< Jeremias 3 >
1 Når en Mand frastøder sin hustru, og hun går fra ham og ægter en anden, kan hun så gå tilbage til ham? Er slig en Kvinde ej sunket til Bunds i Vanære? Og du, som boled med mange Elskere, vil tilbage til mig! så lyder det fra HERREN.
ଲୋକେ କହନ୍ତି, ‘କେହି ଆପଣା ଭାର୍ଯ୍ୟାକୁ ତ୍ୟାଗ କଲେ, ସେ ସ୍ତ୍ରୀ ତାହା ନିକଟକୁ ଯାଇ ଯଦି ଅନ୍ୟ ପୁରୁଷର ହୁଏ, ତେବେ ତାହାର ସ୍ୱାମୀ କି ପୁନର୍ବାର ତାହା ନିକଟକୁ ଯିବ?’ ଗଲେ, ସେହି ଦେଶ କି ଅତ୍ୟନ୍ତ ଅଶୁଚି ହେବ ନାହିଁ? ମାତ୍ର ତୁମ୍ଭେ ଅନେକ ଉପପତିର ସଙ୍ଗେ ବ୍ୟଭିଚାର କରିଅଛ? ତଥାପି ସଦାପ୍ରଭୁ କହନ୍ତି, ତୁମ୍ଭେ ପୁନର୍ବାର ଆମ୍ଭ ନିକଟକୁ ଫେରି ଆସୁଅଛ!
2 Se til de nøgne Høje: Hvor mon du ej lod dig skænde? Ved Vejene vogted du på dem som Araber i Ørk. Du vanæred Landet både ved din Utugt og Ondskab,
ଚକ୍ଷୁ ଟେକି ବୃକ୍ଷଶୂନ୍ୟ ଟିକର ସ୍ଥାନସବୁ ଦେଖ; ତୁମ୍ଭେ କେଉଁଠାରେ ବ୍ୟଭିଚାର କରି ନାହଁ? ଯେପରି ଆରବୀୟ ଲୋକ ପ୍ରାନ୍ତରରେ ବସେ, ସେପରି ତୁମ୍ଭେ ସେମାନଙ୍କ ନିମନ୍ତେ ରାଜପଥରେ ବସିଅଛ; ଆଉ, ତୁମ୍ଭେ ଆପଣା ବ୍ୟଭିଚାର ଓ ଦୁଷ୍ଟକ୍ରିୟା ଦ୍ୱାରା ଦେଶ ଅଶୁଚି କରିଅଛ।
3 en Snare blev dine mange Elskere for dig. En Horkvindes Pande har du, trodser al Skam.
ଏହେତୁ ବୃଷ୍ଟି ନିବାରିତ ହୋଇଅଛି ଓ ଶେଷ ବର୍ଷା ହୋଇ ନାହିଁ; ତଥାପି ତୁମ୍ଭେ ବେଶ୍ୟାର କପାଳ ଧାରଣ କରିଅଛ, ତୁମ୍ଭେ ଲଜ୍ଜିତା ହେବାକୁ ଅସମ୍ମତା ହୋଇଅଛ।
4 Råbte du ikke nylig til mig: "Min Fader! Du er min Ungdoms Ven.
ତୁମ୍ଭେ କି ଏହି ସମୟଠାରୁ ଆମ୍ଭ ନିକଟରେ ପ୍ରାର୍ଥନା କରି ନ କହିବ, ‘ହେ ମୋର ପିତଃ, ତୁମ୍ଭେ ମୋର ବାଲ୍ୟକାଳର ପଥପ୍ରଦର୍ଶକ?
