< ମାର୍‌କ 14 >

1 ନିସ୍‌ତାର୍‌ ପରବ୍‌ ଆରି କମିର୍‌ ନ ମିସାଇ ରୁଟି କାଇବା ପରବ୍‌ ଅଇବାକେ ଆରି ଦୁଇଦିନ୍‌ ବାକିରଇଲା । ସେବେଲେ ମୁକିଅ ପୁଜାରିମନ୍‌ ଆରି ନିୟମ୍‌ ସିକାଉମନ୍‌ କେ ନାଜାନ୍‌ତେ ଜିସୁକେ କେନ୍ତି ବନ୍ଦିକରି ମରାଇଅଇସି ବଲିକରି ବୁଦି ପାଁଚ୍‌ତେରଇଲାଇ ।
ନିସ୍ତାର ପର୍ବ ଓ ଖମୀରଶୂନ୍ୟ ରୁଟିର ପର୍ବ ପଡ଼ିବାକୁ ଦୁଇ ଦିନ ଥିଲା। ସେହି ସମୟରେ ପ୍ରଧାନ ଯାଜକ ଓ ଶାସ୍ତ୍ରୀମାନେ କିପରି ଯୀଶୁଙ୍କୁ ଛଳରେ ଧରି ବଧ କରିପାରନ୍ତି, ସେଥିର ଉପାୟ ଖୋଜୁଥିଲେ।
2 ମାତର୍‌ ସେମନ୍‌ କଇଲାଇ, “ପରବ୍‌ ଦିନ୍‌ମନ୍‌କେ ତାକେ ବନ୍ଦିକରି ନଏଁ । କାଇକେବଇଲେ ଲକ୍‌ମନ୍‌ ଗଣ୍ଡ୍‍ଗଲ୍‌ କର୍‌ବାଇ ।”
କାରଣ ସେମାନେ କହିଲେ, ପର୍ବ ସମୟରେ ନୁହେଁ, କାଳେ ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହେବ।
3 ଜିସୁ ବେତ୍‌ନିଆ ଗଡେ ଆଗ୍‌ତୁ ବଡ୍‌ ରଗ୍‌ ଅଇଲା ସିମନର୍‌ ଗରେ କାଇବାକେ ବସ୍‌ଲାବେଲେ, ଗଟେକ୍‌ ମାଇଜି କାଁଚେ ବେସି ଦାମ୍‌ ଦେବା ବାସ୍‌ନା ଚିକନ୍‌ ଆନିକରି କାଁଚର୍‌ ଗାଲା ବାଙ୍ଗାଇ, ଜିସୁର୍‌ ମୁଣ୍ଡେ ରକଇଦେଲା ।
ସେ ବେଥନୀୟାରେ କୁଷ୍ଠରୋଗରୁ ସୁସ୍ଥ ପାଇଥିବା ଶିମୋନଙ୍କ ଗୃହରେ ଭୋଜନରେ ବସିଥିବା ସମୟରେ ଜଣେ ସ୍ତ୍ରୀଲୋକ ଗୋଟିଏ ପାତ୍ରରେ ବହୁମୂଲ୍ୟ ବିଶୁଦ୍ଧ ଜଟାମାଂସୀ ସୁଗନ୍ଧି ତୈଳ ଆଣି ସେହି ପାତ୍ର ଭାଙ୍ଗି ତାହାଙ୍କ ମସ୍ତକରେ ଢାଳିବାକୁ ଲାଗିଲେ।
4 ମାତର୍‌ ତେଇ ରଇବା କେତେକ୍‌ ଲକ୍‌ମନ୍‌ ରିସାଅଇ ନିଜର୍‌ ନିଜର୍‌ ବିତ୍‌ରେ କାତା ଅଇଲାଇ, “ଏ ଚିକନ୍‌ କାଇକେ ବେକାର୍‌ ବେକାର୍‌ ନସ୍‌ଟ କରି ପାକାଇଲାନି?
କିନ୍ତୁ କେତେକ ଲୋକ ବିରକ୍ତ ହୋଇ ପରସ୍ପରକୁ କହିଲେ, ତୈଳ କାହିଁକି ଏପରି ନଷ୍ଟ ହେଲା?
5 ଏଟା ବର୍‌ସେକର୍‌ କାମାଇଲାତେଇଅନି ଅଦିକ୍‌ ଡାବୁକେ ବିକି ଗରିବ୍‌ ଲକ୍‌ମନ୍‌କେ ଦେବାର୍‌ ଅଇତା ।” ବଲିକରି ସେମନ୍‌ ସେ ମାଇଜିକେ ବେସି କଇପାକାଇଲାଇ ।
ଏହି ତୈଳ ତ ତିନିଶହ ଦିନର ମଜୁରୀ ସମାନ ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରୟ କରାଯାଇ ଦରିଦ୍ରମାନଙ୍କୁ ଦିଆଯାଇ ପାରିଥାଆନ୍ତା। ତେଣୁ ସେମାନେ ସେହି ସ୍ତ୍ରୀଲୋକକୁ ଗାଳି କରିବାକୁ ଲାଗିଲେ।
6 ମାତର୍‌ ଜିସୁ ସେମନ୍‌କେ କଇଲା, “ସେ ମାଇଜିକେ ଚାଡିଦିଆସ୍‌, କାଇକେ ତାକେ ଲାଗିକରି କସ୍‌ଟ ଦେଲାସ୍‌ନି? ସେ ମର୍‌ପାଇ ନିକ କାମ୍‌ କଲାଆଚେ ।
କିନ୍ତୁ ଯୀଶୁ କହିଲେ, “ତାହାକୁ ଛାଡ଼ିଦିଅ; କାହିଁକି ତାହାକୁ କଷ୍ଟ ଦେଉଅଛ? ସେ ମୋ ପ୍ରତି ଉତ୍ତମ କର୍ମ କରିଅଛି।
7 କାଇକେବଇଲେ, ଗରିବ୍‌ ଲକ୍‌ମନ୍‌ ସବୁବେଲା ତମର୍‌ସଙ୍ଗ୍‍ ଆଚତ୍‌ । ତମେ ଜେଡେବେଲା ମନ୍‍କଲେ, ସେଡେବେଲା ସେମନ୍‌କେ ସାଇଜ କରିପାରାସ୍‌ । ମାତର୍‌ ମୁଇ ଆରି ବେସିଦିନ୍‌ ତମର୍‌ ସଙ୍ଗ୍ ନ ରଇ ।
କାରଣ ଦରିଦ୍ରମାନେ ତ ସର୍ବଦା ତୁମ୍ଭମାନଙ୍କ ନିକଟରେ ଅଛନ୍ତି, ଆଉ ତୁମ୍ଭମାନଙ୍କର ଯେତେବେଳେ ଇଚ୍ଛା, ସେତେବେଳେ ସେମାନଙ୍କର ଉପକାର କରିପାର; ମାତ୍ର ମୁଁ ସର୍ବଦା ତୁମ୍ଭମାନଙ୍କ ନିକଟରେ ନ ଥିବି।
8 ଏ ମାଇଜି ଜେତ୍‌କି ପାର୍‌ଲା, ସେତ୍‌କି କଲାଆଚେ । ସେ ମର୍‌ ମଲା ଗାଗଡ୍‌ ମସ୍‌ନେ ତପ୍‌ବା ଆଗ୍‌ତୁ ଚିକନ୍‌ ଲାଗାଇଦେଲା ଆଚେ ।
ତାହାର ଯାହା ସାଧ୍ୟ, ତାହା ସେ କରିଅଛି; ସେ ସମାଧି ନିମନ୍ତେ ମୋହର ଶରୀରକୁ ପୂର୍ବରୁ ତୈଳରେ ଅଭିଷେକ କରିଅଛି।
