< ୧ ମ ଜଅନ୍‌ 4 >

1 ଏ ଆଲାଦର୍‌ ବାଇବଇନିମନ୍‌, ଜଦି କେ ମିସା ପର୍‌ମେସରର୍‌ ଆତ୍‌ମା ମର୍‌ଟାନେ ଆଚେ, ବଲି କଇବା ଲକ୍‌ମନର୍‌ କାତା ବିସ୍‌ବାସ୍‌ କର୍‌ବାର୍‌ ନାଇ । ମାତର୍‌ ସେନ୍ତାରି ଲକର୍‌ଟାନେ ସତଇସେ ପର୍‌ମେସରର୍‌ ଆତ୍‌ମା ଆଚେ କି ନାଇ ଜାନ୍‌ବାକେ ମନ୍‌ଦିଆନ୍‌ ଦେଇ ସେ କଇବା କାତା ପରିକା କର୍‌ବାର୍‌ ଆଚେ । କାଇକେବଇଲେ ମିଚ୍‌ କାତା ସିକାଉମନ୍‌ ବେସି ଲକ୍‌ ବାରଇଆଚତ୍‌ । ପର୍‌ମେସରର୍‌ ଟାନେଅନି ମିଲାଇଲା କବର୍‌ ବଲି ସବୁବାଟେ ଗାଲାଇ ଆଚତ୍‌ ।
ହେ ପ୍ରିୟମାନେ, ପ୍ରତ୍ୟେକ ଆତ୍ମାଙ୍କୁ ବିଶ୍ୱାସ କର ନାହିଁ, ବରଂ ଆତ୍ମାମାନେ ଈଶ୍ବରଙ୍କଠାରୁ ଆଗତ କି ନାହିଁ, ଏହା ସେମାନଙ୍କୁ ପରୀକ୍ଷା କରି ଦେଖ, କାରଣ ଜଗତରେ ଅନେକ ଭଣ୍ଡ ଭାବବାଦୀ ବାହାରି ଅଛନ୍ତି।
2 ଗଟେକ୍‌ ଲକର୍‌ଟାନେ ପର୍‌ମେସରର୍‌ ଆତ୍‌ମା ଆଚେ କି ନାଇ ବଲି ଏନ୍ତାରି ତମେ ଜାନ୍‌ସା । ଜେ ଜିସୁକିରିସ୍‌ଟ ନର୍‌ରୁପ୍‌ ଦାରି ଏ ଜଗତେ ଆଇଲା ବଲି କଇଲେ, ତାର୍‌ଟାନେ ପର୍‌ମେସରର୍‌ ଆତ୍‌ମା ଆଚେ ।
ଏହା ଦ୍ୱାରା ତୁମ୍ଭେମାନେ ଈଶ୍ବରଙ୍କ ଆତ୍ମାଙ୍କୁ ଚିହ୍ନି ପାରିବ, ଯୀଶୁ ଖ୍ରୀଷ୍ଟ ଯେ ଦେହବନ୍ତ ହୋଇ ଆସିଅଛନ୍ତି, ଏହା ଯେକୌଣସି ଆତ୍ମା ସ୍ୱୀକାର କରେ, ସେ ଈଶ୍ବରଙ୍କଠାରୁ ଆଗତ,
3 ମାତର୍‌ ଜେ କି ଏ କାତା ନ ମାନେ, ତାର୍‌ଟାନେ ପର୍‌ମେସରର୍‌ ଆତ୍‌ମା ନାଇ । ସେନ୍ତାରି ଲକ୍‌ମନର୍‌ଟାନେ କିରିସ୍‌ଟର୍‌ ବିରଦିର୍‌ ଆତ୍‌ମା ଆଚେ । ଏ ଆତ୍‌ମା ଜଗତେ ଆଇସି ବଲି ତମେ ସୁନିଆଚାସ୍‌ । ସେନ୍ତାରି ସେ ଆତ୍‌ମା ଆଇଲାଆଚେ । ଆରି ଏବେ ମିସା ସେଟା ଜଗତେ ଆଚେ ।
ଆଉ ଯେକୌଣସି ଆତ୍ମା ଯୀଶୁଙ୍କୁ ସ୍ୱୀକାର ନ କରେ, ସେ ଈଶ୍ବରଙ୍କଠାରୁ ଆଗତ ନୁହେଁ; ଏହା ଭଣ୍ଡଖ୍ରୀଷ୍ଟର ଆତ୍ମା, ଯାହାର ଆଗମନ କଥା ତୁମ୍ଭେମାନେ ଶୁଣିଅଛ, ପୁଣି, ତାହା ଏବେ ହେଁ ଜଗତରେ ଉପସ୍ଥିତ ହୋଇଅଛି।
