< ମାତିଉ 8 >
1 ୧ ଜିସୁ ଡଙ୍ଗ୍ରେ ଅନି ଉତ୍ରି ଆଇଲା ଦାପ୍ରେ, ବେସି ଲକ୍ମନ୍ ତାର୍ ପଚେ ପଚେ ଇଣ୍ଡ୍ଲାଇ ।
ଯୀଶୁ ପାହାଡ ଉପରୁ ଓହ୍ଲାଇ ଆସନ୍ତେ ବହୁସଂଖ୍ୟକ ଲୋକ ତାହାଙ୍କ ପଛେ ପଛେ ଚାଲିଲେ।
2 ୨ ସେବେଲେ ଗଟେକ୍ ବଡ୍ ରଗି ଜିସୁର୍ ମୁଆଟେ ଆସି ମାଣ୍ଡିକୁଟା ଦେଇ କଇଲା, “ଏ ମାପ୍ରୁ, ତମେ ଜଦି ମନ୍ କଲାସ୍ନି ବଇଲେ ମକେ ସୁକଲ୍ କରି ପାରାସ୍ ।”
ଆଉ ଦେଖ, ଜଣେ କୁଷ୍ଠରୋଗୀ ତାହାଙ୍କ ପାଖକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ତାହାହେଲେ ମୋତେ ଶୁଚି କରିପାରନ୍ତି।
3 ୩ ତେଇ ଜିସୁ ଆତ୍ ଲାମାଇ ତାକେ ଚିଇ କଇଲା, “ମୁଇ ମନ୍ କଲିନି, ସୁକଲ୍ ଅ ।” ଜିସୁ ଏତ୍କି କଇଲା ଦାପ୍ରେ ସେ ଲକ୍ ବଡ୍ ରଗେଅନି ନିକ ଅଇଲା ।
ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, “ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ।” ସେହିକ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା।
4 ୪ ଜିସୁ ତାକେ କଇଲା, “ସୁନ୍, ତୁଇ କେନ୍ତିଅଇ ନିକ ଅଇଲୁସ୍, ଏ କାତା କାକେ ମିସା କ ନାଇ, ମାତର୍ ସିଦା ପୁଜାରିର୍ ଲଗେ ଜାଇକରି ନିଜ୍କେ ଦେକାଇ ଅ, ଆରି ତୁଇ ନିକ ଅଇ ଆଚୁସ୍ ବଲି ସବୁ ଲକର୍ ଟାନେ ଜାନାଇଅଇବାକେ ମସାର୍ ନିୟମ୍ ଇସାବେ ପର୍ମେସର୍କେ ସର୍ପିଦେସ୍ ।”
ଆଉ ଯୀଶୁ ତାହାକୁ କହିଲେ, “ସାବଧାନ, କାହାକୁ କୁହ ନାହିଁ, କିନ୍ତୁ ଯାଅ, ନିଜକୁ ଯାଜକଙ୍କୁ ଦେଖାଅ, ପୁଣି, ମୋଶା ଯେଉଁ ନୈବେଦ୍ୟ ବିଷୟରେ ଆଦେଶ ଦେଇଅଛନ୍ତି, ତାହା ସେମାନଙ୍କ ପାଖରେ ସାକ୍ଷ୍ୟ ଦେବା ପାଇଁ ଉତ୍ସର୍ଗ କର।”
5 ୫ ଜିସୁ କପର୍ନାଉମ୍ ସଅରେ କେଟ୍ଲା । ସେଦାପ୍ରେ ଗଟେକ୍ ରମିୟ ସନିଅମନର୍ ମୁକିଅ ତାକେ ବେଟ୍ ଅଇକରି ବାବୁଜିଆ କରି କଇଲା ।
