< ମାତିଉ 23 >
1 ୧ ଜିସୁ ସିସ୍ମନ୍କେ ଆରି ତେଇ ରୁଣ୍ଡି ରଇବା ଲକ୍ମନ୍କେ କଇଲା,
ସେହି ସମୟରେ ଯୀଶୁ ଲୋକସମୂହ ଓ ଆପଣା ଶିଷ୍ୟମାନଙ୍କୁ କହିଲେ,
2 ୨ “ପାରୁସି ଆରି ଦରମ୍ ଗୁରୁମନ୍କେ ମସାର୍ ନିୟମର୍ ଅରତ୍ ବୁଜାଇ ଦେବାର୍ ଅଦିକାର୍ ଆଚେ ।
“ଶାସ୍ତ୍ରୀ ଓ ଫାରୂଶୀମାନେ ମୋଶାଙ୍କ ବ୍ୟବସ୍ଥାକୁ ବ୍ୟାଖ୍ୟା କରିବାର ଅଧିକାର ପାଇଅଛନ୍ତି।
3 ୩ ସେମନ୍ ଜାଇଟା କର୍ବାକେ କଇଲାଇନି, ସେଟା କରା, ମାତର୍ ସେମନ୍ ଜାଇ ଜାଇଟା କଲାଇନି, ସେଟା ଦେକି ସେନ୍ତାରି କରାନାଇ । କାଇକେ ବଇଲେ ସେମନ୍ ନିଜେ ଜନ୍ ସିକିଆ ଦେବାଇ, ତାର୍ ଉଲ୍ଟା କର୍ବାଇ ।
ଅତଏବ ସେମାନେ ତୁମ୍ଭମାନଙ୍କୁ ଯାହା କିଛି କହନ୍ତି, ତାହା ମାନ ଓ ପାଳନ କର, ମାତ୍ର ସେମାନଙ୍କ କର୍ମ ଅନୁସାରେ କର୍ମ କର ନାହିଁ, କାରଣ ସେମାନେ କହନ୍ତି, କିନ୍ତୁ କରନ୍ତି ନାହିଁ।
4 ୪ ସେମନ୍ ତାକର୍ ସିକିଆ ସବୁ ଲକ୍ମନର୍ ପିଟି ଉପ୍ରେ ବେସି ବଜ୍ ପାରା ଲାଦିଦେବାଇ । ମାତର୍ ସେ ସବୁ ବଜର୍ ନିୟମ୍, ଚିନି ଆଙ୍ଗ୍ଟିତେଇ ଉଟାଇବା ଏତ୍କି ମିସା ସାଇଜ ନ କରତ୍ ।
ସେମାନେ ଗୁରୁ ଭାର ବହନ କରି ମନୁଷ୍ୟମାନଙ୍କ କାନ୍ଧରେ ଥୋଇଦିଅନ୍ତି, କିନ୍ତୁ ନିଜେ ଅଙ୍ଗୁଳି ଦେଇ ତାହା ଟେକିବାକୁ ଇଚ୍ଛା କରନ୍ତି ନାହିଁ।
5 ୫ ସେମନ୍ ଲକ୍କେ ଦେକାଇଅଇବାକେ ସବୁ କାମ୍ କର୍ବାଇ । ସାସ୍ତର୍ ପଦ୍ ଲେକାଅଇଲା କେଡେ କେଡେ ବଡ୍ ବଡ୍ ଡଅଁରାମନ୍ କାପାଲେ ଆରି ପଡିଆଇ ବାନ୍ଦିଅଇ ଆଚତ୍ । ଆରି ଦେକା, ସେମନର୍ ବସ୍ତରର୍ ଜାଲି କେତେକ୍ ଡେଙ୍ଗ୍ ।
ସେମାନେ ଲୋକ ଦେଖାଇବା ପାଇଁ ଆପଣା ଆପଣାର ସମସ୍ତ କ୍ରିୟାକର୍ମ କରନ୍ତି, କାରଣ ସେମାନେ ନିଜ ନିଜର କବଚ ପ୍ରଶସ୍ତ କରନ୍ତି ଓ ବସ୍ତ୍ରର ଝୁମ୍ପା ବଡ଼ କରନ୍ତି,
6 ୬ ସେମନ୍ ବଜିମନ୍କେ ମୁକିଅ ଜାଗାଇ ଆରି ପାର୍ତନା ଗରେ ବାଚିଅଇରଇଲା ଜାଗା ଅଦିକାର୍ କର୍ବାକେ ମନ୍ କର୍ବାଇ ।
ଆଉ ଭୋଜନରେ ପ୍ରଧାନ ସ୍ଥାନ ଓ ସମାଜଗୃହରେ ପ୍ରଧାନ ଆସନ,
7 ୭ ଆଟେ ବାଟେ ଆରି ଦୁକାନେ ଲକ୍ମନ୍ ସେମନ୍କେ ମାନିକରି ଜୁଆର୍ କରତ୍ ଆରି ‘ଗୁରୁ’ ବଲି ଡାକତ୍, ଏନ୍ତାରି ସେମନ୍ ମନ୍ କର୍ବାଇ ।