9 ମୁଇ ତମ୍‌କେ ସତ୍‌କାତା କଇଲିନି, ଗୁଲାଇ ଜଗତେ ଜନ୍‌ ଜାଗାଇ ମିସା ମାପ୍‌ରୁର୍‌ ନିକ କବର୍‌ ଜାନାଇଅଇସି । ଏ ମାଇଜି ଜାଇଟା କଲାଆଚେ, ତାକେ ଏତାଇକରି ସେଟା ମିସା କଇବାଇ ।”
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ସମସ୍ତ ଜଗତର ଯେକୌଣସି ସ୍ଥାନରେ ସୁସମାଚାର ଘୋଷଣା କରାଯିବ, ସେ ସ୍ଥାନରେ ଏ ସ୍ତ୍ରୀଲୋକର ସ୍ମରଣାର୍ଥେ ତାହାର ଏହି କର୍ମର କଥା ମଧ୍ୟ କୁହାଯିବ।”
10 ୧୦ ତାର୍‌ପଚେ ଜିସୁର୍‌ ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ଇସ୍‌କାରିୟତ୍‌ ଜିଉଦା ନାଉଁର୍‌ ଗଟେକ୍‌ ସିସ୍‌ ଜିସୁକେ ମୁକିଅ ପୁଜାରିମନର୍‌ ଆତେ ଦାରାଇଦେବାକେ ରାଜିଅଇକରି ସେମନର୍‌ ଲଗେ ଗାଲା ।
ସେଥିରେ ବାର ଶିଷ୍ୟମାନଙ୍କ ମଧ୍ୟରୁ ଇଷ୍କାରିୟୋତୀୟ ଯିହୂଦା ନାମକ ଜଣେ ଯୀଶୁଙ୍କୁ ପ୍ରଧାନ ଯାଜକମାନଙ୍କ ହସ୍ତରେ ସମର୍ପଣ କରିବା ନିମନ୍ତେ ସେମାନଙ୍କ ନିକଟକୁ ଗଲା।
11 ୧୧ ସେ ମୁକିଅ ପୁଜାରିମନ୍‌ ଜିଉଦାର୍‌ କାତା ସୁନିକରି ବେସି ସାର୍‌ଦା ଅଇଗାଲାଇ । ଏ କାମ୍‌ କଲେ ସେମନ୍‌ ଇସ୍‌କାରିୟତ୍‌ ଜିଉଦାକେ ଡାବୁ ଦେବୁ ବଲିକରି ପର୍‌ମାନ୍‌ କରି କଇଲାଇ । ସେଟାର୍‌ପାଇ ଇସ୍‌କାରିୟତ୍‌ ଜିଉଦା ଜିସୁକେ ମୁକିଅ ପୁଜାରିମନ୍‍କେ ଦାରାଇ ଦେବାକେ ବେଲା କଜ୍‌ଲା ।
ସେମାନେ ତାହା ଶୁଣି ଆନନ୍ଦିତ ହେଲେ ଓ ତାହାଙ୍କୁ ଟଙ୍କା ଦେବା ପାଇଁ ପ୍ରତିଜ୍ଞା କଲେ। ସେଥିରେ ସେ ତାହାଙ୍କୁ ସୁବିଧା ଅନୁସାରେ କିପରି ଧରାଇଦେଇ ପାରେ, ଏହା ଅନ୍ୱେଷଣ କରିବାକୁ ଲାଗିଲା।
12 ୧୨ କମିର୍‌ ନ ମିସାଇକରି ରୁଟି ତିଆର୍‌କରି କାଇବା ବଜିର୍‌ ପରବର୍‌ ପର୍‌ତୁମ୍‌ ଦିନେ, ରକିଆ ପାଇବା ପରବେ ମେଣ୍ଡାପିଲା ପୁଜ୍‌ବାଇ । ସେଦିନେ ଜିସୁର୍‌ ସିସ୍‌ମନ୍‌ ତାକେ “ତର୍‌ପାଇ ରକିଆ ପାଇବା ପରବର୍‌ ବଜି ସବୁ ଟିକ୍ କର୍‌ବାକେ ଆମେ କନ୍‌ ଜାଗାଇ ଜିବୁ ବଲିକରି ତୁଇ ମନ୍‍ କଲୁସ୍‌ନି?”
ପରେ ଖମୀରଶୂନ୍ୟ ରୁଟି ପର୍ବର ପ୍ରଥମ ଦିନରେ, ଯେଉଁ ଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରାଯାଏ, ସେହି ଦିନ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ପଚାରିଲେ, ଆମ୍ଭେମାନେ ଯାଇ କେଉଁ ସ୍ଥାନରେ ଆପଣଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କରିବୁ ବୋଲି ଆପଣ ଇଚ୍ଛା କରନ୍ତି?
13 ୧୩ ସେଟାର୍‌ପାଇ ଜିସୁ ତାର୍‌ ଦୁଇଟା ସିସ୍‌ମନ୍‌କେ ଡାକିକରି କଇଲା ତମେ ଗଡେ ଜା । ତେଇ ଗଟେକ୍‌ ବଡ୍‌ଟା ଆଣ୍ଡିତେଇ ପାନି ନେବା ଲକ୍‌କେ ଦେକ୍‌ସା । ତମେ ତାର୍‌ ପଚେ ପଚେ ଜା ।
ସେଥିରେ ସେ ଆପଣା ଶିଷ୍ୟମାନଙ୍କ ମଧ୍ୟରୁ ଦୁଇ ଜଣକୁ ଏହା କହି ପଠାଇଲେ, “ତୁମ୍ଭେମାନେ ନଗରକୁ ଯାଅ, ଆଉ ଜଳକୁମ୍ଭ ଘେନି ଯାଉଥିବା ଜଣେ ଲୋକ ତୁମ୍ଭମାନଙ୍କୁ ଭେଟିବ; ତାହାର ପଛେ ପଛେ ଯାଅ;
14 ୧୪ ସେ ପାନିନେବା ଲକ୍‌ ଗଟେକ୍‌ ଗରେ ପୁର୍‌ସି । ତମେ ମିସା ସେ ଗର୍‌ ବିତ୍‌ରେ ପୁରିକରି ସେ ଗରର୍‌ ସାଉକାର୍‌କେ କୁଆ, “ଆମର୍‌ ଗୁରୁ ପାଚାର୍‌ଲାନି, ମୁଇ ମର୍‌ ସିସ୍‌ମନର୍‌ ସଙ୍ଗ୍‌ ରକିଆ ପାଇବା ପରବର୍‌ ବଜି କର୍‌ବା ବାକ୍‌ରା କନ୍ତି ଆଚେ?
ସେ ଯେଉଁ ଗୃହରେ ପ୍ରବେଶ କରିବ, ସେହି ଗୃହର କର୍ତ୍ତାଙ୍କୁ କୁହ, ଗୁରୁ ପଚାରୁଅଛନ୍ତି, ମୁଁ ମୋହର ଶିଷ୍ୟମାନଙ୍କ ସହିତ ଯେଉଁଠାରେ ନିସ୍ତାର ପର୍ବର ଭୋଜ ପାଳନ କରିବି, ମୋହର ସେହି ଅତିଥିଶାଳା କାହିଁ?