4 ମାତର୍‌ ତମେ ପର୍‌ମେସରର୍‌ ଲକ୍‌ । ଏ ଆଲାଦର୍‌ ପିଲାମନ୍‌, ସେନ୍ତାରି ବୁଲ୍‌ ସିକିଆ ଦେଉମନର୍‌ କାତା ମାନା ନାଇ । କାଇକେବଇଲେ ତମର୍‌ଟାନେ ରଇବା ଆତ୍‌ମା ଏ ଜଗତର୍‌ ଲକ୍‌ମନର୍‌ ଆତ୍‌ମାତେଇଅନି ଅଦିକ୍‌ ବପୁଟା ।
ହେ ବତ୍ସଗଣ, ତୁମ୍ଭେମାନେ ଈଶ୍ବରଙ୍କଠାରୁ ଜାତ, ଆଉ ତୁମ୍ଭେମାନେ ସେମାନଙ୍କୁ ଜୟ କରିଅଛ, କାରଣ ତୁମ୍ଭମାନଙ୍କଠାରେ ଯେ ଅଛନ୍ତି, ସେ, ଜଗତରେ ଯେ ଅଛି, ତାହାଠାରୁ ମହାନ।
5 ସେମନ୍‌ ଏ ଜଗତର୍‌ ଲକ୍‌ । ଆରି ଏ ଜଗତର୍‌ ଲକ୍‌ମନ୍‌ ତାକର୍‌ କାତା ସୁନ୍‌ବାଇ । କାଇକେବଇଲେ ସେମନର୍‌ ସିକିଆ ଆରି ଏ ଜଗତର୍‌ ଲକ୍‌ମନର୍‌ ସିକିଆ ସମାନ୍‌ଆଚେ ।
ସେମାନେ ଜଗତରୁ ଉତ୍ପନ୍ନ, ଅତଏବ ସେମାନେ ଜାଗତିକ କଥା କହନ୍ତି, ଆଉ ଜଗତ ସେମାନଙ୍କ କଥା ଶୁଣେ।
6 ମାତର୍‌ ଆମେ ପର୍‌ମେସରର୍‌ ଲକ୍‌ । ଆରି ଜେତ୍‌କି ଲକ୍‌ ପର୍‌ମେସର୍‌କେ ଜାନିଆଚତ୍‌, ସେମନ୍‌ ସବୁ ଆମର୍‌ ସିକିଆ ମାନ୍‌ବାଇ । ମାତର୍‌ ଜେତ୍‌କି ପର୍‌ମେସରର୍‌ ଲକ୍‌ ନଅତ୍‌, ଆମର୍‌ ସିକିଆ ନ ମାନତ୍‌ । ଏଟାର୍‌ଲାଗି ଗଟେକ୍‌ ଲକ୍‌କେ ସତ୍‌ ଆତ୍‌ମା ଆଚେ କି ସଇତାନର୍‌ ଆତ୍‌ମା ଆଚେ ବଲି ଜାନିଅଇସି ।
କିନ୍ତୁ ଆମ୍ଭେମାନେ ଈଶ୍ବରଙ୍କଠାରୁ ଜାତ; ଯେ ଈଶ୍ବରଙ୍କୁ ଜାଣେ, ସେ ଆମ୍ଭମାନଙ୍କ କଥା ଶୁଣେ; ଯେ ଈଶ୍ବରଙ୍କଠାରୁ ଜାତ ନୁହେଁ, ସେ ଆମ୍ଭମାନଙ୍କ କଥା ଶୁଣେ ନାହିଁ। ଏତଦ୍ଵାରା ଆମ୍ଭେମାନେ ସତ୍ୟମୟ ଆତ୍ମା ଓ ଭ୍ରାନ୍ତିପୂର୍ଣ୍ଣ ଆତ୍ମାକୁ ଚିହ୍ନି ପାରୁ।