ପୁଣି, ହାଟବଜାରରେ ନମସ୍କାର ପାଇବାକୁ ଓ ଲୋକଙ୍କ ଦ୍ୱାରା ଗୁରୁ ବୋଲି ସମ୍ବୋଧିତ ହେବାକୁ ଭଲ ପାଆନ୍ତି।
8 ୮ ମାତର୍ ତମ୍କେ କେ ଗୁରୁ ବଲି ଡାକ୍ବାର୍ ଦର୍କାର୍ ନାଇ । କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ବିତ୍ରେ ବାଇ, ଆରି ତମର୍ ଗୁରୁ ଗଟେକ୍ ସେ ।
କିନ୍ତୁ ତୁମ୍ଭେମାନେ ଗୁରୁ ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ଗୁରୁ ଜଣେ, ପୁଣି, ତୁମ୍ଭେମାନେ ସମସ୍ତେ ଭାଇ।
9 ୯ ଆରି ଜଗତେ ତମେ କାକେ ବାବା ବଲି ଡାକ୍ବାକେ ଦର୍କାର୍ ନାଇ । କାଇକେ ବଇଲେ ତମର୍ ଗଟେକ୍ସେ ବାବା, ସେ ସର୍ଗେ ଆଚେ ।
ଆଉ ପୃଥିବୀରେ କାହାକୁ ହିଁ ପିତା ବୋଲି ଡାକ ନାହିଁ, କାରଣ ତୁମ୍ଭମାନଙ୍କର ପିତା ଜଣେ, ସେ ସ୍ୱର୍ଗରେ ଅଛନ୍ତି।
10 ୧୦ ତମ୍କେ ନେତା ବଲି ମିସା କେ ନ ଡାକତ୍, କାଇକେ ବଇଲେ ଗଟେକ୍ ସେ ନେତା, ସେ ଅଇଲାନି ମାପ୍ରୁ ମସିଅ ।
ଆଉ ତୁମ୍ଭେମାନେ ନେତା ବୋଲି ସମ୍ବୋଧିତ ହୁଅ ନାହିଁ, କାରଣ ତୁମ୍ଭମାନଙ୍କର ନେତା ଜଣେ, ସେ ଖ୍ରୀଷ୍ଟ।
11 ୧୧ ତମର୍ ବିତ୍ରେ ଜେ ସବୁର୍ ଟାନେଅନି ମୁକିଅ, ସେ ତମର୍ ସେବା କର ।
କିନ୍ତୁ ତୁମ୍ଭମାନଙ୍କ ମଧ୍ୟରେ ଯେଉଁ ଲୋକ ଶ୍ରେଷ୍ଠ, ସେ ତୁମ୍ଭମାନଙ୍କର ସେବକ ହେବ।
12 ୧୨ ଜେ ନିଜ୍କେ ବଡ୍ ବଲି କଇସି, ତାକେ ସାନ୍ କରାଅଇସି ଆରି ଜେ ନିଜ୍କେ ସାନ୍ ବଲି ବାବ୍ସି, ତାକେ ବଡ୍ କରାଅଇସି ।”
ଆଉ ଯେ କେହି ଆପଣାକୁ ଉନ୍ନତ ବୋଲି ଦେଖାଏ, ତାହାକୁ ନତ କରାଯିବ, ପୁଣି, ଯେ କେହି ଆପଣାକୁ ନତ କରେ ତାହାକୁ ଉନ୍ନତ କରାଯିବ।”
13 ୧୩ “ଅଇରେ ଦରମ୍ ଗୁରୁମନ୍ ଆରି ପାରୁସିମନ୍! ସେସ୍ବେଲେ ତମର୍ ଦସା କେତେ ଅଦିକ୍ ଅଇସି! ଏଇ ଟକାବଣ୍ଡା ଦଲ୍, ସରଗ୍ ରାଇଜେ କେଟ୍ବା ଦୁଆର୍ ତମେ ଡାବିଦେଇଆଚାସ୍! ନିଜେ ତେଇ କେଟାସ୍ ନାଇ ଆରି ଜନ୍ଲକ୍ମନ୍ ତେଇ କେଟ୍ବାକେ ମନ୍ କଲାଇନି, ସେମନ୍କେ ବାଟ୍ ଚାଡାସ୍ ନାଇ ।”
“କିନ୍ତୁ ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ମନୁଷ୍ୟମାନଙ୍କ ସମ୍ମୁଖରେ ସ୍ୱର୍ଗରାଜ୍ୟ ବନ୍ଦ କରୁଥାଅ; ତୁମ୍ଭେମାନେ ତ ନିଜେ ପ୍ରବେଶ କରୁ ନାହଁ, ପୁଣି, ପ୍ରବେଶ କରିବାକୁ ଇଚ୍ଛୁକ ଲୋକମାନଙ୍କୁ ସୁଦ୍ଧା ପ୍ରବେଶ କରାଇ ଦେଉ ନାହଁ।
14 ୧୪ “ଏ କୁଟିଆଲ୍ ଦରମ୍ଗୁରୁମନ୍ ଆରି ପାରୁସିମନ୍! ତମର୍ ଇନସ୍ତା କେତେକ୍ କାକୁର୍ତି ଅଇସି । ତମେ ଚାଲାକି ଅଇକରି ଜବର୍ ପର୍ ପାର୍ତନା କର୍ସା । ମାତର୍ ରାଣ୍ଡି ମାଇଜିମନର୍ ଗର୍ମନ୍ ସବୁ ଦାପ୍ରେ ଗିଲିଦେଇସା । ତେବେ ତମ୍କେ ଅଦିକ୍ ଡଣ୍ଡ୍ ଦିଆଅଇସି ।”
[ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଛଳରେ ଦୀର୍ଘ ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ବିଧବାମାନଙ୍କର ଗୃହସବୁ ଗ୍ରାସ କରୁଥାଅ; ଏଣୁ ତୁମ୍ଭେମାନେ ଗୁରୁତର ଦଣ୍ଡ ପାଇବ।]
15 ୧୫ ଏ ଟକାବଣ୍ଡା ଦରମ୍ଗୁରୁମନ୍ ଆରି ପାରୁସିମନ୍! ତମେ କେଡେ ଇନସ୍ତା ଅଇ କାକୁର୍ତି ଅଇସା । ସମ୍ଦୁର୍ ଲଙ୍ଗି ବିନ୍ ବିନ୍ ଦେସ୍ମନ୍କେ ଜାଇ ଗଟେକ୍ ଲକ୍କେ ତମର୍ ଦରମ୍ଟାନେ ମିସାଇବାକେ କଜି ବୁଲ୍ଲାସ୍ନି । ମାତର୍ ସେନ୍ତାର୍ ଗଟେକ୍ ଲକ୍କେ ମିଲାଇଲେ, ତାକେ ତମର୍ ଟାନେଅନି ଅଦିକ୍, ନରକର୍ ଡଣ୍ଡ୍ ପାଇବାକେ ବାଚ୍ଲାସ୍ନି । (Geenna )
ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଜଣକୁ ତୁମ୍ଭମାନଙ୍କର ଧର୍ମାବଲମ୍ବୀ କରିବା ପାଇଁ ଜଳସ୍ଥଳ ଭ୍ରମଣ କରୁଥାଅ, ପୁଣି, ଯେତେବେଳେ ସେ ହୁଏ, ସେତେବେଳେ ତାହାକୁ ତୁମ୍ଭମାନଙ୍କ ଅପେକ୍ଷା ଦୁଇ ଗୁଣ ନର୍କର ପାତ୍ର କରୁଥାଅ। (Geenna )
16 ୧୬ ଏଇ ବାଟ୍ ଦେକାଉ କାଣାମନ୍! ତମର୍ ଦସା କେତେକ୍ ଇନସ୍ତା ଅଇସି । କେ ମନ୍ଦିରର୍ ନାଉଁ ଦାରି ପର୍ମାନ୍ କଲେ, ସେଟା ସେମନ୍ ମାନ୍ବାର୍ ବାଦିଅ ନାଇ, ମାତର୍ ମନ୍ଦିରେ ରଇଲା ସୁନାର୍ ନାଉଁ ଦାରି ଜେ ପର୍ମାନ୍ କର୍ସି, ତାକେ ସେଟା ମାନ୍ବାକେ ପଡ୍ସି ବଲି ତମେ ସିକାଇତେ ରଇସା ।
ହାୟ, ଦଣ୍ଡର ପାତ୍ର ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ କହୁଥାଅ, କେହି ମନ୍ଦିରର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ମନ୍ଦିରସ୍ଥ ସ୍ୱର୍ଣ୍ଣର ଶପଥ କରେ, ସେ ତଦ୍ୱାରା ଆବଦ୍ଧ।
17 ୧୭ ଏଇ ବୁଦି ନ ରଇବା କାଣାମନ୍! ସୁନା ବଡ୍, କି ସୁନାକେ ସୁକଲ୍ କର୍ତେ ରଇବା ମନ୍ଦିର୍ ବଡ୍?