15 ୧୫ ସେ ଗରର୍‌ ସାଉକାର୍‌ ତମ୍‌କେ ଗର୍‌ ଉପ୍‌ରେ ରଇବା ନିମାନ୍‌ ସଜାଇଅଇରଇଲା ଗଟେକ୍‌ ବଡ୍‌ଟା ବାକ୍‌ରା ଦେକାଇଦେଇସି । ତେଇ ଆମର୍‌ପାଇ କାଇବା କାଦି ତିଆର୍‌କରା ।” ବଲି ପାଟାଇଲା ।
ସେଥିରେ ସେ ତୁମ୍ଭମାନଙ୍କୁ ସୁସଜ୍ଜିତ ଓ ପ୍ରସ୍ତୁତ ଗୋଟିଏ ଉପରିସ୍ଥ ବୃହତ କୋଠରୀ ଦେଖାଇଦେବେ; ସେ ସ୍ଥାନରେ ଆମ୍ଭମାନଙ୍କ ପାଇଁ ପ୍ରସ୍ତୁତ କର।”
16 ୧୬ ତାର୍‌ ପଚେ ଦୁଇଟା ସିସ୍‌ମନ୍‌ ସେ ଗରେ ଗାଲାଇ । ତେଇ ଜିସୁ ସେମନ୍‌କେ ଜେନ୍ତି କଇରଇଲା, ସବୁ ସେନ୍ତି ଦେକ୍‌ଲାଇ । ସେଟାର୍‌ପାଇ ସେମନ୍‌ ତେଇ ନିସ୍‌ତାର୍‌ ପରବର୍‌ ବଜି ତିଆର୍‌କଲାଇ ।
ତହିଁରେ ଶିଷ୍ୟମାନେ ପ୍ରସ୍ଥାନ କରି ନଗରରେ ପ୍ରବେଶ କଲେ, ପୁଣି, ଯୀଶୁ ସେମାନଙ୍କୁ ଯେପରି କହିଥିଲେ, ସେହିପରି ଦେଖି ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କଲେ।
17 ୧୭ ସଞ୍ଜ୍‌ ଅଇଲାକେ ଜିସୁ ତାର୍‌ ସିସ୍‌ମନ୍‌କେ ଡାକିନେଇ ତେଇ କେଟ୍‌ଲା ।
ସନ୍ଧ୍ୟା ହୁଅନ୍ତେ ସେ ବାର ଶିଷ୍ୟଙ୍କ ସହିତ ଆସିଲେ।
18 ୧୮ ସେମନ୍‌ ବସି କାଇବାବେଲେ ଜିସୁ କଇଲା, “ମୁଇ ତମ୍‌କେ ସତ୍‌କାତା କଇଲିନି, ଏବେ ତମର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଜେକି ଆମର୍‌ ସଙ୍ଗ୍‌ କାଇଲାନି, ସେ ମକେ ସତ୍‌ରୁମନ୍‍କେ ଦାରାଇଦେଇସି ।”
ସେମାନେ ବସି ଭୋଜନ କରୁଥିବା ସମୟରେ ଯୀଶୁ କହିଲେ, “ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ତୁମ୍ଭମାନଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସାଙ୍ଗରେ ଭୋଜନ କରୁଅଛି, ସେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବ।”
19 ୧୯ ଏ କାତା ସୁନିକରି ସିସ୍‌ମନ୍‌ ବେସି ମନ୍‌ଦୁକ୍‌ ଅଇଲାଇ । ସବୁଲକ୍‌ ଗଟେକ୍‌ ଗଟେକ୍‌ ଅଇକରି ଜିସୁକେ ସେଲକ୍‌ ମୁଇ କି? ବଲିକରି ପାଚାର୍‌ଲାଇ ।
ସେଥିରେ ଶିଷ୍ୟମାନେ ଦୁଃଖିତ ହୋଇ ଜଣ ଜଣ କରି ତାହାଙ୍କୁ ପଚାରିବାକୁ ଲାଗିଲେ, ସେ କଅଣ ମୁଁ?
20 ୨୦ ଜିସୁ ସେମନ୍‌କେ କଇଲା, “ତମର୍‌ ବାର ଲକର୍‌ ବିତ୍‌ରେଅନି ଜନ୍‌ ଲକ୍‌ ମର୍‌ସଙ୍ଗ୍‌ ଗିନାତେଇ ରୁଟି ଚବାଲିଆଚେ, ସେ ଆକା ।”
ଯୀଶୁ ସେମାନଙ୍କୁ କହିଲେ, “ବାରଜଣଙ୍କ ମଧ୍ୟରୁ ଜଣେ, ଯେ କି ମୋʼ ସହିତ ପାତ୍ରରେ ହାତ ବୁଡ଼ାଉଅଛି।
21 ୨୧ “ମର୍‌ ବିସଇ ପର୍‌ମେସରର୍‌ ସାସ୍‌ତରେ କେନ୍ତି ଲେକା ଅଇଲାଆଚେ, ସେନ୍ତିସେ ସବୁ ଅଇଲାନି, ସେଟା ସତ୍‌ସେ, ମାତର୍‌ ଜାର୍‌ଟାନେଅନି ନର୍‌ପିଲା ମୁଇ ସତ୍‌ରୁମନର୍‌ ଆତେ ଦାରାଇଅଇବି, ସେ ବେସି ବଡ୍‌ ଡଣ୍ଡ୍‌ ପାଇବାଲକ୍‌ ଆରି ସେ ଜନମ୍‌ ନ ଅଇରଇଲେ ନିକ ଅଇତା ।”
ମନୁଷ୍ୟପୁତ୍ରଙ୍କ ବିଷୟରେ ଯେପରି ଲେଖାଅଛି, ସେହିପରି ସେ ଯାଉଅଛନ୍ତି ସତ୍ୟ, କିନ୍ତୁ ଯେଉଁ ଲୋକ ଦ୍ୱାରା ମନୁଷ୍ୟପୁତ୍ର ଶତ୍ରୁ ହସ୍ତରେ ସମର୍ପିତ ହେଉଅଛନ୍ତି, ହାୟ, ସେ ଦଣ୍ଡର ପାତ୍ର! ସେହି ଲୋକ ଜନ୍ମ ହୋଇ ନ ଥିଲେ ତାହା ପକ୍ଷରେ ଭଲ ହୋଇଥାଆନ୍ତା।”
22 ୨୨ ସିସ୍‌ମନ୍‌ କାଇବାକେ ବସ୍‌ଲାବେଲେ, ଜିସୁ ରୁଟିଦାରିକରି ପର୍‌ମେସର୍‌କେ ଜୁଆର୍‌କଲା ଆରି ସେଟା ବାଙ୍ଗାଇ ସେମନ୍‌କେ ଦେଇକରି କଇଲା, “ନିଆ ଏଟା ମର୍‌ ଗାଗଡ୍‌ ।”
ସେମାନେ ଭୋଜନ କରୁଥିବା ସମୟରେ ଯୀଶୁ ରୁଟି ଘେନି ଆଶୀର୍ବାଦ କଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, “ନିଅ, ଏହା ମୋହର ଶରୀର।”
23 ୨୩ ତାର୍‌ପଚେ ଅଙ୍ଗୁର୍‌ ରସ୍‌ ଦାରି ପର୍‌ମେସର୍‌କେ ଜୁଆର୍‌ କରି ସବୁ ଲକ୍‌କେ କାଇବାକେ ଦେଲାଜେ ସେମନ୍‌ କାଇଲାଇ ।
ପୁଣି, ସେ ପାନପାତ୍ର ଘେନି ଧନ୍ୟବାଦ ଦେଇ ଶିଷ୍ୟମାନଙ୍କୁ ଦେଲେ ଓ ସମସ୍ତେ ସେଥିରୁ ପାନ କଲେ।
24 ୨୪ ଆରି ସେ ତାର୍‌ ସିସ୍‌ମନ୍‌କେ କଇଲା, ଏଟା ଅଇଲାନି ବେସି ଲକର୍‌ପାଇ ଜରାଇଲା ମର୍‌ ବନି । ଏ ବନି ସଙ୍ଗ୍‌ ପର୍‌ମେସର୍‌ ଲକ୍‌ମନର୍‌ ସଙ୍ଗ୍‌ ରାଜିନାମା କଲାନି ।
ଆଉ, ଯୀଶୁ ସେମାନଙ୍କୁ କହିଲେ, “ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ଢାଳି ଦିଆଯାଏ, ଏ ମୋହର ସେହି ରକ୍ତ।
25 ୨୫ ମୁଇ ତମ୍‌କେ ସତ୍‌ କାତା କଇଲିନି, “ମୁଇ ପର୍‌ମେସରର୍‌ ରାଇଜେ ନୁଆ ଅଙ୍ଗୁର୍‌ ରସ୍‌ କାଇବା ଦିନ୍‌ ନ ଆଇବାଜାକ, ଏଟା ଆରି କେବେ ମିସା ନ କାଇ ।”
ମୁଁ ତୁମ୍ଭମାନଙ୍କୁ ସତ୍ୟ କହୁଅଛି, ଯେଉଁ ଦିନ ମୁଁ ଈଶ୍ବରଙ୍କ ରାଜ୍ୟରେ ନୂଆ କରି ଦ୍ରାକ୍ଷାଫଳର ରସ ପାନ କରିବି, ସେହି ଦିନ ପର୍ଯ୍ୟନ୍ତ ଏହା ଆଉ କେବେ ହେଁ ପାନ କରିବି ନାହିଁ।”
26 ୨୬ ସବୁ ସିସ୍‌ମନ୍‌ ମିସିକରି ପର୍‌ମେସର୍‌କେ ଦନିଅବାଦର୍‌ ଗିତ୍‌ ଗାଇ ଗାଇ କରି ଜିତ୍‌ ନାଉଁର୍‌ ପର୍‌ବତେ ଗାଲାଇ ।
