< ଏବ୍ରି 4 >
1 ୧ ପର୍ମେସର୍ ଆମ୍କେ କାତା ଦେଇରଇଲାଜେ, ସେ ଆମର୍ପାଇ ଗଟେକ୍ ପୁଣ୍ଡ୍ବା ଜାଗା ତିଆର୍ କଲାଆଚେ । ତେବର୍ ପାଇ ଆମେ ଜାଗରତ୍ ରଇବାକେ ପଡ୍ସି । ଜେନ୍ତିକି ଆମର୍ ବିତ୍ରେ ସେନ୍ତାରି କେ ନ ରଅତ୍, ଜେ କି ସେ ଜାଗାଇ ପୁରିନାପାରତ୍ ।
ଅତଏବ ଆସ, ଆମ୍ଭେମାନେ ଭୟ କରୁ, କାଳେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିବାର ପ୍ରତିଜ୍ଞା ଥିବା ସ୍ଥଳେ ସୁଦ୍ଧା ତୁମ୍ଭମାନଙ୍କ ମଧ୍ୟରୁ କେହି ସେଥିରୁ ବଞ୍ଚିତ ହେଲା ପରି ଦେଖାଯାଏ।
2 ୨ କାଇକେବଇଲେ ଆମର୍ ଆନିଦାଦିମନର୍ପାରା ଆମେ ମିସା ସୁବ୍କବର୍ ସୁନିଆଚୁ । ମାତର୍ ସେମନ୍ ସେଟା ସୁନିକରି ମିସା ମାନତ୍ ନାଇ, କାଇକେବଇଲେ ସେଟା ସେମନ୍ ବିସ୍ବାସ୍ କରତ୍ ନାଇ ।
କାରଣ ସେମାନଙ୍କ ନିକଟରେ ଯେପରି, ଆମ୍ଭମାନଙ୍କ ନିକଟରେ ମଧ୍ୟ ସେହିପରି ସୁସମାଚାର ପ୍ରଚାରିତ ହୋଇଅଛି, କିନ୍ତୁ ଶ୍ରୋତାମାନେ ବିଶ୍ୱାସ ଦ୍ୱାରା ଶୁଣିଥିବା ବାକ୍ୟ ନିଜସ୍ୱ ନ କରିବାରୁ ତାହା ସେମାନଙ୍କ ପକ୍ଷରେ ଲାଭଜନକ ହେଲା ନାହିଁ।
3 ୩ ଆମେ ଜେତ୍କି ଲକ୍ ବିସ୍ବାସ୍ କର୍ବୁ, ଆମେସେ ସେ ପୁଣ୍ଡ୍ବା ଜାଗାଇ ପୁର୍ବୁ । କାଇକେବଇଲେ ତାକର୍ ବିସଇନେଇ ପର୍ମେସର୍ କଇଲାଆଚେ, “ମର୍ ରିସାଇ ମୁଇ ସପତ୍ କରିଆଚି । ମୁଇ ତିଆର୍ କରିରଇବା ପୁଣ୍ଡ୍ବା ଜାଗାଇ ସେମନ୍କେ ନ ପୁରାଇ ।” ଜଗତ୍ ତିଆର୍ ଅଇଲା ବେଲେଅନି ସେ ପୁଣ୍ଡ୍ବା ଗର୍ ତିଆର୍ ଅଇରଇଲା । ଏଲେ ମିସା ପର୍ମେସର୍ ସେନ୍ତାରି କଇରଇଲା ।
ଯେଣୁ ବିଶ୍ୱାସ କରିଅଛୁ ଯେ ଆମ୍ଭେମାନେ, କେବଳ ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବା, ଯେପରି ସେ କହିଅଛନ୍ତି, “ଏଣୁ ଆମ୍ଭେ ଆପଣା କ୍ରୋଧରେ ଶପଥ କଲୁ, ‘ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।’” କିନ୍ତୁ ଜଗତର ପତ୍ତନ ସମୟଠାରୁ ସମସ୍ତ କର୍ମ ସମାପ୍ତ ହୋଇଥିଲା;