ଯୀଶୁ କଫର୍ନାହୂମ ନଗରରେ ପ୍ରବେଶ କରନ୍ତେ ଜଣେ ଶତ-ସେନାପତି ତାହାଙ୍କ ପାଖକୁ ଆସି ବିନତି କରି କହିଲେ,
6 ୬ “ଏ ମାପ୍ରୁ, ମର୍ ଗଟେକ୍ ଗତିଦାଙ୍ଗ୍ଡା ଅଚ୍ନାଇ ଡୁଲିକରି ବେସି କସ୍ଟ ପାଇଲାନି ଉଟେ ନାଇ, ବସେ ନାଇ ।”
ହେ ପ୍ରଭୁ, ମୋହର ଦାସ ପକ୍ଷାଘାତ ରୋଗରେ ଅତିଶୟ ଯନ୍ତ୍ରଣା ପାଇ ଗୃହରେ ଶଯ୍ୟାଗତ ଅଛି।
7 ୭ ଜିସୁ ତାକେ କଇଲା, “ମୁଇ ଆସି ତାକେ ନିକ କର୍ବି ।”
ସେ ତାହାକୁ କହିଲେ, “ମୁଁ ଯାଇ ତାହାକୁ ସୁସ୍ଥ କରିବି।”
8 ୮ ମାତର୍ ମୁକିଅ କଇଲା, “ନାଇ ମାପ୍ରୁ ତମେ ଜେ ମର୍ଗରେ ପାଦ୍ ପାକାଇସା, ଏଟାର୍ପାଇ ମର୍ ଅଦିକାର୍ ନଇ । ତମେ ପଦେକ୍ କଇଦିଆ, ମର୍ ଗତିଦାଙ୍ଗ୍ଡା ନିକ ଅଇଜାଇସି ।
କିନ୍ତୁ ଶତ-ସେନାପତି ଉତ୍ତର ଦେଲେ, ପ୍ରଭୁ, ଆପଣ ଯେ ମୋʼ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ; କିନ୍ତୁ କେବଳ ପଦେ ଆଜ୍ଞା କରନ୍ତୁ, ମୋହର ଦାସ ସୁସ୍ଥ ହେବ।
9 ୯ କାଇକେବଇଲେ ମୁଇ ମର୍ ଉପ୍ରର୍ ଅଦିକାରିର୍ ତଲେ କାମ୍ କଲିନି, ଅଇଲେ ମିସା ମର୍ ତଲେ କେତେ କେତେ ସନିଅମନ୍ ଆଚତ୍ । ସେମନର୍ ବିତ୍ରେଅନି ଜଦି ମୁଇ ଗଟେକ୍ ଲକ୍କେ ଜାଆ ବଲି ଆଦେସ୍ ଦେଲେ, ସେ ଜାଇସି । ବିନ୍ଟାକେ ଆଉ ବଲି କଇଲେ ସେ ଆଇସି । ସେନ୍ତିସେ ମର୍ ଗତି ଦାଙ୍ଗ୍ଡାକେ ଏଟା କର୍ ବଲି କଇଲା ଦାପ୍ରେ ସେ ସେଟା କର୍ସି ।”
କାରଣ ମୁଁ ପରାଧୀନ ମନୁଷ୍ୟ ହେଲେ ସୁଦ୍ଧା ମୋହର ଅଧୀନରେ ସୈନ୍ୟମାନେ ଅଛନ୍ତି; ମୁଁ ଜଣକୁ ଯାଅ କହିଲେ ସେ ଯାଏ; ଅନ୍ୟକୁ ଆସ କହିଲେ ସେ ଆସେ; ପୁଣି, ମୋହର ଦାସକୁ ଏହା କର କହିଲେ ସେ କରେ।
10 ୧୦ ଜିସୁ ଏଟା ସୁନି କାବା ଅଇଗାଲା, ଆରି ତାର୍ ସଙ୍ଗ୍ ଆଇବା ଲକ୍ମନ୍କେ କଇଲା, “ମୁଇ ସତ୍ କଇଲିନି, ଇସ୍ରାଏଲ୍ ବିତ୍ରେ କନ୍ ଲକର୍ଟାନେ ମିସା ଏ ଲକର୍ ପାରା ବିସ୍ବାସ୍ ମୁଇ ଦେକିନାଇ ।
