< 1 Mosebog 36 >

1 Dette er Esaus, det er Edoms, Slægtsbog.
ଏଷୌର ବଂଶାବଳୀ। ତାହାର ଅନ୍ୟତମ ନାମ ଇଦୋମ୍‍।
2 Esau tog sine Hustruer af Kana'ans Døtre: Ada, en Datter af Hetiten Elon, Oholibama, en Datter af Ana, Hivviten Zibons Søn,
ଏଷୌ କିଣାନୀୟମାନଙ୍କର ଦୁଇ କନ୍ୟାକୁ, ଅର୍ଥାତ୍‍, ହିତ୍ତୀୟ ଏଲୋନ୍‍ର କନ୍ୟା ଆଦାକୁ ଓ ଅନାର କନ୍ୟା ହିବ୍ବୀୟ ସିବୀୟୋନ୍‍ର ପୌତ୍ରୀ ଅହଲୀବାମାକୁ,
3 og Ismaels Datter Basemat, Søster til Nebajot.
ତଦ୍‍ଭିନ୍ନ ନବାୟୋତ୍‍ର ଭଗିନୀକୁ, ଅର୍ଥାତ୍‍, ଇଶ୍ମାୟେଲର କନ୍ୟା ବାସମତ୍‍କୁ ବିବାହ କଲା।
4 Ada fødte Esau Elifaz, Basemat fødte Reuel,
ଏଥିଉତ୍ତାରେ ଏଷୌର ଔରସରେ ଆଦା ଇଲୀଫସ୍‍କୁ ଓ ବାସମତ୍‍ ରୁୟେଲକୁ ପ୍ରସବ କଲେ।
5 og Obolibama fødte Jeusj, Jalam og Kora. Det var Esaus Sønner, der fødtes ham i Kana'ans Land.
ଆଉ ଅହଲୀବାମା, ଯିୟୂଶ୍‍, ଯାଲମ୍‍ ଓ କୋରହକୁ ପ୍ରସବ କଲା; ଏଷୌର ଏହି ସମସ୍ତ ସନ୍ତାନ କିଣାନ ଦେଶରେ ଜନ୍ମିଥିଲେ।
6 Derpå tog Esau sine Hustruer sine Sønner og Døtre, hele sin Husstand, sit Kvæg og al den Ejendom, han havde samlet sig i Kana'ans Land, og drog til Landet lige over for sin Broder Jakob;
ଏଥିଉତ୍ତାରେ ଏଷୌ ଆପଣା ଭାର୍ଯ୍ୟାଗଣ ଓ ପୁତ୍ରକନ୍ୟାଗଣ ଓ ଗୃହସ୍ଥିତ ଅନ୍ୟାନ୍ୟ ସମସ୍ତ ଲୋକଙ୍କୁ, ପୁଣି, ଆପଣାର ସମସ୍ତ ପଶ୍ୱାଦି ଓ କିଣାନ ଦେଶରେ ଉପାର୍ଜ୍ଜିତ ସମସ୍ତ ସମ୍ପତ୍ତି ଘେନି ଆପଣା ଭ୍ରାତା ଯାକୁବ ନିକଟରୁ ଅନ୍ୟ ଦେଶକୁ ପ୍ରସ୍ଥାନ କଲା।
7 deres Gods var for meget til, at de kunde bo sammen, og deres. Udlændigheds Land kunde ikke rumme dem, så store var deres. Hjorde;
ଯେହେତୁ ସେମାନଙ୍କର ସମ୍ପତ୍ତି ପ୍ରଚୁର ଥିବାରୁ ସେମାନେ ଏକତ୍ର ବାସ କରି ପାରିଲେ ନାହିଁ, ପୁଣି, ସେମାନଙ୍କର ପଶ୍ୱାଦି ସକାଶୁ ସେହି ପ୍ରବାସ ସ୍ଥାନରେ ନିର୍ବାହ ଚଳିଲା ନାହିଁ।
8 og Esau bosatte sig i Seirs. Bjerge; Esau, det er Edom.
