< Første Krønikebog 7 >

1 Issakas Sønner var: Tola, Pua, Jasjub og Sjimron, fire.
ଇଷାଖରର ପୁତ୍ରଗଣ; ତୋଲୟ, ପୂୟା, ଯାଶୂବ ଓ ଶିମ୍ରୋଣ, ଚାରି ଜଣ ଥିଲେ।
2 Tolas Sønner: Uzzi, Refaja, Jeriel, Jamaj, Jibsam og Sjemuel, Overhoveder for Tolas Fædrenehuse, dygtige Krigere. Efter deres Slægtebøger udgjorde deres Tal på Davids Tid 22600.
ଆଉ ତୋଲୟର ପୁତ୍ରଗଣ; ଉଷି, ରଫାୟ, ଯିରୀୟେଲ, ଯହମୟ, ଯିବ୍‍ସମ୍‍ ଓ ଶେମୂୟେଲ, ଏମାନେ ଆପଣା ପିତା ତୋଲୟ-ବଂଶର ପ୍ରଧାନ ଓ ଆପଣାର ସମକାଳୀନ ଲୋକମାନଙ୍କ ମଧ୍ୟରେ ମହାବିକ୍ରମଶାଳୀ ଥିଲେ; ଦାଉଦଙ୍କ ସମୟରେ ଏମାନଙ୍କ ସଂଖ୍ୟା ବାଇଶ ହଜାର ଛଅ ଶହ ଥିଲା।
3 Uzzis Sønner: Jizraja, Jizrajas Sønner Mikael, Obadja, Joel og Jissjija, fem, alle sammen Overhoveder.
ଆଉ ଉଷିର ପୁତ୍ରଗଣ; ଯିଷ୍ରାହୀୟ, ଯିଷ୍ରାହୀୟର ପୁତ୍ର ମୀଖାୟେଲ, ଓବଦୀୟ, ଯୋୟେଲ ଓ ଯିଶୀୟ, ପାଞ୍ଚ ଜଣ। ଏସମସ୍ତେ ପ୍ରଧାନ ଲୋକ ଥିଲେ।
4 Til dem hørte efter deres Slægtebøger, efter deres Fædrenehuse, krigsrustede Skarer, 36000; de havde nemlig mange kvinder og Børn.
ଆଉ ଏମାନଙ୍କ ବର୍ତ୍ତମାନ କାଳରେ ସ୍ୱ ସ୍ୱ ପିତୃବଂଶାନୁସାରେ ଏମାନଙ୍କ ସଙ୍ଗେ ଯୁଦ୍ଧାର୍ଥେ ଛତିଶ ହଜାର ସୈନ୍ୟଦଳ ଥିଲେ; କାରଣ ସେମାନଙ୍କର ଅନେକ ଭାର୍ଯ୍ୟା ଓ ସନ୍ତାନ ଥିଲେ।
5 Deres Brødre, alle Issakars Slægter, var dygtige Krigere; de, som var indført i deres Slægtebog, udgjorde i alt 87 000.
ଆଉ ଇଷାଖରର ସମସ୍ତ ଗୋଷ୍ଠୀ ମଧ୍ୟରେ ଏମାନଙ୍କ ଭ୍ରାତୃଗଣ ମହାବିକ୍ରମଶାଳୀ ଥିଲେ, ଏମାନେ ସର୍ବସୁଦ୍ଧା ବଂଶାବଳୀ କ୍ରମେ ଲିଖିତ ସତାଅଶୀ ହଜାର ଥିଲେ।
6 Benjamins Sønner: Bela, Beker og Jediael, tre.
ଆଉ ବିନ୍ୟାମୀନ୍‍ର ପୁତ୍ରଗଣ; ବେଲା ଓ ବେଖର ଓ ଯିଦୀୟେଲ, ତିନି ଜଣ।
7 Belas Sønner: Ezbon, Uzzi, Uzziel Jerimot og Iri, fem, Overhoveder for Fædrenehuse, dygtige Krigere; de, som var indført i deres Slægtebog, udgjorde 22034.
