< ୨ ୟ ପିତର୍ 1 >
1 ୧ ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।
2 ୨ ପର୍ମେସର୍କେ ଆରି ଆମର୍ ମାପ୍ରୁ ଜିସୁକିରିସ୍ଟକେ ତମେ ଜାନ୍ଲାର୍ ପାଇ ତାର୍ ସାନ୍ତି ଆରି ସେ ଜିବନ୍ ଦୁକାଇ ଦୟା କଲାଟା ତମ୍କେ ମିଲ ।
3 ୩ ତାକେ ସାର୍ଦା କରାଇଲାପାରା ଚଲାଚଲ୍ତି କର୍ବାକେ ସେ ଆମ୍କେ ଲଡାକେ ଆଇବା ସବୁ ବିସଇ ଦେଲାଆଚେ । ତାର୍ ବପୁର୍ଲାଗି ସେ ଆମ୍କେ ଏଟା ଦେଲାଆଚେ ଆରି ଆମେ ତାକେ ଜାନ୍ଲାର୍ପାଇ ମିସା । ତାର୍ ମଇମାଇ ଆରି ଦରମେ ମିସ୍ବାକେ ସେ ସେ ଆମ୍କେ ଡାକିଆଚେ ।
4 ୪ ତାର୍ ମଇମା ଆରି ଦରମର୍ ଲାଗି ସେ ଆମ୍କେ ବେସି ବଡ୍ ଆରି ବେସି ମୁଲିଅ ରଇବା ଦାନ୍ ଦେଲାଆଚେ । କିରିସ୍ଟକେ ବିସ୍ବାସ୍ ନ କଲା ଲକ୍ମନ୍ ଜେନ୍ତିକି କାରାପ୍ ବିସଇ କର୍ବାକେ ମନ୍ କର୍ବାଇ, ସେନ୍ତାରି ମନ୍କର୍ବା ଟାନେଅନି ମୁକ୍ଲାଇବାକେ ସେ ଆମ୍କେ ଏନ୍ତାରି କଲାଆଚେ । ଏ ସବୁ ବିସଇ ତାକର୍ ମନ୍କେ ନସାଇସି । ମାତର୍ ତମେ ପର୍ମେସରର୍ ପାରା ଦରମ୍ ଅଇପାର୍ସା ।
5 ୫ ତେବେ କିରିସ୍ଟକେ ବିସ୍ବାସ୍ କଲାର୍ ପାଇ ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ଏଟାର୍ ସଙ୍ଗ୍, ଗିଆନ୍ ସଙ୍ଗ୍ ଜିଉନାକାଉନା କର୍ବାକେ,
6 ୬ ଜିଉନାକାଉନା ସଙ୍ଗ୍ ନିଜେ ଜାଗ୍ରତ୍ ଅଇରଇବାକେ, ଜାଗ୍ରତ୍ ରଇକରି ମୁର୍ଚି ରଇବାକେ, ମୁର୍ଚିକରି ରଇ ପର୍ମେସର୍କେ ସାର୍ଦା କର୍ବା ଗୁନ୍ଚଲନ୍ କର୍ବାକେ,
7 ୭ ଗୁନ୍ଚଲନ୍ସଙ୍ଗ୍ ବାଇବଇନିକେ ଆଲାଦ୍ କର୍ବାକେ, ବାଇବଇନିକେ ଆଲାଦ୍ କରି ସବୁଲକ୍କେ ଆଲାଦ୍ କର୍ବାକେ ଚେସ୍ଟା କରା ।
8 ୮ ତମର୍ ଚଲାଚଲ୍ତି ଜଦି ଏନ୍ତାରି ଅଦିକ୍ ଅଦିକ୍ ଅଇ ଆଇଲେ, ଆମର୍ ମାପ୍ରୁ ଜିସୁକିରିସ୍ଟକେ ଜାନ୍ବା ବିସଇତେଇ ତମେ ଅଦିକ୍ ଅଦିକ୍ ବଡିଆଇସା ।
9 ୯ ଜଦି ଗଟେକ୍ ଲକ୍ ଏନ୍ତାରି ଜିଉନାକାଉନା ନ କଲେ, ସେ ଗଟେକ୍ ନିକ ନ ଡିସ୍ବା ଲକର୍ପାରା ଅଇଆଚେ । ସେ ପୁର୍ବେ କରିରଇଲା ପାପର୍ ଲାଗି ପର୍ମେସର୍ କେମା ଦେଲାଆଚେ ବଲି ପାସ୍ରିଦେଇ ଆଚେ ।
10 ୧୦ ତେବର୍ପାଇ ଏ ମର୍ ବାଇବଇନିମନ୍, ନିକ ଚଲାଚଲ୍ତି କର୍ବାକେ ଚେସ୍ଟା କରା । ସେନ୍ତାର୍କଲେ ପର୍ମେସର୍ ତମ୍କେ ବାଚିକରି ତାର୍ ଲକ୍ ଅଇବାକେ ଡାକ୍ଲାଆଚେବଲି ସବୁଲକ୍କେ ଡିସ୍ସି । ଏ ସବୁ ବିସଇ କଲେ ତମେ କେବେ ମିସା ତାର୍ତେଇଅନି ବିନ୍ବାଟେ ନ ଜାଆସ୍ ।
