< ଲୁକ୍ 12 >
1 ୧ ଏତ୍କି ବିତ୍ରେ ଅଜାର୍ ଅଜାର୍ ଲକ୍ ଟୁଲ୍ଅଇକରି, ତାକର୍ ତାକର୍ ବିତ୍ରେ ମାଣ୍ଡାଚୁଣ୍ଡା ଅଇଜାଇତେ ରଇଲାଇ, ସେଡ୍କିବେଲେ ଜିସୁ ପର୍ତୁମ୍ ନିଜର୍ ସିସ୍ମନ୍କେ କଇବାର୍ ଦାର୍ଲା, “ପାରୁସିମନର୍ କମିର୍ ପାରା କପଟ୍ ତେଇଅନି ଜାଗ୍ରତ୍ ଅଇରୁଆ ।
In the mean time, when there were gathered together an innumerable multitude of people, insomuch that they trode one upon another, he began to say unto his disciples first of all, Beware all of you of the leaven of the Pharisees, which is hypocrisy.
2 ୨ ଡାବିଅଇରଇବା ସବୁ ବିସଇ ଜାନାପଡ୍ସି, ଆରି ଲୁଚିରଇବା ବିସଇ ସବୁ ଦେକାଅଇସି ।
For there is nothing covered, that shall not be revealed; neither hid, that shall not be known.
3 ୩ ତେବର୍ପାଇ, ତମେମନ୍ ଜନ୍ ଜନ୍ଟା ଆନ୍ଦାରେ କଇଆଚାସ୍, ସେ ସବୁଜାକ ଉଜ୍ଲେ ସୁନ୍ବାଇ, ଆରି ଜନ୍ ଜନ୍ଟା ବିତର୍ଗରେ, କେ ନ ସୁନ୍ତେ କଇଆଚାସ୍, ସେଟା ଗରର୍ ଚାନିଉପ୍ରେ ଅନି ସୁନାଇଅଇସି ।”
Therefore whatsoever all of you have spoken in darkness shall be heard in the light; and that which all of you have spoken in the ear in closets shall be proclaimed upon the housetops.
4 ୪ “ମାତର୍ ତମେ ମର୍ ମଇତର୍, ତମ୍କେ ମୁଇ କଇଲିନି, ଜନ୍ ଲକ୍ମନ୍ ଗାଗଡ୍କେ ମରାଇବାଇ, ମାତର୍ ତାର୍ପଚେ ତମର୍ ଆତ୍ମାକେ କାଇଟା କରିନାପାରତ୍, ସେମନ୍କେ ଡରାନାଇ ।
And I say unto you my friends, Be not afraid of them that kill the body, and after that have no more that they can do.
5 ୫ ମାତର୍ କାକେ ଡର୍ସା, ସେଟା ମୁଇ ତମ୍କେ ଜାନାଇବି, ମରାଇଲାପଚେ ନର୍କେ ପିଙ୍ଗ୍ବାକେ ଜାର୍ ଅଦିକାର୍ ଆଚେ, ତାକେ ଡରା, ଉଁ ମୁଇ ତମ୍କେ ସତ୍ କଇଲିନି, ପର୍ମେସର୍କେ ଡରା । (Geenna )
But I will forewarn you whom all of you shall fear: Fear him, which after he has killed has power to cast into hell; yea, I say unto you, Fear him. (Geenna )
6 ୬ “ପାଁଚ୍ଟା ଚେଟିଆ ଚଡଇ କାଇ ଅଲପ୍ ଡାବୁକେ ବିକା ନଅଏ କି? ଏଲେ ମିସା ସେମନର୍ ବିତ୍ରେଅନି ଗଟେକ୍କେ ମିସା ପର୍ମେସର୍ ନ ପାସ୍ରେ ।
Are not five sparrows sold for two farthings, and not one of them is forgotten before God?
7 ୭ ମାତର୍ ତମର୍ ମୁଣ୍ଡର୍ ସବୁ ଚେଣ୍ଡି ମିସା ଏଜା ଅଇଲାଆଚେ । ଡରାନାଇ, ତମେମନ୍ କେତେକ୍ କେତେକ୍ ଚେଟିଆ ଚଡଇର୍ ଟାନେଅନି ମୁକିଅ ।”
But even the very hairs of your head are all numbered. Fear not therefore: all of you are of more value than many sparrows.
