଟାଇବାକେ ମନ୍‍ କଲିନି । ତାର୍‌ଟାନେଅନି ତମେ ନିକ ଆଚାସ୍‌ ବଲି ସୁନ୍‌ଲେ, ମୁଇ ମିସା ସାର୍‌ଦା ଅଇବି ।
କିନ୍ତୁ ମୁଁ ତୁମ୍ଭମାନଙ୍କ ନିକଟକୁ ତୀମଥିଙ୍କୁ ଶୀଘ୍ର ପଠାଇବି ବୋଲି ପ୍ରଭୁ ଯୀଶୁଙ୍କଠାରେ ଭରସା କରୁଅଛି, ଯେପରି ତୁମ୍ଭମାନଙ୍କ ଅବସ୍ଥା ବିଷୟ ଜାଣି ମୁଁ ମଧ୍ୟ ଉତ୍ସାହିତ ହେବି।
20 ୨୦ ତିମତିକେ ଚାଡିଦେଲେ ଆରି ତମର୍‌ ବିସଇ କେ ମିସା, ଅଦିକ୍‌ ଚିନ୍ତା କର୍‌ବା ଲକ୍‌ ମର୍‌ ଲଗେ ନାଇ । ସେ ତମର୍‌ ଦୁକ୍‌ ସୁକ୍‌ ବିସଇନେଇ ସତଇସେ ଚିନ୍ତା କର୍‌ସି ।
କାରଣ ଯେ ତୁମ୍ଭମାନଙ୍କ ବିଷୟରେ ପ୍ରକୃତରେ ମନୋଯୋଗ କରିବ, ଏପରି ସମଭାବାପନ୍ନ ଲୋକ ତାହାଙ୍କ ବିନା ମୋʼ ନିକଟରେ ଆଉ କେହି ନାହିଁ।
21 ୨୧ ମୁଇ କାଇକେ ଏନ୍ତାରି କଇଲିନି ବଇଲେ, ସବୁ ଲକ୍‌ ନିଜର୍‌ ନିଜର୍‌ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କର୍‌ବାଇ । ଜିସୁକିରିସ୍‌ଟ ମନ୍‍ କଲାଟା ପୁରାପୁରୁନ୍‌ କର୍‌ବାକେ ମନ୍‌ କରତ୍‌ ନାଇ ।
ଯେଣୁ ସମସ୍ତେ ଯୀଶୁ ଖ୍ରୀଷ୍ଟଙ୍କ ବିଷୟ ଚେଷ୍ଟା ନ କରି ସ୍ୱାର୍ଥ ଚେଷ୍ଟା କରନ୍ତି।
22 ୨୨ ତମେତା ଜାନିଆଚାସ୍‌, ତିମତି ନିଜ୍‌କେ ସତ୍‌ବାବେ କାମ୍‌ କର୍‌ବା ଲକ୍‌ ପାରା ଦେକାଇଅଇଆଚେ । ସେ ଜେନ୍ତିକି ଗଟେକ୍‌ ପଅ, ତାର୍‌ ବାବା ସଙ୍ଗ୍‍ ସେବା କର୍‌ସି, ସେନ୍ତାରିସେ ସେ ମର୍‌ସଙ୍ଗ୍‍ ସୁବ୍‌କବର୍‌ ଜାନାଇବା କାମେ ମିସିଆଚେ ।
ସେ ଯେ ପରୀକ୍ଷାସିଦ୍ଧ ଲୋକ, ଏହା ତୁମ୍ଭେମାନେ ଜାଣ; ପୁତ୍ର ପିତାର ସେବା କଲା ପରି ସେ ତ ସୁସମାଚାର କାର୍ଯ୍ୟରେ ମୋʼ ସହିତ ସେବା କରିଥିଲେ।
23 ୨୩ ତେବର୍‌ ପାଇ, ମକେ କାଇଟା ଗଟ୍‌ସି, ସେଟା ଜାନ୍‌ଲା ଦାପ୍‌ରେ, ତାକେ ତମର୍‌ ଲଗେ ପିଲିପିତେଇ ପାଟାଇବି ବଲିକରି ଆସା କଲିନି ।
ଅତଏବ, ମୋʼ ପ୍ରତି କଅଣ ଘଟିବ, ତାହା ଜାଣିବାମାତ୍ର ତାହାଙ୍କୁ ପଠାଇବି ବୋଲି ଭରସା କରୁଅଛି;
24 ୨୪ ମୁଇ ମାପ୍‌ରୁର୍‌ ଲଗେ ବିସ୍‌ବାସ୍‌ କଲିନିଜେ, ମୁଇ ନିଜେ ମିସା ଦାପ୍‌ରେ ତମ୍‌କେ ଦେକ୍‌ବାକେ ଆଇବି ।
କିନ୍ତୁ ମୁଁ ପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି ଯେ, ମୁଁ ନିଜେ ମଧ୍ୟ ଶୀଘ୍ର ଯିବି।
25 ୨୫ ମାତର୍‌ ଆମର୍‌ ବାଇ ଏପାପର୍‌ଦିତକେ ତମର୍‌ଟାନେ ପାଟାଇବି ବଲି ମୁ ମନେ ମନେ ବାବ୍‌ଲିନି । ସେ ମର୍‌ ସଙ୍ଗ୍‍ କାମ୍‌ କରି ସୁବ୍‍କବରର୍‌ ଦେକାରକା ପାଇ ଆବଡ୍‍ କଲା । ତମର୍‌ ବାଦୁଲେ ମର୍‌ ସବୁ ବିସଇ ପୁରାପୁରୁନ୍‌ କର୍‌ବାକେ ତାକେ ତମେ ପାଟାଇରଇଲାସ୍‌ ।
