< ପିଲିପିୟ 2 >
1 ୧ ଜଦି କିରିସ୍ଟର୍ ସଙ୍ଗ୍ ମିସ୍ଲାର୍ ପାଇ ତମର୍ ମନ୍ ସାର୍ଦା ଅଇଲାଆଚେ, ଆରି ତାର୍ ଆଲାଦର୍ ଲାଗି ସାନ୍ତି ପାଇଆଚାସ୍, ଜଦି ସୁକଲ୍ଆତ୍ମାର୍ ସଙ୍ଗ୍ ମିସିବିଡିକରି ଆଚାସ୍, ଆରି ଜଦି କିରିସ୍ଟ ତମ୍କେ ଜିବନ୍ ଦୁକାଇ ଦୟା ଦେକାଇଆଚେ,
2 ୨ ସେନ୍ତାର୍ଆଲେ, ମୁଇ ତମ୍କେ ଜୁଆର୍ କରି କଇଲିନି, ତମର୍ ତମର୍ ବିତ୍ରେ ଗଟେକ୍ ମନ୍ ଉଆ । ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ସମାନ୍ ଇସାବେ ଆଲାଦ୍ କରା । ଗଟେକ୍ ଚିନ୍ତା କରା ଆରି ତମର୍ ଆତ୍ମାଇ ଗଟେକ୍ ଅଇକରି ତମର୍ ବାବ୍ବାଟା ଗଟେକ୍ ଅ । ଏନ୍ତାରି କରି ମକେ ପୁରାପୁରୁନ୍ ସାର୍ଦା କରାଆ ।
3 ୩ ବିନ୍ ଲକ୍ମନର୍ ଟାନେଅନି ନିଜେ ବଡ୍ ଅଇବାକେ ଚେସ୍ଟା କରାନାଇ । ଅବ୍କା ବଡ୍ପନ୍ କାତା କଇବାକେ କାଇ ବିସଇ ମିସା କରାନାଇ । ତାର୍ ବାଦୁଲେ ନିଜ୍କେ ସାନ୍ କରା । ବିନ୍ ଲକର୍ ଟାନେଅନି, ନିଜେ ମୁଇ ବଡ୍ ବଲି ବାବାନାଇ ।
4 ୪ ମର୍ ନିଜର୍ପାଇ କାଇଟାକଲେ ଅଦିକ୍ ନିକ ରଇସି ବଲି ଅବ୍କା ସେଟାସେ ବାବି ବାବି ରୁଆନାଇ । ବିନ୍ ଲକର୍ପାଇ ଜନ୍ ବିସଇ ନିକ ରଇସି, ସେଟାମିସା ଏତାଇରୁଆ ।
5 ୫ କିରିସ୍ଟ ଜିସୁର୍ ମନ୍ ଜେନ୍ତି ରଇଲା, ତମର୍ ମନ୍ମିସା ସେ ରକାମ୍ ଅ ।
6 ୬ ସେ ପର୍ମେସରର୍ ପାରା ସବୁ ରକାମ୍ ରଇଲେ ମିସା, ତାର୍ ସଙ୍ଗ୍ ସମାନ୍ଅଇ ରଇବା ଅଦିକାର୍ ନିଜର୍ପାଇ ଦାରିକରି ରଇବି ବଲି ମନ୍ କରେ ନାଇ ।
7 ୭ ତାର୍ ବାଦୁଲେ ସେ ନିଜେ ମନ୍କରି, ତାକେ ରଇଲା ସବୁଟା ଚାଡିଦେଇ ଗଟେକ୍ ଗତିଦାଙ୍ଗ୍ଡାର୍ ରୁପ୍ ଦାରିଆଇଲା । ନର୍ ଲକ୍ ପାରା ଅଇକରି ନର୍ ଲକର୍ ବାନିମୁର୍ତି ଦାରି ଜାତ୍ଅଇଲା ।
8 ୮ ନର୍ଲକ୍ ପାରା ଅଇ ଆଇଲାପଚେ, ସେ ପର୍ମେସରର୍ ଆଦେସ୍ ମାନିକରି, ନିଜ୍କେ ଆରି ଅଦିକ୍ ସାନ୍କଲା । ଲକ୍ମନ୍ ମରାଅତ୍ବଲି ସର୍ପାଇଅଇଲା । ଅବ୍କା ମର୍ବାକେ ନାଇ, ମାତର୍ କୁରୁସ୍ କାଟେ କୁଟିମାରାଇଅଇ ଚଗାଇଅଇବାକେ ମିସା ।
9 ୯ ତେବର୍ପାଇ ପର୍ମେସର୍ ତାକେ ସବୁର୍ତେଇଅନି ଉପ୍ରେ ଉଟାଇଲା । ଆରି ସବୁର୍ ନାଉଁଟାନେଅନି ଅଦିକ୍ ଡାକ୍ପୁଟା ଆରି ଅଦିକାର୍ ରଇବା ନାଉଁ ତାକେ ଦେଲା ।
10 ୧୦ ଜେନ୍ତିକି ସରଗ୍ପୁରେ, ମଚ୍ପୁରେ ଆରି ପାତାଲେ ରଇବା ସବୁ, ଜିସୁକେ ମାଣ୍ଡିକୁଟା ଦେଇ ଜୁଆର୍ କର୍ବାଇ । ସେଟାର୍ପାଇ ପର୍ମେସର୍ ଏ ସବୁ କଲାଆଚେ ।
11 ୧୧ ଆରି ସବୁ ଲକ୍ ଜିସୁକିରିସ୍ଟସେ ମାପ୍ରୁ ବଲି ମାନିଅଇବାଇ । ଏନ୍ତାରି ଅଇଲେ ବାବା ପର୍ମେସର୍ ଡାକ୍ପୁଟା ପାଇସି ।
12 ୧୨ ତେବର୍ ପାଇ, ଏ ମର୍ ଆଲାଦର୍ ମଇତର୍ମନ୍, ତମେ ଜେନ୍ତାରିକି, ମାପ୍ରୁର୍ ଆଦେସ୍ ମାନିକରି ରଇଆଚାସ୍, ଜାଗିରଇ ଡରିକରି ତମର୍ ମୁକ୍ତିର୍ କାମ୍ ପୁରାପୁରୁନ୍ କରା । ମୁଇ ରଇଲାବେଲେସେ ନାଇ, ମାତର୍ ମୁଇ ଦୁରିକେ ରଇଲେ ମିସା ଏଟା କରା ।
13 ୧୩ ପର୍ମେସର୍ ନିଜେ ତମର୍ ବିତ୍ରେ ଏ କାମ୍ କଲାର୍ପାଇ ତମେ ଏଟା କରିପାର୍ସା । ତମ୍କେ ଜାଇଟା କରତ୍ ବଲି ସେ ମନ୍ କଲାନି, ସେ ସମାନ୍ ମନ୍ କର୍ବାଟା, ତମ୍କେ ମିସା ଦେଇସି । ଆରି ସେଟା କର୍ବାକେ ବପୁ ମିସା ଦେଇସି ।
14 ୧୪ ମୁର୍ମୁରା ଆରି କିରଜାଟି ନ ଅଇକରି ସବୁ ଲକ୍ଜାକ କାମ୍ କରା ।
15 ୧୫ ଏନ୍ତାରିକଲେ, ତମେ କାରାପ୍ କାମ୍ କଲାସ୍ନି ବଲି ବିନ୍ଲକ୍ କାଇ ଦସ୍ ନ ଦାରତ୍ ଆରି ତମେ ସୁକଲ୍ ଅଇସା । ପାପ୍କରି କାରାପ୍ କାମ୍ କର୍ବା ଲକ୍ମନର୍ ମଜାଇ ପର୍ମେସରର୍ ସିଦ୍ ପିଲାଟକି ଇସାବେ ତମେ ରଇସା । ତାକର୍ ବିତ୍ରେ ଆନ୍ଦାର୍ ଜଗତେ ଉଜଲ୍ ଜଟକ୍ଲା ପାରା ତମର୍ ଚଲାଚଲ୍ତି ଡିସ୍ସି ।