ଏହିରୂପେ ଏଷୌ ସେୟୀର ପର୍ବତରେ ବାସ କଲା; ସେହି ଏଷୌର ଅନ୍ୟତମ ନାମ ଇଦୋମ୍‍।
9 Dette er Esaus Slægtebog, han, som var Stamfader til Edomiterne i Seirs Bjerge.
ଆଉ ସେୟୀର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏଷୌର ବଂଶାବଳୀ।
10 Følgende var Esaus Sønners Navne: Elifaz, en Søn af Esaus Hustru Ada, og Reuel, en Søn af Esaus Hustru Basemat.
ଏଷୌର ସନ୍ତାନମାନଙ୍କର ନାମ ଏହି। ଏଷୌର ଆଦା ନାମ୍ନୀ ଭାର୍ଯ୍ୟାର ପୁତ୍ର ଇଲୀଫସ୍‍ ଓ ବାସମତ୍‍ ନାମ୍ନୀ ଭାର୍ଯ୍ୟାର ପୁତ୍ର ରୁୟେଲ।
11 Elifazs Sønner var Teman, Omar, Zefo, Gatam og Kenaz.
ପୁଣି, ଇଲୀଫସ୍‍ର ପୁତ୍ର ତୈମନ୍‍ ଓ ଓମାର୍ ଓ ସଫୋ ଓ ଗୟିତମ୍‍ ଓ କନସ୍‍।
12 Timna, som var Esaus Søn Elifazs Medhustru, fødte ham Amalek. Det var Esaus Hustru Adas Sønner.
ପୁଣି, ଏଷୌର ପୁତ୍ର ଇଲୀଫସ୍‍ର ତିମ୍ନା ନାମ୍ନୀ ଏକ ଉପପତ୍ନୀ ଥିଲା, ସେ ଇଲୀଫସ୍‍ ଦ୍ଵାରା ଅମାଲେକକୁ ପ୍ରସବ କଲା; ଏମାନେ ଏଷୌର ପତ୍ନୀ ଆଦାର ସନ୍ତାନ।
13 Følgende var Reuels Sønner: Nahat, Zera, Sjamma og Mizza. Det var Esaus Hustru Basemats Sønner.
ରୁୟେଲର ପୁତ୍ର ନହତ୍‍ ଓ ସେରହ ଓ ଶମ୍ମ ଓ ମିସା, ଏମାନେ ଏଷୌର ଭାର୍ଯ୍ୟା ବାସମତ୍‍ର ସନ୍ତାନ।
14 Følgende var Sønner af Esaus Hustru Oholibama, Datter af Zibons Søn Ana; hun fødte for Esau: Jeusj, Jalam og Kora.
ପୁଣି, ସିବୀୟୋନ୍‍ର ପୌତ୍ରୀ ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ତାହାର ସନ୍ତାନ ଯିୟୂଶ୍‍ ଓ ଯାଲମ୍‍ ଓ କୋରହ।
15 Følgende var Esaus Sønners Stammehøvdinger: Elifaz's, Esaus førstefødtes, Sønner: Høvdingeroe Teman, Omar, Zefo, Henaz,
ଏଷୌର ସନ୍ତାନମାନଙ୍କ ରାଜାବଳୀ। ଏଷୌର ଜ୍ୟେଷ୍ଠ ପୁତ୍ର ଯେ ଇଲୀଫସ୍‍, ତାହାର ପୁତ୍ର ରାଜା ତୈମନ୍‍ ଓ ରାଜା ଓମାର୍ ଓ ରାଜା ସଫୋ ଓ ରାଜା କନସ୍‍
16 Kora, Gatam og Amalek. Det var de fra Elifaz stammende Høvdinger i Edoms Land; det var Adas Sønner.
ଓ ରାଜା କୋରହ ଓ ରାଜା ଗୟିତମ୍‍ ଓ ରାଜା ଅମାଲେକ୍‍; ଇଦୋମ ଦେଶରେ ଇଲୀଫସ୍‍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ।
17 Følgende var Esaus Søn Reuels Sønner: Høvdingerne Nahat, Zera, Sjamma og Mizza. Det var de fra Reuel stammende Høvdinger i Edoms Land; det var Esaus Hustru Basemats Sønner.