ଯୀଶୁ ଏହା ଶୁଣି ଚମତ୍କୃତ ହୋଇ ପଛରେ ଆସୁଥିବା ଲୋକଙ୍କୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଇସ୍ରାଏଲ ମଧ୍ୟରେ କାହାରିଠାରେ ଏଡ଼େ ବଡ଼ ବିଶ୍ୱାସ ପାଇ ନାହିଁ।
11 ୧୧ ଏ କାତା ତମର୍ ମନେ ର, ପୁରୁବ୍ ଆରି ପସ୍ଚିମ୍ ବାଟର୍ ଦେସେଅନି କେତେ କେତେ ଲକ୍ ସରଗ୍ ରାଇଜେ ଆସି ଅବ୍ରାଆମ୍ ଇସାକ୍ ଆରି ଜାକୁବର୍ ସଙ୍ଗ୍ ବଜିତେଇ ଗଟେକ୍ଟାନେ କାଇବାକେ ବସ୍ବାଇ ।
କିନ୍ତୁ ମୁଁ ତୁମ୍ଭମାନଙ୍କୁ କହୁଅଛି, ଅନେକେ ପୂର୍ବ ଓ ପଶ୍ଚିମରୁ ଆସି ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ସହିତ ସ୍ୱର୍ଗରାଜ୍ୟରେ ଭୋଜନରେ ବସିବେ,
12 ୧୨ ମାତର୍ ଜନ୍ ଲକ୍ମନ୍ ସରଗ୍ ରାଇଜେ ପୁର୍ବାର୍ ରଇଲାଇ, ସେମନ୍କେ ବାଇରର୍ ଆନ୍ଦାରେ ପିଙ୍ଗା ଅଇସି । ତେଇ ସେମନ୍ ଦାଁତ୍ ମୁଣ୍ଡ୍ କାତ୍ରି ମାରିଚପିଅଇ କାନ୍ଦ୍ବାଇ ।”
ମାତ୍ର ରାଜ୍ୟର ସନ୍ତାନମାନେ ବାହାର ଅନ୍ଧକାରରେ ପକାଯିବେ; ସେଠାରେ ରୋଦନ ଓ ଦନ୍ତର କିଡ଼ିମିଡ଼ି ହେବ।”
13 ୧୩ ଜିସୁ ସନିଅମନର୍ ମୁକିଅକେ କଇଲା, “ତୁଇ ଏବେ ଗରେ ଜା । ତୁଇ ଜେନ୍ତି ବିସ୍ବାସ୍ କଲୁସ୍ନି ସେନ୍ତାରିସେ ଅଇସି ।” ସମାନ୍ ସେ ବେଲାଇସେ ତାର୍ ଗତିଦାଙ୍ଗ୍ଡା ପୁରାପୁରୁନ୍ ନିକ ଅଇଗାଲା ।
ଆଉ ଯୀଶୁ ଶତ-ସେନାପତିଙ୍କୁ କହିଲେ, “ଯାଅ, ତୁମ୍ଭେ ଯେପରି ବିଶ୍ୱାସ କରୁଅଛ, ତୁମ୍ଭ ପ୍ରତି ସେହିପରି ହେଉ।” ସେହିକ୍ଷଣି ଦାସଟି ସୁସ୍ଥ ହେଲା।
14 ୧୪ ଜିସୁ ପିତରର୍ ଗରେ ଜାଇ ତାର୍ ସାତ୍ରି ଜର୍ଅଇକରି ଅଚ୍ନାଇ ଡୁଲି ରଇବାଟା ଦେକ୍ଲା ।
ପରେ ଯୀଶୁ ପିତରଙ୍କ ଘରକୁ ଆସି ତାହାଙ୍କ ଶାଶୁଙ୍କୁ ଜ୍ୱରରେ ଶଯ୍ୟାଗତା ଥିବା ଦେଖିଲେ;
15 ୧୫ ସେ ପିତରର୍ ସାତ୍ରିର୍ ଆତେ ଚିଇଲା ଦାପ୍ରେ ତାର୍ ଜର୍ ଚାଡିଗାଲା । ଆରି ସେ ଉଟିକରି ଜିସୁର୍ ସେବା କର୍ବାର୍ ଦାର୍ଲା ।