7 ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଆମେ ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କରାକରି ଅଉଁ । କାଇକେବଇଲେ ଆଲାଦ୍‌ କର୍‌ବାକେ ପର୍‌ମେସର୍‌ ଆମ୍‌କେ ସାଇଜ କର୍‌ସି । ଜେ ଜଦି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ସି, ସେ ପର୍‌ମେସରର୍‌ ପିଲା ଆରି ପର୍‌ମେସର୍‌କେ ଜାନେ ।
ହେ ପ୍ରିୟମାନେ, ଆସ, ଆମ୍ଭେମାନେ ପରସ୍ପରକୁ ପ୍ରେମ କରୁ, କାରଣ ପ୍ରେମ ଈଶ୍ବରଙ୍କଠାରୁ ଜାତ, ଆଉ ଯେ କେହି ପ୍ରେମ କରେ, ସେ ଈଶ୍ବରଙ୍କଠାରୁ ଜାତ ଓ ଈଶ୍ବରଙ୍କୁ ଜାଣେ।
8 ଜେ ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ ନ କରେ, ସେ ପର୍‌ମେସର୍‌କେ ନାଜାନେ । କାଇକେବଇଲେ ପର୍‌ମେସର୍‌ ସବୁବେଲେ ଆଲାଦ୍‌କାରିଆ ।
ଯେ ପ୍ରେମ କରେ ନାହିଁ, ସେ ଈଶ୍ବରଙ୍କୁ ଜାଣେ ନାହିଁ, କାରଣ ଈଶ୍ବର ତ ପ୍ରେମ।
9 ପର୍‌ମେସର୍‌ ଏନ୍ତାରି ଆମର୍‌ପାଇ ତାର୍‌ ଆଲାଦ୍‌ ଦେକାଇଲା । ସେ ଗଟେକ୍‌ ବଲି ତାର୍‌ ପିଲାକେ ଏ ଜଗତେ ପାଟାଇଲା । ଜେନ୍ତାରିକି ତାର୍‌ଲାଗି ଆମେ ନ ସାର୍‌ବା ଜିବନ୍‌ ପାଇବୁ ।
ଏଥିରେ ହିଁ ଈଶ୍ବରଙ୍କ ପ୍ରେମ ଆମ୍ଭମାନଙ୍କ ପ୍ରତି ପ୍ରକାଶିତ ହୋଇଅଛି ଯେ, ସେ ଆପଣାର ଅଦ୍ୱିତୀୟ ପୁତ୍ରଙ୍କୁ ଜଗତକୁ ପ୍ରେରଣ କଲେ, ଯେପରି ଆମ୍ଭେମାନେ ତାହାଙ୍କ ଦ୍ୱାରା ଜୀବନ ପ୍ରାପ୍ତ ହେଉ।
10 ୧୦ ଏନ୍ତାରି ନଏଁଜେ, ଆମେ ପର୍‌ମେସର୍‌କେ ଆଲାଦ୍‌ କଲୁ, ମାତର୍‌ ସେ ଆମ୍‌କେ ଆଲାଦ୍‌ କଲା । ଆରି କୁରୁସ୍‌କାଟେ ମଲାର୍‌ପାଇ ଆମର୍‌ ଡଣ୍ଡ୍‌ ପାଇବାକେ ତାର୍‌ ପଅକେ ପାଟାଇଲା । ଏଟା ଅଇଲାନି ସତ୍‌ସଙ୍ଗ୍ ଆଲାଦ୍‌ କର୍‌ବାଟା ।
ଆମ୍ଭେମାନେ ଯେ ଈଶ୍ବରଙ୍କୁ ପ୍ରେମ କଲୁ, ତାହା ନୁହେଁ, ମାତ୍ର ସେ ଆମ୍ଭମାନଙ୍କୁ ପ୍ରେମ କଲେ, ପୁଣି, ଆପଣା ପୁତ୍ରଙ୍କୁ ଆମ୍ଭମାନଙ୍କ ପାପର ପ୍ରାୟଶ୍ଚିତ୍ତ ସ୍ୱରୂପ କରି ପଠାଇଲେ; ଏଥିରେ ତ ପ୍ରେମ ପ୍ରକାଶ ପାଏ।