4 ୪ କାଇକେବଇଲେ ଆଟର୍ ସାରାସାରି ଦିନର୍ ବିସଇ ସାସ୍ତରେ ଏନ୍ତାରି ଲେକାଅଇଲାଆଚେ, “ପର୍ମେସର୍ ସବୁଜାକ କାମ୍ସାରାଇ କରି ଆଟର୍ ସାରାସାରି ଦିନେ, ଅଲପ୍ ପୁଣ୍ଡ୍ଲା ।”
କାରଣ ସପ୍ତମ ଦିନ ସମ୍ବନ୍ଧରେ ସେ ଶାସ୍ତ୍ରରେ ଏହା କହିଅଛନ୍ତି, “ଈଶ୍ବର ସପ୍ତମ ଦିନରେ ଆପଣାର ସମସ୍ତ କାର୍ଯ୍ୟରୁ ବିଶ୍ରାମ କଲେ;”
5 ୫ ଆରି ଏ ବିସଇ ବିନ୍ଟାନେ ଲେକାଅଇଆଚେ । “ସେମନ୍ ମର୍ ପୁଣ୍ଡ୍ବା ଜାଗାଇ କେବେ ମିସା ପୁରିନାପାରତ୍ ।”
ଆଉ ଏହି ସ୍ଥାନରେ ସେ ପୁନଶ୍ଚ କହିଅଛନ୍ତି, “ସେମାନେ ଆମ୍ଭର ବିଶ୍ରାମରେ ପ୍ରବେଶ କରିବେ ନାହିଁ।”
6 ୬ ପର୍ତମେ ଜେତ୍କିଲକ୍ ସୁବ୍କବର୍ ସୁନିରଇଲାଇ, ନିଜେ ବିସ୍ବାସ୍ କରତ୍ ନାଇ ଆରି ସେମନ୍ ସେ ପୁଣ୍ଡ୍ବା ଜାଗା ପାଅତ୍ ନାଇ । ତାର୍ପଚେ ପର୍ମେସର୍ ବିନ୍ ଲକ୍ମନ୍ ପୁର୍ବାକେ ଆଦେସ୍ ଦେଲା ।
ଅତଏବ, କେତେକଙ୍କର ସେଥିରେ ପ୍ରବେଶ କରିବାର ବାକି ଥିବାରୁ, ପୁଣି, ଯେଉଁମାନଙ୍କ ନିକଟରେ ସୁସମାଚାର ପୂର୍ବରେ ପ୍ରଚାରିତ ହୋଇଥିଲା, ସେମାନେ ଅବାଧ୍ୟତା ହେତୁ ପ୍ରବେଶ ନ କରିବାରୁ ସେ ପୁନର୍ବାର
7 ୭ ଲକ୍ମନ୍ ତେଇ ପୁର୍ବାକେ ପର୍ମେସର୍ ଆରି ଗଟେକ୍ ବେଲା ବାଚ୍ଲା । ସେ ବେଲା ଅଇଲାନି ଆଜି । ବେସି ବରସ୍ ପଚେ ପର୍ମେସର୍ ମୁଇ କଇଲା ବିସଇ ଦାଉଦର୍ ସାସ୍ତରେ ଲେକାଅଇରଇଲା, “ଆଜି ଜଦି ପର୍ମେସରର୍ ସବଦ୍ ସୁନ୍ଲେ ତମର୍ ମନ୍ ଆଁଟ୍ କରା ନାଇ ।”
ଆଉ ଗୋଟିଏ ଦିନ, ଅର୍ଥାତ୍, ଆଜି ଦିନ ନିରୂପଣ କରି ଏତେ କାଳ ପରେ ଦାଉଦଙ୍କ ଗ୍ରନ୍ଥରେ କହନ୍ତି, ଯେପରି ପୂର୍ବରେ କୁହାଯାଇଅଛି, “ଆଜି ଯଦି ତୁମ୍ଭେମାନେ ତାହାଙ୍କ ବାଣୀ ଶୁଣ, ଆପଣା ଆପଣା ହୃଦୟ କଠିନ ନ କର।”
