< Esajas 15 >
1 Et Udsagn om Moab. Ak, Ar lægges øde ved Nat, det er ude med Moab, Kir lægges øde ved Nat, det er ude med Moab.
ମୋୟାବ ବିଷୟକ ଭବିଷ୍ୟତବାଣୀ। ମୋୟାବର ଆର ନଗର ଏକ ରାତ୍ରି ମଧ୍ୟରେ ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା; ଏକ ରାତ୍ରି ମଧ୍ୟରେ ମୋୟାବର କୀର୍ ନଗର ଉଚ୍ଛିନ୍ନ ଓ ଧ୍ୱଂସିତ ହେଲା।
2 Dibons Datter gaar op paa Høje for at græde, oppe paa Nebo og Medeba jamrer Moab; hvert et Hoved er skaldet, alt Skæg skaaret af,
ସେ ରୋଦନ କରିବା ପାଇଁ ବୈଥତ୍କୁ ଓ ଦୀବୋନ୍କୁ, ଉଚ୍ଚସ୍ଥଳୀକି ଯାଇଅଛି; ନବୋ ଓ ମେଦବାର ବିଷୟରେ ମୋୟାବ ହାହାକାର କରୁଅଛି; ସେହି ସମସ୍ତଙ୍କର ମସ୍ତକ ମୁଣ୍ଡନ ହୋଇଅଛି, ପ୍ରତ୍ୟେକର ଦାଢ଼ି କଟା ହୋଇଅଛି।
3 paa Gader og oppe paa Tage bærer de Sæk, paa Torvene jamrer de alle, opløst i Graad.
ସେମାନଙ୍କର ସବୁ ସଡ଼କରେ ଲୋକମାନେ ଚଟବସ୍ତ୍ର ପିନ୍ଧୁଅଛନ୍ତି; ଆପଣା ଆପଣା ଗୃହର ଛାତ ଉପରେ ଓ ଛକ ସ୍ଥାନମାନଙ୍କରେ ପ୍ରତ୍ୟେକ ଲୋକ ଅତିଶୟ ରୋଦନ କରି ହାହାକାର କରୁଅଛନ୍ତି।
4 Hesjbon og El'ale skriger, det høres til Jahaz. Derfor skælver Moabs Lænder, dets Sjæl er i Vaande.
ହିଷ୍ବୋନ ଓ ଇଲୀୟାଲୀ କ୍ରନ୍ଦନ କରୁଅଛନ୍ତି; ସେମାନଙ୍କର ରବ ଯହସ ପର୍ଯ୍ୟନ୍ତ ଶୁଣା ଯାଉଅଛି; ଏହେତୁ ମୋୟାବର ସସଜ୍ଜ ଲୋକେ ଆର୍ତ୍ତନାଦ କରୁଅଛନ୍ତି; ତାହାର ପ୍ରାଣ ତାହା ମଧ୍ୟରେ କମ୍ପିତ ହେଉଅଛି।
5 Hjertet skriger i Moab, man flygter til Zoar, til Eglat-Sjelisjija. Ak, grædende stiger de op ad Luhits Skraaning, undervejs til Horonajim opløfter de Jammerskrig;
ଆମ୍ଭର ହୃଦୟ ମୋୟାବ ପାଇଁ କ୍ରନ୍ଦନ କରୁଅଛି; ତାହାର କୁଳୀନମାନେ ସୋୟର ପର୍ଯ୍ୟନ୍ତ ଇଗ୍ଲତ୍-ଶଲୀଶୀୟାକୁ ପଳାଉଅଛନ୍ତି; କାରଣ ସେମାନେ ରୋଦନ କରୁ କରୁ ଲୂହୀତ-ଘାଟୀ ଉପରକୁ ଯାଉଅଛନ୍ତି; ହୋରୋନୟିମ ବାଟରେ ବିନାଶ ହେତୁ ସେମାନେ ଆର୍ତ୍ତନାଦ କରୁଅଛନ୍ତି।
6 Nimrims Vande bliver Ødemarker, thi Græsset visner, Grønsværet svinder, Grønt er der ikke.
କାରଣ ନିମ୍ରୀମର ଜଳସମୂହ ଶୂନ୍ୟ ହେବ; ତୃଣ ଶୁଷ୍କ ହୋଇଅଛି, ନବୀନ ତୃଣର ଅଭାବ ହେଉଅଛି, ହରିଦ୍ବର୍ଣ୍ଣର କିଛି ହିଁ ନାହିଁ।
7 Derfor slæber de Godset, de vandt, deres hengemte Ting over Vidjebækken.
ଏହେତୁ ସେମାନେ ଆପଣାମାନଙ୍କର ପ୍ରାପ୍ତ ଧନ ଓ ରକ୍ଷିତ ଦ୍ରବ୍ୟସବୁ ବାଇଶୀ ବୃକ୍ଷର ସ୍ରୋତ ନିକଟକୁ ନେଇଯିବେ।
8 Ak, Nødraabet omspænder Moabs Land, dets Jamren naar til Eglajim og Be'er-Elim;
କାରଣ ମୋୟାବର ଚତୁର୍ଦ୍ଦିଗସ୍ଥ ସୀମାକୁ କ୍ରନ୍ଦନର ଶବ୍ଦ ଯାଇଅଛି; ତହିଁର ହାହାକାର ଇଗ୍ଲୟିମ୍ ପର୍ଯ୍ୟନ୍ତ ଓ ତହିଁର ହାହାକାର ବେରେଲୀମ୍ ପର୍ଯ୍ୟନ୍ତ ଯାଇଅଛି।
9 thi Dimons Vand er fuldt af Blod. Men jeg sender endnu mer over Dimon: en Løve over Moabs undslupne, Landets Rest.
କାରଣ ଦୀମୋନର ଜଳସମୂହ ରକ୍ତମୟ ହୋଇଅଛି; ପୁଣି, ଆମ୍ଭେ ଦୀମୋନର ଉପରେ ଆହୁରି ଦୁଃଖ ଓ ମୋୟାବର ପଳାତକ ଲୋକ ଉପରେ ଓ ଦେଶର ଅବଶିଷ୍ଟାଂଶ ଉପରେ ଗୋଟିଏ ସିଂହ ଆଣିବା।