11 ୧୧ ଏ ମର୍‌ ଆଲାଦର୍‌ ମଇତର୍‌ମନ୍‌, ଜେନ୍ତିକି ପର୍‌ମେସର୍‌ ଆମ୍‌କେ ଏତେକ୍‌ ଆଲାଦ୍‌ କଲାର୍‌ପାଇ, ଆମେମିସା ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ସେନ୍ତାରି ଆଲାଦ୍‌ କର୍‌ବାର୍‌ ଆଚେ ।
ହେ ପ୍ରିୟମାନେ, ଈଶ୍ବର ଯଦି ଆମ୍ଭମାନଙ୍କୁ ଏପରି ପ୍ରେମ କଲେ, ତେବେ ଆମ୍ଭମାନଙ୍କର ମଧ୍ୟ ପରସ୍ପରକୁ ପ୍ରେମ କରିବା ଉଚିତ୍।
12 ୧୨ କେ ମିସା ପର୍‌ମେସର୍‌କେ ଦେକତ୍‌ ନାଇତା । ମାତର୍‌ ଆମେ ଜଦି ଗଟେକ୍‌ ଲକ୍‌ ଆରିଗଟେକ୍‌ ଲକ୍‌କେ ଆଲାଦ୍‌ କଲେ, ପର୍‌ମେସର୍‌ ଆମର୍‌ ସଙ୍ଗ୍ ମିସିଆଚେ । ସେ ଆମର୍‌ଟାନେ ତାର୍‍ ଆଲାଦ୍‌ ସିଦ୍‍ କର୍‌ସି ।
କେହି କେବେ ଈଶ୍ବରଙ୍କୁ ଦେଖି ନାହିଁ; ଆମ୍ଭେମାନେ ଯଦି ପରସ୍ପରକୁ ପ୍ରେମ କରୁ, ତାହାହେଲେ ଈଶ୍ବର ଆମ୍ଭମାନଙ୍କଠାରେ ଅଛନ୍ତି ଓ ତାହାଙ୍କ ପ୍ରେମ ଆମ୍ଭମାନଙ୍କଠାରେ ସିଦ୍ଧ ହୋଇଅଛି।
13 ୧୩ ପର୍‌ମେସରର୍‌ ସଙ୍ଗ୍ ମିସିଆଚୁ ବଲି ଆମେ ଜାନୁ । ଆରି ସେ ମିସା ଆମର୍‌ ସଙ୍ଗ୍ ମିସିଆଚେ । କାଇକେବଇଲେ ସେ ତାର୍‌ ଆତ୍‌ମା ଆମ୍‌କେ ଦେଲାଆଚେ ।
ଆମ୍ଭେମାନେ ଯେ ତାହାଙ୍କଠାରେ ଅଛୁ ଓ ସେ ଆମ୍ଭମାନଙ୍କଠାରେ ଅଛନ୍ତି, ଏହା ଆମ୍ଭେମାନେ ଜାଣୁ, କାରଣ ସେ ଆମ୍ଭମାନଙ୍କୁ ଆପଣା ଆତ୍ମାଙ୍କର ସହଭାଗିତା ଦାନ କରିଅଛନ୍ତି।
14 ୧୪ ଆରି ଆମେ ଦେକିଆଚୁ ପାପର୍‌ ଡଣ୍ଡେଅନି ଲକ୍‌ମନ୍‌କେ ରକିଆ କର୍‌ବାକେ ବାବା ପର୍‌ମେସର୍‌ ତାର୍‌ ପଅକେ ଏ ଜଗତେ ପାଟାଇଲା । ଏଟା ସତ୍‌ କାତା ବଲି ବିନ୍‌ ଲକ୍‌ମନ୍‌କେ କଇଲୁନି ।
ପିତା ଯେ ପୁତ୍ରଙ୍କୁ ଜଗତର ତ୍ରାଣକର୍ତ୍ତା ହେବା ନିମନ୍ତେ ପ୍ରେରଣ କରିଅଛନ୍ତି, ଏହା ଆମ୍ଭେମାନେ ଦେଖିଅଛୁ ଓ ସାକ୍ଷ୍ୟ ଦେଉଅଛୁ।