ସେଥିରେ ସେ ତାହାଙ୍କର ହସ୍ତ ସ୍ପର୍ଶ କଲେ, ଆଉ ତାହାଙ୍କୁ ଜ୍ୱର ଛାଡ଼ିଗଲା, ପୁଣି, ସେ ଉଠି ତାହାଙ୍କର ସେବା କରିବାକୁ ଲାଗିଲେ।
16 ୧୬ ସଞ୍ଜ୍ ଅଇଲାକେ ଲକ୍ମନ୍, କେତେକ୍ କେତେକ୍ ଡୁମା ଦାରିରଇଲା ଲକ୍ମନ୍କେ ଜିସୁର୍ ଲଗେ ଆନ୍ଲାଇ । ତାର୍ ପଦେକ୍ କାତା କଇଲା ଦାପ୍ରେସେ ଡୁମା ଆତ୍ମାମନ୍କେ ବାର୍କରାଇଦେଲା ଆରି ରଗି ଲକ୍ମନ୍କେ ନିକ କଲା ।
ସନ୍ଧ୍ୟା ହୁଅନ୍ତେ ଲୋକମାନେ ଅନେକ ଭୂତଗ୍ରସ୍ତ ଲୋକଙ୍କୁ ତାହାଙ୍କ ନିକଟକୁ ଆଣିଲେ, ସେଥିରେ ସେ କଥା ମାତ୍ରକେ ଭୂତଗୁଡ଼ାକ ଛଡ଼ାଇଲେ ଏବଂ ସମସ୍ତ ପୀଡ଼ିତ ଲୋକଙ୍କୁ ସୁସ୍ଥ କଲେ,
17 ୧୭ ଏଟା କଲାର୍ ଲାଗି ଜିସୁ ଜିସାଇୟ ବବିସତ୍ବକ୍ତା ଜାନାଇ ରଇଲାଟା ପୁରାପୁରୁନ୍ ସିଦ୍କଲା । ବବିସତ୍ବକ୍ତା କଇରଇଲା “ଆମର୍ ଦୁକାସୁକା ସବୁ ନିଜେ ନେଲା ଆରି ଆମର୍ ଜର୍ଦୁକା ବଇଲା ।”
ଯେପରି ଯିଶାଇୟ ଭାବବାଦୀଙ୍କ ଦ୍ୱାରା ଉକ୍ତ ଏହି ବାକ୍ୟ ସଫଳ ହୁଏ, “‘ନିଜେ ଆମ୍ଭମାନଙ୍କର ଦୁର୍ବଳତାସବୁ ଗ୍ରହଣ କଲେ ଓ ବ୍ୟାଧିସବୁ ବହନ କଲେ।’”
18 ୧୮ ଜିସୁ ତାର୍ ଚାରିବେଟ୍ତି ରଇଲା ବେସି ଲକ୍ମନ୍କେ ଦେକିକରି ତାର୍ ସିସ୍ମନ୍କେ ଗାଡ୍ ସେପାଟ୍ ଜିବାକେ କଇଲା ।
ଯୀଶୁ ଆପଣାର ଚାରିଆଡ଼େ ଲୋକସମୂହ ଦେଖି ଆରପାରିକୁ ଯିବା ପାଇଁ ଆଜ୍ଞା ଦେଲେ।
19 ୧୯ ତେଇ ଗଟେକ୍ ଜିଉଦିମନର୍ ସାସ୍ତର୍ ସିକାଉ ତାର୍ ଲଗେ ଆସି କଇଲା, “ଏ ଗୁରୁ ତମେ ଜନ୍ ଜାଗାଇ ଗାଲେ ମିସା ମୁଇ ତମର୍ ସଙ୍ଗ୍ ଆଇବି ।”
ପୁଣି, ଜଣେ ଶାସ୍ତ୍ରୀ ତାହାଙ୍କ ନିକଟକୁ ଆସି କହିଲେ, ହେ ଗୁରୁ, ଆପଣ ଯେକୌଣସି ସ୍ଥାନକୁ ଯିବେ, ମୁଁ ଆପଣଙ୍କ ଅନୁଗମନ କରିବି।
20 ୨୦ ମାତର୍ ଜିସୁ ତାକେ କଇଲା, “କଲିଆ ରଇବାକେ ପାଆର୍ ଆଚେ, ଆରି ଉଡିବୁଲ୍ବା ଚଡଇମନ୍ ରଇବାକେ ଗୁଡା ଆଚେ, ମାତର୍ ନର୍ପିଲା ମୁଇ, ମକେ ରଇବାକେ ଜାଗା ନାଇ ।”