16 ୧୬ ନ ସାର୍ବା ଜିବନର୍ କବର୍ ସବୁ ଲକ୍କେ ଜାନାଆ । ଏନ୍ତାରିକଲେ, କିରିସ୍ଟ ବାଅଡ୍ବା ଦିନେ ମୁଇ ତମର୍ ବିସଇର୍ ଲାଗି ବଡ୍ପନ୍ ଅଇବି । ତମର୍ ବିତ୍ରେ ଆବଡ୍ ଅଇକରି କରିରଇବା କାମ୍ ଚୁଚାଇ ଅଏ ନାଇ ବଲି ସେ ଦିନେ ଡିସ୍ସି ।
17 ୧୭ ସୁବ୍କବର୍ ବିସ୍ବାସ୍ କଲାର୍ପାଇ, ତମେ ଜେନ୍ତାରି ଦୁକ୍ କସ୍ଟ ପାଇକରି ମୁରଚ୍ଲାସ୍ନି, ସେନ୍ତାରିସେ ମୁଇ ମିସା ସୁବ୍କବର୍ ଜାନାଇଲାର୍ ପାଇ ଦୁକ୍ କସ୍ଟ ପାଇକରି ମରିମିସା ଜିବି । ସେନ୍ତାରିଅଇଲେ ମିସା ମୁଇ ନିଜେ ସାର୍ଦା ଅଇ ତମର୍ସଙ୍ଗ୍ ସାର୍ଦା କର୍ବି ।
18 ୧୮ ସେନ୍ତାରିସେ ତମେମିସା ସାର୍ଦା ଅଇକରି ମର୍ସଙ୍ଗ୍ ସାର୍ଦା କର୍ବାର୍ ଆଚେ ।
19 ୧୯ ଜଦି ମାପ୍ରୁ ମନ୍କଲେ, ତିମତିକେ ତମର୍ଟାନେ ଦାପ୍ରେ ପାଟାଇବାକେ ମନ୍ କଲିନି । ତାର୍ଟାନେଅନି ତମେ ନିକ ଆଚାସ୍ ବଲି ସୁନ୍ଲେ, ମୁଇ ମିସା ସାର୍ଦା ଅଇବି ।
20 ୨୦ ତିମତିକେ ଚାଡିଦେଲେ ଆରି ତମର୍ ବିସଇ କେ ମିସା, ଅଦିକ୍ ଚିନ୍ତା କର୍ବା ଲକ୍ ମର୍ ଲଗେ ନାଇ । ସେ ତମର୍ ଦୁକ୍ ସୁକ୍ ବିସଇନେଇ ସତଇସେ ଚିନ୍ତା କର୍ସି ।
21 ୨୧ ମୁଇ କାଇକେ ଏନ୍ତାରି କଇଲିନି ବଇଲେ, ସବୁ ଲକ୍ ନିଜର୍ ନିଜର୍ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କର୍ବାଇ । ଜିସୁକିରିସ୍ଟ ମନ୍ କଲାଟା ପୁରାପୁରୁନ୍ କର୍ବାକେ ମନ୍ କରତ୍ ନାଇ ।
22 ୨୨ ତମେତା ଜାନିଆଚାସ୍, ତିମତି ନିଜ୍କେ ସତ୍ବାବେ କାମ୍ କର୍ବା ଲକ୍ ପାରା ଦେକାଇଅଇଆଚେ । ସେ ଜେନ୍ତିକି ଗଟେକ୍ ପଅ, ତାର୍ ବାବା ସଙ୍ଗ୍ ସେବା କର୍ସି, ସେନ୍ତାରିସେ ସେ ମର୍ସଙ୍ଗ୍ ସୁବ୍କବର୍ ଜାନାଇବା କାମେ ମିସିଆଚେ ।