8 ୮ “ଆରି ମୁଇ ତମ୍କେ କଇଲିନି, ଜେ ଜଦି ମକେ ଲକ୍ମନର୍ ମୁଆଟେ ନାମ୍ସି ଆରି ବିସ୍ବାସ୍ କର୍ସି, ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ମିସା ପର୍ମେସରର୍ ଦୁତ୍ମନର୍ ମୁଆଟେ ତାକେ ନାମ୍ବି ।
Also I say unto you, Whosoever shall confess me before men, him shall the Son of man also confess before the angels of God:
9 ୯ ମାତର୍ ଜେ ଲକ୍ମନର୍ ମୁଆଟେ ମକେ ନ ନାମି, ବିସ୍ବାସ୍ ନ କରେ, ତାକେ ପର୍ମେସରର୍ ଦୁତ୍ମନର୍ ମୁଆଟେ ମୁଇ ଇନ୍ କର୍ବି ।”
But he that denies me before men shall be denied before the angels of God.
10 ୧୦ “ଆରି ଜେ ପର୍ମେସର୍ ପାଟାଇରଇବା ନର୍ପିଲାର୍ ବିରୁଦେ କଇଲେ, ତାକେ କେମା ଦିଆଅଇସି, ମାତର୍ ଜେ ସୁକଲ୍ ଆତ୍ମାର୍ ବିରୁଦେ କଇସି, ତାକେ କେମା ନ ଦିଆଅଏ ।
And whosoever shall speak a word (logos) against the Son of man, it shall be forgiven him: but unto him that blasphemes against the Holy Spirit (pneuma) it shall not be forgiven.
11 ୧୧ “ଆରି ଜେଡେବେଲେ ସେମନ୍ ତମ୍କେ ଜିଉଦି ଲକ୍ମନର୍ ପାର୍ତନା ଗରେ, ସାସନ୍ କର୍ବା ଲକ୍ମନର୍ଟାନେ କି ବିନ୍ ବିନ୍ ଅଦିକାରି ମନର୍ଟାନେ ବାନ୍ଦିନେଲେ, ସେଡ୍କିବେଲେ କାଇଟାବଲି କଇସା, ସେ ବିସଇ ନେଇକରି ଚିନ୍ତା କରାନାଇ ।
And when they bring you unto the synagogues, and unto magistrates, and powers, take all of you no thought how or what thing all of you shall answer, or what all of you shall say:
12 ୧୨ କାଇକେବଇଲେ କାଇଟା କଇବାକେ ଅଇସି, ସେବେଲାଇ ସୁକଲ୍ଆତ୍ମା ତମ୍କେ ସିକାଇସି ।”
For the Holy Spirit (pneuma) shall teach you in the same hour what all of you ought to say.
13 ୧୩ ଲକ୍ମନର୍ ଗଅଲି ବିତ୍ରେଅନି ଗଟେକ୍ ଲକ୍ ଜିସୁକେ କଇଲା, “ଏ ଗୁରୁ, ମର୍ ବାବାର୍ ସଁପତି ବାଗ୍ବାଟା କର୍ବାକେ ମର୍ ବାଇକେ କୁଆ ।”
And one of the company said unto him, Master, speak to my brother, that he divide the inheritance with me.
14 ୧୪ ଏଟା ସୁନି ଜିସୁ ତାକେ କଇଲା, “ଏ ମଇତର୍, ତମର୍ ବିତ୍ରେ ନିଆଇ କର୍ବାକେ ଆରି ଦନ୍ସଁପତି ବାଗ୍ବାଟା କରିଦେବାକେ ମକେ କେ ଅଦିକାର୍ ଦେଲାଆଚେ?”
And he said unto him, Man, who made me a judge or a divider over you?