ପୁଣି, ସେମାନେ ସ୍ତବଗାନ କଲା ଉତ୍ତାରେ ଜୀତପର୍ବତକୁ ବାହାରିଗଲେ।
27 ୨୭ ସେବେଲେ ଜିସୁ ସିସ୍‌ମନ୍‌କେ କଇଲା, “ତମେ ସବୁଲକ୍‌ ମକେ ଚାଡିକରି ଉଟିଜାଇସା । ସେଟା ପର୍‌ମେସରର୍‌ ସାସ୍‌ତରେ ଏନ୍ତି ଲେକାଅଇଲାଆଚେ, “ମୁଇ ମେଣ୍ଡା ଗଉଡ୍‌କେ ମରାଇବି । ତେଇର୍‌ ମେଣ୍ଡାମନ୍‌ ଚିନ୍‌ଚତର୍‌ ଅଇଜିବାଇ ।”
ସେତେବେଳେ ଯୀଶୁ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସମସ୍ତେ ବିଘ୍ନ ପାଇବ, କାରଣ ଲେଖାଅଛି, ‘ଆମ୍ଭେ ମେଷପାଳକକୁ ପ୍ରହାର କରିବା, ଆଉ ମେଷଗୁଡ଼ିକ ଛିନ୍ନଭିନ୍ନ ହୋଇଯିବେ।’
28 ୨୮ “ମାତର୍‌ ମୁଇ ମଲାଟାନେଅନି ଆରିତରେକ୍‌ ଉଟ୍‌ଲାପଚେ, ତମେ ଗାଲିଲି ଦେସେ ଜିବା ଆଗ୍‌ତୁ, ମୁଇ ତମର୍‌ ଆଗ୍‌ତୁ ଆଗ୍‌ତୁ ଗାଲିଲି ରାଇଜେ ଜିବି ।”
କିନ୍ତୁ ମୁଁ ଉତ୍ଥିତ ହେବା ପରେ ତୁମ୍ଭମାନଙ୍କ ଆଗେ ଗାଲିଲୀକୁ ଯିବି।”
29 ୨୯ ମାତର୍‌ ପିତର୍‌ ଜିସୁକେ କଇଲା, “ସବୁ ସିସ୍‌ମନ୍‌ ତମ୍‌କେ ଚାଡିକରି ଗାଲେ ମିସା ମୁଇ ତମ୍‌କେ କେବେ ନ ଚାଡି ।”
ମାତ୍ର ପିତର ତାହାଙ୍କୁ କହିଲେ, ଯଦ୍ୟପି ସମସ୍ତେ ବିଘ୍ନ ପାଇବେ, ତଥାପି ମୁଁ ପାଇବି ନାହିଁ।
30 ୩୦ ଜିସୁ ତାକେ କଇଲା, “ମୁଇ ତକେ ସତ୍‌କାତା କଇଲିନି, ଆଜି ରାତି ଦୁଇତର୍‌ କୁକ୍‌ଡା ଡାକ୍‌ବା ଆଗ୍‌ତୁ, ତୁଇ ମକେ ତିନ୍‌ତର୍‌ ଚିନିନାଇ ବଲିକରି କଇସୁ ।”
ଯୀଶୁ ତାହାଙ୍କୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ଏହି ରାତିରେ କୁକୁଡ଼ା ଦ୍ୱିତୀୟ ଥର ଡାକିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ।”
31 ୩୧ ଏ କାତା ସୁନି ପିତର୍‌ ଜିସୁକେ ଆରିତରେକ୍‌ ଡାଟ୍‌ସଙ୍ଗ୍‌ କଇଲା, “ମୁଇ ତମର୍‌ ସଙ୍ଗ୍‍ ମର୍‌ବାର୍‌ ଆଲେ ମିସା କେବେ ତମ୍‌କେ ନାଜାନି ବଲି ନ କଇ ।” ଆରି ବାକି ସିସ୍‌ମନ୍‌ ମିସା ସେନ୍ତିସେ କଇଲାଇ ।
କିନ୍ତୁ ପିତର ଦୃଢ଼ରୂପେ କହିବାକୁ ଲାଗିଲେ, ଯଦି ମୋତେ ଆପଣଙ୍କ ସାଙ୍ଗରେ ମରିବାକୁ ହୁଏ, ତଥାପି ମୁଁ ଆପଣଙ୍କୁ କେବେ ହେଁ ଅସ୍ୱୀକାର କରିବି ନାହିଁ। ପୁଣି, ସମସ୍ତେ ମଧ୍ୟ ସେହି ପ୍ରକାର କହିଲେ।
32 ୩୨ ତାର୍‌ପଚେ ଜିସୁ ତାର୍‌ ସିସ୍‌ମନର୍‌ ସଙ୍ଗ୍‌ ଗେତ୍‌ସିମନି ନାଉଁର୍‌ ଗଟେକ୍‌ ଜାଗାଇ ଆଇଲାଇ । ତେଇ ଜିସୁ ସିସ୍‌ମନ୍‌କେ କଇଲା, “ମୁଇ ପାର୍‌ତନା କର୍‌ବାବେଲେ ତମେ ଇତି ବସିରୁଆ ।”
ପରେ ସେମାନେ ଗେଥ୍‌ଶିମାନୀ ନାମକ ଗୋଟିଏ ସ୍ଥାନକୁ ଆସିଲେ, ଆଉ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “ମୁଁ ପ୍ରାର୍ଥନା କରୁଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏଠାରେ ବସିଥାଅ।”
33 ୩୩ ପିତର୍‌, ଜଅନ୍‌ ଆରି ଜାକୁବ୍‌କେ ତାର୍‌ ସଙ୍ଗ୍‌ ମିସ୍‌ତେ ଡାକିନେଲା । ସେ ଦୁକ୍‌ଅଇ କିଲ୍‌ବିଲ୍‌ ଅଇବାର୍‌ ବସ୍‌ଲା ।
ପୁଣି, ସେ ପିତର, ଯାକୁବ ଓ ଯୋହନଙ୍କୁ ସାଙ୍ଗରେ ଘେନି ଅତ୍ୟନ୍ତ ବିସ୍ମୟାନ୍ୱିତ ଓ ବ୍ୟାକୁଳ ହେବାକୁ ଲାଗିଲେ।
34 ୩୪ ଆରି ଜିସୁ, ପିତର୍‌, ଜାକୁବ୍‌ ଆରି ଜଅନ୍‌କେ କଇଲା, “ମର୍‌ ମନେ ବେସି ଦୁକ୍‌ ଅଇଗାଲା ଆଚେ । ଜିବନ୍‌ ଚିଡିଗାଲା ପାରା ଲାଗ୍‌ଲାନି । ତମେ ଇତି ବସିରଇ ଜାଗିରୁଆ ।”
ସେଥିରେ ଯୀଶୁ ସେମାନଙ୍କୁ କହିଲେ, “ମୋହର ପ୍ରାଣ ମୃତ୍ୟୁଭୋଗ କରିବା ପରି ଅତ୍ୟନ୍ତ ଶୋକାକୁଳ ହେଉଅଛି; ତୁମ୍ଭେମାନେ ଏଠାରେ ରହି ଜାଗିଥାଅ।”
35 ୩୫ ଜିସୁ ତାକର୍‌ଟାନେଅନି କଣ୍ଡେକ୍‌ ଦୁରିକେ ଇଣ୍ଡିଜାଇ ଉମ୍‌ତାଡିଅଇ ବୁଏଁ ଅଦ୍‌ରିକରି ପର୍‌ମେସର୍‌କେ ଏନ୍ତି ପାର୍‌ତନା କଲା, “ଏନ୍ତି କରିଅଇସି ବଇଲେ, ଏ କସ୍‌ଟର୍‌ ବେଲା ମକେ ନ ଆସ ।
ପୁଣି, ଯୀଶୁ ଅଳ୍ପ ଦୂର ଆଗକୁ ଯାଇ ଭୂମିରେ ପଡ଼ି, ଯଦି ହୋଇପାରେ, ସେହି ସମୟ ତାହାଙ୍କଠାରୁ ଯେପରି ଦୂର ହୁଏ, ଏଥିନିମନ୍ତେ ପ୍ରାର୍ଥନା କରିବାକୁ ଲାଗିଲେ।
36 ୩୬ ଏ ମର୍‌ ବାବା ତୁଇ ମନ୍‍କଲୁସ୍‌ ବଇଲେ କାଇ କାମ୍‌ ମିସା କରିପାରୁସ୍‌ । ସେଟାର୍‌ପାଇ ଏ ଦୁକ୍‌ କସ୍‌ଟର୍‌ ମୁତା ମର୍‌ଟାନେଅନି ଦାରି ଜା । ମାତର୍‌ ମର୍‌ ମନ୍‍ କଲା ଇସାବେ ନ କରି ତମର୍‌ ମନ୍‍ କଲା ଇସାବେ କରା” ବଲି ପାର୍‌ତନା କଲା ।
ଆଉ ଯୀଶୁ କହିଲେ, “ଆବ୍ବା, ପିତଃ, ସମସ୍ତ ତୁମ୍ଭର ସାଧ୍ୟ; ଏହି ପାନପାତ୍ର ମୋʼଠାରୁ ଦୂର କର; ତଥାପି ମୋହର ଇଚ୍ଛା ନୁହେଁ, ମାତ୍ର ତୁମ୍ଭର ଇଚ୍ଛା।”
37 ୩୭ ତାର୍‌ପଚେ ଜିସୁ ତାର୍‌ ସିସ୍‌ମନର୍‌ ଲଗେ ବାଉଡି ଆଇଲାଜେ, ସେମନ୍‌ ସଇରଇବାଟା ଦେକ୍‌ଲା । ସେ ପିତର୍‌କେ କଇଲା, “ସିମନ୍‌ ପିତର୍‌, ତମେ ସଇଦେଲାସ୍‌ନି କି? ଗଟେକ୍‌ ଗଁଟା ମିସା ଚେତା ରଇ ଜାଗି ନାପାର୍‌ଲାସ୍‌ନି?
