< ୧ମ କରନ୍ତିୟ 14 >
1 ୧ ତେବେ ବାଇମନ୍କେ ଆଲାଦ୍ କର୍ବାକେ ତମର୍ ସବୁ ବପୁ ସାରାଆ । ସୁକଲ୍ଆତ୍ମା ଜନ୍ ସବୁ ବପୁ ଦେଲାନି, ସେଟା ପାଇବାକେ ମିସା ମନ୍ କରା । ସେ ବିତ୍ରେ ଅନି ପର୍ମେସରର୍ ବାକିଅ ଜାନାଇବା ବପୁ ପାଇବାକେ ମନ୍ କରା ।
ପ୍ରେମର ଅନୁସରଣ କର, ପୁଣି, ଆତ୍ମିକ ଦାନସବୁ ପାଇବା ନିମନ୍ତେ, ବିଶେଷତଃ ଯେପରି ଭାବବାଣୀ କହିପାର, ଏଥିନିମନ୍ତେ ଏକାନ୍ତ ଚେଷ୍ଟା କର।
2 ୨ କାଇକେବଇଲେ ଜେ ନାଜାନ୍ଲା ବାସା ସଙ୍ଗ୍ କାତା ଅଇସି, ସେ ଲକ୍ମନର୍ ସଙ୍ଗ୍ ନାଇ, ମାତର୍ ପର୍ମେସର୍ ସଙ୍ଗ୍ କାତା ଅଇଲାନି । କାଇକେବଇଲେ ତାର୍ କାତା କେ ମିସା ବୁଜତ୍ ନାଇ । ସେମନ୍ ଆତ୍ମାର୍ ବପୁର୍ ସଙ୍ଗ୍ ଲୁଚ୍ତେ ରଇବା ସତ୍ ବିସଇ କାତା ଅଇଲାଇନି ।
କାରଣ ଯେ ପରଭାଷାରେ କଥା କହେ, ସେ ମନୁଷ୍ୟକୁ କଥା କହେ ନାହିଁ, କିନ୍ତୁ ଈଶ୍ବରଙ୍କୁ କହେ, ଯେଣୁ କେହି ତାହା ବୁଝେ ନାହିଁ, ମାତ୍ର ସେ ପବିତ୍ର ଆତ୍ମା ଦ୍ୱାରା ନିଗୂଢ଼ ବିଷୟ କହେ।
3 ୩ ମାତର୍ ଜେ ପର୍ମେସରର୍ ବାକିଅ ଜାନାଇସି, ଲକ୍ମନର୍ ସଙ୍ଗ୍ କାତା ଅଇସି । ଜେନ୍ତାରିକି, ସେମନ୍କେ ସାଇଜ, ସାର୍ଦା ଆରି ଦୁକ୍ ସାରାଇବାଟା ଦେଇରଇସି ।
କିନ୍ତୁ ଯେ ଭାବବାଣୀ କହେ, ସେ ମନୁଷ୍ୟମାନଙ୍କୁ ନିଷ୍ଠା, ଉତ୍ସାହ ଓ ସାନ୍ତ୍ୱନାଜନକ କଥା କହେ।
4 ୪ ଜେ ନାଜାନ୍ଲା ବାସାଇ କାତାଅଇସି, ସେଟା ତାର୍ ନିଜର୍ ବିସ୍ବାସ୍କେ ଡାଟ୍ କରାଇସି । ମାତର୍ ଜେ କି ପର୍ମେସରର୍ ବାକିଅ ଜାନାଇସି, ସେ ଗୁଲାଇ ମଣ୍ଡଲିର୍ ବିସ୍ବାସ୍ ଡାଟ୍ କରାଇସି ।
ଯେ ପରଭାଷାରେ କଥା କହେ, ସେ ନିଜର ନିଷ୍ଠା ଜନ୍ମାଏ, କିନ୍ତୁ ଯେ ଭାବବାଣୀ କହେ, ସେ ମଣ୍ଡଳୀର ନିଷ୍ଠା ଜନ୍ମାଏ।
5 ୫ ତମେ ସବୁଲକ୍ ନାଜାନ୍ଲା ବାସାଇ କାତା ଅଇଲେ ମୁଇ ସାର୍ଦା ଅଇବି । ମାତର୍ ପର୍ମେସରର୍ ବାକିଅ ଜାନାଇବାକେ ବପୁ ଉଆ ବଲି ମୁଇ ଅଦିକ୍ ମନ୍ କଲିନି । କାଇକେବଇଲେ ପର୍ମେସରର୍ ବାକିଅ ପାଇକରି ଜାନାଇବା ଲକ୍, ନାଜାନ୍ବା ବାସାଇ କାତା ଅଇବା ଲକର୍ ଟାନେଅନି ମୁକିଅ । ଜଦି ମଣ୍ଡଲିର୍ କେ ମିସା ସେ କଇଲା ବିସଇର୍ ଅରତ୍ ନ ବୁଜାଇବାଜାକ ଗୁଲାଇ ମଣ୍ଡଲି ସାଇଜ ନଏଁ ।