ଆଉ ବେଲାର ପୁତ୍ରଗଣ; ଇଷବୋନ୍‍, ଉଷି, ଉଷୀୟେଲ, ଯିରେମୋତ୍‍ ଓ ଈରୀ, ପାଞ୍ଚ ଜଣ; ଏମାନେ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ ଲୋକ ଥିଲେ; ଆଉ ଏମାନେ ବଂଶାବଳୀ କ୍ରମେ ଲିଖିତ ବାଇଶ ହଜାର ଚୌତ୍ରିଶ ଜଣ ଥିଲେ।
8 Bekers Sønner: Zemira, Joasj, Eliezer, Eljoenaj, Omri, Jeremot, Abija, Anatot og Alemet; alle disse var Bekers Sønner;
ଆଉ ବେଖରର ପୁତ୍ରଗଣ; ସମୀର୍‍, ଯୋୟାଶ୍‍, ଇଲୀୟେଜର, ଇଲୀୟୋଐନୟ, ଅମ୍ରି, ଯେରେମୋତ୍‍, ଅବୀୟ, ଅନାଥୋତ୍‍ ଓ ଆଲେମତ୍‍। ଏସମସ୍ତେ ବେଖରର ସନ୍ତାନ।
9 de, som var indført i deres Slægtebog efter deres Slægter, Overhovederne for Fædrenehusene, dygtige Krigere, udgjorde 20 200.
ଏମାନେ ଆପଣା ଆପଣା ବଂଶାନୁସାରେ ବଂଶାବଳୀ କ୍ରମେ ଲିଖିତ ସ୍ୱ ସ୍ୱ ପିତୃବଂଶର ପ୍ରଧାନ ଓ ମହାବିକ୍ରମଶାଳୀ କୋଡ଼ିଏ ହଜାର ଦୁଇ ଶହ ଲୋକ ଥିଲେ।
10 Jediaels Sønner: Bilhan; Bilhans Sønner: Je'usj, Binjamin, Ehud, Kena'ana, Zetan, Tarsjisj og Ahisjahar;
ଯିଦୀୟେଲର ପୁତ୍ର ବିଲ୍‍ହନ୍‍ ଏବଂ ବିଲ୍‍ହନ୍‍‍ର ପୁତ୍ରଗଣ ଯିୟୂଶ୍‍, ବିନ୍ୟାମୀନ୍, ଏହୂଦ, କନାନା, ସେଥନ୍‍, ତର୍ଶୀଶ୍‍ ଓ ଅହୀଶହର;
11 alle disse var Jediaels Sønner, Overhoveder for deres Fædrenehuse, dygtige Krigere, 17200 øvede Krigere.
ଯିଦୀୟେଲର ଏହି ସମସ୍ତ ପୁତ୍ର ଆପଣା ଆପଣା ପିତୃବଂଶର ପ୍ରଧାନତାନୁସାରେ ଯୁଦ୍ଧାର୍ଥେ ସୈନ୍ୟ ମଧ୍ୟରେ ଗମନ-ସମର୍ଥ ସତର ହଜାର ଦୁଇ ଶହ ମହାବିକ୍ରମଶାଳୀ ଲୋକ ଥିଲେ।
12 Og Sjuppim og Huppim var Irs Sønner, og Husjim var Ahers Sønner
ଶୁପ୍ପୀମ୍‍ ମଧ୍ୟ ଓ ହୁପ୍ପୀମ୍‍, ଈର୍‍ର ସନ୍ତାନଗଣ, ହୂଶୀମ୍‍, ଅହେରର ସନ୍ତାନଗଣ।
13 Naftalis Sønner var: Jabaziel, Guni, Jezer og Sjallum. Bilhas Sønner:
ନପ୍ତାଲିର ପୁତ୍ରଗଣ; ଯହସୀୟେଲ୍‍, ଗୂନି, ଯେତ୍ସର ଓ ଶଲ୍ଲୁମ୍‍, ଏମାନେ ବିଲ୍‌ହାର ବଂଶ।
14 Manasses Sønner, som hans aramaiske Medhustru fødte: Hun fødte Makir, Gileads Fader.
ମନଃଶିଙ୍କର ପୁତ୍ରଗଣ; ଅସ୍ରୀୟେଲ ଏବଂ ମାଖୀର, ମନଃଶିଙ୍କର ଅରାମୀୟା ଉପପତ୍ନୀଠାରୁ ଜନ୍ମ ନେଲେ; ଏହି ମାଖୀର ଗିଲୀୟଦର ପିତା ଥିଲେ।
15 Gilead ægtede en Kvinde ved Navn Ma'aka; hans Søster hed Hammoleket, og hans Broder hed Zelobad; Zelofbad havde kun Døtre.