ପୁଣି, ସେ ଆସି ଶିଷ୍ୟମାନଙ୍କୁ ନିଦ୍ରିତ ଦେଖିଲେ ଓ ପିତରଙ୍କୁ କହିଲେ, “ଶିମୋନ, ତୁମ୍ଭେ କଅଣ ଶୋଇପଡ଼ିଲ? ଘଣ୍ଟାଏ ହେଲେ ଜାଗି ପାରିଲ ନାହିଁ?
38 ୩୮ ତମେ ଜେନ୍ତିକି ପରିକାର୍‌ ପାନ୍ଦେ ନ ଅଦର୍‌ବାପାଇ ଜାଗି ରଇକରି ପାର୍‌ତନା କରା । ମନ୍‌ କର୍‌ବି ବଲି ମନ୍‍ କଲାନି ମାତର୍‌ ଗାଗଡ୍‌ ନିଚ୍‌ଲାନି ।”
ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗି ରହି ପ୍ରାର୍ଥନା କର; ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ।”
39 ୩୯ ଜିସୁ ଆରିତରେକ୍‌ ଜାଇକରି ଆଗ୍‌ତୁର୍‌ ପାରା କଇକରି ପାର୍‌ତନା କଲା ।
ସେ ପୁନର୍ବାର ଯାଇ ପୂର୍ବ ପରି କଥା କହି ପ୍ରାର୍ଥନା କଲେ।
40 ୪୦ ତାର୍‌ପଚେ ସେ ସିସ୍‌ମନର୍‌ ଲଗେ ଆରି ତରେକ୍‌ ବାଉଡି ଆସି ଦେକ୍‌ଲା । ସେମନ୍‌ ଆରିତରେକ୍‌ ସଇଦେଇରଇଲାଇ । ସେମନର୍‌ ଆଁକିତେଇ ଗୁନ୍‌ ଡାବି ଆଇତେରଇଲାଜେ ସେମନ୍‌ ଜିସୁକେ କାଇବଲି ମିସା କଇବାକେ ଜାନି ନାପାର୍‌ଲାଇ ।
ପୁନଶ୍ଚ ସେ ଆସି ସେମାନଙ୍କୁ ନିଦ୍ରିତ ଦେଖିଲେ, କାରଣ ସେମାନଙ୍କ ଆଖି ମାଡ଼ିପଡ଼ୁଥିଲା, ଆଉ ସେମାନେ ତାହାଙ୍କୁ କି ଉତ୍ତର ଦେବେ, ତାହା ଜାଣି ନ ଥିଲେ।
41 ୪୧ ଏନ୍ତି ତିନ୍‌ତର୍‌ ପାର୍‌ତନା କରି ସାରାଇଲାପଚେ ଜିସୁ ସିସ୍‌ମନର୍‌ଲଗେ ଆରିତରେକ୍‌ ବାଉଡି ଆଇଲା ଆରି ସେମନ୍‌କେ କଇଲା, “ଏବେଜାକ ତମେ ପୁଣ୍ଡିକରି ସଇଦେଇ ଆଚାସ୍‌? ଏତ୍‌କି ଅଇସିବେ, ଏବେ ନର୍‌ପିଲା ମକେ, ପାପି ଲକ୍‌ମନର୍‌ ଆତେ ଦାରାଇଦେବା ବେଲା ଆସି କେଟ୍‌ଲା ।
ଯୀଶୁ ତୃତୀୟ ଥର ଆସି ଶିଷ୍ୟମାନଙ୍କୁ କହିଲେ, “ଅଳ୍ପ କ୍ଷଣ ଶୟନ କରି ବିଶ୍ରାମ କର; ଯଥେଷ୍ଟ ହେଲାଣି; ସେହି ସମୟ ଉପସ୍ଥିତ; ଦେଖ, ମନୁଷ୍ୟପୁତ୍ର ପାପୀମାନଙ୍କ ହସ୍ତରେ ସମର୍ପିତ ହେଉଅଛନ୍ତି।
42 ୪୨ ଉଟା ଆମେ ଜୁବେ । ଏଦେ ଦେକା! ମକେ ସତ୍‌ରୁମନ୍‍କେ ଦାରାଇ ଦେବା ଲକ୍‌ ଆଇଲାଆଚେ ।” ବଲି କଇଲାଇ ।
ଉଠ, ଆମ୍ଭେମାନେ ଯିବା, ଦେଖ, ଯେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରୁଅଛି, ସେ ନିକଟବର୍ତ୍ତୀ।”
43 ୪୩ ସେ ଦାପ୍‌ରେ ଜିସୁ ଏ କାତା କଇବାବେଲା, ବାର୍‌ଟା ସିସ୍‌ମନର୍‌ ବିତ୍‌ରେଅନି ଗଟେକ୍‌ ଲକ୍‌ ଜେକି ଇସ୍‌କାରିୟତ୍‌ ଜିଉଦା ଆସି କେଟ୍‌ଲା । ଆରି ତାର୍‌ ସଙ୍ଗ୍‌ ବେସି ଲକ୍‌ମନ୍‌ ରଇଲାଇ । ସେ ଲକ୍‌ମନର୍‌ ଆତେ କାଣ୍ଡା ଆରି ଟେଙ୍ଗ୍‌ ଦାରିରଇଲାଇ । ସେ ଲକ୍‌ମନ୍‌କେ ମୁକିଅ ପୁଜାରିମନ୍‌, ନିୟମ୍‌ ସିକାଇବା ଲକ୍‌ମନ୍‌ ଆରି ମୁକିଅ ଜିଉଦି ନେତାମନ୍‌, ପାଟାଇ ରଇଲାଇ ।
ଆଉ ତତ୍‌କ୍ଷଣାତ୍, ଯୀଶୁ କଥା କହୁଥିବା ସମୟରେ, ଦ୍ୱାଦଶଙ୍କ ମଧ୍ୟରୁ ଯିହୂଦା ନାମକ ଜଣେ ଏବଂ ତାହା ସହିତ ପ୍ରଧାନ ଯାଜକ, ଶାସ୍ତ୍ରୀ ଓ ପ୍ରାଚୀନବର୍ଗଙ୍କଠାରୁ ଲୋକସମୂହ ଖଡ୍ଗ ଓ ଠେଙ୍ଗା ଧରି ଆସିଲେ।
44 ୪୪ ସତ୍‌ରୁମନର୍‌ ଆତେ ଦାରାଇଦେବା ଇସ୍‌କାରିୟତ୍‌ ଜିଉଦା ଜିସୁକେ ଦେକାଇଦେବାକେ ଏନ୍ତି ଗଟେକ୍‌ ଚିନ୍‌ କଇରଇଲା, “ମୁଇ ଜନ୍‌ ଲକ୍‌କେ ଚୁମ୍‌ବି, ସେ ଆକା ଜିସୁ । ତମେ ତାକେ ବନ୍ଦିକରି ଜାଗରତ୍‌ ସଙ୍ଗ୍‍ ଦୁରିକେ ଦାରିଜାଇସା ।”
ତାହାଙ୍କୁ ଶତ୍ରୁ ହସ୍ତରେ ସମର୍ପଣକାରୀ ସେମାନଙ୍କୁ ଏହି ସଙ୍କେତ ଦେଇ କହିଥିଲା, ମୁଁ ଯାହାଙ୍କୁ ଚୁମ୍ବନ କରିବି, ସେ ସେହି; ତାହାଙ୍କୁ ଧରି ସାବଧାନରେ ଘେନିଯିବ।
45 ୪୫ ସେମନ୍‌ ତେଇ ଆସିକରି କେଟ୍‌ଲା ଦାପ୍‌ରେ, ଇସ୍‌କାରିୟତ୍‌ ଜିଉଦା ଜିସୁର୍‌ ଲଗେ ଜାଇକରି “ଏ ଗୁରୁ, ଜୁଆର୍‌!” ବଲିକରି ଚୁମ୍‌ଲା ।
ଏଣୁ ସେ ସେହିକ୍ଷଣି ତାହାଙ୍କ ପାଖକୁ ଯାଇ, ହେ ଗୁରୁ ବୋଲି କହି ତାହାଙ୍କୁ ଚୁମ୍ବନ କଲା।
46 ୪୬ ସେବେଲା ସେଲକ୍‌ମନ୍‌ ଜିସୁକେ ଦାରି ବନ୍ଦିକରି ନେବାବେଲେ,
ସେଥିରେ ସେମାନେ ତାହାଙ୍କ ଉପରେ ହାତ ପକାଇ ତାହାଙ୍କୁ ଧରିଲେ।
47 ୪୭ ସେ ଲଗେ ଟିଆଅଇରଇଲା ଜିସୁର୍‌ ଗଟେକ୍‌ ସିସ୍‌ ତାର୍‌ କାଣ୍ଡା ବେଟି ମୁକିଅ ପୁଜାରିର୍‌ ଗତି ଦାଙ୍ଗ୍‌ଡାର୍‌ ଉଜା କାନ୍‌ କାଟିଦେଲା ।
କିନ୍ତୁ ପାଖରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ଖଣ୍ଡା ବାହାର କଲେ ଏବଂ ମହାଯାଜକଙ୍କ ଦାସକୁ ଆଘାତ କରି ତାହାର କାନ କାଟିପକାଇଲେ।
48 ୪୮ ଜିସୁ ସେ ଲକ୍‌ମନ୍‌କେ ପାଚାର୍‌ଲା, “ମୁଇ କାଇ ଗଟେକ୍‌ ଅପ୍‌ରାଦି ଲକ୍‌ କି, ତମେ କାଣ୍ଡା ଆରି ଟେଙ୍ଗ୍‌ମନ୍‌ ଦାରି ମକେ ନେବାର୍‌ ଆସିଆଚାସ୍‌?