ତୁମ୍ଭେମାନେ ସମସ୍ତେ ଯେ ପରଭାଷାରେ କଥା କୁହ, ଏହା ମୋହର ଇଚ୍ଛା, କିନ୍ତୁ ତୁମ୍ଭେମାନେ ଯେ ଭାବବାଣୀ କୁହ, ଏହା ମୋହର ଅଧିକ ଇଚ୍ଛା; ଯେ ପରଭାଷାରେ କଥା କହେ, ସେ ଯଦି ମଣ୍ଡଳୀର ନିଷ୍ଠା ପ୍ରାପ୍ତି ନିମନ୍ତେ ଭାଷାର ଅର୍ଥ ନ କରେ, ତେବେ ତାହା ଅପେକ୍ଷା ଯେ ଭାବବାଣୀ କହେ, ସେ ଶ୍ରେଷ୍ଠ।
6 ୬ ତେବେ ଏ ବାଇବଇନିମନ୍ ମୁଇ ତମର୍ଟାନେ ଆଇଲାବେଲେ, ଜଦି ନାଜାନ୍ଲା ବାସାଇ କାତା କଇଲେ, ତମ୍କେ କେନ୍ତି ଡାଟ୍ କରାଇବି? ମୁଲ୍କେ ନାଇ, ଜଦି ମୁଇ ପର୍ମେସର୍ ଟାନେଅନି ପାଇଲା ବାକିଅ, କି ଗିଆନ୍, କି ବବିସତ୍ କାତା ସିକ୍ବା ବିସଇ ନ ଜାନାଇଲେ, ତେବେ ତମ୍କେ କେନ୍ତି ଡାଟ୍ କରାଇବି?
ଏପରି ସ୍ଥଳେ ହେ ଭାଇମାନେ, ମୁଁ ଯଦି ତୁମ୍ଭମାନଙ୍କ ନିକଟକୁ ଯାଇ ପ୍ରକାଶିତ ବାକ୍ୟ, ବା ଜ୍ଞାନ, ବା ଭାବବାଣୀ, ବା ଶିକ୍ଷାର କଥା ନ କହି କେବଳ ପରଭାଷାରେ କଥା କହେ, ତେବେ ସେଥିରେ ମୁଁ ତୁମ୍ଭମାନଙ୍କର କଅଣ ଉପକାର କରିବି?
7 ୭ ସେନ୍ତାରିସେ ବାଉଁସି ଆରି ଡୁଡୁଙ୍ଗା ପାରା ଜିବନ୍ ନ ରଇବା ବାଇଦ୍ ବିସଇ ବାବିଦେକୁ, ସେଟା ଜଦି ବାଜନ୍ତେଇ ବିନ୍ ସର୍ ନ ରଇଲେ, ସେଟା ବାଜ୍ଲାନି ବଲିକରି ଜାନି ନଏ ।
ବଂଶୀ ହେଉ ବା ବୀଣା ହେଉ, ନିର୍ଜୀବ ବାଦ୍ୟଯନ୍ତ୍ର ବାଜିଲେ ସୁଦ୍ଧା ଯଦି ସ୍ୱରରେ ପାର୍ଥକ୍ୟ ନ ଥାଏ, ତେବେ ବଂଶୀରେ କଅଣ ବାଜୁଅଛି ବା ବୀଣାରେ କଅଣ ବାଜୁଅଛି, ତାହା କିପରି ଜଣାଯିବ?
8 ୮ ସେନ୍ତାରିସେ ସନିଅମନ୍ ଜନ୍ ବାଁକା ବାଜାଇବାଇ, ଜଦି ତାର୍ ସବଦ୍ ଟିକ୍ ନାଇ, ଜୁଇଦେ ଜିବାଜେ କେ ମିସା ଜାଗ୍ରତ୍ ନ ଅଅତ୍ ।
ପୁଣି, ତୂରୀ ଯଦି ଅସ୍ପଷ୍ଟ ଧ୍ୱନି କରେ, ତେବେ କିଏ ଯୁଦ୍ଧ ନିମନ୍ତେ ପ୍ରସ୍ତୁତ ହେବ?