15 ୧୫ ଆରି ଜିସୁ ସେମନ୍କେ କଇଲା, “ଜାଗର୍ତା, ସବୁରକାମର୍ ଲବ୍ କର୍ବାଟାନେଅନି ନିଜେ ନିଜେ ଦୁରେ ରୁଆ । କାଇକେବଇଲେ ଗଟେକ୍ ଲକର୍ ଜିବନ୍ଟାନେଅନି ଦନ୍ସଁପତି ବଡ୍ ବିସଇ ନଏ ।”
And he said unto them, Take heed, and beware of covetousness: for a man's life consists not in the abundance of the things which he possesses.
16 ୧୬ ଆରି ସେ ଲକ୍ମନ୍କେ ଗଟେକ୍ ଉଦାଅରନ୍ ଦେଇ କଇଲା, ଗଟେକ୍ ସାଉକାର୍କେ ତାର୍ ଜମିଟାନେଅନି ବେସି ତାସ୍ ପାଚ୍ଲା ।
And he spoke a parable unto them, saying, The ground of a certain rich man brought forth plentifully:
17 ୧୭ ସେ ଲକ୍ ମନେ ମନେ ବାବ୍ନାକରି କଇଲା, “କାଇଟା କର୍ବି? ମର୍ କାଦି ଆନି ସଙ୍ଗଇବାକେ ଜାଗାନାଇ ।”
And he thought within himself, saying, What shall I do, because I have no room where to bestow my fruits?
18 ୧୮ ଆରି ସେ କଇଲା, “ଏନ୍ତାରି କର୍ବି, ମର୍ କାଦି ସଙ୍ଗଇବା ଗରର୍ କତି ବାଙ୍ଗାଇକରି ବଡ୍ ବଡ୍ କରି ତିଆର୍କର୍ବି ଆରି ତେଇ ମର୍ ସବୁ କାଦିକଣ୍ଡା ଜାଗ୍ରତ୍ କରି ସଙ୍ଗଇବି ।
And he said, This will I do: I will pull down my barns, and build greater; and there will I bestow all my fruits and my goods.
19 ୧୯ ଆରି ମର୍ ଜିବନ୍କେ କଇବି, ର ଜିବନ୍, ତର୍ପାଇବଲି ବେସି ବରସର୍ କାଦିକଣ୍ଡା ସଙ୍ଗଇ ଅଇଲାଆଚେ, ପୁଣ୍ଡ୍, କାଆ ଆରି ଆରାମ୍ସଙ୍ଗ୍ ର ।”
And I will say to my soul, Soul, you have much goods laid up for many years; take your ease, eat, drink, and be merry.
20 ୨୦ ମାତର୍ ପର୍ମେସର୍ ତାକେ କଇଲା, “ଏରେ ବକୁଆ ଜଦି ଆଜି ରାତି ପର୍ମେସର୍ ତର୍ ଜିବନ୍ ମାଙ୍ଗ୍ସି ବଇଲେ, ତୁଇ ତର୍ପାଇ ଜେତ୍କି ସଙ୍ଗଇଆଚୁସ୍, ସେ ସବୁ କାର୍ଟା ଅଇସି?
But God said unto him, You fool, this night your soul shall be required of you: then whose shall those things be, which you have provided?
21 ୨୧ ଜେ ନିଜର୍ପାଇ ଦନ୍ ଜତନ୍ କରି ସଙ୍ଗଇସି, ସେ ପର୍ମେସରର୍ ମୁଆଟେ ସାଉକାର୍ ନଏଁ, ତାର୍ପାଇ ଏନ୍ତାରି ଗଟ୍ସି ।”
So is he that lays up treasure for himself, and is not rich toward God.
22 ୨୨ ଜିସୁ ନିଜର୍ ସିସ୍ମନ୍କେ କଇଲା, “ଏଟାର୍ପାଇ ମୁଇ ତମ୍କେ କଇଲିନି, କାଇଟା କାଇକରି ଜିବନ୍ ବଁଚାଉ ଆରି ଗାଗଡର୍ପାଇ କାଇଟା ପିନ୍ଦ୍ବୁ ବଲି ଚିନ୍ତା କରାନାଇ ।
And he said unto his disciples, Therefore I say unto you, Take no thought for your life, what all of you shall eat; neither for the body, what all of you shall put on.