ଏହି ମାଖୀର ହୁପ୍ପୀମ୍‍ ଓ ଶୁପ୍ପୀମ୍‍ ସମ୍ବନ୍ଧୀୟା ଏକ ସ୍ତ୍ରୀକୁ ବିବାହ କଲା, ସେମାନଙ୍କ ଭଗିନୀର ନାମ ମାଖା ଥିଲା; ଆଉ ଦ୍ୱିତୀୟର ନାମ ସଲ୍‍ଫାଦ୍‍ ଓ ସଲଫାଦର କନ୍ୟାମାନେ ଥିଲେ।
16 Gileads Hustru Ma'aka fødte en Søn, som hun kaldte Peresj, medens hans Broder hed Sjeresj; hans Sønnervar Ulam og Rekem.
ଆଉ ମାଖୀରର ଭାର୍ଯ୍ୟା ମାଖା ଏକ ପୁତ୍ର ପ୍ରସବ କରି ତାହାର ନାମ ପେରଶ ଦେଲା ଓ ତାହାର ଭ୍ରାତାର ନାମ ଶେରଶ ଥିଲା; ପୁଣି, ପେରଶର ପୁତ୍ର ଉଲମ୍‍ ଓ ରେକମ୍‍।
17 Ulams Sønner: Bedan. Det var Sønner af Gilead, en Søn af Makir, en Søn af Manasse.
ଉଲମ୍‍ର ପୁତ୍ରଗଣ, ବଦାନ। ଏମାନେ ମନଃଶିର ପୌତ୍ର ମାଖୀରର ପୁତ୍ର ଗିଲୀୟଦର ସନ୍ତାନ।
18 Hans Søster Hammoleket fødte Isjhod, Abiezer og Mala.
ଆଉ ତାହାର ଭଗିନୀ ହମ୍ମୋଲେକତ୍‍, ଇଶ୍‍ହୋଦ, ଅବୀୟେଷର ଓ ମହଲାକୁ ପ୍ରସବ କଲା।
19 Sjemidas Sønner: Ajan, Sjekm, Likhi og Ani'am.
ଆଉ ଶମୀଦାର ପୁତ୍ର ଅହୀୟନ୍‍, ଶେଖମ୍‍, ଲିକ୍‍ହି ଓ ଅନୀୟାମ୍‍।
20 Efraims Sønner: Sjutela hans Søn Bered, hans Søn Tahat, hans Søn El'ada, hans Sønahat,
ଇଫ୍ରୟିମର ପୁତ୍ର ଶୂଥେଲହ, ତାହାର ପୁତ୍ର ବେରଦ, ତାହାର ପୁତ୍ର ତହତ, ତାହାର ପୁତ୍ର ଇଲୀୟାଦା, ତାହାର ପୁତ୍ର ତହତ,
21 hans Søn Zabad, hans Søn Sjutela - og Ezer og El'ad. Dem dræbte Mændene fra Gat, de indfødfe i Landet, fordi de var draget ned for at tage deres Hjorde.
ତାହାର ପୁତ୍ର ସାବଦ୍‍, ତାହାର ପୁତ୍ର ଶୂଥେଲହ, ଏସର୍‍ ଓ ଇଲୀୟଦ୍‍, ଏମାନଙ୍କୁ ଦେଶଜାତ ଗାଥୀୟ ଲୋକମାନେ ବଧ କଲେ, କାରଣ ସେମାନେ ସେମାନଙ୍କର ପଶୁ ହରଣ କରିବାକୁ ଓହ୍ଲାଇ ଆସିଥିଲେ।
22 Deres Fader Efraim sørgede i lang Tid over dem, og hans Brødre kom for at trøste ham.
ଏହେତୁ ସେମାନଙ୍କ ପିତା ଇଫ୍ରୟିମ ଅନେକ ଦିନ ଶୋକ କଲା, ତେଣୁ ତାହାର ଭ୍ରାତୃଗଣ ତାହାକୁ ସାନ୍ତ୍ୱନା କରିବାକୁ ଆସିଲେ।
23 Så gik han ind til sin Hustru, og hun blev frugtsommelig og fødte en Søn, som han kaldte Beri'a, fordi hans Hus var i Ulykke, da det skete.