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ଡକାଇତ ବିରୁଦ୍ଧରେ ବାହାରିବା ପରି ଖଣ୍ଡା ଓ ଠେଙ୍ଗା ଘେନି ତୁମ୍ଭେମାନେ କଅଣ ମୋତେ ଧରିବାକୁ ଆସିଲ?
49 ୪୯ ସବୁ ଦିନ୍‌ ମୁଇ ପାର୍‌ତନା ଗର୍‌ମନ୍‌କେ ସିକାଇଦେବା ବେଲେ ମୁଇ ତମର୍‌ ସଙ୍ଗ୍‌ ରଇଲି । ମାତର୍‌ ସେବେଲେ ମକେ ଦାରାସ୍‌ନାଇ । ମାତର୍‌ ପର୍‌ମେସରର୍‌ ସାସ୍‌ତରେ ଜେନ୍ତି ଲେକାଅଇରଇଲା ସେଟା ସବୁ ସତ୍‌ ଅଇବାକେସେ ଏନ୍ତି ଅଇଲାଆଚେ ।”
ମୁଁ ପ୍ରତିଦିନ ତୁମ୍ଭମାନଙ୍କ ସହିତ ମନ୍ଦିରରେ ଥାଇ ଶିକ୍ଷା ଦେଉଥିଲି, କିନ୍ତୁ ତୁମ୍ଭେମାନେ ମୋତେ ଧରିଲ ନାହିଁ; ମାତ୍ର ଧର୍ମଶାସ୍ତ୍ରର ବାକ୍ୟସମୂହ ଯେପରି ସଫଳ ହୁଏ, ସେଥିନିମନ୍ତେ ଏହି ସମସ୍ତ ଘଟୁଅଛି।”
50 ୫୦ ସେବେଲା ଜିସୁର୍‌ ସିସ୍‌ମନ୍‌ ତାକେ ଚାଡି ଉଟିପାଲାଇଲାଇ ।
ସେତେବେଳେ ସମସ୍ତେ ତାହାଙ୍କୁ ଛାଡ଼ି ପଳାଇଗଲେ।
51 ୫୧ ମାତର୍‌ ସେବେଲା ଗଟେକ୍‌ ଦାଙ୍ଗ୍‌ଡା ଅବ୍‌କା ପାତଲ୍‌ ଚାଦର୍‌ ଡାବିଅଇ ଜିସୁର୍‌ ପଚେ ପଚେ ଜାଇତେରଇଲା । ଲକ୍‌ମନ୍‌ ତାକେ ବନ୍ଦିକର୍‌ବାକେ ଚେସ୍‌ଟା କଲାଇକେ
କିନ୍ତୁ ଜଣେ ଯୁବା ଉଲଗ୍ନ ଦେହରେ ଖଣ୍ଡେ ସରୁ ଚାଦର ଘୋଡ଼ାଇ ହୋଇ ତାହାଙ୍କ ପଛେ ପଛେ ଯାଉଥିଲା; ସେମାନେ ତାହାକୁ ଧରିଲେ,
52 ୫୨ ସେ ଦାଙ୍ଗ୍‌ଡା ପାତଲ୍‌ ଚାଦର୍‌ ଚାଡିକରି ଡୁମ୍‌ଣ୍ଡା ଉଟିପାଲାଇଲା ।
ମାତ୍ର ସେ ସେହି ସରୁ ଚାଦର ଖଣ୍ଡିକ ଛାଡ଼ିଦେଇ ଖାଲି ଦେହରେ ପଳାଇଗଲା।
53 ୫୩ ପଚେ ସେ ଲକ୍‌ମନ୍‌ ଜିସୁକେ ସବୁର୍‌ଟାନେଅନି ବଡ୍‌ପୁଜାରିତେଇ ଦାରିଗାଲାଇ । ମୁକିଅ ପୁଜାରିମନ୍‌, ପାର୍‌ଚିନ୍‌ମନ୍‌ ଆରି ନିୟମ୍‌ ଗୁରୁମନ୍‌ ସବୁଲକ୍‌ ଗଟେକ୍‌ ତେଇ ରୁଣ୍ଡ୍‌ଲାଇ ।
ପରେ ସେମାନେ ଯୀଶୁଙ୍କୁ ମହାଯାଜକଙ୍କ ନିକଟକୁ ଘେନିଗଲେ, ପୁଣି, ପ୍ରଧାନ ଯାଜକ, ପ୍ରାଚୀନ ଓ ଶାସ୍ତ୍ରୀମାନେ ସମସ୍ତେ ଆସି ଏକତ୍ର ହେଲେ।
54 ୫୪ ପିତର୍‌ ଜିସୁର୍‌ ଟାନେଅନି ଦୁରିକେ ରଇ ତାର୍‌ ପଚେ ପଚେ ଗାଲା ଆରି ମୁକିଅ ପୁଜାରିର୍‌ ଡାଣ୍ଡ୍‌ବିତ୍‌ରେ ଗାଲା । ଜାଗୁଆଲ୍‌ମନର୍‌ ସଙ୍ଗ୍‌ ବସିକରି ଜଇ ଚେକ୍‌ତେରଇଲା ।
ପିତର ଦୂରରେ ରହି ତାହାଙ୍କ ପଛେ ପଛେ ମହାଯାଜକଙ୍କ ପ୍ରାଙ୍ଗଣ ଭିତରକୁ ଗଲେ ଓ ପଦାତିକମାନଙ୍କ ସହିତ ବସି ନିଆଁ ସେକି ହେଉଥିଲେ।
55 ୫୫ ତେଇ ମୁକିଅ ପୁଜାରିମନ୍‌ ଆରି ବିଚାର୍‌ କର୍‌ବା ଜିଉଦି ନେତାମନ୍‌ ଜିସୁକେ ମର୍‌ବା ଡଣ୍ଡ୍‌ ଦେବାକେ ତାର୍‌ ବିରଦେ ସାକି କଜ୍‌ତେରଇଲାଇ । ମାତର୍‌ ସାକି ଦେବାକେ କେ ମିସା ମିଲତ୍‌ନାଇ ।
ଇତିମଧ୍ୟରେ ପ୍ରଧାନ ଯାଜକମାନେ ଓ ସମସ୍ତ ମହାସଭା ଯୀଶୁଙ୍କୁ ବଧ କରିବା ନିମନ୍ତେ ତାହାଙ୍କ ବିରୁଦ୍ଧରେ ସାକ୍ଷ୍ୟ ଅନ୍ୱେଷଣ କରିବାକୁ ଲାଗିଲେ, କିନ୍ତୁ ପାଇଲେ ନାହିଁ;
56 ୫୬ ବେସି ଲକ୍‌ମନ୍‌ ଆସିକରି ଜିସୁର୍‌ ବିରଦେ ମିଚ୍‌ ସାକି କଇଲାଇ, ମାତର୍‌ ସେମନ୍‌ ସବୁଲକ୍‌ ବିନ୍‌ ବିନ୍‌ ରକାମର୍‌ କାତା କଇଲାଇ ।