କିନ୍ତୁ ମୁଁ ମୋହର ଭ୍ରାତା, ସହକର୍ମୀ, ସହସେନା ଓ ମୋହର ଅଭାବ ପୂରଣ ନିମନ୍ତେ ତୁମ୍ଭମାନଙ୍କର ପ୍ରେରିତ ଓ ସେବକ ଏପାଫ୍ରାଦିତଙ୍କୁ ତୁମ୍ଭମାନଙ୍କ ନିକଟକୁ ପଠାଇବା ପାଇଁ ଆବଶ୍ୟକ ମନେ କଲି;
26 ୨୬ କାଇକେ ବଇଲେ ସେ ତମ୍‌କେ ଦେକ୍‌ବାକେ ବେସି ମନ୍‍ କଲାନି । ଆରି ତାକେ ବେମାର୍‌ ଦାରାଇ ଅଇଆଚେ ବଲିକରି ତମେ ସୁନିକରି ଦାନ୍ଦାପାନ୍ଦା ଅଇରଇଲାସ୍‌ ବଲି ସେ ଜାନିରଇଲା ।
କାରଣ ସେ ତୁମ୍ଭ ସମସ୍ତଙ୍କୁ ଦେଖିବା ପାଇଁ ଅତ୍ୟନ୍ତ ଇଚ୍ଛୁକ, ପୁଣି, ସେ ପୀଡ଼ିତ ଅଛନ୍ତି ବୋଲି ତୁମ୍ଭେମାନେ ଶୁଣିଥିବାରୁ ଅତ୍ୟନ୍ତ ବ୍ୟଥିତ;
27 ୨୭ ଉଁ, ସେ ମର୍‌ବା ଉପ୍‌ରେ ରଇଲା । ଆରି ପର୍‌ମେସର୍‌ ତାକେ ଦୟାକଲା । ଅବ୍‌କା ତାକେସେ ନାଇ, ମାତର୍‌ ଜେନ୍ତିକି ମର୍‌ପାଇ ଦୁକ୍‌ଉପ୍‌ରେ ଦୁକ୍‌ ନ ଆସ ବଲି ମକେ ମିସା ଦୟାକଲା ।
ହଁ, ସେ ମୃତ୍ୟୁ ସରିକି ପୀଡ଼ିତ ହୋଇଥିଲେ, କିନ୍ତୁ ଈଶ୍ବର ତାହାଙ୍କୁ ଦୟା କଲେ, ଆଉ କେବଳ ତାହାଙ୍କୁ ନୁହେଁ, ମାତ୍ର ଯେପରି ମୋʼ ପ୍ରତି ଦୁଃଖ ଉପରେ ଦୁଃଖ ଘଟିବ ନାହିଁ, ଏଥିପାଇଁ ମୋʼ ଉପରେ ମଧ୍ୟ ଦୟା କଲେ।
28 ୨୮ ତେବର୍‌ପାଇ ମୁଇ ତାକେ ଆରିତରେକ୍‌ ବେସି ସାର୍‌ଦା ସଙ୍ଗ୍‍ ପାଟାଇଲିନି । ଜେନ୍ତିକି ତମେ ତାକେ ଆରିତରେକ୍‌ ଦେକି ସାର୍‌ଦା ଅଇସା ଆରି ମୁଇ ମିସା ଦୁକ୍‌ ନ କରି ।
ଏଣୁ ତୁମ୍ଭେମାନେ ଯେପରି ତାହାଙ୍କୁ ପୁନର୍ବାର ଦେଖି ଆନନ୍ଦ କର ଓ ମୋʼ ଦୁଃଖ ଯେପରି ଊଣା ପଡ଼େ, ଏଥିପାଇଁ ମୁଁ ତାହାଙ୍କୁ ପଠାଇବା ନିମନ୍ତେ ଅଧିକ ଯତ୍ନବାନ ହେଲି।
29 ୨୯ ତେବର୍‌ପାଇ ତାକେ ଗଟେକ୍‌ ବିସ୍‌ବାସି ବାଇ ଇସାବେ ସାର୍‌ଦା ସଙ୍ଗ୍‍ ଡାକିନିଆ । ତାର୍‌ପାରା ଲକ୍‌ମନ୍‌କେ ସନ୍‌ମାନ୍‌ ଦିଆସ୍‌ ।
ଅତଏବ, ପ୍ରଭୁଙ୍କ ହେତୁ ତାହାଙ୍କୁ ଅତି ଆନନ୍ଦରେ ଗ୍ରହଣ କର, ଆଉ ଏହି ପ୍ରକାର ବ୍ୟକ୍ତିମାନଙ୍କୁ ସମାଦର କର;
30 ୩୦ କାଇକେବଇଲେ କିରିସ୍‌ଟର୍‌ ଲାଗି ବଲିକରି ସେ ତାର୍‌ ଜିବନ୍‌ ବିପଦେ ପାକାଇଲା । ଆରି ତମେ ମର୍‌ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍‌ କଲା ।
କାରଣ ମୋʼ ପ୍ରତି ତୁମ୍ଭମାନଙ୍କ ସେବାରେ ଯାହା କିଛି ଅଭାବ, ତାହା ପୂରଣ କରିବାକୁ ସେ ଖ୍ରୀଷ୍ଟଙ୍କ କାର୍ଯ୍ୟରେ ଆପଣା ଜୀବନ ବିପଦଗ୍ରସ୍ତ କରି ମୃତପ୍ରାୟ ହୋଇଥିଲେ।

< ପିଲିପିୟ 2 >