5 Vil han evigt gemme på Vrede, bære Nag for stedse?" Se, således taler du, men øver det onde til Gavns.
ସେ କି ସଦାକାଳ କ୍ରୁଦ୍ଧ ହୋଇଥିବେ? ସେ କି ଶେଷ ପର୍ଯ୍ୟନ୍ତ ତାହା ରଖିବେ?’ ଦେଖ, ତୁମ୍ଭେ କଥା କହିଅଛ, ପୁଣି ଦୁଷ୍କ୍ରିୟା କରିଅଛ ଓ ନିଜ ପଥରେ ଚାଲିଅଛ।”
6 HERREN sagde til mig i Kong Josias's Dage: Så du, hvad den troløse Kvinde Israel gjorde? Hun gik op på ethvert højt Bjerg og hen under ethvert grønt Træ og bolede.
ଆହୁରି, ଯୋଶୀୟ ରାଜାର ସମୟରେ ସଦାପ୍ରଭୁ ମୋତେ କହିଲେ, “ବିପଥଗାମୀନୀ ଇସ୍ରାଏଲ ଯାହା କରିଅଛି, ତାହା କି ତୁମ୍ଭେ ଦେଖିଅଛ? ସେ ପ୍ରତ୍ୟେକ ଉଚ୍ଚ ପର୍ବତ ଉପରେ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ଯାଇ ସେଠାରେ ବ୍ୟଭିଚାର କରିଅଛି।
7 Jeg tænkte, at hun efter at have gjort alt det vilde vende om til mig; men hun vendte ikke om. Det så hendes svigefulde Søster Juda;
ପୁଣି, ସେ ଏସବୁ କାର୍ଯ୍ୟ କଲା ଉତ୍ତାରେ ଆମ୍ଭେ କହିଲୁ, ସେ ଆମ୍ଭ ନିକଟକୁ ଫେରି ଆସିବ, ମାତ୍ର ସେ ଫେରି ଆସିଲା ନାହିଁ; ଆଉ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଏହା ଦେଖିଲା।
8 hun så, at jeg forstødte den troløse Kvinde Israel for al hendes Hors Skyld, og at jeg gav hende Skilsmissebrev; den svigefulde Søster Juda frygtede dog ikke, men gik også hen og bolede.
ଆଉ, ଆମ୍ଭେ ଦେଖିଲୁ, ବିପଥଗାମୀନୀ ଇସ୍ରାଏଲ ବ୍ୟଭିଚାର କରିବା ସକାଶୁ ଆମ୍ଭେ ତାହାକୁ ତ୍ୟାଗ କରି ଛାଡ଼ପତ୍ର ଦେଲେ ହେଁ, ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଭୟ କଲା ନାହିଁ; ମାତ୍ର ସେ ମଧ୍ୟ ଯାଇ ବ୍ୟଭିଚାର କଲା।
9 Ved sin letsindige Bolen vanærede hun Landet og horede med Sten og Træ.
ତାହାର ବ୍ୟଭିଚାରର ଅଖ୍ୟାତିରେ ଦେଶ ଅଶୁଚି ହେଲା ଓ ସେ ପଥର ଓ କାଠ ସଙ୍ଗରେ ବ୍ୟଭିଚାର କଲା।
10 Og alligevel vendte den svigefulde Søster Juda ikke om til mig af hele sit Hjerte, men kun på Skrømt, lyder det fra HERREN.
ପୁଣି, ଏସବୁ ହେଲେ ହେଁ ତାହାର ବିଶ୍ୱାସଘାତିନୀ ଭଗିନୀ ଯିହୁଦା ଆପଣା ସର୍ବାନ୍ତଃକରଣ ସହିତ ନୁହେଁ, ମାତ୍ର କପଟ ଭାବରେ ଆମ୍ଭ ପ୍ରତି ଫେରିଅଛି, ଏହା ସଦାପ୍ରଭୁ କହନ୍ତି।”