9 ୯ ସେନ୍ତାରିସେ ନ ବୁଜ୍ବା କାତା କଇଲେ, ତମେ କାଇଟା କାତା ଅଇଲାସ୍ନି ବଲି କେ ବୁଜି ନାପାରତ୍ । ତମର୍ କାତା ପବନ୍ ଉଡାଇନେଲା ପାରା ଅଇସି ।
ସେହିପରି ତୁମ୍ଭେମାନେ ମଧ୍ୟ ଯଦି ଜିହ୍ୱା ଦ୍ୱାରା ସହଜ ବୋଧଗମ୍ୟ କଥା ନ କୁହ, ତେବେ କଅଣ କହୁଅଛ, ତାହା କିପରି ଜଣାଯିବ? କାରଣ ତୁମ୍ଭେମାନେ ଶୂନ୍ୟକୁ କହିବା ପରି ହେବ।
10 ୧୦ ଏ ଜଗତେ କେତେକ୍ କେତେକ୍ ବାସା ଆଚେ । ଆରି ସେଟାର୍ ସବୁର୍ ଅରତ୍ ଆଚେ ।
ଜଗତରେ ହୋଇପାରେ ଅନେକ ପ୍ରକାର ଶବ୍ଦ ଅଛି, ପୁଣି କୌଣସି ଶବ୍ଦ ଅର୍ଥଶୂନ୍ୟ ନୁହେଁ।
11 ୧୧ ମାତର୍ କାତାଅଇରଇବା ବାସା ଜଦି ମୁଇ ବୁଜି ନାପାର୍ଲିନି, ସେ ବାସାଇ କାତା ଅଇବା ଲକ୍ମନ୍ ମର୍ ଅଚିନାର୍ ଲକ୍ ପାରା, ମୁଇ ମିସା ସେମନର୍ପାଇ ଅଚିନାର୍ ପାରା ।
ଏଣୁ ମୁଁ ଯଦି ସେହି ଶବ୍ଦର ଅର୍ଥ ନ ବୁଝେ, ତେବେ ଯେ କହେ, ମୁଁ ତାହା ପ୍ରତି ବର୍ବର ପରି ହେବି, ଆଉ ସେ ମୋʼ ନିକଟରେ ବିଦେଶୀୟ ପରି ହେବ।
12 ୧୨ ତେବେ ତମେ ଜେନ୍ତାରିକି ସୁକଲ୍ ଆତ୍ମାର୍ ବିନ୍ ବିନ୍ ରକାମର୍ ଦାନ୍ ପାଇବାକେ ମନ୍ କଲାସ୍ନି, ସେ ସବୁର୍ ଟାନେଅନି ଜନ୍ ସବୁ ଦାନ୍ ତମର୍ ମଣ୍ଡଲିକେ ଡାଟ୍ କରାଇସି, ସେ ଦାନ୍ ବାଇବାକେ ଚେସ୍ଟା କରା ।
ସେହି ପ୍ରକାରେ ତୁମ୍ଭେମାନେ ମଧ୍ୟ ଆତ୍ମିକ ଦାନସବୁ ପାଇବାକୁ ଏକାନ୍ତ ଚେଷ୍ଟା କରୁଥିବାରୁ ମଣ୍ଡଳୀର ନିଷ୍ଠା ନିମନ୍ତେ ସେହିସବୁ ପ୍ରଚୁର ପରିମାଣରେ ପାଇବାକୁ ଚେଷ୍ଟା କର।
13 ୧୩ ତେବେ ଜେ ନାଜାନ୍ଲା ବାସାଇ କାତା ଅଇସି, ସେ କାତା ଅଇଲାଟା ବୁଜାଇବା ଦାନ୍ ମିଲ ବଲି ପାର୍ତନା କର ।
ଅତଏବ, ଯେ ପରଭାଷାରେ କଥା କହେ, ସେ ଯେପରି ଅର୍ଥ କରିପାରେ, ଏଥିନିମନ୍ତେ ପ୍ରାର୍ଥନା କରୁ।
14 ୧୪ କାଇକେବଇଲେ ମୁଇ ଜଦି ନାଜାନ୍ବା ବାସାଇ ପାର୍ତନା କର୍ବି, ମର୍ ଆତ୍ମା ପାର୍ତନା କଲାନି । ମାତର୍ ମର୍ ବୁଜ୍ବାର୍ ବପୁ ତେଇ ମିସେନାଇ ।
କାରଣ ମୁଁ ଯଦି ପରଭାଷାରେ ପ୍ରାର୍ଥନା କରେ, ତେବେ ମୋହର ଆତ୍ମା ପ୍ରାର୍ଥନା କରେ, କିନ୍ତୁ ମୋହର ମନ ଫଳହୀନ ହୁଏ।
15 ୧୫ ତେବେ ମୁଇ କାଇଟା କର୍ବି? ମର୍ ଆତ୍ମାଇ ପାର୍ତନା କର୍ବି, ମାତର୍ ବୁଜ୍ଲା ପାରା ମିସା ପାର୍ତନା କର୍ବି । ମର୍ ଆତ୍ମାଇ ଗିତ୍ କଇବି । ମାତର୍ ବୁଜ୍ଲାପାରା ମିସା ଗିତ୍ କଇବି ।
ତେବେ କର୍ତ୍ତବ୍ୟ କଅଣ? ମୁଁ ଆତ୍ମା ଦ୍ୱାରା ପ୍ରାର୍ଥନା କରିବି; ପୁଣି, ବୁଦ୍ଧି ସହିତ ମଧ୍ୟ ପ୍ରାର୍ଥନା କରିବି; ଆତ୍ମା ଦ୍ୱାରା ସ୍ତୁତିଗାନ କରିବି, ପୁଣି, ବୁଦ୍ଧି ସହିତ ମଧ୍ୟ ସ୍ତୁତିଗାନ କରିବି।
16 ୧୬ କାଇକେବଇଲେ ପର୍ମେସର୍କେ ଆତ୍ମାଇସେ ଦନିଅବାଦ୍ ଦେଇସା, ସବାଇ ରଇଲା ମାମୁଲି ଲକ୍ମନ୍ ତମର୍ ପାର୍ତନା ସୁନିକରି, କେ ଆମେନ୍ ବଲି କଇପାର୍ବାଇ? ନାଇ ନା ପାରେ । କାଇକେବଇଲେ ତମେ କାଇଟା କଇଲାସ୍ନି, ସେଟା ସେ ନାଜାନେ ।
ନତୁବା ତୁମ୍ଭେ ଯଦି ଆତ୍ମା ଦ୍ୱାରା ଧନ୍ୟବାଦ ଦିଅ, ତେବେ ସାଧାରଣ ଲୋକ ତୁମ୍ଭ କଥା ନ ବୁଝିବାରୁ କିପରି ତୁମ୍ଭ ଧନ୍ୟବାଦରେ ଆମେନ୍ କହିବ?
17 ୧୭ ତେବେ ପର୍ମେସରର୍ ଟାନେ ତମର୍ ଦନିଅବାଦ୍ ଦେବାଟା ବେସି ନିକ ରଇଲେ ମିସା ତମର୍ ବିନ୍ ବାଇମନ୍କେ ଡାଟ୍ କରାଇ ନାପାର୍ଲାସ୍ ।
ଯେଣୁ ତୁମ୍ଭେ ଉତ୍ତମ ରୂପେ ଧନ୍ୟବାଦ ଦେଉଅଛ ସତ, କିନ୍ତୁ ସେହି ଅନ୍ୟ ଜଣର ଉନ୍ନତି ହୁଏ ନାହିଁ।
18 ୧୮ ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି, ମୁଇ ତମର୍ ସବୁର୍ଟାନେଅନି ଅଦିକ୍, ନାଜାନ୍ଲା ବାସାଇ କାତା କଇପାରି ।
ମୁଁ ତୁମ୍ଭ ସମସ୍ତଙ୍କ ଅପେକ୍ଷା ଅଧିକ ରୂପେ ପରଭାଷାରେ କଥା କହେ ବୋଲି ଈଶ୍ବରଙ୍କୁ ଧନ୍ୟବାଦ ଦେଉଅଛି;
19 ୧୯ ମାତର୍ ମଣ୍ଡଲିର୍ ଉପାସନା ବେଲାଇ, ନାଜାନ୍ଲା ବାସାଇ ଅଜାର୍ ଅଜାର୍ ପଦ୍ ନ କଇକରି ସବୁଲକ୍ ବୁଜ୍ଲା ପାରା ପାଁଚ୍ଟା ପଦ୍ କଇବାଟା ନିକ ।
ତଥାପି ମୁଁ ଯେପରି ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଇ ପାରେ, ଏଥିନିମନ୍ତେ ମଣ୍ଡଳୀରେ ପରଭାଷାରେ ଦଶ ହଜାର କଥା କହିବା ଅପେକ୍ଷା ବରଂ ବୁଦ୍ଧି ସହିତ ପାଞ୍ଚୋଟି କଥା କହିବାକୁ ଭଲ ପାଏ।
20 ୨୦ ଏ ବାଇବଇନିମନ୍ ତମେ ପିଲାମନର୍ ପାରା ଚିନ୍ତା କରାନାଇ । କାରାପ୍ ବିସଇତେଇ ପିଲାପାରା ଉଆ । ମାତର୍ ବୁଦି ଆରି ବିଚାର୍ କର୍ବାତେଇ ବଡ୍ ଲକର୍ ପାରା ଅଇବାର୍ ଦର୍କାର୍ ।
ହେ ଭାଇମାନେ, ବୁଦ୍ଧିରେ ବାଳକ ପରି ହୁଅ ନାହିଁ, ବରଂ ମନ୍ଦ ବିଷୟରେ ଶିଶୁ ପରି ହୁଅ, କିନ୍ତୁ ବୁଦ୍ଧିରେ ପୂର୍ଣ୍ଣ-ବୟସ୍କ ହୁଅ।
21 ୨୧ ସାସ୍ତରେ ଲେକାଆଚେ, ମାପ୍ରୁ କଇଲାନି, ବିନ୍ ବାସା କଇବା ଲକ୍ମନର୍ ବାଟେଅନି ଏ ଲକର୍ ସଙ୍ଗ୍ ମୁଇ କାତା ଅଇବି । ନାଜାନ୍ବା ବାସା କଇବା ଲକର୍ ଟଣ୍ଡେଅନି ମୁଇ ଏ ଜାତିସଙ୍ଗ୍ କାତା ଅଇବି, ଏଲେ ମିସା ସେମନ୍ ମର୍ କାତା ନ ସୁନତ୍ ।
ବ୍ୟବସ୍ଥାରେ ଲେଖାଅଛି, “ପ୍ରଭୁ କହନ୍ତି, ବିଦେଶୀୟ ଭାଷାବାଦୀମାନଙ୍କ ଦ୍ୱାରା ଓ ବିଦେଶୀୟମାନଙ୍କ ମୁଖ ଦ୍ୱାରା ଆମ୍ଭେ ଏହି ଲୋକମାନଙ୍କୁ କଥା କହିବା, ତାହାହେଲେ ସୁଦ୍ଧା ସେମାନେ ଆମ୍ଭର କଥା ଶୁଣିବେ ନାହିଁ।”
22 ୨୨ ନାଜାନ୍ବା ବାସା କାତା ଅଇବା ବପୁ, ବିସ୍ବାସ୍ ନ କଲା ଲକ୍ମନର୍ ପାଇ ଗଟେକ୍ ଚିନ୍ ପାରା । ମାତର୍ ବିସ୍ବାସିମନର୍ପାଇ ନାଇ । ଆରି ପର୍ମେସରର୍ ବାକିଅ ଜାନାଇବା ବପୁ ବିସ୍ବାସି ମନର୍ପାଇ ଗଟେକ୍ ଚିନ୍, ଆରି ବିସ୍ବାସ୍ ନ କର୍ବା ଲକ୍ମନର୍ ପାଇ ନାଇ ।
ଏଣୁ ପରଭାଷାରେ କଥା କହିବା ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ; ଅନ୍ୟ ପକ୍ଷରେ ଭାବବାଣୀ କହିବା ଅବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ ନୁହେଁ, ମାତ୍ର ବିଶ୍ୱାସୀମାନଙ୍କ ନିମନ୍ତେ ଚିହ୍ନସ୍ୱରୂପ।
23 ୨୩ ତେବେ ତମେ ମଣ୍ଡଲି ଇସାବେ ରୁଣ୍ଡ୍ଲା ବେଲେ ନାଜାନ୍ଲା କାତା କଇସା ବଇଲେ, ତେଇରଇବା ବିନ୍ ଲକ୍ମନ୍ ଆରି ବିସ୍ବାସ୍ ନ କର୍ବା ଲକ୍ମନ୍ କାଇଟା ବଲି କଇବାଇ? “ଏ ତା ବାୟା ଅଇଗାଲା ଆଚେ!”
ଆହୁରି ମଧ୍ୟ ସମସ୍ତ ମଣ୍ଡଳୀ ଯଦି ସମବେତ ହୁଏ ଓ ସମସ୍ତେ ପରଭାଷାରେ କଥା କହନ୍ତି, ପୁଣି, ସାଧାରଣ ବା ଅବିଶ୍ୱାସୀ ଲୋକମାନେ ଆସନ୍ତି, ତାହାହେଲେ ତୁମ୍ଭେମାନେ ପାଗଳ ବୋଲି କଅଣ ସେମାନେ କହିବେ ନାହିଁ?
24 ୨୪ ଜଦି ସବୁଲକ୍ ପର୍ମେସର୍ ଜାନାଇଲା କାତା କଇଲାସ୍ନି, ଜଦି ତେଇ ଗଟେକ୍ ବିସ୍ବାସ୍ ନ କଲା ଲକ୍ କି ଗଟେକ୍ ମାମୁଲି ଲକ୍ ଆଇଲେ, ତେବେ ସେ ନିଜର୍ ପାପର୍ ବିସଇର୍ ଚେତ୍ନା ପାଇସି । ଆରି ସେ ସୁନ୍ଲା ସବୁ ବିସଇର୍ କାତାଇଅନି ତାକେ ବିଚାର୍ ଅଇସି ।
କିନ୍ତୁ ଯଦି ସମସ୍ତେ ଭାବବାଣୀ କହନ୍ତି, ପୁଣି, ଜଣେ ଅବିଶ୍ୱାସୀ ବା ସାଧାରଣ ଲୋକ ଆସେ, ତେବେ ସେ ସମସ୍ତଙ୍କ ଦ୍ୱାରା ଦୋଷୀ ବୋଲି ପ୍ରମାଣିତ ହୁଏ, ସମସ୍ତଙ୍କ ଦ୍ୱାରା ବିଚାରିତ ହୁଏ,
25 ୨୫ ଆରି ତାର୍ ମନେ ଲୁଚି ରଇବା ବିସଇ ସବୁ ଜାନାପଡ୍ସି । ପଚେ ସେ ପର୍ମେସର୍କେ ଡାଣ୍ଡାସନ୍ ପଡି, ତାର୍ କରିରଇବା ପାପ୍ ମାନିଅଇକରି “ତମର୍ ବିତ୍ରେ ସତଇସେ ପର୍ମେସର୍ ଆଚେ!” ବଲି କଇସି ।
ତାହାର ହୃଦୟର ଗୁପ୍ତ ବିଷୟସବୁ ପ୍ରକାଶିତ ହୁଏ; ସେଥିରେ ସେ ମୁହଁ ମାଡ଼ି ପଡ଼ିବ ଓ ଈଶ୍ବର ଯେ ନିଶ୍ଚୟ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ଏହା ସ୍ୱୀକାର କରି ତାହାଙ୍କୁ ପ୍ରଣାମ କରିବ।
26 ୨୬ ଏ ବାଇବଇନିମନ୍, ମର୍ କଇବା କାତା ଅଇଲାନି, ତମେ ଉପାସନା କର୍ବାକେ ରୁଣ୍ଡ୍ଲା ବେଲାଇ ଏନ୍ତାରି କରା । ତମର୍ ବିତ୍ରେଅନି କାକେ କାକେ ଗିତ୍ ଆଚେ, କାକେ କାକେ, ସିକିଆ ଦେବାଟା ଆଚେ, ଆରି କାକେ କାକେ ପର୍ମେସରର୍ ଟାନେ ଅନି କାତା ପାଇ, ସେଟା ଜାନାଇବାଟା ଆଚେ, କି ନାଜାନ୍ଲା ବାସାଇ କାତା କଇବାଟା ଆଚେ, ଆରି କାକେ କାକେ ନାଜାନ୍ଲା ବାସାଇ କଇଲା କାତାର୍ ଅରତ୍ ବୁଜାଇବା ବପୁ ଆଚେ, ଏନ୍ତି କାଇଟା ନଇଲେ କାଇଟା ଆଚେ । ଏଟା ସବୁ ଅଇସି, ତେବେ ମଣ୍ଡଲିର୍ ବିସ୍ବାସି ମନର୍ ବିସ୍ବାସ୍ ଡାଁଟ୍ ଅଇସି ।
ହେ ଭାଇମାନେ, ତେବେ କର୍ତ୍ତବ୍ୟ କଅଣ? ତୁମ୍ଭେମାନେ ସମବେତ ହେବା ସମୟରେ ଗୀତ, ବା ଶିକ୍ଷା, ବା ପ୍ରକାଶିତ ବାକ୍ୟ, ବା ପରଭାଷା ବା ଭାଷାର ଅର୍ଥ, ଏପରି ପ୍ରତ୍ୟେକର କିଛି ନା କିଛି ଅଛି। ସମସ୍ତ ବିଷୟ ନିଷ୍ଠା ନିମନ୍ତେ କରାଯାଉ।
27 ୨୭ ଜଦି କେ ନାଜାନ୍ଲା ବାସାଇ କାତା ଅଇଲେ, ଦୁଇ ତିନ୍ ଲକର୍ ତେଇଅନି ଅଦିକ୍ ଲକ୍ ନ କଅତ୍ । ଆରି ଗଟେକ୍ ଲକର୍ ପଚେ ଗଟେକ୍ ଲକ୍ କଇବାର୍ ଆଚେ । ଆରି ସେ କାତା ବୁଜାଇ ଦେବା ଲକ୍ ମିସା ତେଇ ରଇବାର୍ ଆଚେ ।
ଯଦି କେହି ପରଭାଷାରେ କଥା କହେ, ତେବେ ଦୁଇ ଅବା ଅଧିକ ହେଲେ ତିନି ଜଣ ପାଳି ଅନୁସାରେ କହନ୍ତୁ, ଆଉ ଜଣେ ଅର୍ଥ କରୁ।
28 ୨୮ ଜଦି ସେଟା ବୁଜାଇବାକେ ତେଇ କେ ନାଇ, ସେ ଉପାସନାଇ ଚୁପ୍ ଅଇ ରଅ । ସେ ଅବ୍କା ମନେ ମନେ ପର୍ମେସରର୍ ସଙ୍ଗ୍ କାତା ଅ ।
କିନ୍ତୁ ଯଦି କୌଣସି ଅର୍ଥକାରକ ନ ଥାଏ, ତାହାହେଲେ ସେ ମଣ୍ଡଳୀରେ ନୀରବ ରହୁ ଓ ନିରୋଳାରେ ଈଶ୍ବରଙ୍କୁ କହୁ।
29 ୨୯ ଜଦି ପର୍ମେସରର୍ଟାନେଅନି କାତା ପାଇ, ଜାନାଇବା ଲକ୍ ଆଚତ୍, ତେବେ ଦୁଇ ଲକ୍ କି ତିନ୍ ଲକ୍ ରଇବାର୍ । ସେ ବେଲାଇ ତେଇ ରଇଲା ଲକ୍ମନ୍ ସେ ବାକିଅ ବିଚାର୍ କର୍ବାର୍ ଆଚେ ।
ଆଉ, ଦୁଇ ବା ତିନି ଜଣ ଭାବବାଣୀ କହନ୍ତୁ, ପୁଣି, ଅନ୍ୟମାନେ ବିଚାର କରନ୍ତୁ।
30 ୩୦ ମାତର୍ ଉପାସନାତେଇ ରଇବା ଜଦି କାକେ ଅଟାତ୍ ପର୍ମେସରର୍ ଟାନେ ଅନି କାତା ପାଇସି, ତେବେ ବାକିଅ କଇତେରଇବା ଲକ୍ ତେଇ ବନ୍ଦ୍ କରିରଇବାର୍ ଆଚେ ।
କିନ୍ତୁ ଉପବିଷ୍ଟ ଅନ୍ୟ କାହାରି ପ୍ରତି ଯଦି କୌଣସି ବାକ୍ୟ ପ୍ରକାଶିତ ହୁଏ, ତାହାହେଲେ ପ୍ରଥମ ଜଣକ ନୀରବ ହେଉ।
31 ୩୧ କାଇକେବଇଲେ ତମେ ଏନ୍ତାରି କଲେ ପର୍ମେସରର୍ ବାକିଅ, ଗଟେକ୍ ଲକର୍ ପଚେ ଗଟେକ୍ ଲକ୍, କଇ ପାରାସ୍ । ଜେନ୍ତିକି ସବୁଲକ୍ ସିକିଆ ପାଇକରି ଚେତ୍ନା ଅଇବାଇ ।
କାରଣ ଯେପରି ସମସ୍ତେ ଶିକ୍ଷା ପାଆନ୍ତି, ପୁଣି, ସମସ୍ତେ ଚେତନା ପ୍ରାପ୍ତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ସମସ୍ତେ ଜଣ ଜଣ କରି ଭାବବାଣୀ କହିପାର।
32 ୩୨ ମାତର୍ ପର୍ମେସରର୍ ବାକିଅ ଜାନାଇବା ଦାନ୍, ଜାନାଇବା ଲକର୍ ତଲିଆ ରଇବା ଦର୍କାର୍ ।
ଭାବବାଦୀମାନଙ୍କ ଆତ୍ମା ଭାବବାଦୀମାନଙ୍କର ବଶୀଭୂତ।
33 ୩୩ କାଇକେବଇଲେ ପର୍ମେସର୍ ଆଗାପଚା ନ ଅଇକରି ସବୁ ବିସଇ ଅର୍ସା ସଙ୍ଗ୍ ଅ, ବଲି ମନ୍ କଲାନି । ପର୍ମେସରର୍ ବିନ୍ ଉପାସନା ମଣ୍ଡଲିତେଇ ଜେନ୍ତାରି,
କାରଣ ଈଶ୍ବର ବିଶୃଙ୍ଖଳତାର ଈଶ୍ବର ନୁହଁନ୍ତି, ମାତ୍ର ଶାନ୍ତିର ଈଶ୍ବର।
34 ୩୪ ତମେ ମଣ୍ଡଲି ଇସାବେ ରୁଣ୍ଡ୍ଲା ବେଲେ, ମାଇଜିମନ୍ ଚୁପ୍ଚାପ୍ ଅଇରଇବାର୍ ଆଚେ । ତେଇ ସେମନ୍ କାତା କଇବାକେ ସେମନ୍କେ ଆଦେସ୍ ମିଲେନାଇ । ଜିଉଦି ନିୟମ୍ ଇସାବେ ସେମନ୍ ମନସ୍ ପିଲାର୍ ତଲିଆ ରଇବାର୍ ଆଚେ ।
ସାଧୁମାନଙ୍କ ସମସ୍ତ ମଣ୍ଡଳୀରେ ଯେପରି ହୋଇଥାଏ, ସେହିପରି ସ୍ତ୍ରୀଲୋକମାନେ ମଣ୍ଡଳୀରେ ନୀରବ ରହନ୍ତୁ, ଯେଣୁ କଥା କହିବା ପାଇଁ ସେମାନେ ଅନୁମତି ପାଇ ନାହାନ୍ତି, ବରଂ ମୋଶାଙ୍କ ବ୍ୟବସ୍ଥାର ଉକ୍ତି ଅନୁସାରେ ସେମାନେ ବଶୀଭୂତ ହୋଇ ରହନ୍ତୁ।
35 ୩୫ ସେମନ୍ ଜଦି କାଇ ବିସଇ ବୁଜ୍ବାକେ ମନ୍ କଲାଇନି, ଗରେ ଜାଇ କରି ନିଜର୍ ମୁନୁସ୍କେ ପାଚାର । କାଇକେବଇଲେ ମଣ୍ଡଲିଟାନେ କାତା କଇବାଟା ମାଇଜିମନର୍ ପାଇ ଗଟେକ୍ ଲାଜର୍ କାତା ।
ସେମାନେ ଯଦି କୌଣସି ବିଷୟ ବୁଝିବାକୁ ଇଚ୍ଛା କରନ୍ତି, ତେବେ ଘରେ ଆପଣା ଆପଣା ସ୍ୱାମୀମାନଙ୍କୁ ପଚାରନ୍ତୁ, କାରଣ ମଣ୍ଡଳୀ ମଧ୍ୟରେ କଥା କହିବା ସ୍ତ୍ରୀଲୋକ ପକ୍ଷରେ ଲଜ୍ଜାଜନକ।
36 ୩୬ କାଇଟା? ପର୍ମେସରର୍ ବାକିଅ ତମର୍ ଟାନେଅନି ଜାତ୍ ଅଇଲା ଆଚେ କି? ସେ ବାକିଅ କାଇ ତମର୍ଟାନେସେ ଆସିରଇଲା କି? ନାଇ ଆସି ନ ରଇଲା ।
କଅଣ? ଈଶ୍ବରଙ୍କ ବାକ୍ୟ କି ତୁମ୍ଭମାନଙ୍କଠାରୁ ବାହାରିଅଛି? ଅବା କେବଳ ତୁମ୍ଭମାନଙ୍କ ନିକଟକୁ ଆସିଅଛି?
37 ୩୭ କେ ଜଦି ତମର୍ ବିତ୍ରେ ପର୍ମେସରର୍ ବାକିଅ ଜାନାଇବା ଲକ୍ କି ସୁକଲ୍ ଆତ୍ମା ଅନି ଦାନ୍ ପାଇଲିଆଚି ବଲି ବାବ୍ସି, ସେନ୍ତିଆଲେ ମୁଇ ତମ୍କେ ଜାଇ ଜାଇଟା ଲେକ୍ଲିନି, ସେ ସବୁ ଜେ ମାପ୍ରୁର୍ ଆଦେସ୍, ଏଟା ସେ ଜାନ୍ବାର୍ ଆଚେ ।
କେହି ଯଦି ଆପଣାକୁ ଭାବବାଦୀ ବା ଆତ୍ମିକ ଦାନ ପ୍ରାପ୍ତ ବୋଲି ମନେ କରେ, ତାହାହେଲେ ମୁଁ ତୁମ୍ଭମାନଙ୍କୁ ଯାହା ଯାହା ଲେଖୁଅଛି, ସେହିସବୁ ଯେ ପ୍ରଭୁଙ୍କ ଆଜ୍ଞା, ଏହା ସେ ଜ୍ଞାତ ହେଉ।
38 ୩୮ ଜଦି ସେ ଏ ସବୁ କାତା ନ ସୁନେ କି ନ ମାନେ, ତମେ ମିସା ତାର୍ କାତା ସୁନା ନାଇ କି ମାନା ନାଇ ।
କିନ୍ତୁ କେହି ଯଦି ଜ୍ଞାତ ନ ହୁଏ, ତେବେ ସେ ଅଜ୍ଞାତ ରହୁ।
39 ୩୯ ସେଟାର୍ପାଇ ଏ ବାଇବଇନିମନ୍ ପର୍ମେସରର୍ କାତା ଜାନାଇବାକେ ମନ୍ କରା, ମାତର୍ ନ ବୁଜ୍ବା ବାସାଇ କାତା କଇବାକେ କାକେ ନିଚୁ ବଲି କୁଆନାଇ ।
ଏଣୁ ହେ ମୋହର ଭାଇମାନେ, ଭାବବାଣୀ କହିବାକୁ ଏକାନ୍ତ ଚେଷ୍ଟା କର; ପୁଣି, ପରଭାଷାରେ କଥା କହିବାକୁ ମନା ନ କର।
40 ୪୦ ତମର୍ ସବୁ କାମ୍ ଟିକ୍ ବାବେ ଆରି ଅର୍ସା ସଙ୍ଗ୍ କର୍ବାର୍ ଦର୍କାର୍ ।
କିନ୍ତୁ ସମସ୍ତ ବିଷୟ ସୁନ୍ଦରତାରେ ଓ ଶୃଙ୍ଖଳତାନୁସାରେ କରାଯାଉ।