< Mikas 3 >
1 Da sagde jeg: Hør dog, I Jakobs Høvdinger, I Dommere af Israels Hus! Kan Kendskab til Ret ej ventes af eder,
ପୁଣି, ମୁଁ କହିଲି, ହେ ଯାକୁବର ପ୍ରଧାନବର୍ଗ ଓ ହେ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ, ମୁଁ ନିବେଦନ କରେ, ତୁମ୍ଭେମାନେ ଶୁଣ: ନ୍ୟାୟବିଚାର ଜ୍ଞାତ ହେବାର କି ତୁମ୍ଭମାନଙ୍କର ଉଚିତ ନୁହେଁ?
2 I, som hader det gode og elsker. det onde, I, som flår Huden af Folk. og Kødet af deres Ben,
ମାତ୍ର ତୁମ୍ଭେମାନେ ସତ୍କର୍ମ ଘୃଣା କରି ଦୁଷ୍କର୍ମ ଭଲ ପାଉଅଛ; ତୁମ୍ଭେମାନେ ଲୋକମାନଙ୍କ ଶରୀରରୁ ସେମାନଙ୍କର ଚର୍ମ ଓ ସେମାନଙ୍କ ଅସ୍ଥିରୁ ସେମାନଙ୍କର ମାଂସ ଛଡ଼ାଇ ନେଉଅଛ;
3 æder mit Folks Kød og flænger dem Huden af Kroppen, sønderbryder deres Ben. og breder dem som Kød i en Gryde, som Suppekød i en Kedel?
ମଧ୍ୟ ତୁମ୍ଭେମାନେ ଆମ୍ଭ ଲୋକମାନଙ୍କର ମାଂସ ଖାଉଅଛ ଓ ସେମାନଙ୍କର ଚର୍ମ ଛଡ଼ାଇ ସେମାନଙ୍କର ଅସ୍ଥିସବୁ ଭାଙ୍ଗୁଅଛ; ହଁ, ଯେପରି ହାଣ୍ଡି ଓ ହଣ୍ଡା ପାଇଁ ମାଂସ ଖଣ୍ଡ ଖଣ୍ଡ କରନ୍ତି, ସେହିପରି ସେମାନଙ୍କୁ ଖଣ୍ଡ ଖଣ୍ଡ କରି ପକାଉଅଛ।
4 Engang skal de råbe til HERREN, han lader dem uden Svar; da skjuler han sit Åsyn for. dem, fordi deres Gerninger er onde.
ସେହି ସମୟରେ ସେମାନେ ସଦାପ୍ରଭୁଙ୍କ ନିକଟରେ ନିବେଦନ କରିବେ, ମାତ୍ର ସେ ସେମାନଙ୍କୁ ଉତ୍ତର ଦେବେ ନାହିଁ; ବରଞ୍ଚ ସେମାନଙ୍କର ଦୁଷ୍କ୍ରିୟାନୁସାରେ ସେ ସେହି ସମୟରେ ସେମାନଙ୍କଠାରୁ ଆପଣା ମୁଖ ଲୁଚାଇବେ।
5 Så siger HERREN om Profeterne, de, som vildleder mit Folk, de, som råber om Fred, når kun de får noget at tygge, men ypper Krig med den, der intet giver dem i Munden:
ଯେଉଁ ଭବିଷ୍ୟଦ୍ବକ୍ତାଗଣ ଆମ୍ଭ ଲୋକମାନଙ୍କୁ ଭ୍ରାନ୍ତ କରାନ୍ତି; ଯେଉଁମାନେ ଦାନ୍ତରେ କାମୁଡ଼ୁ କାମୁଡ଼ୁ, “ଶାନ୍ତି ଶାନ୍ତି” ବୋଲି କହନ୍ତି ଓ କୌଣସି ଲୋକ ସେମାନଙ୍କ ମୁଖରେ କିଛି ନ ଦେଲେ, ତାହା ବିରୁଦ୍ଧରେ ଯେଉଁମାନେ ଯୁଦ୍ଧ ନିରୂପଣ କରନ୍ତି, ସେମାନଙ୍କ ବିଷୟରେ ସଦାପ୍ରଭୁ ଏହି କଥା କହନ୍ତି:
6 Derfor skal I opleve Nat uden. Syner, Mørke, som ej bringer Spådom; Solen skal gå ned for Profeterne, Dagen skal sortne for dem.