15 ୧୫ ଜେ ମିସା ଜିସୁକେ ପର୍‌ମେସରର୍‌ ପଅ ବଲି ନାମ୍‌ଲେ, ପର୍‌ମେସର୍‌ ସେ ଲକର୍‌ ସଙ୍ଗ୍ ମିସିରଇସି । ଆରି ସେ ମିସା ପର୍‌ମେସରର୍‌ ସଙ୍ଗ୍ ରଇସି ।
ଯେ କେହି ଯୀଶୁଙ୍କୁ ଈଶ୍ବରଙ୍କ ପୁତ୍ର ବୋଲି ସ୍ୱୀକାର କରେ, ଈଶ୍ବର ତାହାଠାରେ ଅଛନ୍ତି ଓ ସେ ଈଶ୍ବରଙ୍କଠାରେ ଅଛି।
16 ୧୬ ପର୍‌ମେସର୍‌ ଜନ୍‌ ଆଲାଦ୍‌ ଆମର୍‌ପାଇ ଦେକାଇଆଚେ, ସେଟା ଆମେ ଜାନ୍‌ଲୁନି ଆରି ବିସ୍‌ବାସ୍‌ କଲୁନି । ସେ ସବୁବେଲେ ଲକ୍‌ମନ୍‌କେ ଆଲାଦ୍‌ କର୍‌ସି । ଜେତ୍‌କି ଲକ୍‌ ପର୍‌ମେସର୍‌କେ ଆରି ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବାଇ, ସେମନ୍‌ ପର୍‌ମେସରର୍‌ ସଙ୍ଗ୍ ମିସିଆଚତ୍‌ । ଆରି ସେ ମିସା ତାକର୍‌ ସଙ୍ଗ୍ ଆଚେ ।
ପୁଣି, ଆମ୍ଭମାନଙ୍କ ପ୍ରତି ଈଶ୍ବରଙ୍କର ଯେଉଁ ପ୍ରେମ ଅଛି, ତାହା ଆମ୍ଭେମାନେ ଜାଣିଅଛୁ ଓ ବିଶ୍ୱାସ କରିଅଛୁ। ଈଶ୍ବର ତ ପ୍ରେମ; ଯେ ପ୍ରେମରେ ରହେ, ସେ ଈଶ୍ବରଙ୍କଠାରେ ରହେ ଓ ଈଶ୍ବର ତାହାଠାରେ ରହନ୍ତି।
17 ୧୭ ପର୍‌ମେସର୍‌ ଆମ୍‍କେ ଦେଇ ବିନ୍‌ ଲକ୍‌ମନ୍‌କେ ଆଲାଦ୍‌ କର୍‌ବା କାମ୍‌ କଲାଆଚେ । ଜେନ୍ତିକି ସେ ସବୁକେ ବିଚାର୍‌ନା କର୍‌ବା ଦିନେ ଆମେ ଡରିକରି ନ ରଉଁ । କିରିସ୍‌ଟ ଏ ଜଗତେ ରଇଲାବେଲେ, ଜେନ୍ତି ଚଲାଚଲ୍‌ତି କର୍‌ତେରଇଲା, ସେନ୍ତାରିସେ ଆମେମିସା ଚଲାଚଲ୍‌ତି କରୁ । ଆରି ଆମେ ଡରିକରି ନ ରଉଁ ।
ଏଥିରେ ପ୍ରେମ ଆମ୍ଭମାନଙ୍କ ମଧ୍ୟରେ ସିଦ୍ଧ ହୋଇଅଛି ଯେ, ବିଚାର ଦିନରେ ଆମ୍ଭେମାନେ ସାହସ ପ୍ରାପ୍ତ ହେବୁ, କାରଣ ସେ ଯେପରି ଅଛନ୍ତି, ଆମ୍ଭେମାନେ ମଧ୍ୟ ଏହି ଜଗତରେ ସେହିପରି ଅଛୁ।