23 ୨୩ କାଇକେବଇଲେ କାଦିଟାନେଅନି ଜିବନ୍ ଆରି ବସ୍ତର୍ଟାନେଅନି ଗାଗଡ୍ ଆକା ମୁକିଅ ।
The life is more than food, and the body is more than raiment.
24 ୨୪ ଚଡଇମନର୍ ବିସଇନେଇକରି ବାବିଦେକା, ସେମନ୍ ନ ବୁନତ୍ କି ନ କାଟତ୍, ଆରି ସେମନର୍ ବାଣ୍ଡାର୍ଗର୍ କି କାଦି ସଙ୍ଗଇବା ଆମାର୍ ଗର୍ ନାଇ । ଅଇଲେ ମିସା ମାପ୍ରୁ ସେମନ୍କେ କାଦି ଜାଗାଇଦେଇସି । ତମେ ଚଡଇମନର୍ ଟାନେଅନି କେତେକ୍ ଅଦିକାରର୍ ଲକ୍ ।
Consider the ravens: for they neither sow nor reap; which neither have storehouse nor barn; and God feeds them: how much more are all of you better than the fowls?
25 ୨୫ ତମର୍ ବିତ୍ରେ ଏନ୍ତାରିଲକ୍ ନ ରଅତ୍, ଜେ କି ଚିନ୍ତାକରି ତାର୍ କଣ୍ଡେକ୍ ମିସା ଆଇସ୍ ବଡାଇ ପାର୍ସି ।
And which of you with taking thought can add to his stature one cubit?
26 ୨୬ ତେବର୍ପାଇ ତମେମନ୍ ଗଟେକ୍ ସାନ୍ ବିସଇ ମିସା କରିନାପାର୍ଲାସ୍ନି ବଇଲେ ବଡ୍ ବଡ୍ ବିସଇ କାଇକେ ଚିନ୍ତା କଲାସ୍ନି?
If all of you then be not able to do that thing which is least, why take all of you thought for the rest?
27 ୨୭ ପୁଲ୍ମନର୍ ବିସଇ ବାବିଦେକା, ସେମନ୍ କେନ୍ତି ପୁଟ୍ଲାଇନି, ସୁତା ନ କାଟତ୍ କି ଲୁଗା ନ ବୁନତ୍ । ଏଲେମିସା ମୁଇ ତମ୍କେ କଇଲିନି, ସବୁର୍ଟାନେଅନି ମଆନ୍ ଆରି ଦନି ରାଜା ସଲ୍ମନ୍ ମିସା ସେ ପୁଲ୍ମନର୍ ବିତ୍ରେଅନି ଗଟେକ୍ ପୁଲର୍ ଏତ୍କି ସଜାଇ ନ ଅଇରଇଲା ।
Consider the lilies how they grow: they toil not, they spin not; and yet I say unto you, that Solomon in all his glory was not arrayed like one of these.
28 ୨୮ ଆଜି ଜନ୍ ଗାଁସ୍ ପଦାଇ ଆଚେ, କାଲିକେ ସେଟା ରୁଣ୍ଡାଇ ଜଇ ଲାଗାଇବାଇ । ସେଟାକେ ପର୍ମେସର୍ ଏନ୍ତାରି ବେସ୍ ଦେଲାନି ବଇଲେ, ଏ ଅଲପ୍ ବିସ୍ବାସ୍ କର୍ବା ଲକ୍ମନ୍, ସେ ତମ୍କେ ପିନ୍ଦ୍ବାକେ କେତେକ୍ ଅଦିକ୍ ଦେଇସି!”
If then God so clothe the grass, which is to day in the field, and tomorrow is cast into the oven; how much more will he clothe you, O all of you of little faith?
29 ୨୯ “ଆରି କାଇଟା କାଇବୁ? ବଲି ଚିନ୍ତାକରି ଲାଗିରୁଆନାଇ,
And seek not all of you what all of you shall eat, or what all of you shall drink, neither be all of you of doubtful mind.