ସେଥିରେ ଯୀଶୁ ତାହାକୁ କହିଲେ, “କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ଡ ଗୁଞ୍ଜିବାର ସ୍ଥାନ ନାହିଁ।”
21 ୨୧ ଆରି ସିସ୍ମନର୍ ବିତ୍ରେଅନି ଗଟେକ୍ ସିସ୍ କଇଲା, “ଏ ମାପ୍ରୁ, ମକେ ପର୍ତୁମ୍ ମର୍ ବାବାକେ ଜାଇ ତପି ଆଇବାକେ ମେଲାନି ଦିଆ ।”
ପୁଣି, ଶିଷ୍ୟମାନଙ୍କ ମଧ୍ୟରୁ ଆଉ ଜଣେ ତାହାଙ୍କୁ କହିଲେ, ହେ ପ୍ରଭୁ, ପ୍ରଥମେ ଯାଇ ମୋହର ପିତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ଏବଂ ତାହାଙ୍କୁ ସମାଧି ଦେବା ପର୍ଯ୍ୟନ୍ତ ରହିବା ପାଇଁ ମୋତେ ଅନୁମତି ଦିଅନ୍ତୁ।
22 ୨୨ ମାତର୍ ଜିସୁ ତାକେ କଇଲା, “ମରିଗାଲା ଲକ୍ମନ୍ ମଲା ଲକ୍ମନ୍କେ ତପତ୍, ତୁଇ ମର୍ ପଚେ ପଚେ ଆଉ ।”
କିନ୍ତୁ ଯୀଶୁ ତାହାଙ୍କୁ କହିଲେ, “ମୋହର ଅନୁଗମନ କର, ମୃତମାନଙ୍କୁ ଆପଣା ଆପଣା ମୃତ ଲୋକଙ୍କୁ ସମାଧି ଦେବା ପାଇଁ ଛାଡ଼ିଦିଅ।”
23 ୨୩ ତାର୍ ପଚେ ଜିସୁ ଗଟେକ୍ ଡଙ୍ଗାଇ ଚଗ୍ଲାକେ ତାର୍ ସିସ୍ମନ୍ ମିସା ତାର୍ ସଙ୍ଗ୍ ଗାଲାଇ ।
ସେ ନୌକାରେ ଚଢ଼ନ୍ତେ ତାହାଙ୍କର ଶିଷ୍ୟମାନେ ତାହାଙ୍କ ପଛେ ପଛେ ଗଲେ।
24 ୨୪ ସେ ବେଲା ଅଟାତ୍ ସମ୍ଦୁରେ ଏନ୍ତି ବାଉପବନ୍ ଆଇଲା ଆରି ଉଲ୍କାର୍ ଲାଗି ଡଙ୍ଗା ପାନିତେଇ ବୁଡିଜିବା ପାରା ଅଇଲା । ମାତର୍ ଜିସୁ ଡଙ୍ଗାଇ ସଇଦେଇ ରଇଲା ।
ପୁଣି, ଦେଖ, ସମୁଦ୍ରରେ ଏପରି ପ୍ରବଳ ଝଡ଼ ହେଲା ଯେ, ତରଙ୍ଗରେ ନୌକାଟି ଆଚ୍ଛାଦିତ ହେବାକୁ ଲାଗିଲା, ମାତ୍ର ସେ ଶୋଇଥିଲେ।
25 ୨୫ ଆରି ସିସ୍ମନ୍ ଜିସୁର୍ ଲଗେ ଜାଇକରି ତାକେ ଉଟାଇ କଇଲାଇ, “ଏ ମାପ୍ରୁ ଆମ୍କେ ରକିଆ କର୍ । ନଇଲେ ଆମେ ବୁଡି ମରିଜିବୁବେ ।”
ଆଉ ସେମାନେ ପାଖକୁ ଆସି ତାହାଙ୍କୁ ଉଠାଇ କହିଲେ, ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ।