11 Og HERREN sagde til mig: Det troløse Israels Sag står bedre end det svigefulde Judas.
ଆଉ, ସଦାପ୍ରଭୁ ମୋତେ କହିଲେ, “ବିପଥଗାମୀନୀ ଇସ୍ରାଏଲ ବିଶ୍ୱାସଘାତିନୀ ଯିହୁଦା ଅପେକ୍ଷା ଆପଣାକୁ ଧାର୍ମିକା ଦେଖାଇଅଛି।
12 Gå hen og udråb disse Ord mod Nord: Omvend dig, troløse Israel, lyder det fra HERREN; jeg vil ikke vredes på eder, thi nådig er jeg, lyder det fra HERREN; jeg gemmer ej evigt på Vrede;
ତୁମ୍ଭେ ଯାଇ ଉତ୍ତର ଦିଗ ଆଡ଼େ ଏହି କଥା ପ୍ରଚାର କରି କୁହ, ହେ ବିପଥଗାମୀନୀ ଇସ୍ରାଏଲ, ସଦାପ୍ରଭୁ କହନ୍ତି, ତୁମ୍ଭେ ଫେର; ଆମ୍ଭେ ତୁମ୍ଭ ପ୍ରତି କ୍ରୋଧ ଦୃଷ୍ଟି କରିବା ନାହିଁ; କାରଣ ସଦାପ୍ରଭୁ କହନ୍ତି, ଆମ୍ଭେ ଦୟାବାନ, ଆମ୍ଭେ ସର୍ବଦା କ୍ରୋଧ ରଖିବା ନାହିଁ।
13 men vedgå din Uret, at du forbrød dig mod HERREN din Gud; for de fremmedes Skyld løb du hid og did under hvert grønt Træ og hørte ikke min Røst, så lyder det fra HERREN.
ସଦାପ୍ରଭୁ କହନ୍ତି, ତୁମ୍ଭେ ଯେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଅପରାଧ କରିଅଛ ଓ ପ୍ରତ୍ୟେକ ହରିଦ୍ବର୍ଣ୍ଣ ବୃକ୍ଷ ତଳେ ବିଦେଶୀୟମାନଙ୍କ ନିକଟକୁ ଯାଇ ଭ୍ରମଣ କରିଅଛ ଓ ଆମ୍ଭ ରବରେ ମନୋଯୋଗ କରି ନାହଁ, ଆପଣାର ଏହି ଅଧର୍ମାଚରଣ କେବଳ ସ୍ୱୀକାର କର।
14 Vend om, I frafaldne Søoner, lyder det fra HERREN; thi jeg er eders Herre; jeg tager eder, een fra en By og en fra en Slægt og bringer eder til Zion,
ସଦାପ୍ରଭୁ କହନ୍ତି, ହେ ବିପଥଗାମୀ ସନ୍ତାନଗଣ, ଫେର; କାରଣ ଆମ୍ଭେ ତୁମ୍ଭମାନଙ୍କର ସ୍ୱାମୀ; ଆମ୍ଭେ ନଗରରୁ ଏକ ଜଣ ଓ ଗୋଷ୍ଠୀ ମଧ୍ୟରୁ ଦୁଇ ଜଣ କରି ତୁମ୍ଭମାନଙ୍କୁ ସିୟୋନକୁ ଆଣିବା;
15 og jeg giver eder Hyrder efter mit Sind, og de skal vogte eder med Indsigt og Kløgt.
ଆଉ, ଆମ୍ଭେ ଆପଣା ମନ ଅନୁଯାୟୀ ପାଳକଗଣ ତୁମ୍ଭମାନଙ୍କୁ ଦେବା, ସେମାନେ ଜ୍ଞାନ ଓ ବୁଦ୍ଧିରେ ତୁମ୍ଭମାନଙ୍କୁ ଚରାଇବେ।
16 Og når I bliver mangfoldige og frugtbare i Landet i hine Dage, lyder det fra HERREN, skal de ikke mere tale om HERRENs Pagts Ark, og Tanken om den skal ikke mere opkomme i noget Hjerte; de skal ikke mere komme den i Hu eller savne den, og en ny skal ikke laves.