ରେ ମୂଢ଼ ଓ ଅନ୍ଧମାନେ, ସ୍ୱର୍ଣ୍ଣ କିମ୍ବା ସେହି ସ୍ୱର୍ଣ୍ଣକୁ ପବିତ୍ର କରିଅଛି ଯେଉଁ ମନ୍ଦିର, ଏହି ଦୁଇ ମଧ୍ୟରେ କଅଣ ଶ୍ରେଷ୍ଠ?
18 ୧୮ ଗଟେକ୍ ଲକ୍ ବେଦିର୍ ନାଉଁ ଦାରି ପର୍ମାନ୍ କଲେ ସେ ସେଟା ମାନ୍ବାର୍ ଆକା ଆଚେ ବଲି ନଏଁ, ମାତର୍ ବେଦି ଉପ୍ରେ ସଙ୍ଗଇ ରଇବା ମାପ୍ରୁକେ ଦେଲାଟା ନାଉଁଦାରି ପର୍ମାନ୍ କଲେ, ସେଟା ମାନ୍ବାଟା ବଲି ତମେ ସିକାଇତେ ରଇସା ।
ଆହୁରି କହୁଥାଅ, କେହି ବେଦିର ଶପଥ କଲେ ତାହା କିଛି ନୁହେଁ, ମାତ୍ର ଯେ କେହି ତାହା ଉପରେ ଥିବା ନୈବେଦ୍ୟର ଶପଥ କରେ, ସେ ତଦ୍ୱାରା ଆବଦ୍ଧ।
19 ୧୯ ତମେ କେଡେବଡ୍ କାଣାମନ୍! କନ୍ଟା ମୁକିଅ? ମାପ୍ରୁକେ ଦେଲାଟା କି, ମାପ୍ରୁକେ ଦେଲାଟା ସୁକଲ୍ କର୍ତେ ରଇବା ବେଦି?
ରେ ଅନ୍ଧମାନେ, ନୈବେଦ୍ୟ କିମ୍ବା ସେହି ନୈବେଦ୍ୟକୁ ପବିତ୍ର କରେ ଯେଉଁ ବେଦି, ଏହି ଦୁଇ ମଧ୍ୟରେ କେଉଁଟା ଶ୍ରେଷ୍ଠ?
20 ୨୦ ତେବର୍ ପାଇ କେ ମିସା ବେଦିର୍ ନାଉଁ ଦାରି ପର୍ମାନ୍ କଲେ, ସେ ବେଦି ଆରି ତାର୍ ଉପ୍ରେ ରଇବା ମାପ୍ରୁକେ ଦେଇ ରଇବା ସବୁ ଜିନିସ୍ ନାଉଁ ଦାରି ପର୍ମାନ୍ କର୍ସି ।
ଅତଏବ ଯେଉଁ ଲୋକ ବେଦିର ଶପଥ କରେ, ସେ ତ ତାହା ଓ ତାହା ଉପରେ ଥିବା ପଦାର୍ଥର ଶପଥ କରେ;
21 ୨୧ କେ ମିସା ମନ୍ଦିରର୍ ନାଉଁ ଦାରି ପର୍ମାନ୍ କଲେ, ସେ ମନ୍ଦିର୍ ଆରି ତେଇ ବାସା ଅଇରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କର୍ସି ।
ଆଉ ଯେ ମନ୍ଦିରର ଶପଥ କରେ, ସେ ମନ୍ଦିର ଓ ତନ୍ନିବାସୀଙ୍କର ଶପଥ କରେ;
22 ୨୨ କେ ମିସା ସରଗର୍ ନାଉଁ ଦାରି ପର୍ମାନ୍ କଲେ, ସେ ପରମେସରର୍ ବସ୍ବା ଜାଗା ଆରି ସେ ବସ୍ବା ଜାଗାଇ ବସି ରଇବା ପର୍ମେସରର୍ ନାଉଁ ଦାରି ପର୍ମାନ୍ କର୍ସି ।
ପୁଣି, ଯେ ସ୍ୱର୍ଗର ଶପଥ କରେ, ସେ ଈଶ୍ବରଙ୍କ ସିଂହାସନ ଓ ତଦୁପବିଷ୍ଟଙ୍କର ଶପଥ କରେ।
