< Jeremias 37 >
1 Zedekias, Joasiases søn, blev konge Konjas, Jojakims søns sted, idet Kong Nebukadrezar af Babel satte ham til Konge i Judas Land.
ଏଥିଉତ୍ତାରେ ଯିହୋୟାକୀମ୍ର ପୁତ୍ର କନୀୟର ପଦରେ ଯୋଶୀୟର ପୁତ୍ର ସିଦିକୀୟ ରାଜା ହୋଇ ରାଜତ୍ୱ କଲା; ବାବିଲର ରାଜା ନବୂଖଦ୍ନିତ୍ସର ତାହାକୁ ଯିହୁଦା ଦେଶର ରାଜା କରିଥିଲା।
2 Men han og hans Mænd og Landets Befolkning hørte ikke på de Ord, HERREN talede ved Profeten Jeremias.
ମାତ୍ର ସେ, କିଅବା ତାହାର ଦାସମାନେ ଅବା ଦେଶସ୍ଥ ଲୋକମାନେ, ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ଦ୍ୱାରା କଥିତ ସଦାପ୍ରଭୁଙ୍କ ବାକ୍ୟରେ ମନୋଯୋଗ କଲେ ନାହିଁ।
3 Kong Zedekias sendte Jukal. Sjelemjas Søn, og Præsten Zefanja, Maasejas Søn, til Profeten Jeremias og lod sige: "Gå i Forbøn for os hos HERREN vor Gud!"
ପୁଣି, ସିଦିକୀୟ ରାଜା ଶେଲିମୀୟର ପୁତ୍ର ଯିହୁଖଲକୁ ଓ ମାସେୟର ପୁତ୍ର ସଫନୀୟ ଯାଜକକୁ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ପଠାଇ କହିଲା, “ବିନୟ କରୁଅଛୁ, ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିକଟରେ ତୁମ୍ଭେ ଆମ୍ଭମାନଙ୍କ ପାଇଁ ପ୍ରାର୍ଥନା କର।”
4 Dengang gik Jeremias frit ud og ind blandt Folket, thi man havde endnu ikke kastet ham i Fængsel.
ସେହି ସମୟରେ ଯିରିମୀୟ ଲୋକମାନଙ୍କ ମଧ୍ୟରେ ଗତାୟାତ କରୁଥିଲେ; କାରଣ ସେମାନେ ତାଙ୍କୁ କାରାଗାରରେ ବନ୍ଦୀ କରି ନ ଥିଲେ।
5 Faraos Hær var rykket ud fra Ægypten; og da kaldæerne, som belejrede Jerusalem, fik Nys herom, var de brudt op fra Jerusalem.
ଆଉ, ଫାରୋର ସୈନ୍ୟ ମିସର ଦେଶରୁ ବାହାର ହୋଇ ଆସିଥିଲେ; ଏଣୁ ଯିରୂଶାଲମ ଅବରୋଧକାରୀ କଲ୍ଦୀୟମାନେ ସେମାନଙ୍କର ସମାଚାର ଶୁଣି ଯିରୂଶାଲମରୁ ଚାଲିଗଲେ।
6 Da kom HERRENs Ord til Profeten Jeremias således:
ସେତେବେଳେ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କ ନିକଟରେ ସଦାପ୍ରଭୁଙ୍କର ଏହି ବାକ୍ୟ ଉପସ୍ଥିତ ହେଲା,
7 Så siger HERREN, Israels Gud: Således skal du sige til Judas Konge, som har sendt Bud til dig for at rådspørge mig: Se, Faraos Hær, som er rykket ud for at hjælpe eder, skal vende hjem til Ægypten;
ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି; “ଆମ୍ଭ ନିକଟରେ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି ଯେ ଯିହୁଦାର ରାଜା, ତାହାକୁ ତୁମ୍ଭେମାନେ ଏହି କଥା କହିବ: ‘ଦେଖ, ତୁମ୍ଭମାନଙ୍କର ସାହାଯ୍ୟ ପାଇଁ ଫାରୋର ଯେଉଁ ସୈନ୍ୟ ବାହାରି ଆସିଅଛନ୍ତି, ସେମାନେ ଆପଣାମାନଙ୍କର ନିଜ ଦେଶ ମିସରକୁ ଫେରିଯିବେ।
8 og Kaldæerne skal vende tilbage og angribe denne By, indtage og afbrænde den.
ପୁଣି, କଲ୍ଦୀୟମାନେ ପୁନର୍ବାର ଆସି ଏହି ନଗର ବିରୁଦ୍ଧରେ ଯୁଦ୍ଧ କରିବେ ଓ ସେମାନେ ତାହା ହସ୍ତଗତ କରି ଅଗ୍ନିରେ ଦଗ୍ଧ କରିବେ।’
9 Så siger HERREN: Når ikke eder selv ved at sige: "Kaldæerne drager bort fra os for Alvor!" Thi de drager ikke bort.
ସଦାପ୍ରଭୁ ଏହି କଥା କହନ୍ତି; କଲ୍ଦୀୟମାନେ ନିଶ୍ଚୟ ଆମ୍ଭମାନଙ୍କ ନିକଟରୁ ଚାଲିଯିବେ, ତୁମ୍ଭେମାନେ ଏହି କଥା କହି ଆପଣାମାନଙ୍କୁ ଭୁଲାଅ ନାହିଁ; କାରଣ ସେମାନେ ଯିବେ ନାହିଁ।
10 Ja, om, I så slog hele Kaldæernes Hær, der angriber eder, så der kun blev nogle sårede tilbage, hver i sit Telt, så skulde de stå op og afbrænde denne By.