18 ୧୮ ଜେ ପର୍‌ମେସର୍‌କେ ଆଲାଦ୍‌ କର୍‌ସି, ସେ ତାକେ ନ ଡରେ । ତାର୍‌ ଆଲାଦ୍‌ ଆମର୍‌ ବିତ୍‌ରେ କାମ୍‌ କର୍‌ସି, ଆମେ ତାକେ ଡରିନଏଁ । ସେ ସେମନ୍‌କେ ଡଣ୍ଡ୍‌ ଦେଇସି ବଲି ଲକ୍‌ମନ୍‌ ତାକେ ଡର୍‌ଲାଇନି । ଜଦି କେ ମିସା ପର୍‌ମେସର୍‌କେ ଡର୍‌ସି, ତାର୍‌ ଆଲାଦ୍‌ ସେ ଲକର୍‌ଟାନେ କାମ୍‌ କରେନାଇ ବଲି ଜାନାପଡ୍‌ସି ।
ପ୍ରେମରେ ଭୟ ନ ଥାଏ, କିନ୍ତୁ ସିଦ୍ଧ ପ୍ରେମ ଭୟକୁ ଦୂର କରେ, କାରଣ ଭୟ ଦଣ୍ଡ ସହିତ ସଂଯୁକ୍ତ, ଆଉ ଯେ ଭୟ କରେ, ସେ ପ୍ରେମରେ ସିଦ୍ଧ ନୁହେଁ।
19 ୧୯ ଆମେ ତାକେ ଆଲାଦ୍‌ କର୍‌ବା ଆଗ୍‌ତୁ ପର୍‌ମେସର୍‌ ଆମ୍‌କେ ଆଲାଦ୍‌ କଲା । ସେଟାର୍‌ପାଇ ଆମେ ତାକେ ଆଲାଦ୍‌ କଲୁନି ।
ସେ ପ୍ରଥମରେ ଆମ୍ଭମାନଙ୍କୁ ପ୍ରେମ କରିବାରୁ ଆମ୍ଭେମାନେ ପ୍ରେମ କରୁ।
20 ୨୦ ଜଦି କେ ମିସା ମୁଇ ପର୍‌ମେସର୍‌କେ ଆଲାଦ୍‌ କଲିନି ବଲି କଇସି, ମାତର୍‌ ନିଜର୍‌ ବିସ୍‌ବାସି ବାଇବଇନିକେ ଗିନ୍‌ କର୍‌ସି, ସେନ୍ତାର୍‌ଆଲେ ସେ ମିଚ୍‌ କଇଲାନି । କାଇକେବଇଲେ ଦୁଇଟା ଆଁକିତେଇ ଡିସ୍‌ବା ବାଇବଇନିମନ୍‌କେ ଆଲାଦ୍‌ ନ କର୍‌ବା ଗଟେକ୍‌ ଲକ୍‌, ନ ଡିସ୍‌ବା ପର୍‌ମେସର୍‌କେ ଆଲାଦ୍‌ କରିନାପାରେ ।
ଈଶ୍ବରଙ୍କୁ ପ୍ରେମ କରୁଅଛି ବୋଲି କହି ଯଦି କେହି ଆପଣା ଭାଇକୁ ଘୃଣା କରେ, ତାହାହେଲେ ସେ ମିଥ୍ୟାବାଦୀ, ଯେଣୁ ଯେଉଁ ଭାଇକୁ ଦେଖିଅଛି, ଯଦି ତାହାକୁ କେହି ପ୍ରେମ ନ କରେ, ତାହାହେଲେ ଯେଉଁ ଈଶ୍ବରଙ୍କୁ ସେ ଦେଖି ନାହିଁ, ତାହାଙ୍କୁ ପ୍ରେମ କରିପାରେ ନାହିଁ।
21 ୨୧ ଆରି ସେ ଆମ୍‌କେ ଏ ଆଦେସ୍‌ ଦେଇ ତିଆର୍‌ଲାଆଚେ, ଜେ ପର୍‌ମେସର୍‌କେ ଆଲାଦ୍‌ କର୍‌ସି, ତାର୍‌ ମିସିବିଡି ରଇବା ବିସ୍‌ବାସି ବାଇବଇନିମନ୍‌କେ ମିସା ଆଲାଦ୍‌ କର୍‌ବାର୍‌ ଆଚେ ।
ଯେ ଈଶ୍ବରଙ୍କୁ ପ୍ରେମ କରେ, ସେ ଆପଣା ଭାଇକୁ ମଧ୍ୟ ପ୍ରେମ କରୁ, ଏହି ଆଜ୍ଞା ଆମ୍ଭେମାନେ ତାହାଙ୍କଠାରୁ ପାଇଅଛୁ।

< ୧ ମ ଜଅନ୍‌ 4 >