30 ୩୦ କାଇକେବଇଲେ ପର୍ମେସର୍କେ ନାଜାନ୍ଲା ଲକ୍ମନ୍ ଏ ସବୁ ବିସଇ କଜିବୁଲ୍ବାଇ । ମାତର୍ ଏ ସବୁ ବିସଇ ତମ୍କେ ଦର୍କାର୍, ସେଟା ତମର୍ ବାବା ଜାନିରଇସି ।
For all these things do the nations of the world seek after: and your Father knows that all of you have need of these things.
31 ୩୧ ମୁଇ କଇଲିନି ତମେ ପର୍ମେସରର୍ ସରଗ୍ ରାଇଜ୍ କଜା, ଆରି ଏ ସବୁ ବିସଇ ସେ ତମ୍କେ ଦେଇସି ।”
But rather seek all of you the kingdom of God; and all these things shall be added unto you.
32 ୩୨ ଏ ଉନା ମେଣ୍ଡାରାସି, ଡରାନାଇ, କାଇକେବଇଲେ ତମର୍ ବାବା ତମ୍କେ ତାର୍ ରାଇଜ୍ ଦେବାକେ ମନ୍କଲାଆଚେ ।
Fear not, little flock; for it is your Father's good pleasure to give you the kingdom.
33 ୩୩ ତମ୍କେ ଜନ୍ ଜନ୍ଟା ଆଚେ, ସେଟା ବିକିଦେଇ ଗରିବ୍ମନ୍କେ ଦାନ୍ କରା । ଜନ୍ଟା କି କେବେ ନ ସାରେ, ନିଜର୍ ନିଜର୍ପାଇ ଏନ୍ତାରି କାଣା ନ ଅଇବା ବେସ୍ନି ତିଆର୍କରା । ଜନ୍ଟାନେ ଚର୍ ନ ଆସେ କି କିଡାମନ୍ ମିସା ନ ନସାଅତ୍ । ସର୍ଗେ ଏନ୍ତାରି ନ ସାର୍ବା ଦନ୍ ସଙ୍ଗଇରୁଆ ।
Sell that all of you have, and give alms; provide yourselves bags which wax not old, a treasure in the heavens that fails not, where no thief approaches, neither moth corrupts.
34 ୩୪ କାଇକେବଇଲେ ଜନ୍ଟାନେ ତମର୍ ଦନ୍, ତେଇସେ ତମର୍ ମନ୍ ।
For where your treasure is, there will your heart be also.
35 ୩୫ “ତମର୍ ଆଟର୍ ତୁଆଲ୍ ବାନ୍ଦିଅଇ ସେବା କର୍ବାକେ ଜାଗିରୁଆ, ଆରି ବତି ଲାଗ୍ତେରଅ ।
Let your loins be girded about, and your lights burning;
36 ୩୬ ମାପ୍ରୁ ବିବା ବଜିଟାନେଅନି ବାଉଡିଆସି କାପାଟେ ବାଜାଉ ବାଜାଉ ଜନ୍ଲକ୍ମନ୍ ଦାପ୍ରେ କାପାଟ୍ ଉଗାଡ୍ବାକେ ଜାଗିରଇବାଇ, ତମେ ସେମନର୍ପାରା ଅଇରୁଆ ।
And all of you yourselves like unto men that wait for their lord, when he will return from the wedding; that when he comes and knocks, they may open unto him immediately.
37 ୩୭ ମାପ୍ରୁ ଆସି ଜନ୍ ଦାଙ୍ଗ୍ଡାମନ୍କେ ଜାଗ୍ରତ୍ ରଇବାଟା ଦେକ୍ସି, ସେମନ୍ କେଡେ ନିକ କରମର୍ ଲକ୍ । ମୁଇ ତମ୍କେ ସତ୍ କଇଲିନି, ସେ ନିଜର୍ ଆଁଟାଇ ତୁଆଲ୍ ବାନ୍ଦିକରି, ସେମନ୍କେ କାଇବାକେ ବସାଇ, ତାକର୍ଲଗେ ଜାଇ ସେବାକର୍ସି ।
Blessed are those servants, whom the lord when he comes shall find watching: verily I say unto you, that he shall gird himself, and make them to sit down to food, and will come forth and serve them.