ସଦାପ୍ରଭୁ କହନ୍ତି, ସେହି ସମୟରେ, ଯେତେବେଳେ ତୁମ୍ଭେମାନେ ଦେଶରେ ବର୍ଦ୍ଧିଷ୍ଣୁ ଓ ବହୁବଂଶ ହେବ, ସେତେବେଳେ ଲୋକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ବୋଲି ଆଉ କହିବେ ନାହିଁ; କିଅବା ତାହା ମନରେ ପଡ଼ିବ ନାହିଁ; ଅଥବା ସେମାନେ ତାହା ସ୍ମରଣ କରିବେ ନାହିଁ, କିଅବା ତାହା ନିକଟକୁ ଯିବେ ନାହିଁ; ଅଥବା ଆଉ ତାହା ନିର୍ମିତ ହେବ ନାହିଁ।
17 På hin Tid skal man kalde Jerusalem HERRENs Trone, og der, til HERRENs Navn i Jerusalem, skal alle Folk strømme sammen, og de skal ikke mere følge deres onde Hjertes Stivsind.
ସେସମୟରେ ଲୋକମାନେ ଯିରୂଶାଲମକୁ ସଦାପ୍ରଭୁଙ୍କର ସିଂହାସନ ବୋଲି କହିବେ; ଆଉ, ସବୁ ଦେଶୀୟ ଲୋକମାନେ ତହିଁ ନିକଟରେ, ସଦାପ୍ରଭୁଙ୍କ ନାମ ଉଦ୍ଦେଶ୍ୟରେ ଯିରୂଶାଲମରେ ସଂଗୃହୀତ ହେବେ; ପୁଣି, ସେମାନେ ଆପଣା ଆପଣା ଦୁଷ୍ଟ ଅନ୍ତଃକରଣର ଅବାଧ୍ୟତା ଅନୁସାରେ ଆଉ ଗମନ କରିବେ ନାହିଁ।
18 I hine Dage skal Judas Hus vandre til Israels Hus, og samlet skal de drage fra Nordens Land til det Land, jeg gav deres Fædre i Eje.
ସେହି ସମୟରେ ଯିହୁଦା ବଂଶ, ଇସ୍ରାଏଲ ବଂଶ ସଙ୍ଗେ ଗମନ କରିବେ ଓ ସେମାନେ ଉତ୍ତର ଦେଶରୁ ଏକତ୍ର ବାହାରି ତୁମ୍ଭମାନଙ୍କର ପୂର୍ବପୁରୁଷଗଣଙ୍କୁ ଅଧିକାର ନିମନ୍ତେ ଆମ୍ଭର ଦତ୍ତ ଦେଶକୁ ଆସିବେ।
19 Og jeg, jeg sagde til dig: "Blandt Sønnerne sætter jeg dig, jeg giver dig et yndigt Land, Folkenes herligste Arvelod." Jeg sagde: "Kald mig din Fader, vend dig ej fra mig!"
ମାତ୍ର ଆମ୍ଭେ କହିଲୁ, ଆମ୍ଭ ସନ୍ତାନଗଣ ମଧ୍ୟରେ କିପରି ତୁମ୍ଭକୁ ସ୍ଥାନ ଦେବା ଓ ମନୋରମ ଏକ ଦେଶ, ନାନା ଦେଶୀୟମାନଙ୍କର ପରମ ରତ୍ନ ସ୍ୱରୂପ ଏକ ଅଧିକାର ତୁମ୍ଭକୁ ଦାନ କରିବା? ପୁଣି, ଆମ୍ଭେ କହିଲୁ, ତୁମ୍ଭେମାନେ ଆମ୍ଭକୁ ହେ ମୋର ପିତଃ ବୋଲି ଡାକିବ ଓ ଆମ୍ଭ ପଶ୍ଚାଦ୍ଗମନରୁ ବିମୁଖ ହେବ ନାହିଁ।