ଏଥିପାଇଁ ତୁମ୍ଭେମାନେ ଯେପରି କୌଣସି ଦର୍ଶନ ନ ପାଇବ, ତୁମ୍ଭମାନଙ୍କ ପ୍ରତି ରାତ୍ରି ହେବ ଓ ତୁମ୍ଭେମାନେ ଯେପରି ମନ୍ତ୍ରଶୂନ୍ୟ ହେବ; ଏଥିପାଇଁ ତୁମ୍ଭମାନଙ୍କ ପ୍ରତି ଅନ୍ଧକାର ହେବ; ଆଉ, ଭବିଷ୍ୟଦ୍ବକ୍ତାଗଣ ଉପରେ ସୂର୍ଯ୍ୟ ଅସ୍ତଗତ ହେବ ଓ ସେମାନଙ୍କ ଉପରେ ଦିବସ କୃଷ୍ଣବର୍ଣ୍ଣ ହେବ।
7 Til Skamme skal Seeren blive, blues skal de, som spår; alle skal tilhylle Skægget, thi Svar er der ikke fra Gud.
ପୁଣି, ଦର୍ଶକମାନେ ଲଜ୍ଜିତ ଓ ମନ୍ତ୍ରବେତ୍ତାମାନେ ଉଦ୍ବିଗ୍ନ ହେବେ; ହଁ, ସେମାନେ ସମସ୍ତେ ଆପଣା ଆପଣା ଓଷ୍ଠାଧର ଘୋଡ଼ାଇବେ; କାରଣ ପରମେଶ୍ୱରଙ୍କଠାରୁ କୌଣସି ଉତ୍ତର ନାହିଁ।
8 Jeg derimod er ved HERRENs Ånd fuld af Styrke, af Ret og af Kraft til at forkynde Jakob dets Brøde, Israel, hvad det har syndet.
ମାତ୍ର ଯାକୁବକୁ ତାହାର ଆଜ୍ଞାଲଙ୍ଘନ ଓ ଇସ୍ରାଏଲକୁ ତାହାର ପାପ ଜ୍ଞାତ କରାଇବା ନିମନ୍ତେ ଆମ୍ଭେ ପ୍ରକୃତରେ ସଦାପ୍ରଭୁଙ୍କ ଆତ୍ମା ଦ୍ୱାରା ଶକ୍ତିରେ, ନ୍ୟାୟ-ବିଚାରରେ ଓ ପରାକ୍ରମରେ ପରିପୂର୍ଣ୍ଣ ଅଛୁ।
9 Hør det, I Jakobs Huses Høvdinger, I Dommere af Israels Hus, I, som afskyr Ret og gør alt, som er lige, kroget,
ହେ ଯାକୁବ ବଂଶର ପ୍ରଧାନବର୍ଗ ଓ ଇସ୍ରାଏଲ ବଂଶର ଶାସନକର୍ତ୍ତାଗଣ, ମୁଁ ନିବେଦନ କରେ, ତୁମ୍ଭେମାନେ ଏହା ଶୁଣ, ତୁମ୍ଭେମାନେ ନ୍ୟାୟବିଚାର ଘୃଣା କରୁଅଛ ଓ ଅପକ୍ଷପାତ ବିଚାରସବୁ ଅନ୍ୟଥା କରୁଅଛ।
10 som bygger Zion med Blod. og Jerusalem med Uret.
ସେମାନେ ସିୟୋନକୁ ରକ୍ତରେ ଓ ଯିରୂଶାଲମକୁ ଅଧର୍ମରେ ନିର୍ମାଣ କରୁଅଛନ୍ତି।
11 Dets Høvdinger dømmer for Gave, dets Præster kender Ret for Løn; dets Profeter spår for Sølv og støtter sig dog til HERREN: "Er HERREN ej i vor Midte? Over os kommer intet ondt."
ସେହି ସ୍ଥାନର ପ୍ରଧାନବର୍ଗ ଲାଞ୍ଚ ନେଇ ବିଚାର କରନ୍ତି ଓ ତହିଁର ଯାଜକଗଣ ବେତନ ନେଇ ଶିକ୍ଷା ଦିଅନ୍ତି ଓ ତହିଁର ଭବିଷ୍ୟଦ୍ବକ୍ତାଗଣ ଅର୍ଥ ନେଇ ମନ୍ତ୍ର ପଢ଼ନ୍ତି; ତଥାପି ସେମାନେ ସଦାପ୍ରଭୁଙ୍କ ଉପରେ ନିର୍ଭର କରି କୁହନ୍ତି, “ସଦାପ୍ରଭୁ କି ଆମ୍ଭମାନଙ୍କ ମଧ୍ୟରେ ନାହାନ୍ତି? କୌଣସି ଅମଙ୍ଗଳ ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ।”
12 For eders, Skyld skal derfor Zion pløjes som en Mark, Jerusalem blive til Grushobe, Tempelbjerget til Krathøj.
ଏହେତୁ ତୁମ୍ଭମାନଙ୍କ ସକାଶୁ ସିୟୋନ କ୍ଷେତ୍ର ତୁଲ୍ୟ ଚାଷ କରାଯିବ ଓ ଯିରୂଶାଲମ ଢିପି ହେବ, ଆଉ ଗୃହର ପର୍ବତ ବନସ୍ଥ ଉଚ୍ଚସ୍ଥଳୀର ତୁଲ୍ୟ ହେବ।