38 ୩୮ ଆରି ସେ ଜଦି ମଜାରାତି କି କୁକ୍ଡାଡାକେ ମିସା ଆସି ସେମନ୍କେ, ସେନ୍ତାରି ରଇବାଟା ଦେକ୍ସି, ସେନ୍ତାର୍ଆଲେ ସେ ଦାଙ୍ଗ୍ଡାମନ୍ କେଡେ ନିକ କରମର୍ ଲକ୍ ।
And if he shall come in the second watch, or come in the third watch, and find them so, blessed are those servants.
39 ୩୯ ମାତର୍ ଏଟା ଜାନିରୁଆ, କେଡେବେଲେ ଚର୍ ଆଇସି, ଏଟା ଗରର୍ ସାଉକାର୍ ଜେବେ ଜାନ୍ସି, ସେନ୍ତାର୍ଆଲେ ସେ ନିଜର୍ ଗରର୍ ପେଡି ବାଙ୍ଗାଇବାକେ ନ ଦେଏ ।
And this know, that if the goodman of the house had known what hour the thief would come, he would have watched, and not have suffered his house to be broken through.
40 ୪୦ ତମେ ମିସା ଜାଗ୍ରତ୍ଅଇ ରୁଆ, କାଇକେବଇଲେ, କେବେ ତମେ ବାବି ନ ରୁଆସ୍, ସେ ବେଲେ ପର୍ମେସର୍ ପାଟାଇରଇବା ନର୍ପିଲା ମୁଇ ଆଇବି ।”
Be all of you therefore ready also: for the Son of man comes at an hour when all of you think not.
41 ୪୧ ସେଟାସୁନି ପିତର୍ କଇଲା, “ଏ ମାପ୍ରୁ ତମେ ଆମ୍କେସେ କି ସବୁଲକ୍କେ ଏନ୍ତାରି କାତା ଦେକାଇ କଇଲାସ୍ନି?”
Then Peter said unto him, Lord, speak you this parable unto us, or even to all?
42 ୪୨ ଜିସୁ କଇଲା, “ବିସ୍ବାସେ ରଇବା ଲକ୍ ଆରି ବୁଦିମାନ୍ ଲକ୍ କେ ଆଚତ୍? ତାକେ ସେ ସାଉକାର୍ ଗର୍ ଚାଲାଇବା ଦାଇତ୍ ଦେଇସି । ସେ ସମାନ୍ ବେଲାଇ ବିନ୍ ଦାଙ୍ଗ୍ଡାମନ୍କେ କାଦି ଜାଗାଇ ଦେଇସି ।
And the Lord said, Who then is that faithful and wise steward, whom his lord shall make ruler over his household, to give them their portion of food in due season?
43 ୪୩ ସାଉକାର୍ ଆସି, ତାର୍ ନିଜର୍ ଦାଙ୍ଗ୍ଡା ଏନ୍ତାର୍ କର୍ବାଟା ଦେକ୍ସି ବଇଲେ ସେ କେଡେ ନିକ କରମର୍ ଲକ୍ ।
Blessed is that servant, whom his lord when he comes shall find so doing.
44 ୪୪ ମୁଇ ତମ୍କେ ସତ୍ କଇଲିନି, ସେ ତାକେ ନିଜର୍ ସବୁର୍ ଉପ୍ରେ ଅଦିକାର୍ ଦେଇସି ।
Truthfully I say unto you, that he will make him ruler over all that he has.
45 ୪୫ ଜଦି ସେ ଦାଙ୍ଗ୍ଡା, ମର୍ ସାଉକାର୍ ଆଇବାଟା ଅଲ୍ସମ୍ ଅଇସି ବଲି ମନେକରି, ମାତୁଆଲ୍ ଅଇ ବିନ୍ ଦାଙ୍ଗ୍ଡାମନ୍କେ ଲାଗ୍ମାର୍ କର୍ବାର୍ ଆରାମ୍ କର୍ସି,
But and if that servant say in his heart, My lord delays his coming; and shall begin to beat the male servants and maidens, and to eat and drink, and to be drunken;
46 ୪୬ ସେନ୍ତାର୍ଆଲେ ଜନ୍ ଦିନେ ସେ ଜାଗି ନ ରଏ, ଆରି ସେ କେଡେବେଲେ ଆଇବାଟା ଜାନି ନ ରଏ, ସେ ସାଉକାର୍ ଆସି ତାକେ ବେସି ବଡ୍ ଡଣ୍ଡ୍ ଦେଇସି । ଆରି ବିସ୍ବାସ୍ ନ କର୍ବା ଲକର୍ ସଙ୍ଗ୍ ମିସାଇ ଦେଇସି ।”
The lord of that servant will come in a day when he looks not for him, and at an hour when he is not aware, and will cut him in two, and will appoint him his portion with the unbelievers.