ଏଷୌର ପୁତ୍ର ରୁୟେଲର ସନ୍ତାନ ରାଜା ନହତ୍‍ ଓ ରାଜା ସେରହ ଓ ରାଜା ଶମ୍ମ ଓ ରାଜା ମିସା; ଇଦୋମ ଦେଶରେ ରୁୟେଲ ବଂଶୀୟ ଏହି ରାଜାମାନେ ଏଷୌର ଭାର୍ଯ୍ୟା ବାସମତ୍‍ର ସନ୍ତାନ ଥିଲେ।
18 Følgende var Esaus Hustru Oholibamas Sønner: Høvdingerne Jeusj, Jalam og Kora. Det var de Høvdinger, der stammede fra Oholibama, Esaus Hustru, Anas Datter.
ପୁଣି, ଏଷୌର ଭାର୍ଯ୍ୟା ଅହଲୀବାମାର ସନ୍ତାନ ରାଜା ଯିୟୂଶ୍‍ ଓ ରାଜା ଯାଲମ୍‍ ଓ ରାଜା କୋରହ; ଅନାର କନ୍ୟା ଯେ ଅହଲୀବାମା, ଏଷୌର ଭାର୍ଯ୍ୟା ଥିଲା, ଏମାନେ ତାହାର ସନ୍ତାନ।
19 Det var Esaus Sønner, og det var deres Stammehøvdinger; det var Edom.
ଏମାନେ ଏଷୌର, ଅର୍ଥାତ୍‍, ଇଦୋମର ସନ୍ତାନ ଓ ଏମାନେ ସେମାନଙ୍କର ରାଜା।
20 Følgende var Horiten Seirs Sønner, Landets oprindelige Befolkning: Lotan, Sjobal, Zibon, Ana,
(ପୂର୍ବକାଳର) ସେହି ଦେଶ ନିବାସୀ ହୋରୀୟ ସେୟୀରର ସନ୍ତାନ ଲୋଟନ୍‍ ଓ ଶୋବଲ୍‍ ଓ ସିବୀୟୋନ୍‍ ଓ ଅନା
21 Disjon, Ezer og Risjon. Det var Horiternes Stammebøvdinger, Seirs Sønner i Edoms Land.
ଓ ଦିଶୋନ୍‍ ଓ ଏତ୍ସର ଓ ଦୀଶନ୍‍; ସେୟୀରର ଏହି ପୁତ୍ରଗଣ ଇଦୋମ ଦେଶର ହୋରୀୟ ବଂଶଜ ରାଜା ଥିଲେ।
22 Lotans Sønner var Hori og Hemam, og Lotans Søster var Timna.
ଲୋଟନ୍‍ର ପୁତ୍ର ହୋରି ଓ ହେମମ୍‍, ପୁଣି, ଲୋଟନ୍‍ର ତିମ୍ନା ନାମ୍ନୀ ଭଗିନୀ ଥିଲା।
23 Følgende var Sjobals Sønner: Alvan, Manahat, Ebal, Sjefo og Onam.
ପୁଣି, ଶୋବଲ୍‍ର ପୁତ୍ରଗଣ ଅବଲନ୍‍ ଓ ମାନହତ୍‍ ଓ ଏବଲ୍‍ ଓ ଶଫୋ ଓ ଓନମ୍‍।
24 Følgende var Zibons Sønner: Aja og Ana. Det var denne Ana, som fandt de varne Kilder i Ørkenen, da han vogtede sin Fader Zibons Æsler.