23 ୨୩ ତେବର୍ ପାଇ, ମକେ କାଇଟା ଗଟ୍ସି, ସେଟା ଜାନ୍ଲା ଦାପ୍ରେ, ତାକେ ତମର୍ ଲଗେ ପିଲିପିତେଇ ପାଟାଇବି ବଲିକରି ଆସା କଲିନି ।
24 ୨୪ ମୁଇ ମାପ୍ରୁର୍ ଲଗେ ବିସ୍ବାସ୍ କଲିନିଜେ, ମୁଇ ନିଜେ ମିସା ଦାପ୍ରେ ତମ୍କେ ଦେକ୍ବାକେ ଆଇବି ।
25 ୨୫ ମାତର୍ ଆମର୍ ବାଇ ଏପାପର୍ଦିତକେ ତମର୍ଟାନେ ପାଟାଇବି ବଲି ମୁ ମନେ ମନେ ବାବ୍ଲିନି । ସେ ମର୍ ସଙ୍ଗ୍ କାମ୍ କରି ସୁବ୍କବରର୍ ଦେକାରକା ପାଇ ଆବଡ୍ କଲା । ତମର୍ ବାଦୁଲେ ମର୍ ସବୁ ବିସଇ ପୁରାପୁରୁନ୍ କର୍ବାକେ ତାକେ ତମେ ପାଟାଇରଇଲାସ୍ ।
26 ୨୬ କାଇକେ ବଇଲେ ସେ ତମ୍କେ ଦେକ୍ବାକେ ବେସି ମନ୍ କଲାନି । ଆରି ତାକେ ବେମାର୍ ଦାରାଇ ଅଇଆଚେ ବଲିକରି ତମେ ସୁନିକରି ଦାନ୍ଦାପାନ୍ଦା ଅଇରଇଲାସ୍ ବଲି ସେ ଜାନିରଇଲା ।
27 ୨୭ ଉଁ, ସେ ମର୍ବା ଉପ୍ରେ ରଇଲା । ଆରି ପର୍ମେସର୍ ତାକେ ଦୟାକଲା । ଅବ୍କା ତାକେସେ ନାଇ, ମାତର୍ ଜେନ୍ତିକି ମର୍ପାଇ ଦୁକ୍ଉପ୍ରେ ଦୁକ୍ ନ ଆସ ବଲି ମକେ ମିସା ଦୟାକଲା ।
28 ୨୮ ତେବର୍ପାଇ ମୁଇ ତାକେ ଆରିତରେକ୍ ବେସି ସାର୍ଦା ସଙ୍ଗ୍ ପାଟାଇଲିନି । ଜେନ୍ତିକି ତମେ ତାକେ ଆରିତରେକ୍ ଦେକି ସାର୍ଦା ଅଇସା ଆରି ମୁଇ ମିସା ଦୁକ୍ ନ କରି ।
29 ୨୯ ତେବର୍ପାଇ ତାକେ ଗଟେକ୍ ବିସ୍ବାସି ବାଇ ଇସାବେ ସାର୍ଦା ସଙ୍ଗ୍ ଡାକିନିଆ । ତାର୍ପାରା ଲକ୍ମନ୍କେ ସନ୍ମାନ୍ ଦିଆସ୍ ।
30 ୩୦ କାଇକେବଇଲେ କିରିସ୍ଟର୍ ଲାଗି ବଲିକରି ସେ ତାର୍ ଜିବନ୍ ବିପଦେ ପାକାଇଲା । ଆରି ତମେ ମର୍ଲାଗି ବଲିକରି ସେବାକାମେ ଜାଇଟାସବୁ ଉନା ଅଇଲାଆଚେ, ସେଟା ସବୁଜାକ ସେ ପୁରାପୁରୁନ୍ କଲା ।