23 ୨୩ ଏଇ କୁଟିଆଲ୍ ଦରମ୍ଗୁରୁମନ୍ ଆରି ପାରୁସିମନ୍, ତମର୍ ଦସା କେଡେ ଇନସ୍ତା ଆରି କାକୁର୍ତି ଅଇସି! ତମେ ପର୍ମେସରର୍ ପାଇ ବଲି ସାନ୍ ସାନ୍ ଜିନିସ୍ ଅଇଲେ ମିସା ଦସ୍ବାଗ୍ ଅନି ବାଗେକ୍ ଦାନ୍ କର୍ସା, ମାତର୍ ନିଆଇ, ଦୟା, ବିସ୍ବାସ୍ ଏନ୍ତି ମୁକିଅ ମୁକିଅ ବିସଇର୍ ନିୟମର୍ ସିକିଆ ଏଲା କଲାସ୍ନି । ପୁର୍ବର୍ ମୁକିଅ ବିସଇ ଏଲା ନ କରି, ଏ ସବୁଜାକ ଆଗ୍ତୁଅନିସେ ଅବିଆସ୍ କର୍ବାର୍ ରଇଲା ।
ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ପୋଦିନା, ପାନମହୁରୀ ଓ ଜୀରାର ଦଶମାଂଶ ଦେଉଥାଅ, ଆଉ ମୋଶାଙ୍କ ବ୍ୟବସ୍ଥାର ଗୁରୁତର ବିଷୟଗୁଡ଼ିକ, ନ୍ୟାୟବିଚାର, ଦୟା ଓ ବିଶ୍ୱାସ, ଏହାସବୁ ପରିତ୍ୟାଗ କରିଅଛ; କିନ୍ତୁ ଏହି ସମସ୍ତ ପାଳନ କରିବା ଓ ଅନ୍ୟସବୁ ପରିତ୍ୟାଗ ନ କରିବା ଉଚିତ।
24 ୨୪ ଏଇ ବାଟ୍ଦେକାଇବା କାଣା ଲକ୍ମନ୍! ତମେ କାଇବାବେଲେ କେଡେବଲ୍ ତେଇ କାଇଆଲେ କିଡା ଅଦ୍ରି ରଇସି ବଲି ସେଟା ଚାନି ପାକାଇତେ ରଇସା । ମାତର୍ ତମେ ଗଟେକ୍ ଗଟେକ୍ ବଡ୍ ପସୁକେ ମିସା ଗିଲି କାଇପାକାଇସା ।
ରେ ଅନ୍ଧ ପଥପ୍ରଦର୍ଶକମାନେ, ତୁମ୍ଭେମାନେ ମଶାକୁ ଛାଣୁଥାଅ, କିନ୍ତୁ ଓଟକୁ ଗିଳୁଥାଅ।
25 ୨୫ ସାରାସାରି ଦିନେ ତମେ କେଡେ କାକୁର୍ତି ଅଇସା, ଏଇ କୁଟିଆଲ୍ ଦରମ୍ ଗୁରୁ ଆରି ପାରୁସିମନ୍! ତମେ ଉପ୍ରେ ଉପ୍ରେ ତାଲାଗିନା ମାଜି ପରିଚଲ୍ କରିରଇସା, ମାତର୍ ସେ ବିତ୍ରେ ଇଁସା ଆରି ନିଜର୍ ବିସଇ ଚିନ୍ତା କର୍ବାଟା ବର୍ତି ଅଇରଇସି ।
ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଗିନା ଓ ଥାଳିର ବାହାର ସଫା କରୁଥାଅ, ମାତ୍ର ଭିତରେ ସେଗୁଡ଼ାକ ଲୁଣ୍ଠନକର୍ମ ଓ ଇନ୍ଦ୍ରିୟସେବାରେ ପରିପୂର୍ଣ୍ଣ।
26 ୨୬ ଏଇ କାଣା ପାରୁସିମନ୍! ମୁତାର୍ ବିତ୍ରେ ରଇବାଟା ଆଗ୍ତୁ ପରିଚଲ୍ କରା, ସେନ୍ତାର୍ କଲେ ଉପ୍ରର୍ଟା ମିସା ପରିଚଲ୍ ଅଇଜାଇସି ।
ହେ ଅନ୍ଧ ଫାରୂଶୀ, ଆଗେ ଗିନାର ଭିତର ସଫା କର, ଯେପରି ସେଥିର ବାହାର ମଧ୍ୟ ସଫା ହେବ।
27 ୨୭ ଏଇ ଦରମ୍ ଗୁରୁମନ୍ ଆରି ପାରୁସିମନ୍! ତମ୍କେ କେଡେ ବଡ୍ ଡଣ୍ଡ୍ ମିଲ୍ସି । ଏଇ କୁଟିଆଲ୍ମନ୍! ତମେ ଉପ୍ରେ ଉପ୍ରେ ଚୁନ୍ସଙ୍ଗ୍ ସାରଇ ରଇବା ଗୁଡାମ୍ ପାରା । ଏଟାମନ୍ ଉପ୍ରେ ସୁନ୍ଦର୍ ଡିସ୍ସି, ମାତର୍ ବିତ୍ରେ କୁଇଲା ମଡ୍ ଆରି ଆଡ୍ଗଡ୍ ବର୍ତି ଅଇରଇସି ।
ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଧଳା ରଙ୍ଗର ସମାଧି ସରୂପ। ତାହା ବାହାରେ ସୁନ୍ଦର ଦେଖାଯାଏ, କିନ୍ତୁ ଭିତରେ ମୃତମାନଙ୍କ ଅସ୍ଥି ଓ ସର୍ବ ପ୍ରକାର ଅଶୁଚିତାରେ ପରିପୂର୍ଣ୍ଣ;
28 ୨୮ ସେନ୍ତାରିସେ ତମେ ମିସା ବାଇରେ ଲକ୍ମନର୍ ଦେକ୍ତେ ଦରମ୍ ପାରା ଡିସ୍ତେରଇସା, ମାତର୍ ତମର୍ ବିତ୍ରେ କୁଟ୍ କାତା, ଆଁକାର୍, ଆରି ପାପ୍ ବର୍ତି ଅଇଆଚେ ।
ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ବାହାରେ ଲୋକଙ୍କ ଦୃଷ୍ଟିରେ ଧାର୍ମିକ ଦେଖାଯାଅ, କିନ୍ତୁ ଭିତରେ କପଟ ଓ ଅଧର୍ମରେ ପରିପୂର୍ଣ୍ଣ।”
29 ୨୯ ଏଇ ଦରମ୍ଗୁରୁମନ୍ ଆରି ପାରୁସିମନ୍! ଏ ଟକାବଣ୍ଡା କରୁମନ୍! ତମର୍ ପାଇ ଏଟା କେଡେକ୍ ଇନସ୍ତାର୍ ବିସଇ । ତମେ ବବିସତ୍ବକ୍ତାମନର୍ ପାଇ ସୁନ୍ଦର୍ ସୁନ୍ଦର୍ ସମାଦି ତିଆର୍ କଲାସ୍ନି ଆରି ଦରମ୍ ଲକ୍ମନ୍କେ ସବୁ ଦିନ୍ ଏତାଇବାକେ ନାଉଁ ଲେକି ଡସାଇଲାସ୍ନି ।
“ହାୟ, ଦଣ୍ଡର ପାତ୍ର କପଟୀ ଶାସ୍ତ୍ରୀ ଓ ଫାରୂଶୀମାନେ, କାରଣ ତୁମ୍ଭେମାନେ ଭାବବାଦୀମାନଙ୍କର ସମାଧି ନିର୍ମାଣ କରି ଓ ଧାର୍ମିକମାନଙ୍କ ସମାଧିସ୍ତମ୍ଭ ସଜାଇ କହୁଥାଅ,
30 ୩୦ ଆରି ତମେସେ କଇଲାସ୍ନି ଜଦି ତମର୍ ଆନିଦାଦିମନର୍ ବେଲେ, ତମେ ରଇତାସ୍ ବଇଲେ, ସେମନର୍ ପାରା ଚଲାଚଲ୍ତି ନ କର୍ତାସ୍, କି ବବିସତ୍ବକ୍ତାମନ୍କେ ନ ମରାଇତାସ୍ ।
ଆମ୍ଭେମାନେ ଯେବେ ଆମ୍ଭମାନଙ୍କର ପିତୃ-ପୁରୁଷଙ୍କ ସମୟରେ ଥାଆନ୍ତୁ, ତେବେ ଭାବବାଦୀମାନଙ୍କ ରକ୍ତପାତରେ ସେମାନଙ୍କର ସହଭାଗୀ ହୋଇ ନ ଥାଆନ୍ତୁ।