ପୁଣି, ସିବୀୟୋନ୍‍ର ପୁତ୍ର ଅୟା ଓ ଅନା; ଏହି ଅନା ଆପଣା ପିତା ସିବୀୟୋନ୍‍ର ଗଧ ଚରାଇବା ସମୟରେ ପ୍ରାନ୍ତରରେ ଉଷ୍ଣ ଜଳର ଝର ଆବିଷ୍କାର କଲା।
25 Følgende var Anas Børn: Disjon og Oholibama, Anas Datter.
ସେହି ଅନାର ପୁତ୍ର ଦିଶୋନ୍‍ ଓ କନ୍ୟା ଅହଲୀବାମା।
26 Følgende var Disjons Sønner: Hemdan, Esjban, Jitran og Keran.
ପୁଣି, ଦିଶୋନ୍‍ର ପୁତ୍ର ହିମ୍‍ଦନ୍‍ ଓ ଇଶବନ୍‍ ଓ ଯିତ୍ରନ୍‍ ଓ କରାନ୍‍।
27 Følgende var Ezers Sønner: Bilhan, Zåvan og Akan.
ଏତ୍ସରର ପୁତ୍ର ବିଲ୍‍ହନ୍‍ ଓ ସାବନ୍‍ ଓ ଆକନ୍‍।
28 Følgende var Risjons Sønner: Uz og Aran.
ପୁଣି, ଦୀଶନ୍‍ର ପୁତ୍ର ଊଷ୍‍ ଓ ଅରାନ୍‍।
29 Følgende var Horiternes Stammehøvdinger: Høvdingerne Lotan, Sjobal, Zibon, Ana,
ହୋରୀୟ ବଂଶଜ ରାଜା ଏହି; ରାଜା ଲୋଟନ୍‍ ଓ ରାଜା ଶୋବଲ୍‍ ଓ ରାଜା ସିବୀୟୋନ୍‍ ଓ ରାଜା ଅନା
30 Disjon, Ezer og Risjon. Det var Horiternes Stammehøvdinger efter deres Stammer i Seirs Land.
ଓ ରାଜା ଦିଶୋନ୍‍ ଓ ରାଜା ଏତ୍ସର ଓ ରାଜା ଦୀଶନ୍‍। ଏମାନେ ସେୟୀର ଦେଶର ହୋରୀୟ ବଂଶଜ ରାଜା ଥିଲେ।
31 Følgende var de Konger, der herskede i Edoms Land, før Israeliterne fik Konger:
ଆଉ, ଇସ୍ରାଏଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହି ରାଜାମାନେ ଇଦୋମ ଦେଶରେ ରାଜ୍ୟ କଲେ।
32 Bela, Beors Søn, herskede i Edom; hans By hed Dinbaba.
ବିୟୋରର ବେଲା ନାମକ ପୁତ୍ର ଇଦୋମ୍‍ ଦେଶରେ ରାଜତ୍ୱ କଲା, ତାହାର ରାଜଧାନୀର ନାମ ଦିନ୍‍ହାବା।
33 Da Bela døde, blev Jobab, Zeras Søn fra Bozra, Konge i hans Sted.
ବେଲାର ମରଣ ଉତ୍ତାରେ, ତାହା ପଦରେ ବସ୍ରା ନିବାସୀ ସେରହର ପୁତ୍ର ଯୋବବ୍‍ ରାଜତ୍ୱ କଲା।
34 Da Jobab døde, blev Husjam fra Temaniternes Land Konge i hans Sted.
ପୁଣି, ଯୋବବ୍‍ର ମରଣ ଉତ୍ତାରେ ତୈମନ୍‍ ଦେଶୀୟ ହୂଶମ୍‍ ତାହା ପଦରେ ରାଜତ୍ୱ କଲା।
35 Da Husjam døde, blev Hadad, Bedads Søn, Kongei hans Sted; det var ham, der slog Midjaniterne på Moabs Slette; hans By hed Avit.