11 ୧୧ ଆମର୍ ମାପ୍ରୁ ଜିସୁକିରିସ୍ଟର୍ କେବେ ନ ସାର୍ବା ରାଇଜେ ପର୍ମେସର୍ ତମ୍କେ ସାର୍ଦା ସଙ୍ଗ୍ ଡାକିନେଇସି । (aiōnios )
12 ୧୨ ଏ ସବୁ ବିସଇ ତମେ ଜାନିରଇଲେ ମିସା, ଆରି ପାଇଲା ସତ୍ ବିସଇଟାନେ ଡାଟ୍ ଆଚାସ୍ ମିସା, ଏ ସବୁ ବିସଇ ତମ୍କେ ଏତାଇଦେଇତେ ରଇବି ।
13 ୧୩ ମୁଇ ବଁଚିରଇବା ଜାକ ଏ ସବୁ ବିସଇ କାତା ଅଇବାଟା ନିକ । ଜେନ୍ତିକି ତମେ ସେଟା ଆରି ନ ପାସ୍ରାସ୍ ।
14 ୧୪ ମର୍ ଜିବନ୍ ଦାପ୍ରେ ସାରିଜାଇସି ବଲି ମୁଇ ଜାନି । କାଇକେବଇଲେ ଆମର୍ ମାପ୍ରୁ ଜିସୁକିରିସ୍ଟ ମକେ ନିକସଙ୍ଗ୍ ଜାନାଇଆଚେ ।
15 ୧୫ ଏ ସବୁ ବିସଇ ତମ୍କେ ଏତାଇଦେବାକେ ମୁଇ ବେସି ଆବଡ୍ ଅଇଲିନି । ଜେନ୍ତାରିକି ମୁଇ ମଲାପଚେ ମିସା ଏ ସବୁ ବିସଇ ଏତାଇସା ।
16 ୧୬ ଆମର୍ ମାପ୍ରୁ ଜିସୁକିରିସ୍ଟ ତାର୍ ସବୁ ବପୁର୍ସଙ୍ଗ୍ ବାଉଡି ଆଇସି ବଲି ତମ୍କେ କଇରଇଲୁ । ସେଟା ବିନ୍ ଲକ୍ ତାକର୍ ଚାଲାକିକରି ତିଆର୍କଲା ଗଟେକ୍ କାତାନି ନଏଁ ।
17 ୧୭ ଆମେ ନିଜେ ଆଁକିସଙ୍ଗ୍ ତାର୍ ମଇମା ଦେକ୍ଲୁ । ବାବା ପର୍ମେସର୍ ତାକେ ଡାକ୍ପୁଟା କରି ମଇମା ଦେଲାବେଲେ ଆମେ ତେଇ ରଇଲୁ । ସେ ନିଜେ ସବୁର୍ଟାନେଅନି ମଇମାର୍ ପର୍ମେସର୍ କଇରଇଲା “ଏଟା ମର୍ ଆଲାଦର୍ ପ, ତାର୍ଟାନେ ମୁଇ ବେସି ସାର୍ଦା ।”
18 ୧୮ ସେ ସବଦ୍ ସୁନ୍ଲାବେଲେ ପର୍ମେସରର୍ ସୁକଲ୍ ପର୍ବତେ ଆମେ ମିସା କିରିସ୍ଟର୍ ସଙ୍ଗ୍ ରଇଲୁ ।
19 ୧୯ ବବିସତ୍ବକ୍ତାମନର୍ କାତା ସତ୍ ଆଚେ ବଲି ଆମେ ଜାନିଆଚୁ । ଏ ସବୁ କାତା ତମେ ମନ୍ଦିଆନ୍ ଦେଇ ସୁନା । କାଇକେବଇଲେ ସେଟା ଆନ୍ଦାରେ ଲାଗିରଇବା ଗଟେକ୍ ବତିର୍ ଉଜଲ୍ ପାରା ଆଚେ । ସାକ୍ଲିଆ ଉଜଲ୍ ଡିସ୍ବା ତାରାର୍ପାରା ତମର୍ ମନ୍ବିତ୍ରେ ଉଜଲ୍ ଦେଇସି ।
20 ୨୦ ବବିସତ୍ବକ୍ତାମନ୍ କେ ମିସା ନିଜେ ବାବିକରି ସାସ୍ତର୍ଟାନେ ଲେକତ୍ନାଇ । ଏଟା ତମେ ବାଇଦରେ ଜାନ୍ବାର୍ ଆଚେ ।
21 ୨୧ କାଇକେବଇଲେ, ସେମନ୍ କେବେମିସା ନିଜର୍ତେଇଅନି କାଇ ବବିସତ୍ କାତା କଅତ୍ ନାଇ । ମାତର୍ ପର୍ମେସର୍ଟାନେଅନି ଆଇଲା କାତା ସୁକଲ୍ଆତ୍ମାର୍ ସାଇଜ ସଙ୍ଗ୍ କଇରଇଲାଇ ।