ତୁମ୍ଭମାନଙ୍କ ସହିତ ଯୁଦ୍ଧକାରୀ କଲ୍ଦୀୟମାନଙ୍କର ସମୁଦାୟ ସୈନ୍ୟକୁ ତୁମ୍ଭେମାନେ ହତାହତ କଲେ ମଧ୍ୟ ଯଦ୍ୟପି ସେମାନଙ୍କ ମଧ୍ୟରୁ କେବଳ ଆହତ ଲୋକ ଅବଶିଷ୍ଟ ରହନ୍ତି, ତଥାପି ସେମାନଙ୍କର ପ୍ରତ୍ୟେକ ଲୋକ ଆପଣା ଆପଣା ତମ୍ବୁରୁ ଉଠିବେ ଓ ଏହି ନଗରକୁ ଅଗ୍ନିରେ ଦଗ୍ଧ କରିବେ।”
11 Da Kaldæernes Hær var brudt op fra Jerusalem for Faraos Hær,
କଲ୍ଦୀୟମାନଙ୍କର ସୈନ୍ୟ ଯେଉଁ ସମୟରେ ଫାରୋର ସୈନ୍ୟ ଭୟରେ ଯିରୂଶାଲମରୁ ଚାଲି ଯାଇଥିଲେ, ସେସମୟରେ ଏପରି ଘଟିଥିଲା ଯେ,
12 gik Jeremias ud af Jerusalem for at drage til Benjamins Land og få en Arvelod iblandt Befolkningen.
ଯିରିମୀୟ ଆପଣା ଲୋକମାନଙ୍କ ମଧ୍ୟରେ ଆପଣାର ପ୍ରାପ୍ୟ ଅଂଶ ପାଇବା ନିମନ୍ତେ ବିନ୍ୟାମୀନ୍ ପ୍ରଦେଶକୁ ଯିବା ପାଇଁ ଯିରୂଶାଲମରୁ ବାହାରିଲେ।
13 Men da han kom til Benjaminsporten, var der en Vagthavende ved Navn Jirija, en Søn af Hananjas Søn Sjelemja, og han greb Profeten Jeremias og sagde: "Du vil løbe over til Kaldæerne."
ପୁଣି, ସେ ବିନ୍ୟାମୀନ୍ ନାମକ ନଗର-ଦ୍ୱାରରେ ଉପସ୍ଥିତ ହେବା ବେଳେ ସେଠାରେ ପ୍ରହରୀଗଣର ଜଣେ ଅଧ୍ୟକ୍ଷ ଥିଲା, ତାହାର ନାମ ଯିରୀୟ, ସେ ହନାନୀୟର ପୌତ୍ର ଶେଲିମୀୟର ପୁତ୍ର; ପୁଣି, ସେ ଯିରିମୀୟ ଭବିଷ୍ୟଦ୍ବକ୍ତାଙ୍କୁ ଧରି କହିଲା, “ତୁମ୍ଭେ କଲ୍ଦୀୟମାନଙ୍କର ପକ୍ଷକୁ ଯାଉଅଛ।”
14 Jeremias svarede: "Det er Løgn; jeg vil ikke løbe over til Kaldæerne." Jirija vilde dog ikke høre ham, men greb ham og bragte ham til Fyrsterne;
ସେତେବେଳେ ଯିରିମୀୟ କହିଲେ, “ଏ ମିଥ୍ୟା କଥା; ମୁଁ କଲ୍ଦୀୟମାନଙ୍କ ପକ୍ଷକୁ ଯାଉ ନାହିଁ;” ତଥାପି ଯିରୀୟ ଯିରିମୀୟଙ୍କ କଥା ନ ଶୁଣି ତାଙ୍କୁ ଧରି ଅଧିପତିମାନଙ୍କ ନିକଟକୁ ନେଇଗଲା।
15 og Fyrsterne vrededes på Jeremias, slog ham og lod ham bringe til Statsskriveren Jonatans Hus; thi det havde de gjort til Fængsel.