20 Men som en Kvinde sviger sin Ven, så sveg du mig, Israels Hus, så lyder det fra HERREN.
ସଦାପ୍ରଭୁ କହନ୍ତି, ଯେପରି କୌଣସି ଭାର୍ଯ୍ୟା ବିଶ୍ୱାସଘାତକତାପୂର୍ବକ ଆପଣା ସ୍ୱାମୀକୁ ଛାଡ଼ିଯାଏ, ସେପରି ହେ ଇସ୍ରାଏଲ, ତୁମ୍ଭେ ନିଶ୍ଚୟ ଆମ୍ଭ ପ୍ରତି ସେହି ପ୍ରକାର ବିଶ୍ୱାସଘାତକତା କରିଅଛ।”
21 Hør, der lyder Gråd på de nøgne Høje, Tryglen af Israels Børn, fordi de vandrede Krogveje, glemte HERREN deres Gud.
ବୃକ୍ଷଶୂନ୍ୟ ଉଚ୍ଚସ୍ଥଳୀମାନରେ ଏକ ସ୍ୱର, ଇସ୍ରାଏଲ-ସନ୍ତାନଗଣର ରୋଦନ ଓ କାକୂକ୍ତି ଶୁଣାଯାଏ; କାରଣ ସେମାନେ କୁଟିଳ ପଥଗାମୀ ଓ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପାସୋରି ପକାଇଅଛନ୍ତି।
22 Vend om, I frafaldne Sønner, jeg læger eders Frafald. Se, vi kommer til dig, thi du er HERREN vor Gud.
“ହେ ବିପଥଗାମୀ ସନ୍ତାନଗଣ ଫେର, ଆମ୍ଭେ ତୁମ୍ଭମାନଙ୍କର ବିପଥଗମନରୂପ ରୋଗ ସୁସ୍ଥ କରିବା। ଦେଖ, ଆମ୍ଭେମାନେ ତୁମ୍ଭ ନିକଟକୁ ଆସିଅଛୁ; କାରଣ ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟ।
23 Visselig, Blændværk var Højene, Bjergenes Larm; visselig, hos HERREN vor Gud er Israels Frelse.
ଉପପର୍ବତସମୂହରୁ, ପର୍ବତମାନର ଉପରିସ୍ଥ କୋଳାହଳରୁ ଅପେକ୍ଷିତ ଉପକାର ନିତାନ୍ତ ବ୍ୟର୍ଥ; ନିତାନ୍ତ ଆମ୍ଭମାନଙ୍କର ପରମେଶ୍ୱର ସଦାପ୍ରଭୁଙ୍କଠାରେ ଇସ୍ରାଏଲର ପରିତ୍ରାଣ ଅଛି।
24 Skændselen åd fra vor Ungdom vore Fædres Gods, deres Småkvæg og Hornkvæg, Sønner og Døtre.
ମାତ୍ର ଲଜ୍ଜାସ୍ପଦ ବସ୍ତୁ ଆମ୍ଭମାନଙ୍କର ବାଲ୍ୟକାଳରୁ ଆମ୍ଭମାନଙ୍କ ପୂର୍ବପୁରୁଷଗଣର ଶ୍ରମଫଳ, ସେମାନଙ୍କ ଗୋମେଷାଦି ପଲ ସେମାନଙ୍କର ପୁତ୍ର ଓ କନ୍ୟାଗଣଙ୍କୁ ଗ୍ରାସ କରିଅଛି।
25 Vi lægger os ned i vor Skændsel, vor Skam er vort Tæppe, thi mod HERREN vor Gud har vi syndet, vi og vore Fædre fra Ungdommen af til i Dag; vi høre ikke på Herren vor Guds røst.
ଆମ୍ଭେମାନେ ନିଜ ଲଜ୍ଜାରେ ଶୟନ କରୁ ଓ ଆମ୍ଭମାନଙ୍କର ଅପମାନ ଆମ୍ଭମାନଙ୍କୁ ଆଚ୍ଛାଦନ କରୁ; କାରଣ ଆମ୍ଭେମାନେ ଓ ଆମ୍ଭମାନଙ୍କ ପିତୃପୁରୁଷମାନେ ବାଲ୍ୟକାଳରୁ ଆଜି ପର୍ଯ୍ୟନ୍ତ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ପାପ କରିଅଛୁ ଓ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରବରେ ଅବଧାନ କରି ନାହୁଁ।”