47 ୪୭ “ଆରି ଜନ୍ ଦାଙ୍ଗ୍ଡା ନିଜର୍ ସାଉକାରର୍ ମନ୍ ଜାନିକରି ଜାଗରତ୍ ନ ଅଇରଏ, କି ସାଉକାରର୍ ମନ୍କଲା ଇସାବେ ପାଇଟି ନ କରେ, ତାକେ କର୍ଡା ସଙ୍ଗ୍ ଅପର୍ବଲ୍ ମାଡ୍ ଅଇସି ।
And that servant, which knew his lord's will, and prepared not himself, neither did according to his will, shall be beaten with many stripes.
48 ୪୮ ମାତର୍ ଜେ ତାର୍ ମନ୍କଲାଟା ନାଜାନିକରି, ଡଣ୍ଡ୍ମିଲ୍ବା କାମ୍ କର୍ବାର୍ ଦାର୍ସି, ତାକେ ଅଲପ୍ ମାଡ୍ ଅଇସି । ଜନ୍ ଲକ୍କେ ଅଦିକ୍ ଦିଆଅଇରଇସି, ତାକେ ଅଦିକ୍ ଦାବି କରାଅଇସି । ଆରି ଲକ୍ମନ୍ ତାକେ ଜାର୍ଲଗେ ଅଦିକ୍ ସର୍ପି ଦେଲାଇଆଚତ୍, ଅଦିକ୍ ଅଦିକ୍ ଦାବି କର୍ବାଇ ।”
But he that knew not, and did commit things worthy of stripes, shall be beaten with few stripes. For unto whomsoever much is given, of him shall be much required: and to whom men have committed much, of him they will ask the more.
49 ୪୯ ଜିସୁ କଇଲା, “ମୁଇ ଏ ଦୁନିଆଇ ଜଇ ଲାଗାଇବାର୍ ଆଇଲିଆଚି । ସେଟା ଜଦି ଲାଗ୍ବାକେ ଆରାମ୍ ଅଇଲାନି, ସେନ୍ତାର୍ଆଲେ ମୁଇ ମନ୍କଲାଟା ପୁରାପୁରୁନ୍ ଅଇଗାଲାବେ ।
I am come to send fire on the earth; and what will I, if it be already kindled?
50 ୫୦ ମାତର୍ ମକେ ଆରି ଗଟେକ୍ ଡୁବନେ ଡୁବନ୍ ନେବାକେ ପଡ୍ସି, ଆରି ସେଟା ନ ସାର୍ବାଜାକ, ମର୍ ମନ୍ବିତ୍ରେ କେନ୍ତି କସ୍ଟ ଲାଗ୍ଲାନି ।
But I have a baptism to be baptized with; and how am I straitened till it be accomplished!
51 ୫୧ ଜଗତେ ସାନ୍ତି ଦେବାକେ ଆସିଆଚେ ବଲି ତମେ କାଇ ମକେ ବାବ୍ଲାସ୍ନି କି? ନାଇ ମୁଇ ସାନ୍ତି ଆନ୍ବାକେ ନାଇ, ମାତର୍ ବିଚାର୍ନା କର୍ବାକେ ଆସିଆଚି ।
Suppose all of you that I am come to give peace on earth? I tell you, Nay; but rather division:
52 ୫୨ ଏବେଅନି ଗଟେକ୍ ଗରେ ପାଁଚ୍ ଲକ୍ ରଇଲେ, ଦୁଇଲକର୍ ବିରୁଦେ ତିନ୍ଲକ୍ ଆରି ତିନ୍ଲକର୍ ବିତ୍ରେ ଦୁଇ ଲକ୍ ବାଗ୍ ଅଇବାଇ ।
For from henceforth there shall be five in one house divided, three against two, and two against three.