ପୁଣି, ଅଧିପତିମାନେ ଯିରିମୀୟଙ୍କ ପ୍ରତି କ୍ରୁଦ୍ଧ ହୋଇ ତାଙ୍କୁ ପ୍ରହାର କଲେ ଓ ଯୋନାଥନ ଲେଖକର ଗୃହସ୍ଥିତ କାରାଗାରରେ ରଖିଲେ; କାରଣ ସେମାନେ ସେସ୍ଥାନକୁ କାରାଗାର କରିଥିଲେ।
16 Således kom Jeremias i Fangehuset i kælderen; og der sad han en Tid lang.
ଯିରିମୀୟ ସେହି କାରାକୂପ ଓ ତହିଁର କ୍ଷୁଦ୍ର କୋଠରିରେ ପ୍ରବେଶ କରି ଅନେକ ଦିନ ସେଠାରେ ରହିଲେ।
17 Men Kong Zedekias sendte Bud og lod ham hente; og Kongen spurgte ham i al Hemmelighed i sit Palads: "Er der et Ord fra HERREN?" Jeremias svarede: "Ja, der er: Du skal overgives i Babels Konges Hånd."
ତହିଁ ଉତ୍ତାରେ ସିଦିକୀୟ ରାଜା ଲୋକ ପଠାଇ ତାଙ୍କୁ ଅଣାଇଲା; ଆଉ, ରାଜା ଆପଣା ଗୃହରେ ତାଙ୍କୁ ଗୋପନରେ ପଚାରିଲା, “ସଦାପ୍ରଭୁଙ୍କ ନିକଟରୁ କୌଣସି ବାକ୍ୟ ଆସିଅଛି କି?” ତହିଁରେ ଯିରିମୀୟ କହିଲେ, “ଆସିଅଛି। ସେ ଆହୁରି କହିଲେ, ଆପଣ ବାବିଲର ରାଜାର ହସ୍ତରେ ସମର୍ପିତ ହେବେ।”
18 Derpå sagde Jeremias til Kong Zedekias: "Hvad Synd har jeg gjort imod dig, dine Mænd og dette Folk, siden I har kastet mig i Fængsel?
ଆହୁରି, ଯିରିମୀୟ ସିଦିକୀୟ ରାଜାକୁ କହିଲେ, “ଆପଣଙ୍କ ବିରୁଦ୍ଧରେ, ଆପଣଙ୍କ ଦାସଗଣ ବିରୁଦ୍ଧରେ, ଅବା ଏହି ଲୋକମାନଙ୍କ ବିରୁଦ୍ଧରେ ମୁଁ କି ପାପ କରିଅଛି ଯେ, ଆପଣମାନେ ମୋତେ କାରାଗାରରେ ରଖିଅଛନ୍ତି?
19 Og hvor er nu eders Profeter, som profeterede for eder, at Babels Konge ikke skulde komme over eder og dette Land?
ଆପଣମାନଙ୍କର ଯେଉଁ ଭବିଷ୍ୟଦ୍ବକ୍ତାମାନେ ଆପଣମାନଙ୍କ ନିକଟରେ ଭବିଷ୍ୟଦ୍ବାକ୍ୟ ପ୍ରଚାର କରି କହିଲେ, ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧରେ ଓ ଏହି ଦେଶ ବିରୁଦ୍ଧରେ ଆସିବ ନାହିଁ, ସେମାନେ ଏବେ କାହାନ୍ତି?
20 Så hør da, Herre Konge! Lad min Bøn nå dig og lad mig ikke bringe tilbage til Statsskriveren Jonatans Hus, af jeg ikke skal dø der!"
ଏବେ ହେ ମୋର ପ୍ରଭୁ, ମହାରାଜ, ବିନୟ କରୁଅଛି, ଶ୍ରବଣ କରନ୍ତୁ; ଆପଣ ଯୋନାଥନ ଲେଖକର ଗୃହକୁ ମୋତେ ଫେରି ନ ପଠାଉନ୍ତୁ, ନୋହିଲେ ମୁଁ ସେଠାରେ ମରିଯିବି; ବିନୟ କରୁଅଛି, ମୋର ଏହି ନିବେଦନ ଆପଣଙ୍କ ଛାମୁରେ ସୁଗ୍ରାହ୍ୟ ହେଉ।”
21 Da bød Kong Zedekias, at man skulde holde Jeremias i Varetægt i Vagtforgården; og der gaves ham daglig et Stykke Brød fra Bagerens Gade, indtil Brødet slap op i Byen. Således sad nu Jeremias i Vagtforgården.
ତହିଁରେ ସିଦିକୀୟ ରାଜା ଆଜ୍ଞା କରନ୍ତେ, ଲୋକମାନେ ଯିରିମୀୟଙ୍କୁ ପ୍ରହରୀ ପ୍ରାଙ୍ଗଣରେ ରଖିଲେ, ପୁଣି ନଗରରେ ସବୁ ରୁଟି ଶେଷ ନ ହେବା ପର୍ଯ୍ୟନ୍ତ ରୁଟିବାଲାମାନଙ୍କର ପଲ୍ଲୀରୁ ଗୋଟିଏ ଲେଖାଏଁ ରୁଟି ପ୍ରତିଦିନ ତାଙ୍କୁ ଦେଲେ। ଏହି ପ୍ରକାରେ ଯିରିମୀୟ ପ୍ରହରୀ ପ୍ରାଙ୍ଗଣରେ ରହିଲେ।