କାରଣ ଅନେକେ ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଲେ ହେଁ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ।
57 ୫୭ ସାରାସାରି କେତେ ଲକ୍‌ ଉଟିକରି ତାର୍‌ ବିରଦେ ମିଚ୍‌ ସାକି ଦେଇ ଏନ୍ତି କଇଲାଇ,
ପରେ କେତେକ ଲୋକ ଉଠି ତାହାଙ୍କ ବିରୁଦ୍ଧରେ ମିଥ୍ୟା ସାକ୍ଷ୍ୟ ଦେଇ କହିବାକୁ ଲାଗିଲେ,
58 ୫୮ “ଲକ୍‌ମନ୍‌ ତିଆର୍‌କଲା ଏ ପର୍‌ମେସରର୍‌ ମନ୍ଦିର୍‍ ମୁଇ ବାଙ୍ଗାଇ ଦେଇ, ସେଟା ତିନ୍‌ ଦିନ୍‌ ବିତ୍‌ରେ ଆରି ତିଆର୍‌କରିଦେବି, ଜନ୍‌ଟାକି ଲକ୍‌ମନ୍‌ ତିଆର୍‌ ନ କରିରଅତ୍‌ ବଲି ସେ କଇବା ଏ କାତା ଆମେ ସୁନିଆଚୁ ।”
ଆମ୍ଭେମାନେ ଏହାକୁ ଏହି କଥା କହିବା ଶୁଣିଅଛୁ, ମୁଁ ଏହି ହସ୍ତକୃତ ମନ୍ଦିରକୁ ଭାଙ୍ଗି ତିନି ଦିନ ମଧ୍ୟରେ ଆଉ ଗୋଟିଏ ଅହସ୍ତକୃତ ମନ୍ଦିର ନିର୍ମାଣ କରିବି।
59 ୫୯ ମାତର୍‌, ଏନ୍ତି ବଇଲେମିସା ଏ ଲକ୍‌ମନ୍‌ କାଇ କାଇ ବିସଇ ସବୁ କଇତେରଇଲାଇ, ସେଟା, ଗଟେକ୍‌ ଲକର୍‌ କାତା ଆରି ଗଟେକ୍‌ ଲକର୍‌ କାତା ସଙ୍ଗ୍‌ ନ ମିସ୍‌ତେରଇଲା ।
କିନ୍ତୁ ଏଥିରେ ମଧ୍ୟ ସେମାନଙ୍କର ସାକ୍ଷ୍ୟ ମିଶିଲା ନାହିଁ।
60 ୬୦ ତାର୍‌ପଚେ ସବୁଲକର୍‌ ଆଗ୍‌ତୁ ବଡ୍‌ ପୁଜାରି ଟିଆଅଇକରି ପାଚାର୍‌ଲା, “ଏ ଲକ୍‌ମନ୍‌ ତର୍‌ ବିରଦେ କେତେ କାତା କଇଲାଇନି, ସେ ବିସଇନେଇ ତକେ କାଇଟା ମିସା କଇବାର୍‌ ଆଚେ କି?”
ତହିଁରେ ମହାଯାଜକ ମଧ୍ୟସ୍ଥଳରେ ଠିଆ ହୋଇ ଯୀଶୁଙ୍କୁ ପଚାରିଲେ, ତୁମ୍ଭ ବିରୁଦ୍ଧରେ ଏମାନେ ଏ ଯେଉଁ ସାକ୍ଷ୍ୟ ଦେଉଅଛନ୍ତି, ସେଥିରେ କିଛି ଉତ୍ତର ଦେଉ ନାହଁ?
61 ୬୧ ମାତର୍‌ ଜିସୁ ଚିମ୍‌ରା ଅଇକରି ରଇଲା, କାଇଟା ମିସା କଏନାଇ । ବଡ୍‌ପୁଜାରି ଜିସୁକେ ଆରି ତର୍‍ ପାଚାର୍‌ଲା, “ତୁଇ କାଇ ପୁଜା ପାଇବା ପର୍‌ମେସରର୍‌ ପଅ କିରିସ୍‌ଟ କି?”
କିନ୍ତୁ ସେ ନୀରବ ହୋଇ ରହି କୌଣସି ଉତ୍ତର ଦେଲେ ନାହିଁ। ମହାଯାଜକ ପୁନର୍ବାର ତାହାଙ୍କୁ ପଚାରିଲେ, ତୁମ୍ଭେ ପରମ-ଧନ୍ୟଙ୍କ ପୁତ୍ର ଖ୍ରୀଷ୍ଟ କି?
62 ୬୨ ଜିସୁ କଇଲା, “ଉଁ, ମୁଇ ସେ । ଆରି ନର୍‌ପିଲା ମୁଇ, ପର୍‌ମେସରର୍‌ ବେସି ବପୁର୍‌ ଉଜା ଆତ୍‌ ବାଟେ ବସିରଇଲାଟା ଆରି ସରଗର୍‌ ମେଗେ ଆଇବାଟା ଦେକ୍‌ସା ।”
ଯୀଶୁ କହିଲେ, “ମୁଁ ସେହି; ପୁଣି, ଆପଣମାନେ ମନୁଷ୍ୟପୁତ୍ରଙ୍କୁ ପରାକ୍ରମର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ଓ ଆକାଶର ମେଘମାଳାରେ ଆଗମନ କରିବା ଦେଖିବେ।”
63 ୬୩ ବଡ୍‌ ପୁଜାରି ଏ କାତା ସୁନିକରି ବେସି ରିସାଅଇଜାଇ ତାର୍‌ ନିଜର୍‌ ପଚିଆ ଚିରିପାକାଇଲା ଆରି ସବୁଲକ୍‌ମନ୍‌କେ କଇଲା, “ଆମ୍‌କେ ଆରି କାଇ ସାକି ଦର୍‌କାର୍‌?”
ସେଥିରେ ମହାଯାଜକ ଆପଣା ଅଙ୍ଗରଖା ଚିରି କହିଲେ, ସାକ୍ଷୀରେ ଆମ୍ଭମାନଙ୍କର ଆଉ କଅଣ ପ୍ରୟୋଜନ?