53 ୫୩ ପଅର୍ ବିରୁଦେ ବାବା, ବାବାର୍ ବିରୁଦେ ପଅ, ଜିଇର୍ ବିରୁଦେ ମା, ମାଆର୍ ବିରୁଦେ ଜିଇ, ବୁଆରିର୍ ବିରୁଦେ ସାତ୍ରି, ସାତ୍ରିର୍ ବିରୁଦେ ବୁଆରି ବିନେ ଅଇବାଇ ।”
The father shall be divided against the son, and the son against the father; the mother against the daughter, and the daughter against the mother; the mother in law against her daughter in law, and the daughter in law against her mother in law.
54 ୫୪ ଆରି ଜିସୁ ଲକ୍ମନ୍କେ କଇଲା, “ବୁଡ୍ତି ଦିଗେ ବାଦଲ୍ ଚଗ୍ବାଟା ଦେକ୍ଲେ, ପାନି ଆଇସିବେ ବଲି କଇସା । ଆରି ସେନ୍ତାରି ସେ ଅଇସି ।
And he said also to the people, When all of you see a cloud rise out of the west, immediately all of you say, There comes a shower; and so it is.
55 ୫୫ ଆରି ଦକିଣ୍ଦିଗ୍ ବାଟେଅନି ପବନ୍ ମାର୍ବାଟା ଜାନ୍ଲେ କାରା ଅଇସି ବଲି କଇସା । ଆରି ସେଟା ସେନ୍ତାରି ଅଇସି ।
And when all of you see the south wind blow, all of you say, There will be heat; and it comes to pass.
56 ୫୬ ଏ କୁଟିଆଲ୍ମନ୍, ତମେ ଜଗତର୍ ଆରି ସରଗର୍ କାତା ଜାନି ପାଗ୍ କେନ୍ତି ଅଇସି ବଲି ଆଗ୍ତୁ କଇଲାସ୍ନି, ମାତର୍ ଏବେ କାଇଟା ଗଟ୍ସି, ସେଟା କାଇକେ ନାଜାନ୍ଲାସ୍ନି?”
All of you hypocrites, all of you can discern the face of the sky and of the earth; but how is it that all of you do not discern this time?
57 ୫୭ “ଆରି ନିଜେ ନିଜେ କାଇକେ ଟିକ୍ ବିଚାର୍ କରାସ୍ ନାଇ?
Yea, and why even of yourselves judge all of you not what is right?
58 ୫୮ ଜଦି ତମର୍ ବିରଦିସଙ୍ଗ୍ ବିଚାର୍କାରିଆର୍ଲଗେ ଗାଲାସ୍ନି, ମଜାବାଟେ ତାର୍ସଙ୍ଗ୍ ବୁଜାମାନା ଅଇବାକେ ଚେସ୍ଟା କରା । ନଇଲେ କେଡେବେଲେ ସେ ତମ୍କେ ବିଚାର୍କାରିଆର୍ ଟାନେ ଜିକିନେଇସି, ବିଚାର୍କାରିଆ ସନିଅମନର୍ ଆତେ ସର୍ପିଦେଇସି, ସନିଅମନ୍ ତମ୍କେ ବନ୍ଦି ଗରେ ନେଇ ପୁରାଇଦେବାଇ ।”
When you go with your adversary to the magistrate, as you are in the way, give diligence that you may be delivered from him; lest he hale you to the judge, and the judge deliver you to the officer, and the officer cast you into prison.
59 ୫୯ ମୁଇ ତମ୍କେ କଇଲିନି, “କେନ୍ତିକଲେ ମିସା ସବୁ ଡାବୁ ନ ସୁଜ୍ବାଜାକ ସେ ଜାଗାଇଅନି ବାରଇ ଆସିନାପାରାସ୍ ।”
I tell you, you shall not depart thence, till you have paid the very last mite.