8 ୮ ଆମେ ଏ ବିସଇ ମିସା ଜାନିଆଚୁ ଜେ, ପର୍ମେସର୍ ଜନ୍ ବିସ୍ରାମ୍ ଜାଗାର୍ ପାଇ ସପତ୍ କରିରଇଲା, ସେ ଜାଗା ଜିଅସୁଆ ଆମର୍ ଆନିଦାଦିମନ୍କେ ଡାକି ନେଇ ରଇବା ଜାଗା ନଏଁ । ଜଦି ସେ ଜାଗା ସେଟା ଅଇରଇତା, ତେବେ ପର୍ମେସର୍ ଆରି ଗଟେକ୍ ପୁଣ୍ଡ୍ବା ଦିନର୍ କାତା ନ କଇତା ।
କାରଣ ଯଦି ଯିହୋଶୂୟ ସେମାନଙ୍କୁ ବିଶ୍ରାମ ଦେଇଥାଆନ୍ତେ, ତେବେ ସେ ପରେ ଅନ୍ୟ ଦିନର କଥା କହି ନ ଥାଆନ୍ତେ।
9 ୯ ସେଟାର୍ପାଇ ଏଟା ସତ୍ ଆକା । ଆଟର୍ ସାରାସାରି ଦିନେ ପର୍ମେସର୍ ପୁଣ୍ଡ୍ଲାପାରା ତାକର୍ ଲକ୍ମନର୍ ପାଇ ଗଟେକ୍ ପୁଣ୍ଡ୍ବା ବେଲା ସଙ୍ଗଇଆଚେ ।
ଅତଏବ ଈଶ୍ବରଙ୍କ ଲୋକମାନଙ୍କ ନିମନ୍ତେ ବିଶ୍ରାମବାର ଭୋଗ କରିବାର ବାକି ଅଛି।
10 ୧୦ କାଇକେବଇଲେ ପର୍ମେସର୍ ସପତ୍ କରିରଇବା ବିସ୍ରାମେ ଜେତ୍କିଲକ୍ ପୁର୍ବାଇ, ସେ ବିସ୍ରାମ୍ କଲାପାରା, ତାକର୍ କାମେଅନି ବିସ୍ରାମ୍ କର୍ବାଇ ।
ଯେଣୁ ଯେ ତାହାଙ୍କ ବିଶ୍ରାମରେ ପ୍ରବେଶ କରିଅଛି, ଈଶ୍ବର ଆପଣା କାର୍ଯ୍ୟରୁ ଯେପରି ବିଶ୍ରାମ କଲେ, ସେପରି ସେ ମଧ୍ୟ ଆପଣା କାର୍ଯ୍ୟରୁ ବିଶ୍ରାମ ପ୍ରାପ୍ତ ହୋଇଅଛି।
11 ୧୧ ସେଟାର୍ପାଇ ଆମେ ସବୁଲକ୍ ମନ୍ ଦିଆନ୍ ଦେଇକରି, ସେ ବିସ୍ରାମ୍ ଜାଗାଇ ପୁର୍ବାକେ ଚେସ୍ଟା କରୁ । ଆମର୍ ଆନିଦାଦିମନର୍ପାରା ନ ଅଇବାକେ ଆମେ ଜାଗ୍ରତ୍ ରଉଁ । ପର୍ମେସର୍ କଇଲାଟା ବିସ୍ବାସ୍ ନ କଲାର୍ପାଇ, ସେମନ୍ ସେଜାଗାଇ ପୁରି ନାପାର୍ଲାଇ ।
ଏଣୁ ଆସ, ଆମ୍ଭେମାନେ ସେହି ବିଶ୍ରାମରେ ପ୍ରବେଶ କରିବାକୁ ଯତ୍ନ କରୁ, ଯେପରି କୌଣସି ଲୋକ ଅବାଧ୍ୟତାର ସେହି ଦୃଷ୍ଟାନ୍ତ ଅନୁସାରେ ପତିତ ନ ହୁଏ।
12 ୧୨ ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା ।
କାରଣ ଈଶ୍ବରଙ୍କ ବାକ୍ୟ ଜୀବନ୍ତ ଓ କାର୍ଯ୍ୟସାଧକ ପୁଣି, ଦ୍ୱିଧାର ଖଡ୍ଗଠାରୁ ତୀକ୍ଷ୍ଣତର, ଆଉ ପ୍ରାଣ ଓ ଆତ୍ମା, ଗ୍ରନ୍ଥି ଓ ମଜ୍ଜାର ବିଚ୍ଛେଦ ପର୍ଯ୍ୟନ୍ତ ପରିଭେଦକ ଏବଂ ହୃଦୟର ଚିନ୍ତା ଓ ଭାବର ସୂକ୍ଷ୍ମ ବିଚାରକ ଅଟେ।