ଏଥିଉତ୍ତାରେ ସେ ଆପଣା ଭାର୍ଯ୍ୟାର ସହବାସ କରନ୍ତେ, ସେ ଗର୍ଭବତୀ ହୋଇ ଏକ ପୁତ୍ର ପ୍ରସବ କଲା, ତହୁଁ ସେ ତାହାର ନାମ ବରୀୟ (ଅମଙ୍ଗଳ) ରଖିଲା, କାରଣ ତାହାର ଗୃହରେ ଅମଙ୍ଗଳ ଘଟିଲା।
24 Hans Datter var Sje'era, som byggede Nedre- og Øvre-Bet-Horon og Uzzen-Sje'era.
ଆଉ ଶୀରା ତାହାର କନ୍ୟା ଥିଲା, ସେ ଉଚ୍ଚ ଓ ନିମ୍ନ ବେଥ୍-ହୋରଣ ଓ ଉଷେନ୍‍-ଶୀରା ନାମରେ ଦୁଇଟି ନଗର ନିର୍ମାଣ କଲା।
25 Hans Søn var Refa, hans Søn Resjef, hans Søn Tela, hans Søn Tahan,
ତାହାର ପୁତ୍ର ରେଫହ ଓ ରେଶଫ୍‍, ତାହାର ପୁତ୍ର ତେଲହ, ତାହାର ପୁତ୍ର ତହନ;
26 hans Søn Ladan, hans Søn Ammihud, hans Søn Elisjama,
ତାହାର ପୁତ୍ର ଲାଦନ୍‍, ତାହାର ପୁତ୍ର ଅମ୍ମୀହୂଦ, ତାହାର ପୁତ୍ର ଇଲୀଶାମା;
27 hans Søn Nun, hans Søn Josua.
ତାହାର ପୁତ୍ର ନୂନ, ତାହାର ପୁତ୍ର ଯିହୋଶୂୟ।
28 Deres Besiddelser og Boliger var Betel med Småbyer, mod Øst Na'aran, mod Vest Gezer med Småbyer, fremdeles Sikem med Småbyer indtil Ajja med Småbyer;
ଏମାନଙ୍କର ଅଧିକାର ଓ ନିବାସ ସ୍ଥାନ ବେଥେଲ୍‍ ଓ ତହିଁର ସମସ୍ତ ଉପନଗର, ଆଉ ପୂର୍ବ ଦିଗରେ ନାରନ୍‍ ଓ ପଶ୍ଚିମ ଦିଗରେ ସମସ୍ତ ଉପନଗର ସହିତ ଗେଷର; ମଧ୍ୟ ସମସ୍ତ ଉପନଗର ସହିତ ଶିଖିମ, ସମସ୍ତ ଉପନଗର ସହିତ ଅୟା ପର୍ଯ୍ୟନ୍ତ ଥିଲା;
29 langs Manassiternes Grænse Bet-Sjean med Småbyer, Ta'anak med Småbyer, Megiddo med Småbyer og Dor med Småbyer. I dem boede Israels Søn Josefs Sønner.