26 ୨୬ ଜିସୁ ସେମନ୍କେ କଇଲା, “ଏ ବିସ୍ବାସେ ଡାଟ୍ ନ ରଇଲା ଲକ୍ମନ୍, ତମେ କାଇକେ ଏତେକ୍ ଡରିଗାଲାସ୍ନି?” ଜିସୁ ବାଉପବନ୍କେ ଆରି ଲଅଡିକେ ଦମ୍କାଇଲା । ତେବର୍ପାଇ ବାଉପବନ୍ ଆରି ଲଅଡି ତବିର୍ ଅଇଗାଲା ।
ସେ ସେମାନଙ୍କୁ କହିଲେ, “ହେ ଅଳ୍ପ ବିଶ୍ୱାସୀମାନେ, ତୁମ୍ଭେମାନେ କାହିଁକି ଏଡ଼େ ଭୀରୁ?” ସେତେବେଳେ ସେ ଉଠି ପବନ ଓ ସମୁଦ୍ରକୁ ଧମକ ଦେଲେ, ଆଉ ସବୁ ଧିରସ୍ଥିର ହେଲା।
27 ୨୭ ଏଟା ଦେକି ସିସ୍ମନ୍ ବେସି କାବାଅଇଜାଇ ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ, “ଏ କେନ୍ତାର୍ ଲକ୍ ଜେ ବାଉପବନ୍ ଆରି ଲଅଡି ମିସା ଆର୍ କାତା ମାନ୍ଲାଇନି ।”
ସେଥିରେ ଲୋକମାନେ ଚମତ୍କୃତ ହୋଇ କହିଲେ, ଏ କିପରି ବ୍ୟକ୍ତି ଯେ ପବନ ଓ ସମୁଦ୍ର ଉଭୟ ଏହାଙ୍କ ଆଜ୍ଞା ମାନନ୍ତି।
28 ୨୮ ଜିସୁ ଆରି ତାର୍ ସିସ୍ମନ୍ ଗାଡ୍ ସେପାଟର୍ ଗଦ୍ରିୟ ନାଉଁର୍ ଜାଗାଇ କେଟ୍ଲା ଦାପ୍ରେ, ଦୁଇଟା ଡୁମା ଡସ୍ଲା ଲକ୍ ତାକେ ବେଟ୍ ଅଇଲାଇ । ସେମନ୍ ମସନ୍ ବିତ୍ରେ ରଇତେରଇଲାଇ । ଆରି ସେମନ୍ ଏନ୍ତି ରଇଲାଇ ଜେ, ସେ ବାଟେ କେ ମିସା ଆସ୍ ଜା ନ ଅଇତେ ରଇଲାଇ ।
ପରେ ଆରପାରିରେ ଗଦରୀୟମାନଙ୍କ ଅଞ୍ଚଳରେ ଯୀଶୁ ଉପସ୍ଥିତ ହୁଅନ୍ତେ ଦୁଇ ଜଣ ଭୂତଗ୍ରସ୍ତ ସମାଧି-ସ୍ଥାନରୁ ବାହାରି ତାହାଙ୍କୁ ଭେଟିଲେ। ସେମାନେ ଏପରି ଦୁର୍ଦ୍ଦାନ୍ତ ଥିଲେ ଯେ, ସେହି ବାଟ ଦେଇ କେହି ଯିବା ଆସିବା କରିପାରୁ ନ ଥିଲେ।
29 ୨୯ ସେ ଲକ୍ମନ୍ ବେସି କିର୍କିରି କରି କଇଲାଇ, “ଏ ପର୍ମେସରର୍ ପିଲା ଆମର୍ ଟାନେ ତର୍ କାଇ କାମ୍ ଆଚେ? ବେଲ୍ କାଲ୍ ନ କେଟ୍ତେ ତୁଇ କାଇ ଡଣ୍ଡ୍ ଦେବାକେ ଇତି ଆଇଲୁସ୍ କି?”
ଆଉ ଦେଖ, ସେମାନେ ଚିତ୍କାର କରି କହିଲେ, ହେ ଈଶ୍ବରଙ୍କ ପୁତ୍ର, ତୁମ୍ଭ ସାଙ୍ଗରେ ଆମ୍ଭମାନଙ୍କ କଅଣ ଅଛି? ସମୟ ନ ହେଉଣୁ ତୁମ୍ଭେ କି ଆମ୍ଭମାନଙ୍କୁ ଯନ୍ତ୍ରଣା ଦେବା ପାଇଁ ଏଠାକୁ ଆସିଲ?