31 ୩୧ ଏ କାତା କଇଲାର୍ ପାଇ ତମେ ବବିସତ୍ବକ୍ତାମନ୍କେ ମରାଉମନର୍ ନାତି ତିତିର୍ ଲକ୍ ବଲି ଏବେ ମାନ୍ଲାସ୍ନି ।
ଏଣୁ ତୁମ୍ଭେମାନେ ଯେ ଭାବବାଦୀଙ୍କ ହତ୍ୟାକାରୀମାନଙ୍କର ସନ୍ତାନ ଅଟ, ସେ ବିଷୟରେ ତୁମ୍ଭେମାନେ ହିଁ ଆପଣା ଆପଣା ବିଷୟରେ ସାକ୍ଷ୍ୟ ଦେଉଅଛ।
32 ୩୨ ତେବେ ତମେ ଆଗ୍ତୁ ଉଆ । ତମର୍ ଆନିଦାଦିମନ୍ କରିରଇବା କର୍ତା କାମ୍ ପୁରାପୁରୁନ୍ ସାରାଇ ଦିଆସ୍ ।
ତୁମ୍ଭେମାନେ ନିଜ ନିଜ ପିତୃ-ପୁରୁଷଙ୍କର ପରିମାଣ ପୂର୍ଣ୍ଣ କର।
33 ୩୩ ଏଇ ସାଁପ୍ମନ୍! ବିସ୍ରଇବା ସାଁପର୍ କୁଟୁମର୍ ପାରା ଲକ୍ମନ୍, ତମେ କେନ୍ତି ନରକର୍ ଡଣ୍ଡେଅନି ରକିଆ ମିଲ୍ସି ବଲି ଆସା କଲାସ୍ନି? (Geenna )
ଆରେ ସର୍ପଗୁଡ଼ାକ, ଆରେ କାଳସର୍ପର ବଂଶ, ତୁମ୍ଭେମାନେ କିପ୍ରକାରେ ନର୍କ ଦଣ୍ଡରୁ ରକ୍ଷା ପାଇବ? (Geenna )
34 ୩୪ ସେଟାର୍ ପାଇ ମୁଇ ତମ୍କେ କଇଲିନି, ତମର୍ ଲଗେ ବବିସତ୍ବକ୍ତାମନ୍କେ, ସିକାଇବା ଗୁରୁମନ୍କେ ଆରି ଗିଆନ୍ ରଇବା ବଡ୍ ଲକ୍ମନ୍କେ ମୁଇ ପାଟାଇବି । ତାକର୍ ବିତ୍ରେଅନି ତମେ କେତେ ଲକ୍କେ ମରାଇସା, କେତେ ଲକ୍କେ କୁର୍ସେ ଚଗାଇସା, ଆରି ବାକି ଲକ୍ମନ୍କେ ପାର୍ତନା ଗରେଅନି କର୍ଡା ସଙ୍ଗ୍ ମାରି ମାରି ଗଟେକ୍ ନଅରେ ଅନି ଆରିଗଟେକ୍ ନଅରେ କେଦି ଦେଇସା ।
ଏଣୁ ଦେଖ, ମୁଁ ତୁମ୍ଭମାନଙ୍କ ନିକଟକୁ ଭାବବାଦୀ, ଜ୍ଞାନୀ ଓ ଶାସ୍ତ୍ରୀମାନଙ୍କୁ ପ୍ରେରଣ କରୁଅଛି; ସେମାନଙ୍କ ମଧ୍ୟରୁ କାହା କାହାକୁ ତୁମ୍ଭେମାନେ ହତ୍ୟା କରିବ ଓ କ୍ରୁଶରେ ବଧ କରିବ, ଆଉ କାହା କାହାକୁ ତୁମ୍ଭମାନଙ୍କ ସମାଜଗୃହରେ କୋରଡ଼ା ମାରିବ ଓ ନଗରକୁ ନଗର ତାଡ଼ନା କରିବ,
35 ୩୫ ଜେନ୍ତିକି ଏବଲର୍ ବେଲେଅନି ଆରାମ୍ କରି ବର୍କିଆର୍ ପ ଜିକରିୟର୍ ଜାକ, ଜାକେ କି ତମେ ମନ୍ଦିର୍ ଆରି ବେଦିର୍ ମଜାଇ ମରାଇରଇଲାସ୍, ଦସ୍ ନ କରିରଇବା ସବୁ ଲକ୍ମନ୍କେ ମରାଇଲା ପାଇ ତମେ ଦସିଅଇ ଡଣ୍ଡ୍ ପାଇସା ।