64 ୬୪ “ସେ ପର୍‌ମେସରର୍‌ ପିଲା ବଲିକରି କଇଲାଟା ତମେ ସୁନିଆଚାସ୍‌ । ଏବେ ତମେ କାଇଟା ବଲି ବାବ୍‌ଲାସ୍‌ନି?” ତେଇ ସବୁ ଲକ୍‌ମନ୍‌ ଜିସୁକେ ଦସି କରାଇ, ତାକେ ମର୍‌ବା ଡଣ୍ଡ୍‌ ମିଲ ବଲି କଇଲାଇ ।
ଆପଣମାନେ ତ ଈଶ୍ବର ନିନ୍ଦା ଶୁଣିଲେ; ଆପଣମାନଙ୍କର ବିଚାର କଅଣ? ଏଥିରେ ସେମାନେ ସମସ୍ତେ ସେ ପ୍ରାଣଦଣ୍ଡ ଯୋଗ୍ୟ ବୋଲି ମତ ଦେଲେ।
65 ୬୫ ତେଇ ରଇଲା କେତେ ଲକ୍‌ମନ୍‌ ତାର୍‌ ଉପ୍‌ରେ ତୁକ୍‌ବାର୍‌ ଦାର୍‌ଲାଇ । କେତେଲକ୍‌ମନ୍‌ ତାର୍‌ ମୁଏଁ ଡାବିକରି ତାକେ ବିଦାସଙ୍ଗ୍‌ ମାର୍‌ଲାଇ । ତାକେ କିଜାଇକରି କଇଲାଇ, “ତୁଇ ଜଦି ପର୍‌ମେସରର୍‌ କାତା କଇବା ବବିସତ୍‌ବକ୍‌ତା ବଇଲେ, ତକେ କେ ମାର୍‌ଲା କ?” ପଚେ ସନିଅମନ୍‌ ତାକେ ଦାରିଜାଇକରି ମାର୍‌ଲାଇ ।
ପୁଣି, କେହି କେହି ତାହାଙ୍କ ଉପରେ ଛେପ ପକାଇବାକୁ ଲାଗିଲେ ଓ ତାହାଙ୍କ ମୁହଁ ଘୋଡ଼ାଇ ତାହାଙ୍କୁ ବିଧା ମାରି କହିବାକୁ ଲାଗିଲେ, ତୁ ପରା ଭାବବାଦୀ! ପ୍ରମାଣ ଦେ। ଆଉ ପଦାତିକମାନେ ଚାପୁଡ଼ା ମାରୁ ମାରୁ ତାହାଙ୍କୁ ଧରି ଘେନିଗଲେ।
66 ୬୬ ପିତର୍‌ ମଜାଡାଣ୍ଡେ ଟିଆଅଇଲାବେଲେ ବଡ୍‌ ପୁଜାରିର୍‌ ଗତି ଦାଙ୍ଗ୍‌ଡି ତେଇ ଆଇଲା ।
ଇତିମଧ୍ୟରେ ପିତର ତଳେ ପ୍ରାଙ୍ଗଣରେ ଥିବା ସମୟରେ ମହାଯାଜକଙ୍କର ଦାସୀ ଆସି ପିତରଙ୍କୁ ନିଆଁ ସେକି ହେଉଥିବାର ଦେଖିଲା,
67 ୬୭ ପିତର୍‌ ଜଇ ଚେକ୍‌ବାବେଲେ ତାକେ ନିମାନ୍‌ ଦେକିକରି କଇଲା, “ତୁଇମିସା ନାଜରିତର୍‌ ଜିସୁର୍‌ ସଙ୍ଗ୍‌ ରଇଲୁସ୍‌ ।”
ଆଉ ତାହାଙ୍କୁ ଏକଦୃଷ୍ଟିରେ ଚାହିଁ କହିଲା, ତୁମ୍ଭେ ମଧ୍ୟ ନାଜରିତୀୟ ଯୀଶୁଙ୍କ ସାଙ୍ଗରେ ଥିଲ।
68 ୬୮ ମାତର୍‌ ପିତର୍‌ ତାକେ କଇଲା, “ସେଟା ମୁଇ ନଇ, ମୁଇ କେବେ ମିସା ଜିସୁର୍‌ ସଙ୍ଗ୍‌ ରଇନାଇ, ତମେ କାଇଟା କଇଲାସ୍‌ନି ମୁଇ ନାଜାନି ।” ତାର୍‌ପଚେ ପିତର୍‌ ଡାଣ୍ଡେ ପୁର୍‌ବା ବାଟେ ଉଟିଗାଲା ।
କିନ୍ତୁ ସେ ଅସ୍ୱୀକାର କରି କହିଲେ, ମୁଁ ତାହାକୁ ଜାଣେ ନାହିଁ, ଆଉ ତୁମ୍ଭେ କଅଣ କହୁଅଛ, ମୁଁ ବୁଝୁ ନାହିଁ। ପରେ ସେ ଦାଣ୍ଡଦ୍ୱାରକୁ ବାହାରିଗଲେ;
69 ୬୯ ଆରି ତରେକ୍‌ ଗତିଦାଙ୍ଗ୍‌ଡି ପିତର୍‌କେ ଦେକି ତେଇ ଟିଆଅଇଲା ଲକ୍‌ମନ୍‌କେ କଇଲା, “ଏ ଲକ୍‌ ମିସା ଜିସୁର୍‌ ଦଲେଅନି ଗଟେକ୍‌ ଲକ୍‌ ।”
ପୁଣି, ସେହି ଦାସୀ ତାହାଙ୍କୁ ଦେଖି ପାଖରେ ଠିଆ ହୋଇଥିବା ଲୋକମାନଙ୍କୁ ଆଉ ଥରେ କହିବାକୁ ଲାଗିଲା, ଏ ସେମାନଙ୍କ ମଧ୍ୟରୁ ଜଣେ।
70 ୭୦ ମାତର୍‌ ପିତର୍‌ ଆରିତରେକ୍‌ କଇଲା, “ଏ କାତା ମୁଲ୍‍କେ ସତ୍‌ ନାଇ ।” ଆରି କେତେପର୍‌ ଗାଲା ପଚେ, ତେଇ ରଇଲା ଲକ୍‌ମନ୍‌ “ତୁଇ ସେମନର୍‌ ମାନ୍ଦାଇ ରଇଲୁସ୍‌ ଆକା, ତୁଇ ଗଟେକ୍‌ ଗାଲିଲି ଅନି ଆଇଲା ଲକ୍‌ ପାରା ଡିସ୍‍ଲୁସ୍‌ନି ।” ବଲି କଇଲାଇ ।
କିନ୍ତୁ ସେ ପୁନର୍ବାର ଅସ୍ୱୀକାର କରିବାକୁ ଲାଗିଲେ। ପୁନଶ୍ଚ ଅଳ୍ପ ସମୟ ପରେ ପାଖରେ ଠିଆ ହୋଇଥିବା ଲୋକମାନେ ପିତରଙ୍କୁ କହିଲେ, ତୁମ୍ଭେ ନିଶ୍ଚୟ ସେମାନଙ୍କ ମଧ୍ୟରୁ ଜଣେ, କାରଣ ତୁମ୍ଭେ ତ ଗାଲିଲୀୟ ଲୋକ।
71 ୭୧ ମାତର୍‌ ପିତର୍‌ ସାଇପ୍‌ ଦେଇ ରାନ୍‌ ପାକାଇ କଇଲା, “ମୁଇ ପର୍‌ମେସରର୍‌ ନାଉଁ ଦାରି ପର୍‌ମାନ୍‌ କରି କଇଲିନି, ତମେ କାର୍‌ କାତା କଇଲାସ୍‌ନି, ମୁଇ ତାକେ ମୁଲ୍‌କେ ନାଜାନି ।”
କିନ୍ତୁ ସେ ଅଭିଶାପ ଦେଇ ଓ ଶପଥ କରି କହିବାକୁ ଲାଗିଲେ, ତୁମ୍ଭେମାନେ ଯେଉଁ ଲୋକର କଥା କହୁଅଛ, ମୁଁ ତାହାକୁ ଜାଣେ ନାହିଁ।
72 ୭୨ ପିତର୍‌ ଏ କାତା କଇଲା ଦାପ୍‌ରେ କୁକ୍‌ଡା ଦୁଇତର୍‌ ଡାକ୍‌ଲା । ଜିସୁ କଇରଇବା ସବୁ କାତା ପିତର୍‌ ଏତାଇଲା । ଜିସୁ କଇରଇଲା, କୁକ୍‌ଡା ଦୁଇତର୍‌ ଡାକ୍‌ବା ଆଗ୍‌ତୁ ତୁଇ ମକେ ତିନ୍‌ ତର୍‌ ନାଜାନି ବଲିକରି କଇସାରାଇରଇସୁ ବଲି । ତାର୍‌ପଚେ ପିତର୍‌ ବେସି ଦୁକ୍‌କରି କାନ୍ଦ୍‌ବାର୍‌ ଦାର୍‌ଲା ।
ସେହିକ୍ଷଣି କୁକୁଡ଼ା ଦ୍ୱିତୀୟ ଥର ରାବିଲା। ଏଥିରେ, “କୁକୁଡ଼ା ଦ୍ୱିତୀୟ ଥର ରାବିବା ପୂର୍ବରୁ ତୁମ୍ଭେ ମୋତେ ତିନି ଥର ଅସ୍ୱୀକାର କରିବ,” ଏହି ଯେଉଁ କଥା ଯୀଶୁ ପିତରଙ୍କୁ କହିଥିଲେ, ତାହା ତାହାଙ୍କ ମନରେ ପଡ଼ିଲା, ଆଉ ସେ ସେହି କଥା ଭାବି ରୋଦନ କରିବାକୁ ଲାଗିଲେ।

< ମାର୍‌କ 14 >