ଆହୁରି ମନଃଶି-ସନ୍ତାନଗଣର ସୀମା ପାର୍ଶ୍ୱସ୍ଥ ବେଥ୍-ଶାନ୍‍ ଓ ତହିଁର ଉପନଗରସବୁ, ତାନକ୍‍ ଓ ତହିଁର ଉପନଗରସବୁ, ମଗିଦ୍ଦୋ ଓ ତହିଁର ଉପନଗରସବୁ, ଦୋର ଓ ତହିଁର ଉପନଗରସବୁ ଥିଲା। ଏହି ସକଳ ସ୍ଥାନରେ ଇସ୍ରାଏଲର ପୁତ୍ର ଯୋଷେଫର ସନ୍ତାନମାନେ ବାସ କଲେ।
30 A Sønner: Jimna, Jisjva, Jisjvi og Beri'a og deres Søster Sera.
ଆଶେରର ସନ୍ତାନଗଣ; ଯିମ୍ନା, ଯିଶ୍‍ବା, ଯିଶ୍‍ବି, ବରୀୟ ଓ ସେମାନଙ୍କର ଭଗିନୀ ସେରହ।
31 Beri'as Sønner: Heber og Malkiel, som var Birzajits Fader.
ବରୀୟର ପୁତ୍ର ହେବର ଓ ବିର୍ଷୋତର ପିତା ମଲ୍‍କୀୟେଲ।
32 Heber avlede Jaflet, Sjomer, Hotam og deres Søster Sjua.
ପୁଣି, ହେବର, ଯଫ୍ଲେଟ୍‍, ଶୋମର, ହୋଥମ୍‍ ଓ ସେମାନଙ୍କ ଭଗିନୀ ଶୂୟାକୁ ଜାତ କଲା।
33 Jaflets Sønner: Pasak, Bimhal og Asjvat; det var Jaflets Sønner.
ଯଫ୍ଲେଟର ପୁତ୍ର ପାସକ, ବିମ୍‍ହଲ୍‍ ଓ ଅଶ୍ୱତ୍‍। ଏମାନେ ଯଫ୍ଲେଟ୍‍ର ସନ୍ତାନ।
34 Sjemers Sønner: Ahi, Roga, Hubba og Aram.
ଆଉ ଶେମରର ପୁତ୍ର ଅହି, ରୋହଗ, ଯିହୁବ୍ବ ଓ ଅରାମ।
35 Hans Broder Hotams Sønner: Zofa, Jimna, Sjelesj og Amal.
ତାହାର ଭ୍ରାତା ହେଲମର ପୁତ୍ର ଶୋଫହ, ଯିମ୍ନ, ଶେଲଶ୍‍ ଓ ଆମଲ।
36 Zofas Sønner: Sua, Harnefer, Sjual, Beri, Jimra,
ଶୋଫହର ପୁତ୍ର ସୂହ, ହର୍ଣ୍ଣେଫର୍‍, ଶୂୟାଲ, ବେରୀ ଓ ଯିମ୍ର;
37 Bezer, Hod, Sjamma, Sjilsja, Jitran og Be'era.
ବେତ୍ସର, ହୋଦ୍‍, ଶମ୍ମା, ଶିଲ୍‍ଶ, ଯିତ୍ରନ୍‍ ଓ ବେରା।
38 Jeters Sønner: Jefunne, Pispa og Ara.
ଯେଥରର ପୁତ୍ର ଯିଫୁନ୍ନି, ପିଷ୍ପ ଓ ଅରା।
39 Ullas Sønner: Ara, Hanniel og Rizja.
ଆଉ ଉଲ୍ଲର ପୁତ୍ର ଆରହ, ହନ୍ନୀୟେଲ ଓ ରିତ୍ସୀୟ।
40 Alle disse var Asers Sønner. Overhoveder for Fædrenehusene, udsøgte dygtige Krigere, Overhoveder for Øversterne. De, der var indført i Slægtebogen som brugelige til Krigstjeneste, talte 26000.
ଏସମସ୍ତେ ଆଶେରର ସନ୍ତାନ ଓ ଆପଣା ଆପଣା ପିତୃବଂଶର ପ୍ରଧାନ, ବଛା ଓ ମହାବିକ୍ରମଶାଳୀ ଓ ଅଧିପତିମାନଙ୍କ ମଧ୍ୟରେ ପ୍ରଧାନ ଥିଲେ। ଆଉ ଯୁଦ୍ଧକାର୍ଯ୍ୟ ନିମନ୍ତେ ବଂଶାବଳୀ କ୍ରମେ ଲିଖିତ ସେମାନଙ୍କ ସଂଖ୍ୟା ଛବିଶ ହଜାର ଥିଲା।

< Første Krønikebog 7 >