ହୂଶମ୍‌ର ମରଣ ଉତ୍ତାରେ, ବଦଦର ପୁତ୍ର ଯେ ହଦଦ୍‍ ମୋୟାବ କ୍ଷେତ୍ରରେ ମିଦୀୟନକୁ ଜୟ କଲା, ସେ ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ଅବୀତ୍‍।
36 Da Hadad døde, blev Samla fra Masreka Konge i hans Sted.
ହଦଦ୍‍ର ମରଣ ଉତ୍ତାରେ ମସ୍ରେକା ନିବାସୀ ସମ୍ଳ ତାହା ପଦରେ ରାଜତ୍ୱ କଲା।
37 Da Samla døde, blev Sjaul fra Rehobot ved Floden Konge i hans Sted.
ପୁଣି, ସମ୍ଳର ମରଣ ଉତ୍ତାରେ (ଫରାତ୍‍) ନଦୀର ନିକଟସ୍ଥ ରହୋବୋତ୍‍ ନିବାସୀ ଶୌଲ ତାହା ପଦରେ ରାଜତ୍ୱ କଲା।
38 Da Sjaul døde, blev Bål Hanan, Akbors Søn, Konge i hans Sted.
ଶୌଲର ମରଣ ଉତ୍ତାରେ, ଅକ୍‍ବୋରର ପୁତ୍ର ବାଲ୍‍ହାନନ୍‍ ତାହା ପଦରେ ରାଜତ୍ୱ କଲା।
39 Da Bål Hanan, Akbors Søn, døde, blev Hadar Konge i hans Sted; hans By hed Pau, og hans Hustru hed Mehetabel, en Datter af Matred, en Datter af Mezahab.
ପୁଣି, ଅକ୍‍ବୋରର ପୁତ୍ର ବାଲ୍‍ହାନନ୍‍ର ମରଣ ଉତ୍ତାରେ, ହଦର ତାହା ପଦରେ ରାଜତ୍ୱ କଲା; ତାହାର ରାଜଧାନୀର ନାମ ପାଉ ଓ ତାହାର ଭାର୍ଯ୍ୟାର ନାମ ମହେଟବେଲ ଥିଲା; ସେ ମଟ୍ରେଦର ପୁତ୍ରୀ ଓ ମେଷାହବର ପୌତ୍ରୀ।
40 Følgende var Navnene på Esaus Stammehøvdinger efter deres Slægter, Bosteder og Navne: Høvdingerne Timna, Alva, Jetet,
ଏଷୌଠାରୁ ଉତ୍ପନ୍ନ, ପୁଣି, ଗୋଷ୍ଠୀ ଓ ସ୍ଥାନ ଓ ନାମ ଭେଦାନୁସାରେ ଯେଉଁ ଯେଉଁ ରାଜା ଥିଲେ, ସେମାନଙ୍କ ନାମାବଳୀ; ଯଥା, ରାଜା ତିମ୍ନା ଓ ରାଜା ଅଳ୍‍ବା ଓ ରାଜା ଯିଥେତ୍‍।
41 Oholibama, Ela, Pinon,
ଓ ରାଜା ଅହଲୀବାମା ଓ ରାଜା ଏଲା ଓ ରାଜା ପୀନୋନ୍‍
42 Kenaz, Teman, Mibzar
ଓ ରାଜା କନସ୍‍ ଓ ରାଜା ତୈମନ୍‍ ଓ ରାଜା ମିବ୍‍ସର୍‍
43 Magdiel og Iram. Det var Edoms Stammehøvdinger efter deres Boliger i det Land, de fik i Eje. Det var Esau, Edoms Fader.
ଓ ରାଜା ମଗ୍‍ଦୀୟେଲ ଓ ରାଜା ଈରମ୍‍; ଏମାନେ ଆପଣା ଆପଣା ଅଧିକୃତ ଦେଶରେ ବସତି ସ୍ଥାନାନୁସାରେ ଇଦୋମର ରାଜଗଣ ଥିଲେ। ଇଦୋମୀୟମାନଙ୍କ ଆଦିପୁରୁଷ ଏଷୌର ବୃତ୍ତାନ୍ତ ସମାପ୍ତ।

< 1 Mosebog 36 >