13 ୧୩ ପର୍ମେସର୍ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍ ନ ଚାଡିକରି, ସବୁ ଜାନେ । ଆରି ତାର୍ ଲଗେ ଆମେ ଆମର୍ ନିଜର୍ ବିସଇର୍ ଇସାବ୍ ଦେବାର୍ ଆଚେ ।
ଈଶ୍ବରଙ୍କ ଦୃଷ୍ଟିରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଗ୍ନ ଓ ଅନାବୃତ ଅଟେ।
14 ୧୪ ଜିସୁ ପର୍ମେସରର୍ ପଅ ଅଇଲାକେ, ସେ ଆମର୍ ମନେ ଜନ୍ ବଡ୍ ପୁଜାରି ବଲି ବିସ୍ବାସ୍ କରି ଦାରିକରି ଆଚୁ, ସେଟା ଡାଟ୍ କର୍ବୁ ।
ଅତଏବ ସ୍ୱର୍ଗସମୂହ ମଧ୍ୟ ଦେଇ ଗମନ କରିଅଛନ୍ତି ଯେ ଈଶ୍ବରଙ୍କ ପୁତ୍ର ଯୀଶୁ, ସେ ଆମ୍ଭମାନଙ୍କର ପ୍ରଧାନ ମହାଯାଜକ ହେବାରୁ ଆସ, ଆମ୍ଭେମାନେ ଆମ୍ଭମାନଙ୍କ ବିଶ୍ୱାସମତକୁ ଦୃଢ଼ ଭାବରେ ଧାରଣ କରୁ।
15 ୧୫ ସେ ଆମର୍ ବାଦୁଲେ ବଡ୍ ପୁଜାରିଅଇ ପର୍ମେସରର୍ ମୁଆଟେ ଗାଲାଆଚେ । ଆରି ଜେତ୍କି ରକାମ୍ ପରିକା, ଜେତେକ୍ କସ୍ଟ ଆମେ ପାଇଲୁନି, ସେଟା ଆମର୍ ବଡ୍ ପୁଜାରି ସବୁବେଲେ ଆମର୍ ସଙ୍ଗ୍ ମିସିକରି କଲାନି । କାଇକେବଇଲେ ଜେତ୍କି ସବୁ ଆମେ କଲୁନି, ସେଟା ସବୁଜାକ ସେ ମିସା କଲା । ମାତର୍ ସେ କେଡେବେଲେ ମିସା ପାପ୍ କରେ ନାଇ ।
କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତୋଭାବେ ପରୀକ୍ଷିତ ହେଲେ।
16 ୧୬ ତେବର୍ପାଇ ତମେ ସାଆସ୍ ସଙ୍ଗ୍ ପର୍ମେସରର୍ ଟାନେ ଜାଇଅଇସି, ଜଦି ଆମେ ମାଙ୍ଗ୍ଲେ ସେ ଜିବନ୍ ଦୁକାଇ ଆମ୍କେ ଦୟା କର୍ସି ଆରି ସାଇଜ ଦର୍କାର୍ ରଇବାବେଲେ, ଆମ୍କେ ସାଇଜ କର୍ସି ।
ଅତଏବ ଆସ, କୃପାପ୍ରାପ୍ତି ନିମନ୍ତେ ପୁଣି, ଉପଯୁକ୍ତ ସମୟରେ ଉପକାରକଙ୍କ ଦୟା ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ।