< Romerne 2 >

1 Derfor er du uden Undskyldning, o Menneske! hvem du end er, som dømmer; thi idet du dømmer den anden, fordømmer du dig selv; thi du, som dømmer, øver det samme.
ଅତଏବ, ହେ ମନୁଷ୍ୟ, ଯେ ତୁମ୍ଭେ ବିଚାର କରୁଥାଅ, ତୁମ୍ଭେ ଯେ କେହି ହୁଅ, ତୁମ୍ଭର ଉତ୍ତର ଦେବାର ବାଟ ନାହିଁ, କାରଣ ଯେଉଁ ବିଷୟରେ ତୁମ୍ଭେ ଅନ୍ୟର ବିଚାର କରୁଥାଅ, ସେହି ବିଷୟରେ ତୁମ୍ଭେ ଆପଣାକୁ ଦୋଷୀ କରୁଥାଅ, ଯେଣୁ ତୁମ୍ଭେ ଯେ ବିଚାର କରୁଥାଅ, ସେହି ପ୍ରକାର କର୍ମ ମଧ୍ୟ କରୁଥାଅ।
2 Vi vide jo, at Guds Dom er, stemmende med Sandhed, over dem, som øve sådanne Ting.
ଆଉ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କ ବିରୁଦ୍ଧରେ ଈଶ୍ବରଙ୍କ ବିଚାର ଯେ ନ୍ୟାୟସଙ୍ଗତ, ଏହା ଆମ୍ଭେମାନେ ଜାଣୁ।
3 Men du, o Menneske! som dømmer dem, der øve sådanne Ting, og selv gør dem, mener du dette, at du skal undfly Guds Dom?
ଆଉ, ହେ ଭାଇ, ଯେଉଁମାନେ ଏହି ପ୍ରକାର କର୍ମ କରନ୍ତି, ସେମାନଙ୍କର ବିଚାର କରି ଆପେ ସେହି ପ୍ରକାର କରୁଥାଅ ଯେ ତୁମ୍ଭେ, ତୁମ୍ଭେ ଈଶ୍ବରଙ୍କ ନ୍ୟାୟବିଚାରରୁ ପଳାୟନ କରିପାର ବୋଲି କଅଣ ମନେ କରୁଅଛ?
4 Eller foragter du hans Godheds og Tålmodigheds og Langmodigheds Rigdom og ved ikke, at Guds Godhed leder dig til Omvendelse?
କିମ୍ବା ଈଶ୍ବରଙ୍କ କୃପା ଯେ ତୁମ୍ଭକୁ ମନ-ପରିବର୍ତ୍ତନ ଆଡ଼କୁ ଘେନିଯିବାକୁ ଚେଷ୍ଟା କରେ, ଏହା ନ ଜାଣି ତୁମ୍ଭେ କି ତାହାଙ୍କର ଉତ୍ତମତା, ଧୈର୍ଯ୍ୟ ଓ ଚିରସହିଷ୍ଣୁତାରୂପ ଧନସବୁ ତୁଚ୍ଛ କରୁଅଛ?
5 Men efter din Hårdhed og dit ubodfærdige Hjerte samler du dig selv Vrede på Vredens og Guds retfærdige Doms Åbenbarelses Dag,
କିନ୍ତୁ ତୁମ୍ଭେ ଆପଣା କଠିନ ଓ ଅପରିବର୍ତ୍ତିତ ହୃଦୟ ଅନୁସାରେ, ଯେଉଁ ଦିନ ଈଶ୍ବରଙ୍କ ନ୍ୟାୟବିଚାର ପ୍ରକାଶ ପାଇବ, ସେହି କ୍ରୋଧର ଦିନରେ ନିଜ ପାଇଁ କ୍ରୋଧ ସଞ୍ଚୟ କରୁଅଛ;
6 han, som vil betale enhver efter hans Gerninger:
ସେ ପ୍ରତ୍ୟେକ ଲୋକକୁ ନିଜ ନିଜ କର୍ମାନୁସାରେ ଫଳ ଦେବେ;
7 dem, som med Udholdenhed i god Gerning søge Ære og Hæder og Uforkrænkelighed, et evigt Liv; (aiōnios g166)
ଯେଉଁମାନେ ଧୈର୍ଯ୍ୟ ସହିତ ଉତ୍ତମ କର୍ମ କରି ଗୌରବ, ସମ୍ମାନ ଓ ଅମରତା ଅନ୍ୱେଷଣ କରନ୍ତି, ସେମାନଙ୍କୁ ଅନନ୍ତ ଜୀବନ ପ୍ରଦାନ କରିବେ, (aiōnios g166)
8 men over dem, som søge deres eget og ikke lyde Sandheden, men adlyde Uretfærdigheden, skal der komme Vrede og Harme.
କିନ୍ତୁ ଯେଉଁମାନେ ସ୍ୱାର୍ଥପର, ପୁଣି, ସତ୍ୟର ଅନାଜ୍ଞାବହ, ମାତ୍ର ଅଧାର୍ମିକତାର ଆଜ୍ଞାବହ, ସେମାନଙ୍କ ପ୍ରତି କ୍ରୋଧ ଓ କୋପ ଘଟିବ।
9 Trængsel og Angst over hvert Menneskes Sjæl, som øver det onde, både en Jødes først og en Grækers;
ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ଦୁଷ୍କର୍ମକାରୀ ଲୋକର ପ୍ରାଣ ଉପରେ କ୍ଳେଶ ଓ ସଙ୍କଟ ଘଟିବ,
10 men Ære og Hæder og Fred over hver den, som gør det gode, både en Jøde først og en Græker!
ମାତ୍ର ପ୍ରଥମରେ ଯିହୁଦୀ ଓ ମଧ୍ୟ ଗ୍ରୀକ୍‍, ପ୍ରତ୍ୟେକ ସତ୍କର୍ମକାରୀ ପ୍ରତି ଗୌରବ, ସମ୍ମାନ ଓ ଶାନ୍ତି ଘଟିବ।
11 Thi der er ikke Persons Anseelse hos Gud.
କାରଣ ଈଶ୍ବରଙ୍କ ନିକଟରେ ମୁଖାପେକ୍ଷା ନାହିଁ।
12 Thi alle de, som have syndet uden Loven, de skulle også fortabes uden Loven; og alle de, som have syndet under Loven, de skulle dømmes ved Loven;
ଯେଣୁ ଯେତେ ମୋଶାଙ୍କ ବ୍ୟବସ୍ଥାବିହୀନ ହୋଇ ପାପ କରିଅଛନ୍ତି, ସେମାନେ ମଧ୍ୟ ମୋଶାଙ୍କ ବ୍ୟବସ୍ଥା ବିନା ବିନଷ୍ଟ ହେବେ; ଆଉ, ଯେତେ ମୋଶାଙ୍କ ବ୍ୟବସ୍ଥା ପ୍ରାପ୍ତ ହୋଇ ପାପ କରିଅଛନ୍ତି, ସେମାନେ ମୋଶାଙ୍କ ବ୍ୟବସ୍ଥାନୁସାରେ ବିଚାରିତ ହେବେ,
13 thi ikke Lovens Hørere ere retfærdige for Gud, men Lovens Gørere skulle retfærdiggøres
କାରଣ ମୋଶାଙ୍କ ବ୍ୟବସ୍ଥାର ଶ୍ରୋତାମାନେ ଈଶ୍ବରଙ୍କ ସାକ୍ଷାତରେ ଧାର୍ମିକ ନୁହଁନ୍ତି, କିନ୍ତୁ ମୋଶାଙ୍କ ବ୍ୟବସ୍ଥା ପାଳନକାରୀମାନେ ଧାର୍ମିକ ଗଣିତ ହେବେ।
14 thi når Hedninger, som ikke have Loven, af Naturen gøre, hvad Loven kræver, da ere disse; uden at have Loven sig selv en Lov;
ଯେଣୁ ଅଣଯିହୁଦୀମାନଙ୍କର ସେହି ବ୍ୟବସ୍ଥା ନ ଥିଲେ ସୁଦ୍ଧା, ଯେତେବେଳେ ସେମାନେ ସ୍ୱାଭାବିକ ଭାବରେ ବ୍ୟବସ୍ଥାନୁଯାୟୀ କର୍ମ କରନ୍ତି, ସେତେବେଳେ ସେମାନେ ବ୍ୟବସ୍ଥା ନ ପାଇଲେ ହେଁ ଆପେ ଆପଣା ଆପଣା ପ୍ରତି ବ୍ୟବସ୍ଥା ସ୍ୱରୂପ ଅଟନ୍ତି;
15 de vise jo Lovens Gerning skreven i deres Hjerter, idet deres Samvittighed vidner med, og Tankerne indbyrdes anklage eller også forsvare hverandre
କାରଣ ସେମାନେ ମୋଶାଙ୍କ ବ୍ୟବସ୍ଥାର କର୍ମ ଆପଣା ଆପଣା ହୃଦୟରେ ଲିଖିତ ବୋଲି ଦେଖାନ୍ତି, ସେମାନଙ୍କ ବିବେକ ମଧ୍ୟ ସେଥିର ସାକ୍ଷ୍ୟ ଦିଏ, ଆଉ ସେମାନଙ୍କ ମନର ତର୍କବିତର୍କ ସେମାନଙ୍କୁ ଦୋଷୀ କିଅବା ନିର୍ଦ୍ଦୋଷ କରେ;
16 på den Dag, da Gud vil dømme Menneskenes skjulte Færd ifølge mit Evangelium ved Jesus Kristus.
ଯେଉଁ ଦିନରେ ଈଶ୍ବର, ମୁଁ ପ୍ରଚାର କରୁଥିବା ସୁସମାଚାର ଅନୁସାରେ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ମନୁଷ୍ୟମାନଙ୍କର ଗୁପ୍ତ ବିଷୟଗୁଡ଼ିକ ବିଚାର କରିବେ, ସେହି ଦିନ ଏହା ପ୍ରକାଶ ପାଇବ।
17 Men når du kalder dig Jøde og forlader dig trygt på Loven og roser dig af Gud
କିନ୍ତୁ ଯଦି ତୁମ୍ଭେ ଯିହୁଦୀ ନାମ ବହନ କରି ମୋଶାଙ୍କ ବ୍ୟବସ୍ଥା ଉପରେ ନିର୍ଭର କରୁଅଛ ଓ ଈଶ୍ବରଙ୍କଠାରେ ଗର୍ବ କରୁଅଛ,
18 og kender hans Villie og værdsætter de forskellige Ting, idet du undervises af Loven,
ଆଉ ମୋଶାଙ୍କ ବ୍ୟବସ୍ଥାରୁ ଶିକ୍ଷା ପ୍ରାପ୍ତ ହୋଇ ତାହାଙ୍କ ଇଚ୍ଛା ଜାଣୁଅଛ, ପୁଣି, ଭଲ ମନ୍ଦର ପ୍ରଭେଦ ବୁଝୁଅଛ,
19 og trøster dig til at være blindes Vejleder, et Lys for dem, som ere i Mørke,
ଆଉ ମୋଶାଙ୍କ ବ୍ୟବସ୍ଥାରେ ଯେଉଁ ଜ୍ଞାନ ଓ ସତ୍ୟ ବାସ୍ତବରେ ନିହିତ ଅଛି, ତାହା ପାଇଥିବାରୁ,
20 uforstandiges Opdrager, umyndiges Lærer, idet du i Loven har Udtrykket for Erkendelsen og Sandheden,
ଯଦି ତୁମ୍ଭେ ଆପଣାକୁ ଅନ୍ଧର ପଥପ୍ରଦର୍ଶକ, ଅନ୍ଧକାରବାସୀଙ୍କର ଆଲୋକ, ମୂର୍ଖର ସଂଶୋଧକ ଓ ଶିଶୁମାନଙ୍କର ଶିକ୍ଷକ ବୋଲି ବିଶ୍ୱାସ କରୁଅଛ,
21 du altså som lærer andre, du lærer ikke dig selv! Du, som prædiker, at man ikke må stjæle, du stjæler!
ତେବେ ଯଦି ତୁମ୍ଭେ ଯେ ପରକୁ ଶିକ୍ଷା ଦେଉଅଛ, ତୁମ୍ଭେ କଅଣ ଆପଣାକୁ ଶିକ୍ଷା ଦେଉ ନାହଁ? ଚୋରି କର ନାହିଁ ବୋଲି ପ୍ରଚାର କରି ତୁମ୍ଭେ କି ଚୋରି କରୁଅଛ?
22 Du, som siger, at man ikke må bedrive Hor, du bedriver Hor! Du, som føler Afsky for Afguderne, du øver Tempelran!
ବ୍ୟଭିଚାର କର ନାହିଁ ବୋଲି କହି ତୁମ୍ଭେ କି ବ୍ୟଭିଚାର କରୁଅଛ? ତୁମ୍ଭେ ଯେ ପ୍ରତିମା ଘୃଣା କରୁଅଛ, କଅଣ ମନ୍ଦିର ଲୁଣ୍ଠନ କରୁଅଛ?
23 Du, som roser dig af Loven, du vanærer Gud ved Overtrædelse af Loven!
ମୋଶାଙ୍କ ବ୍ୟବସ୍ଥାରେ ଗର୍ବ କରୁଅଛ ଯେ ତୁମ୍ଭେ, ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ ଦ୍ୱାରା ତୁମ୍ଭେ କି ଈଶ୍ବରଙ୍କୁ ଅନାଦର କରୁ ନାହଁ?
24 Thi "for eders Skyld bespottes Guds Navn iblandt Hedningerne", som der er skrevet.
କାରଣ ଯେପରି ଲେଖାଅଛି, “ତୁମ୍ଭମାନଙ୍କ ହେତୁ ଅଣଯିହୁଦୀମାନଙ୍କ ମଧ୍ୟରେ ଈଶ୍ବରଙ୍କ ନାମ ନିନ୍ଦିତ ହେଉଅଛି।”
25 Thi vel gavner Omskærelse, om du holder Loven; men er du Lovens Overtræder, da er din Omskærelse bleven til Forhud.
ଯଦି ତୁମ୍ଭେ ମୋଶାଙ୍କ ବ୍ୟବସ୍ଥା ପାଳନ କର, ତେବେ ପ୍ରକୃତରେ ସୁନ୍ନତ ଲାଭଜନକ, କିନ୍ତୁ ଯଦି ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କର, ତେବେ ତୁମ୍ଭର ସୁନ୍ନତ ଅସୁନ୍ନତରେ ପରିଣତ ହୁଏ।
26 Dersom nu Forhuden holder Lovens Forskrifter, vil da ikke hans Forhud blive regnet som Omskærelse?
ଅତଏବ, ଯଦି ଅସୁନ୍ନତ ଲୋକ ମୋଶାଙ୍କ ବ୍ୟବସ୍ଥାର ବିଧିବିଧାନ ପାଳନ କରେ, ତେବେ ତାହାର ଅସୁନ୍ନତ କଅଣ ସୁନ୍ନତ ବୋଲି ଗଣିତ ହେବ ନାହିଁ?
27 Og når den af Natur uomskårne opfylder Loven, skal han dømme dig, som med Bogstav og Omskærelse er Lovens Overtræder.
ପୁଣି, ସ୍ୱାଭାବିକ ଅସୁନ୍ନତି ଲୋକ ଯଦି ମୋଶାଙ୍କ ବ୍ୟବସ୍ଥା ପାଳନ କରେ, ତେବେ ଲିଖିତ ମୋଶାଙ୍କ ବ୍ୟବସ୍ଥା ଓ ସୁନ୍ନତ ବିଧି ପ୍ରାପ୍ତ ହୋଇ ସୁଦ୍ଧା ମୋଶାଙ୍କ ବ୍ୟବସ୍ଥା ଲଙ୍ଘନ କରୁଅଛ ଯେ ତୁମ୍ଭେ, ସେ ତୁମ୍ଭର ବିଚାର କରିବ।
28 Thi ikke den er Jøde, som er det i det udvortes, ej heller er det Omskærelse, som sker i det udvortes, i Kød;
କାରଣ ବାହାରେ ଯେ ଯିହୁଦୀ, ସେ ଯିହୁଦୀ ନୁହେଁ, କିଅବା ବାହାର ଶରୀରରେ ଯେ ସୁନ୍ନତ, ତାହା ସୁନ୍ନତ ନୁହେଁ;
29 men den, som indvortes er Jøde, og Hjertets Omskærelse i Ånd, ikke i Bogstav - hans Ros er ikke af Mennesker, men af Gud,
କିନ୍ତୁ ଅନ୍ତରରେ ଯେ ଯିହୁଦୀ, ସେ ଯିହୁଦୀ, ପୁଣି, ଆକ୍ଷରିକ ଭାବରେ ନୁହେଁ, ମାତ୍ର ଆତ୍ମିକ ଭାବରେ ହୃଦୟର ଯେ ସୁନ୍ନତ, ତାହା ପ୍ରକୃତ ସୁନ୍ନତ। ଏପରି ଲୋକ ମନୁଷ୍ୟମାନଙ୍କଠାରୁ ପ୍ରଶଂସା ପ୍ରାପ୍ତ ହୁଏ ନାହିଁ, କିନ୍ତୁ ଈଶ୍ବରଙ୍କଠାରୁ ପ୍ରାପ୍ତ ହୁଏ।

< Romerne 2 >