ଯେପରି ଧାର୍ମିକ ହେବଲଙ୍କ ରକ୍ତପାତଠାରୁ, ଯେଉଁ ବେରିଖୀୟଙ୍କ ପୁତ୍ର ଜିଖରୀୟଙ୍କୁ ତୁମ୍ଭେମାନେ ମନ୍ଦିରର ପବିତ୍ର ସ୍ଥାନ ଓ ବେଦିର ମଧ୍ୟସ୍ଥଳରେ ବଧ କଲ, ତାହାଙ୍କ ରକ୍ତପାତ ପର୍ଯ୍ୟନ୍ତ ପୃଥିବୀରେ ଯେତେ ଧାର୍ମିକ ଲୋକଙ୍କର ରକ୍ତପାତ ହୋଇଅଛି, ସେହି ସମସ୍ତ ତୁମ୍ଭମାନଙ୍କ ଉପରେ ଘଟିବ।
36 ୩୬ ମୁଇ ସତ୍ କଇଲିନି, ଏ ସବୁ ଲକ୍ମନ୍କେ ମରାଇଲା ପାଇ ଏ ଜୁଗର୍ ଲକ୍ମନ୍ ଡଣ୍ଡ୍ ପାଇବାଇ ।
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଏହି ବର୍ତ୍ତମାନ ପୁରୁଷ ଉପରେ ଏହି ସମସ୍ତ ଘଟିବ।”
37 ୩୭ ଏ ଜିରୁସାଲାମ୍, ଏ ଜିରୁସାଲାମ୍, ତୁଇ ବବିସତ୍ବକ୍ତାମନ୍କେ ମରାଇଲୁସ୍ନି ଆରି ପର୍ମେସର୍ ପାଟାଇରଇଲା କବର୍ ଆନୁମନ୍କେ ପାକ୍ନା ମାରି ମରାଇଲୁସ୍ନି । ମାଇ କୁକ୍ଡା ତାର୍ ଟିଅଁମନ୍କେ ଡେନା ବିତ୍ରେ ଦାରି ଅଲଣ୍ଡ୍ଲାପାରା, ତର୍ ଲକ୍ମନ୍କେ ମୁଇ ପାଟାଲି ରକିଆ କର୍ବାକେ କେତେ କେତେ ତର୍ ଚେସ୍ଟା କଲି । ମାତର୍ ମକେ ସେନ୍ତାରି କର୍ବାକେ ଦେଉସ୍ ନାଇ ।
“ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ, କୁକ୍କୁଟୀ ଯେପରି ପକ୍ଷ ତଳେ ଆପଣା ଶାବକମାନଙ୍କୁ ଏକତ୍ର କରେ, ସେପରି ମୁଁ କେତେ ଥର ତୋହର ସନ୍ତାନମାନଙ୍କୁ ଏକତ୍ର କରିବାକୁ ଇଚ୍ଛା କଲି, କିନ୍ତୁ ତୁମ୍ଭେମାନେ ଇଚ୍ଛୁକ ହେଲ ନାହିଁ।
38 ୩୮ ସେଟାର୍ ପାଇ ତର୍ ମନ୍ଦିର୍ ବାଙ୍ଗିରୁଜି ଚିନ୍ବିନ୍ ଅଇଜାଇସି ।
ଦେଖ, ତୁମ୍ଭମାନଙ୍କ ଘର ତୁମ୍ଭମାନଙ୍କ ହାତରେ ଛାଡ଼ି ଦିଆଯାଉଅଛି।
39 ୩୯ ମାତର୍ ମୁଇ କଇଲା କାତା ରଇସି, ମାପ୍ରୁର୍ ନାଉଁ ଦାରି ଜେ ଆଇଲାନି, ସେ କେଡେ କରମର୍ ଲକ୍ ବଲି ଏଟା ଜେବେ ଜାକ ନ କୁଆସ୍, ଆଜିଅନି ଆରି କେବେ ମକେ ଦେକି ନାପାରାସ୍ ।
କାରଣ ମୁଁ ତୁମ୍ଭମାନଙ୍କୁ କହୁଅଛି, ‘ପ୍ରଭୁଙ୍କ ନାମରେ ଯେ ଆସୁଅଛନ୍ତି, ସେ ଧନ୍ୟ,’ ତୁମ୍ଭେମାନେ ଏହି କଥା ନ କହିବା ପର୍ଯ୍ୟନ୍ତ ଆଜିଠାରୁ ମୋତେ ନିଶ୍ଚୟ ଆଉ ଦେଖିବ ନାହିଁ।”