30 ୩୦ ସେବେଲାଇ ସେ ଜାଗାଇଅନି କଣ୍ଡେକ୍ ଦୁରିକେ ଗଟେକ୍ ବଡ୍ ଗୁସ୍ରି ମାନ୍ଦା ଚାରାଇତେରଇଲାଇ ।
ଆଉ ସେମାନଙ୍କଠାରୁ ଦୂରରେ ଗୋଟିଏ ବଡ଼ ଘୁଷୁରିପଲ ଚରୁଥିଲା।
31 ୩୧ କାରାପ୍ ଆତ୍ମାମନ୍ ଜିସୁକେ ଗୁଆରି କରି କଇଲାଇ, “ତୁଇ ଜଦି ଆମ୍କେ ଏ ଲକ୍ମନର୍ତେଇ ଅନି ବାର୍କରାଇ ଦେଇସୁ ବଇଲେ ସେ ଗୁସ୍ରି ମାନ୍ଦା ବିତ୍ରେ ଜିବାକେ, ଆଦେସ୍ ଦେ ।”
ଏଥିରେ ଭୂତଗୁଡ଼ାକ ତାହାଙ୍କୁ ବିନତି କରି କହିବାକୁ ଲାଗିଲେ, ଯେବେ ଆମ୍ଭମାନଙ୍କୁ ଛଡ଼ାଅ, ତେବେ ଘୁଷୁରିପଲ ଭିତରକୁ ପଠାଇଦିଅ।
32 ୩୨ ଜିସୁ ସେମନ୍କେ ଜା! ବଲି କଇଲାକେ କାରାପ୍ ଆତ୍ମାମନ୍ ସେ ଲକ୍ମନର୍ତେଇଅନି ବାରଇକରି ଗୁସ୍ରିମନର୍ ବିତ୍ରେ ପୁର୍ଲାଇ । ତେବର୍ ପାଇ, ଗୁସ୍ରିମନ୍ ଟିପେଅନି ଗସ୍ରି ସମ୍ଦୁରେ ବୁଡି ମଲାଇ ।
ଯୀଶୁ ସେମାନଙ୍କୁ କହିଲେ, “ଯାଅ।” ସେଥିରେ ସେମାନେ ବାହାରି ଘୁଷୁରିଗୁଡ଼ାକ ଭିତରେ ପଶିଲେ; ଆଉ ଦେଖ, ଘୁଷୁରିପଲ ଅତି ବେଗରେ ଦୌଡ଼ିଯାଇ ତୀଖସ୍ଥାନ ଦେଇ ସମୁଦ୍ରରେ ପଡ଼ି ବୁଡ଼ି ମଲେ।
33 ୩୩ ଆରି ତେଇ ଗୁସ୍ରି ଚାରାଇତେ ରଇବା ଲକ୍ମନ୍ ପାଲାଇ କରି ଡୁମା ଡସି ରଇଲା ଲକ୍ମନ୍କେ କାଇକାଇଟା ଅଇଲା ସେଟା ସବୁ କଇଦେଲାଇ ।
ପୁଣି, ଚରାଉଥିବା ଲୋକମାନେ ପଳାଇଗଲେ ଏବଂ ନଗରକୁ ଯାଇ ସମସ୍ତ ଘଟଣା ଓ ଭୂତଗ୍ରସ୍ତ ଲୋକଙ୍କ ପ୍ରତି ଯାହା ଯାହା ଘଟିଥିଲା, ସେହିସବୁ ଜଣାଇଲେ।
34 ୩୪ ଆରି ସେ ଗଡର୍ ସବୁ ଲକ୍ମନ୍ ଜିସୁକେ ଦେକ୍ବାକେ ଆଇଲାଇ । ସେମନ୍ ତାକେ ଦେକିକରି ସେ ଜାଗା ଚାଡି ଜା ବଲି ଗୁଆରି କଇଲାଇ ।
ଆଉ ଦେଖ, ନଗରର ସମସ୍ତ ଲୋକ ଯୀଶୁଙ୍କୁ ଭେଟିବା ପାଇଁ ବାହାରି ଆସିଲେ, ପୁଣି, ତାହାଙ୍କୁ ଦେଖି ସେମାନଙ୍କ ସୀମାରୁ ଚାଲିଯିବା ପାଇଁ ବିନତି କଲେ।